spot_img
Home Blog Page 1803

ନିଜ ବାପାଙ୍କୁ ତାଲା ପକାଇ ଯିଏ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କଣ ଆଶା କରାଯିବ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଶାଣିତ ଆକ୍ରମଣ । ଧର୍ମେନ୍ଦ୍ରଙ୍କୁ ଶାଳୀନତା ଶିଖାଇଲେ ପ୍ରଣବ ପ୍ରକାଶ ।  ଓଡ଼ିଶାର ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ରାଜନୈତିକ କ୍ଷେତ୍ର ହେଉ ଅବା ସାଧାରଣ କ୍ଷେତ୍ରରେ ସଭିଏ ଏହି ସଂସ୍କୃତି ଓ ଶିଷ୍ଠାଚାରକୁ ସମ୍ମାନ ଦିଅନ୍ତି । ଅତ୍ୟନ୍ତ ଶାଳୀନତା ସହ କଥା ହେବା, ପ୍ରତିପକ୍ଷକୁ ସମ୍ମାନ ଦେବା ହିଁ ଓଡ଼ିଆଙ୍କ ପରିଚୟ । ଏହାହିଁ ଦେଶ ବିଦେଶରେ ଓଡ଼ିଶାକୁ କରିଛି ସମ୍ମାନିତ ।  ହେଲେ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ପ୍ରତି ଧର୍ମେନ୍ଦ୍ରଙ୍କ ଆଚଣର ଓ ଅପମାନସୂଚକ ଶବ୍ଦ ପ୍ରୟୋଗ ନିନ୍ଦନୀୟ ।  ରାଜନୈତିକ ସ୍ବାର୍ଥ ପାଇଁ ଯିଏ ନିଜ ବାପାଙ୍କୁ ତାଲା ପକାଇ ଟିକେଟ ନିଅନ୍ତି, ତାଙ୍କଠାରୁ ଆଉ କଣ ଆଶା କରାଯାଏ ବୋଲି ନିଜ ସୋସିଆଲ ସାଇଡରେ ଲେଖିଛନ୍ତି ପ୍ରଣବ ପ୍ରକାଶ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ନିମାପଡ଼ାରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି, ବିଧାୟକ ରୁଦ୍ର ମହାରଥୀଙ୍କ ଗାଡିକୁ ପଥର ମାଡ଼

ନିମାପଡ଼ା : ହିଂସାର ସବୁ ସୀମା ଟପିଗଲା ବିଜେପି ।  ନିମାପଡ଼ାରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ପିପିଲି ବିଧାୟକ ତଥା ବିଜେଡିର ନିମାପଡ଼ା ପର୍ଯ୍ୟବେକ୍ଷକ ରୁଦ୍ରପ୍ରତାପ ମହାରଥୀଙ୍କୁ ଆକ୍ରମଣ । ରୁଦ୍ରଙ୍କ ଗାଡି ଉପରକୁ ଢେଲାପଥର ମାଡ଼ । ଅଶାଳୀନ ଭାଷାରେ ଗାଳିଗୁଲଜ ସହ ଗାଡ଼ି ଭଙ୍ଗାରୁଜା କଲେ ବିଜେପି କର୍ମୀ । ବିଜେପି ନେତା ସମୀର ଦାଶଙ୍କ ସମର୍ଥକ ରୁଦ୍ରଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ନିର୍ବାଚନମଣ୍ଡଳି ପାଇଁ ରୁଦ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ବିଜେଡି । ସନ୍ଧ୍ଯାରେ ରୁଦ୍ର ତମ୍ପାଳ ପଞ୍ଚାୟତରେ ନିଜ କାର୍ଯ୍ୟ ସାରି ତେରୁଣ୍ଡିଆ ଦେଇ ଫେରୁଥିବା ବେଳେ କିଛି ବିଜେପି କର୍ମୀ ଟର୍ଚ୍ଚ ମାରି ଗାଡ଼ି ଆଗକୁ ଆସିଥିଲେ । ସମ୍ପୂର୍ଣ୍ଣ ଯୋଜନା ମୁତାବକ ଗାଡ଼ି ପାଖକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଗାଡ଼ିର କାଚ ଭାଙ୍ଗିବାକୁ ଉଦ୍ଯମ କରିଥିଲେ । ଜୀବନ ପ୍ରତି ବିପଦ ଥିବାରୁ ସେଠାରୁ ଗାଡ଼ି ନେଇ ଆସିବାବେଳେ ଢେଲାପଥର ଫୋପାଡ଼ିଥିଲେ ବିଜେପି କର୍ମୀ । ଏପରିକି ରାସ୍ତା ସାରା ବିଭିନ୍ନ ସ୍ଥାନରେ ଛକି ରହି ପଥର ଫିଙ୍ଗିଥିଲେ । ବାଇକରେ ମଧ୍ଯ ପିଛା କରି ଆକ୍ରମଣ କରିଥିଲେ ।

ବିଜେପି କର୍ମୀଙ୍କ ଆକ୍ରମଣରେ ରୁଦ୍ରଙ୍କ ଗାଡ଼ି ଭାଙ୍ଗିଯାଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ କିଛି ବିଜେପି କର୍ମୀଙ୍କୁ ଅଟକ ରଖି ତଦନ୍ତ କରୁଛି । ଘଟଣାରେ ବିଜେଡି ସିଇଙ୍କୁ ଫେରାଦ ହୋଇ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛି । ବିଜେଡି କହିଛି, ନିମାପଡ଼ାରେ ଗୁଣ୍ଡାରାଜ ଚଳାଇଛନ୍ତି ସମୀର ଦାଶ ।  ସମୀର ଦାଶ ଓ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶରେ ବିଜେପି କର୍ମୀମାନେ ଏଭଳି ଆକ୍ରମଣ କରିଛନ୍ତି । ବିଜେଡି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ, ଦିବାକର ପାତ୍ର ଓ ସୁବ୍ରତ ଛାଟୋଇ ମିଳିତ ଭାବେ ପ୍ରେସମିଟ କରି ବିଜେପିର ଏଭଳି ହିଂସା ନୀତିକୁ ସମାଲୋଚନା କରିଛନ୍ତି । ନିମାପଡ଼ାରେ ବିଜେଡି ପ୍ରତି ଲୋକଙ୍କ ଭଲପାଇବା ରହିଛି । ଏଣୁ ବିଜେପି ପରାଜୟ ଭୟରେ ରକ୍ତ ଚାଉଳ ଚୋବାଉଛି ବୋଲି ବିଜେଡି ଅଭିଯୋଗ କରିଛି ।

ଇସ୍ରାଏଲ ଉପରେ ହମାସର ବଡ ଧରଣର ହମଲା

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ହମାସର ବଡ ଧରଣର ହମଲା । ରାଜଧାନୀ ତେଲ ଅଭିଭରେ ହମଲା କରିଛି ହମାସ । ଜାନୁଆରୀ ପରେ ଏହା ବିଗ୍ ରକେଟ୍ ଆଟାକ । ଏ ପର୍ଯ୍ୟନ୍ତ ମୃତାହତ ନେଇ ସଠିକ ସୂଚନା ଆସିନାହିଁ । ନିଜ ଦେଶ ଉପରେ ହୋଇଥିବା ନରସଂହାର ବଦଲା ନେଇଥିବା କହିଛି ହମାସ ।  ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ୍ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଯୁଦ୍ଧରେ ଅସ୍ତ୍ରବିରତି ପାଇଁ ଚାଲିଥିବା ଉଦ୍ୟମ ବାରମ୍ବାର ଭଣ୍ଡୁର ହେବାରେ ଲାଗିଛି। ଏଥିପାଇଁ ପ୍ୟାରିସରେ ଉଦ୍ୟମ ଚାଲିଥିବା ବେଳେ ହେଗ୍ ସ୍ଥିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ଗାଜାର ଦକ୍ଷିଣ ସହର ରାଫାରେ ସାମରିକ ଅଭିଯାନ ବନ୍ଦ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଇସ୍ରାଏଲ ବେଖାତିର କରିଛି । ଯୁଦ୍ଧ ଯୋଗୁ ପାଲେଷ୍ଟାଇନ ଅଞ୍ଚଳରେ ଅତି କମରେ ୨୩ ହଜାର ୮୪ ଲୋକ ପ୍ରାଣ ହରାଇଛନ୍ତି ଏବଂ ୫୮ ହଜାର ୯୨୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଇସ୍ରାଏଲ ସେନା ଦକ୍ଷିଣ ଗାଜାରେ ଅତି କମ୍ରେ ୧୦ ଜଣ ପାଲେଷ୍ଟାଇନ ଲଢୁଆଙ୍କୁ ନିହତ କରିଥିଲା ।

ବାତ୍ୟା ‘ରେମାଲ’ ପ୍ରଭାବରେ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟା ରେମାଲ ପ୍ରଭାବରେ ବର୍ଷା ପାଇଁ ବିଏମସିର ପ୍ରସ୍ତୁତି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ଓ କାଲି ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସୂଚନା ଦିଆଯାଇଛି । ଭୁବନେଶ୍ବର ଏବଂ ଆଖପାଖ ଅଞ୍ଚଳରେ ଏଯାବତ କୌଣସି ବିପଦ ସୂଚନା ନଥିଲେ ମଧ୍ୟ ହଠାତ୍ ବର୍ଷାକୁ ଏଡାଇ ଦିଆନଯାଇପାରେ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ସାମ୍ଭାବ୍ୟ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା ।  ଏହାର ପରବର୍ତୀ ପଦକ୍ଷେପ ସ୍ୱରୁପ ସଜାଗ ରହିଛି ଟିମ୍ ବି ଏମ୍ ସି । ନଗର ଯନ୍ତ୍ରୀ ବିଳାସ କୁମାର ବେହେରାଙ୍କ ଅଧକ୍ଷତାରେ ଏକ କଣ୍ଟ୍ରୋଲ ରୁମ୍ କରାଯିବାର ବ୍ୟବସ୍ଥା ହୋଇଛି । ଆଜି ଠାରୁ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକରିବ । ଏହାର ମୁଖ୍ୟ ଦାୟିତ୍ବରେ ରହିବେ ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରା । ଜଳବନ୍ଦୀ ଜନିତ ନାଗରିକ ମାନଙ୍କର ଆବଶ୍ୟକତା ବା ଜରୁରୀ ନିମନ୍ତେ ଲୋକେ ୧୯୨୯ କୁ କଲ କରିବେ । ୭୮୦୯୮୯୬୬୨୧ ଟୋଲଫ୍ରି ନମ୍ବରକୁ ମଧ୍ଯ ଫୋନ କରିପାରିବେ । ଏହି ନମ୍ବରଟି ଆଜି ଠାରୁ କାର୍ଯ୍ୟକରିବ । ବି ଏମ୍ ସି ଅଂଚଳରେ ସଂପ୍ରତି ୫୬ ଟି ଜଳବନ୍ଦୀ ଅଂଚଳ ଚିହ୍ନଟ ହୋଇଛି । ଏଥିପାଇଁ ଆବଶ୍ୟକୀୟ ଜଳ ନିସ୍କାସନ ପମ୍ପ୍ ପ୍ରସ୍ତୁତ ହୋଇ ରହିଛି । ଆବଶ୍ୟକ ପଡିଲେ ଅଗ୍ନିଶମ ବିଭାଗଠାରୁ ବଡ ପମ୍ପ୍ ସେଟ୍ ଅଣାଯିବାର ବ୍ୟବସ୍ଥା କରାଯାଇଛି । ସେପଟେ ଭୁବନେଶ୍ବର ଅଗ୍ନିଶମ ବିଭାଗ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସଂପୂର୍ଣ୍ଣ ସଜାଗ ରହିଥିବା ଡେପୁଟି ଫାୟର ଅଫିସର କହିଛନ୍ତି ।

ମହାରାଷ୍ଟ୍ରରେ ଘୂର୍ଣ୍ଣିବଳୟ ଭୁଷୁଡ଼ି ପଡ଼ିଲା ୨୫ରୁ ଅଧିକ ଘର

ନନ୍ଦିଘୋଷ ବ୍ୟୁରୋ : ଗୋଟିଏ ପଟେ ସାମୁଦ୍ରିକ ଝଡ ରେମାଲ ବଙ୍ଗୋପସାଗରରେ ଧ୍ୱଂସାବଶେଷ ଜାରି ରଖିଛି, ଅନ୍ୟପଟେ ମହାରାଷ୍ଟ୍ରର କେତେକ ଜିଲ୍ଲାରେ ଘୂର୍ଣ୍ଣିବଳୟ ସୃଷ୍ଟି କରିଛି। ୟାଭାଟମାଲ ଜିଲ୍ଲାରେ ଘୂର୍ଣ୍ଣିବଳୟ ଯୋଗୁଁ ଅନେକ ଘର ଭୁଶୁଡ଼ିବାର ଖବର ସାମ୍ନାକୁ ଆସିଛି। ଘୂର୍ଣ୍ଣିବଳୟ ଯୋଗୁଁ ଅନେକ ଘର  ଉପରୁ ଟିଣ ଓ ଆଜବେଷ୍ଟ ଉଡିଯାଇଥିଲା । ଛପର ଉଡିବା କାରଣରୁ ଜଣେ ବ୍ୟକ୍ତିଙ୍କ ହାତ ମଧ୍ୟ କଟି ଦିଆଯାଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି। ତେବେ ଏହି ଘୂର୍ଣ୍ଣିବଳୟ ରେମାଲ ପଶ୍ଚିମବଙ୍ଗ ଆଡକୁ ଗତି କରୁଛି କି ନାହିଁ ତାହା କହିବା କଷ୍ଟକର। ହଠାତ୍ ଘୂର୍ଣ୍ଣିବଳୟ ୟାଭାଟମାଲର ଆର୍ନି ଏବଂ ମହାଗାଓଁ ତାଲୁକାରେ ବ୍ୟାପକ କ୍ଷୟକ୍ଷତି କରିଛି | ଏହି ଘୂର୍ଣ୍ଣିବଳୟ ଦ୍ୱାରା ଅର୍ନି, ମହାଗାଓଁ ତାଲୁକାର ଅନେକ ଗ୍ରାମ ପ୍ରଭାବିତ ହୋଇଛି। ପବାହଲରେ ୨୫ ଟି ଘର ଭୁଶୁଡି ପଡିଛି। ଏହି ଘୂର୍ଣ୍ଣିବଳୟ ଦ୍ୱାରା ହଜାର ହଜାର ଗଛ ଉପୁଡ଼ି ଯାଇଛି। ଗଛ ପଡ଼ିବା ହେତୁ ଅନେକ ରାସ୍ତା ବନ୍ଦ ରହିଛି। ପ୍ରବଳ ପବନ ସହିତ ପ୍ରବଳ ବର୍ଷା ହେଉଛି | ତେଣୁ ଏହି ଘୂର୍ଣ୍ଣିବଳୟ ଦ୍ୱାରା ଅର୍ଣ୍ଣିର ପବାହଲ ଗ୍ରାମ ଅଧିକ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ବର୍ଷା ହେତୁ କଦଳୀ ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । କାପୁସ୍ ୱାଡିରେ ଅତ୍ୟଧିକ ବର୍ଷା ହେତୁ ତିନୋଟି ବଡ କଦଳୀ ବଗିଚା ନଷ୍ଟ ହୋଇଯାଇଛି। ଅତ୍ୟଧିକ ବର୍ଷା ହେତୁ କୃଷକମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର କ୍ଷତି ସହିଛନ୍ତି।

କୁକୁଡା ଚୋରି ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦେଶୀ କୁକୁଡା ଚୋରି ଅଭିଯୋଗ ରେ ୪ ଜଣ ଯୁବକ କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଯୁବକ ମାନେ ରାମଚନ୍ଦ୍ରପୁର ଗ୍ରାମର ବିକି ବିଷୋୟୀ, ସନାତନ ବିଷୋୟୀ, ଦିବାକର ବିଷୋୟୀ ଓ ଶ୍ରୀରାମ ବିଷୋୟୀ l ସୂଚନା ମୁତାବକ ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଜେନା ଗ୍ରାମ ନିକଟରେ ଏକ ଦେଶୀ କୁକୁଡା ଫାର୍ମ କରିଛନ୍ତି l ଗତ ୧୫ ତାରିଖରେ କେହି ଦୁର୍ବୃତ୍ତ କୁକୁଡା ଫାର୍ମ ରେ ପଶି ଘର ତାଲା ଭାଙ୍ଗି ଫାର୍ମ ରେ ପଶି ୩୦ ଗୋଟି ଦେଶୀ କୁକୁଡା ଚୋରୀ କରି ନେଇଯାଇଥିବା ବେଳେ ଦୁଇଟି ପାଣି ମୋଟର କୁ ମଧ୍ଯ ଚୋରି ହୋଇଯାଇଥିଲା l ଏନେଇ ଫାର୍ମ ମାଲିକ ଖୋଜାଖୋଜି କରି ଜାଣିବାକୁ ପାଇଥିଲେ ତାଙ୍କ ଗ୍ରାମର ୪ ଜଣ ଯୁବକ ତାଙ୍କ କୁକୁଡା ଫାର୍ମ ରୁ ତାଲା ଭାଙ୍ଗି କୁକୁଡା ଓ ପାଣି ମୋଟର ଚୋରୀ କରି ନେଇଥିବା ଜାଣିବାକୁ ପାଇ ରବିବାର ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ୪ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି l

ଯୁକ୍ତ ଦୁଇ ଫଳରେ ବି ପୁଅ ତୁଳନାର ଝିଅ ଆଗରେ

ଭୁବନେଶ୍ୱର : ଯୁକ୍ତ ଦୁଇ ଫଳରେ ବି ପୁଅ ତୁଳନାର ଝିଅ ଆଗରେ। କଳାରେ ପାସ ହାର ୮୦. ୯୫ ପ୍ରତିଶତ ଥିବାବେଳେ ବିଜ୍ଞାନରେ ପାସ ହାର ରହିଛି ୮୬.୯୩ ପ୍ରତିଶତ। ବାଣିଜ୍ଯରେ ପାସହାର ୮୨.୨୭ ପ୍ରତିଶତ ଥିବାବେଳେ ଧନ୍ଦାମୂଳକ ପାସହାର ରହିଛି ୬୮.୦୨ ପ୍ରତିଶତ। ଗୋଟିଏ ଦିନରେ କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଫଳ ପ୍ରକାଶ ପାଇଛି। ସବୁ ଷ୍ଟ୍ରିମରେ ପୁଅ ତୁଳନାରେ ଝିଅ ଭଲ କରିଥିବାବେଳେ କୌଣସି ପ୍ରତିଷ୍ଠାନରେ ଜିରୋ ରେଜଲ୍ଟ ହୋଇନାହିଁ। ଡିଜି ଲକରରେ ମାର୍କସିଟ୍ ଉପଲବ୍ଧ ହେଉଥିବାବେଳେ ପୂର୍ବବର୍ଷ ପରି କଲେଜରୁ ବି ଫଳ ଉପଲବ୍ଧ ହୋଇପାରିବ। www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । କଳାରେ ମୋଟ ୨ ଲକ୍ଷ ୩୫ ହଜାର ୨୧୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧ ଲକ୍ଷ ୯୦ ହଜାର ୪୨୯ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି । ବିଜ୍ଞାନରେ ମୋଟ ୧ ଲକ୍ଷ ୧୫ ହଜାର ୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୧ଲକ୍ଷ ୭୫୭ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି ।

ସେହିପରି ବାଣିଜ୍ୟରେ ମୋଟ ୨୫ ହଜାର ୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ୨୧ ହଜାର ୩୦୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେଇଛନ୍ତି । ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।  ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଥିଲେ । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

ରାଜନୈତିକ ଆକ୍ରୋଶ ରଖି ବିଜେପି କର୍ମୀ ମହିଳାଙ୍କୁ ମାଡ଼ ମାରିବା ସହ ଘର ପୋଡିଥିବା ଅଭିଯୋଗ

ବ୍ରହ୍ମଗିରି : ସୀମା ଟପିଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶ ନେଇ ମହିଳାଙ୍କୁ ମାଡ଼ ମାରିବା ସହ ଘର ପୋଡିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୃଷ୍ଣପ୍ରସାଦ ବ୍ଳକ୍ ବାଜ୍ରକୋଟ ପଞ୍ଚାୟତର ବିଜେଡି କର୍ମୀ ଲକ୍ଷ୍ମୀପ୍ରିୟା ପଣ୍ଡା ଘରେ ଏକାକୀ ଥିଲେ । ଏହାର ସୁଯୋଗ ନେଇ ପିତିସାଳ ଗାଁର ବିଜେପି କର୍ମୀ ଅଜୟ କୁମାର ଦଳେଇ, ରବି ପଲେଇ ଓ ମୁନା ପଲେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଏହାସହ ଲକ୍ଷ୍ମୀପ୍ରିୟାଙ୍କ ସ୍ବାମୀ ଦୁର୍ଗାଚରଣ ପଣ୍ଡାଙ୍କୁ ଜୀବନରୁ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏତିକିରେ ସରିନଥିଲା ବିଜେପି କର୍ମୀଙ୍କ ଉନ୍ମତ୍ତକାଣ୍ଡ। ଲକ୍ଷ୍ମୀପ୍ରିୟାଙ୍କ ସମ୍ପର୍କୀୟଙ୍କ ହୋଟେଲରେ ମଧ୍ଯ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

ବାପା ଫଳ ଦୋକାନୀ, ହେଲେ ଝିଅର ପ୍ରତିଭା ସମସ୍ତଙ୍କୁ କରିଛି ଚକିତ

ଝାରସୁଗୁଡ଼ା : ବାପା ଫଳ ଦୋକାନୀ । ହେଲେ ଝିଅର ପ୍ରତିଭା ସମସ୍ତଙ୍କ ଚକିତ କରିଛି । ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ । ଯେଉଁଥିରେ ଏ-୧ ଗ୍ରେଡରେ ପାସ କରିଛନ୍ତି ଝାରସୁଗୁଡ଼ା ବେଲପାହାଡ଼ର ରୁପା ସା । ରୂପାଙ୍କ ବାପା ପୁରନ୍ଦା ସା ଜଣେ ଫଳ ଦୋକାନୀ । ମାଆ ସାଧାରଣ ଗୃହିଣୀ । ଅଭାବ ଅନାଟନ ଭିତରେ ଚାଲେ ପରିବାର । ହେଲେ ଚଳିତ ପରୀକ୍ଷା ପାଇଁ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରନ୍ତି ରୁପା । ତାଙ୍କର ପାଠ ପ୍ରତି ଆଗ୍ରହ ଦେଖି ବିଦ୍ୟାଳୟର ଶିକ୍ଷକ ମାନେ ମଧ୍ୟ  ସହଯୋଗ କରିଛନ୍ତି । ରୂପାନ୍ତରଣ ପରେ ବିଦ୍ୟାଳୟରେ ଥିବା ଇ-ପାଠାଗାରରୁ ସେ ଅନେକ ତଥ୍ୟ ଗ୍ରହଣ କରିବା ସହିତ ବିଷୟକୁ ନେଇ ଥିବା ଦ୍ଵନ୍ଦ ମଧ୍ୟ ଦୂର କରିପାରନ୍ତି । ବିଜ୍ଞାନ ପ୍ରୟୋଗ ଶାଳା, ସ୍ମାର୍ଟ ଶ୍ରେଣୀଗୃହ ମଧ୍ୟ ତାଙ୍କୁ ଏନେକ ସହଯୋଗ କରିଛି । ଆଜି ଗିରିଧାରୀ ଉଚ୍ଚ ଉଚ୍ଚ ବିଦ୍ଯାଳଯ ତାଙ୍କ ପାଇଁ ଗର୍ବିତ ହୋଇଛି । ଆଗକୁ ଯୁକ୍ତ ୨ ବିଜ୍ଞାନ ପଢିବା ସହିତ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକମାନଙ୍କ ସେବା କରିବା ପାଇଁ ଆଶା ରଖିଛନ୍ତି। ତାଙ୍କର ଏହି ସଫଳତା ପରେ ସବୁଠୁ ତାଙ୍କୁ ଶୁଭେଛା ଛୁଟୁଛି ।

ନୀଳଗିରି ନିର୍ବାଚନମଣ୍ଡଳିରେ ସୁକାନ୍ତ ନାୟକଙ୍କ ମାରାଥନ ପ୍ରଚାର

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନମଣ୍ଡଳିରେ ଜିତିବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ନିଜ ନିଜ ଗୋଟି ଚାଳନା କରୁଛନ୍ତି । ୨ ଲକ୍ଷ ୧୫ ହଜାର ୬୨୦ ଜଣ ଭୋଟଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି କରୁଛନ୍ତି କ୍ଯାମ୍ପେନିଂ। ଚଳିତ ଥର ନୀଳଗିରିରେ ବିଜେଡିରୁ ସୁକାନ୍ତ ନାୟକ, ବିଜେପିରୁ ସନ୍ତୋଷ ଖଟୁଆ ଓ କଂଗ୍ରେସରୁ ଅକ୍ଷୟ ଆଚାର୍ଯ୍ୟ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସୁପ୍ରିମୋଙ୍କ ଭାବମୂର୍ତ୍ତି ଓ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯାଉଛି ବିଜେଡି। BSKY କାର୍ଡ, 5ଟି ସ୍କୁଲ ରୁପାନ୍ତରଣ, କୃଷକଙ୍କ ପାଇଁ କାଳିଆ ଯୋଜନା, ବିଜୁଳି ବିଲ୍ ଛାଡ଼ ଭଳି ଯୋଜନା ଓ ପ୍ରତିଶୃତିକୁ ନେଇ ଲୋକଙ୍କୁ ଭେଟୁଛନ୍ତି ବିଜେଡି ପ୍ରାର୍ଥୀ। ସେପଟେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅକ୍ଷୟ ଆଚାର୍ଯ୍ୟ ମଧ୍ୟ ପ୍ରଚାରରେ ପଛରେ ନାହାନ୍ତି। ଡୋର ଟୁ ଡୋର କ୍ଯାମ୍ପେନିଂ ସହ  ସଭା ଓ ଶୋଭାଯାତ୍ରା କରି କେନ୍ଦ୍ରର ବିଫଳତା କଥା କହି ଭୋଟ  ଭିକ୍ଷା କରୁଛି  କଂଗ୍ରେସ। ନୀଳଗିରି ବିଧାନସଭା ଆସନରେ ବିଜେପି ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ଭୋଟ ହାତେଇବାକୁ ଚେଷ୍ଟା କରୁଛି।କିନ୍ତୁ ଭୋଟର କାହାକୁ ନିଜର ନେତା ବାଛିବେ ତାହା ଆସନ୍ତା ୪ତାରିଖରେ ଜଣା ପଡ଼ିବ ।