spot_img
Home Blog Page 1854

ରାଜଧାନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗର୍ଜିଲେ ଉଜ୍ଜଳା ଦିଦି

ଭୁବନେଶ୍ବର: ଭୁବନେଶ୍ବରର ମହାତ୍ମାଗାନ୍ଧୀ ମାର୍ଗରେ ଓଡିଶା ଉଜ୍ଜ୍ବଳା ଦିଦି ସଂଘର ଧାରଣା ଓ ବିକ୍ଷୋଭ। ଧୋକାବାଜ ଧମେନ୍ଦ୍ର ପ୍ରଧାନ ୬ ବର୍ଷ ଧରି ମାଗଣା ଖଟାଇଥିବା ଅଭିଯୋଗ କରିଛନ୍ତି ଉଜ୍ଜ୍ବଳା ଦିଦି । ଏଭଳି ଅବିଚାର ପ୍ରତି ନ୍ୟାୟ ଏବଂ  ଉପଯୁକ୍ତ ପ୍ରାପ୍ଯ ଏବଂ ନିଯୁକ୍ତି ଦାବିରେ ବିକ୍ଷୋଭ କରିଛି ସଂଘ । ଧମେନ୍ଦ୍ର ପ୍ରଧାନ ନିଜକୁ ଉଜ୍ଜ୍ବଳା ମ୍ଯାନ ବୋଲାଉଥିବା ବେଳେ ସେ ଏବେ ଇଗୋ ମ୍ଯାନ ପାଲଟି ଯାଇଛନ୍ତି। ଉଜ୍ଜଳା ଦିଦିଙ୍କୁ ମୋହରା କରି ସଫଳତାର ଡିଣ୍ଡିମ ପିଟିଲେ, ଆଉଏ ଏବେ କାମ ସରିଗଲା ପରେ ଅଳିଆ ପରି ଡଷ୍ଟବିନିନକୁ ଫିଙ୍ଗିଦିଲେ। ୬ ବର୍ଷ ଧରି ଦୁଃଖ କଷ୍ଟରେ ପରିବାର ପୋଷୁଛୁ। ଆମ ଲୁହରେ ଧମେନ୍ଦ୍ର ପ୍ରଧାନ ଭାସିଯିବେ ବୋଲି ଅଭିଶପ ଦେଇଛନ୍ତି ଉଜ୍ଜ୍ବଳା ଦିଦି।

କେନ୍ଦ୍ର ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ  ଗରିବ ଲୋକଙ୍କୁ ରିହାତିରେ  ଜାଳେଣି ଗ୍ୟାସ ପ୍ରଦାନ ପାଇଁ ଉଜ୍ଜଳl ଯୋଜନା ଆରମ୍ଭ କରିଥିଲେ l ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ଥିବା ବେଳେ ଏହି ଯୋଜନାର ପ୍ରଚାର ପ୍ରସାର ତଥା ସଠିକ ପରିଚାଳନା ପାଇଁ  ପ୍ରତ୍ୟେକ ପଞ୍ଚାୟରେ ଜଣେ ଓ ଦୁଇଜଣ ଉଜ୍ଜ୍ଵଳା ଦିଦି ମାନଙ୍କୁ ନିଯୁକ୍ତି ଦେଇଥିଲେ l ସେମାନଙ୍କୁ ପ୍ରତି ନୂଆ କନେକ୍ସନ ପାଇଁ ୨୦୦ ଟଙ୍କା ଓ ଗ୍ୟାସ ରିଫିଲିଙ୍ଗ ପାଇଁ ୨୦ ଟଙ୍କା ଦେବା ସହିତ ଆଗାମୀ ଦିନରେ ଅନ୍ୟ ସ୍କିମ ର ପରିଚାଳନା ଦାୟିତ୍ୱ ସହିତ ମାସିକ କିଛି ଦରମା ଦେବାକୁ କହିଥିଲେ l  ଖରା, ବର୍ଷା ଓ ଶୀତରେ ଉଜ୍ଜାଲା ଦିଦି ମାନେ ପ୍ରତ୍ୟେକ ଦିନ ବୁଲି ବୁଲି ଯୋଜନା ସମ୍ପର୍କ ରେ ଲୋକଙ୍କୁ ବୁଝାଇବା ସହିତ ଲକ୍ଷ ଲକ୍ଷ କନେକ୍ସନ ମଧ୍ୟ କରାଇଲେ l

ପାଞ୍ଚ ବର୍ଷ ବିନା ପାରିଶ୍ରମିକରେ କାର୍ଯ୍ୟ କଲେ l ଯୋଜନାର ସଫଳତlର ଶ୍ରେୟ ନେଇ ସେ ନିଜକୁ ଉଜ୍ଜ୍ଵଳା ମ୍ୟାନ ଭାବେ ପରିଚୟ କରାଇଦେଲେ ସତ କିନ୍ତୁ ରାଜ୍ୟରେ ୧୦ ହାଜର ଉଜ୍ଜ୍ଵଳା ଦିଦିଙ୍କୁ ଆଜକୁ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି କାଣି କଉଡ଼ି ଟିଏ ନଦେଇ ଠକି ଆସିଛନ୍ତି l ବିଭିନ୍ନ ସମୟରେ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଓ ଭୋଟ ପାଇଁ ବ୍ୟବହାର ମଧ୍ୟ କରିଛନ୍ତି l ଉଜ୍ବଳା ଦିଦି ମାନଙ୍କୁ ବିଜେପି ସଂଗଠନର କର୍ମକର୍ତ୍ତା ମାନେ ବାରମ୍ବାର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ

ନୟାଗଡ଼: ନାମାଙ୍କନ ଦାଖଲ କଲେ ଖଣ୍ଡପଡ଼ା ବିଜେଡି ପ୍ରାର୍ଥିନୀ ସାବିତ୍ରୀ ପ୍ରଧାନ । ୧୫ ହଜାରରୁ ଅଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଯାଇ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଶାଳ ରାଲିରେ ବିଜେଡିର କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର, ଖଣ୍ଡପଡ଼ା ବିଜେଡି ପର୍ଯ୍ୟବେକ୍ଷକ ଅମିତ ମଲ୍ଲିକ ଯୋଗଦେଇଥିଲେ । ଖଣ୍ଡପଡ଼ାର ସେବା କରିବାକୁ ସୁଯୋଗ ଦେଇଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସାବିତ୍ରୀ । ନିର୍ବାଚନରେ ବିଜେଡି ବଡ଼ ବ୍ଯବଧାନରେ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ବିଜେପି ବାହାପିଆ ଦଳ, ସେମାନଙ୍କର କାର୍ଯ୍ୟ ଶୂନ : ପ୍ରତାପ ଦେବ

ଭୁବନେଶ୍ବର: ଓଡ଼ିଶାରେ ବିଜେପିର ସରକାର ଗଠନ ସ୍ବପ୍ନକୁ କଟାକ୍ଷ କରିଛି ବିଜେଡି। ପ୍ରଧାନମନ୍ତ୍ରୀଙ୍କ ବିଜେଡିର ଏକ୍ସପାରୀ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ଦେଇ କହିଛି, ବିଜେଡିର କ୍ଷତିକୁ ବିଜେପି ଅପେକ୍ଷା କରିଛି । ୨୦୧୪ ନିର୍ବାଚନରେ ମଧ୍ଯ ପ୍ରଧାନମନ୍ତ୍ରୀ ସେହି ସମାନ କଥା କହିଥିଲେ। ଏଥର ନବୀନ ବାବୁ ଯାଉଛନ୍ତି । ସେମିତି ଏଥର ବି ନିର୍ବାଚନ ଆସିଛି । ସେମିତି ଏଥର ମଧ୍ଯ ସେମାନେ ସରକାର ଗଢିବେ ବୋଲି କହୁଛନ୍ତି । ଯାହାକି ଦିବାସ୍ବପ୍ନ ବୋଲି କହିଛନ୍ତି ବିଜେଡି ନେତା ପ୍ରତାପ ଦେବ । ସେହିପରି ବିଜେପିର ସରକାର ଗଠନକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମଗିରି ବିଜେଡି ବିଧାୟକ ପ୍ରାର୍ଥୀ ଉମା ସାମନ୍ତରାୟ ।  ବିଜେପି ବାହାପିଆ ଦଳ ହୋଇଥିବା ବେଳେ ସେମାନଙ୍କର କାର୍ଯ୍ୟ ଶୂନ। ୨୦୧୯ ନିର୍ବାଚନରେ ମିଶନ ୧୨୦ ନାରା ଦେଇଥିବା ବିଜେପି କେତେ ସିଟ ହାସଲ କଲା ତାହା ଓଡିଶା ବାସୀ ଜାଣିଛନ୍ତି।ବିକାଶ କାର୍ଯ୍ୟ କରୁଥିବା ନବୀନ ପଟ୍ଟନାୟକ କଥା କମ କୁହନ୍ତି ଓ କାମ ଅଧିକ କରି ଦେଖାନ୍ତି । ଆଗାମୀ ୪ ତାରିଖରେ ଓଡିଶାରୁ ବିଜେଡି ସରକାର ହଟିଯିବା ନେଇ ମୋଦି ଭାଷଣ ମାଧ୍ୟମରେ କହିଥିବା ବେଳେ ଏହା ଭାଷଣରେ ହି ରହିଯିବ ବୋଲି କହିଛନ୍ତି ଉମା । ବିଜେପିର ଭାଷଣବାଜି ଅଧିକ କାମ କମ। ଗ୍ୟାରେଣ୍ଟିର କଥା କହୁଥିବା ବିଜେପି ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ବିଜେପିର ମାନିଫେଷ୍ଟକୁ ସମାଲୋଚନା କରି ଏପରି କହିଛନ୍ତି ଉମା ସାମନ୍ତରାୟ।

ରାଜ୍ଯରେ ବଦଳିଲା ପାଗ, ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା

ଭୁବନେଶ୍ବର: ୨୧ ଦିନର ଗ୍ରୀଷ୍ମପ୍ରବାହ ପରେ ମିଳିଲା ଆଶ୍ବସ୍ତି। ରାଜ୍ଯରେ ବଦଳିଲା ପାଗ। ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ଟୁଇନସିଟି ଭୁବନେଶ୍ବର ଓ କଟକରେ ଘଡ଼ଘଡ଼ି ଓ ବିଜୁଳି ସହ କୁଆପଥର ବର୍ଷା ହେଉଛି। ଏହା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ପାଗ ମେଘୁଆ ରହିଥିବାବେଳେ ଅପରାହ୍ନରେ କୁଆପଥର ବର୍ଷା ହେଉଛି। ନୟାଗଡ଼, ଗଞ୍ଜାମ, ପୁରୀ ଖୋର୍ଦ୍ଧା, କଟକ ଆଜି ଜିଲ୍ଲାରେ ବି କୁଆପଥର ବର୍ଷା ହେଉଛି । ପବନ ଯୋଗୁ କେତେକ ସ୍ଥାନରେ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ଓଡ଼ିଶା ଉପରେ ଥିବା ଟ୍ରପ୍ ଲାଇନ ପ୍ରଭାବରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଛି। ଆସନ୍ତାକାଲିଠୁ ସାରା ଓଡ଼ିଶାରେ ଏପରି ବର୍ଷା ହେବ । କାଲିଠୁ ୯ ତାରିଖ ଯାଏଁ ଝଡତୋଫାନ ହେବା ଆଶଙ୍କା କରାଯାଉଛି । କାଲି ପାଇଁ ଗଞ୍ଜାମ, ଗଜପତି, ନୟାଗଡ଼, କେଉଁଝର, ମୟୂରଭଞ୍ଜ, ଏବଂ ବାଲେଶ୍ୱରକୁ ଅରେଞ୍ଜ ଆଲେର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୮ ଏବଂ ୯ ତାରିଖରେ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ଆଜିଠୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟସ୍ଥ  ଉତ୍ତର-ଉପକୂଳ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

ଆକାଶମାର୍ଗରେ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ବିଜେପି ଏଥର ଓଡ଼ିଶାରେ ସରକାର ଗଠନ କରିବ ବୋଲି କହି ବୁଲୁଛି । ହେଲେ ଏହାକୁ ଚୁଟକିରେ ଉଡାଇ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭବାନୀପାଟଣାରେ ନିର୍ବାଚନୀ ସଭା ସମ୍ବୋଧନ କରି ଖଡିଆଳ ଯିବା ରାସ୍ତାରେ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ଯମନ୍ତ୍ରୀଙ୍କୁ ପଚାରିଥିଲେ ଯେ, ଏଥର ରାଜ୍ଯରେ ବିଜେପି ସରକାର ଗଢିବା ନେଇ କହୁଛନ୍ତି ।

ଏହାର ଜବାବରେ ମୁଖ୍ଯମନ୍ତ୍ରୀ କହିଥିଲେ, ବହୁତ ଦିନ ହେଲା ବିଜେପି ଦିନରେ ସ୍ବପ୍ନ ଦେଖି ଆସୁଛନ୍ତି । ଏହି ଛୋଟିଆ ଭିଡିଓକୁ ପାଣ୍ଡିଆନ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯାହାକୁ ଢେର ସାରା ଲାଇକ ଓ କମେଣ୍ଟସ ମିଳୁଛି ।

ପୁଣି ଫେରିବ ନବୀନ ସରକାର, ଭବାନୀପାଟଣାରେ କାର୍ତ୍ତିକ କରିଲେ ଦମ୍ଭ

ଭବାନୀପାଟଣା: କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପ୍ରଚାର କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖକୁ ଭୋଟ ଦେବାକୁ ଅପିଲ୍‌ କଲେ ନବୀନ  । ବିରୋଧୀ ସବୁବେଳେ ମିଛ କହୁଛନ୍ତି  । ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଭବାନୀପାଟଣା ସମାବେଶରେ କହିଛନ୍ତି ମୁଖ୍ୟମନ୍ତ୍ରୀ  । ସେହିପରି ଭବାନୀପାଟଣା ମଞ୍ଚରୁ ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ  ।

ଆୟୁଶ୍ମାନ ଭାରତ ଯୋଜନାରେ ପୁରା ଦେଶ ପାଇଁ ଭାରତ ସରକାର ଯେତିକି ଟଙ୍କା ବଜେଟ୍ ରଖିଛନ୍ତି ତା’ଠାରୁ ଅଧିକ BSKYର ବଜେଟ । ଓଡ଼ିଶାର ଭାଗ ମାତ୍ର ୩ଶହ କୋଟି ପଡ଼ିବ । ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା କେବଳ ବିପିଏଲ କାର୍ଡ୍ ଧାରୀଙ୍କୁ ମିଳିବ କିନ୍ତୁ ବିଏକେୱାଇ ଯୋଜନାରେ ସମସ୍ତଙ୍କୁ ଏହି ସୁବିଧା ମିଳିଥାଏ ।

ଆୟୁଷ୍ମାନ ଭାରତରେ ବୀମା କମ୍ପାନୀଙ୍କ ଦୟା ଉପରେ ସବୁକିଛି ନିର୍ଭର କରେ । ଆମ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଭଳି କାର୍ଡ୍ ଦେଇଛନ୍ତି ଯାହା କ୍ରେଡିଟ୍ କାର୍ଡ୍ ଭଳି । ଯେଉଁଥିରେ ଗରିବ ଗୁରୁବାଙ୍କୁ ବୀମା କମ୍ପାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ସେମାନେ ଏହି କାର୍ଡରୁ ଚିକିତ୍ସା ପାଇଁ ଖର୍ଚ୍ଚ କରିପାରିବେ ।

ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣିଥରେ ଶପଥ ନେବେ । ଯିଏ ଯାହା କୁହନ୍ତୁ ନବୀନ ସରାକର ପୁଣିଥରେ ଆସିବ । ସେପଟେ ଡବଲ ଇଂଜିନ ସରକାର ଯେଉଁଠି ଆସେ ସେହି ରାଜ୍ୟ ୨୦ ବର୍ଷ ପଛକୁ ଫେରିଯାଏ । କିଛି ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା । ସେମାନଙ୍କ ତେଲ ସରିଗଲା ।

ଲିଭୁନି ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ, ଜଳିଗଲାଣି ୧୧୪୫ ହେକ୍ଟର ଜଙ୍ଗଲ

0

ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି  । ଅଲମୋଡା ଓ ବାଗେଶ୍ବର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି  । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି  । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲାଧିକାରୀଙ୍କୁ ଏକ ସପ୍ତାହର ନୋଟିସ ଜାରି କରି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ।

ଗତ ବର୍ଷ ନଭେମ୍ବର ୧ରୁ ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ଜଙ୍ଗଲରେ ୯୧୦ଟି ଅଗ୍ନିକାଣ୍ଡ ଘଟଣା ଘଟିସାରିଛି  । ଏହାଦ୍ବାରା ୧୧୪୫ ହେକ୍ଟର ଜଙ୍ଗଲ ପ୍ରଭାବିତ ହୋଇଛି  । ମିଡିଆ ରିପୋର୍ଟ ଅନୁସାରେ ଏହି ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୫ ଜଣ ପ୍ରାଣ ହରାଇଛନ୍ତି । ସେହିପରି ଜଙ୍ଗଲ ଧୂଆଁ ଯୋଗୁଁ ଲୋକଙ୍କୁ ନିଶ୍ବାସ ନେବାରେ ସମସ୍ୟା ଉପୁଜୁଛି  ।

ଗୁରୁବାର ବାଡାହାଟ ରେଞ୍ଜ ଜଙ୍ଗଲରେ ଲାଗିଥିବା ନିଆଁ ରବିବାର ସୁଦ୍ଧା ନିୟନ୍ତ୍ରଣ ହୋଇପାରିନାହିଁ  । ଏହା ଛଡା ମୁଖେମ ରେଞ୍ଜର ଡାଙ୍ଗ, ପୋଖରୀ ଗାଁରେ ଲାଗିଥିବା ଡୁଣ୍ଡା ରେଞ୍ଜରେ ଚାମକୋଟ ଓ ଦିଲସୋଡ କ୍ଷେତ୍ରକୁ ବି ଜଙ୍ଗଲ ନିଆଁ ବ୍ୟାପିଛି  । ବନ ବିଭାଗ ରିପୋର୍ଟ ଅନୁସାରେ ବନାଗ୍ନି ଯୋଗୁଁ ଉତ୍ତରକାସୀ ବନ ବିଭାଗରେ ୧୯.୫ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି  ।

ମନ୍ତ୍ରୀଙ୍କ ପିଏସଙ୍କ ଘରୋଇ ସହାୟକ ଘରେ ଇଡି ରେଡ୍‌, ନଗଦ ୨୦ କୋଟି ଟଙ୍କା ଜବତ

0

ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଝାଡଖଣ୍ଡରେ ଇଡିର ବଡ ରେଡ୍‌  । ରାଞ୍ଚିରେ ଇଡି ଅନେକ ସ୍ଥାନରେ ଚଢାଉ କରୁଛି। ଝାଡଖଣ୍ଡର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମଙ୍କ ପିଏସ ସଞ୍ଜୀବ ଲାଲଙ୍କ ଘରୋଇ ସହାୟକ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ଚଢାଉରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ ହୋଇଛି  । ତଦନ୍ତକାରୀ ଟିମ ଆହୁରି ଟଙ୍କାଗଣା ମେସିନ ମଗାଇଛି  । ଇଡି ଏବେବି ଜବତ ଟଙ୍କା ଗଣୁଛି  ।

ଇଡି ଅଧିକାରୀଙ୍କ ଦ୍ବାରା ରିଲିଜ୍ ହୋଇଥିବା ଭିଡିଓରେ ନୋଟଗୁଡିକ କିପରି ଘରେ ଠୁଳ କରାଯାଇଛି ତାହା ଦେଖିବାକୁ ମିଳିଛି। ନୋଟ୍ ଗୁଡ଼ିକୁ ବ୍ୟାଗ, ସୁଟକେସ୍ ଏବଂ ପଲିଥିନରେ ରଖାଯାଇଥିଲା  । ଅଧିକାରୀମାନେ ଘରର ପ୍ରତ୍ୟେକ କୋଣ ଅନୁକୋଣରେ ଖୋଜୁଛନ୍ତି।

ଇଡି ଗତ ଫେବୃଆରୀ ୨୦୨୩ରେ ଅର୍ଥ ହେରଫେର ମାମଲାରେ ଝାଡଖଣ୍ଡ ଗ୍ରାମୀଣ ବିକାଶ ବିଭାଗ ମୁଖ୍ୟ ବୀରେନ୍ଦ୍ର ରାମଙ୍କୁ ଗିରଫ କରିଥିଲା  । ସେତେବେଳେ ଏହି ଟଙ୍କା ମନ୍ତ୍ରୀ ଆଲମଗିରି ଆଲମଙ୍କ ହୋଇଥିବା ଅଭିଯୋଗ ହୋଇଥିଲା  ।

PMLA ଅଧୀନରେ ପ୍ରାୟ ୧୨ ସ୍ଥାନରେ ଚଢାଉ କରାଯାଇଛି। ନିଲମ୍ବିତ ମୁଖ୍ୟ ଯନ୍ତ୍ରୀ ବିରେନ୍ଦ୍ର ରାମଙ୍କ ଏବଂ ତାଙ୍କ ଘନିଷ୍ଠ ବ୍ୟକ୍ତିଙ୍କ ଘରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏକମାତ୍ର ପ୍ରାର୍ଥୀ ଭାବେ ଦୁଇଟି ଲୋକସଭା ଆସନରୁ ନିର୍ବାଚନ ଲଢୁଛନ୍ତି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ୍ବାଇନାଡ ଓ ରାଏବରେଲୀରୁ ପ୍ରାର୍ଥୀ ହୋଇଛନ୍ତି । ସେ ଏକମାତ୍ର ନେତା ଯିଏକି ଦୁଇଟି ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଜଣେ ପ୍ରାର୍ଥୀ ବହୁ ଆସନରେ ଲଢିବାର ବ୍ଯବସ୍ଥା ଥିଲା । ମାତ୍ର ୧୯୯୬ ରେ ଜନ ପ୍ରତିନିଧି ଆଇନର ଧାରା ୩୩କୁ ସଂଶୋଧନ କରାଯିବା ପରେ ଏହି ସଂଖ୍ଯା ଦୁଇକୁ ହ୍ରାସ ପାଇଥିଲା ।

ସେହି ଅନୁସାରେ ବିଭିନ୍ନ ସମୟରେ ନେତାମାନେ କେବଳ ଦୁଇଟି ଆସନରେ ପ୍ରାର୍ଥୀ ହୋଇପାରୁଛନ୍ତି । ପୂର୍ବ ଆଇନ ଅନୁସାରେ ୧୯୫୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏକାଦିକ୍ରମେ ମଥୁରା, ଲକ୍ଷ୍ମୌ ଓ ବଳରାମପୁରରୁ ଠିଆ ହୋଇଥିଲା । ସେ କେବଳ ବଳରାମପୁରରୁ ନିର୍ବାଚିତ ହୋଇଥିଲେ । ୧୯୬୨ରେ ବି ସେ ବଳରାମପୁର ଓ ଲକ୍ଷ୍ମୌରୁ ଲଢି ଦୁଇଟିଯାକ ଆସନରୁ ହାରିଯାଇଥିଲେ । ୧୯୯୧ରେ ବାଜପାୟୀ ବିଦିଶା ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୧୯୯୬ରେ ସେ ଗାନ୍ଧୀନଗର ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବାବେଳେ ଲକ୍ଷ୍ମୌ ଆସନ ରଖି ଗାନ୍ଧୀନଗର ଛାଡିଦେଇଥିଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ନୂଆଦିଲ୍ଲୀ ଓ ଗାନ୍ଧୀନଗରରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ୧୯୯୯ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲୀ ଓ ଆମେଥିରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଦୋଦରା ଓ ବାରାଣସୀରୁ ଲଢି ଦୁଇଟିଯାକରେ ବିଜୟୀ ହୋଇଥିଲେ । ତେବେ ସେ ବାରାଣସୀକୁ ରଖି ଭଦୋଦରା ଛାଡିଦେଇଥିଲେ । ୧୯୮୯ରେ ତତକାଳୀନ ଉପପ୍ରଧାନମନ୍ତ୍ରୀ ଦେବୀ ଲାଲ ରୋହତକ, ସିକାର ଓ ଫିରୋଜପୁରରୁ ଲଢି ରୋହତକ, ସିକାରରୁ ଜିତିଥିଲେ । ୧୯୯୧ରେ ବିଏସପି ନେତା ମାୟାବତୀ ବିଜନୋର, ବୁଲନ୍ଦସହର ଓ ହରିଦ୍ବାରରୁ ଲଢି ସମସ୍ତ ଆସନରେ ହାରିଥିଲେ ।

ଆଜି କିଛି ସ୍ଥାନରେ ଛେଚିବ, କାଲି ଠୁ ବଦଳିବ ଉପକୂଳ ପାଗ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ବିଭିନ୍ନ ଅଞ୍ଚଳରେ ବାଦଲ ଆଛାଦାନ ବୃଦ୍ଧିପାଇଥିବ ବେଳେ ପୂର୍ବାନୁମାନ ଅନୁଯାୟୀ ଆଗାମୀ ୩ ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନ ତାପମାତ୍ରାରେ ୪ ରୁ ୬ ଡ଼ିଗ୍ରୀ ଯାଏଁ ହ୍ରାସ ସମ୍ଭାବନା ରହିଛି  ।

ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତ ରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି  ।

ଏହି ସମ୍ଭାବ୍ୟ ପରିସ୍ଥିତି କୁ ନଜର ରେ ରଖି ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି  । ଆଜି ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ହାଲୁକା ବର୍ଷାର ସମ୍ଭାବନା ଥିବାବେଳେ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ବର୍ଷାର ପ୍ରକୋପ ଟିକେ ଅଧିକ ରହିପାରେ।

ଆସନ୍ତାକାଲି ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ବର୍ଷାର ତୀବ୍ରତା ସାମାନ୍ୟ ଅଧିକ ରହିବାର ସମ୍ଭାବନା ରହିଛି।