spot_img
Home Blog Page 1801

ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ସପ୍ତାହେ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ସ୍ୱାସ୍ଥ୍ୟଗତ କାରଣ ଜଣାଇ ଅନ୍ତରୀଣ ଜାମିନ୍ ବଢାଇବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ। ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲ୍ ଯାଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ନିଜ ଗରିଫଦାରୀ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଅବେଦନ କରିଥିଲେ ।
ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ।

ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ କେଜ୍ରିୱାଲଙ୍କୁ ଅନୁମତି ପ୍ରଦାନ କରିଥିଲେ କୋର୍ଟ । ଆସନ୍ତା ୧ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ ଜାମିନ୍ ଅବଧି ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟିର ପୁଂଜିନିବେଶ ଆସିବ: କାର୍ତ୍ତିକ ପାଣ୍ଡିଆନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ବିକାଶ ଲାଗି ଦିନରାତି ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆଗକୁ କେନ୍ଦ୍ରାପଡ଼ାରେ ୧ ଲକ୍ଷ କୋଟି ଟଙ୍କାର ପୁଂଜିନିବେଶ ଆସିବ। ବିଶ୍ଵର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ ହେବ। ଏଥିଲାଗି ସବୁ ପ୍ରକାର ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ଜାପାନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରରୁ ଜାପାନର ଟୋକିଓକୁ ବିମାନରେ ସାଧାରଣ ଟିକେଟରେ ୮ ଘଣ୍ଟା ବସିକି ଯାତ୍ରା କରିବା।

ମୁଖ୍ୟମନ୍ତ୍ରୀ ଟୋକିଏ ଯିବାକୁ ବିଜନେସ୍ କିମ୍ବା ଫାଷ୍ଟକ୍ଲାସ୍ ଟିକେଟ ମିଳିନଥିଲା। ଗସ୍ତ ରଦ୍ଦ କରିବାକୁ ପ୍ରଶାସନିକ ଅଧିକାରୀ କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ କାର୍ଯ୍ୟକ୍ରମକୁ ବାତିଲ ନକରି ଯେମିତି ହେଲେ ଯିବାକୁ କହିଥିଲେ। ଶେଷରେ ଦୀର୍ଘ ୮ ଘଣ୍ଟା ଧରି ବିମାନରେ ସାଧାରଣ ଟିକେଟରେ ବସିକି ଯାଇଥିଲେ ମୁଖ୍ୟମନ୍ତ୍ରୀ।

ଜାପାନ ଟୋକିଓରେ ଦୁନିଆର ବଡ଼ ଷ୍ଟିଲ ନିର୍ମାତା ନିପନ ଷ୍ଟିଲ ଅଧ୍ୟକ୍ଷଙ୍କୁ ଭେଟିଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ସହ ଓଡ଼ିଶାପ୍ରତି ଅବଦାନ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ।

ତିଗିରିଆରୁ ପୁରୀରେ ଆସି ପହଞ୍ଚିଲା ୩ କୁଇଣ୍ଟାଲ ବାସୁଙ୍ଗା ପାଟ

ପୁରୀ: ପହଞ୍ଚିଲା ୩ କୁଇଣ୍ଟାଲ ବାସୁଙ୍ଗା ପାଟ। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିଗିରିଆ ନୂଆପାଟଣା ଅଞ୍ଚଳରୁ ଆସିଛି ବାସୁଙ୍ଗା ପାଟ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବାସୁଙ୍ଗା ପାଟ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆପାଟଣା ଟସର ବ୍ୟବସାୟଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ବାସୁଙ୍ଗା ପାଟ ଲାଗି ବରାଦ କରାଯାଇଥିଲା। ପୂର୍ବରୁ ପାଟର ସାମ୍ପୁଲ ଚି଼ହ୍ନଟ କରିବା ଲାଗି ବାଡ଼ଗ୍ରାହୀ ସେବକଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତେବେ ପାଟର ମାନ ଅନୁଧ୍ୟାନ କରିବା ପରେ ପ୍ରଶାସନ ପକ୍ଷରୁ ବରାଦ କରାଯାଇଥିଲା ବାସୁଙ୍ଗା ପାଟ।

ପାଞ୍ଚଦିନ ଯାଏଁ ହିଟୱେଭ ସ୍ଥିତି ନାହିଁ, ଠିକ୍‌ ସମୟରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ବର: କିଛି ବ୍ଯତିକ୍ରମ ହେବନି । ଠିକ ସମୟରେ କେରଳ ଛୁଇଁବ ମୌସୁମୀ । ଆଇଏମଡି ପୂର୍ବାନୁମାନ କରି କହିଛି, ପାଗ ଅନୁକୂଳ ଥିବାରୁ ଜୁନ ପହିଲାରେ ମୌସୁମୀ କେରଳ ଛୁଇଁବ । ଅନ୍ଯପଟେ ଆସନ୍ତା କାଲିଠାରୁ ପୁଣି ପାରଦ ବଢିବା ନେଇ କହିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଓଡିଶାକୁ ବିଶେଷ ପ୍ରଭାବ ନାହିଁ । ରାଜ୍ୟର ସ୍ଥଳଭାଗରେ ବର୍ଷା ଘଡଘଡି ବିଜୁଳି ପବନ ହେବାର ଵିଶେଷ ସମ୍ଭାବନା ନାହିଁ । କିଛି କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା ହୋଇପାରେ । ତେଣୁ ଆସନ୍ତାକାଲି ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ ।

ତେବେ ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ । ୯୨.୮ ମିମି ସର୍ବାଧିକ ନୟାଗଡ଼ର ରାମପୁର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିମି ବର୍ଷା ରେକର୍ଡ କରାଯାଇଛି । ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ କେନ୍ଦ୍ର ।

ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ସିଲେଇ ମେସିନ ବାଣ୍ଟୁଛି ବିଜେପି, ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପି ମାନୁନାହିଁ ଆଦର୍ଶ ଆଚରଣ ବିଧି। ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି। କୌଣସି ନିୟମ ମାନୁନାହିଁ। ବିଭିନ୍ନ ସ୍ଥାନରେ ବିଜେପି ନେତା ଓ ପ୍ରାର୍ଥୀ ହିଂସା ଘଟାଉଛନ୍ତି। ଭୋଟରଙ୍କୁ ପ୍ରଲୋଭିତ କରୁଛନ୍ତି ବିଜେପି ନେତା ଓ ପ୍ରାର୍ଥୀ। ବିଜେପି ଗଣତନ୍ତ୍ର ପାଇଁ ବାରମ୍ବାର ବିପଦ ସୃଷ୍ଟି କରୁଛି। ବିଜେପି ପ୍ରାର୍ଥୀ ମଗ୍, ଶାଢ଼ି ଓ ଟଙ୍କା ବାଣ୍ଟିଛନ୍ତି।

ଏନେଇ ରାଜ୍ଯ ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଅଭିଯୋଗ କରିଛି। ଭୋଗରାଇରେ ବିଜେପି ପ୍ରାର୍ଥୀ ଆଶିଷ ପାତ୍ର ସିଲେଇ ମେସିନ ବାଣ୍ଟିବାକୁ ରଖିଥିଲେ। ଯାହାକୁ ସ୍ଥାନୀୟ ତହସିଲଦାର ଜବତ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ଅନୁରୋଧ କରିଛି।

ବୁଥ ଭିତରେ ହିଂସା ଆଚରଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ବାହାରିଲା ବିଜେପି

ଖୋର୍ଦ୍ଧା: ଚୋର ମୁହଁ ଟାଣ। ଗତ ୨୫ ତାରିଖରେ ବୁଥ ଭିତରେ ହିଂସା ଆଚରଣ କରିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ବାହାରିଲା ବିଜେପି। ପ୍ରଶାନ୍ତଙ୍କୁ ଖଲାସ କରିବାକୁ ବିଜେପି କର୍ମୀ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଦାବି କରୁଛନ୍ତି। ବିଜେପି କର୍ମୀ ହଟ୍ଟଗୋଳ କରିବା ସହ ହିଂସା ଆଚରଣ କରୁଛନ୍ତି। ହିଂସାକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରୁଛି ପୋଲିସ।

ପ୍ରିଜାଇଡିଂ ଅଫିସର ଓ ପୋଲିଂ ଏଜେଣ୍ଟଙ୍କୁ ପିଟିବା ସହ ଇଭିଏମ୍ ଭାଙ୍ଗିଥିଲେ ପ୍ରଶାନ୍ତ ଜଗଦ୍ଦେବ । ହିଂସାକାଣ୍ଡ ଘଟାଇବା ପରେ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଘଟଣାସ୍ଥଳରୁ ପ୍ରଶାନ୍ତ ଜଗଦ୍ଦେବ ଫେରାର ହୋଇଥିଲେ । ପରେ ଗୋଡ଼ାଇ ଗୋଡ଼ାଇ ବୋଲଗଡ଼ରୁ ପ୍ରଶାନ୍ତଙ୍କୁ ଧରିଥିଲା ପୋଲିସ।

ମହିଳା ଭୋଟରଙ୍କୁ ମଧ୍ୟ ଧମକ ଦେଇଥିଲେ। ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ପ୍ରଶାନ୍ତଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇଛି। ଆଉ ଆଜି ଏହି ଗୁଣ୍ଡା ନେତାଙ୍କ ସପକ୍ଷରେ ବାହାରିଛି ବିଜେପି। ପୂର୍ବରୁ ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ କରିଥିଲେ ପ୍ରଶାନ୍ତ। ତାଙ୍କ ବିରୋଧରେ ପୋଲିସ ଆଇପିସିର ଧାରା ୩୩୨, ୩୩୩, ୩୨୩, ୩୨୪, ୩୨୫, ୩୨୬ ଓ ୩୦୭ ଦଫାରେ ମାମଲା ରୁଜୁ କରି ଗିରଫ କରିଥିଲା।

ନାବାଳକ ଅଭିଯୁକ୍ତର ରକ୍ତନମୁନା ବଦଳାଇ ୨ ଡାକ୍ତର ଗିରଫ

0

ପୁଣେ: ବହୁଚର୍ଚ୍ଚିତ ପୁଣେ ପୋର୍ସ କାର ହିଟ୍‌ ଆଣ୍ଡ ରନ୍‌ କେସରେ ପୋଲିସର ବଡ ଆକ୍ସନ  । ଦୁଇ ଡାକ୍ତରଙ୍କୁ ଗିରଫ କଲା ପୋଲିସ  । ନାବାଳକ ଅଭିଯୁକ୍ତଙ୍କ ମେଡିକାଲ ରିପୋର୍ଟ ତଥା ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଦୁଇ ଡାକ୍ତରଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଡାକ୍ତର ଅଭିଯୁକ୍ତଙ୍କ ରକ୍ତପରୀକ୍ଷା ରିପୋର୍ଟରେ ହେରଫେର କରିଥିଲେ  ।

ପୋର୍ସ କାରରେ ଦୁଇ ଜଣଙ୍କୁ ଚଢାଇ ମାରିଥିବା ଅଭିଯୁକ୍ତ ନାବାଳକଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପୁଣେର ସସୁନ ସରକାରୀ ହସ୍ପିଟାଲ ଅଣାଯାଇଥିଲା  । ଏହି ସମୟରେ ସେଠାରେ ନାବାଳକଙ୍କ ସମ୍ପର୍କୀୟ ପହଞ୍ଚି ଯାଇଥିଲେ  । ସୁତ୍ର ମୁତାବକ ସେମାନେ ଡାକ୍ତରଙ୍କୁ ପଇସାର ଲୋଭ ଦେଖାଇ ରକ୍ତ ନମୁନାକୁ ବଦଳାଇ ଦେଇଥିଲେ  ।

ଏହି ମାମଲାରେ ଗିରଫ ଡାକ୍ତର ଅଜୟ ତୱରେ ସସୁନ ହସ୍ପିଟାଲରେ ଫରେନ୍ସିକ ମେଡିସିନ ଓ ଟକ୍ସିକୋଲୋଜି ବିଭାଗର ମୁଖ୍ୟ ଅଟନ୍ତି  । ସେହିପରି ଡାକ୍ତର ଶ୍ରୀହରି ହରଲୋଲ ଦୁର୍ଘଟଣା ବିଭାଗର ମୁଖ୍ୟ ଚିକିତ୍ସା ଅଧିକାରୀ ଅଛନ୍ତି  । ଡାକ୍ତର ଶ୍ରୀହରି ନାବାଳକର ରକ୍ତ ନମୁନା ସଂଗ୍ରହ କରିଥିବାବେଳେ ଏଥିରେ ଆଲକହଲ ମାତ୍ରା ଥିବା ସନ୍ଦେହ କରି ଏହା ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ  ।

କ୍ରାଇମବ୍ରାଞ୍ଚ ମୁତାବକ ଅଭିଯୁକ୍ତ ନାବାଳକର ପ୍ରଥମ ରକ୍ତପରୀକ୍ଷା ରିପୋର୍ଟରେ ସେ ନିଶା ସେବନ କରିନଥିବା କୁହାଯାଇଥିଲା  । ଏହାପରେ ଦ୍ବିତୀୟ ଥର ପାଇଁ ନାବାଳକର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା  । ଅଜୟ ତାୱରେଙ୍କ ନିର୍ଦ୍ଦେଶରେ ସେ ରିପୋର୍ଟ ବଦଳାଇଥିବା ଜେରା ସମୟରେ ସ୍ବୀକାର କରିଛନ୍ତି ଶ୍ରୀହରି ହଲନୋର  ।

ନାମ ନନେଇ ବୈଜୟନ୍ତଙ୍କୁ ଟାର୍ଗେଟ, ୧୦ ବର୍ଷ ପାଇଁ ସାଂସଦ ରହି ନିଜ କମ୍ପାନୀ ସ୍ୱାର୍ଥ ପାଇଁ କାମ କରୁଥିଲେ

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର  । ନାଁ ନ ନେଇ ପୂର୍ବତନ ସାଂସଦଙ୍କୁ ଜୋରଦାର ଟାର୍ଗେଟ  । କେନ୍ଦ୍ରାପଡାର ଜଣଙ୍କୁ ୧୦ ବର୍ଷ ସାଂସଦ କଲି । ସେ ନିଜ କମ୍ପାନୀକୁ ଲାଭ ଦେଇ ମୋ ସହ ଓ କେନ୍ଦ୍ରାପଡାବାସୀଙ୍କ ସହ ବିଶ୍ବାସଘାତକତା କରିଥିବା ପ୍ରଚାର ବେଳେ କହିଲେ ନବୀନ  ।

ଏଥର ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ନିର୍ବାଚନୀ ସଭାରେ ନିବେଦନ କଲେ ନବୀନ  । ସେହିପରି କେନ୍ଦ୍ରାପଡା ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଭାବକୁ ଦର୍ଶାଇଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ  । କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟାକୁ ବର୍ଣ୍ଣନା କରିଛନ୍ତି ପାଣ୍ଡିଆନ  । ୮ ଘଣ୍ଟା ଧରି କିଭଳି ନବୀନ ବିମାନରେ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ ସେ ନେଇ ମଧ୍ୟ କେନ୍ଦ୍ରାପଡାରେ କହିଛନ୍ତି ପାଣ୍ଡଆନ  ।

ସେ ଆହୁରି କହିଛନ୍ତି ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଲୋନ୍‌ ଛାଡ କରିଥିଲେ । ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ ।

ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ  ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ  । ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ । ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିବା କହିଛନ୍ତି ପାଣ୍ଡିଆନ୍‌  ।

ସିମୂଳିଆରେ ଦମ୍ପତିଙ୍କ ଆତ୍ମହତ୍ୟା, ବିଦ୍ୟୁତ ତାରରେ ନିଜକୁ ଆଘାତ ଦେଇ ଚାଲିଗଲେ

ବାଲେଶ୍ୱର: ସିମୁଳିଆ ଥାନା ପାର୍ବତୀପୁର ଗାଁରେ ଦମ୍ପତିଙ୍କ ଆତ୍ମହତ୍ୟା। ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ। ବିଳମ୍ବିତ ରାତିରେ ଉଭୟ ପତି ପତ୍ନୀ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବା ବେଳେ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମନୋଜ ଓ ସସ୍ମିତା ଖାଇସାରି ଘରେ ଶୋଇଥିଲେ ।

ସସ୍ମିତାଙ୍କ ଭଉଣୀ ଓ ଭିଣୋଇ ଆସି ପହଞ୍ଚିବା ପରେ ଘର କବାଟ ବାଡେଇ ଡାକିଥିଲେ। ମାତ୍ର କବାଟ ନ ଖୋଲିବାରୁ ସନ୍ଦେହ କରି ପରିବାର ଲୋକ କବାଟକୁ ତାଡିଥିଲେ। କବାଟ ଖୋଲିବାରୁ ବିଦ୍ୟୁତ ତାରରେ ଦୁଇ ଜଣଙ୍କ ବେକରେ ଗୁଡାଇ ହୋଇଥିବା ଦେଖିବାକୁ ପାଇଥିଲେ। ଦୁଇ ଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି। ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

KKR ର ବିଜୟ ପରେ ଖୁସିରେ ନାଚିଲେ ଶାହାରୁଖ, ଭିଡିଓ ଭାଇରାଲ

ଚେନ୍ନାଇ: ଆଇପିଏଲ ୨୦୨୪ ଟ୍ରଫି ନିଜ ନାଁରେ କରିଛନ୍ତି ଶାହରୁଖ ଖାନ୍‌ ଓ ଜୁହି ଚାୱଲାଙ୍କ କେକେଆର ଟିମ  । ଚେନ୍ନାଇ ମହାମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛି କେକେଆର  । କେକେଆରର ବିଜୟ ପରେ କେବଳ ଟିମ୍‌ ନୁହେଁ ଶାହାରୁଖଙ୍କ ପରିବାର ମଧ୍ୟ ଏହି ଖୁସିକୁ ସେଲିବ୍ରେଟ କରିଛି  । କେକେଆରର ବିଜୟ ପରେ ଶାହାରୁଖ ନିଜ ସିଗ୍ନେଚର ଷ୍ଟାଇଲରେ ପୋଜ୍‌ ଦେଇଛନ୍ତି  । ଏହାପରେ ମଇଦାନକୁ ଓହ୍ଲାଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି କିଙ୍ଗ ଖାନ୍‌ । ବିଜୟ ସେଲିବ୍ରେସନରେ ଶାହାରୁଖ ପତ୍ନୀଙ୍କ ମଥାରେ କିସ୍‌ କରିଥିବା ଭିଡିଓ ବି ଭାଇରାଲ ହେବାରେ ଲାଗିଛି  ।

କୋଲକାତା ନାଇଟ ରାଇଡର୍ସର ବିଜୟ ପରେ ଶାହାରୁଖ ଖାନ୍‌ଙ୍କୁ ଖୁସି ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି  । ଦୀର୍ଘ ବର୍ଷ ପରେ ଶାହାରୁଖଙ୍କ ଟିମ୍‌ କେକେଆର ଆଇପିଏଲ ଟ୍ରଫି ଜିତିଛି ।

ନିକଟରେ ଲୁ କାରଣରୁ କିଙ୍ଗ ଖାନଙ୍କ ଡିହାଇଡ୍ରେସନ ହୋଇଥିଲା  । ଯେଉଁଥିପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ସାମାନ୍ୟ ସୁସ୍ଥ ହେବା ପରେ ସିଧାସଳଖ ଚେନ୍ନାଇରେ ପହଞ୍ଚିଥିଲେ ଶାହାରୁଖ  । ଆଇପିଏଲ ୨୦୨୪ର ଫାଇନାଲ ମ୍ୟାଚ ଦେଖିବା ପାଇଁ ଝିଅ ସୁହାନା, ପୁଅ ଆର୍ୟନ ଓ ଅବରାମ ଏବଂ ପତ୍ନୀ ଗୌରୀ ଖାନଙ୍କ ସହ ଗ୍ୟାଲେରୀରେ ଶାହାରୁଖଙ୍କୁ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା  ।

ଶାହାରୁଖଙ୍କ ସହ ତାଙ୍କ ମ୍ୟାନେଜର ପୂଜା ଦଦଲାନୀ ବି ତାଙ୍କ ସହ ନଜର ଆସିଥିଲେ  । କିଙ୍ଗ ଖାନଙ୍କ ପରିବାର ସମେତ ତାଙ୍କର ସବୁଠାରୁ ଭଲ ସାଙ୍ଗ ଅନନ୍ୟା ପାଣ୍ଡେ ଓ ସନାୟା କପୁର ମଧ୍ୟ କେକେଆରକୁ ଚିଅର ଅପ୍‌ କରିବା ପାଇଁ ଚେନ୍ନାଇରେ ପହଞ୍ଚିଥିଲେ  ।