spot_img
Home Blog Page 1350

ପତ୍ନୀର ତଣ୍ଟି କାଟି ହତ୍ୟା କଲେ ସ୍ବାମୀ !

ବରଗଡ଼: ପାରିବାରିକ କଳହରୁ ପତ୍ନୀଙ୍କ ତଣ୍ଟି କାଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ । ଶବରୁ ଦୁର୍ଗନ୍ଧ ବାହାରୁ ଥିବାରୁ କିଛିଦିନ ଆଗରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଘଟଣା ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ କେନକେଡା ଗାଁରେ ଘଟିଛି । ମୃତ ମହିଳାଙ୍କ ନାଁ ଚନ୍ଦ୍ରକାନ୍ତି ସାହୁ ।

ପାରିବାରିକ କଳହରୁ ଚନ୍ଦ୍ରକାନ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶବକୁ ଦେଖିଲେ ଓ ଏଥିରୁ ଦୁର୍ଗନ୍ଧ ବାହାରୁ ଥିବାରୁ ତାଙ୍କୁ ଦୁଇଦିନ ପୂର୍ବରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇବା ପରେ ଗାଇସିଲେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହାସହ ଏକ ମାମଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ମାଲକାନଗିରି ବଣ୍ଡାଘାଟି ଅଞ୍ଚଳରେ ୧୨ ହଜାରରୁ ଅଧିକ ମହିଳା ସୁଭଦ୍ରା ପାଇଁ ଆବେଦନ କରିଛନ୍ତି । ଏଠାରେ ୯ ହଜାର ମହିଳା ପାଇଛନ୍ତି ପ୍ରଥମ କିସ୍ତି । ୩ ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଛି ।

ଏଠାରେ ପାନୀୟ ଜଳ ଓ ସ୍କୁଲ ସମସ୍ୟା, ଇଣ୍ଟରନେଟ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା ୨୦ ଲକ୍ଷରୁ ଅଧିକ ଲୋକଙ୍କୁ ମିଳିବ । ପ୍ରସ୍ତୁତି ଚାଲିଛି, ସମସ୍ତଙ୍କୁ ସୁଯୋଗ ଦିଆଯିବ । ଯାଞ୍ଚରେ ଟିକିଏ ଡେରି ହେଇଛି । ୩୦ ତାରିଖ ସୁଦ୍ଧା ସବୁ ସାରିବାକୁ ଲକ୍ଷ୍ୟ ରହିଛି । ସବୁ ଭେରିଫିକେସନ୍ ଯଦି ସରିଲା ଜାନୁଆରୀରେ ମିଳିବା ଆଶା ରହିଛି ।

EPFO ଜାଲିଆତି: ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି

ନୂଆଦିଲ୍ଲୀ: ଭବିଷ୍ଯନିଧି ପାଣ୍ଠି (EPFO) ଜାଲିଆତି ମାମଲା । ପୂର୍ବତନ କ୍ରିକେଟର  ରବିନ ଉଥାପ୍ପାଙ୍କ ବିରୋଧରେ ଜାରି ହେଲା ଆରେଷ୍ଟ  ଓ୍ବାରେଣ୍ଟ । ଆଞ୍ଚଳିକ ପ୍ରୋଭିଡେଣ୍ଡ ଫଣ୍ଡ କମିଶନର ଏହି ଗିରଫ କରଓ୍ବାନା କାରି କରିଛନ୍ତି । ଆସନ୍ତା ଡିସେମ୍ବର ୨୭ ସୁଦ୍ଧା ୨୪ ଲକ୍ଷ ବକେୟା ଅର୍ଥ ତୁରନ୍ତ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଚେତ ଗିରଫ ପାଇଁ ଚେତାବନୀ ଦିଆଯାଇଛି ।

ନିଜ ଦ୍ବାରା ପରିଚାଳିତ ଏକ କପଡା କମ୍ପାନୀର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିକୁ ଜାଲିଆତି କରିବା ନେଇ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଥିଲା । ବେଙ୍ଗାଳୁରୁରେ ଉଥାପ୍ପାଙ୍କ ରହିଛି ସେଣ୍ଟାଉର୍ସ ଲାଇଫ ଷ୍ଟାଇଲ ବ୍ରାଣ୍ଡସ୍ ପ୍ରାଇଭେଟ ଲିମିଟେଡ କପଡା କମ୍ପାନୀ । ତେବେ ସେ କର୍ମଚାରୀଙ୍କ ପ୍ରାୟ ୨୪ ଲକ୍ଷ ଟଙ୍କା ଦାଖଲ କରି ନଥିଲେ । କର୍ମଚାରୀଙ୍କଠାରୁ ପିଏଫ ବାବଦ ଅର୍ଥ ଆଦାୟ ହୋଇଥିଲେ ବି ଇପିଏଫଓ ନିକଟରେ ସେ ଏହି ଅର୍ଥ ଦାଖଲ କରି ନଥିଲେ ।

ୟୁରୋପକୁ ଡୋନାଲ୍ଡ ଟ୍ରମ୍ପଙ୍କ ନାଲିଆଖି, ଅଧିକ ଶୁଳ୍କ ଲାଗୁ କରିବାକୁ ଧମକ

ଓ୍ବାସିଂଟନ: ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଏବେ ସବୁଠି ଛାନିଆ । ସେ ଶତ୍ରୁ ଦେଶ ହୁଅନ୍ତୁ ବା ମିତ୍ର ଦେଶ । ଟ୍ରମ୍ପଙ୍କୁ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ । ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ସାରା ୟୁରୋପକୁ ନାଲି ଆଖି ଦେଖାଇଛନ୍ତି ଟ୍ରାମ୍ପ ।

ଆମେରିକୀୟ ତୈଳ ଓ ଗ୍ୟାସ କ୍ରୟ ପରିମାଣ ବୃଦ୍ଧି ନକଲେ ୟୁରୋପୀୟ ରାଷ୍ଟ୍ରଗୁଡିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ । ଆମେରିକା ସହ ଟ୍ରେଡ ଗ୍ଯାପ ହ୍ରାସ କରିବା ଲାଗ ଟ୍ରମ୍ପ ଆଗୁଆ ଏହି ସୂଚନା ଦେଇଛନ୍ତି ।

ଗତ ନଭେମ୍ବରରେ ଟ୍ରମ୍ପ ଦେଇଥିବା ଏକ ଧମକକୁ ନେଇ ଛାନିଆ ହୋଇଥିଲେ କାନାଡା ଓ ମେକ୍ସିକୋ । ଡ୍ରଗ୍ସ ଓ ସୀମା ପରିଚାଳନାକୁ ନେଇ ଟ୍ରମ୍ପ କହିଥିଲେ, ଯଦି କାନାଡା ଓ ମେକ୍ସିକୋ ଏହାର ସଠିକ୍ ନିୟନ୍ତ୍ରଣ ନ କରନ୍ତି ତେବେ ଆମଦାନୀ କ୍ଷେତ୍ରରେ ଏହି ଦୁଇ ଦେଶ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବ । ଆମେରିକା ଅଧିକ ତୈଳ ଉତ୍ପାଦନ କରୁଥିଲେ ବି ଜୀବାଶ୍ମ ଜାଳେଣି ଉତ୍ପାଦନ ବଢ଼ାଇବା ଲାଗି ପୂର୍ବରୁ ଟ୍ରମ୍ପ ସୂଚନା ଦେଇଥିଲେ । ନିର୍ବାଚନ ପୂର୍ବରୁ ତୈଳ ଉତ୍ପାଦନ କ୍ଷେତ୍ରରେ କଟକଣା କୋହଳ ଲାଗି ପ୍ରତିଶ୍ରୁତି ଦେଇଥିଲେ ଟ୍ରମ୍ପ । ଆମେରିକାଠାରୁ ୟୁରୋପୀୟ ରାଷ୍ଟ୍ର ଯେତିକି ଆମଦାନୀ କରୁଛନ୍ତି ତା’ଠାରୁ ଅଧିକ ଆମେରିକାକୁ ରପ୍ତାନୀ କରୁଥିବାରୁ ଟ୍ରମ୍ପଙ୍କ ଏହି ଘୋଷଣା ୟୁରୋପ ଲାଗି ଚିନ୍ତାର କାରଣ ହୋଇଛି ।

ବର୍ଷାରେ ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ, ଚାଷୀ ମୁଣ୍ଡରେ ଚଡକ

ଭଦ୍ରକ: ଦାଉ ସାଧୁଛି ବର୍ଷା । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଦୁଇ ଦିନ ଧରି ଲାଗିରହିଛି ଲଗାଣ ବର୍ଷା । ଧାନ ଅମଳ ବେଳକୁ ଅଦିନିଆ ବର୍ଷା ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଯାହାର ପ୍ରଭାବ ଭଦ୍ରକ ଜିଲ୍ଲା ଆରଡି, ତିହିଡି ସମେତ ଧାମନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ପାଚିଲା ଧାନକୁ କିପରି ବର୍ଷା ଦାଉରୁ ରକ୍ଷା କରିବେ ସେଥିପାଇଁ କିଏ ପଲିଥିନ ଢାଙ୍କୁଛି ତ ଆଉ କିଏ ବସ୍ତାରେ ଧାନକୁ ସାଉତୁଛି ।

ଅନ୍ୟପଟେ ଯାଜପୁରରେ ମଧ୍ୟ ଏକର ଏକର ଜମିରେ ଧାନ ଭିଜୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସେହିପରି ମୁନିଗୁଡାରେ ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କିପରି ସୁରକ୍ଷା ଦେବେ ସେଥିପ୍ରତି ଲାଗି ପଡିଛନ୍ତି । କଟକ ନିଆଳିରେ ଶହ ଶହ ହେକ୍ଟର ଜମିରେ ହୋଇଥିବା ଧାନ ଫସଲ ପାଣିରେ ଭିଜୁଛି । ବର୍ଷକର ରୋଜଗାର ଆଖି ଆଗରେ ନଷ୍ଟ ହୋଇଯାଉଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । କାମାକ୍ଷାନଗର ଅଞ୍ଚଳରେ ମଧ୍ୟ ସ୍ଥିତି ସମାନ ରହିଛି ।

ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ରୁଷିଆ ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ। ରୁଷିଆର କାଜନ ସହର ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ହୋଇଛି । ଋଷର କଜାନ ସହରରେ ୯/୧୧ ଭଳି ଆକ୍ରମଣ ହୋଇଛି । ୩ଟି ବହୁତଳ ପ୍ରାସାଦକୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି । ଡ୍ରୋନରେ ବିଲଡିଂକୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏନେଇ ରୁଷିଆ ୟୁକ୍ରେନକୁ ଦୋଷ ଦେଇଛି । ୮ଟି ଆକ୍ରମଣ ନେଇ ଗଣମାଧ୍ୟମରେ ସୂଚନା ମିଳିଛି ।

ଋଷ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, କାଜନ ସହରରେ ହୋଇଥିବା ଆକ୍ରମଣରେ ଋଷର ବାୟୁସେନାଙ୍କ ଦ୍ୱାର ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଦିଆଯାଇଛି । ଏହି ଡ୍ରୋନ ଆକ୍ରମଣରେ କେହି ମୃତହାତ ହୋଇନଥିବା ସୂଚନା ମିଳିଛି ।

ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭଗବାନଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ପୁଣି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଛି । ତିନିଟି ହିନ୍ଦୁ ମନ୍ଦିରରେ ଥିବା ୮ଟି ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ବାଂଲାଦେଶର ମିମେନସିଂ ଓ ଦିନାଜପୁରରେ ଏହି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଥିବାବେଳେ ମନ୍ଦିରଗୁଡିକୁ ବି ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ । ମିମେନସିଂର ହଳୁଆଘାରେ ଥିବା ଦୁଇଟି ମନ୍ଦିର ଓ ସକୁଆରେ ଥିବା ଗୋଟିଏ ମନ୍ଦିରର ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି । ବିଲଦୋରାସ୍ଥି ପୋଲସକନ୍ଦା ମନ୍ଦିରରେ ବି ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଛି ।

ଗତ ମଙ୍ଗଳବାର ଦିନାଜପୁରରେ ଥିବା ଝାରବାରି ଶାସନ କାଳୀ ମନ୍ଦିରରେ ଦୁର୍ବୃତ୍ତମାନେ ୫ଟି ମୂର୍ତ୍ତି ଭାଙ୍ଗିଥିିଲେ । ଗତ ସପ୍ତାହରେ ସୁନାମଗଞ୍ଜ ଜିଲ୍ଲାରେ ହିନ୍ଦୁମାନଙ୍କ ଘର ଓ ଦୋକାନ ଉପରେ ଆକ୍ରମଣ କରାଯିବା ସହ ମନ୍ଦିରଗୁଡିକୁ ଭାଙ୍ଗିଥିଲେ ଦୁର୍ବୃତ୍ତ । ଗତ ଅଗଷ୍ଟରେ ଶେଖ ହସିନା ସରକାରର ପତନ ପରଠାରୁ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି ।

ପୁଣି ବଢ଼ିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ; ଦିଲ୍ଲୀ ମଦ ନୀତି ମାମଲାରେ ମାମଲା ରୁଜୁ ଲାଗି ଇଡିକୁ ଅନୁମତି

ନୂଆଦିଲ୍ଲୀ: ପୁଣି ବଢ଼ିଲା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ ଲାଗି ଅନୁମତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ ଲେଫଟନାଣ୍ଟ ଗଭର୍ଣ୍ଣର ଏଲଜି ଭି.କେ. ସକ୍ସେନା । ୫ ଡିସେମ୍ୱରରେ ଇଡି କେଜ୍ରେୱାଲଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଅନୁମତି ମାଗିଥିଲେ ।

ସୂଚନାଯୋଗ୍ୟ: ଦିଲ୍ଲୀ ମଦ ନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଥିଲେ। ଗତ ସେପ୍ଟେମ୍ବର ୧୩ରେ ଜେଲରୁ ମୁକୁଳିଥିଲେ କେଜ୍ରିୱାଲ ।

ସୃଜନ ୨୦୨୪ ପ୍ରତିଯୋଗିତା ଆୟୋଜିତ, ଅଧ୍ୟୟନରତ ବିଦ୍ୟାର୍ଥୀଙ୍କୁ ପ୍ରଶିକ୍ଷଣ ଦେଲା ଆଲୁମିନା ଅନୁଷ୍ଠାନ

ଭୁବନେଶ୍ୱର: ବିଜେବି କଲେଜରେ ଏକ ପ୍ରଶିକ୍ଷଣ ଭିତ୍ତିକ ସୃଜନ ୨୦୨୪ ପ୍ରତିଯୋଗିତା ଆୟୋଜିତ। ଶୁକ୍ରବାର ସୃଜନ ୨୦୨୪ (ଲେଖିବା..ପଢ଼ିବା..କହିବା) କାର୍ଯ୍ୟକ୍ରମ ହୋଇଛି । ବିଜେବି ଏମଏଜେଏମସି ଆଲୁମିନା ଆସୋସିଏସନ୍ ଦ୍ବାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ଅଧ୍ୟୟନରତ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ସମ୍ବାଦ ଲେଖନୀ, ନ୍ୟୁଜ୍ ଆଙ୍କରିଂ ଓ ନ୍ୟୁଜ୍ ରିପୋର୍ଟିଂ ଭଳି ପ୍ରତିଯୋଗିତା ହୋଇଥିଲା। ଜଜ୍ ଭାବେ ବିଜେବି କଲେଜର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡ଼ ନଳୀନ କୁମାର ପାତ୍ର, ପ୍ରଧ୍ୟାପିକା ରାଜଲକ୍ଷ୍ମୀ ଦାସ ଏବଂ ଆଲୁମିନାର ସଦସ୍ୟ ତଥା ସାମ୍ବାଦିକା ସୈମ୍ୟା ତ୍ରିପାଠୀ, ତପନ କର, ସୁପ୍ରିୟା ରାଉତରାୟ, ସଭାପତି ଦିଲ୍ଲୀପ ରାଉତ, ଯୁଗ୍ମ ସମ୍ପାଦକ ବିବର୍ତ୍ତନ ପଣ୍ଡା ଓ ଅର୍ଥ ସମ୍ପାଦକ ଶାନ୍ତସ୍ଵରୁପ ରାଉତ ପ୍ରମୁଖ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। କୃତି ବିଦ୍ୟାର୍ଥୀଙ୍କୁ ଅତିଥି ମାନଙ୍କ ଦ୍ବାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

କେବଳ ପ୍ରତିଯୋଗିତା ଉଦ୍ଦେଶ୍ୟ ନୁହଁ ବରଂ ବିଦ୍ୟାର୍ଥୀ ମାନେ ସାମ୍ବାଦିକତା କ୍ଷେତ୍ରରେ କିପରି ଦକ୍ଷ ହୋଇପାରିବେ ସେ ଦିଗରେ ଆଲୁମିନା ସଦସ୍ୟ ପରାମର୍ଶ ଓ ଗୁରୁ ମନ୍ତ୍ର ଦେଇଥିଲେ। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଲିପୁନ୍ କୁମାର ପରିଡ଼ା ପରିଚାଳନା କରିଥିବା ବେଳେ ସଦସ୍ୟ ନିଶିକାନ୍ତ ତାରେଣିଆ ଧନ୍ୟବାଦ ଅର୍ପଣ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଆଲୁମିନାର ସଦସ୍ୟ ଅଭିଜିତ ଦେବତା, ସିମାଂଚଳ ଭୋଇ ସମୀମ୍ ଅଖତର ଓ ସୁନୀତା ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଖ୍ରୀଷ୍ଟମାସ୍ ଲାଗି ବଜାରରେ ଗହଳି ଥିବା ବେଳେ ମାଡିଗଲା କାର୍, ୨ ମୃତ

ନନ୍ଦିଘୋଷ ବ୍ୟୁରୋ: ଜର୍ମାନୀର ମାଗଦେବର୍ଗରେ ଆତଙ୍କରାଜ। ଖ୍ରୀଷ୍ଟମାସ୍ ଲାଗି ବଜାରରେ ଗହଳି ଲାଗି ରହିଥିବାବେଳେ ଏକ ଦ୍ରୁତଗାମୀ କାର ମାଡିଯାଇ ଜଣେ ଶିଶୁ ସମେତ ୨ ମୃତ। ଘଟଣାରେ ଆହତ ହୋଇଛନ୍ତି ୭୦ରୁ ଅଧିକ ଲୋକ। ଏହି ଘଟଣାରେ ତାଲେବ ନାମକ ଜଣେ ସାଉଦି ଡାକ୍ତରଙ୍କୁ ଜର୍ମାନୀ ପୋଲିସ ଗିରଫ କିରଛି। ଅଭିଯୁକ୍ତ ଡାକ୍ତର ଜର୍ମାନୀର ଜଣେ ସ୍ଥାୟୀ ନାଗରିକ ଭାବେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ବାସ କରୁଥିଲେ ବୋଲି ସୂଚନା ମିଳିଛି। ପ୍ରଥମେ ଏହି ଘଟଣାରେ ୧୧ ଜଣ ପ୍ରାଣ ହରାଇଥିଲେ ବୋଲି ପ୍ରସାରିତ ହୋଇଥିଲା। ମାତ୍ର ୨ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁଯାୟୀ, ମାର୍କେଟରେ ଶହ ଶହ ଲୋକ ଥିବାବେଳେ ବିଏମଡବ୍ଲୁ କାରଟି ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ମାଡିଯାଇଥିଲା। ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ। ତାଲେବ ୨୦୦୬ରୁ ଜର୍ମାନୀରେ ବାସ କରିଆସୁଥିଲା। ସୂଚନା ମୁତାବକ ଆତଙ୍କବାଦୀ ଲିଙ୍କରେ ତାଲେବ ଥିଲା ସାଉଦିଆରବର ୱାଣ୍ଟେଡ ଅପରାଧୀ। ସେ ଆତଙ୍କୀ କାର୍ଯ୍ୟକଳାପରେ ସାମିଲ ହେବା ସହ ମଧ୍ୟପ୍ରାଚ୍ୟରୁ ୟୁରୋପୀୟ ରାଷ୍ଟ୍ରକୁ ଯୁବତୀ ଚାଲାଣ ରାକେଟରେ ସାମିଲ ଥିଲା। ତେବେ ତାଲେବକୁ ସାଉଦିଆରବ ହାତରେ ପ୍ରତ୍ୟର୍ପଣ କରିବା ଲାଗି ଜର୍ମାନୀ ଅଗ୍ରାହ୍ୟ କରିଥିଲା। ୮ ବର୍ଷ ତଳେ ଆନିସ ଆମ୍ରି ନାମକ ଟ୍ୟୁନିସିଆର ଜଣେ ଯୁବକ ବର୍ଲିନର ଖ୍ରୀସମାସ ମାର୍କେଟରେ କାର୍ ଚଢାଇ ଦେବାରୁ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।