spot_img
Home Blog Page 1696

କାଲି ଠୁ ରାଜ୍ୟରେ ବଢିବ ବର୍ଷା, ୧୮ରୁ ବଦଳିବ ପାଗ

ଭୁବନେଶ୍ବର: ଘୂର୍ଣ୍ଣିବଳୟ ସାଙ୍ଗକୁ ସକ୍ରିୟ ରହିଛି ମୌସୁମୀ ବାୟୁ । ଏହାର ପ୍ରଭାବରେ ଆସନ୍ତାକାଲି ଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି ।

ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ରହିବ ବର୍ଷାର ପ୍ରଭାବ । ୬ ଜିଲ୍ଲାରେ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

୧୮ ତାରିଖରୁ ବଦଳିବ ପାଗ । ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୬୩୪ ଦଶମିକ ୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ଓ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ପାରାଅଲିମ୍ପିକରେ ଭାରତକୁ ଝଟକା, ଖେଳି ପାରିବେନି ପ୍ରମୋଦ ଭଗତ

ଭୁବନେଶ୍ବର: ଟୋକିଓ ପାରାଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝଟକା  । ବିଶ୍ବ ବ୍ୟାଡମିଣ୍ଟନ ଫେଡରେସନ ପ୍ରମୋଦଙ୍କୁ ଡୋପିଂ ସମ୍ବନ୍ଧୀୟ ନିୟମ ଉଲ୍ଲଙ୍ଘନ ମାମଲାରେ ନିଲମ୍ବନ କରିଛି  । ୧୮ ମାସ ପର୍ଯ୍ୟନ୍ତ ଖେଳି ପାରିବେନି ପ୍ରମୋଦ  । ପ୍ୟାରିସ ପାରାଅଲିମ୍ପିକ୍ସ ଆଉ ଖେଳି ପାରିବେନି ପ୍ରମୋଦ  । ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ  ।

କୋର୍ଟ ଅଫ ଅର୍ବିଟ୍ରେସନ ଫର ସ୍ପୋର୍ଟ (CAS) ଭଗତଙ୍କୁ ୧୨ ମାସ ଭିତରେ ତିନି ଥର ଦୋଷୀ ପାଇଛନ୍ତି  । ମାର୍ଚ୍ଚ ୧, ୨୦୨୪ରେ CASର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କୁ ୧୨ ମାସ ମଧ୍ୟରେ ତିନି ଥର ଆଣ୍ଟି ଡୋପିଂ ନିୟମର ଉଲ୍ଲଙ୍ଘନ କରିଥିବା ଜାଣିବାକୁ ପାଇଛି  । ସେପଟେ ୨୯ ଜୁଲାଇ ୨୦୨୪ରେ ସିଏଏସର ଆବେଦନ ଡିଭିଜନ ଭଗତଙ୍କ ଅପିଲ୍‌କୁ ଖାରଜ କରିଦେଇଥିଲା  । ମାର୍ଚ୍ଚ ୧ରୁ ସିଏଏସର ଆଣ୍ଟି ଡୋପିଂ ଡିଭିଜନ ଭଗତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା  ।

ଚଳିତବର୍ଷ ପ୍ରମୋଦ ପାରା ବ୍ୟାଡମିଣ୍ଟନ ବିଶ୍ବ ଚାମ୍ପିଅନଶିପରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ କଡା ଟକ୍କର ଦେଇ ପୁରୁଷ ସିଙ୍ଗଲ ଏସଏଲ୩ ଟାଇଟଲ ନିଜ ନାଁରେ କରିପାରିଥିଲେ  ।

 

ଚାଲିଗଲେ କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ସାହୁ

ବରଗଡ: ଚାଲିଗଲେ କଂସ ଭୂମିକାରେ ଅଭିନୟ କରୁଥିବା ଗୋପାଳ ସାହୁ। ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ମହାରାଜ ଭାବେ ଅଭିନୟ କରିଥିଲେ ଗୋପାଳ ସାହୁ। ୭୦ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।

କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏଣେ ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ବିଳମ୍ବିତ ରାତିରେ ତାଙ୍କର ବିୟୋଗ ହୋଇଛି। ଦୀର୍ଘ ୨୩ ବର୍ଷ ଧରି ମୁକ୍ତାକାଶ ରଙ୍ଗମଞ୍ଚରେ କଂସ ଭୂମିକାରେ ସେ ଅଭିନୟ କରିଆସୁଥିଲେ। ଚମତ୍କାର ଅଭିନୟରେ ଲୋକଙ୍କୁ ବାନ୍ଧି ରଖୁଥିଲେ ଗୋପାଳ।

କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ପୂର୍ବରୁ ମୁଣ୍ଡକୁ କାନ୍ଥରେ ବାଡେଇ ଦେଇଥିଲା ଅଭିଯୁକ୍ତ

କୋଲକତା: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ୟା ଘଟଣା ପୁଣି ଥରେ ନିର୍ଭୟା ମାମଲାକୁ ଜୀବନ୍ତ କରିଦେଇଛି  । ଏଭଳି ଲୋମଟାଙ୍କୁରା ଘଟଣା ଦେଶବାସୀଙ୍କୁ ବିଚଳିତ କରିଦେଇଛି  । ଦିନକୁ ଦିନ ସାମନାକୁ ଆସୁଛି ଲୋମହର୍ଷଣକାରୀ ଘଟଣାର ନୂଆ ନୂଆ ତଥ୍ୟ  । କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ଟ୍ରେନି ଡାକ୍ତରଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଜଣାପଡିଛି  । ହତ୍ୟା ପୂର୍ବରୁ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ ମାରିଥିଲା  । ଏପରିକି ପିଡିତାଙ୍କ ଚଷମା ଭାଙ୍ଗିଯିବା ସହ ଆଖି ଭିତରେ କାଚ ପଶିଯାଇଥିଲା  । ଆରଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ବର୍ବରତା ମାମଲାରେ ସମଗ୍ର ଦେଶର ଡାକ୍ତର ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ୩୧ ବର୍ଷୀୟ ପିଜି ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ପୂର୍ବରୁ ବିରୋଧ ପାଇଁ ଅମାନୁଷିକ ଭାବେ ମାଡ ମରାୟାଇଥିଲା  । ତାଙ୍କୁ ଏଭଳି ଭାବେ ମାଡ ମରାଯାଇଥିଲା ଯେ ପିଡିତାହକ୍ ଶରୀରରେ ଅନେକ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା  । ପିଡିତାଙ୍କ ହାତ ଓ ଚେହେରାରେ କାମୁଡା ଦାଗ ମଧ୍ୟ ରହିଥିଲା  । ଅଭିଯୁକ୍ତ ପିଡିତାଙ୍କ ମୁଣ୍ଡକୁ ଏତେ ଜୋରରେ କାନ୍ଥରେ ବାଡେଇ ଦେଇଥିଲା ଯେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  ।

ମେଡିକାଲ କଲେଜର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ତାଙ୍କ ସହ ଏଭଳି ଅଘଟଣ ଘଟିଥିଲା  । ଏହାପରେ ତାଙ୍କୁ ହତ୍ୟା କରାଯାଇଥିଲା । ଗୁରୁବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଶୁକ୍ରବାର ଦିନ ଡାକ୍ତରଙ୍କ ମୃତଦେହ ମିଳିଥିଲା । କୋଲକାତା ପୋଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତଙ୍କୁ ଗିରଫ କରିଛି  । ଅଭିଯୁକ୍ତ କୋଲକାତା ପୋଲିସ ସହ କାମ କରୁଥିବା ସିଭିକ ଭଲିଣ୍ଟିଅର ଅଟେ ।

ରାଜପାଲ ଯାଦବଙ୍କ ଘରେ ସେଣ୍ଟ୍ରାଲ ବ୍ୟାଙ୍କ ଟିମ, ବାପାଙ୍କ ସମ୍ପତ୍ତି ଜବତ

ଶାହଜାନପୁର: ଉତ୍ତର ପ୍ରଦେଶ ଶାହଜାନପୁରର ସେଣ୍ଟ୍ରାଲ ବ୍ୟାଙ୍କ ବଲିଉଡ ଅଭିନେତା ରାଜପାଲ ଯାଦବଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି  । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ମୁମ୍ବାଇ ଶାଖାରୁ ରାଜପାଲ ଯାଦବ କୋଟି କୋଟି ଟଙ୍କା ଋଣ ନେଇଥିଲେ  । ଯେଉଁଥିପାଇଁ ସେ ବାପା ନାରଙ୍ଗ ଯାଦବଙ୍କ ନାଁରେ ଥିବା ଜମି ଓ ଘର ବନ୍ଧକ ରଖି ଟଙ୍କା ଆଣିଥିଲେ  ।

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ମୁମ୍ବାଇ ଶାଖାର ଟିମ ଦୁଇ ଦିନ ପୂର୍ବରୁ ଶାହାଜାନପୁରରେ ପହଞ୍ଚିଥିଲା  । ଏହା ପରେ ଗୋପନୀୟ ଢଙ୍ଗରେ ଋଣରେ ବୁଡିଥିବା ରାଜପାଲ ଯାଦବଙ୍କ ସମ୍ପତ୍ତିକୁ ଜବତ କରିଥିଲା ବ୍ୟାଙ୍କ  ।

ରାଜପାଲ ଯାଦବଙ୍କ ବାପାଙ୍କ ନାମରେ କୋଟି କୋଟି ମୂଲ୍ୟର ଏହି ସମ୍ପତ୍ତି ସହରର ସଦର ବଜାର ନିକଟ ସେଟ ଏକ୍ବାଲ୍ୟାବ ପାଖରେ ଏହି ସମ୍ପତ୍ତି ରହିଛି  । ବ୍ୟାଙ୍କ କର୍ମଚାରୀ ମାନେ ଗେଟ୍‌ରେ ତାଲା ପକାଇ ସିଲ୍‌ କରିଦେଇଛନ୍ତି  । ଏହା ସହ ସେଠାରେ ବ୍ୟାଙ୍କ ସମ୍ପତ୍ତି ଲେଖି ବ୍ୟାନର ମାରିଛନ୍ତି  । ଆପଣଙ୍କୁ କହି ରଖିଛୁ ଯେ ଏହା ପୂର୍ବରୁ ଅତା ପତା ଲାପତା ଫିଲ୍ମର ଋଣ ନ ସୁଝିବା ଯୋଗୁଁ ଜେଲ ଯାଇସାରିଛନ୍ତି ରାଜପାଲ ଯାଦବ  ।

ପୁଣି ଥରେ ବ୍ୟାଙ୍କ କରଜ ନ ସୁଝିବା ଯୋଗୁଁ ବନ୍ଧକ ରଖିଥିବା ସମ୍ପତ୍ତିକୁ ଜବତ କରିଛି ବ୍ୟାଙ୍କ  ।

ବାଂଲାଦେଶରେ ହିନ୍ଦୁ ଜନସଂଖ୍ୟା କେବଳ ୮ ପ୍ରତିଶତ, ଭାରତ ସହ ଜଡିତ ପ୍ରମାଣ ନଷ୍ଟ ଉଦ୍ୟମ

ଢାକା: ବାଂଲାଦେଶରେ ହିନ୍ଦୁ ନରସଂହାର ସମ୍ପୂର୍ଣ୍ଣ ବନ୍ଦ ହେବାର ନାଁ ନେଉନାହିଁ । ଗତ ୭ ଦିନ ମଧ୍ୟରେ ଏଠାରେ ହିନ୍ଦୁମାନଙ୍କ ଉପରେ ଦୁଇଶହରୁ ଅଧିକ ଆକ୍ରମଣ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କଟ୍ଟରପନ୍ଥୀ ମାନେ ଅନେକ ହିନ୍ଦୁଙ୍କ ଜୀବନ, ​​ସେମାନଙ୍କ ଘର ଏବଂ ମନ୍ଦିରକୁ ନଷ୍ଟ କରି ଲୁଟ କରିଥିଲେ। ପରିସ୍ଥିତି ଏପରି ଯେ ଭୟଙ୍କର ଦୃଶ୍ୟ ବନ୍ଦ ହେଉନାହିଁ  । ବାଂଲାଦେଶୀ ଗଣମାଧ୍ୟମ ଅନୁଯାୟୀ ଗତ ୭ ଦିନ ମଧ୍ୟରେ ୫୨ ଟି ଜିଲ୍ଲାରେ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଏହି ହିଂସା ଘଟଣାରେ ୧୦୦ରୁ ଅଧିକ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ମୃତ୍ୟୁ ଘଟିଛି।

ଶୈଖ ହସିନା ସରକାରକୁ ହଟାଇବା ପରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେତୁ ବାଂଲାଦେଶର ଭାବମୂର୍ତ୍ତି ପାକିସ୍ତାନ ଭଳି ଦେଖାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଗୋଟିଏ ପଟେ ହିନ୍ଦୁ ଘର ଏବଂ ମନ୍ଦିର ଉପରେ ଆକ୍ରମଣ କରାଯାଉଛି ଏବଂ ଅନ୍ୟ ପଟେ ବାଂଲାଦେଶର ଏହି ସଂଖ୍ୟାଲଘୁମାନଙ୍କୁ ହଇରାଣ କରିବା ପାଇଁ କଟ୍ଟରପନ୍ଥୀମାନେ ଏକ ନୂତନ ଉପାୟ ଖୋଜିଛନ୍ତି। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ହିନ୍ଦୁମାନଙ୍କୁ ବଞ୍ଚାଇବାକୁ ଦାବି କରୁଛନ୍ତି, କିନ୍ତୁ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନର ସରକାର ବାଂଲାଦେଶର ଦୁର୍ବୃତ୍ତ ଗୋଷ୍ଠୀରୁ ହିନ୍ଦୁମାନଙ୍କୁ ରକ୍ଷା କରିବାରେ ସକ୍ଷମ ହେବେ କି? ଯେଉଁମାନେ ହିନ୍ଦୁ ମନ୍ଦିରଗୁଡିକର ଅସ୍ତିତ୍ୱକୁ ବିଲୋପ କରିବାରେ ନିୟୋଜିତ ଅଛନ୍ତି  ।

୯୦ ପ୍ରତିଶତରୁ ଅଧିକ ମୁସଲମାନ ଜନସଂଖ୍ୟା ଥିବା ବାଂଲାଦେଶରେ ବର୍ତ୍ତମାନ ହିନ୍ଦୁଙ୍କ ସଂଖ୍ୟା ମାତ୍ର ୮ ପ୍ରତିଶତକୁ ହ୍ରାସ ପାଇଛି । କିନ୍ତୁ ଶୈଖ ହସିନା ସରକାରଙ୍କ ପତନ ପରେ ଏହା ଲାଗୁଛି ଯେ କଟ୍ଟରପନ୍ଥୀମାନେ ଏହି ଦେଶକୁ ହିନ୍ଦୁ ମୁକ୍ତ କରିବାକୁ ଶପଥ ନେଇଛନ୍ତି। ଏଥି ସହିତ ମେହେରପୁର ଜିଲ୍ଲାର ହିନ୍ଦୁମାନଙ୍କର ଜନସଂଖ୍ୟା ମାତ୍ର ୫ ପ୍ରତିଶତ ରହିଛି। ଏଠାରେ ଥିବା ପ୍ରତ୍ୟେକ ହିନ୍ଦୁ ପଇସା ସଞ୍ଚୟ କରି ଏହି ମନ୍ଦିର ନିର୍ମାଣ କରିଥିଲେ । କିନ୍ତୁ ଅଗଷ୍ଟ ୫ ରେ, ବାଂଲାଦେଶ କଟ୍ଟରପନ୍ଥୀମାନେ ସବୁକିଛି ନଷ୍ଟ କରିଦେଲେ  ।

 

ବାଂଲାଦେଶରେ ହିନ୍ଦୁ ହତ୍ୟାକାଣ୍ଡର ଦୃଶ୍ୟ ଦେଖି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ହୃଦୟ ମଧ୍ୟ କମ୍ପିତ ହୋଇଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଠାରୁ କ୍ଷମା ପ୍ରାର୍ଥନା ମଧ୍ୟ କରାଯାଉଛି, କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଏହି କ୍ଷମା ପ୍ରାର୍ଥନା ହିନ୍ଦୁମାନଙ୍କ କ୍ଷତକୁ ସୁସ୍ଥ କରିବ କି ସେମାନେ ସୁରକ୍ଷା ଗ୍ୟାରେଣ୍ଟି ପାଇପାରିବେ କି?

 

ବାଂଲାଦେଶୀ କଟ୍ଟରପନ୍ଥୀମାନେ କେବଳ ହିନ୍ଦୁ ପରିଚୟ ନୁହେଁ ବରଂ ଭାରତ ସହ ଜଡିତ ପରିଚୟ ବିଲୋପ କରିବାର ବି ଘୃଣ୍ୟ କାର୍ଯ୍ୟ କରିଛନ୍ତି। ଯାହାର ସବିଶେଷ ପ୍ରମାଣ ହେଉଛି ଶହୀଦ ମେମୋରିଆଲ୍ କମ୍ପ୍ଲେକ୍ସ  । ଯେଉଁଠାରେ ରଖାଯାଇଥିବା ମୂର୍ତ୍ତିଗୁଡ଼ିକ ବାଂଲାଦେଶ ସ୍ୱାଧୀନତାର ସବୁଠାରୁ ବଡ଼ ପ୍ରମାଣ ଥିଲା

 

ବାସନ ମାଜିବାକୁ ବ୍ରାହ୍ମଣୀକୁ ଯାଇଥିଲେ, ଆଉ ଫେରିଲନି ମହିଳା

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଥାନା ଅଳପୁଆଡିଆ ଗାଁରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବାର ଅଭିଯୋଗ। ସେ ହେଲେ ମଞ୍ଜୁଲତା ଭଞ୍ଜ । ବ୍ରାହ୍ମଣୀ ନଦୀ କୂଳରେ ବାସନ ମାଜିବା ସମୟରେ କୁମ୍ଭୀର ଟାଣି ନେଇ ଥିବାର ସନ୍ଦେହ କରାଯାଉଛି। ବାସନ ମାଜିବାକୁ ଯାଇଥିଲେ। କିନ୍ତୁ ବହୁ ସମୟ ପରେ ବି ଘରକୁ ଫେରିନଥିଲେ।

ତେଣୁ ଘର ଲୋକଙ୍କ ମନରେ ସନ୍ଦେହ ହେବାରୁ ନଦୀ କୂଳକୁ ଯାଇ ଦେଖିଲେ ଯେ ସେ ଆଣିଥିବା ବାଲ୍ଟି ଲୁଗା ଚପଲ ନଦୀ କୂଳରେ ପଡ଼ିରହିଛି l କିନ୍ତୁ ମହିଳାଙ୍କର କୌଣସି ଖୋଜ ଖବର ନଥିଲା। କୁମ୍ଭୀର ନେଇ ଯାଇଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଖୋଜାଖୋଜି କରିଥିଲେ ବି ମହିଳାଙ୍କ ପତ୍ତା ମିଳିନି।

ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ। ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗ୍ରାମରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।

ତେବେ ଏଡିଏମଓଙ୍କ କହିବା ଅନୁସାରେ, ଜଣେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ।

ଆଜି ନୂଆ ସରକାର ଡକାଇଛନ୍ତି ପ୍ରଥମ କୁଳପତି ବୈଠକ

ଭୁବନେଶ୍ବର: ନୂଆ ସରକାର ପ୍ରଥମ ଥର ପାଇଁ ଡକାଇଛନ୍ତି କୁଳପତି ବୈଠକ। ଆଜି ଦିନ ୧୧.୩୦ ରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । କୁଳପତିମାନଙ୍କ ସମେତ ରେଜିଷ୍ଟ୍ରାର, କଲେଜ ଅଧ୍ୟକ୍ଷ ଓ ଶିକ୍ଷାବିତମାନେ ଯୋଗ ଦେବେ । ଏଥିରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ନେଇ ଆଲୋଚନା ହେବ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଲାଇନରେ ଯୋଗ ଦେଇ ପାରନ୍ତି ।

ଓଡ଼ିଶାରେ ଏନ୍ଇପି-୨୦୨୦ କିପରି ଲାଗୁ କରାଯିବ, ସେନେଇ ଉଚ୍ଚଶିକ୍ଷା ବିଭାଗ ଏହି ଉଚ୍ଚସ୍ତରୀୟ ବୈଠକ ଡାକିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ବୈଠକରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳପତି, ପିଜି କାଉନସିଲ୍ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ, ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଯୋଗ ଦେବେ।

ଏନ୍ଇପିରେ କେଉଁ ସବୁ ସୁବିଧା ରହିଛି, ଓଡ଼ିଶାରେ ଲାଗୁ କରିବାକୁ କେତେ ପ୍ରସ୍ତୁତ, କେଉଁ ଶିକ୍ଷା ବର୍ଷରୁ ୟୁଜି କିମ୍ବା ପିଜିରେ ନୂଆ ବ୍ୟବସ୍ଥା ଲାଗୁ କରାଯାଇ ପାରିବ ଆଦି ବିଷୟରେ ଏହି ବୈଠକରେ ମତାମତ ନିଆଯିବ ।

ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଆଜି ସାରା ଦେଶରେ ଓପିଡି ସେବା ବନ୍ଦ

କୋଲକାତା: ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆଜି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଗତକାଲି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। କ୍ଯାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି।

ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା ।