spot_img
Home Blog Page 1413

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ : ମାଛ ନ ଦେବାରୁ ପନିକିରେ ହାଣିଦେଲା !

ଭୁବନେଶ୍ବର : ମାଛ ନ ଦେବାରୁ ହତ୍ୟା। ଭୁବନେଶ୍ବର ଡମଣା ନିକଟ ମା ତାରାଦେଇ ହୋଟେଲରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ବିଳମ୍ୱିତ ରାତିରେ ଶୋଇଥିବା ଅବସ୍ଥାରେ ପନିକିରେ ହାଣି ହତ୍ୟା। ମୃତ ବ୍ୟକ୍ତି ପିତାମ୍ବର ଜେନା। ଘର ଭଞ୍ଜନଗର ଅଞ୍ଚଳରେ। ବିଳମ୍ୱିତ ରାତିରେ ଅଭିଯୁକ୍ତ ମାଛ ମାଗିଥିଲା ହେଲେ ପିତାମ୍ବର ଦେବାକୁ ମନା କରିଥିଲେ। ଏହା ପରେ ରାଗ ରଖି ଶୋଇଥିବା ଅବସ୍ଥାରେ ହତ୍ୟା କରିଛି ଅଭିଯୁକ୍ତ। ଦୀର୍ଘ ୧୫ ବର୍ଷ ହେବ ଏହି ହୋଟେଲରେ କାମ କରୁଥିଲେ ପୀତାମ୍ବର। ଅଭିଯୁକ୍ତ ମଧ୍ୟ ଏହି ହୋଟଲରେ କାମ କରୁଥିଲା। ଅଭିଯୁକ୍ତକୁ ଧରି ପୋଲିସ ଛାନବିନ ଆରମ୍ଭ କରିଛି।

ଗାଜା ଉପରେ ଇସ୍ରାଏଲର ଆକ୍ରମଣ : ୭୮ ମୃତ, ଲୋକଙ୍କ ପାଖରେ ନାହିଁ ଖାଦ୍ୟ, ଜଳ ଏବଂ ଔଷଧ

ନନ୍ଦିଘୋଷ ବ୍ୟୁରୋ : ୨୦୨୩ ମସିହା ଅକ୍ଟୋବର ୭ରେ ହାମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ପ୍ରାୟ ୧୩୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଲଗାତାର ଘାଜା ଉପରେ ଆକ୍ରମଣ କରୁଛି । ଗତ ସପ୍ତାହରେ ଇସ୍ରାଏଲ ଉତ୍ତର ଗାଜାରେ ଏକ ପ୍ରମୁଖ ଭୂମି ଅଭିଯାନ ଆରମ୍ଭ କରିଛି ।  ଇସ୍ରାଏଲର ଲକ୍ଷ୍ୟ ହେଉଛି ହାମାସକୁ ମୂଳୋତ୍ପାଟନ କରିବା ।ଏହି ଯୁଦ୍ଧ ଆରମ୍ଭ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଯାଇଛି, ଯେଉଁ କାରଣରୁ ଗାଜାର ଅବସ୍ଥା ବିଗିଡି ଯାଉଛି । ପର୍ଯ୍ୟାପ୍ତ ସହାୟତା ଗାଜାରେ ପହଞ୍ଚୁନାହିଁ  ।

ଗାଜା ଉପରେ ହାମଲାକୁ ଇସ୍ରାଏଲ ଜୋରଦାର କରିଛି । ଏହି କ୍ରମରେ ମଙ୍ଗଳବାର ଦିନ ଇସ୍ରାଏଲ୍ ଉତ୍ତର ଗାଜା ଷ୍ଟ୍ରିପରେ ଆକ୍ରମଣ କରିଥିଲା ​​ଯେଉଁଥିରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଅନେକ ଶିଶୁ ଓ ମହିଳା ପ୍ରାଣ ହରାଇଛନ୍ତି । ଗାଜାରେ ମୌଳିକ ଜିନିଷର ଉପଲବ୍ଧତା ମଧ୍ୟ ଚିନ୍ତାର ବିଷୟ ପାଲଟିଛି  । UNRWA ମୁଖପାତ୍ର ଜନ୍ ଫାଉଲର କହିଛନ୍ତି ଯେ, ଯଦି ଗାଜାରେ ମାନବିକ କାର୍ଯ୍ୟ ବିଫଳ ହୁଏ ତେବେ ଏହା ଏକ ବଡ ବିପର୍ଯ୍ୟୟ ହେବ ।

ଗାଜାର ଅବସ୍ଥା ଏତେ ଖରାପ ହେବାରେ ଲାଗିଛି ଯେ, ସେଠାରେ ଥିବା ଲୋକମାନେ ଖାଦ୍ୟ, ଜଳ ଏବଂ ଔଷଧ ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି । ଖବର ଅନୁଯାୟୀ, ଖାଦ୍ୟ, ଜଳ ଏବଂ ଔଷଧ ଯୋଗାଉଥିବା ଜାତିସଂଘର ମୁଖ୍ୟ ଏଜେନ୍ସି ସହିତ ସମ୍ପର୍କ ଛିନ୍ନ କରିବା ଏବଂ ଏହାକୁ ଇସ୍ରାଏଲ୍ ମାଟିରୁ ନିଷିଦ୍ଧ କରିବା ପାଇଁ ଇସ୍ରାଏଲର ଆଇନଜୀବୀମାନେ ଦୁଇଟି ଆଇନ ପ୍ରଣୟନ କରିଥିଲେ । ଇସ୍ରାଏଲ୍ ଗାଜା ଏବଂ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କକୁ ନିୟନ୍ତ୍ରଣ କରେ । ଏହି କାରଣରୁ ଇସ୍ରାଏଲ ଏଠାରେ ନିଜର ନିୟମ ତିଆରି କରୁଛି  । ଏଥି ସହିତ ଲେବାନନର ସ୍ଥିତି ମଧ୍ୟ ଭଲ ନୁହେଁ  । ହିଜବୁଲ ମଙ୍ଗଳବାର ଦିନ ଘୋଷଣା କରିଛି ଯେ, ଏହାର ପୁରୁଣା ନେତା ହାସନ ନାସରାଲ୍ଲାଙ୍କ ସ୍ଥାନରେ ଶେଖ ନଇମ କାସୀମଙ୍କୁ ଚୟନ କରାଯାଇଛି । ଗତ ମାସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନାସରାଲ୍ଲାଙ୍କର ମୃତ୍ୟୁ ହୋଇଥିଲା। ବିଜୟ ହାସଲ ନହେବା ପର୍ଯ୍ୟନ୍ତ ହିଜବୁଲ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି ।

ଆଇପିଏଲ୍ ୨୦୨୫ : CSKର ବଡ ସୂଚନା ! ଏହି ସବୁ ଖେଳାଳି ହେବେ ରିଟର୍ଣ୍ଣ…

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ 2୦୨୫ ମେଗା ନିଲାମ ପୂର୍ବରୁ, ସମସ୍ତ ଦଳ ସେମାନଙ୍କ ଖେଳାଳିଙ୍କୁ ଦଳରେ ବଜାୟୀ ରଖିବାକୁ ଚାହିଁବେ । ୩୧ ଅକ୍ଟୋବର ସୁଦ୍ଧା ସେମାନଙ୍କ ସଂରକ୍ଷିତ ଖେଳାଳିଙ୍କ ତାଲିକା ବିସିସିଆଇରେ ଦାଖଲ କରିବାକୁ ଯାଉଛନ୍ତି  । ଏଥର ସମସ୍ତ ଫ୍ରାଞ୍ଚାଇଜ୍ ସର୍ବାଧିକ ୬ ଖେଳାଳିଙ୍କୁ ରଖିବା ପାଇଁ ଅନୁମତି ଦିଆଯାଇଛି । କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ତାଲିକାରେ ଉପରେ ପ୍ରଶଂସକଙ୍କ ନଜର ରହିଛି ।

ଏଥର CSK ଏହାର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ରିଟର୍ଣ୍ଣ କରିପାରେ । ସଂରକ୍ଷଣ ତାଲିକା ପ୍ରକାଶନର ଗୋଟିଏ ଦିନ ପୂର୍ବରୁ, CSK ଏକ ବଡ଼ ସୂଚନା ଦେଇଛି  । ଯାହାକୁ ନେଇ ପ୍ରଶଂସକ ମଧ୍ୟରେ କଳ୍ପନା ଆରମ୍ଭ ହୋଇଯାଇଛି ।

ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏହାର X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛି  । ଯେଉଁଥିପାଇଁ ପ୍ରଶଂସକଙ୍କ ମଧ୍ୟରେ ଟିକିଏ ହଲଚଲ ଦେଖାଦେଇଛି  । CSK ଏହି ପୋଷ୍ଟରେ କିଛି ଇମୋଜି ସାମିଲ କରିଛି  । ଏକେଉଁ ଖେଳାଳିଙ୍କୁ CSK ରଖିବାକୁ ଯାଉଛି ତାକୁ ନେଇ ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଛନ୍ତି ।

ଏଥର ରବିନ୍ଦ୍ର ଜାଡେଜା, ରୁତୁରାଜ ଗାଇକୱାଡ, ମାଥିଶା ପାଥିରାନା, ରାଚିନ୍ ରବିନ୍ଦ୍ର ଏବଂ ଏମଏସ ଧୋନି ଦଳରେ ରହିବା ନେଇ କିଛି ପ୍ରଶଂସକ ବିଶ୍ବାସ କରନ୍ତି । CSK ଏପରି ପୋଷ୍ଟ ପ୍ରଥମ ଥର ପାଇଁ ସେୟାର କରିନି । ଏହା ପୂର୍ବରୁ ୨୦୨୨ ମସିହାରେ, ଏହିପରି ଇମୋଜି  ଥାଇ ଏକ ପୋଷ୍ଟ CSK ଦ୍ୱାରା ଅଂଶୀଦାର କରାଯାଇଥିଲା  । ଏପରିକି ସେହି ସମୟରେ ପ୍ରଶଂସକଙ୍କ ପୂର୍ବାନୁମାନ ଅନୁଯାୟୀ ପ୍ରାୟ ସମାନ ଖେଳାଳିଙ୍କୁ ରଖାଯାଇଥିବାର ଦେଖାଯାଇଥିଲା । CSK ପୁନର୍ବାର ପୁରୁଣା ପୋଷ୍ଟ ସେୟାର କରିଥିବା କିଛି ପ୍ରଶଂସକ ବିଶ୍ବାସ କରନ୍ତି  ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି

ପୁରୀ : ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ  । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରିବେ ।  ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ  ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ଓ ଏକ ସ୍ୱତନ୍ତ୍ର ନୀତି ହୋଇଥିବାରୁ  ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପ୍ରାୟ ପାଞ୍ଚ ଘଣ୍ଟା ଧରି ଏହି ନୀତି ଚାଲିବାକୁ ଥିବାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ପରେ  ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁନର୍ବାର ଦର୍ଶନ ଆରମ୍ଭ ହେବ |

 

ଦୁଇ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ, ୫ ମୃତ

ସୁନ୍ଦରଗଡ : ଗୋଷ୍ଠୀ ସଂଘର୍ଷରେ ୫ ମୃତ। ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ପାଞ୍ଚ ଜଣଙ୍କ ମୃତ୍ଯୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ରହିଛନ୍ତି। ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ଘଟିଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ଚାରି ଜଣ ଶିଶୁଙ୍କୁ ନେଇ ଫେରାର ମାରିଛନ୍ତି। ଧରିବାକୁ ପୋଲିସ ତନାଘନା ଜାରି ରହିଛି। ସଦର ଏସଡିପିଓ, ୫ ଆଇଆଇସି, ୪ ପ୍ଲାଟୁନ ପୋଲିସ ଫୋର୍ସକୁ ନେଇ ଟିମ୍ ଗଠନ କରି ହତ୍ୟାକାରୀଙ୍କୁ ବିଭିନ୍ନ ସ୍ଥାନରେ ଖୋଜୁଛନ୍ତି। ମେଡିକାଲରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ପହଂଚି ତନାଘନା କରିଛନ୍ତି। ଗତ କିଛି ମାସ ଧରି ମହାରାଷ୍ଟ୍ରର ୱାର୍ଦ୍ଧା ଅଞ୍ଚଳର ଏକ ଯାଯାବର ଦଳ ଆସି କରମଡିହି ନିକଟରେ ତମ୍ବୁ ଲଗାଇ ରହି ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅବିନାଶ ପାୱାର ନାମକ ବ୍ୟକ୍ତିଙ୍କ ପ୍ରଥମ ସ୍ତ୍ରୀ ଗୋଟିଏ ପୁଅକୁ ନେଇ ଅନ୍ୟ କାହା ସହିତ ପଳାଇ ଯାଇଥିଲେ। ଏହାପରେ ଅବିନାଶ ଆଉ ଜଣେ ମହିଳାଙ୍କ ସହ ରହି ଆସୁଥିଲେ।
ତେବେ ଦ୍ବିତୀୟ ସ୍ତ୍ରୀକୁ ନେଇ ଆଉ ଏକ ଗୋଷ୍ଠୀ ସହିତ ବିବାଦ ଲାଗି ରହିଥିଲା। ଗତକାଲି ରାତି ପ୍ରାୟ ୧୧ ଟା ବେଳେ ସମସ୍ତେ ଶୋଇଥିବା ବେଳେ ହଠାତ୍ କିଛି ଲୋକ ଆସି ଅବିନାଶଙ୍କ ଉପରକୁ ଦ୍ବାରା ଆକ୍ରମଣ କରିଥିଲେ। ଯାହା ଫଳରେ ତିନି ମହିଳାଙ୍କ ସହିତ ପାଞ୍ଚ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଦୁଇ ଶିଶୁଙ୍କ ସମେତ ଅବିନାଶ ଓ ଜଣେ ମହିଳା ଆହତ ହୋଇଛନ୍ତି।ଘଟଣା ପରେ ଅନ୍ୟ ଏକ ଗୋଷ୍ଠୀ ଫେରାର ମାରିଛନ୍ତି।

ନଇମ କ୍ଵାସିମ ହେବେ ହିଜବୁଲ୍ଲାର ନୂଆ ମୁଖ୍ୟ

ନନ୍ଦଘୋଷ ବ୍ୟୁରୋ : ନଇମ କ୍ଵାସିମ ହେବେ ଲେବାନନ ସନ୍ତ୍ରାସବାଦୀ ଗୋଷ୍ଠୀ ହିଜବୁଲ୍ଲାର ନୂଆ ମୁଖ୍ୟ । ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲାର ମୁଖ୍ୟ ଭାବେ କାମ କରୁଥିବା ହାସନ ନସରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ ଏବେ ହାସନ ନସ୍ରଲ୍ଲାଙ୍କ ସ୍ଥାନ ନଇମ କ୍ୱାସିମ ନେବେ । ଇରାନ ସମର୍ଥିତ ସଂଗଠନ ହିଜବୁଲ୍ଲାର ନୂଆ ମୁଖ୍ୟ ଭାବେ ଚୟନ ହୋଇଛନ୍ତି ନଇମ କ୍ୱାସିମ। ବର୍ତ୍ତମାନ ସେ ହିଜବୁଲ୍ଲାର ଉପ ମହାସଚିବ ଓ ସେକେଣ୍ଡ ଇନ କମାଣ୍ଡ ଭାବେ କାମ କରୁଛନ୍ତି। ବରିଷ୍ଠ ଓ ଅଭିଜ୍ଞତା ଦୃଷ୍ଟିରୁ ସେ ହିଜବୁଲ୍ଲାର ମୁଖ୍ୟ ଭାବେ ଚୟନ ହୋଇଛନ୍ତି। ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ଭାବେ କାମ କରୁଥିବା ହାସନ ନସ୍ରଲ୍ଲା ସେପ୍ଟେମ୍ବର ୨୭ରେ ପ୍ରାଣ ହରାଇଥିଲେ। ଏବେ ତାଙ୍କ ସ୍ଥାନ ନୈମ କ୍ୱାସୀମ ନେବେ। ସଂଗଠନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ହିଜବୁଲ୍ଲାର ସୁରା ପରିଷଦ ୭୧ ବର୍ଷୀୟ କ୍ୱାସୀମଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛି। ୧୯୯୧ ମସିହାରୁ ସେ ସଂଗଠନ ଉପ ମହାସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏବେ ତାଙ୍କୁ ସଂଗଠନର ମୁଖ୍ୟ ଭାବେ ନିଯୁକ୍ତ କରାଯାଉଛି। ଇସ୍ରାଏଲ ବିରୋଦ୍ଧରେ ଏବଂ ପାଲେଷ୍ଟାଇନର ଅଧିକାର ପୁନଃ ସ୍ଥାପିତ ନହେବା ପର୍ଯ୍ୟନ୍ତ ହିଜବୁଲ ବର୍ତ୍ତମାନ ହାସନ ନସ୍ରଲ୍ଲାଙ୍କ ନୀତି ଜାରି ରଖିବାକୁ ଶପଥ ନେଇଛନ୍ତି। ୭୧ ବର୍ଷୀୟ କ୍ୱାସିମ ୧୯୯୧ ମସିହାରେ ସଶସ୍ତ୍ର ଦଳର ତତ୍କାଳୀନ ସେକ୍ରେଟେରୀ ଜେନେରାଲ ଆବାସ ଅଲ-ମୁସାଭିଙ୍କ ଦ୍ୱାରା ଦଳର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ।

ଦୀପାବଳି ଗାଇଡଲାଇନ୍ : ସଂଧ୍ୟା ୭ଟାରୁ ରାତି ୯ଟା ଭିତରେ ଫୁଟିବ ବାଣ

ଭୁବନେଶ୍ବର : ଦୀପାବଳି ପାଇଁ ଆସିଲା ଗାଇଡଲାଇନ୍। ସଂଧ୍ୟା ୭ଟାରୁ ରାତି ୯ଟା ଭିତରେ ଫୁଟିବ ବାଣ। ଦୀପାବଳି ପାଳନ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ଏଥିପାଇଁ ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଗାଇଡଲାନରେ କୁହାଯାଇଛି ଯେ, ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ମନା କରାଯାଇଛି। ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି। ଏହାସହ ବସ୍ତି, ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ବେରିୟମ ଓ କେମିକାଲଯୁକ୍ତ ବାଣ ବିକ୍ରି ଓ ବ୍ୟବହାରକୁ ମନା କରାଯାଇଛି।

ନାଚିବେ ବାରଡେନ୍ସର : ଛୁଇଁବା ମନା ଓ ଉଡିବନି ଟଙ୍କା

ଭୁବନେଶ୍ବର : ଅବକାରୀ ବିଭାଗର ୟୁ-ଟର୍ଣ୍ଣ। ଏଣିକି ରାତିରେ ପୁଣି ବେଧଡ଼କ ଚାଲିବ ଡ୍ୟାନ୍ସବାର। ଷ୍ଟେଜରେ ନାଚିବେ ଯୁବତୀ। କିନ୍ତୁ ଆଉ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରଙ୍କ ପୋଷାକ ପରିଧାନରେ ବି ଶାଳୀନତା ରହିବ । ଅବକାରୀ ବିଭାଗ ଏଭଳି କିଛି ନୂଆ ନିୟମ କରିଛି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଓଡ଼ିଶା ଅବକାରୀ ସଂଶୋଧନ ରୁଲସ ବିଜ୍ଞପ୍ତି ଜାରି ହୋଇଛି । ସଂଶୋଧିତ ନିୟମାବଳୀ ଆଧାରରେ ଏଣିକି ବାରରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ । ଏଥାପିଁ କିଛି ନିୟମ ଜାରି କରିଛି ଅବକାରୀ ବିଭାଗ। ଡ୍ୟାନ୍ସ ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜକୁ ଭଲଭାବେ ରେକର୍ଡିଂ କରିପାରୁଥିବ। ଏବଂ ଏହି କ୍ୟାମେରା ୨୪ଘଣ୍ଟା  ଅନ୍ ରହିବ। ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ । ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୋଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ । ଯଦି କୌଣସି କାରଣରୁ ସିସିଟିଭି ଖରାପ ହୁଏ, ତେବେ ସମ୍ପୃକ୍ତ ବାର ମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ । ଯେପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇଛି ସେପର୍ଯ୍ୟନ୍ତ ନୃତ୍ୟଗୀତ କାର୍ଯ୍ୟକ୍ରମ ବନ୍ଦ ରହିବ ।

ମୋହନଙ୍କ ମନ୍ତ୍ରିମଣ୍ଡଳକୁ ନେଇ କୁହୁଳୁଛି ଅସନ୍ତୋଷର ନିଆଁ !, ଖାଲି ପଡ଼ିଛି ୬ ମନ୍ତ୍ରୀ ପଦ, ବଢୁଛି ଆଶାୟୀଙ୍କ ସଂଖ୍ୟା

ଭୁବନେଶ୍ବର : ବିଜେପିକୁ ଅଡୁଆ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଖାଲି ପଡ଼ିଛି ୬ ମନ୍ତ୍ରୀ ପଦ, ବଢୁଛି ଆଶାୟୀଙ୍କ ସଂଖ୍ୟା। ମନ୍ତ୍ରୀ ପଦ ପାଇଁ ମୁହଁ ଖୋଲିଲେଣି ବିଧାୟକ। ରାଜ୍ୟରେ ସରକାର ଗଢ଼ିଲା ବିଜେପି। ହେଲେ ମୋହନଙ୍କ କ୍ୟାବିନେଟରେ ସ୍ଥାନ ପାଇନଥିଲେ ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କିଛିଦିନର ନିରବତା ପରେ ଏବେ ମୁହିଁ ଖୋଲିଛନ୍ତି ଜୟ ନାରାୟଣ ମିଶ୍ର। ତାଙ୍କ କହିବା କଥା, ମୁଖ୍ୟମନ୍ତ୍ରୀ ଚାହିଲେ ମୁଁ ମନ୍ତ୍ରୀ ହେବି, ନ ଚାହିଁଲେ ହେବି ନାହିଁ। ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ ଆଉ କିଏ ନପାଇବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର। ଏବେ ଫୁଟବଲ ଟ୍ରେନିଂ ଦେବାକୁ ମାନସିକ ଭାବେ ପ୍ରସ୍ତୁତ ବୋଲି କହି ଭିନ୍ନ ଇସାରା ଦେଇଛନ୍ତି ଜୟ ନାରାୟଣ ମିଶ୍ର। ଅନ୍ୟପଟେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ୩ ଥରର ବିଧାୟିକା ସୀମାରାଣୀ ନାୟକ ବି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମତ ରଖିଛନ୍ତି ।

ବ୍ୟବସ୍ଥା ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଇ ୨୧ ଜଣ ମନ୍ତ୍ରୀ ରହିପାରିବେ । ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ଅଧାଗଢା ମନ୍ତ୍ରିମଣ୍ଡଳକୁ ନେଇ ମୁଖ୍ୟମନ୍ତ୍ରୀ ଚାପରେ ଅଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି। ନୂଆ ବର୍ଷ କିମ୍ବା ଏହା ପୂର୍ବରୁ ମୋହନ ସରକାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବେ ବୋଲି ସମୀକ୍ଷକ ଆକଳନ କରିଛନ୍ତି । ତେବେ କାହାକୁ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ସାମିଲ କରିବେ ତାହାକୁ ନେଇ ଦ୍ବନ୍ଦରେ ଅଛନ୍ତି । ଦଳର ବହୁ ବରିଷ୍ଠ ବିଧାୟକ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଆଶାୟୀ ଥିବା ବେଳେ, ମୋହନଙ୍କ ଉପରେ ଅନ୍ୟଦଳରୁ ଆସିଥିବା ନେତାଙ୍କ ଚାପ ବି ରହିଛି ବୋଲି କହିଛନ୍ତି ସମୀକ୍ଷକ।

ମୋହନଙ୍କ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ । ସେହିପରି ଦଳର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ଭାସ୍କର ମଢ଼େଇ, ସନାତନ ବିଜୁଳି ଓ ପଦ୍ମଲୋଚନ ପଣ୍ଡାଙ୍କ ପରି ନେତା ମନ୍ତ୍ରିମଣ୍ଡଳ ବାହାରେ ଅଛନ୍ତି। ଦଳର ଆଗଧାଡ଼ିର ଯୁବ ବିଧାୟକ ଟଙ୍କଧର ତ୍ରିପାଠୀ, ବାବୁ ସିଂ, ଇରାଶିଷ ଆଚାର୍ଯ୍ୟଙ୍କ କଥା ବି ଚର୍ଚ୍ଚାରେ ରହିଛି । ତେବେ ମୋହନ କେବେ ଗଢିବେ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ତାକୁ ହିଁ ଅପେକ୍ଷା ।

ଧନତେରାସ ଦିନ କାହିଁକି ଜଳାଯାଏ ‘ଯମ ଦୀପ’ ? ଜାଣନ୍ତୁ କାରଣ,ମହତ୍ତ୍ବ ଏବଂ ଏହାର ବିଧି ସଂପର୍କରେ…

ଧନତେରାସ ୨୦୨୪: ପବିତ୍ର ଧନତେରାସ ଦିନ ସୁନା ରୂପା ନୂଆ ବାସନ କିଣିବା ଶୁଭ ହୋଇଥାଏ ଏହା ସହ ବିଶ୍ବାସ ରହିଛି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଦୀପାବଳୀର ପୂର୍ବ ଦିନଟିକୁ ଧନତେରାସ ଭାବରେ ପାଳନ କରାଯାଏ। ଯେଉଁ ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଏବଂ କୁବେରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପୂଜା କରାଯିବାର ବିଧାନ ରହିଛି । କିନ୍ତୁ ଏହା ଛଡା ଆପଣମାନେ ଜାଣିଛନ୍ତି କି, ଧନତେରାସ ରାତିରେ ଏକ ବିଶେଷ ଧରଣର ପୂଜା ରହିଛି ଯାହା ଦ୍ବାରା ଦୁର୍ଘଟଣା ତଥା ଅକାଳ ମୃତ୍ୟୁ ଭଳି ବିପଦ ମଧ୍ୟ ଟଳି ଯିବ ।
କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳନ କରାଯାଏ । ଏହି ଦିନ ସନ୍ଧ୍ୟାରେ ଧନର ଦେବତା ମା ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରିବା ପରେ ଏକ ସ୍ବତନ୍ତ୍ର ପୂଜା ରହିଛି । ଜାଣନ୍ତୁ କଣ ରହିଛି ଏହି ଖାସ ପୂଜା..
ଧନ ଦେବତାଙ୍କ ପୂଜା ସାରିବା ପରେ ମୃତ୍ୟୁର ଦେବତା ଯମଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଯାଇଥାଏ । ସେହି ଦିନ ଯମରାଜାଙ୍କୁ ମଧ୍ୟ ପୂଜା କରାଯିବାର ପରମ୍ପରା ରହିଛି । ବିଶ୍ବାସ ରହିଛି , ଧନତେରାସ ଦିନ ଯମରାଜଙ୍କ ନାମରେ ଦୀପ ଜଳାଇବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅକାଳ ମୃତ୍ୟୁର ସମ୍ଭାବନା ରହିନଥାଏ ।
ଜାଣନ୍ତୁ ଯମ ଦୀପ ଜାଳିବାର ଶୁଭ ମୁହୁର୍ତ୍ତ ଏବଂ ନିୟମ
ନିୟମ ରହିଛି ଏହି ଦିନ ସନ୍ଧ୍ୟାବେଳେ ଦକ୍ଷିଣ ଦିଗରେ ଯମରାଜାଙ୍କ ନାଁରେ ଏକ ଚାରିମୁଖୀ ଦୀପ ଜଳାଯାଏ । ସେହି ଚାରିମୁଖୀ ଦୀପକୁ ଯମ ଦୀପ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଦକ୍ଷୀଣ ଦିଗର ସ୍ବାମୀ ଯମ ହୋଇଥାନ୍ତି । ତେଣୁ ଏହାକୁ କେବଳ ଦକ୍ଷିଣ ଦିଗରେ ହିଁ ଜଳାଯାଇଥାଏ । ଏହାଛଡା ନିୟମ ରହିଛି ଘର ଭିତରେ ଯମ ଦୀପ ଜାଳିବା ଉଚିତ ନୁହେଁ । ଘରେ ଯମଦୀପ ଜାଳିବା ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇପାରେ । ଏହି ଦୀପକୁ କେବଳ ଦକ୍ଷିଣ ଦିଗରେ ହିଁ ନେଇ ରଖିବାକୁ ପଡିବ । ଯମ ଦୀପ ଜାଳିବା ପରେ ପରିବାରର କୌଣସି ସଦସ୍ୟ ଘରର ବାହାରକୁ ଯିବାକୁ ଦିଆ ଯିବା ଉଚିତ ନୁହେଁ । ଧ୍ୟାନ ରଖିବେ ଘରର ସମସ୍ତ ସଦସ୍ୟ ଘରକୁ ଅାସିଯିବା ପରେ ହିଁ ଯମ ଦୀପ ପ୍ରଜ୍ବଳନ କରାଯିବା ଉଚିତ । ଏହା ସହିତ ସୂର୍ଯ୍ୟୋଅସ୍ତ ପରେ ହିଁ ସନ୍ଧ୍ୟାରେ ଯମ ଦୀପ ଜାଳିବେ । ଏହାକୁ ସୋରିଷ ତେଲରେ ଜାଳିବା ପରେ ଆପଣ ଏହାକୁ ଘର ବାହାରେ ରଖିପାରିବେ l ବିଶ୍ୱାସ କରାଯାଏ ଯେ ଏହା ମଧ୍ୟ ଅକାଳ ମୃତ୍ୟୁକୁ ରୋକିଥାଏ l
କାହିଁକି ଜାଳିବେ ଯମ ଦୀପ ?
ଯମ ଦୀପ ଜାଳିବାର କାରଣ ପଛରେ ଅନେକ ପୌରାଣିକ କାରଣ ମାନ ରହିଛି । ଶାସ୍ତ୍ର ଅନୁଯାୟୀ, ଯମରାଜା ସ୍ବୟଂ କହିଛନ୍ତି ଯେ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ସନ୍ଧ୍ୟାରେ ଯିଏ ତାଙ୍କ ନାମରେ ଦୀପ ଜାଳେ, ସେ ଅକାଳ ମୃତ୍ୟୁରୁ ମୁକ୍ତି ପାଇବ । ପ୍ରତିବର୍ଷ ଏହି ଦିନ ଯମର ଦୀପ ଜାଳିବାର ପରମ୍ପରା ରହିଛି l କିନ୍ତୁ କିଛି ଲୋକ ଦୀପାବଳି ରାତିରେ ମଧ୍ୟ ଯମ ଦୀପ ଜାଳନ୍ତି l