spot_img
Home Blog Page 100

କଟକରେ CISFର ୫୭ ତମ ପ୍ରତିଷ୍ଠା ଦିବସ ପାଳିତ

କଟକ : ବିମାନକୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଆତଙ୍କୀକୁ କାବୁ କରିବା ସହ ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି CISF । ବିମାନରୁ ଦଉଡ଼ି ସାହାଯ୍ୟରେ ତଳକୁ ଓହ୍ଲାଇ ଗୋଟି ଗୋଟି ଆତଙ୍କୀକୁ କରୁଛନ୍ତି ନିପାତ । ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ କରୁଛନ୍ତି ସୁରକ୍ଷିତ ଉଦ୍ଧାର । ତେବେ ଏହା ସତସତିକା ଘଟଣା ନୁହେଁ । CISFର ୫୭ ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଗରେ ଏମିତି ଏକ ଦୁଃସାହସିକ ଡେମୋ ଦେଖାଇଛନ୍ତି ଯବାନ । ଖାଲି ସେତିକି ନୁହେଁ ଭିଭିଆଇପିଙ୍କ ଗସ୍ତ ବେଳେ ହମଲାର ସଫଳ ମୁକାବିଲା । ଡ୍ରୋନ ସହାୟତାରେ ଔଷଧ ପ୍ରେରଣ ଠାରୁ ଆରମ୍ଭ କରି ଅନେକ ମକଡ୍ରିଲ ଅନୁଷ୍ଠିତ ହୋଇଛି । କଟକ ମୁଣ୍ଡୁଳି ସ୍ଥିତ ଖାରବେଳ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ର ଠାରେ ପାଳିତ ହୋଇଛି CISFର ୫୭ ତମ ପ୍ରତିଷ୍ଠା ଦିବସ । ରାଇଜିଂ ଡେ ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମୁଖ୍ଯ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । CISF ଦେଶର ୩୬୧ ସମ୍ବେଦନଶୀଳ ପ୍ରତିଷ୍ଠାନକୁ ସୁରକ୍ଷା ଦେଇ ଆସୁଛି ଏବଂ ଏଥିପାଇଁ ଆମେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି ଅମିତ ଶାହା ।
୪ଦିନ ଧରି ମୁଣ୍ଡୁଳି ସ୍ଥିତ CISF ପରିସରରେ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଉତ୍ସବ ଶେଷ ଭାଗରେ CISF ଯବାନ ମାନେ ସୁରକ୍ଷାର ଆକର୍ଷଣୀୟ ଦୁସାହସିକ କୌଶଳ ସବୁ ଦେଖାଇଥିଲେ । ବିମାନ ଅପହରଣ, ଭିଭିଆଇପିଙ୍କ ଗସ୍ତର ସୁରକ୍ଷା, କାରଖାନା କିମ୍ବା ପେଟ୍ରୋଲ ପମ୍ପରେ ହଠାତ ଅଗ୍ନିକାଣ୍ଡର ମୁକାବିଲା ପରି ରଣକୌଶଳ ପ୍ରଦର୍ଶନ କରିଛନ୍ତି । ଖାଲି ସେତିକି ନୁହେଁ, ଦୁଃସାହସିକ ରଣକୌଶଳ ସାଙ୍ଗକୁ ନିଜର ଦକ୍ଷତା ଦେଖାଇଛନ୍ତି ଯବାନ । ଏହି ଅବସରରେ ସଫଳ ଅଫିସର ଓ ଯବାନଙ୍କୁ ଟ୍ରଫି ଓ ପଦକ ପ୍ରଦାନ କରାଯାଇଛି । ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ ।

ନିମ୍ନମାନର ପଥର ପକାଇ କରାଯାଉଛି ଟଙ୍କା ହଡ଼ପ…

ପଟ୍ଟାମୁଣ୍ଡାଇ : ପଥର ପ୍ୟାକିଂ କାମରେ ଘୋଟାଲା । ନଦୀବନ୍ଧର ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ଆତ୍ମସାତ ଅଭିଯୋଗ । ନଦୀବନ୍ଧର ସୁରକ୍ଷା ନେଇ ପ୍ରଶ୍ନବାଚୀ ।… କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଘାଗରାଡିଆ ଗାଁକୁ ବନ୍ୟାରୁ ସୁରକ୍ଷା ଦେବା ପାଇଁ ବ୍ରାହ୍ମଣୀ ନଦୀବନ୍ଧରେ ଚାଲିଛି ପଥର ପ୍ୟାକିଂ । ଆଳି ତଟବନ୍ଧ ବିଭାଗ ପକ୍ଷରୁ ପଥର ସ୍ପର ସହିତ ପଥର ପ୍ୟାକିଙ୍ଗ କାର୍ଯ୍ୟ ଚାଲିଛି । ହେଲେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିମ୍ନମାନର ପଥର ସହ ଛୋଟଛୋଟ ପଥର ବ୍ୟବହାର କରି ସରକାରୀ ଅର୍ଥ ଆତ୍ମସାତ କରୁଛି । ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।…
ବ୍ରାହ୍ମଣୀ ନଦୀ ବନ୍ଧରେ ନିମ୍ନମାନର କାମ ଚାଲିଥିବାରୁ ନଦୀ ଗର୍ଭକୁ ପଥର ଚାଲିଯିବା ଆଶଙ୍କା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି । ନଚେତ ଦିନେ ନା ଦିନେ ଘାଗରାଡିଆ ଗାଁ ବ୍ରାହ୍ମଣୀ ନଦୀ ଗର୍ଭରେ ଲୀନ ହୋଇଯିବ ବୋଲି ଆଶଙ୍କା କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଅଭିଯୋଗକୁ ସ୍ଵୀକାର କରିବା ସହ ଘାଗରାଡ଼ିଆ ନଦୀ ବନ୍ଧର ସୁରକ୍ଷା ପାଇଁ ସମୁଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ । ଘଟଣାର ବିଭାଗୀୟ ତଦନ୍ତ ସହ ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ମୁଣ୍ଡ ନେଉଛି କିଡନୀ ରୋଗ, ଦୁଇ ବର୍ଷରେ ଗଲାଣି ସାତ ଜୀବନ

ବାଙ୍କୀ : ଜହର ପାଲଟିଛି ପିଇବା ପାଣି । ଲୁହାଗୁଣ୍ଡ ମିଶ୍ରିତ ପାଣି ପିଇ ରୋଗାକ୍ରାନ୍ତ ଲୋକେ । କଟକ ଜିଲ୍ଲା ବାଙ୍କୀ ବୈଦେଶ୍ଵର ଗ୍ରାମପଞ୍ଚାୟତର କୋଟ ଗାଁରେ ବ୍ୟାପିବାରେ ଲାଗିଛି କିଡନୀ ରୋଗ । ଦୁଇ ବର୍ଷରେ ଗଲାଣି ସାତ ଜଣଙ୍କ ଜୀବନ । ଏବେବି ସାତ ଜଣ ହେଉଛନ୍ତି ଚିକିତ୍ସିତ । ରୋଗ ଭୟରେ ଗାଁ ଛାଡ଼ିଲେନି ଲୋକେ । ବେଫିକର ପ୍ରଶାସନ । କୋଟ ଗାଁରେ କିଡନୀ ରୋଗ କାୟା ମେଲାଇ ଚାଲିଥିବା ବେଳେ ଡାକ୍ତରୀ ଟିମ ପହଞ୍ଚି ଲୋକଙ୍କ ରକ୍ତ ଓ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ । ଗତ ମାସ ୨୦ ତାରିଖରେ କଟକ ବଡ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ପରେ ଆତଙ୍କିତ ଲୋକେ ।
କୋଟ ଗାଁରେ ସାଢେ ଚାରି ଶହ ଲୋକ ବସବାସ କରୁଛନ୍ତି । ହେଲେ ଦୁଃଖର ବିଷୟ ଆଜି ସୁଦ୍ଧା ଲୋକଙ୍କୁ ବିଶୁଦ୍ଧ ପାଣି ମିଳି ପାରିଲା ନାହିଁ । ଦୂଷିତ ପାଣି ପିଇ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ଗ୍ରାମବାସୀ ଅନେକ ଥର ବ୍ଲକରେ ଅଭିଯୋଗ କରିବା ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି । ହେଲେ ସ୍ଥିତି ଅନୁଧ୍ୟାନ ପାଇଁ ଗାଁକୁ ଆସୁନାହାନ୍ତି ଜିଲ୍ଲା ସ୍ତରୀୟ ଡାକ୍ତରୀ ଟିମ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କେବେ କୋଟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିବେ ? କେବେ ଗାଁରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯିବ ? ଏହାର କିଏ ଦେବ ଉତ୍ତର ।

ତେଲ କିଣାରେ ଭାରତକୁ ଡବଲ୍ ଡିସକାଉଣ୍ଟ

ନନ୍ଦିଘୋଷ ବ୍ୟୁରୋ ; ଭାରତକୁ ଡବଲ୍ ଡିସକାଉଣ୍ଟ। ତେଲ କିଣାରେ ମିଳିଛି ଏହି ଡବଲ୍ ଅଫର। ତେଣୁ ମଧ୍ୟପ୍ରାଚ୍ୟ ସଂକଟ ସତ୍ତ୍ଵେ ତେଲ ସଂକଟ ଦେଖା ଯିବ ନାହିଁ। ମାସେ ପାଇଁ ଆମେରିକା କଟକଣା ହଟାଇଛି। ଫଳରେ ଭାରତ ରୁଷିଆରୁ ତେଲ କିଣିପାରିବ। ରୁଷ ମଧ୍ୟ ତେଲ ଦେବାକୁ ରାଜି ହୋଇଛି। ସେପଟେ ଇରାନ ମଧ୍ୟ କହିଛି, ହର୍ମୁଜ ପ୍ରଣାଳୀ ଦେଇ ଭାରତ ତେଲ ନେଇପାରିବ। କିଛି କଟକଣା ନାହିଁ। ଭାରତର ତେଲ ଜାହାଜକୁ ଅନୁମତି ଦେଇଛି ଇରାନ। ଯୁଦ୍ଧ ଯୋଗୁଁ ବାକି ଦେଶର ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯିବା ଆସିବା ଉପରେ କଟକଣା ଲଗାଇଛି ଇରାନ। କିନ୍ତୁ ଭାରତ ପାଇଁ ଏହାକୁ କୋହଳ କରିଛି। ତେଣୁ ଭାରତର କିଛି ତେଲ ସମସ୍ୟା ହେବ ନାହିଁ।

ଟ୍ରମ୍ପଙ୍କ ଧମକ : ଇରାନ ଯୁଦ୍ଧ ପରେ କ୍ୟୁବାକୁ କରାଯିବ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ : ଇରାନ ପରେ କ୍ୟୁବାର ପାଳି। ଇରାନ ଯୁଦ୍ଧ ପରେ କ୍ୟୁବାକୁ ଟାର୍ଗେଟ କରାଯିବ। ଏହି ଖୋଲାଖୋଲି ଧମକ ଦେଇଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ସେ କହିଛନ୍ତି, ଇରାନ ଯୁଦ୍ଧ ସରୁ ସରୁ କ୍ୟୁବା ଉପରେ ମଧ୍ୟ ଆକ୍ରମଣ କରାଯିବ। ଖାଲି ସମୟକୁ ଅପେକ୍ଷା । କ୍ୟୁବା ଡିଲ୍ କରିବାକୁ ଚାହୁଛି। ତେବେ କଣ କରାଯିବ, ତାହା ପରେ ନିଷ୍ପତ୍ତି ନିଆଯିବ। ପ୍ରଥମ ଇରାନ କାମ ଶେଷ କରାଯିବ ବୋଲି ଟ୍ରମ୍ପ କହିଛନ୍ତି। ଏହା ସହିତ ଇରାନର ସେନା ବାହିନୀକୁ ଧମକ ଦେଇଛନ୍ତି, ଆତ୍ମସମର୍ପଣ କର। ସମସ୍ତଙ୍କୁ ରାଜକ୍ଷମା ଦିଆଯିବ। ନ ହେଲେ ପୁରା ସଫା ହୋଇଯିବ। ବିଭିନ୍ନ ଦେଶରେ ଥିବା ଇରାନର ରାଷ୍ଟ୍ରଦୂତଙ୍କୁ ଟ୍ରମ୍ପ ପରାମର୍ଶ ଦେଇଛନ୍ତି, ଯେଉଁ ଦେଶରେ ଅଛ, ସେହି ଦେଶରେ ରାଜନୈତିକ ଶରଣ ମାଗିନିଅ। ଆଗରୁ ଇରାନର ଭଲ ଦିନ ଆସିଲେ, ନିଜ ଘରକୁ ଫେରିବ। ଇରାନର ପରବର୍ତ୍ତୀ ଶାସକ ଚୟନରେ ମୋର ଭୂମିକା ରହିବା ଉଚିତ ବୋଲି ଟ୍ରମ୍ପ କହିଛନ୍ତି। ଇରାନର ନୌସେନା ଧ୍ଵଂସ ହେଲାଣି, ମିସାଇଲ ଓ ଯୁଦ୍ଧ ବିମାନ ବି ଶେଷ ହେବା ଉଚିତ। ଏବେ ଆଉ ଡିଲ୍ ର ସମୟ ନାହିଁ ବୋଲି କହିଛନ୍ତି ଟ୍ରମ୍ପ।

ଦିନକରେ ରାଜଧାନୀରୁ ୩ ଶିଶୁ ନିଖୋଜ,

ଭୁବନେଶ୍ବର : ଦିନକରେ ରାଜଧାନୀରୁ ୩ ଶିଶୁ ନିଖୋଜ । ଏମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳିକା ଓ ଜଣେ ବାଳକ। ସାଲିଆ ସାହିର ଦୁଇ ନାବାଳିକା ଅଛନ୍ତି। ସୂଚନା ପାଇଁ ପୋଷ୍ଟର ମାରିଲା ପୋଲିସ। ଯିଏ ସୂଚନା ଦେବ, ତାକୁ ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଛି। ଜାରି ହେଲା ହେଲ୍ପ ଲାଇନ ନମ୍ବର । ପିଲାଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୨୫ ହଜାର ଟଙ୍କାର ପୁରସ୍କାର ରାଶି । ଷ୍ଟେସନ ଓ ବସ୍ ଷ୍ଟାଣ୍ଡରେ ମଧ୍ୟ ଲାଗିଛି ପୋଷ୍ଟର। ଛୋଟ ପିଲାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ସୃଷ୍ଟି କରିଛି ମୁଣ୍ଡବିନ୍ଧା। ସିସିଟିଭି ଆଧାରରେ ନିଖୋଜ ପିଲାଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ଧଉଳି ଓ ନୟାପଲ୍ଲୀ ଥାନା ପୋଲିସ ।

କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ

ନିମାପଡା : ପୁରୀ ଜିଲ୍ଲା ଗୋପ ଥାନା ମୁଗୁରିଆ ଠାରେ କଲେଜ ଛାତ୍ରୀ ଙ୍କୁ ବ୍ଲେଡରେ ଆକ୍ରମଣ। ନାଗପୁର ସାହିର ଜଣେ ଯୁକ୍ତ ୨ କଲେଜ ଛାତ୍ରୀ ନିଜ ସାଇକେଲରେ ଗୋପ କଲେଜ ଯାଉଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କୁ ଅଟକାଇ ଏକ ବ୍ଲେଡରେ ଅତର୍କିତ ଆକ୍ରମଣ କରିଛି। ଛାତ୍ରୀଙ୍କ ବେକ, ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଛି । ଅଚେତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆକ୍ରମଣ କରି ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଆଜି କେମେଷ୍ଟ୍ରି ପରୀକ୍ଷା ଦେବା ପାଇଁ ଛାତ୍ରୀ ଜଣକ ସକାଳ ୮ଟାରେ କଲେଜକୁ ଯାଉଥିବା ବେଳେ ଏଭଳି ଆକ୍ରମଣର ଶିକାର ହୋଇଥିଲେ । ତେବେ ଛାତ୍ରୀ ଜଣକ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି । ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇରାନକୁ ଦଣ୍ଡ ଦେବ ୟୁଏଇ! ତେହେରାନର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ କରୁଛି ଯୋଜନା

ନନ୍ଦିଘୋଷ ବ୍ୟୁରୋ : ଇରାନ ପୂର୍ବରୁ ଯୁଦ୍ଧ ଓ ମୁଦ୍ରାସ୍ଫୀତି ସହିତ ସଂଘର୍ଷ କରୁଛି। ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି । ଏବେ ଏହାର ସମସ୍ୟା ଆହୁରି ଖରାପ ହେବାକୁ ଯାଉଛି। ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସ ଉପସାଗରୀୟ ଦେଶରେ ଥିବା କୋଟି କୋଟି ଡଲାର ମୂଲ୍ୟର ଇରାନୀ ସମ୍ପତ୍ତିକୁ ଫ୍ରିଜ୍ କରିବାକୁ ବିଚାର କରୁଛି। ୟୁଏଇ କର୍ତ୍ତୃପକ୍ଷ ବାଣିଜ୍ୟ ଲୁଚାଇବା ପାଇଁ ବ୍ୟବହୃତ ୟୁଏଇ -ଭିତ୍ତିକ ଶୈଡୋ କମ୍ପାନୀଗୁଡ଼ିକର ସମ୍ପତ୍ତି ଫ୍ରିଜ୍ କରିପାରନ୍ତି।

ଏହା ସହିତ, ୟୁଏଇ ସ୍ଥାନୀୟ ମୁଦ୍ରା ବିନିମୟ ଉପରେ ଏକ ବଡ଼ ଧରଣର ଆର୍ଥିକ କାର୍ଯ୍ୟାନୁଷ୍ଠାନ ଭଳି ପଦକ୍ଷେପ ବିଚାର କରୁଛି । ଯାହା ଆନୁଷ୍ଠାନିକ ବ୍ୟାଙ୍କିଂ ଚ୍ୟାନେଲ ବାହାରେ ଟଙ୍କା ସ୍ଥାନାନ୍ତର ପାଇଁ ବ୍ୟବହୃତ ହୁଏ। ଯଦି ୟୁଏଇ ଇରାନୀ ଶୈଡୋ-ଅର୍ଥନୈତିକ କମ୍ପାନୀଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଏ, ତେବେ ଏକ ପ୍ରମୁଖ ଲକ୍ଷ୍ୟ ହେବ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ସହିତ ଜଡିତ ଆକାଉଣ୍ଟ। ୟୁଏଇ ନୀତି ନିର୍ଦ୍ଧାରକମାନେ ଇରାନୀ ଜାହାଜ ଜବତ କରିବା ଭଳି ସିଧାସଳଖ ସାମୁଦ୍ରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ବିଚାର କରୁଛନ୍ତି।

ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ। ତେହେରାନ ଆମେରିକାର ସାମରିକ ପ୍ରତିଷ୍ଠାନ ସମେତ ଅନେକ ଇସ୍ରାଏଲୀ ଏବଂ ଉପସାଗରୀୟ ଲକ୍ଷ୍ୟସ୍ଥଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ପ୍ରତିଶୋଧ ନେଇଥିଲା। ଜର୍ଣ୍ଣାଲ ଅନୁଯାୟୀ, ୟୁଏଇ ଅଧିକାରୀମାନେ ଇରାନକୁ ବ୍ୟକ୍ତିଗତ ଭାବରେ ତେହେରାନ ବିରୁଦ୍ଧରେ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ବିଷୟରେ ଚେତାବନୀ ଦେଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସରକାର କେବେ କିମ୍ବା କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ସ୍ପଷ୍ଟ ନୁହେଁ।

ଆଜି ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ସପ୍ତମ ଦିନ। ପଶ୍ଚିମ ଏସିଆରେ ଇରାନର ସଦ୍ୟତମ କ୍ଷେପଣାସ୍ତ୍ର ଆକ୍ରମଣ ତେଲ ଅଭିଭରେ ଘଟିଛି। ଆଜି ଅଗ୍ନିଶମ କର୍ମଚାରୀମାନେ ଇସ୍ରାଏଲର ବାଣିଜ୍ୟିକ କେନ୍ଦ୍ର ନିକଟରେ ଏକ ଆବାସିକ କୋଠାରେ ଲାଗିଥିବା ନିଆଁକୁ ନିୟନ୍ତ୍ରଣ କରିଛନ୍ତି। ଇସ୍ରାଏଲ ହିଜବୋଲା ବିରୁଦ୍ଧରେ ଅଭିଯାନକୁ ବୃଦ୍ଧି କରୁଥିବା ସମୟରେ ବିସ୍ଫୋରଣ ଘଟିଛି।

ସୀମା ନିକଟବର୍ତ୍ତୀ ସହରଗୁଡ଼ିକୁ ଖାଲି କରିବାକୁ ହିଜବୋଲା ଇସ୍ରାଏଲୀମାନଙ୍କୁ ଚେତାବନୀ ଦେଇଛି। ଲେବାନନର ହିଜବୋଲା ଶୁକ୍ରବାର ସକାଳେ ଏହାର ଟେଲିଗ୍ରାମ ଚ୍ୟାନେଲରେ ହିବ୍ରୁ ଭାଷାରେ ଏକ ବାର୍ତ୍ତା ପୋଷ୍ଟ କରି ଇସ୍ରାଏଲୀମାନଙ୍କୁ ଦୁଇ ଦେଶ ମଧ୍ୟରେ ସୀମାର ୫ କିଲୋମିଟର ମଧ୍ୟରେ ଥିବା ସହରଗୁଡ଼ିକୁ ଖାଲି କରିବାକୁ ଚେତାବନୀ ଦେଇଛି। ଇସ୍ରାଏଲୀମାନେ ବେରୁତର ଦକ୍ଷିଣ ଅଞ୍ଚଳ ଛାଡ଼ିବାକୁ ଚେତାବନୀ ଦେବା ପରେ ହିଜବୋଲାର ଏହି ବାର୍ତ୍ତା ଆସିଛି, ଯାହା ଫଳରେ ରାଜଧାନୀର ଦାହିୟାହ ନାମକ ଏକ ଅଂଶରୁ ଖାଲି କରିବାକୁ ବାଧ୍ୟ ହୋଇଛି।

ରାସ୍ତା କଡ ବୁଦାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସ ମିଲ ଛକ ରାସ୍ତା କଡ ବୁଦାରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ପରିଚୟ ମିଳିପାରିନଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅଭିଯୋଗ ପାଇବା ପରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ବୟସ ପ୍ରାୟ ୨୫ ବର୍ଷ ହୋଇଥିବା ସୂଚନା ମିଳିଛି । କେହି ଦୁର୍ବୃତ୍ତ ଯୁବତୀଙ୍କୁ ହତ୍ୟା କରି ବୁଦାରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

ମିଠା ଦୋକାନୀଙ୍କୁ ଆକ୍ରମଣ ଘଟଣା, ପୂର୍ବ ଶତ୍ରୁତାରୁ ଆକ୍ରମଣ କରାଯାଇଥିବା ସନ୍ଦେହ..

ଭୁବନେଶ୍ଵର : ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରରେ ମିଠା ଦୋକାନୀଙ୍କୁ ଆକ୍ରମଣ ଘଟଣା। ଘଟଣା ଘଟିବା ପରର Exclusive ଭିଜୁଆଲ ଲାଗିଛି ନନ୍ଦିଘୋଷ ଟିଭି ହାତରେ। ଆହତ ମିଠା ଦୋକାନୀ ହେଲେ ଦିଲୁ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ସିସିଟିଭି ଯାଞ୍ଚ କରିଛି । ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ମଧ୍ୟ ମିଳିଛି । ପୂର୍ବରୁ ଦିଲୁଙ୍କୁ ଟାର୍ଗେଟ କରିଥିଲେ ଅଭିଯୁକ୍ତ । ଖୁବଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ । ମିଠା କିଣାକୁ ନେଇ ବଚସା ପରେ ହାଣିଥିଲେ ଦୁର୍ବୁତ୍ତ । ପୂର୍ବ ଶତ୍ରୁତାରୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।