ନନ୍ଦିଘୋଷ ବ୍ୟୁରୋ: ବଡମ୍ବା ଭଟ୍ଟାରିକା ଛକ ଠାରେ ବାଇକକୁ ପିଟିଲା କାର । ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା । ମୃତକ ହେଲେ ବନମାଳୀପୁର ଗାଁର ସନ୍ତୋଷ କୁମାର ସାହୁ ଏବଂ ତାଙ୍କ ଭଉଣୀ ପାଲିଆ ସାହୁ । ସନ୍ତୋଷ ତାଙ୍କ ଭଉଣୀ ପାଲିଆ ସାହୁଙ୍କୁ ବଡ଼ମ୍ବା ଗୋପିନାଥପୁର ସ୍ଥିତ ଚଣ୍ଡିମଙ୍ଗଳ ଗାଁ ଶାଶୁ ଘରକୁ ଛାଡ଼ିବା ପାଇଁ ଯାଉଥିଲେ । ହେଲେ ଭଟ୍ଟାରିକା ଛକ ଠାରେ ଏକ ଦ୍ରୁତଗାମୀ କାର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପାଲିଆ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବଡ଼ମ୍ବା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏକ ମାମଲା ରୁଜୁ କରିଛି । ଏହାସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।
ଦୁଲୁକୁଛି ଫୁଲବାଣୀ ସହର, ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା
ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ ଫୁଲବାଣୀ ସହର । ଚାଲିଛି ମାଆ ନାରାୟଣୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା । ଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଛି ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ମୀନାବଜାରର ସମ୍ଭାର । ପ୍ରତିଦିନ ମା ଙ୍କୁ ଦର୍ଶନ କରିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ସାରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।
ଦୁଲୁକୁଛି ଫୁଲବାଣୀ ସହର । ଧୁମଧାମରେ ଚାଲିଛି ମାଆ ନାରାୟଣୀଙ୍କ ଯାତ୍ରା। ନାଲି ନେଳୀ ଆଲୋକମାଳାରେ ଝଲସୁଛି ଗାଁ ଦାଣ୍ଡ । କେଉଁଠି ରଥ ଓ କଳାକୁଞ୍ଜ ତ କେଉଁଠି ବଡ ବଡ ଲାଇଟଗେଟ ଲଗାଯାଇଛି । ପ୍ରତିଦିନ ସନ୍ଧ୍ଯାରେ ମା ନାରାୟଣୀ ପାଶ୍ୱର୍ଦେବୀ ମାଆ ବରାଳଦେବୀ, ମା’ ବ୍ୟାଘ୍ରଦେବୀ , ମା’ ବ୍ରାହ୍ମଣଦେବୀ ଓ ଗ୍ରାମ୍ୟଦେବୀଙ୍କ ସହ ନାନା ପାଟ ପଟୁଆରରେ ବାହାରି ବଜାର ପରିକ୍ରମା କରୁଛନ୍ତି । ମାଆଙ୍କ ଘଟ ପରିକ୍ରମା ବେଳେ ଚାଙ୍ଗୁ ବାଦ୍ଯର ତାଳେ ତାଳେ ବେଶଧାରୀ ମାନେ ନୃତ୍ଯ ପରିବେଷଣ କରୁଛନ୍ତି । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି । ଏବଂ ପ୍ରତିଦିନ ସନ୍ଧ୍ଯାରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଏବଂ ମୀନାବଜାର ଲୋକଙ୍କ ମନମୋହୁଛି ।
ପ୍ରତି ଦୁଇ ବର୍ଷ ବ୍ଯବଧାନରେ ଫୁଲବାଣୀରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ ନାରାୟଣୀଙ୍କ ଯାତ୍ରା । ଚଳିତ ଥର ୯ଟି ସ୍ଥାନରେ ସୁସଜ୍ଜିତ ମେଢ ଦର୍ଶନୀୟ ହୋଇଛି । ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆସନ୍ତା ୧୧ ତାରିଖରେ ସମାପନ ହେବ। ସେପଟେ ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ବୃଦ୍ଧାଙ୍କୁ ଘରୁ ଘୋଷାଡି ନେଇ ଛିନ୍ଭିନ୍ କରି ମାରି ଖାଇଲା ବାଘ
ରାୟପୁର: ଛତିଶଗଡ଼ କାଂକେର ଜିଲ୍ଲା ଚନାର ଗାଁରେ ବାଘ ଆତଙ୍କ। ବୃଦ୍ଧାଙ୍କୁ ଘରୁ ଟାଣି ନେଇ ଛିନ୍ଭିନ୍ କରି ମାରି ଖାଇଲା ବାଘ। ଚନାର ଗାଁର ୭୫ ବର୍ଷୀୟା ରାଜିମ୍ ବାଇ ଗରମ ଯୋଗୁଁ ଘର କବାଟ ଖୋଲି ଶୋଇଥିଲେ ।
ଠିକ୍ ଏହି ସମୟରେ ଏକ ଚିତାବାଘ ରାଜିମ୍ ବାଇଙ୍କୁ ଘର ଭିତରୁ ଟାଣି ନେଇ ମାରି ଦେବା ସହ ଖିନ୍ଭିନ୍ କରି ଖାଇଥିଲା। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଖଣ୍ଡବିଖଣ୍ଡିତ ମୃତଦେହକୁ ଛାଡ଼ି ଚାଲି ଯାଇଥିଲା ବାଘ। ମଣିଷ ଖିଆ ଚିତାବାଘକୁ ନେଇ ଏବେ ସେ ଅଞ୍ଚଳରେ ଆତଂକ ସୃଷ୍ଟି ହେବା ସହିତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l
ଘଟଣାସ୍ଥଳରେ ଛତିଶଗଡ ବନ ବିଭାଗ କର୍ମଚାରୀ ପହଂଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଚିତାବାଘକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ବନ ବିଭାଗ କର୍ମଚାରୀ ।

