spot_img
Home Blog Page 17

ଆଜି ସାରା ଦେଶରେ ଟିକାକରଣ ; ଆରମ୍ଭ ହେବ ହ୍ୟୁମାନ ପାପିଲୋମା ଭାଇରସ ଭାକ୍ସିନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ : ଆଜି ଦେଶବ୍ୟାପୀ ଆରମ୍ଭ ହେବ ହ୍ୟୁମାନ ପାପିଲୋମା ଭାଇରସ ଭାକ୍ସିନ ବା ଏଚପିଭି ଅଭିଯାନ l ରାଜସ୍ଥାନ ଆଜମେରରୁ ଆରମ୍ଭ ହେବ ଏହି ଅଭିଯାନ l 14 ବର୍ଷ ବୟସର ବାଳିକାମାନଙ୍କ ଲାଗି ଆରମ୍ଭ ହେବ ଟିକାକରଣ l ଟିକାକରଣ ଜରିଆରେ ସର୍ଭିକାଲ କ୍ୟାନସର ରୋକିବା ଲାଗି ଏହା ଉଦ୍ଦିଷ୍ଟ l କେବଳ ଭାରତ ନୁହେଁ ସାରା ବିଶ୍ବରେ ସର୍ଭିକାଲ କ୍ୟାନସରର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି l ସର୍ଭିକାଲ କ୍ୟାନସର ଏକମାତ୍ର କ୍ୟାନସର ଯାହାକୁ ଟିକାକରଣ ଦ୍ବାରା ରୋକାଯାଇପାରିଥାଏ l ସର୍ଭିକାଲ କ୍ୟାନସରର ମୂଳ କାରଣ ସାଜିଥାଏ ହ୍ୟୁମାନ ପାପିଲୋମା ଭାଇରସ ବା ଏଚପିଭି l ଯେଉଁ ବାଳିକାମାନେ 14ତମ ଜନ୍ମଦିବସ ପାଳନ କରିଥିବେ ମାତ୍ର 15 ବର୍ଷ ବୟସରେ ପଦାର୍ପଣ କରି ନଥିବେ ସେମାନଙ୍କୁ ଟିକାକରଣ କରାଯିବ l ଟିକା ପ୍ରଦାନ କରାଯିବା ପରେ ସେମାନଙ୍କୁ 30 ମିନଟ ଲାଗି ନିରୀକ୍ଷଣରେ ରଖାଯିବ l

ଏହା ଏକ ସ୍ବେଚ୍ଛାମୂଳକ ଟିକାକରଣ କାର୍ଯ୍ଯକ୍ରମ ଏବଂ ଟିକାକରଣ କ୍ଷେତ୍ରରେ ବାପା, ମା, ଅଭିଭାବକଙ୍କ ସ୍ବୀକୃତି ବାଧ୍ୟତାମୂଳକ ହେବ l ସମସ୍ତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ତଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର-ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ l ଏହା ସହ ଉପଜିଲ୍ଲା ଚିକିତ୍ସାଳୟ, ଜିଲ୍ଲା ଚିକିତ୍ସାଳୟ, ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବି ଟିକାଦିଆଯିବ l 2030 ସୁଦ୍ଧା ବିଶ୍ବରୁ ଏହି ମାରାତ୍ମକ କର୍କଟ ରୋଗ ହଟାଇବା ଲାଗି ଲକ୍ଷ୍ୟ ରଖାଯାଇଛି l ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା କ୍ୟାନସର ମଧ୍ୟରୁ ଏହି କ୍ୟାନସର ହେଉଛି ଚତୁର୍ଥ ସର୍ବାଧିକ ଦେଖାଯାଉଥିବା କ୍ୟାନସର l 2022ରେ ଏହି ରୋଗରେ ପ୍ରାଣ ହରାଇଥିଲେ 3 ଲକ୍ଷ 50 ହଜାର ମହିଳା l ଆଫ୍ରିକାରେ କେବଳ ଯାଇଥିଲା 80 ହଜାର ମହିଳାଙ୍କ ଜୀବନ l

ଆଜି ପୁଣି ଥରେ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର : ଆଜି ପୁଣି ଥରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ଗତକାଲି ନବୀନ ନିବାସରେ ବସିଥିବା ବୈଠକରେ ସଂଗଠନ ବାବଦରେ ଫିଡବ୍ୟାକ ନେଇଥିଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଗକୁ ଦଳ କଣ କରାଯିବ? ବିଧାନସଭାରେ ଆଭିମୁଖ୍ୟ ଓ ଜନସେବା ନେଇ ସେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ତେବେ ଗତକାଲିର ବୈଠକରେ ରାଜ୍ୟସଭା ନେଇ ଆଲୋଚନା ହୋଇ ନଥିବା ବିଧାୟକମାନେ କହିଛନ୍ତି ।

ପଶ୍ଚିମବଙ୍ଗରେ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଙ୍ଗରେ ଆଜି ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା l ରାଜ୍ୟରେ ହିଂସା ସମ୍ଭାବନା ଦୃଷ୍ଟିରୁ ମୁତୟନ ହେବେ 240 କମ୍ପାନି କେନ୍ଦ୍ରୀୟ ବାହିନୀ l କୋଲକାତା, ପୂର୍ବ ମେଦିନାପୁର, ଭାରତ-ବାଂଲାଦେଶ ସୀମାନ୍ତରେ ଏହି ବାହିନୀ ମୁତୟନ ହେବେ l ସେହିପରି ମାର୍ଚ୍ଚ 10 ପରେ ଆଉ 240 କମ୍ପାନି କେନ୍ଦ୍ରୀୟ ବାହିନୀକୁ ପଶ୍ଚିମବଙ୍ଗ ପଠାଯିବ l ଏନେଇ ଗୃହ ମନ୍ତ୍ରାଳୟ ପଦକ୍ଷେପ ନେଇଛି l ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଏପ୍ରିଲ 15ରୁ 30 ମଧ୍ୟରେ ହେବା ସମ୍ଭାବନା ରହିଛି l ଫେବ୍ରୁଆରୀ 28ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ଲାଗି ଇସିଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ l

ବିଶେଷ ଉତ୍ତେଜନାପ୍ରବଣ ଥିବା ଉତ୍ତର ଚବିଶ ପରଗଣାରେ ସବୁଠାରୁ ଅଧିକ ବାହିନୀ ମୁତୟନ ହେବେ l ସେମାନଙ୍କ ମଧ୍ୟରେ ରହିଛନ୍ତି CRPF, CISF, BSF, ITBP, ଓ SSB l ସେହିପରି ବାଂଲାଦେଶ ସୀମାନ୍ତରେ ଥିବା ମୁର୍ଶିଦାବାଦରେ ବି ଅଧିକ ବାହିନୀ ମୁତୟନ କରାଯିବ l କୋଲକାତା, ମାଲଦା ଓ ନଦିଆରେ 12 କମ୍ପାନୀ ନିୟୋଜିତ ହେବେ l ସେହିପରି ଦାର୍ଜିଲିଂ, କୁଚବିହାର,ପୂର୍ବ ବର୍ଦ୍ଧମାନ, ପଶ୍ଚିିମ ବର୍ଦ୍ଧମାନ, ପଶ୍ଚିମ ମେଦିନାପୁର, ପୁରୁଲିଆ, ଝାରଗ୍ରାମ ଆଦି ଜିଲ୍ଲାରେ ବି ପୋଲିସ ଓ କେନ୍ଦ୍ରୀୟ ବାହିନୀ ମୁତୟନ କରାଯିବ l

ସସପେନ୍ସରେ ରାଜ୍ୟସଭା ଗଣିତ, ଚତୁର୍ଥ ଆସନକୁ ନେଇ ପ୍ରମୁଖ ଦଳ ଭିଡ଼ାଭିଡ଼ି…

ଭୁବନେଶ୍ବର : ସସପେନ୍ସରେ ରାଜ୍ୟସଭା ଗଣିତ । ବିଜେଡି ପରେ କଂଗ୍ରେସ ନେଲା ନାମାଙ୍କନ ଫର୍ମ । ଚତୁର୍ଥ ଆସନକୁ ନେଇ ପ୍ରମୁଖ ଦଳ ଭିଡାଭିଡି । ସବୁ ଦଳର ଦମ୍ଭୋକ୍ତି ଆମେ ହାତେଇବୁ ଚତୁର୍ଥ ଆସନ । ଚତୁର୍ଥ ଆସନ ସସପେନ୍ସ ଜାରି । କିଏ ହାତେଇବ ରାଜ୍ୟସଭାର ୪ର୍ଥ ଆସନ ? ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଗୋଳିଆ ହୋଇଛି ରାଜ୍ୟସଭା ନିର୍ବାଚନ ଗଣିତ । ଏହାରି ଭିତରେ ବିଜେଡି ବିଧାୟକ ସାରଦା ଜେନା ଦେଇଛନ୍ତି ବଡ ବୟାନ । ତାଙ୍କ ଯୁକ୍ତି ହେଉଛି ଚତୁର୍ଥ ଆସନ ଲଢ଼ି ପାରେ ବିଜେଡି । ଆଜି ନବୀନ ନିବାସରେ ବସୁଥିବା ବିଧାୟକ ଦଳ ବୈଠକରେ ସ୍ପଷ୍ଟ ହେବ । ବିରୋଧୀ ଦଳ ହିସାବରେ ବିଜେଡି ଲଢିବ । ବିଜେଡି ଏକ ଅଛି । ନବୀନଙ୍କ ନିଷ୍ପତ୍ତିକୁ ସବୁ ବିଧାୟକ ଗ୍ରହଣ କରିବେ । PAC ନବୀନ ପଟ୍ଟନାୟକଙ୍କୁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଇଛି ।
ଆବଶ୍ୟକ ସଂଖ୍ୟା ନଥାଇ ରାଜ୍ୟସଭା ଚତୁର୍ଥ ଆସନ ପ୍ରାର୍ଥୀ ଦେବାକୁ ଅଣ୍ଟା ଭିଡିଛି କଂଗ୍ରେସ । ୫ଜଣ ନାଁ ନେଇ ପିସିସି ସଭାପତି ଭକ୍ତ ଦାସ ଦିଲ୍ଲୀ ଗସ୍ତ କରିଛନ୍ତି । କଂଗ୍ରେସ ବିଧାୟକ ସତ୍ୟଜିତ୍ ଗମାଙ୍ଗୋ ରାଜ୍ୟସଭା ନିର୍ବାଚନ ପାଇଁ ୩ ସେଟ୍ ଫର୍ମ ନେଇଛନ୍ତି । ତାଙ୍କ ଯୁକ୍ତି ହେଉଛି ଏଆଇସିସି ରଣନୀତି ପ୍ରସ୍ତୁତ କରିସାରିଛି । କଂଗ୍ରେସ ପ୍ରାର୍ଥୀ ବିଜୟୀ ହେବ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ବିଜେପି ଗୋଟିଏ ଆସନ ଛାଡ଼ିଲେ ଅନ୍ୟ ସବୁ ଜିତିବ। ଗୋଟିଏ ଆସନ ବିଜେଡି ନେବ। ରାଜ୍ୟସଭା ବିଜ୍ଞପ୍ତି ପ୍ରକାଶ ପରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ତତ୍ପରତା ଦେଖାଦେଇଛି ।

କୋଦଳାକୁ ସବ୍ ଡିଭିଜନ ମାନ୍ୟତା ଦାବି: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

0

କୋଦଳାକୁ ସବ୍ ଡିଭିଜନ ମାନ୍ୟତା ଦାବି: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ

ନନ୍ଦିଘୋଷ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ହେଉଛି ସର୍ବ ପୁରାତନ ତହସିଲ ।୧୦୦ ବର୍ଷ ତଳର ଏହି ପୁରୁଣା ତହସିଲକୁ ରାଜସ୍ବ ଉପଖଣ୍ଡର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଆସୁଛି । ଏହାକୁ ନେଇ ଗଠିତ ହୋଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ । ମଞ୍ଚ ପକ୍ଷରୁ ଏନେଇ ତହସିଲର ବିଭିନ୍ନ ସ୍ଥାନରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଏକ ସ୍ମାରକପତ୍ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

କୋଦଳା ସ୍ଥିତ ବାବା ଦଣ୍ଡିଶ୍ଵର ମନ୍ଦିର ପୀଠରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ କୋଦଳା ତହସିଲଦାରଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ପରେ ଏକ ସ୍ମାରକପତ୍ର କୋଦଳା ତହସିଲଦାର ସସ୍ମିତା ଶତପଥୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ସମେତ ଭାରତର ପ୍ରଧାନମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ଅଭିଯୋଗ ଅନୁସାରେ, କୋଦଳା ବହୁ ପୁରାତନ ତହସିଲ ହୋଇଥିଲେ ବି ଅଭହେଳିତ ଅବସ୍ଥାରେ ରହିଛି । ଏଣୁ କୋଦଳାକୁ ଏବେ ଉପଖଣ୍ଡ ତଥା ସବ୍ ଡିଭିଜନ ମାନ୍ୟତା ଦେବାକୁ ଦାବି କରୁଛନ୍ତି ଅଞ୍ଚଳବାସୀ । କୋଦଳାକୁ ସବ୍ ଡିଭିଜନ ମାନ୍ୟତା ନମିଳିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଆବାହକ ତଥା ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, କୋଦଳା ବରିଷ୍ଠ ନାଗରିକ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ପୂର୍ବତନ କାଉନସିଲର ସନ୍ତୋଷ ନାୟକ, ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ଯୁବନେତା ପ୍ରମୋଦ କୁମାର ପଣ୍ଡା, ଚନ୍ଦନ ସ୍ବାଇଁ, ସାମ୍ବାଦିକ ସୁଶାନ୍ତ କୁମାର ପଟ୍ଟନାୟକ, ପବିତ୍ର କୁମାର ରାଉତ, ସୂର୍ଯ୍ୟ ନାରାୟଣ ବଡୁ, କୃଷ୍ଣ ଚନ୍ଦ୍ର ପଲେଇ, କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ,ସମିତି ସଭ୍ୟା ନୟନୀ ଗୌଡ଼, ଆସିକା ସମବାୟ ନିର୍ଦ୍ଦେଶକ ହୃଷିକେଶ ମେହେଣା, ଆଇନଜୀବୀ ମୀରାବାଈ ଦେଓ, କୋଦଳା ଏନଏସି ଉପାଧ୍ୟକ୍ଷା ରଞ୍ଜିତା ସେଠୀ, ପୂର୍ବତନ ବଣିକ ସଂଘ ସଭାପତି ଅଭୟ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

ଅନୁଗୋଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା, ଉଦବେଗ ପ୍ରକାଶ କଲେ ନବୀନ

ଭୁବନେଶ୍ବର : ଆଉ କେତେ ଝଡିବ ନିରୀହ ଜୀବନ ? ନାବାଳିକାଙ୍କଠାରୁ ନେଇ ଭିନ୍ନକ୍ଷମ ଯୁବତୀ କେହି ବି ସୁରକ୍ଷିତ ନୁହଁନ୍ତି । ରାଜ୍ୟରେ ଚାଲିଛି ତ ଆଇନର ଶାସନ ? ଅନୁଗୋଳରୁ କଣିହାଁ, ସମ୍ବଲପୁରରୁ କୁଚିଣ୍ଡା ଏବଂ ପାରାଦୀପ ଅଞ୍ଚଳରୁ ଆସୁଥିବା ଦୁଷ୍କର୍ମର ଖବର ବିଚଳିତ କରିଦେଉଛି । ନିଜ ସୋସିଆଲ ସାଇଟ ଏକ୍ସରେ ଏପରି ଉଲ୍ଲେଖ କରି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ଅନୁଗୋଳର ଏନଟିପିସି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ଅତ୍ୟନ୍ତ ଉଦବେଗଜନକ । ସବୁଠି ଅରାଜକତା, ସବୁଠି ଅସୁରକ୍ଷିତ ମାଆ ଓ ଭଉଣୀ । ନାରୀ ସୁରକ୍ଷା, ଆଇନଶୃଙ୍ଖଳା ନେଇ ସରକାର ଲମ୍ବାଲମ୍ବା ଭାଷଣ ଦେଉଥିବା ବେଳେ ବାସ୍ତବ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ସରକାର ନାରୀଙ୍କ ସୁରକ୍ଷା ନେଇ ସଚେତନତାକୁ ବ୍ୟାପକ କରିବା ଦିଗରେ ତତ୍ପର ହୁଅନ୍ତୁ । ରାଜ୍ୟରେ ଆଇନର ଶାସନ ବଜାୟ ରଖିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ?

ଭାରତର କେଉଁ ନିଷ୍ପତ୍ତି ଇରାନକୁ କରିଛି ନିରାଶ ?

ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଇରାନ ମଧ୍ୟରେ ସମ୍ପର୍କ ବହୁତ ଭଲ । ହେଲେ ଭାରତୀୟ ସାଂସଦରେ ବଜେଟ ପାସ ପରେ ଇରାନ ନିରାଶ ହୋଇଛି । ଯାହାକୁ ନେଇ ଇରାନ ବୈଦେଶିକ ମନ୍ତ୍ରୀ ମୁହଁ ଖୋଲିଛନ୍ତି । ଦୁଇ ଦେଶ ମଧ୍ୟରେ ରଣନୈତିକ ସ୍ତରରେ ଗୁରୁତ୍ବପୂର୍ଣ୍ଣ ଚାବାହାର ବନ୍ଦରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଇରାନ ବିଦେଶମନ୍ତ୍ରୀ ଅବ୍ବାସ ଅରାଗଚି କହିଛନ୍ତି ଚାବାହାର ବନ୍ଦର ପାଇଁ ଭାରତ ଚଳିତବର୍ଷ ବଜେଟରେ କୌଣସି ଫଣ୍ଡ ଘୋଷଣା ନକରିବା ନିରାଶ କରିଛି । ଚାବାହାର ପୋର୍ଟ ହିନ୍ଦ ମହାସାମଗ କ୍ଷେତ୍ରରେ ମଧ୍ୟ ଏସିଆ ଓ ୟୁରୋପୀୟ ଦେଶଙ୍କୁ ଯୋଡ଼ିବାର ଏକ ଗୋଲଡେନ ଗେଟଓ୍ବେ ବୋଲି ସେ କହିଛନ୍ତି ।

ଅରାଗଚି ନିରାଶା ପ୍ରକାଶ କରି କହିଛନ୍ତି, ଭାରତ ଚଳିତ ବଜେଟରେ ଚାବାହାର ପୋର୍ଟ ପରିଯୋଜନା ପାଇଁ କୌଣସି ଫଣ୍ଡ ଆବଣ୍ଟନ ନକରିବାକୁ ନିଷ୍ପତ୍ତି ନେଇଛି ଯାହା ଦୁଇ ଦେଶ ପାଇଁ କ୍ଷତିକାରକ ହୋଇପାରେ ।

ସେ କହିଛନ୍ତି, ଥରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ଏହା ଏକ ଗୋଲଡେନ ଗେଟ୍ । ଯାହା ହିନ୍ଦ ମହାସାଗର କ୍ଷେତ୍ରକୁ ମଧ୍ୟ ଏସିଆ, କାକେଶସ ଓ ପରେ ୟୁରୋପ ସହ ଯୋଡ଼ିଥାଏ । ଏହା ଏକ ରଣନୈତିକ ପୋର୍ଟ । ଯଦି ଏହାକୁ ସମ୍ପୂର୍ଣ୍ଣ ବିକଶିତ କରାଯାଏ ତେବେ ଇରାନ ଜରିଆରେ ଏସବୁ ଅଞ୍ଚଳକୁ ଯୋଡ଼ି ହେବାକୁ ସହଜ ହେବ ।

ସେ ଆଗକୁ କହିଛନ୍ତି, ଏହା ସବୁଠାରୁ ଭଲ ମାର୍ଗ ହେବ । ମୋର ଆଶା ଅଛି, ଦିନେ ଆମେ ଏହି ବନ୍ଦର ସମ୍ପୂର୍ଣ୍ଣ ବିକଶିତ ରୂପ ଦେଖିପାରିବା । ଚାବାହାର ବନ୍ଦର ପ୍ରୋଜେକ୍ଟ ଏକ ରଣନୈତିକ ପୋର୍ଟ, ଯାହାକୁ ଭାରତ ଦକ୍ଷିଣ-ପୂର୍ବ ଇରାନର ଚାବାହାରରେ ବିକଶିତ କରାଯାଉଛି । ଏହାର ଉଦ୍ଦେଶ୍ୟ ପାକିସ୍ତାନକୁ ବାଇପାସ କରି ଆଫଗାନିସ୍ତାନ ଓ ସେଣ୍ଟ୍ରାଲ ଏସିଆ ପାଇଁ ସିଧା ବାଣିଜ୍ୟିକ ଓ ପରିବହନ ରୁଟ୍ ବନାଇବା ।

ଭାରତକୁ ଦେବାକୁ ଥିଲା ୧୦୦ କୋଟି

ଗତ କେନ୍ଦ୍ରୀୟ ବଜେଟରେ ଭାରତ ଇରାନର ଦକ୍ଷିଣ ସିସ୍ତାନ-ବଲୁଚିସ୍ତାନ ପ୍ରାନ୍ତରେ ଏହି ବଡ଼ କନେଟିଭିଟି ପ୍ରୋଜେକ୍ଟ ପାଇଁ ପ୍ରତିବର୍ଷ ୧୦୦ କୋଟି ଟଙ୍କାର ପ୍ରାବଧାନ ରଖିଥିଲା । ଏହି ଅଞ୍ଚଳରେ ଭାରତ ଏକ ମୁଖ୍ୟ ଓ ଗୁରୁତ୍ବପୂର୍ଣ୍ଣ ପାର୍ଟନର ଅଟେ । ଗତ ସେପ୍ଟେମ୍ବରରେ ଆମେରିକା ଇରାନ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଥିଲା । ହେଲେ ଭାରତକୁ ଚାବାହାର ପୋର୍ଟରେ କାମ କରିବାକୁ ୬ ମାସର ସମୟ ଦେଇଥିଲା । ଏହି ସମୟ ୨୦୨୬ ଏପ୍ରିଲରେ ସରୁଛି । ଗତମାସ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରଣଧିର ଜୟସଓ୍ବାଲ କହିଥିଲେ, ଚାବାହାର ପ୍ରସଙ୍ଗକୁ ନେଇ ଭାରତ ଓ୍ବାସିଂଟନ ସହ ଆଲୋଚନା କରୁଛି ।

ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

କଣିହାଁ : ଘାସ ବୁଦା ମୂଳରୁ ନାବାଳିକାର ମୃତଦେହ ଉଦ୍ଧାର। ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଏନଟିପିସି ଥାନା ଅଂଚଳରେ। ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳର ଜଣେ ୧୦ ବର୍ଷ ବୟସ୍କା ନାବାଳିକା ନିଖୋଜ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ସନ୍ଧାନ ପାଇ ନଥିଲେ। ଆଜି ସକାଳେ ନାବାଳିକାଙ୍କ ମୃତଦେହ ଘର ପାଖ ଏକ ଘାସ ବୁଦା ମୂଳରୁ ମିଳିଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଘଟଣାର ସିନ ରିକ୍ରିଏସନ ଚାଲିଛି ।…

ଜଲାପୁଟ ଜଳଭଣ୍ଡାର ଦ୍ବୀପରେ ଗଞ୍ଜେଇ ତେଲ କାରଖାନା, ନିଶା ମାଫିଆଙ୍କୁ ସୁରକ୍ଷା ଦେଉଛନ୍ତି ନକ୍ସଲ

ଭୁବନେଶ୍ୱର : ଜଲାପୁଟ ଜଳଭଣ୍ଡାରରୁ ଅପରେଟ ହେଉଥିଲା ଗଞ୍ଜେଇ ବ୍ୟବସାୟୀଙ୍କ ସାମ୍ରାଜ୍ୟ । ଦୈନିକ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଦ୍ବୀପରେ ପହଞ୍ଚୁଥିଲା । ଆଉ ପୋଲିସକୁ ଚକ୍ମା ଦେବାକୁ ଯାଇ ଘଞ୍ଚ ଜଙ୍ଗଲରେ ତିଆରି ଚାଲିଥିଲା ଗଞ୍ଜେଇ ତେଲ ବା ହିସାସ ଅଏଲ । ଓଡିଶା ଆନ୍ଧ୍ର ପ୍ରଦେଶ ସୀମା ପାଡୁଆ ଥାନା ଅଧିନରେ ବଡ଼ ଧରଣର ଅପରେସନ ବେଳେ ଜବତ ହୋଇଛି ୧୮୦ ଲିଟରରୁ ଅଧିକ ହସିସ୍ ଅଏଲ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା । ୧ କେଜି ହାସିସ ତେଲର ମୂଲ୍ୟ ପ୍ରାୟ ୨୫ କେଜି ଗଞ୍ଜେଇର ମୂଲ୍ୟ ସଙ୍ଗେ ସମାନ । ଏହି ଦାମି ତୋଲକୁ ଅପରାଧୀ ମାନେ ବ୍ୟବହାର କରୁଥିବା ଡିଜିପି କହିଛନ୍ତି ।

ସେପଟେ ନିଶା ମାଫିଆ ମାନଙ୍କୁ ନକ୍ସଲ ସୁରକ୍ଷା ଦେଉଥିବା ଜାଣିବାକୁ ପାଇଛି ପୋଲିସ । ଆଉ ଏପଟେ ମାଓବାଦୀଙ୍କୁ ଚରମ ଚେତାବନୀ ଦେଇଛନ୍ତି ଡିଜିପି । ହିଂସା ଛାଡି ଅହିଂସାର ରାସ୍ତା ଆପଣାଅ । ନହେଲେ ଜେସାକୁ ତେସା ନୀତି ଆପଣାଇବା ଓଡିଶା ପୋଲିସ । କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ରେ ସରିବାକୁ ଯାଉଛି । ଏନେଇ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ପୁନର୍ବାସ ଯୋଜନା କରାଯାଇଛି ତାର ଫାଇଦା ନେବାକୁ ଅପିଲ କରିଛନ୍ତି ପୋଲିସ ଡିଜିପି । କିନ୍ତୁ ହିଂସା ପଥ ଆପଣାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଡିଜିପି । ନିଶା କାରବାର ସହ ମାଓବାଦୀ ଅପରେସନ ଓଡିଶା ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଏସବୁକୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଚେତାବନୀ ଦେଇଛି ଓଡିଶା ପୋଲିସ ।

ଲାଞ୍ଜିପଲ୍ଲୀ ବାଇପାସରେ ଓଭରବ୍ରିଜ ନିର୍ମାଣ କେବେ ?

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ ଲାଞ୍ଜିପଲ୍ଲୀ ବାଇପାସ ଛକ । ରାତି ପାହିଲେ ବ୍ୟସ୍ତବହୁଳ ହୋଇପଡେ ଲାଞ୍ଜିପଲ୍ଲୀ ବାଇପାସ । ସହରର ହଜାର ହଜାର ସଂଖ୍ୟାରେ ଗାଡି ଏହି ବାଇପାସ ଦେଇ ଯାତାୟତ କରନ୍ତି । ହେଲେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାରେ ଯାଉଛି ଜୀବନ । ଯାହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଓଭରବ୍ରିଜ ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ତାହା କାଗଜ କଲମରେ ସୀମିତ ହୋଇ ରହିଯାଇଛି । ନେତା ଓ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ବଡ ସରକାରୀ ଅଧିକାରୀମାନେ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ବ୍ରିଜ ନିର୍ମାଣ ହେବ କହି ସେଠାରେ ଦୋକାନୀଙ୍କୁ ଉଚ୍ଛେଦ ମଧ୍ୟ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଓଭରବ୍ରିଜ କାମ ଆରମ୍ଭ ହୋଇନି । ଏନେଇ ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ସହରବାସୀ ଜାତୀୟ ରାଜପଥ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଗତ ଫେବୃଆରୀରେ ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଲ ସୁବ୍ରମଣ୍ୟମଙ୍କ ନେତୃତ୍ବରେ ଏକ ଟିମ ବ୍ରହ୍ମପୁର ଗସ୍ତ କରିଥିଲେ । ଏହି ଟିମ ବ୍ରହ୍ମପୁର ଏସପିଙ୍କ ସହ ଦୁର୍ଘଟଣାର ସମୀକ୍ଷା କରିଥିଲେ I ବ୍ରହ୍ମପୁରକୁ ଲାଗି ରହିଥି ବା ମୋଟ ୧୦ଟି ସ୍ଥାନକୁ ବ୍ଲାକସ୍ପଟ୍ ଭାବେ ଘୋଷଣା କରାଯାଇଥିଲା । ଏହା ସହ ଓଭରବ୍ରିଜ ନିର୍ମାଣ ଓ ସର୍ଭିସ୍ ରୋଡ଼କୁ ଦୁଇ ଲାଇନ କରିବା ନିମନ୍ତେ ସରକାରଙ୍କୁ କହିଥିଲେ । ଏହାପରେ ଲାଞ୍ଜିପଲ୍ଲୀ ବାଇପାସରେ ପୋଲିସ ପକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି । ସୁରକ୍ଷିତ ଭାବେ ଯାତାୟତ ପାଇଁ ବାଇପାସ୍ ଛକରେ ସୂଚନାଫଳକ ଲଗାଯାଇଛି । ଫଳରେ ଲାଞ୍ଜିପଲ୍ଲୀ ବାଇପାସ ଛକରେ ଦୁର୍ଘଟଣାର ମାତ୍ରା କମିଥିବା ବେଳେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇନାହିଁ । ଲାଞ୍ଜିପଲ୍ଲୀ ବାଇପାସ ଛକରେ ବ୍ୟାରିକେଡ ଲଗାଯିବା ଓ କର୍ମଚାରୀ ନିୟୋଜିତ ପରେ ଦୁର୍ଘଟଣା କମ ହୋଇଛି । ସେଠାରେ ଓଭରବ୍ରିଜ ନିର୍ମାଣ ନେଇ ସରକାର ଯୋଜନା କରୁଛନ୍ତି । ହେଲେ ଓଭରବ୍ରିଜ ହେଲେ ହିଁ ଦୁର୍ଘଟଣାକୁ ସମ୍ପୂର୍ଣ ରୂପେ ରୋକାଯାଇପାରିବ । ତେବେ କେବେ ବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ହିଁ ଦେଖିବାକୁ ବାକି ରହିଲା I