spot_img
Home Blog Page 1805

ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’

ନୂଆଦିଲ୍ଲୀ: ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’। ବର୍ତ୍ତମାନ ଏହା ଉତ୍ତର ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ସାଗର ଆଇଲାଣ୍ଡ ଠାରୁ ୨୯୦ କିଲୋମିଟର, ଖେପୁପରା ଠାରୁ ୩୦୦ କିଲୋମିଟର ଦୂରରେ ରହିଛି।

ଆଜି ମଧ୍ୟରାତ୍ରରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ରାଜ୍ୟର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ବର୍ଷା ହେବ। ଏହାସହ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମସ୍ତ ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

ଆଜି ଆଇପିଏଲ ଫାଇନାଲ ଟକ୍କର, କିଏ ହାତେଇବ ଟ୍ରଫି…

ନୂଆଦିଲ୍ଲୀ: ଆଜି ଆଇପିଏଲ ଫାଇନାଲ ଟକ୍କର। ଇଣ୍ଡିଆନ ପ୍ରିମିୟର ଲିଗର ୧୭ ତମ ସଂସ୍କରଣରେ ଖେଳାଯିବ ଫାଇନାଲ ମୁକାବିଲା। କୋଲକାତା ନାଇଟ ରାଇଡର୍ସ ସହ ହେବ ସନରାଇଜର୍ସ ହାଇଦ୍ରାବାଦର କଡ଼ା ଟକ୍କର। କପ ଜିତିବାକୁ ଉଭୟ ଦୁଇ ଦଳ ମଧ୍ୟରେ ହେବ କଡ଼ା ସଂଘର୍ଷ।କିଏ ଜିତିବ କପ୍ ଏହାକୁ ନେଇ ପ୍ରଶଂସକ ମଧ୍ୟ ବେଶ ଉତ୍ସାହିତ।

ତୃତୀୟ ଥର ଲାଗି ଟ୍ରଫି ଉଠାଇବାକୁ ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ। ସେପଟେ ଦ୍ଵିତୀୟ ଥର ଲାଗି ଆଇପିଏଲ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି ସନରାଇଜର୍ସ ହାଇଦ୍ରାବାଦ। ଉଭୟଙ୍କ ମଧ୍ୟରେ ୨୭ ମ୍ୟାଚ୍ ହୋଇଥିବାବେଳେ କୋଲକାତା ନାଇଟ ରାଇଡର୍ସ ୧୮ଟି ମ୍ଯାଚ୍ ଜିତିଛଟି। ସେପଟେ ହାଇଦ୍ରାବାଦ ୯ଟି ମ୍ଯାଚ୍ ଜିତିଛି। ହାଇଦ୍ରାବାଦ ବିରୋଧରେ କୋଲକାତା ସର୍ବାଧିକ ୨୦୮ ରନ ସଂଗ୍ରହ କରିବା ରେକର୍ଡ ରହିଛି।

ଅନ୍ଯପଟେ ହାଇଦ୍ରାବାଦ କୋଲକାତା ବିରୋଧରେ ସର୍ବାଧିକ ୨୨୮ ରନ କରିବା ରେକର୍ଡ ରହିଛି। ଚଳିତ ସିଜନରେ ହାଇଦ୍ରାବାଦ ସହ କୋଲକାତାର ଦୁଇଟି ମ୍ଯାଚ୍ ହୋଇଛି। ଉଭୟ ମ୍ଯାଚରେ ହାରିଛି ହାଇଦ୍ରାବାଦ।

ଦିଲ୍ଲୀର ମେଡିକାଲରେ ଲାଗିଲା ନିଆଁ, ୭ ନବଜାତ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହୃଦୟ ବିଦାରକ ଘଟଣା। ବେବି କେୟାର ସେଣ୍ଟରରେ ଲାଗିଲା ନିଆଁ। ଅଗ୍ନିକାଣ୍ଡରେ ୭ ଶିଶୁଙ୍କ ମୃତ୍ୟୁ ହୋଇଛି। ଅନେକ ଶିଶୁ ଆହତ ହୋଇଥିବା ଅନୁମାନ କରାଯାଉଛି। ଗତ ଶନିବାର ରାତିରେ ଦିଲ୍ଲୀର ବିବେକ ବିହାରରେ ଘଟିଛି ଅଗ୍ନିକାଣ୍ଡ।

ଖବର ପାଇ ଘଟଣାସ୍ଥଳରେ ୯ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପୋଲିସ ଓ ଦମକଳ ବାହିନୀ ବେବି କେୟାର ସେଣ୍ଟରରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ସେଥିରୁ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ସ୍ପଷ୍ଟୋକ୍ତି ପ୍ରକାଶ ପାଇନାହିଁ।

ଗିରଫ ହେଲେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଗିରଫ ହେଲେ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଇ ଦିଆଯାଇଛି।

ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଗୁଣ୍ଡାଗିରିର ସବୁ ସୀମା ଟପିଥିଲେ ପ୍ରଶାନ୍ତ ଜଗଦ୍ଦେବ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଥିଲା ପୋଲିସ। ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇବ। ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ଅପରାହ୍ନରେ ପ୍ରକାଶ ପାଇବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ ।

ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା। ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ: ଆଜି ମାଟ୍ରିକ ରେଜଲ୍ଟ। ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ଵାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିଲା।

ଆଜି ସକାଳ ସାଢେ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ। ସାଢେ ୧୧ଟା ମଧ୍ୟରେ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ହ୍ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ। ଫଳ ପ୍ରକାଶନର ଏକଘଣ୍ଟା ମଧ୍ଯରେ www.bseodisha.ac.in ସାଇଟରେ ଉପଲବ୍ଧ ହେବ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-୧୦-ରୋଲ ନାମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ।

ରି ଚେକିଙ୍ଗ ପାଇଁ ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି । ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ। ଚଳିତବର୍ଷ ରାଜ୍ୟରେ ୫ ଲକ୍ଷ ୪୧ ହଜାର ବିଦ୍ୟାର୍ଥୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଏଥିସହିତ ମାଧ୍ୟମା ଓ ପତ୍ର ବିନିମୟର ପରୀକ୍ଷା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ।

ହରିୟାଣା ବିଧାନସଭା ନମ୍ବର ଗେମରେ ବିଜେପିକୁ ଆଉ ଏକ ଝଟକା

ଚଣ୍ଡିଗଡ: ହରିୟାଣାରେ ସ୍ବାଧୀନ ବିଧାୟକ ରାକେଶ ଦ୍ବୌଲତାବାଦଙ୍କ ମୃତ୍ୟୁ ପରେ ରାଜ୍ୟର ନୟବ ସିଂ ସାଇନି ସରକାର ଏବେ ଚିନ୍ତାରେ। ରାକେଶ ହରିୟାଣାର ବାଦଶାହପୁର ବିଧାନସଭା ଆସନରୁ ବିଧାୟକ ଥିଲେ। ଶନିବାର ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ସ୍ୱାଧୀନ ବିଧାୟକଙ୍କ ମୃତ୍ୟୁ ପରେ ସଂଖ୍ୟାଗରିଷ୍ଠତା ହାସଲ କରିବା ନୟାବ ସିଂ ସାଇନି ସରକାରଙ୍କ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି।

ହରିୟାଣାରେ ବିଜେପିର ୪୦ ଜଣ ବିଧାୟକ ଅଛନ୍ତି  । ଜଣେ ରାକେଶ ଥିବାବେଳେ ଅନ୍ୟ ଜଣେ ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାନ୍ଦାଙ୍କ ସମର୍ଥନ ରହିଛି। ଏହି ଅନୁଯାୟୀ, ବିଜେପିରେ ମୋଟ ୪୨ ଜଣ ବିଧାୟକ ଅଛନ୍ତି । କିନ୍ତୁ ରାକେଶଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ୪୧ରେ ପହଞ୍ଚିଛି। ସାଇନିଙ୍କୁ ତାଙ୍କ ସରକାର ବଞ୍ଚାଇବା ପାଇଁ ୩ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ହେବ ।

 

ରାକେଶଙ୍କ ମୃତ୍ୟୁ ପରେ, ୯୦ ଜଣ ବିଧାୟକଙ୍କ ସଦନରେ ମୋଟ ୮୭ ଜଣ ବିଧାୟକ ରହିଛନ୍ତି। ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଥିବା ବିଜେପିର ମନୋହର ଲାଲ ଖଟ୍ଟର ଏବଂ ରଣଜିତ ଚୌଟାଲା ଇସ୍ତଫା ଦେଇ ସାରିଛନ୍ତି।

 

ସ୍ବାଧୀନ ବିଧାୟକ ରାକେଶଙ୍କ ଇସ୍ତଫା ଏବଂ ମୃତ୍ୟୁ କାରଣରୁ ତିନୋଟି ବିଧାୟକ ପଦବୀ ଖାଲି ଅଛି। ଏଭଳି ପରିସ୍ଥିତିରେ ହରିୟାଣାର ଯେକୌଣସି ସରକାର ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ୪୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ବିଜେପି କିପରି ତିନୋଟି ଆସନର ଅଭାବ ପୂରଣ କରିବ କିମ୍ବା ବିରୋଧୀ ଦଳ ଏହାର ଫାଇଦା ଉଠାଇବେ।

ଗେମିଂ ଜୋନରେ ନିଆଁ ଲାଗି ୨୪ ଶିଶୁ ମୃତ, ଏକାଧିକ ଆହତ

ଭୁବନେଶ୍ବର: ଗେମିଂ ଜୋନରେ ନିଆଁ ଲାଗି ୨୪ ଶିଶୁ ମୃତ । ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣଙ୍କ ମୃତ୍ଯୁ ହୋଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ଆଶଂକା କରାଯାଉଛି। ରାଜକୋଟ ସହରରେ ଥିବା ଟିଆରପି ଏହି ଗେମିଂ ଜୋନରେ ଭୟଙ୍କର ନିଆ ଲାଗିଥିଲା।

ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀର ଏକାଧିକ ଟିମ। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥା କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ନିଆଁ ଲିଭିବା ପରେ କୁଲିଂ ଅପରେସନ ଚାଲିବ। ଏହାପରେ ପ୍ରକୃତ ମୃତାହତଙ୍କ ସଂଖ୍ଯା ସ୍ପଷ୍ଟ ହୋଇପାରିବ ବୋଲି ଅଗ୍ନିଶମବାହିନୀର ଅଧିକାରୀ କହିଛନ୍ତି। ପବନ ଜୋରରେ ବହୁଥିବାରୁ ନିଆଁ ଲିଭାଇବାକୁ କଠିନ ପରିଶ୍ରମ କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ଜଣାପଡିଛି।

ଅପରାଧୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାକୁ ଅଶାନ୍ତ କରୁଛି ବିଜେପି, ସିଇଓଙ୍କ ନିକଟରେ ଫେରାଦ ବିଜେଡି

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଗୁଣ୍ଡାଦଳ। ଅପରାଧୀଙ୍କୁ ପ୍ରାର୍ଥୀ କରି ଓଡ଼ିଶାକୁ ଅଶାନ୍ତ କରୁଛି ବିଜେପି। ବୋଲଗଡ଼-ବେଗୁନିଆରେ ବୁଥରେ ଭଙ୍ଗାରୁଜା କରି ପ୍ରମାଣିତ କରିଛନ୍ତି ବିଜେପିର ଗୁଣ୍ଡା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ।

ପ୍ରଶାନ୍ତ ଜଗଦ୍ଦେବ ଗଣ୍ଡଗୋଳ କରିବେ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ। ଏନେଇ ବାରମ୍ବାର ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲା ବିଜେଡି। ହେଲେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍। କାହିଁକି ପ୍ରଶାନ୍ତଙ୍କୁ କରାଯାଉନାହିଁ ଗିରଫ? କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ପ୍ରଶାନ୍ତଙ୍କ ଗିରଫ ଦାବି କରିଛି ବିଜେଡି ଟିମ୍।

ବିଜେପି ଚାହୁଁଛି ଓଡ଼ିଶାରେ ହିଂସାରାଜ୍ ଚାଲୁ। ତେଣୁ ତୁରନ୍ତ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେଡି। ଏହାସହ ଅପରାଜିତାଙ୍କ ବିରୋଧରେ ମଧ୍ଯ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।

ହାରିବା ଲଜ୍ଜାରେ ଜଗଦ୍ଦେବ ଲେଖିଲେ ହେଟ୍ ଷ୍ଟୋରୀ, ସାହାଯ୍ୟ କଲେ ଅପରାଜିତା

ଖୋର୍ଦ୍ଧା: ଗୁଣ୍ଡାଗିରିର ସବୁ ସୀମା ଟପିଲେ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡରେ ଇଭିଏମ ଭାଙ୍ଗିଲେ ପ୍ରଶାନ୍ତ ଜଗଦ୍ଦେବ। ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡିରେ ଫେରାର ହେଉଥିବା ବେଳେ ପ୍ରଶାନ୍ତଙ୍କୁ ଗୋଡାଇ ଗୋଡ଼ାଇ ଧରିଛି ପୋଲିସ।

ଏହାପରେ ପ୍ରଶାନ୍ତଙ୍କୁ ବୋଲଗଡ ଥାନାରେ ଅଟକ ରଖିଛି ପୋଲିସ। ସୂଚନା ଅନୁସାରେ, ବୋଲଗଡ଼-ବେଗୁନିଆ ନିର୍ବାଚନ ମଣ୍ଡଳିର ରାଜସୁନାଖଳା ନିକଟ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥରେ ପଶି ଭଙ୍ଗାରୁଜା କରିଛନ୍ତି ପ୍ରଶାନ୍ତ। ଭୋଟିଂ ପାଇଁ ଲୋକ ଲାଇନରେ ଥିବା ବେଳେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ହଠାତ ବୁଥ୍ ଭିତରେ ପଶି ଭୋଟରଙ୍କୁ ଖରାପ ବ୍ୟବହାର କରିବା ସହ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ।

ଏତିକିରେ ଅଟକି ନଥିଲେ ପ୍ରଶାନ୍ତ ଜଗଦ୍ଦେବ। ବୁଥ୍ ଭିତରେ ଥିବା ଇଭିଏମ୍ ହୋର୍ଡିଂକୁ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ବୋଲଗଡ଼ ପୋଲିସ ପ୍ରଶାନ୍ତଙ୍କୁ ଅଟକ ରଖିଛି। ଏଠି ପ୍ରଶ୍ନ ଉଠୁଛି, ଗିରଫ୍ ହେବେ କି ଗୁଣ୍ଡାନେତା ପ୍ରଶାନ୍ତ ଜଗଦ୍ଦେବ। ମତଦାନ ଦିନ ମାନସିକ ସନ୍ତୁଳନ ହରାଇଲେ କି ପ୍ରଶାନ୍ତ । ପରାଜୟ ଭୟରେ ପାଗଳ ହୋଇଗଲେ କି ପ୍ରଶାନ୍ତ ଜଗଦ୍ଦେବ। ହାରିବା ଭୟରେ ହିଂସ୍ର ହୋଇଗଲେ କି ହତ୍ଯା ଉଦ୍ୟମ ଅଭିଯୁକ୍ତ । ହାରିବା ଲଜ୍ଜାରେ ଜଗଦ୍ଦେବ ଲେଖିଲେ ହେଟ୍ ଷ୍ଟୋରୀ। ମହଙ୍ଗା ପଡିବ କି ନିର୍ବାଚନ ଅଧିକାରୀଙ୍କୁ ମାଡ଼ । ପ୍ରଶାନ୍ତଙ୍କୁ କେଉଁଠି ଲୁଚାଇ ନେଇ ଯାଉଥିଲେ ଅପରାଜିତା। ଫେଲ୍ ମାରିଲା ପ୍ରଶାନ୍ତଙ୍କୁ ଖସାଇ ଦେବା ଉଦ୍ଯମ। ଅପରାଜିତାଙ୍କ ଇଙ୍ଗିତରେ ରକ୍ତମୁଖା ହେଲେ କି ପ୍ରଶାନ୍ତ ? ଏବେ ଏଭଳି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରିଛି।