spot_img
Home Blog Page 1813

ଭର୍ତ୍ତୁହରିଙ୍କ ମୁଖା ଖୋଲିଲେ ପାଣ୍ଡିଆନ,ବିଜେଡି କୋଟାରେ ଭାଷଣ ଦେଇ ବିଜେପିର ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: କଟକ ନିର୍ବାଚନୀ ପ୍ରଚାର ସଭାରେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ତଥା ପୂର୍ବତନ ବିଜେଡି ନେତା ଭର୍ତ୍ତୁହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି  ବରିଷ୍ଠ ବିଜେଡ଼ି ନେତା କାର୍ତ୍ତିକ ପାଣ୍ଡିଆନ। ଭର୍ତ୍ତୁହରି ଦୈହିକ ଭାବେ ବିଜେଡିରେ ଥିଲେ କିନ୍ତୁ ମାନସିକ ଭାବେ ବିଜେପିରେ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଭର୍ତ୍ତୁହରିଙ୍କୁ ଯେଉଁ ଦଳ ସଂସଦକୁ ୬ ଥର ପଠାଇଥିଲା,ସେ ସେହି ଦଳ ବିରୋଧରେ ବିଶ୍ୱାସଘାତକତା କରିଥିଲେ ବୋଲି ପାଣ୍ଡିଆନ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦରେ ଭର୍ତ୍ତୁହରି ୬-୬ ଥର ସଂସଦକୁ ଯାଇଥିଲେ କିନ୍ତୁ ସଂସଦରେ ଭାଷଣ ଦେବା ସମୟରେ ସେ ନିଜ ରାଜ୍ୟ ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁଲି ଯାଇଥିଲେ ।

କୋଭିଡ୍ ମୁକାବିଲା ନେଇ ସଂସଦରେ ଭର୍ତ୍ତୁହରି ଦେଇଥିବା ଭାଷଣର ଉଦାହରଣ ଦେଇ ପାଣ୍ଡିଆନ ଏଭଳି କହିଛନ୍ତି । ପାଣ୍ଡିଆନ କହିଛନ୍ତି ଯେ,ସଂସଦରେ ୨୦ ମିନିଟ ଧରି ଭର୍ତ୍ତୁହରି ଭାଷଣ ଦେଇଥିଲେ । କିନ୍ତୁ ଭାଷଣରେ ପଦୁଟିଏ ଓଡ଼ିଶା ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅବଦାନ ବାବଦରେ କହିନଥିଲେ । କୋଭିଡ୍ ମୁକାବିଲାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ସମସ୍ତେ ସ୍ୱୀକାର କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ଦେଶର ବିଭିନ୍ନ ରାଜ୍ୟକୁ ଓଡ଼ିଶା ଅମ୍ଲଜାନ ପଠାଇଥିଲା । କିନ୍ତୁ ସେକଥା ଭର୍ତ୍ତୁହରିଙ୍କ ଭାଷଣରେ ନଥିଲା ।

ଏସମ୍ବନ୍ଧରେ ଅଧିକ ସୂଚନା ଦେଇ ପାଣ୍ଡିଆନ କହିଥିଲେ ଯେ, ଭର୍ତ୍ତୁହରିଙ୍କ ଭାଷଣ ପରେ ମୁଁ ତାଙ୍କ ସହିତ କଥା ହୋଇ ଏବାବଦରେ ପଚାରିଥିଲି । କାରଣ ମୋତେ ଏହି ଘଟଣା ବହୁତ ଦୁଃଖ ଦେଇଥିଲା । ମୁଁ ତାଙ୍କୁ ପଚାରିଥିଲି ଯେ, ମୁଖ୍ୟମନ୍ତ୍ରୀ ଆପଣଙ୍କୁ ୬ ଥର ଲୋକସଭାକୁ ପଠାଇଛନ୍ତି । କିନ୍ତୁ ଆପଣ ଥରେ ମଧ୍ୟ ନିଜ ଭାଷଣରେ ଓଡ଼ିଶା କଥା କହିଲେ ନାହିଁ,କୋଭିଡ୍ ମୁକାବିଲାରେ ଓଡ଼ିଶାର ଭୂମିକା କଥା କହିଲେ ନାହିଁ । ସେହି ଦିନ ମୁଁ ଜାଣିଥିଲି ଯେ, ସିଏ ଆମ ସହିତ ଫିଜିକାଲି ଅଛନ୍ତି ମାନସିକ ଭାବେ ନାହାନ୍ତି । ସେ ସେବେଠାରୁ ଦଳରୁ ବାହାରି ଯାଇଥିଲେ । ଏବେ ବାହାରି ନାହାନ୍ତି ।

ସମ୍ବିତ ପାତ୍ରଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ବର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି।  ଇଂରାଜୀ ଓ ଓଡ଼ିଆ ଅଗ୍ରଣୀ ଖବରକାଗଜର ଫ୍ରଣ୍ଟ ପେଜରେ ପୂରାପୃଷ୍ଠା ବିଜ୍ଞାପନ ପ୍ରସଙ୍ଗରେ ସିଇଓଙ୍କୁ ଭେଟିଛି ବିଜେଡି। ଏହି ବିଜ୍ଞାପନରେ ସମ୍ବିତଙ୍କ ଫଟୋ ସହ ଜଗନ୍ନାଥ ମନ୍ଦିର ଫଟୋ ଓ ବିଜେପିର ଚିହ୍ନ ରହିଛି।  ଯାହାକି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ । ଅଗ୍ରଣୀ ଖବରକାଗଜରେ ବିଜ୍ଞାପନ  ବାବଦରେ ଖର୍ଚ୍ଚ ହୋଇଛି ଅଢେଇକୋଟି ଟଙ୍କା। ଏହି ଖର୍ଚ୍ଚକୁ ସମ୍ବିତ ପାତ୍ରଙ୍କ ନିର୍ବାଚନୀ ଖର୍ଚ୍ଚରେ  ସାମିଲ କରିବାକୁ ଦାବି କରିଛି ବିଜେଡି। କେବଳ ସେତିକି ନୁହେଁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ତାରକା ପ୍ରଚାରକ ତାଲିକାରେ ନଥିବା ନେତାମାନେ ରାଲିରେ ସାମିଲ ହୋଇଥିଲେ। ତାହା ବି ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବା ଲାଗି ଦାବି କରାଯାଇଛି।

ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍

ଭୁବନେଶ୍ବର: ବିଜେପିକୁ ନବୀନଙ୍କ `ଏଆଇ’ ଆଟାକ୍ । ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିର ବୁଦ୍ଧିମତାକୁ ତାଚ୍ଛଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ଖବରକୁ ବାଏଁ ବାଏଁ ଉଡାଇବା ସହିତ ନବୀନ ଦେଇଛନ୍ତି ମୁହଁତୋଡ ଜବାବ । ବିରୋଧୀଙ୍କୁ ଅଭିଯୋଗକୁ ବେପରୁଆ ଢଙ୍ଗରେ ଜବାବ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନବୀନଙ୍କ ଏହି ଭିଡିଓଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଦେଖନ୍ତୁ ଏହି ଭିଡିଓକୁ ଯେଉଁଥିରେ ନବୀନ ରଖିଛନ୍ତି ନିଆରା ଜବାବ । ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା ଭଲ କଥା । ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ନବୀନଙ୍କ କେଇ ସେକେଣ୍ଡର ଏହି ଭିଡିଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବା ସହ ଖୁବ ସ୍ପିଡରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନବୀନଙ୍କ ଭିଡ଼ିଓ ତାଙ୍କ ନୁହେଁ ବୋଲି ଅଭିଯୋଗ ଆଣିଥିଲେ । ବୈଜୟନ୍ତ କହିଥିଲେ, ଭିଡିଓକୁ ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ । ଏହାକୁ ଏଆଇ ଦ୍ୱାରା କରାଯାଉଛି । ଏହାର ଜବାବ ଦେଇ ଆଜି ବୈଜୟନ୍ତଙ୍କ ମୁହଁ ବନ୍ଦ କରିବା ସହ ବିଜେପିର ବୁଦ୍ଧିମତ୍ତାକୁ ତାତ୍ସଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ +2 ରେଜଲ୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇବ । ସେହିଦିନ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ମଧ୍ୟ ସେହିଦିନ ଅପରାହ୍ନରେ ପ୍ରକାଶ ପାଇବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । www.orissaresults.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଚଳିତବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ହୋଇଥିଲା ।  ରାଜ୍ୟରେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନରେ ୧ଲକ୍ଷ ୧୬ ହଜାର ୪୪୭ , କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୪୨୫, ବାଣିଜ୍ୟରେ ୨୫,୯୬୦ ଓ ଧନ୍ଦାମୂଳକ ରେ ୫,୭୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା  ଦେଇଛନ୍ତି । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର୍ ସହ ୨୦୨ଟି ହବ କରାଯାଇଥିଲା ।

୨୪ରେ ଅବପାତର ରୂପ ନେବ ଲଘୁଚାପ, ଓଡିଶାରେ ଜାରି ରହିବ କାଳବୈଶାଖୀ

ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ବ୍ୟାପିଛି  । ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ୨୪ ତାରିଖ ସକାଳ ସମୟରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି  ।

ପରବର୍ତ୍ତୀ ସମୟ ଏହା ପରେ ଅଧିକ ଘନିଭୂତ ହୋଇ ଗତିର ଦିଗ ଉତ୍ତରପୂର୍ବ ଦିଗରେ ବଜାଇ ରଖିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l ଏହାରି ପ୍ରଭାବରେ ସମୁଦ୍ର ମୁଖ୍ୟତ ଅଶାନ୍ତ ରହିବ । ୨୩ ରୁ ମତ୍ସ୍ୟଜିବିଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ୨୩ ତାରିଖଠାରୁ ଦକ୍ଷିଣ ଏବଂ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।

ସେହିଭଳି ୨୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସମୁଦ୍ରକୁ ନଯିବା ପାଇଁ ମସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ୨୩ ପୂର୍ବରୁ କୁଳକୁ ଫେରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ଓଡିଶାର କୌଣସି ଜିଲ୍ଲା ଏତେ ମାତ୍ରାରେ ପ୍ରଭାବିତ ହେବା ନାହିଁ। ଯେଉଁ ଭଳି ଭାବେ କାଳବୈଶାଖୀ ଚାଲିଛି ସେମିତି ରହିବ। ଦକ୍ଷିଣ ଓ ଉପକୂଳ ଓଡିଶାରେ କାଳବୈଶାଖୀ ପ୍ରଭାଵ ରହିବ। ଏଥି ପାଇଁ ୩ ଦିନ ଯାଏଁ ସତର୍କ ଜାରୀ ହୋଇଛି।

୨୫ ତାରିଖରେ ଘଡଘଡି ବିଜୁଳି ସହ ବର୍ଷା ଝଡ ପବନ ହେବ। ଘଣ୍ଟା ପ୍ରତି ୩୦-୪୦ କିମି ପାବନ ବହିବ। ଓଡିଶାରେ ପ୍ରବଳ ବର୍ଷା ପାଇଁ ସେମିତି ସତର୍କ କିଛି ଜାରୀ ହୋଇ ନାହିଁ। ୨୪ ଘଣ୍ଟାରେ ନୂଆପଡ଼ାରେ ଦିନ ତାପମାତ୍ରା ସର୍ବାଧିକ ଅଧିକ ୪୨.୪ ଡିଗ୍ରୀ ରେକର୍ଡ଼ ହୋଇଛି। ୮ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ରେକର୍ଡ ହୋଇଛି।

ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ସିଇଓଙ୍କୁ ଫେରାଦ ବିଜେଡି

0

ଭୁବନେଶ୍ବର: ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି। ଯାହାକୁ ବିରୋଧ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା।

ଏବେ ଭୁବନେଶ୍ୱର ବିଜେପି ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ରାଲିରେ ଶିଶୁଙ୍କ ପ୍ରଚାର ପ୍ରସାରରେ ବ୍ୟବହାର କରିଛନ୍ତି। ଯାହାକି ଶିଶୁଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି। ଯାହା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି ବୋଲି କହିଛି ବିଜେଡି। ଯେଉଁଭଳି ଭାବେ ଗ୍ରୀଷ୍ମ ଋତୁରେ ତାପମାତ୍ରା ରହିଛି,ସେହି ସମୟରେ ଶିଶୁଙ୍କୁ ପ୍ରଚାରରେ ବ୍ୟବହାର କରିବା ବିଜେପିର ହୀନ ମାନବିକତାର ପରିଚୟ ବୋଲି କହିଛି ବିଜେଡି। ତେଣୁ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି।

୨୪ ଅପରାହ୍ନରୁ ପାଗରେ ପରିବର୍ତ୍ତନ, ଉପକୂଳରେ କୋହଲା ପାଗକୁ ସମୁଦ୍ର ଅଶାନ୍ତ

ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପୂର୍ବ ଦିଗ ରେ ହୋଇ ଆସନ୍ତା କାଲି ଡିପ୍ରେସନର ରୂପ ନେବ ଓ ପରବର୍ତ୍ତୀ ସମୟ ରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ, ବାତ୍ୟା ରୂପ ନେଇପାରେ। ତେବେ ଏହାର ଗତିପଥ ଏବେ ବି ଅସ୍ପଷ୍ଟ ରହିଛି।

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗରମ ଗୁଳୁଗୁଳିର ପ୍ରଭାବ ରହିବ। ତେବେ ଅପରାହ୍ନରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତି ରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳ ରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି।

ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

ଖୋର୍ଦ୍ଧାରୁ ପାଣ୍ଡିଆନଙ୍କ ଆକ୍ରମଣ, ମନ୍ଦିରରେ କୁଲର ଲଗାଇ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ତୀବ୍ର ତାତ୍ସଲ୍ଯ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଖୋର୍ଦ୍ଧାର ହେବାଳି ପଡ଼ିଆରେ ହୋଇଥିବା ନିର୍ବାଚନ ସଭାରେ କଡ଼ା ଭାଷାରେ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି, ଗତ ୫ ବର୍ଷରେ ଭୁବନେଶ୍ଵର ସାଂସଦ ଏହି ଅଞ୍ଚଳକୁ ବହୁତ ପଛକୁ ନେଇଯାଇଛନ୍ତି ।

ସାଂସଦ ନିଜେ ଯେଉଁ କାମର ତାଲିକା ଦେଇଛନ୍ତି, ସେମିତି କାମ ସରପଞ୍ଚ କରିଦେବେ । ସାଂସଦ କହିିଛନ୍ତି ମନ୍ଦିରକୁ ୱାଟର କୁଲର୍ ଦେଇଛନ୍ତି, ଗୋଟିଏ ଫୁଟ ଓଭର ବ୍ରିଜ୍ କରିଛନ୍ତି। କିନ୍ତୁ ଏତିକି କାମ ତ ସରପଞ୍ଚ ବି କରିଦେବେ । ସାଂସଦଙ୍କୁ ଲଜ୍ଜା ଲାଗିବାର କଥା।

ଭୁବନେଶ୍ଵର ରିଂ ରୋଡ୍ ପାଇଁ ଏଯାଏ ଇଟା ଖଣ୍ଡେ ପଡିନି। ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ଯତା ଦେବାକୁ ଦାବି କରି ସଂସଦରେ ଦିନେ ବି ଉଠାଇ ନାହାନ୍ତି ଅପରାଜିତା। ଏଠାକାର ପିଲାଙ୍କ ରୋଜଗାର ପାଇଁ ବି କିଛି କହି ନାହାନ୍ତି। ନବୀନ ପଟ୍ଟନାୟକ କଣ କଣ କରିଛନ୍ତି, ତାର ଲମ୍ବା ତାଲିକା ଦେଇଥିଲେ ପାଣ୍ଡିଆନ। ସେହିପରି ମଧ୍ଯବିତ୍ତଙ୍କ ପାଇଁ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ପାଣ୍ଡିଆନ କହିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ଯେ ପୁରୀ ପରିକ୍ରମା ଓ ଏକାମ୍ର ପ୍ରକଳ୍ପ ବନ୍ଦ କରିବାକୁ ପ୍ରୟାସ କରିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ  ।

ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ପ୍ରତିଶୋଧ ନେବାକୁ ଯୋଜନା କରୁଛି ଇରାନ

ତେହରାନ: ୧୦୦ ଘଣ୍ଟା ମଧ୍ୟରେ ଆରବରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଅନେକ ଦେଶର ଗୁଇନ୍ଦା ରିପୋର୍ଟ କହୁଛି। ଏହାର କାରଣ ହେଉଛି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ଇରାନ ପ୍ରତିଶୋଧ ନେବାକୁ ଯୋଜନା କରୁଛି। ଶୋକ ଏବଂ ପ୍ରତିଶୋଧର ପ୍ରତୀକ କଳା ପତାକା ଇରାନର ମସଜିଦ ଉପରେ ରଖାଯାଇଛି। ଏହା ସହିତ ଇରାନର କାମଚଳା ରାଷ୍ଟ୍ରପତି ମୁଖବର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି।

ଏହି ଆଲୋଚନା ପରେ ରୁଷିଆରେ ପରମାଣୁ ଡ୍ରିଲ ଆରମ୍ଭ ହୋଇଛି  । ଇରାନ ଏକକାଳୀନ ଆରବରେ ଆମେରିକା କ୍ୟାମ୍ପର ୭ଟି ଦେଶକୁ ଟାର୍ଗେଟ କରିପାରେ। ଋଷ ଏବଂ ଇରାନ ମଧ୍ୟରେ ଏହି ମିଳିତ ଅପରେସନ ପାଇଁ ବିପଦ ବଢିବାରେ ଲାଗିଛି। ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହାନଙ୍କ ମୃତ୍ୟୁ ପରେ ଇରାନରେ ଶୋକ ଖେଳି ଯାଇଛି।

ଇରାନ ସରକାରଙ୍କ କମାଣ୍ଡ ମହମ୍ମଦ ମୁଖବରଙ୍କୁ ହସ୍ତାନ୍ତର କରାଯାଇଛି। ଉପରାଷ୍ଟ୍ରପତି ଥିବା ମହମ୍ମଦ ମୁଖବରଙ୍କୁ କାମଚଳା ରାଷ୍ଟ୍ରପତି ଦାୟିତ୍ବ ମିଳିଛି । ସେହିପରି ଅଲି ବାଗେରିଙ୍କୁ କାମଚଳା  ବୈଦେଶିକ ମନ୍ତ୍ରୀ କରାଯାଇଛି। କାମଚଳା ରାଷ୍ଟ୍ରପତି ମହମ୍ମଦ ମୁଖବର ଦିନସାରା ସାମରିକ ଅଧିକାରୀ ଏବଂ ବିଭିନ୍ନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁଯାୟୀ ଇରାନ ରଇସିଙ୍କ ବିମାନ ଦୁର୍ଘଟଣାର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଛି। ପ୍ରତିଶୋଧ ପାଇଁ ଇରାନର ପ୍ରସ୍ତୁତିର ପ୍ରମାଣ ହେଉଛି ଯେ ଇରାନ ମସଜିଦ ଗମ୍ବୁଜ ଉପରେ କଳା ପତାକା ଉତ୍ତୋଳନ କରାଯାଇଛି। ରଇସିଙ୍କ ମୃତଦେହ ଇମାମ ରେଜାଙ୍କ କବରସ୍ଥାନ ନିକଟରେ ପହଞ୍ଚିବ । ସେହି ଦିନ ସେଠାରେ କଳା ପତାକା ମଧ୍ୟ ଉତ୍ତୋଳନ କରାଯିବ  । ରଇସିଙ୍କ ଅନ୍ତିମ ସଂସ୍କାର ଦିନ ଇରାନର ପ୍ରତିଶୋଧ ଆରମ୍ଭ ହୋଇପାରିବ।

 

ଇରାନ ସରକାର ଏହି ଦୁର୍ଘଟଣା ନେଇ କୌଣସି ସରକାରୀ ବିବୃତ୍ତି ଦେଇନାହାଁନ୍ତି  । ବରଂ ଏହାକୁ ଏକ ଷଡଯନ୍ତ୍ର ବୋଲି ବିବେଚନା କରିଛନ୍ତି । ଇରାନର ଗୁଇନ୍ଦା ବିଭାଗ କହିଛି ଯେ ଇରାନ ଏଥିପାଇଁ ଇସ୍ରାଏଲକୁ ଦାୟୀ କରୁଛି ଏବଂ ଏହା ଇସ୍ରାଏଲ ବିରୋଧରେ କିଛି ବଡ ପଦକ୍ଷେପ ନେଇପାରେ। ଇସ୍ରାଏଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଟିନଙ୍କ ସମର୍ଥନ ପାଇଛି ଇରାନ। ଆରବରେ ନିଜର ଆଧିପତ୍ୟ ବୃଦ୍ଧି କରିବାକୁ ରଇସି ଦୁର୍ଘଟଣା ମାମଲାରେ ପୁଟିନ ହସ୍ତକ୍ଷେପ କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି।

 

ମଧ୍ୟବିତ୍ତଙ୍କ ପାଇଁ ଧମାକାଦାର ପ୍ୟାକେଜ, ୫ଟି ବଡ ପଦକ୍ଷେପ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ମଧ୍ଯବିତ୍ତ ହେବେ ମାଲାମାଲ୍। ବିଜେଡିର ନିର୍ବାଚନ ଇସ୍ତାହାର ନେଇ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି, ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ।

ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଜେଡିର ଇସ୍ତାହାରରେ ମଧ୍ଯବିତ୍ତଙ୍କ ପାଇଁ ୫ଟି ବଡ଼ ପଦକ୍ଷେପ ନେବାକୁ ମୁଖ୍ଯମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସହରାଞ୍ଚଳ ସହିତ ସମସ୍ତ ମଧ୍ୟବିତ୍ତଙ୍କୁ BKSY ନବୀନ କାର୍ଡ ପ୍ରଦାନ କରାଯିବ।

ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯନ୍ତ ଋଣ ଉପରେ ସୁଧ ରିହାତି ମିଳିବ। ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଲୋନ ଉପରେ ବି ମିଳିବ ସୁଧ ରିହାତି। ଗମନାଗମନ ପାଇଁ ଲକ୍ଷ୍ମୀ ବସ ଓ ମୋ ବସ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟର ପ୍ରାୟ ୯୮ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର, ଛାତ୍ରୀଙ୍କ ପାଇଁ ୧୪ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ।

ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇ ନାହାନ୍ତି। ମଧ୍ୟଵିତ୍ତ ଆଗକୁ ବଢ଼ିଲେ ସର୍ଭିସ୍ ସେକ୍ଟର ଆଗକୁ ବଢ଼ିବ। ରାଜ୍ୟ ଆଗକୁ ବଢିବ। ରାଜ୍ୟର ଅର୍ଥନୈତିକ ବିକାଶ ହେବ। ମଧ୍ୟବିତ୍ତଙ୍କ ପାଇଁ ମୁଖ୍ଯମନ୍ତ୍ରୀ ଏହି ସବୁ ପଦକ୍ଷେପ ନେଇଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।