spot_img
Home Blog Page 1755

ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍ ପରେ ରୋଚକ ମୋଡରେ ନିମାପଡ଼ା ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ପରେ ନିମାପଡା ଏନଏସିର ରାଜନୀତି ଏକ ରୋଚକ ମୋଡରେ ଠିଆ ହୋଇଛି । ଅସଲରେ କିଏ ସେହି କାଉନସିଲର ଯିଏ ନିଜ ଭୋଟକୁ ନାକଚ କରିଛି ତାକୁ ନେଇ ବିଜେପି ଶିବିରରେ ତନାଘନା ଚାଲିଛି । ଅନାସ୍ଥା କାଟ ଖାଇଯିବା ପରେ ବିଜେଡିରୁ ଯାଇ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ମଧ୍ୟ ବାଉଳା ଚାଉଳା ହେଉଛନ୍ତି । ତେବେ ଯେଉଁ କାଉନସିଲରଙ୍କ ଭୋଟ ନାକଚ ହୋଇଛି ତାହା ଅନ୍ୟ ସହଯୋଗୀ କାଉନସିଲରମାନେ ଜାଣିସାରିଲେଣି । କିନ୍ତୁ ଗୁପ୍ତ ଭୋଟିଂ ଯୋଗୁଁ କେହି ନାଁ ପ୍ରଘଟ କରୁନାହାଁନ୍ତି ।

ନିମାପଡା ଏନଏସି ଆସ୍ଥା ଭୋଟ ହାରିବା ପରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କ ପାଇଁ ଲଜ୍ଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ସମର୍ଥିତ ଯେଉଁ ୮ଜଣ କାଉନସିଲର ଭୋଟ ଦେବାକୁ ଯାଇଥିଲେ ସେ ସମସ୍ତଙ୍କୁ ଗୋପ ବ୍ଲକର ବାଙ୍କେଶ୍ବର ମହାଦେବ ମନ୍ଦିରକୁ ଡାକି ସମୀର ଦାଶଙ୍କ ଲୋକମାନେ ପଚରା ଉଚରା କରିବାରେ ଲାଗିଛନ୍ତି । ଠାକୁରଙ୍କ ପ୍ରମାଣ ନିୟମ କରାଇ କିଏ ନାକଚ କରିଛି ଭୋଟ ବୋଲି ପଚାରୁଛନ୍ତି । ସେପଟେ ଯେଉଁ କାଉନସିଲରଙ୍କ ଭୋଟ ନାକଚ ହୋଇଛି ତାହା ଜଣାପଡିଯାଇଥିଲେ ବି ସିକ୍ରେଟ ବ୍ୟାଲଟ ଭୋଟିଂ ହୋଇଥିବାରୁ କେହି ନାଁ ନେଉନାହାଁନ୍ତି ।

ବିଜେଡିରେ ସମୀର ଦାଶ ଥିବା ବେଳେ ଯେଉଁ କାଉନସିଲରମାନେ ଜିତିଥିଲେ ସେମାନଙ୍କ ମଧ୍ୟରୁ ୬ଜଣ କାଉନସିଲର ବିଜେଡି ଛାଡି ବିଜେପିକୁ ଯାଇଥିଲେ। ଆଉ ବିଜେପିରେ ଥିବା ୩ ଜଣ କାଉନସିଲରଙ୍କ ମଧ୍ୟରୁ ଜଣେ ବିଜେଡି ସହ ମିଶିଥିଲେ ଯାହାଦ୍ଵାରା ବିଜେପିର କାଉନସିଲରଙ୍କ ସଂଖ୍ୟା ୮ରେ ପହଞ୍ଚିଥିଲା । ହେଲେ ଜଣେ କାଉନସିଲରଙ୍କ ଭୋଟ ନାକଚ ହେବାରୁ ବାଉଳି ହେଉଛନ୍ତି ପୂର୍ବତନ ବିଧାୟକ ସମୀର ଦାଶ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମର୍ଥକ। ଅନାସ୍ଥା ପୂର୍ବରୁ ଏହି ୮ କାଉସିଲରମାନଙ୍କୁ ୪ଦିନ ଧରି ଅନ୍ୟତ୍ର ନେଇ ରଖାଯାଇଥିଲା । କିଛି ଜଣଙ୍କୁ ଅନାସ୍ଥା ସପକ୍ଷରେ ଭୋଟ ଦେବା ପାଇଁ ଧମକ ଚମକ ମଧ୍ୟ ଦିଆଯାଉଥିଲା । କିନ୍ତୁ ସବୁ ଫସର ଫାଟିଯାଇଛି ।

 

ଚମ୍ପାଇ ସୋରେନଙ୍କ ବଡ଼ ଘୋଷଣା, ରାଜନୀତିରୁ ନେବିନି ସନ୍ୟାସ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ରାଜନୀତି ପୁଣିଥରେ ଉଷ୍ମ ହୋଇଛି । ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଥିଲା । କିନ୍ତୁ ଏହା ସଫଳ ହୋଇନାହିଁ । ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜେ ଏକ ଦଳ ଗଠନ କରିବେ । ବୁଧବାର ସେ ଟ୍ବିଟ୍ ମାଧ୍ୟମରେ ଏଭଳି ଘୋଷଣା କରିଛନ୍ତି । ବିଜେପିରେ ଯୋଗ ଦେବା ପାଇଁ ଦିଲ୍ଲୀରେ ଡେରା ପକାଇଥିଲେ । ମାତ୍ର ଏହାସଫଳ ନହେବା ପରେ ସେ ନୂଆ ନିଷ୍ପତ୍ତି ନେଇଛନ୍ତି । ନୂଆ ଦଳ ଗଠନ କରି ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ । ଆମେ ନୂଆ ସାଥୀ ଖୋଜୁଛୁ, ସେମାନଙ୍କ ସହ ଆଗକୁ ବଢ଼ିବୁ ବୋଲି ମଧ୍ୟ କହିଛନ୍ତି ଚମ୍ପାଇ । ଦିଲ୍ଲୀରୁ ଫେରିବା ପରେ ନିଜର ସମର୍ଥକଙ୍କୁ ଭେଟିବା ପରେ ଏଭଳି ନିଷ୍ପତ୍ତି ନେଇଛି ବୋଲି ଚମ୍ପାଇ କହିଛନ୍ତି । ତେବେ ତିନୋଟି ବିକଳ୍ପ ରଖିଥିବା କଥା ପୂର୍ବରୁ କହିଥିଲେ ଚମ୍ପାଇ । ଅନ୍ୟ ଦଳରେ ନମିଶିଲେ ରାଜନୀତିରୁ ସନ୍ୟାସ ନେବା କଥା ମଧ୍ୟ କିନ୍ତୁ ସେ ସନ୍ୟାସ ବଦଳରେ ନୂଆ ଦଳ ଗଠନ କରି ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଠ କରିଛନ୍ତି । ବୁଧବାର ସକାଳେ ତାଙ୍କ ବାସଭବନକୁ ବହୁ ସମର୍ଥକ ଯାଇ ତାଙ୍କ ସହ ଭେଟିଥିଲେ । ତେବେ ୭ଦିନ ମଧ୍ୟ ସମସ୍ତ କଥା ସ୍ପଷ୍ଠ ହେବ ବୋଲି ଜଣାଇଛନ୍ତି । ଏନଡିଏ ସଂଗଠନ ସହ ଚମ୍ପାଇ ଯୋଡ଼ି ହୋଇ ରହିବେ । କାରଣ ଜିତନରାମ ଏକ ଟ୍ବିଟ କରି ଚମ୍ପାଇଙ୍କୁ ଟ୍ୟାଗ କରିଥିଲେ । ସେ ମଧ୍ୟ ଏହାର ଉତ୍ତର ରଖିଛନ୍ତି ।

କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା : ଜାଣନ୍ତୁ କଣ ହୋଇଥିଲା ଅନ୍ତିମ ସଂସ୍କାର ଦିନ

ନନ୍ଦିଘୋଷ ବ୍ୟୁରୋ: କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିବାବେଳେ ଏଯାବତ ଉତ୍ତେଜନା ପରିସ୍ଥିତି ଶାନ୍ତ ହୋଇନାହିଁ । ତେବେ ଏହି ଘଟଣା ଦିନ କଣ ଘଟିଥିଲା । ଏବଂ କାହିଁକି ଶୀଘ୍ର ଶୀଘ୍ର ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ତେବେ କାହିଁକି ତରବରିଆ ଭାବେ ଦାହ କରାଯାଇଥିଲା । ଏହାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାନିଘାଟ ଶ୍ମଶାନରେ ମହିଳା ଡାକ୍ତରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ତେବେ ସେହିଦିନ କଣ ହୋଇଥିଲା? ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଶ୍ମଶାନଘାଟ ଇନଚାର୍ଜ ମ୍ୟାନେଜର ।

ମୃତକଙ୍କ ମା ସେହିଦିନ ଘଟଣାରେ କୌଣସି ହସ୍ତକ୍ଷେପ କରିନଥିଲେ । ଏହାସହ ସେ କହିଛନ୍ତି କି, ଅନ୍ୟଦିନ ଅପେକ୍ଷା ସେହିଦିନ ଅଧିକ ଶବ ଦାହ ପାଇଁ ପାନିଘାଟକୁ ଆସିଥିଲା । ଆମେ ଟିଭି ଦେଖି ଜାଣିଥିଲୁ କି, ମହିଳା ଡାକ୍ତରଙ୍କ ଶବ ମଧ୍ୟ ଏଠାକୁ ଆସିବ । ଏହା ପୂର୍ବରୁ ଭିଡ଼ ହେବ ଭାବି ଆମେ ମଧ୍ୟ ପ୍ରସ୍ତୁତ ରହିଥିଲୁ । କିନ୍ତୁ ମୃତଦେହ ପହଞ୍ଚିବା ପୂର୍ବରୁ ଶ୍ମଶାନ ଆଗରେ ଲୋକଙ୍କ ଭିଡ଼ ଜମିଥିଲା । ସ୍ଥାନୀୟ ବିଧାୟକଙ୍କ ସହ ପୋଲିସ ଫୋର୍ସ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସ ଉପସ୍ଥିତିରେ ଅନ୍ୟ ଶବକୁ ରଖାଯାଇ ପ୍ରଥମେ ଡାକ୍ତରଙ୍କ ମୃତଦେହକୁ ଦାହ କରାଯାଇଥିଲା । ପୂର୍ବରୁ ୨ଟି ଶବ ରହିଥିଲା । ମାତ୍ର ସେମାନଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ କରାଯାଇଥିଲା । ଏବଂ ଡାକ୍ତରଙ୍କ ଶବକୁ ପ୍ରଥମେ ଦାହ କରାଯାଇଥିଲା ।

ବିଷାକ୍ତ ମଦ ଘଟଣା: ଚିକିଟି ଯିବ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଚିକିଟିରେ ବିଷାକ୍ତ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଘଟଣା । ମେଡିକାଲରେ ଏବେ ମଧ୍ୟ ୧୪ ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ଗୁରୁତର ନେଇ ବିଜେଡି । ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । ଏହି ଟିମରେ ଚିକିଟିର ପୂର୍ବତନ ବିଧାୟିକା ଉଷା ଦେବୀ, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ରହିଛନ୍ତି । ଘଟଣାର ଅନୁଧ୍ୟାନ କରିବା ପରେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ  । ବୁଧବାର ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ପ୍ରତାପ ଦେବ ଏଭଳି ସୂଚନା ଦେଇଛନ୍ତି ।

ଚିକିଟି ବିଷାକ୍ତ ମଦ : ଆଉ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ଚିକିଟି ମଦ ବିଷାକ୍ତ ମଦ ପିଇ ମେଡିକାଲରେ ଭର୍ତ୍ତି ହୋଇଥିବା ଘଟଣା । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି । ଏହାକୁ ନେଇ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ସେପଟେ ଏବେ ଆହୁରି ୧୪ ଜଣ ମେଡିକାଲରେ ଚିକତ୍ସିତ ହେଉଛନ୍ତି । ଚିକିତ୍ସାଧିନ ଅବସ୍ଥାରେ ଏବେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଅଲଟାଇମ ଓ୍ବାଲ୍ଡ ପ୍ଲେଇଙ୍ଗ ୧୧ ଟିମ ବାଛିଲେ ଗମ୍ଭୀର, ଜଣେ ବି ନାହାନ୍ତି ଭାରତୀୟ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ଅଲଟାଇମ ଓ୍ବାଲ୍ଡ ପ୍ଲେଇଙ୍ଗ ୧୧ ଟିମ ବାଛିଲେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଏହି ୧୧ ଜଣିଆ ଟିମରେ ୩ ଜଣ ପାକିସ୍ତାନୀ ଖେଳାଳିଙ୍କୁ ସ୍ଥାନ ଦେଇଥିବାବେଳେ ଜଣେ ହେଲେ ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଯାହାକୁ ନେଇ ଗମ୍ଭୀରଙ୍କୁ ମଧ୍ୟ ଟ୍ରୋଲ କରୁଛନ୍ତି ୟୁଜର୍ସ । ଗମ୍ଭୀରଙ୍କ ଟିମରେ ରହିଛନ୍ତି ଆଦାମ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ), ମାଥ୍ୟୁ ହେଡେନ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ବ୍ରାଏନ ଲାରା (ୱେଷ୍ଟଇଣ୍ଡିଜ), ଆଣ୍ଡ୍ରିୟୁ ସାଇମଣ୍ଡସ୍ (ଅଷ୍ଟ୍ରେଲିଆ), ଇନଜାମାମ ଉଲ ହକ (ପାକିସ୍ଥାନ), ଅବଦୁଲ ରଜାକ (ପାକିସ୍ଥାନ), ମୁଥିଆ ମୁରଲୀଥରଣ (ଶ୍ରୀ) ଲଙ୍କା), ଶୋଏବ ଅଖତର (ପାକିସ୍ଥାନ), ମୋର୍ନେ ମର୍କେଲ (ଦକ୍ଷିଣ ଆଫ୍ରିକା), ଆଣ୍ଡ୍ରିୟୁ ଫ୍ଲିଣ୍ଟଫ (ଇଂଲଣ୍ଡ) ।

ବନ୍ଦ ବେଳେ ପୋଲିସଠାରୁ ଲାଠି ମାଡ଼ ଖାଇଲେ ଏସଡିଏମ୍

ନନ୍ଦିଘୋଷ ବ୍ୟୁରୋ: ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଥିବାବେଳେ ଦେଶର ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲାଠିମାଡ଼ ମଧ୍ୟ କରାଯାଇଛି । ତେବେ ପୋଲିସ ଲାଠିମାଡ଼ କରିଥିବାବେଳେ ଖୋଦ ଏସଡିଏମ ମଧ୍ୟ ଲାଠିମାଡ଼ ଖାଇଥିବାର ଏକ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହାକି ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଛି । ତେବେ ଏହି ଭିଡିଓଟି ଆସିଛି ବିହାରର ପାଟନାରୁ । ଯେଉଁଥିରେ ଏସଡିଏମ ଶ୍ରୀକାନ୍ତଙ୍କୁ ଲାଠିମାଡ଼ ଖାଇଥିବା ଦେଖିବାକୁ ମିଳିଛି । ଅଶାନ୍ତ କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ଲାଗିମାଡ଼ ହୋଇଛି ।

ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ, ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ।  ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିରେ ଦୁଇ ପ୍ରାର୍ଥୀ । ଦଳୀୟ ପ୍ରାର୍ଥୀ ହିସାବରେ ମମତା ମହାନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ଯ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନର ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଭରିଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ପ୍ରାର୍ଥିତ୍ବ ପାଇଁ ବିଜେପିର ୧୦ ବିଧାୟକ ପ୍ରସ୍ତାବକ ଓ ସମର୍ଥକ ଭାବେ ଦସ୍ତଖତ କରିଛନ୍ତି । ବିଜେପିରୁ ଦୁଇ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଓ ଅନ୍ତକନ୍ଦଳ ରହିଥିବା ସନ୍ଦେହ କରାଯାଉଛି । ମମତା ମହାନ୍ତ ବିଜେଡିରୁ ରାଜ୍ଯସଭା ସାଂସଦ ରହିଥିଲେ । ପରେ ବିଜେଡି ଓ ରାଜ୍ଯସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ । ମମତା ରାଜ୍ଯସଭାରୁ ପ୍ରାର୍ଥୀ ହେବେ ବୋଲି ବିଜେପି ସଂସଦୀୟ କମିଟି ଗତକାଲି ଘୋଷଣା କରିଥିଲା ।  ଆଜି ସକାଳେ ମମତା ଉପନିର୍ବାଚନ ପାଇଁ ମୁଖ୍ଯମନ୍ତ୍ରୀ, ରାଜ୍ଯ ବିଜେପି ସଭାପତି ଓ ଅନ୍ଯ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଏବେ ଜଗନ୍ନାଥ କାହିଁକି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଜଗନ୍ନାଥ ବିଜେପିରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି । ତେବେ ଦଳୀୟ ପ୍ରାର୍ଥୀ ହିସାବରେ ମମତାଙ୍କ ନାଁ ଘୋଷଣା ହୋଇଥିବାବେଳେ କିଭଳି ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଧାୟତ ପ୍ରସ୍ତାବକ ରହିଲେ ତାହା ମଧ୍ଯ ପ୍ରଶ୍ନ ଘେରରେ ।

https://www.youtube.com/watch?v=YP6dpJ5nfZ8

ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ

ଭୁବନେଶ୍ବର: ସିମବକ୍ସ ମାମଲାରେ ପଚରାଉଚରା ଲାଗି ଭୁବନେଶ୍ୱରରେ ପହଞ୍ଚିଛି NIA ଟିମ । ଟିମର ଜଣେ ସଦସ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ୫ ଦିନିଆ ରିମାଣ୍ଡରେ ଥିବା ମାଷ୍ଟରମାଇଣ୍ଡ ଅସଦୁର ଜମାନର ଏଜେଣ୍ଟ ରାଜୁ ମଣ୍ଡଳ ଠାରୁ ତଥ୍ୟ ଓଗାରିବା ପାଇଁ NIA ଭୁବନେଶ୍ବର ଆସିଛି । ସେପଟେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ପୂର୍ବରୁ ଦେଇଥିଲେ ଥାନାରେ ଏତଲା।

ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ମିସିଂ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୋଲିସ। ରାଜୁର ଲାଷ୍ଟ ଲୋକେସନ ଲକ୍ଷ୍ମୀସାଗର୍ ଥାନା ସୋ କରିଥିଲା। ଲକ୍ଷ୍ମୀସାଗର ଥାନା ପୋଲିସ ସହ ପଶ୍ଚିମବଙ୍ଗ ପୋଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ। ଗିରଫ ସୂଚନା ପାଇବା ପରେ ରାଜୁ ମଣ୍ଡଳ ପରିବାର ଲୋକ ଓକିଲ ସହ ଲକ୍ଷ୍ମୀସାଗର ଥାନା ଆସିଥିଲେ।

ଏଥିସହ ପରିବାର ଲୋକଙ୍କୁ ମଧ୍ୟ ରାଜୁ ସମ୍ପର୍କରେ ଅଧିକ ପଚରଉଚରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ।ଗତକାଲି ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ରେଡ଼ କରିଥିଲା ପୋଲିସ । ରାଞ୍ଚି ହାଜି ସୋହେଲ ମଲ୍ଲିକ ମୋୖଲନା ଆଜାଦ କଲୋନୀ ରେ ହୋଇଥିଲା ରେଡ଼ । ୭୫୦୦ ଟଙ୍କା ମାସିକ ଦେଇ ସେଠାରେ ଘର ଭଡା ନେଇଥିଲା ରାଜୁ।

ପାରମ୍ପରିକ ନୃତ୍ଯଗୀତ, ବାଦ୍ଯରେ ହକି ହିରୋଙ୍କୁ ସ୍ବାଗତ କଲା ଓଡିଶା

ଭୁବନେଶ୍ଵର: ରାଜଧାନୀରେ ପହଞ୍ଚିଲା ଭାରତୀୟ ହକି ଟିମ୍। ଅଲିମ୍ପିକ୍ସ ପଦକ ବିଜେତା ହକି ଟିମ୍ ଭୁବନେଶ୍ଵର ଏୟାରପୋର୍ଟରେ ପହଞ୍ଚିବା ପରେ ପାରମ୍ପରିକ ନୃତ୍ଯଗୀତ, ବାଦ୍ଯରେ ସେମାନଙ୍କୁ ସ୍ବାଗତ କରାଯାଇଛି। କ୍ରୀଡ଼ା ମନ୍ତ୍ରୀଙ୍କ ସମେତ କ୍ରୀଡ଼ା ବିଭାଗର ଅଧିକାରୀ ମଧ୍ଯ ଉପସ୍ଥିତ ଅଛନ୍ତି।

ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ଯାଇଛନ୍ତି । ସେଠାରେ ଅଲିମ୍ପିକ୍ସ ହକି ହିରୋଙ୍କୁ ରାଜ୍ଯ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯିବ। ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ। ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ।

ସେପଟେ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ହକି ଟିମକୁ ସ୍ୱାଗତ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ  ।