spot_img
Home Blog Page 1730

ଅରୁଚିକର ମନ୍ତବ୍ଯ ଦେଇ ଅଡୁଆରେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା

ନନ୍ଦିଘୋଷ ବ୍ୟୁରୋ: ଅରୁଚିକର ମନ୍ତବ୍ଯ ଦେଇ ଅଡୁଆରେ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ହିମନ୍ତଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି ରାଜ୍ଯର ୧୮ଟି ରାଜନୈତିକ ଦଳ। ଆସାମକୁ ମିଆଁ ମୁସଲିମଙ୍କ ହାତରେ ଟେକି ଦିଆଯିବ ନାହିଁ ବୋଲି ହିମନ୍ତ କହିବା ପରେ ଏହାକୁ ନେଇ ତାତିଥିଲେ ବିରୋଧୀ। ହିମନ୍ତ ବିଶ୍ବଶର୍ମା ରାଜ୍ଯରେ ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ଯରେ ତିକ୍ତତା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ। ଆସାମ କଂଗ୍ରେସ ସଭାପତି ଭୂପେନ ବରୁଆ କହିଛନ୍ତି- ଲୋକସଭା ନିର୍ବାଚନ ପରଠାରୁ ମୁଖ୍ଯମନ୍ତ୍ରୀ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ଯମାନ ଦେଉଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି। ଏହି ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯିବ। ଆସାମ ନାଗାଓଁରେ ଜଣେ ୧୪ ବର୍ଷ ବୟସ୍କା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସମେତ ଅନ୍ଯାନ୍ଯ ଘଟଣା ରାଜ୍ଯରେ ଆଇନଶୃଙ୍ଖଳା ବିଗିଡିଥିବାର ନଜିର ବୋଲି କହିଛନ୍ତି ବିରୋଧୀ। କିଛି ସଂଗଠନର ଧମକ ଅନୁସାରେ ସେମାନେ ଲୋୟର ଆସାମ ଛାଡି ଅପର ଆସାମକୁ ଚାଲିଯିବେ ବୋଲି କହିଥିଲେ ଏଆଇୟୁଡିଏଫ ଏମଏଲଏ ରଫିକୁଲ ଇସଲାମ। ଏହାକୁ ନେଇ ଟିପ୍ପଣୀ ଦେଇଥିଲେ ହିମନ୍ତ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଭାଦ୍ରବ କୃଷ୍ଣ ପକ୍ଷ ଏକାଦଶୀ । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ। ଗତକାଲି ଠାକୁରଙ୍କ ବଣଭୋଜି ବେଶ, କୋଳିବିକା, ବକାସୁର ଓ ଅର୍ଘ୍ୟଆସୁର ବଧ ନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ବାଳଗୋପାଳ ଓ ବଡ଼ଠାକୁର ବଳରାମ  ବେଶ ହୋଇଥିଲେ। କିନ୍ତୁ ଆଜି  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ  ମଦନମୋହନ ଓ ରାମକୃଷ୍ଣଙ୍କୁ  ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ବିଜେ କରାଇବେ । ପରେ ପୁଷ୍ପାଳକ ସେବକ ମାନେ ମହାପ୍ରଭୁଙ୍କୁ ଝୁଲଣ ମଣ୍ଡପ ନିକଟରେ ଥିବା ପାଲିଙ୍କିରେ ବିଜେ କରାଇବେ । ଠାକୁର ମାନେ ଶ୍ରୀମନ୍ଦିର ବେଢା ପରିକ୍ରମା କରି ଲୋକନାଥ ରୋଡ୍ ସ୍ଥିତ ଲବଣୀଖିଆ ମଣ୍ଡପକୁ ବିଜେ କରିବେ | ସେଠାରେ  ବନ୍ଦାପନା, ଶୀତଳ ଭୋଗ ଇତ୍ୟାଦି ନୀତି ସମାପନ ପରେ ମାର୍କଣ୍ଡ ପୁଷ୍କରିଣୀଠାରେ ମହାପ୍ରଭୁଙ୍କ କାଳୀୟଦଳନ ଲୀଳା ସମାପନ ହେବ । ପରେ  ଶୀତଳ ଭୋଗ ଓ ବନ୍ଦାପନା ହୋଇ ମହାପ୍ରଭୁ ବାହୁଡା ବିଜେ କରାଯିବ । ଶେଷରେ ଜୟବିଜୟ ଦ୍ୱାର ଠାରେ ଏକାଦଶୀ ଭୋଗ ଓ ବନ୍ଦାପନା ନୀତି ବଢିବା ପରେ ଠାକୁର ଦକ୍ଷିଣୀ ଘରକୁ ବିଜେ କରିବେ। ଏହାପରେ ଅନ୍ୟାନ୍ୟ ନୀତି ବଢିବା ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ କାଳୀୟଦଳନ ବେଶରେ ସଜ୍ଜିତ କରାଯିବ ।

ବିରୋଧୀଙ୍କ ହୋହଲ୍ଲା ପରେ ୪ଟା ଯାଏ ଗୃହ ମୁଲତବୀ

ନନ୍ଦିଘୋଷ ବ୍ୟୁରୋ: ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଗୃହରେ ବିଜେଡି ବିଧାୟକଙ୍କୁ କହିବାର ସୁଯୋଗ ଦିଆଯାଉନଥିବା ଅଭିଯୋଗ । ବାଚସ୍ପତିଙ୍କ ପୋଡ଼ିୟମ ଆଗରେ ବିଜେଡି ବିଧାୟକଙ୍କ ହଟ୍ଟଗୋଳ । ମୁଲତବୀ ପ୍ରସ୍ତାବ ଗ୍ରହଣ ନହେବାରୁ ବିଜେଡି ବିଧାୟକଙ୍କ ହଙ୍ଗାମା ।

 

୩୧ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର

ନନ୍ଦିଘୋଷ ବ୍ୟୁରୋ: ୩୧ ତାରିଖ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର। ଲଘୁଚାପରେ ପରିଣତ ହେଲା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ। ବର୍ତ୍ତମାନ ଏହା ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ। ଦକ୍ଷିଣ ଓଡିଶା ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ସ୍ଥଳଭାଗ ମୁହାଁ ହେବ । ପ୍ରଭାବରେ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଧୁମ ବର୍ଷା ସମ୍ଭାବନ ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।  ବର୍ଷା ସମୟରେ ତଳି ଅଞ୍ଚଳ ରେ ଜଳବନ୍ଦୀ ସମସ୍ୟା, ପାହାଡି ଅଞ୍ଚଳରେ ଭୂସ୍ଖଳନ, ସହରାଞ୍ଚଳରେ କୂତ୍ରିମ ବନ୍ୟା, କଚ୍ଚା ରାସ୍ତା ଘର ଭାଙ୍ଗିବା ନେଇ ସତର୍କ କରିଚି ପାଣିପାଗ କେନ୍ଦ୍ର। ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା ଏବଂ ପୁରୀ କୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଟୁଇନସିଟି କଟକ ଭୁବନେଶ୍ୱରରେ ବି ଲାଗିରହିଛି ପ୍ରବଳ ବର୍ଷା। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାରେ ଲାଗିରହିବ ବର୍ଷା। ବର୍ଷା ସମୟରେ ଘଣ୍ଟାପ୍ରତି ୩୫ ରୁ ୪୫ କିଲୋମିଟର ବେଗରେ ପବନ ବହିବ। ଝଟକା ପବନର ବେଗ ଘଣ୍ଟାପ୍ରତି ୫୫ କିମି ହୋଇପାରେ । ପ୍ରଭାବରେ  ସମୁଦ୍ର ଅଶାନ୍ତ ରହିବ। ୩୦ ଓ ୩୧ ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ଯେଉଁ ମାନେ ସମୁଦ୍ର ମଧ୍ୟରେ ରହିଛନ୍ତି ସେମାନେ  ସନ୍ଧ୍ୟା ସୁଦ୍ଧା କୂଳକୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ପାଖ ମାଡ଼ିବନି ବାର୍ଦ୍ଧକ୍ୟ! ଏହି ଡ୍ରାଏ ଫୃଟ ଖାଇଲେ ସବୁବେଳେ ଚମକିବେ

ନନ୍ଦିଘୋଷ ବ୍ୟୁରୋ: ନିଜକୁ ସୁନ୍ଦର ରଖିବାକୁ କିଏ ବା ନଚାହେଁ  । ସମସ୍ତେ ସବୁବେଳେ ଚେଷ୍ଟା କରନ୍ତି କି, କିପରି ସବୁବେଳେ ତାଙ୍କ ଚେହେରା ଚମକିବ । ଏଥିପାଇଁ ଆଜିକାଲିର ଯୁବପିଢ଼ୀ ଅନେକ ପ୍ରଡକ୍ଟମାନ ବ୍ୟବହାର କରନ୍ତି । କରନ୍ତି ମାତ୍ର ଅନେକ କ୍ଷେତ୍ରରେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥାଏ । ସମସ୍ତଙ୍କ ସ୍କିନରେ ସବୁ ପ୍ରଡକ୍ଟ ଯାଇ ନଥାଏ । ମାତ୍ର ଡାକ୍ତରଙ୍କ କହିବା ଅନୁସାରେ ଚେହେରାକୁ ଚମକାଇବା ପାଇଁ କିସମିସ ବେଶ ଉପଯୋଗୀ ହୋଇଥାଏ । ଏହି ଡ୍ରାଏ ଫୃଟ ସୁନ୍ଦର ଦେଖାଯିବାରେ ଏକ ବଡ଼ ଭୂମିକା ମଧ୍ୟ ଗ୍ରହଣ କରିଥାଏ । ଚାପ, ଜୀବନଶୈଳୀ ସାଙ୍ଗକୁ ଖରାପ ପରିବେଶ ଏବଂ ଖାଇବା ପ୍ରଭାବରେ ତ୍ବଚା ଶୁଖି ଯାଇଥାଏ । ଯାହାକୁ ନେଇ ଏବେ ଅଧିକଂଶ ଯୁବପିଢ଼ୀ ଚିନ୍ତାରେ ରହିଥାନ୍ତି । କିନ୍ତୁ କିସମିସ ଖାଇବା ଦ୍ବାରା ଆପଣଙ୍କ ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରିପାଇବେ । କାହିଁକି ନାଁ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ । ଯାହାକି ତ୍ବଚାକୁ ଚମାଇବାରେ ସହାୟକ ହୋଇଥାଏ ବୋଲି ଡାକ୍ତରମାନେ କହିଥାନ୍ତି । ଏଣୁ ଆପଣ ପ୍ରତ୍ୟେକ ଦିନ ଏବଂ ଡାକ୍ତର ପରାମର୍ଶ ଅନୁସାରେ ଖାଇବା ଉଚିତ ।

ଶାଶୂ ଉପରକୁ ବୋହୂ ଫୋପାଡ଼ିଲା ଗରମ ପାଣି, ଭିଡିଓ ଭାଇରାଲ

ନନ୍ଦିଘୋଷ ବ୍ୟୁରୋ: ଶାଶୂ ଉପରକୁ ବୋହୂ ଗରମ ପାଣି ପକାଉ ଥିବା ଭିଡିଓ ଭାଇରାଲ । ଢେଙ୍କାନାଳ ଜିଲ୍ଲା ଭୁବନରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ  ।  ଅମାନୁଷିକ ଭାବରେ ଛାତ ଉପରେ ଥାଇ ବୋହୂ ଗରମ ପାଣି ପକାଉ ଥିବା ବେଳେ ନାତି ହାତରେ ଇଟା ଖଣ୍ଡ ଫୋପାଡୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି।  ଭୁବନ ଏନ୍ଏସି ଓ୍ବାଡ ନଂ – ୨ ରହୁଥିବା ରବି ସାହୁର ବୋହୂ ନନ୍ଦିନୀ ସାହୁ ପାରିବାରିକ କଳହ ପାଇଁ ଶାଶୂ ବାଜ ସାହୁ ଉପରେ ଗରମ ପାଣି ଫୋପାଡୁଥିବା  ସୂଚନା ରହିଛି ।  ବାପା ବୁଦ୍ଧିମନ୍ତ ସାହୁ ୪ ପୁଅ ରହିବା ପାଇଁ ଘର ତିଆରି କରିଥିଲେ। କିନ୍ତୁ ବଡ ପୁଅ ରବି ସାହୁ  ବାପା, ମାଆ ଓ ଅନ୍ୟ ଭାଇମାନଙ୍କୁ ସେ ଘରେ ରହିବା ପାଇଁ ଅନୁମତି ନଦେବାରୁ ବୃଦ୍ଧ ବାପା ମାଆ ପ୍ରତିବାଦ କରିଥିଲେ । ସେହି ଘରକୁ ପ୍ରବେଶ କରାଇ ନଦେବା ପାଇଁ ଶାଶୂଙ୍କ ଉପରେ ବୋହୂ ଗରମ ପାଣି ଫୋପାଡୁଥିବା ଦେଖିବାକୁ ମିଳିଛି ।

ଆଜି ସୁରୁଖୁରୁରେ ଚାଲିଲା ବିଧାନସଭାର ପ୍ରଶ୍ନକାଳ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ସୁରୁଖୁରୁରେ ଚାଲିଲା ବିଧାନସଭାର ପ୍ରଶ୍ନକାଳ। ବିଭିନ୍ନ ବିଭାଗର ପ୍ରଶ୍ନର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଗୃହରେ ଉତ୍ତର ରଖିଛନ୍ତି, ରାଜ୍ୟରେ ୩୧୭ ଟି ତହସିଲ ଅଫିସ ଅଛି। ସମୁଦାୟ ୫ ତହସିଲଦାର ଓ ୨୧୭ ଅତିରିକ୍ତ ତହସିଲଦାର ପଦ ଖାଲି ପଡିଛି। ରାଜ୍ୟରେ ୪୪୬ ମଞ୍ଜୁରୀପ୍ରାପ୍ତ ଅତିରିକ୍ତ ତହସିଲଦାର ପଦବୀ ଅଛି. ସେହିପରି ୭୮୯ RI, ୧୩୮୫ ARI ଓ ୧୧୬୯ ଅମିନ ପଦ ଖାଲି ପଡିଛି। ଏହି ସବୁ ପଦବୀ ପୂରଣ କରିବାକୁ OSSSC କୁ ଅଧିଯାଚନା ଦିଆଯାଇଛି। ସବୁ ପଦବୀ ଚୟନ ଓ ପଦୋନ୍ନତି ଜରିଆରେ ପୂରଣ କରାଯିବ । ଗୃହରେ ଆଜି ଜଳ ସଂପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ  ସଂଯୋଜନା, ବାଣିଜ୍ୟ, ସୂଚନା ଲୋକସମ୍ପର୍କ ଓ ପରିବହନ ବିଭାଗର ପ୍ରଶ୍ନ ରହିଥିଲା। ପରେ ଶୂନ୍ୟକାଳରେ ଜାତିଭିତ୍ତିକ ଗଣନା ଓ ସଂରକ୍ଷଣ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି।

ପ୍ରେମିକାର ଦାଦାକୁ ମାରିଦେଲା ନାବାଳକ ପ୍ରେମିକ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ବୀଭତ୍ସ ହତ୍ୟା । ଝିଆରୀକୁ ପ୍ରେମ କରୁଥିଲା ଅଭିଯୁକ୍ତ। ଦାଦା ବିରୋଧ କରିବାରୁ ହତ୍ୟା କଲା ପ୍ରେମିକ। ଖଣ୍ଡଗିରି ଥାନା ଜଗନ୍ନାଥ ନଗର ଶୁକ ବିହାର ଅଞ୍ଚଳରେ ଘଟିଛି ଘଟଣା । ମୃତକ ହେଲେ ଜଗା ମଲ୍ଲିକ । ଅଭିଯୋଗ ଅନୁସାରେ ତାଙ୍କ ଝିଆରୀକୁ ଏକ ପିଲା ପ୍ରେମ କରୁଥିଲା। ଏହାକୁ ବିରୋଧ କରିଥିଲେ ଜଗା। ଗତକାଲି ରାତି ପାଖାପାଖି ସାଢ଼େ 12 ଟା ବେଳେ ଜଗା ନିଜ ବାଇକରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ଏକ ସ୍ଥାନରେ ଲୁଚି ରହିଥିବା ଅଭିଯୁକ୍ତ ଖଣ୍ଡାରେ ଜଗାଙ୍କୁ ଆକ୍ରମଣ କରିଥିଲା। ବେକରେ ଚୋଟ ପକାଇବାରୁ ଜଗାଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଖଣ୍ଡଗିରି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି । ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ଜଙ୍ଗଲୀ ଭାଲୁ ସହ ଯୁବକଙ୍କ ସଂଘର୍ଷ, ସାହସ ପାଇଁ ବର୍ତ୍ତିଗଲେ..

ନନ୍ଦିଘୋଷ ବ୍ୟୁରୋ: ଜଙ୍ଗଲୀ ଭାଲୁ ସହ ଯୁବକଙ୍କ ମୁହାଁମୁହିଁ । ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ସଂଘର୍ଷ l  ଯୁବକଙ୍କ ସାହସ ପାଇଁ ଆଜି ଭାଲୁ ମୁହଁରୁ ବର୍ତ୍ତି ଯାଇଛନ୍ତି ଯୁବକ l  ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟ ପ୍ରାଣୀ ଅଞ୍ଚଳ ଅତଳସରା ଗାଁର ପଦ୍ମ ଚରଣ ନାୟକ ଆଜି ସକାଳୁ ନିଜ ବିଲକୁ ଚାଷ ପାଇଁ ଯାଇଥିଲେ l କିନ୍ତୁ ଜଙ୍ଗଲ ନିକଟରେ  ତିନୋଟି ଭାଲୁ ଥିବା ଦେଖିଥିଲେ, ସେଠାରୁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଉଥିବା ସମୟରେ ଏକ ଭାଲୁ ପଛପଟୁ ଆକ୍ରମଣ କରିଥିଲା l ଉଭୟଙ୍କ ମଧ୍ୟରେ ବହୁ ସଂଘର୍ଷ ହୋଇଥିଲା।  ଶେଷରେ ଏକ  ପଥର ଦ୍ୱାରା ଆକ୍ରମଣ କରିବାରୁ ଜଙ୍ଗଲକୁ ଭାଲୁ ଟି ଦୌଡ଼ି ପଳାଇ ଥିଲା l ପଦ୍ମ ଚରଣଙ୍କ ଜୀବନ ବଞ୍ଚିଯାଇଥିଲେ ବି ଗୋଡ଼ ଆଉ ହାତରେ ଗଭୀର ଆଘାତ ଲାଗିଛି । ଚିକିତ୍ସା ପାଇଁ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି l

ଗୁଜୁରାଟରେ ପ୍ରକୃତିର ତାଣ୍ଡବ, ଜଳ ପ୍ରଳୟରେ ଗଲାଣି ୨୮ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପାଣି ପାଣି ଗୁଜୁରାଟ । ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରକୃତିର ଏହି ତାଣ୍ଡବରେ ଶେଷ ଖବର ସୁଦ୍ଧା ୨୮ ଜଣଙ୍କ ଜୀବନ ଯାଇଛି । ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ଗାଁଠୁ ସହର । ରାଜରାସ୍ତାଠାରୁ ଆରମ୍ଭ କରି କାର୍ଯ୍ୟାଳୟ ସବୁଆଡ଼େ ଜଳ ପଳୟର ଭୟଙ୍କର ସ୍ଥିତି ଉପୁଜିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଗାମୀ ୫ ଦିନ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଏବେ ମଧ୍ୟ ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି ।

ସୌରାଷ୍ଟ୍ର ଅଞ୍ଚଳର ବହୁ ଜିଲ୍ଲାରେ ସ୍ଥିତି ସାଂଘାତିକ। ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ଆର୍ମି ଓ ଏନଡିଆରଏଫ୍। ତେବେ ଆଜିଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଆଶ୍ଵସ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ପ୍ରତିଶୃତି ଦେଇଛନ୍ତି। ଦ୍ଵାରକା, ଆନନ୍ଦ, ବଡ଼ୋଦରା, ଖେଦା, ମୋରବି, ରାଜକୋଟ ଜିଲ୍ଲାରେ ମୁତୟନ ପାଇଁ ଆହୁରି ଅଧିକ ୬ କଲମ୍ ସେନା ମାଗିଛନ୍ତି ଗୁଜରାଟ ସରକାର। ୧୪ ପ୍ଲାଟୁନ ଏନଡିଆରଏଫ୍ ଓ ୨୨ ପ୍ଲାଟୁନ ଏସଡିଆରଏଫ୍ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।