spot_img
Home Blog Page 1800

ଓଜନ କମ କରିବା ପାଇଁ କେଶ, ନଖ କାଟିବା ସହିତ ରକ୍ତ କାଢ଼ିଥିଲା ଭିନେଶ କିନ୍ତୁ…

ନୂଆଦିଲ୍ଲୀ : ଭିନେଶ ଫୋଗଟଙ୍କୁ ବଡ଼ ଝଟକା ।  ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କୁ ଡିସକ୍ୱାଲିଫାଏଡ୍ ଘୋଷିତ କରାଯାଇଛି । ୫୦ କେଜିରୁ ଅଧିକ ଓଜନ ପାଇଁ ମେଡାଲ ହାତେବାରୁ ବାଦ ପଡିଲେ ରେସଲର ଭିନେଶ ଫୋଗଟ । ପ୍ରି କ୍ବାର୍ଟର ଏବଂ କ୍ବାର୍ଟର ଫାଇନାଲରେ ବିଜୟୀ ଭାରତର ଏହି ମହିଳା ରେସଲର ସେମି ଫାଇନାଲରେ ମଧ୍ୟ ଦମଦାର ବିଜୟ ହାସଲ କରିଥିଲେ । କିନ୍ତୁ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଭାରତର ସ୍ୱର୍ଣ୍ଣ ସ୍ୱପ୍ନ ଚୁରମାର୍ ହୋଇଗଲା  ।

ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ଓଜନ ୨ କିଲୋ ଅଧିକ ଥିଲା  । ଯାହାକୁ କମ୍ କରିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ  । ରିପୋର୍ଟ ମୁତାବକ ସେମିଫାଇାଲ ମ୍ୟାଚ ସମୟରେ ସେ ୫୨ କେଜି ଓଜନ ଥିଲେ ଏବଂ ଏହି ୨ କିଲୋ ଅଧିକ ଓଜନ କମ୍ କରିବା ପାଇଁ ସେ ନିଜ ରକ୍ତ ମଧ୍ୟ କାଢିଥିଲେ  ।

ମିଡିଆ ରିପୋର୍ଟ ଅନୁସାରେ ଭିନେଶ ସେମିଫାଇନାଲ ଜିତିବା ପରେ କୌଣସି  ବିଶ୍ରାମ ନେଇ ନଥିଲେ ବରଂ ରାତିସାରା ଜଗିଂ, ସାଇକଲିଂ ଏବଂ ସ୍କିପିଙ୍ଗ କରି ନିଜର ଅତିରିକ୍ତ ଓଜନ କମ୍ କରିବାକୁ ଚେଷ୍ଟା କରିଥିଲେ  । ଖାଲି ଏତିକି ନୁହେଁ ସେ ନିଜ ଚୁଟି ଏବଂ ନଖ ମଧ୍ୟ କାଟି ଦେଇଥିଲେ । ଏଥି ସହିତ ନିଜ ଶରୀରରୁ ରକ୍ତ ମଧ୍ୟ କାଢି ଦେଇଥିଲେ । ହେଲେ ଏତେ ପ୍ରଚେଷ୍ଟା ପରେ ମଧ୍ୟ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ  ତାଙ୍କୁ ଅଯୋଗ୍ଯ ଘୋଷିତ କରାଯାଇଛି ।

ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍, ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ନବୀନ

ନୂଆଦିଲ୍ଲୀ : ପ୍ଯାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗଟ ଡିସକ୍ବାଲିଫାଏଡ୍ । ଫାଇନାଲ ଆଗରୁ ଭାରତକୁ ବଡ଼ ଝଟକା । ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଅଯୋଗ୍ଯ ହେଲେ ଘୋଷିତ । ୧୦୦ ଗ୍ରାମ ଅଧିକ ଓଜନ ଯୋଗୁ ଡିସକ୍ବାଲିଫାଏଡ୍ ଘୋଷିତ ହେଲେ । ୫୦ କିଲୋ ବର୍ଗରେ ଫାଇନାଲକୁ ଯାଇଥିଲେ ଭିନେଶ । ଗତକାଲି ଫାଇନାଲକୁ ଯାଇଥିଲେ ଫୋଗଟ । ଆଜି ରାତିରେ ହୋଇଥାନ୍ତା ଫାଇନାଲ ମୁକାବିଲା, ହେଲେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଚୁରମାର୍ ହୋଇଗଲା ଭାରତର ସ୍ୱର୍ଣ୍ଣ ସ୍ୱପ୍ନ। ଜିତିଥିଲେ ସୁନା ନଚେତ୍ ହାରିଥିଲେ ରୌପ୍ଯ ଜିତିଥାନ୍ତେ ଫୋଗଟ୍  । ନିଶ୍ଚିତ ପଦକରୁ ବଞ୍ଚିତ ହେଲେ ଭିନେଶ ଫୋଗଟ ।

ଅନ୍ୟପକ୍ଷରେ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା ପରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେ ଲେଖିଛନ୍ତି ଯେ, ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ପୂର୍ବରୁ ଅଯୋଗ୍ୟ ଘୋଷଣା ଶୁଣିବା ଦୁଃଖ ଦାୟକ ।

ନାବାଳକକୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲା ଦଲାଲ

କଟକ : କଟକରେ ପିଲା ଚୋରି । ନାବାଳକକୁ ଚୋରି କରି ଦଶପଲ୍ଲାରେ ବିକିଦେଇଥିଲା ଦଲାଲ । ପରିବାର ଲୋକଙ୍କ ଅଭିଯୋଗ ପରେ ପିଲାଙ୍କୁ ଉଦ୍ଧାର କଲା ପୋଲିସ । କଟକ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ନିଛିପୁରଠାରେ ଏକ ଇଟାଭାଟିରେ ନବରଙ୍ଗପୁରର ମଙ୍ଗଳ ସିଂ କାମ କରୁଥିଲେ  । ଗତ ଶୁକ୍ରବାର ତାଙ୍କ ଦୁଇ ପୁଅ ଖେଳୁଥିବା ସମୟରେ ସେହି ଅଞ୍ଚଳରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲାର ଜଣେ ମହିଳା ଉଭୟଙ୍କୁ ଚୋରି କରିନେଇଥିଲେ । ଉଭୟଙ୍କୁ ଚୋରି କରି ସେ କାମ କରୁଥିବା ଏକ ପାଣିପାଉଚ୍ କମ୍ପାନୀରେ ଲୁଚାଇ ରଖିଥିଲେ ।

ପରେ ୬ ବର୍ଷୀୟ ନାବାଳକକୁ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ବିକ୍ରି କରିଦେଇଥିଲେ । ବଡ଼ ପୁଅ ଅପହରକାରୀ ମହିଳାଙ୍କ କବଳରୁ ଖସିଆସି ସବୁକଥା କହିବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଦଶପଲ୍ଲାରୁ ନାବାଳକୁ ଉଦ୍ଧାର କରିଛି । ଅପରହଣକାରୀ ମହିଳାଙ୍କ ସମେତ ୭ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି । ମହିଳାଜଣଙ୍କ କେଉଁ ଉଦ୍ଦେଶ୍ଯରେ ନାବାଳକଙ୍କୁ ଗିରଫ କରିଥିଲେ, ତାଙ୍କ ସହ ଆଉ କିଏ ସଂପୃକ୍ତ ରହିଛି କି ନାହିଁ ସେନେଇ ତଦନ୍ତ କରୁଛି ପୋଲିସ ।

ଖୋର୍ଦ୍ଧା ୫୭ ନମ୍ବର ରାଜପଥରେ ୪ ଫୁଟର ପାଣି

ଖୋର୍ଦ୍ଧା : ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ୫୭ନ ଜାତୀୟ ରାଜପଥରେ ରାସ୍ତା ଉପରେ ୪ଫୁଟର ପାଣି। ଖୋର୍ଦ୍ଧା ନୟାଗଡ଼, ଖୋର୍ଦ୍ଧା ବାଙ୍କୀ ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି। ଉଭୟ ପାର୍ଶ୍ଵରେ ଯାନବାହାନ ଅଟକିଛି। ବାଘମାରି ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଛି। ଲଗାଣ ବର୍ଷା ଫଳରେ ପାଣିର ସ୍ରୋତ ବଢ଼ି ବଢ଼ି ଚାଲିଛି।

ଭୁବନେଶ୍ୱର ପଟୁ ଯାଉଥିବା ସମସ୍ତ ବସ ଟ୍ରକ କାର ୨ଚକିଆ ଯାନବାହନ ଅଟକି ରହିଛି। ଏବେ ବି ରାସ୍ତା ଉପରେ ୪ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଖୋର୍ଦ୍ଧା ପଟୁ ବାଙ୍କୀକୁ ଯାଉଥିବା ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାଙ୍କୀ, ସିମୋରୋ ରାସ୍ତାରେ ପାଣି ଚାଲିଛି। ଗାଁରେ ପାଣି ପଶିବା ସହ ଲୋକମାନଙ୍କ ଘର ଭିତରେ ବର୍ଷା ପାଣି ପଶିଛି। ଏହାସହ ପାଣିରେ ଭାସିଆସି ମାଛ ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଭିଜିଲାନ୍ସ ଜାଲରେ ଆଠଗଡ଼ ବିଡ଼ିଓ , ଏକାସାଙ୍ଗେ ୯ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର :  ଭିଜିଲାନ୍ସ ଜାଲରେ ଆଉଜଣେ ବିଡିଓ । କଟକ ଆଠଗଡ଼ ବିଡିଓ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି । ଆୟବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି । ୬ ଜଣ ଡ଼ିଏସପିଙ୍କ ନେତୃତ୍ବରେ ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଚଢ଼ାଉ ଜାରି ରଖିଛନ୍ତି ।

ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଆଜି ଶେଷ ମ୍ଯାଚ

ନୂଆଦିଲ୍ଲୀ : ଭାରତ-ଶ୍ରୀଲଙ୍କା ତିନିଟିକିଆ ଦିନିକିଆ ସିରିଜର ଆଜି ଶେଷ ମ୍ଯାଚ । ସିରିଜ ବଞ୍ଚାଇବା ଲକ୍ଷ୍ଯରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ଯାଚ ଟାଇ ହୋଇଥିବାବେଳେ ଦ୍ବିତୀୟ ମ୍ଯାଚ ଭାରତ ହାରିସାରିଛି । ଏଣୁ ଆଜିର ମ୍ଯାଚ ଜିତି ସିରିଜ ବଞ୍ଚାଇବାକୁ ଟିମ୍ ଇଣ୍ଡିଆ ଉଦ୍ଯମ କରିବ । ଭାରତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ ।

ଆଜିର ମ୍ଯାଚ ହାରିଲେ ଭାରତ ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ପରାଜିତ ହେବ । ଶେଷ ଥର ପାଇଁ ଭାରତ ୧୯୯୭ରେ ଦିନିକିଆ ଶୃଙ୍ଖଳା ହାରିଥିଲା । ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍ ନିରାଶ କରିଛନ୍ତି। ଦ୍ବିତୀୟ ମ୍ୟାଚ୍ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ନେଇପାରି ନଥିଲେ । ଉପଅଧିନାୟକ ଶୁବମନ ଗିଲଙ୍କ ସହିତ ଶିବମ ଦୁବେ ବି ଫାଇଦା ଉଠାଇ ପାରିନାହାନ୍ତି । କଲମ୍ବୋରେ ଆଜି ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ।

ଦୁଇଦିନ ଯାଏ ରାଜ୍ଯରେ ପ୍ରବଳ ବର୍ଷା; ୯ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର : ରାଜ୍ଯରେ ପ୍ରବଳ ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଆଖପାଖରେ ଘୂର୍ଣ୍ଣିବଳୟ ଓ ସକ୍ରିୟ ମୌସୁମୀ ନିମ୍ନ ଚାପରେଖା ପାଇଁ ଓଡ଼ିଶାରେ ହେଉଛି ନିର୍ଧୁମ ବର୍ଷା । ଆସନ୍ତା ଦୁଇଦିନ ଯାଏ ଏଭଳି ବର୍ଷା ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୯ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । କଟକ, ନୟାଗଡ, ଅନୁଗୁଳ, ବୈାଦ୍ଧ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ରୁ ୨୦୦ମିଲିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ବର୍ଷା ପ୍ରଭାବରେ କମିବ ଦୃଶ୍ୟମାନ ଦୂରତା, ସୃଷ୍ଟି ହେବ ଟ୍ରାଫିକ ସମସ୍ୟା । ଭାଙ୍ଗିବ କଚ୍ଚା ଘର, ପ୍ରଭାବିତ ହେବ କଚ୍ଚା ରାସ୍ତା । ତଳିଆ ଅଞ୍ଚଳରେ ସୃଷ୍ଟି ହେବ ଜଳବନ୍ଦୀ ସ୍ଥିତି । ପାହାଡିଆ ଅଞ୍ଚଳରେ ଭୂସ୍ଖଳର ପରିସ୍ଥିତି ଉପୁଜିପାରେ । ସେହିଭଳି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ସେପଟେ ଜୁନ ମାସରୁ ଏବେ ସୁଦ୍ଧା ରାଜ୍ୟରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି।

ଆଜିଠୁ ତିନିଦିନିଆ ନିବେଶକ ସମ୍ମିଳନୀ; ଇନଭେଷ୍ଟର୍ସଙ୍କ ସହ ହେବ ୱାନ ଟୁ ୱାନ

ଭୁବନେଶ୍ୱର : ଆଜିଠୁ ତିନିଦିନିଆ ନିବେଶକ ସମ୍ମିଳନୀ କରିବେ ରାଜ୍ଯ ସରକାର । ୯ ତାରିଖ ପର୍ଯ୍ୟନ୍ତ ପୁନେ ଓ ଅହମ୍ମଦାବାଦରେ ଆୟୋଜିତ ହେବ ଏହି ସମ୍ମିଳନୀ । ଏହା ହେବ ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ୱାନ ଟୁ ୱାନ ଓ ଗୋଲ ଟେବୁଲ ବୈଠକ କରିବେ ଶିଳ୍ପ ବିଭାଗର ଅଧିକାରୀ। ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ସଚିବ, ଏମଏସଏମଇ ମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ଏଥିରେ ଯୋଗଦେବେ । ୨୦୨୯ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଚଳିତ ବର୍ଷ ଉତ୍କଳ ଉତ୍କର୍ଷ ସମ୍ମିଳନୀ ଆୟୋଜନ କରି ଅଧିକ ପୁଞ୍ଜି ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଆଜି ଶ୍ରୀଜିଉଙ୍କ ବନକଲାଗି, ଅପରାହ୍ମ ୫ଟାରୁ ରାତି ୯ ଯାଏଁ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରାବଣ ଶୁକ୍ଲ ପକ୍ଷ ତୃତୀୟା ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବନକଲାଗି ନୀତି । ଦତ୍ତ ମହାପାତ୍ର ସେବକମାନଙ୍କ ଦ୍ୱାରା ଏହି ଗୁପ୍ତ ନୀତି ସମ୍ପାଦନ କରାଯିବ। ପ୍ରାକୃତିକ ରଙ୍ଗରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ଅପରାହ୍ନ ୫ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସ୍ବପ୍ନରେ ରହିଗଲା ଭାରତର ଅଲିମ୍ପିକ୍ସ ଫାଇନାଲ ସ୍ବପ୍ନ

ନୂଆଦିଲ୍ଲୀ : ପୁଣିଥରେ ହାତଛଡ଼ା ହୋଇଗଲା ସୁଯୋଗ । ଟୋକିଓ ଭଳି ପ୍ଯାରିସରେ ବି ଫାଇନାଲର ଗୋଟିଏ ପାଦ ଆଗରୁ ହାରିଗଲା ଟିମ୍ ଇଣ୍ଡିଆ । ପ୍ଯାରିସ ଅଲିମ୍ପିକ୍ସ ସେମିଫାଇନାଲ ମୁକାବିଲାରେ ଜର୍ମାନୀଠାରୁ ୩-୨ ଗୋଲରେ ହାରି ବ୍ରୋଞ୍ଜ ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ଭାରତ । ଗତକାଲି ଆୟୋଜିତ ସେମିଫାଇନାଲ ମୁକାବିଲାରେ ପ୍ରଥମ କ୍ବାର୍ଟରରୁ ହିଁ ଭାରତକୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିବା ଦେଖିବାକୁ ମିଳିଥିଲା ।

ଦ୍ବିତୀୟ ମିନିଟରେ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦ୍ଦିକ ସିଂହ। ସପ୍ତମ ମିନିଟ୍ରେ ହର୍ମନପ୍ରୀତ୍ ପ୍ରଥମ ଗୋଲ୍ ଦେଇଥିଲେ । ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ ମିନିଟ୍ରେ ଗଞ୍ଜାଲୋ ପିଲାଟଙ୍କ ଶକ୍ତିଶାଳୀ ସଟ୍ ମ୍ଯାଚକୁ ବରାବର ସ୍ଥିତିକୁ ନେଇଯାଇଥିଲା । ୨୭ତମ ମିନିଟ୍ରେ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା ।

ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ହର୍ମନପ୍ରୀତଙ୍କ ହିଟ୍ ଫେରି ଆସୁଥିବାବେଳେ ସୁଖଜିତ୍ ସିଂହ ଏହାକୁ ଗୋଲରେ ପରିଣତ କରି ମ୍ୟାଚ୍କୁ ବରାବର ସ୍ତରକୁ ଆଣିଥିଲେ । ହେଲେ ୫୪ ମିନିଟ ସମୟରେ ଭାରତର ସ୍ବପ୍ନରୁ ଚୁରମାର କରିଦେଇଥିଲା ଜର୍ମାନୀ । ଅନ୍ଯପଟେ ନେଦରଲାଣ୍ଡସ ୨୦୧୨ ପରେ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରିଛି । ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡ୍ସ ଏବଂ କାଂସ୍ୟ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ।