ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଉପରେ ବର୍ଷିଲେ ପୱନ ଖେରା। ଲଗାତର ଗୋଟିଏ ପରେ ଗୋଟିଏ ଓଡିଶାର ଅସ୍ମିତା ଉପରେ ହମଲା କରିବାରେ ଲାଗିଛି ବିଜେପି। ବିଜେପି ନେତା ସମ୍ବିତ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉପରେ ଏମିତି ମନ୍ତବ୍ୟ ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯଦି ସମ୍ବିତ ପାତ୍ର କଂଗ୍ରେସରେ ରହି ଏଭଳି ମନ୍ତବ୍ୟ ଦେଇଥାନ୍ତେ ତେବେ ତୁରନ୍ତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥାନ୍ତା ବୋଲି କହିଛନ୍ତି ପୱନ । ଏହି ଘଟଣାରେ ତାଙ୍କୁ ବିଜେପିରୁ ବହିଷ୍କାର କରିବା ସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପାର୍ଥନା କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ୧୦ ବର୍ଷ ଭିତରେ ଦେଶରେ ଅରାଜକତା ବଢିବାରେ ଲାଗିଛି। ବେକାରୀ ଠାରୁ ଆରମ୍ଭ କରି ଦଳିତଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି। ଏହି ଘଟଣାରେ ଯେତେବେଳେ ପ୍ରଶ୍ନ କରାଯାଇଛି ପ୍ରଧାନମନ୍ତ୍ରୀ ଚୁପ ରହିଛନ୍ତି । ଓଡିଶାବାସୀ ଜାଣିଛନ୍ତି ଉପା ସରକାର ଥିବା ବେଳେ ରାଜ୍ୟ ପାଇଁ କଣ କଣ କାର୍ଯ୍ୟ କରାଯାଇଛି । ଯୁଆଡେ ବି ଦେଖିବେ ଲୋକେ କଂଗ୍ରେସକୁ ଚାଁହୁଛନ୍ତି । ଆଶା କରାଯାଉଛି କଂଗ୍ରେସ ଏଥର କେବଳ ରାଜ୍ୟରେ ନୁହେଁ ଦେଶରେ ଭଲ ପ୍ରଦର୍ଶନ କରିବ। ଏବେ ସମୟ ଆସିଛି ଭୋଟରେ ଦେଶବାସୀ ଜବାବ ଦିଅନ୍ତୁ। ଯେତେବେଳେ ରାମ ମନ୍ଦିର ପ୍ରତିଷ୍ଠା ହୋଇଥିଲା ସେତେବେଳେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ହାତ ଧରି ପ୍ରଧାନମନ୍ତ୍ରୀ ମୋଦି ଚାଲୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ସେତେବେଳେ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା। ଏବେ ବିଜେପିକୁ ପରାଜୟର ଭୟ ଘାରିଛି। ସେଥିପାଇଁ ବାରମ୍ବାର ଓଡିଶା ଗସ୍ତରେ ଆସି ବିଜେପି ନେତାମାନେ ଏଭଳି କହୁଛନ୍ତି। ଏଥର ନିର୍ବାଚନ ମାହୋଲ ଦେଖି ଲାଗୁଛି କଂଗ୍ରେସ ୧୨ ରୁ ୧୪ ଲୋକସଭା ଆସନ ଜିତିବ ।
ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି, ସିଇଓଙ୍କୁ ଫେରାଦ ବିଜେଡି
ଭୁବନେଶ୍ବର: ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ନିର୍ବାଚନ ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରୁଛି ବିଜେପି। ଯାହାକୁ ବିରୋଧ କରି ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି। ପୂର୍ବରୁ ପ୍ରଭାତୀ ପରିଡା, ଧମେନ୍ଦ୍ର ପ୍ରଧାନ, ଅପରାଜିତ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା ତାଙ୍କ ରାଲିରେ ଶିଶୁଙ୍କ ବ୍ୟବହାର କରିବା ନେଇ ଅଭିଯୋଗ ହୋଇଥିଲା।
ଏବେ ଭୁବନେଶ୍ୱର ବିଜେପି ମଧ୍ୟ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ତାଙ୍କ ରାଲିରେ ଶିଶୁଙ୍କ ପ୍ରଚାର ପ୍ରସାରରେ ବ୍ୟବହାର କରିଛନ୍ତି। ଯାହାକି ଶିଶୁଙ୍କ ମାନବଧିକାର କ୍ଷୁର୍ଣ୍ଣ ହେଉଛି। ଯାହା ନିର୍ବାଚନ ଆଚରଣ ବିଧି ଉଲଂଘନ ହେଉଛି ବୋଲି କହିଛି ବିଜେଡି। ଯେଉଁଭଳି ଭାବେ ଗ୍ରୀଷ୍ମ ଋତୁରେ ତାପମାତ୍ରା ରହିଛି,ସେହି ସମୟରେ ଶିଶୁଙ୍କୁ ପ୍ରଚାରରେ ବ୍ୟବହାର କରିବା ବିଜେପିର ହୀନ ମାନବିକତାର ପରିଚୟ ବୋଲି କହିଛି ବିଜେଡି। ତେଣୁ ଜଗନ୍ନାଥ ପ୍ରଧାନଙ୍କ ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ସିଇଓଙ୍କ ନିକଟରେ ଦାବି କରିଛି।
୨୪ ଅପରାହ୍ନରୁ ପାଗରେ ପରିବର୍ତ୍ତନ, ଉପକୂଳରେ କୋହଲା ପାଗକୁ ସମୁଦ୍ର ଅଶାନ୍ତ
ଭୁବନେଶ୍ବର: ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ରଟି ପ୍ରାଥମିକ ପର୍ଯ୍ୟାୟରେ ଉତ୍ତର ପୂର୍ବ ଦିଗ ରେ ହୋଇ ଆସନ୍ତା କାଲି ଡିପ୍ରେସନର ରୂପ ନେବ ଓ ପରବର୍ତ୍ତୀ ସମୟ ରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତ, ବାତ୍ୟା ରୂପ ନେଇପାରେ। ତେବେ ଏହାର ଗତିପଥ ଏବେ ବି ଅସ୍ପଷ୍ଟ ରହିଛି।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଗରମ ଗୁଳୁଗୁଳିର ପ୍ରଭାବ ରହିବ। ତେବେ ଅପରାହ୍ନରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ଅଞ୍ଚଳ ରେ ବିଜୁଳି ଘଡଘଡି ସହ ଅଳ୍ପ ବର୍ଷା ସମ୍ଭାବନା ରହିଛି। ୨୪ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ଆସିବ। ୨୪ ରାତି ରୁ ୨୬ ଅପରାହ୍ନ ଯାଏଁ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳ ରେ ବର୍ଷା ବିସ୍ତାରିତ ହେବାର ସମ୍ଭାବନା ରହିଛି।
ଆଭ୍ୟନ୍ତରୀଣ ତଥା ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ। ଉପକୂଳରେ କୋହୋଲା ପାଗ ସହ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ସହ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି । ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ମେ ୨୩ପୂର୍ବରୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି ।

