spot_img
Home Blog Page 1562

୨୩ରେ ବାତ୍ୟା, ୨୪ରେ ଲ୍ୟାଣ୍ଡଫଲ୍ : ଆଇଏମଡି

ନନ୍ଦିଘୋଷ ବ୍ୟୁରୋ: ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ଆଜି ରାତି ସୁଦ୍ଧା ନେଇପାରେ ଲଘୁଚାପର ରୂପ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୨ ରୁ ୨୩ ତାରିଖ ମଧ୍ୟରେ ଅବପାତର ରୂପ ନେବ ଲଘୁଚାପ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପ୍ରଭାବରେ ଆସନ୍ତାକାଲିଠାରୁ ଅଶାନ୍ତ ହେବ ଆଣ୍ଡାମାନ ସାଗର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉଠିବ ଉଚ୍ଚ ଜୁଆର। ଏକାଠି ହେଉଛି ବାଦଲ ସମୂହ, ବଢୁଛି ପବନର ବେଗ। ୨୨ରୁ ଦକ୍ଷିଣ ବଙ୍ଗୋପସାଗରରେ ଝଡବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୫ ରୁ ୫୫ କିମି ବେଗରେ ବହିବ ପବନ। ବାତ୍ୟା ସୃଷ୍ଟି ନେଇ ଆକଳନ କରିଛି ଓ୍ବିଣ୍ଡି। ପୁରୀରୁ ବାଲେଶ୍ବର ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ଜିଏଫଏସ ମଡେଲର ଆକଳନ ୨୪ ସନ୍ଧ୍ୟା କିମ୍ବା ୨୫ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବାତ୍ୟା।

ଏହି ବୋଲର, ଯିଏ ଅନ୍ତର୍ଜାତୀୟ କ୍ରିକେଟରେ କ୍ୟାରିୟରର ଅନ୍ତିମ ବଲରେ ନେଇଛନ୍ତି ଓ୍ବିକେଟ

ନନ୍ଦିଘୋଷ ବ୍ୟୁରୋ: ପ୍ରତ୍ୟୋକ ଖେଳାଳି ନିଜ କ୍ୟାରିୟରରେ ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ଅହରହ ପ୍ରୟାସ କରିଥାନ୍ତି । ବ୍ୟାଟ୍ସମ୍ୟାନମାନଙ୍କୁ ଆଉଟ କରିବା ପାଇଁ ବୋଲରମାନେ ବିଭିନ୍ନ ପନ୍ଥାମାନ ଆପଣାଇଥାନ୍ତି । ତେବେ ଏମିତି ୪ ଜଣ ବୋଲର ଅଛନ୍ତି ଯେଉଁମାନେ ନିଜର କ୍ୟାରିୟରରେ ଦମଦାର ପ୍ରଦର୍ଶନ କରି କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିବାବେଳେ ଶେଷ ଆନ୍ତର୍ଜାତୀୟ ମ୍ୟାଚର ଶେଷ ବଲରେ ଓ୍ବିକେଟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଯାହାକି ପ୍ରତ୍ୟୋକ କ୍ରିକେଟରଙ୍କ ଏକ ବଡ଼ ସ୍ବପ୍ନ ରହିଥାଏ ।

ମୁଥୟା ମୁରଲିଧରନ : ବିଶ୍ବ କ୍ରିକେଟର ଜଣାଶୁଣା ବୋଲରଙ୍କ ମଧ୍ୟରେ ମୁଲରିଧରନଙ୍କ ନାମ ସବୁବେଳେ ଆଗରେ ଆସିଥାଏ । ଟେଷ୍ଟ କ୍ରିକେଟରେ ୮୦୦ ଓ୍ବିକେଟ ଅକ୍ତିଆର କରିଥିବା ମୁରଲିଧରନ କ୍ୟାରିୟର ଶେଷ ମ୍ୟାଚର ଶେଷ ବଲର ଭାରତର ପ୍ରଜ୍ଞାନ ଓଝାଙ୍କୁ ଆଉଟ୍ କରିଥିଲେ ।

ଗ୍ରେନ୍ ମ୍ୟାକଗ୍ରାଥ : ସଠିକ୍ ଲାଇନ ଏବଂ ସ୍ପିଡ୍ ପାଇଁ ବେଶ ଜଣାଶୁଣା ଅଷ୍ଟ୍ରେଲିୟ କ୍ରିକେଟର ଗ୍ରେନ୍ ମ୍ୟାକଗ୍ରାଥ ନିଜର କ୍ୟାରିୟରରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇ ଦେଇଛନ୍ତି । ବହୁ ଦିଗଜ ଖେଳାଳିଙ୍କ ଧୂଳି ଚଟାଇଥିବା ଏହି ପୂର୍ବତନ ଦୃତ ବୋଲର ଅନ୍ତିମ ବଲରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କୁ ଆଉଟ୍ କରିଥିଲେ ।

ରିଚାର୍ଡ ହାଡଲେ : ରିଚାର୍ଡ ହାଡଲେଙ୍କୁ ଦୁନିଆର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଗଣାଯାଏ । ଟେଷ୍ଟ କ୍ରିକେଟରେ ବୋଲିଂର ଏକ ଜବରଦସ୍ତ ଉଦାହରଣ ରିଚାର୍ଡ ହାଡଲେ ଉପସ୍ଥାପନ କରିଥିଲେ। ସେ ୮୬ଟି ଟେଷ୍ଟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ପାଇଁ 431 ୱିକେଟ୍ ନେଇଥିଲେ। ତାଙ୍କ ନାମରେ ଅଧିକାଂଶ ୱିକେଟ୍ ନେଇଥିବା ରେକର୍ଡ ଥିଲା, ଯାହା ପରେ ଭାରତର କପିଲ ଦେବଙ୍କ ଦ୍ୱାରା ଭାଙ୍ଗି ଯାଇଥିଲା। ହାଡଲେ ତାଙ୍କ କ୍ୟାରିୟରର ଶେଷ ବଲକୁ ଇଂଲଣ୍ଡର ଡି ମଲକମ୍ଙ୍କୁ ବୋଲିଂ କରିଥିଲେ, ଯେଉଁଥିରେ ସେ ୱିକେଟ୍ ପାଇଥିଲେ।

ଲସିଥ ମଲିଙ୍ଗା: ଘାତକ ବୋଲରଭାବେ ଜଣାଶୁଣା ସିଂହଳି ବୋଲର ଲସିଥ ମଲିଙ୍ଗାଙ୍କୁ କିଏ ବା ନଜାଣେ । ୨୦୧୯ ବିଶ୍ବକପରେ ଭାରତକୁ ପ୍ରଥମରୁ ଯେଭଳି ଚିନ୍ତାରେ ପକାଇଥିଲେ ତାହା କାହାକୁ ବା ଅଜଣା । ତାଙ୍କ ହେୟାର ଷ୍ଟାଇଲ ଏବଂ ବୋଲିଂ ଆକ୍ସନ ସମସ୍ତଙ୍କଠାରୁ ଭିନ୍ନ । ଯାହାକି ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ଦେଇଛି । ତେବେ ମାଲିଙ୍ଗା ତାଙ୍କ ODI କ୍ୟାରିୟରର ଶେଷ ବଲରେ ବାଂଲାଦେଶର ମୁସ୍ତାଫିଜୁର ରହମାନଙ୍କ ୱିକେଟ୍ ନେଇଥିଲେ। ଲସିଥ ମାଲିଙ୍ଗା ଏପରି ଜଣେ ବୋଲର ଯିଏ ODI ରେ ଚାରି ବଲରେ ଚାରି ୱିକେଟ୍ ନେଇଛନ୍ତି।

 

ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ମହାନଦୀକୁ ଗାଧୋଇବାକୁ ଯାଇ ଯୁବକ ନିଖୋଜ। ବାଙ୍କୀ କାଳିକା ପ୍ରସାଦ ନିକଟରେ ଘଟିଛି ଅଘଟଣ । ନିଖୋଜ ଯୁବକ ହେଲେ ବାଙ୍କୀ ପାଟପୁର ଗାଁର ଆଲୋକ ବାରିକ। ଆଲୋକ ନିଜ ଶ୍ବଶୁର ଘର ପାଥପୁର ଆସିଥିବା ବେଳେ ସେଠାରୁ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଆଲୋକ ଘରକୁ ନ ଆସିବାରୁ ପରିବାର ଲୋକେ ମହାନଦୀକୁ ଯାଇ ଖୋଜା ଖୋଜି କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ ।

ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟର ସିଟ୍ ଭାଗବଣ୍ଟା, ଅସନ୍ତୋଷ ପ୍ରକାଶ କରିଛନ୍ତି ତେଜସ୍ବୀ ଯାଜବ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ବିଧାନସଭା ପାଇଁ ନିର୍ବାଚନୀ ମଇଦାନ ସରଗରମ ହୋଇଛି । ଇଣ୍ଡିଆ ମେଣ୍ଟ ଏଠାରେ ୮୧ ଆସନରେ ନିର୍ବାଚନ ଲଢ଼ିବାକୁ ଯାଉଛି । ତେବେ ୭୦ ଆସନରେ କଂଗ୍ରେସ ଏବଂ ଜେଏମଏମ ପ୍ରାର୍ଥୀ ଦେଉଛି । ବାକି ଆସନରେ ଇଣ୍ଡିଆ ମେଣ୍ଟ ଅନ୍ୟ ଦଳ ମଧ୍ୟ ସିଟ୍ ବଣ୍ଟା ହେବ । ତେବେ ଏହାକୁ ନେଇ ଆରଜେଡି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । କାରଣ ଆରଜେଡି ପକ୍ଷରୁ କୁହାଯାଇଛି କି, ୧୫ରୁ ୧୮ ଆସନରେ ଆରଜେଡି ଏକାକି ବିଜୟ ନିଶ୍ଚିତ ରହିଛି । ବିଜେପିକୁ ପରାଜୟ କରିବା ପାଇଁ ୧୫ରୁ ୧୮ ଆସନରେ ଆରଜେଡି ପ୍ରସ୍ତୁତ ରହିଛି । ଆରଜେଡି ନେତା ମନୋଜ କୁମାର ଦାବି କରିଛନ୍ତି କି, ୨ ମିନିଟ ନୁଡୁଲ ଭଳି ନିଷ୍ପତ୍ତି ନେବା ଭୁଲ୍ । ଏହା ଜେଏମଏମ ଏବଂ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଛି । ଏହା ସେମାନଙ୍କ ମତ । ତେବେ ଇଣ୍ଡିଆ ମେଣ୍ଟ ବିଜେପିକୁ ପରାଜିତ କରିବା ପାଇଁ ଯୋଜନା ଆରମ୍ଭ କରିଥିବାବେଳେ ଏବେ ନିଜ ମଧ୍ୟରେ ଏଭଳି ଫାଟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ଆଗାମି ଦିନରେ ନିର୍ବାଚନୀ ରଣନୀତି କଣ ହେଉଛି ତାହା ଉପରେ ରହିଛି ନଜର ।

ଦିଲ୍ଲୀ ରୋହିଣୀ ସ୍ଥିତ ଏକ ସ୍କୁଲ ଆଗରେ ବିସ୍ଫୋରଣ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ରୋହିଣୀ ସ୍ଥିତ ଏକ ସ୍କୁଲ ଆଗରେ ବିସ୍ଫୋରଣ। ପ୍ରଶାନ୍ତବିହାର ଅଂଚଳରେ ଥିବା ସିଆରପିଏଫ ସ୍କୁଲ ନିକଟରେ ଘଟିଛି ଏ ବିସ୍ଫୋରଣ। ସ୍କୁଲର ପାଚେରୀ ନିକଟରେ ଘଟିଛି ଏ ବିସ୍ଫୋରଣ। ବିସ୍ଫୋରଣ ପରେ ତୁରନ୍ତ ସେଠାରେ ପହଞ୍ଚିଛି ପୋଲିସ।ଘଟଣାସ୍ଥଳରେ ଏଫଏସଏଲର ଟିମ ମଧ୍ୟ ଆସି ପହଞ୍ଚିଛି।ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି।ତେବେ ଯାଞ୍ଚରେ ପୋଲିସକୁ କୌଣସି ସୁରାକ ମିଳିନାହିଁ। ତେବେ ଆଶ୍ଵସ୍ତିର ଖବର ହେଉଛି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ରୋହିଣୀ ଡିସିପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏକ୍ସପର୍ଟ ଟିମକୁ ଡକାଯାଇଛି। ତେବେ କେଉଁଥିରୁ ଏ ବିସ୍ଫୋରଣ ଘଟିଛି ତାହାର ତଦନ୍ତ୍ ଚାଲିଛି। ଜଣେ ପ୍ରତକ୍ଷଦର୍ଶୀ ବିସ୍ଫୋରଣ ସମୟରେ ଭିଡିଓ ପୋଲିସକୁ ହସ୍ତାନ୍ତର କରିଛନ୍ତି। ବିସ୍ଫୋରଣ ଜୋର ଥିବାରୁ ବୋମା ବିସ୍ଫୋରଣ ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ। ପୋଲିସର ସ୍ପେଶାଲ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିସ୍ଫୋରଣର ତୀବ୍ରତା ଏତେ ଜୋର ଥିଲାଯେ ଆଖପାଖରେ ଥିବା ଗାଡିଗୁଡିକର କାଚ ଭାଙ୍ଗି ଯାଇଛି। ସିଆରପିଏଫ୍ ସ୍କୁଲ ନିକଟରେ କିଛି ଦୋକାନ ମଧ୍ୟ ରହିଛି। ଏଥିରୁ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି। ଆଖପାଖର ସିସିଟିଭି ଚିତ୍ରକୁ ଯାଞ୍ଚ କରୁଛି।

ଏବେ ମାର୍କେଟରେ କଣ ରହିଛି ସୁନା ଦର, ଜାଣନ୍ତୁ ଦୀପାବଳି ପୂର୍ବରୁ କମିବ କି ?

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା । ନୂଆ ବଜେଟ୍ ଉପସ୍ଥାପନ ହେବା ପରେ ଆକାଶ ଛୁଆଁ ରହିଛି ସୁନାଦର । ଏବେ ୧୦ ଗ୍ରାମକୁ ୭୭ ହଜାର ଉପରେ ରହିଛି ଦାମ । ଗତ ସପ୍ତାହରେ ଯଦି ଦାମ କଥା କହିବା ତାହେଲେ ପ୍ରତିଦିନ ଦାମ ବଢ଼ିବାରେ ଲାଗିଛି । ଶୁକ୍ରବାର ରହିଥିଲା ୭୭,୭୫୦ ଟଙ୍କା । ଇଣ୍ଡିଆନ ବୁଲିୟନ ଆସୋସିଏସନର ଓ୍ବେବସାଇଟ ରିପୋର୍ଟ ଅନୁସାରେ ଅକ୍ଟୋବର ୧୧ ତାରିଖରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନାର ଦାମ ରହିଥିଲା ୭୬ ହଜାର ଟଙ୍କା । ତେବେ ଏହା ବଢ଼ି ୧୬ ତାରିଖ ବେଳକୁ ୫୫୩ ଟଙ୍କା ଅଧିକ ବୃଦ୍ଧି ହୋଇଥିଲା । ଏବଂ ୧୮ ତାରିଖ ବେଳକୁ ଏହା ୭୭,୮୧୦ ଟଙ୍କାକୁ ବୃଦ୍ଧି ହୋଇଥିଲା । ଦିନକୁ ଦିନ ଏହି ଦାମ ବଢ଼ୁଥିବାବେଳେ ଧନତରେସ ସମୟରେ ଦାମ ଆହୁରି ଅଧିକ ବଢ଼ିବା ସହ ୮୦ ହଜାର ଉପରେ ରହିବ ବୋଲି ଅନୁମାନ କରାଯାଉଛି ।

ବଢ଼ୁଛି ଇଣ୍ଟନେଟ ଫ୍ରଡ୍, ରାଜଧାନୀରେ ଅନୁଷ୍ଠିତ ହେଲା ସଚେତନତା କାର୍ଯ୍ୟକ୍ରମ

ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଇଣ୍ଟରନେଟ ଫ୍ରଡ଼। ଅନଲାଇନ ଇନଭେଷ୍ଟମେଣ୍ଟ ଠାରୁ ଆରମ୍ଭ କରି ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟମେଣ୍ଟ ସବୁଠାରେ ଏହି ଫ୍ରଡଙ୍କ ଶିକାର ହେଉଛନ୍ତି ଲୋକେ। ତେବେ କିପରି ଏହି ଫ୍ରଡ଼ଙ୍କ ଠାରୁ ଦୂରରେ ରହି ନିଜର ପଇସାକୁ ଠିକ ସ୍ଥାନରେ ଇନଭେଷ୍ଟମେଣ୍ଟ କରିବେ ସେନେଇ ଭୁବନେଶ୍ୱରରେ  ଏକ ସଚେତନତା କାଯ୍ୟକ୍ରମ  ଅନୁଷ୍ଠିତ ହୋଇଛି। ଇନଭେଷ୍ଟମେଣ୍ଟ ଅନବ୍ଲକଡ଼ ପକ୍ଷରୁ ଏକ ସଚେତନତା କାଯ୍ୟକ୍ରମ  କରାଯାଇଛି। ଏଥିରେ ବିଭିନ୍ନ ଏକ୍ସପର୍ଟଙ୍କ ଉପସ୍ଥିତିରେ ସଚେତନ କରାଯାଉଛି । ଆଗକୁ କିପରି ଇନଭେଷ୍ଟର ମାନେ ସୁରକ୍ଷିତ ଭାବେ ଇନଭେଷ୍ଟ କରିପାରିବେ ସେ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏଥିରେ ଇନଭେଷ୍ଟମେଣ୍ଟ ଅନବ୍ଲକଡ଼ର କର୍ତ୍ତୃପକ୍ଷ, ବହୁ ସଂଖ୍ୟାରେ ପ୍ରତିନିଧି , ଫିନାନ୍ସ କମ୍ପାନୀ ଓ ଏକ୍ସପର୍ଟ ପ୍ରମୁଖ ଯୋଗ ଦେଇଛନ୍ତି।

ମହାନଦୀ ଜଳ ବିବାଦ : ସାମନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଆଉ ଏକ ବଡ଼ ଷଡ଼ଯନ୍ତ୍ର

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ସାମ୍ନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଆଉ ଏକ ବଡ ଷଡ଼ଯନ୍ତ୍ର। ଗ୍ରାଉଣ୍ଡ ଜିରୋରେ ନନ୍ଦିଘୋଷ ଟିଭି ପହଞ୍ଚି ସାମ୍ନାକୁ ଆଣିଛି ସାଙ୍ଘାତିକ ଷଡ଼ଯନ୍ତ୍ରର EXCLUSIVE ଭିଜୁଆଲ। ଛତିଶଗଡ଼ କଲମା ବ୍ୟାରେଜରେ ଦୁଇ ବର୍ଷ ଆଗରୁ ଲାଗିଥିବା ଗଜ୍ ମିଟର ଏବେ ଉଭାନ ହୋଇଯାଇଛି l ଯେଉଁ ଗଜ୍ ମିଟରରେ ସେଠାକାର ଜଳ ପ୍ରବାହ ଓଡ଼ିଶା ସରକାର ଜାଣି ପାରୁଥିଲେ, ତାହା ଏବେ ଉଭାନ ହୋଇଯାଇଛି। ଜାଣି ଶୁଣି

ଏହି ଗଜ୍ ମିଟରକୁ ହଟାଇ ଦିଆଯାଇଛି ନା ବନ୍ୟାରେ ଧୋଇ ହୋଇଯାଇଛି ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବ୍ୟାରେଜରେ କାହିଁକି ନୂଆ ମିଟର ଲାଗୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ l ଯେହେତୁ କଲମା ବ୍ୟାରେଜର ଜଳ ପ୍ରବାହ ଉପରେ ହୀରାକୁଦର ଜଳ ପରିଚାଳନା ନିର୍ଭର କରିଥାଏ। ତେଣୁ କିଏ ଏହି ଗଜ୍ ମିଟରକୁ ହଟାଇଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ

ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହକୁ ନେଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଗୁରୁତର ହୋଇଛି ସ୍ୱାମୀ। ବାଲେଶ୍ୱର ଜିଲ୍ଲା ସୋର ଥାନା ଆଡ଼ିଆ ଗାଁରେ ଘଟିଛି ଏଭଳି ଘଟଣା। କୌଣସି କଥାକୁ ନେଇ ସ୍ବାମୀ ଶଶିକାନ୍ତ ମହାରଣା ଓ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାକୁ ନେଇ ସ୍ତ୍ରୀ ଭାନୁମତି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ଶଶିକାନ୍ତ ମଧ୍ୟ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଜିତି ଯିବ କି ଭାରତ ? ଟିମ ଇଣ୍ଡିଆ ପାଇଁ ଶୁଭ ୧୦୭

ନନ୍ଦିଘୋଷ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ଅନ୍ତିମ ଦିନରେ ରହିଛି ୧୦୭ ରନର ବିଜୟ ଲକ୍ଷ୍ୟ । ଆଜି ଖେଳ ଆରମ୍ଭ ପୂର୍ବରୁ ବର୍ଷା ହୋଇଛି । ଯେଉଁ କାରଣରୁ ଖେଳ ଏଯାବତ ଆରମ୍ଭ ହୋଇନାହିଁ । ତେବେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ କ୍ବିୟି ଦଳ ଏହାକୁ କରିବ କି ଭାରତ ଏହି ସ୍କୋର ମଧ୍ୟ ସିମିତ ରଖିବ ? ଏଭଳି ଏକ ଚର୍ଚ୍ଚା ହେଉଥିବାବେଳେ ୧୦୭ ରନ ଭାରତ ପାଇଁ ଶୁଭ । ୨୦୦୪ ମସିହାରେ ଅଷ୍ଟ୍ରେଲିଆ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଏହି ସ୍କୋରକୁ କଙ୍ଗାରୁ ଦଳ ଅତି ସହଜରେ କରିଦେବ ବୋଲି କୁହାଯାଉଥିଲା । ମାତ୍ର ଭାରତ ୧୩ ରନରେ ବିଜୟ ସାସଲ କରିଥିଲା । ଏଣୁ କ୍ରିକେଟପ୍ରେମୀମାନେ ଆଶା ରଖିଛନ୍ତି କି, ପ୍ରଥମ ପାଳିରେ ବର୍ଷା ପରେ ଭାରତ ଯେଭଳି ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିବା ଏହାର ବଦଲା ସ୍ବରୂପ ମ୍ୟାଚ ଜିତିବ ରୋହିତ ବାହିନୀ ।