ଭୁବନେଶ୍ବର: ଆଜି ପଞ୍ଚମ ଦିନରେ ବି କମ୍ପିବ ବିଧାନସଭା। ଶୂନ୍ୟକାଳରୁ ଗୃହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ବିଧାନସଭା ବେଶ୍ ସରଗରମ ରହିପାରେ। ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି, ସୁଭଦ୍ରା ଯୋଜନା ଏସଓପିକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇପାରନ୍ତି । ଏହା ସହ ଅନେକ ପ୍ରସଙ୍ଗ ଶୂନ୍ୟକାଳରେ ଉଠିପାରେ। ବିରୋଧୀ ବିଜେଡ଼ି ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯିବ। ସେହିପରି ୯ ତାରିଖର ନିର୍ମାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ଶାସକ ଦଳ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ନୂଆ ରଣନୀତି ଆପଣାଇପାରେ ।
ସୁଭଦ୍ରା ଯୋଜନା ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ବିଜେପିକୁ ଟାର୍ଗେଟ କଲା ବିଜେଡି । ସୁଭଦ୍ରା ଯୋଜନା ନାଁରେ ପ୍ରବଞ୍ଚନା କରିଛି ବିଜେପି । ମହିଳାଙ୍କୁ ଦୁଇ ବର୍ଷରେ ୫୦ ହଜାର ଦେବେ କହିଥିଲେ ଏବେ ୫ ବର୍ଷରେ ୫୦ ହଜାର ଦେବାକୁ SOP ଆଣିଛନ୍ତି ।
ମାସକୁ ୮୩୩ଟଙ୍କା ଅର୍ଥାତ ଦିନକୁ ୨୭ଟଙ୍କା ଦେବେ । ଭତ୍ତା ପ୍ରତିଶୃତି ଦେଇ ମଧ୍ୟ ଠକିଛନ୍ତି ସରକାର । ସତ୍ୟ ଓ ତଥ୍ୟ ମଧ୍ୟରେ ତାଳମେଳ ନଥାଏ ଯୋଜନାରୁ ୧ କୋଟି ମହିଳା ବଂଚିତ ହେବେ ବୋଲି ବର୍ଷିଛି ବିଜେଡି । ସେପଟେ ବିଜେପି ସରକାରଙ୍କୁ ମିଛୁଆ ରାଧୁଆର ସରକାରର ଆଖ୍ୟା ଦେଇଛନ୍ତି ସାଂସଦ ସୁଲତା ଦେଓ ।
ଏ ସରକାରରେ ଆଳୁ କିଲୋ ୫୦, ପିଆଜ କିଲୋ ୬୦ଟଙ୍କା । ଦିନରେ ତାରା ଦେଖାଇବା ବନ୍ଦ କରନ୍ତୁ ସରକାର
ଦିନରେ ତାରା ଦେଖାଇବା ବନ୍ଦ କର: ବିଜେଡି
କେନାଲରେ ଭାସୁଛି ୟୁପିର ପଚା ଆଳୁ, ଖାଉଛନ୍ତି ଗାଈଗୋରୁ
କଟକ: କେନାଲ ପାଖରେ ଫୋପଡା ଯାଇଛି ୟୁପି ପଚା ଆଳୁ । ପାଣିରେ ଭାସୁଥିବା ବେଳେ ପଚା ଆଳୁକୁ ଗାଇ ଖାଉଛି । କଟକ ଛାତ୍ର ବଜାର ତାଳଦଣ୍ଡା କେନାଲ ପାଖର ଏ ଦୃଶ୍ୟ । ଗଲା କିଛି ମାସ ହେବ ଆଳୁକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଇଥିବା ସମସ୍ତେ ଦେଖିଥିଲେ। ରାଜ୍ୟର ସବୁ ଜିଲାରେ ଆଳୁ ଦର୍ ସମାନ ନଥିବା ବେଳେ ରାଜ୍ୟର ପ୍ରମୁଖ ମଣ୍ଡିରେ ଆଳୁ ଏକ ପ୍ରକାର ଉଭାନ ହୋଇଯାଇଥିଲା ।
ଯେତିକି ଗାଡି ୱେଷ୍ଟ ବେଙ୍ଗଲରୁ ଆସୁଥିଲା ତାହା ଚୋରା ଆସୁଥିଲା। ଏହାର ବିକଳ୍ପ ଚିନ୍ତା କରି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ରପ୍ତାନୀ କରିଥିଲେ। କିନ୍ତୁ ଉତ୍ତରପ୍ରଦେଶ ଆଳୁକୁ ରାଜ୍ୟବାସୀ ଗ୍ରହଣ କଲେ ନାହିଁ। କଟକ ଛାତ୍ର ବଜାର ତାଳଦଣ୍ଡା କେନାଲ ପାଖରରେ ଶହ ଶହ ବସ୍ତା ଆଳୁ ଫୋପାଡାଯାଇଥିବା ବେଳେ ପାଣିରେ ଭାସୁଛି କିଛି ଆଳୁ। ଏହି ଆଳୁକୁ ଗାଈ ବା ଷଣ୍ଢ ଖାଉଥିବାର ଦୃଶ୍ୟ ଏବେ ଆମ କ୍ୟାମେରାରେ କଏଦ ହୋଇଛି ।
କିଭ୍ରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
କିଭ: କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି- ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟଘାଟ। ରୁଷିଆ ଓ ୟୁକ୍ରେନ ମଧ୍ଯରେ ଯୁଦ୍ଧ ମଧ୍ଯରେ ଦୁଇ ନେତାଙ୍କ ମଧ୍ଯରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା। ୟୁକ୍ରେନ ରାଜଧାନୀ କିବରେ ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିଥିବାବେଳେ ସେଠାରେ ଥିବା ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
୧୯୯୧ରେ ସ୍ବାଧୀନତା ଲାଭ ପରେ ୟୁକ୍ରେନକୁ ଜଣେ ଭାରତୀୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଅବସରରେ ମୋଦି ବିଶ୍ବଶାନ୍ତି, ଏକତା, ସହଭାଗିତା, ମାନବିକତା ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଭୂମିକାକୁ ଦୋହରାଇଛନ୍ତି।
ମାନବିକତା କ୍ଷେତ୍ରରେ ଆସୁଥିବା ଚାଲେଞ୍ଜର ମୁକାବିଲା ଲାଗି ଭାରତ ସର୍ବଦା ଜାଗତିଆର ବୋଲି କହିଛନ୍ତି ମୋଦି। ୟୁକ୍ରେନ ଓ ଭାରତ ମଧ୍ଯରେ ରାଜନୈତିକ, ବାଣିଜ୍ଯିକ, ଅର୍ଥନୈତିକ, ନିବେଶ, ଶିକ୍ଷା, ସାଂସ୍କୃତିକ ସହଭାଗିତା, ମାନବିକ ସହାୟତା ପ୍ରସଙ୍ଗରେ ଆଲୋଚନା ହେବ। ରୁଷିଆ ଗସ୍ତର ୬ ସପ୍ତାହ ପରେ ମୋଦିଙ୍କ ୟୁକ୍ରେନ ଗସ୍ତର ଗୁରୁତ୍ବ ରହିଛି। ମୋଦିଙ୍କ ରୁଷିଆ ଗସ୍ତକୁ ପୂର୍ବରୁ ବିରୋଧ କରିଥିଲେ ଜେଲେନସ୍କି। ଗତ ଜୁନ ମାସରେ ଇଟାଲିରେ ଗ୍ରୁପ-୭ ସମ୍ମିଳନୀରେ ଶେଷ ଥର ଲାଗି ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି।

