spot_img
Home Blog Page 1925

ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ

ସମ୍ବଲପୁର : ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ ରହିବ  l ଶାନ୍ତି କମିଟି ବୈଠକ ପରେ ଏନେଇ ଜିଲ୍ଳା ପ୍ରଶାସନ ନିଷ୍ପତ୍ତି ନେଇଛି । ଗତବର୍ଷ ହୋଇଥିବା ଅସୁବିଧା ଏବଂ ନିର୍ବାଚନକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଦିନକ ପୂର୍ବରୁ ହେବାକୁ ଥିବା ବାଇକ ରାଲିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି l  ହନୁମାନ ଜୟନ୍ତୀ ସହ ଶ୍ରୀରାମ ଜୟନ୍ତୀରେ ମଧ୍ୟ ଶୋଭାଯାତ୍ରା ମନା ହୋଇଛି । କେବଳ ବିଧିରକ୍ଷା ପାଇଁ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା କରାଯିବ l

ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ବ୍ୟବହାରକାରୀ ସାବଧାନ !

ନନ୍ଦିଘୋଷ ବ୍ୟୁରୋ : ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କୁ ସାଇବର ଜରୁରୀକାଳୀନ ଟିମ୍ ଚେତାବନୀ ଦେଇଛନ୍ତି। ଉଭୟ ସ୍ମାର୍ଟଫୋନର ଅପରେଟିଂ ସିଷ୍ଟମରେ ତ୍ରୁଟି ଦେଖିବାକୁ ମିଳିଛି, ଏହାର ଫାଇଦା ଉଠାଇ ହ୍ୟାକରମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିପାରିବେ । ତେଣୁ ଉଭୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀଙ୍କ ଗୋପନୀୟତା ବିପଦରେ ରହିଛି। ଆପଣ ଭୁଲ୍ କରନ୍ତୁ ନାହିଁ ଯେ ଯଦି ଆପଣଙ୍କର ଏକ ଆଇଫୋନ୍ ଅଛି ତେବେ ଆପଣଙ୍କର ତଥ୍ୟ ସୁରକ୍ଷିତ ନା ଯଦି ଆପଣଙ୍କର ଫୋନର ସଫ୍ଟୱେର୍ ଅପଡେଟ୍ ହୋଇନଥାଏ ତେବେ ଏହା ଏକ ଆଇଫୋନ୍ କିମ୍ବା ଆଣ୍ଡ୍ରଏଡ୍ ଫୋନ୍, ଉଭୟଙ୍କ ପାଇଁ ବିପଦ ସମାନ | CERT ଯଥା ସାଇବର ଜରୁରୀକାଳୀନ ଟିମ୍ ପ୍ରତିକ୍ରିୟାରେ ଏ ବିଷୟରେ ସତର୍କ କରାଇଛନ୍ତି | କେବଳ ସ୍ମାର୍ଟଫୋନ୍ ନୁହେଁ ମାକବୁକ୍ ଏବଂ ପ୍ରୋ ଭିଜନ୍ ହେଡସେଟ୍ ମଧ୍ୟ ଏହି ବିପଦ ଦ୍ୱାରା ପ୍ରଭାବିତ ହୋଇପାରେ | ଆଇଫୋନ୍ 8 ଠାରୁ ପୁରୁଣା ମଡେଲ ଏବଂ ଆଣ୍ଡ୍ରଏଡ୍ 12 ରୁ ଆଣ୍ଡ୍ରଏଡ୍ 14 ରେ ଚାଲୁଥିବା ଡିଭାଇସ୍ ବିଷୟରେ CERT ଏକ ଚେତାବନୀ ଦେଇଛି | ଏହିପରି ଏକ ଉପକରଣରେ ଏକ ଲୁପ୍ ଛିଦ୍ର ମିଳିଛି, ଯାହା ମାଧ୍ୟମରେ ହ୍ୟାକରରମାନେ ଆପଣଙ୍କର ଡିଭାଇସର ତଥ୍ୟ ଚୋରି କରିପାରିବେ |

ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ ଲାଗିଛି ନିଆଁ

ରାୟଗଡ଼ା : ଟିକେଟ ବଣ୍ଟନ ପରେ କଂଗ୍ରେସରେ ବଢିବାରେ ଲାଗିଛି ଅସନ୍ତୋଷର ନିଆଁ  । କେଉଁଠି ସିଧାସଳଖ ବିରୋଧ ତ’ ଆଉ କେଉଁଠି ଅନ୍ୟ ଦଳରେ ମିଶିଲେଣି ନେତା । ଏଭଳି ସ୍ଥଳରେ ରାୟଗଡ଼ାରେ କଂଗ୍ରେସରେ ଫାଟ ଜଳ ଜଳ ଦେଖାଯାଉଛି । ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ  ଆପଲାସ୍ବାମୀ କାଡ୍ରାକା, ଗୁଣୁପୁର ପାଇଁ  ସତ୍ୟଜିତ ଗମାଙ୍ଗ ଏବଂ ବିଷମକଟକ ପାଇଁ  ନୀଳମାଧବ ହିକକାଙ୍କ ନାମ ଘୋଷଣା କରିଛି ଦଳ । ହେଲେ କଂଗ୍ରେସର ଏହି ପ୍ରାର୍ଥୀମାନଙ୍କୁ ସହଜରେ ଗ୍ରହଣ କରିପାରୁନାହନ୍ତି କର୍ମୀ । ଗୁଣୁପରରେ ସତ୍ୟଜିତଙ୍କ ନାମ ଘୋଷଣା ପରେ ତାତି ଉଠିଛନ୍ତି କଂଗ୍ରେସ କର୍ମୀ । ଅଣକଂଗ୍ରେସ ନେତାଙ୍କୁ କିଭଳି ପ୍ରାର୍ଥୀ କରାଗଲା ବୋଲି ପ୍ରଶ୍ନ କରିବା ସହ ସମସ୍ତେ ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ବିଷମକଟକରେ ମଧ୍ୟ ସମାନ ଅବସ୍ଥା । ଦଳ ନୀଳମାଧବ ହିକକାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଅସନ୍ତୋଷ ତେଜିଛି । ଅଶାୟୀ ପ୍ରାର୍ଥୀ ଥିବା ନୀଳମାଧବ ଉଲ୍ଲକାଙ୍କୁ ପ୍ରାର୍ଥୀ କରିବାକୁ ଅଡିବସିଛନ୍ତି କର୍ମୀ।

ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ କେତେ ଆସନରେ ଲଢିବେ ଜାଣନ୍ତୁ

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାବିକାଶ ଅଘାଡ଼ିରେ ଆସନ ବୁଝାମଣା ଶେଷ। ୪୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଲଢିବ ୨୧ ଆସନରେ। କଂଗ୍ରେସ ୧୭ଟିରେ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ଲଢିବ ୧୦ ଆସନରେ। ଉତ୍ତର- ପଶ୍ଚିମ, ଦକ୍ଷିଣ-କେନ୍ଦ୍ରୀୟ, ଦକ୍ଷିଣ, ଦକ୍ଷିଣ-ପୂର୍ବ ଆସନରେ ଲଢିବ ଶିବସେନା। ଉତ୍ତର ଓ ଉତ୍ତର କେନ୍ଦ୍ରୀୟ ଆସନରେ ଲଢିବ କଂଗ୍ରେସ। ପୂର୍ବରୁ ଏମଭିଏ ସହ ପ୍ରକାଶ ଆମ୍ବେଦକରଙ୍କ ବଞ୍ଚିତ ବହୁଜନ ଅଘାଡ଼ି ମେଣ୍ଟ କରିବ ବୋଲି ଚର୍ଚ୍ଚା ଚାଲିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଯାଇଥିଲା। ନିଜ ଦଳ ଲାଗି ୫ଟି ଆସନ ଚାହିଁଥିଲେ ପ୍ରକାଶ। ମାତ୍ର ଏଥିରେ ଶିବସେନା, କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରି ନଥିଲେ। ମହାରାଷ୍ଟ୍ରରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ ୭, ମେ ୧୩, ମେ ୨୦ରେ ପାଞ୍ଚ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ।

ରାଜ୍ୟ ବିଜେପିର ଗୁମର ଖୋଲିଲେ ଲେଖାଶ୍ରୀ

ଭୁବନେଶ୍ୱର : ଓଡିଶା ବିଜେପି ଆଉ ଏକ ରାଜନୈତିକ ଦଳ ହୋଇ ରହିନି । ଏହା ଏକ ଜାଗିରଦାରୀ ଦଳରେ ପରିବର୍ତ୍ତନ ହୋଇଛି । ଗତକାଲି ବିଜେଡିରେ ଯୋଗ ଦେବା ପରେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଖୋଲିଛନ୍ତି ବିଜେପି ଦଳର ଗୁମର କଥା । ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ଦଳରେ ନେତାମାନଙ୍କ ମଧ୍ୟରେ ଜାଗିର ପାଇଁ ଚାଲିଛି ଲଢେଇ । ନେତାଙ୍କ ଲଢେଇରେ କର୍ମୀମାନେ କାମ କରିବାର ସୁଯୋଗ ନପାଇ ପେଶି ହେଉଛନ୍ତି । କେନ୍ଦ୍ରୀୟ ନେତୃତ୍ୱକୁ ରାଜ୍ୟ ବିଜେପି ନେତାମାନେ ମିଛ କହୁଛନ୍ତି ଓ ଅନ୍ଧାରରେ ରଖି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି । ରାଜ୍ୟ ବିଜେପିରେ ଓଡିଶାରେ କ୍ଷମତାକୁ ଆସିବାକୁ କିମ୍ବା ସରକାର ଗଠନ କରିବାକୁ କୌଣସି ରୋଡମ୍ୟାପ ନାହିଁ କି ଏଜେଣ୍ଡା ନାହିଁ । କେନ୍ଦ୍ର ବିଜେପି ନେତାମାନେ ଦେଉଥିବା ପରାମର୍ଶକୁ ମାନୁନାହାଁନ୍ତି ରାଜ୍ୟ ବିଜେପି ନେତାମାନେ ।

ରାଜ୍ୟ ବିଜେପିର କିଛି ମୁଷ୍ଟିମେୟ ନେତା ନିଜ ନିଜ ମଧ୍ୟରେ କିଛି କିଛି ଲୋକସଭା ଓ ବିଧାନସଭା କ୍ଷେତ୍ର ବାଣ୍ଟିନେଇ ମନମୁଖୀ କାମ କରୁଛନ୍ତି । ମନମୋହନ ସାମଲ ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ବ ନେବା ପରେ ଏଭଳି ସ୍ଥିତି ଅଧିକ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୫ ବର୍ଷ ଧରି ରାଜ୍ୟର ବିକାଶ ଓ ଅସ୍ମିତା ପାଇଁ କାମ କରୁଛନ୍ତି । ତେଣୁ ତାଙ୍କ ନେତୃତ୍ବରେ ଓଡିଶାର ବିକାଶ ଧାରାରେ ସାମିଲ ହୋଇ ରାଜ୍ୟ ପାଇଁ କିଛି କାମ କରିବାକୁ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି ।

ଗୋଟିଏ ଦିନରେ ୩ଥର ପାର୍ଟି ବଦଳାଇଥିଲେ ଏହି ବିଧାୟକ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ରେ ଅନୁଷ୍ଠିତ ହେବ। ଏହାରି ମଧ୍ୟରେ ଟିକେଟ ବଣ୍ଟାକୁ ନେଇ ଲାଗିରହିଛି ନେତାଙ୍କ ମଧ୍ୟରେ ଶୀତଳ ଯୁଦ୍ଧ । ଯିଏ ଟିକେଟ ନ ଫାଉଛି ସେ ଦଳ ବଦଲ କରୁଛି । ଏହି ଦଳ ବଦଳକୁ ନେଇ ଇତିହାସରେ ଏମିତି ଏକ ଘଟଣା ଅଛି ଜଣେ ବିଧାୟକ ଗୋଟିଏ ଦିନରେ ୩ଥର ଦଳ ବଦଳ କରିଥିଲେ ଆସନ୍ତୁ ଜାଣିବା ।

ଇଏ ହେଉଛନ୍ତି ଗୟା ଲାଲ, ଦୁଇଥର ହରିୟାଣାର ବିଧାୟକ ହୋଇଛନ୍ତି। ସେ ତାଙ୍କର ରାଜନୈତିକ କ୍ୟାରିୟର କଂଗ୍ରେସରୁ ଆରମ୍ଭ କରିଥିଲେ। ଗୟା ଲାଲଙ୍କ ପିତା ମଧ୍ୟ ହରିୟାଣାର ଜଣେ କଂଗ୍ରେସ ନେତା ଥିଲେ। ଗୟା ଲାଲ ୧୯୫୨ ରୁ ୧୯୬୭ ପର୍ଯ୍ୟନ୍ତ ପାଲୱାଲ ମ୍ୟୁନିସିପାଲିଟିର ସଦସ୍ୟ ତଥା ଉପାଧ୍ୟକ୍ଷ ଥିଲେ। ୧୯୬୭ ମସିହାରେ, ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ହାସନପୁର ଆସନରୁ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କଂଗ୍ରେସର ଏମ ସିଂ ଗୟା ତାଙ୍କ ବିରୋଧରେ ଥିଲେ। ତ୍ରିକୋଣୀୟ ପ୍ରତିଯୋଗିତା ହେତୁ ଗୟା ଲାଲ ନିର୍ବାଚନରେ ​​ଜିତିବାରେ ସଫଳ ହୋଇଥିଲେ। ଗୟା ଲାଲ ସ୍ୱାଧୀନ ଭାବରେ ଜିତିଥିଲେ, କିନ୍ତୁ ସରକାର ଗଠନ ପାଇଁ ବିରୋଧୀ ଦଳରେ ଯୋଗ ଦେଇଥିଲେ | ଯେତେବେଳେ କଂଗ୍ରେସ ତାଙ୍କୁ ପ୍ରସ୍ତାବ ଦେଇଥିଲା, ସେ କଂଗ୍ରେସରେ ଯୋଗ ଦେଇଥିଲେ, କିନ୍ତୁ କିଛି ଘଣ୍ଟା ପରେ ସେ ବିରୋଧୀ ଦଳକୁ ଫେରିଥିଲେ। ୧୯୮୨ ରେ ଗୟା ଲାଲ ତାଙ୍କର ଶେଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ସେ ଜିତିପାରିନଥିଲେ। ଏହା ପରେ ସେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ତାଙ୍କ ପୁଅ ଉଦୟବାନଙ୍କୁ ଦେଇଥିଲେ। ବର୍ତ୍ତମାନ ତାଙ୍କର ଉତ୍ତରାଧିକାରୀ ତାଙ୍କ ପୁଅ ଚୌଧୁରୀ ଉଦୟବାନ୍ ପରିଚାଳନା କରୁଛନ୍ତି। ଚୌଧୁରୀ ଉଦୟବାନ ମଧ୍ୟ ହରିୟାଣା କଂଗ୍ରେସର ସଭାପତି। କାହିଁକି ଗୋଟିଏ ଦିନରେ ଗୟା ଲାଲଙ୍କୁ ତିନିଥର ପାର୍ଟି ବଦଳାଇବାକୁ ପଡିଲା, ତାଙ୍କ ପୁଅ ଚୌଧୁରୀ ଉଦୟବାନ୍ ଏକ ଖୁଲାସା କରିଥିଲେ। ଉଦୟବାନଙ୍କ ଅନୁଯାୟୀ, ୧୯୬୭ ମସିହାରେ ମୋ ବାପା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ଟିକେଟ୍ ବାତିଲ କରାଯାଇଥିଲା। ଯେତେବେଳେ ବିଧାୟକମାନେ ବିଦ୍ରୋହ ଆରମ୍ଭ କଲେ, ସେମାନେ ରାଓ ବିରେନ୍ଦ୍ର ସିଂଙ୍କ ନିର୍ଦ୍ଦେଶରେ ବିରୋଧୀ ଦଳରେ ଯୋଗ ଦେଇଥିଲେ।

ଉଦୟବନଙ୍କ କହିବା ଅନୁଯାୟୀ, ବୀରେନ୍ଦ୍ର ସିଂଙ୍କ ସରକାର ଗଠନ ପରେ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କ ସହ ଯୋଗାଯୋଗ କରି ଚୌଧୁରୀ ଚନ୍ଦ୍ରମ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଶ୍ୱାସନା ଦେଇଥିଲେ, କିନ୍ତୁ ସେ ପ୍ରତିଶ୍ରୁତି ଦେଇ ଫେରିଥିଲେ। ଏହା ପରେ ତାଙ୍କ ପିତା ବିରୋଧୀ ଦଳରେ ଯୋଗ ଦେଇଥିଲେ।

ମତଦାନ କେନ୍ଦ୍ର କିପରି ଚୟନ ହୁଏ, କିଏ ନିଷ୍ପତ୍ତି ନିଅନ୍ତି ?

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ ୧୯ରେ ଅନୁଷ୍ଠିତ ହେବ। ଭୋଟ୍ ପାଇଁ ଏକ ମତଦାନ କେନ୍ଦ୍ର ବାଛିବା ପଦ୍ଧତି ମଧ୍ୟ ସହଜ ନୁହେଁ। ମତଦାନ କେନ୍ଦ୍ର ବାଛିବା ପାଇଁ କିଛି ମାପଦଣ୍ଡ ମଧ୍ୟ ଅଛି ଯାହା ଆଧାରରେ ସ୍ଥିର କରାଯାଏ ଯେ ଏକ ସ୍ଥାନ ମତଦାନ କେନ୍ଦ୍ରହେବା ପାଇଁ ଯୋଗ୍ୟ କି ନୁହେଁ । ମତଦାନ କେନ୍ଦ୍ର ହେଉଛି ସେହି ସ୍ଥାନ ଯେଉଁଠାରେ ଭୋଟରମାନେ ଭୋଟ୍ ଦିଅନ୍ତି | ଏକ ମତଦାନ କେନ୍ଦ୍ର ଯେଉଁଠାରେ ଭୋଟରମାନେ ଏକ ଟେବୁଲରେ ରଖାଯାଇଥିବା ଇଭିଏମ୍ ମେସିନ୍ କିମ୍ବା ବାଲାଟ ପେପର ସାହାଯ୍ୟରେ ଭୋଟ୍ ଦିଅନ୍ତି | ଆସନ୍ତୁ ଜାଣିବା କିପରି ମତଦାନ କେନ୍ଦ୍ରଗୁଡିକ ଚୟନ କରାଯାଏ, କେତେ ଦୂରତାରେ ମତଦାନ କେନ୍ଦ୍ରଗୁଡିକ ପ୍ରସ୍ତୁତ କରାଯାଏ ଏବଂ କିଏ ଏହା ନିଷ୍ପତ୍ତି ନିଅନ୍ତି |

ମତଦାନ କେନ୍ଦ୍ର ଚୟନ କରିବାର ଟି ବଡ କାରଣ ଜାଣନ୍ତୁ

ପ୍ରଥମତଃ : ୧୫୦୦ ଭୋଟରଙ୍କ ପାଇଁ ଗୋଟିଏ ମତଦାନ କେନ୍ଦ୍ର ହୋଇଥାଏ । ଲୋକ ଅଧିନିୟମ ୧୯୫୧ ଅନୁଯାୟୀ, ମତଦାନ କେନ୍ଦ୍ର ସମ୍ବନ୍ଧୀୟ ନିର୍ଦ୍ଦେଶା ବଳୀ ଜାରି କରାଯାଇଥିଏ । ତଥାପି, ଜନସଂଖ୍ୟା ଆଧାରରେ ଏହା ସହ ଜଡିତ ନିୟମରେ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇଥିଲା | ୨୦୨୦ ରେ ପ୍ରସ୍ତୁତ ନିୟମ ଅନୁଯାୟୀ, ପ୍ରତ୍ୟେକ ୧୫୦୦ ଭୋଟରଙ୍କ ପାଇଁ ଗୋଟିଏ ମତଦାନ କେନ୍ଦ୍ର ରହିବା ହିଁ ଉଚିତ୍ |

ଦ୍ୱିତୀୟତଃ : 2 କିଲୋମିଟର ମଧ୍ୟରେ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଏ । ଏକ ମତଦାନ କେନ୍ଦ୍ର ବାଛିବାବେଳେ ମନେ ରଖାଯାଏ ଯେ ନିର୍ବାଚନ କ୍ଷେତ୍ରର ଭୋଟରଙ୍କୁ ଭୋଟ୍ ପାଇଁ ୨ କିଲୋମିଟରୁ ଅଧିକ ଅତିକ୍ରମ କରିବାକୁ ପଡିବ ନାହିଁ। ଏହିପରି, ୨ କିଲୋମିଟର ଭିତରେ ମତଦାନ କେନ୍ଦ୍ର କରାଯଏ |

ତୃତୀୟତଃ : ଯେଉଁମାନେ ମତଦାନ କେନ୍ଦ୍ର ତିଆତି କରନ୍ତି, ସାଧାରଣତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ କିମ୍ବା କଲେଜ ଭବନଗୁଡିକ ମତଦାନ କେନ୍ଦ୍ର ପାଇଁ ଚୟନ କରାଯାଇଥାଏ | କାରଣ ସେହି ବ୍ୟବସ୍ଥା ଏଠାରେ କରାଯାଇଛି ଯାହା ମତଦାନ କେନ୍ଦ୍ର ପାଇଁ ଆବଶ୍ୟକ | ଏମିତି କି ଟେବୁଲ୍- ଚେୟାର୍ ପରି | ଏହା ବ୍ୟତୀତ ପଞ୍ଚାୟତ ଭବନ, ଗ୍ରାମୀଣ ସମ୍ପ୍ରଦାୟ କେନ୍ଦ୍ର ମଧ୍ୟ ମତଦାନ କେନ୍ଦ୍ର ହୋଇପାରିବ।

ଚତୃର୍ଥତଃ : ରାଜନୈକ ଦଳର କାର୍ଯ୍ୟାଳୟରୁ ଏହି ଦୂରତା ରହିବା ଆବଶ୍ୟକ, ନିୟମ ଅନୁଯାୟୀ ଡାକ୍ତରଖାନା, ମନ୍ଦିର, ଧାର୍ମିକ ସ୍ଥାନ ଏବଂ ପୋଲିସ୍ ଷ୍ଟେସନକୁ ମତଦାନ କେନ୍ଦ୍ର କରାଯାଇପାରିବ ନାହିଁ। କେବଳ ଏତିକି ନୁହେଁ, ଏହା ମଧ୍ୟ ଜାଣିଥାନ୍ତୁ ଯେ କୌଣସି ରାଜନୈତିକ ଦଳର କାର୍ଯ୍ୟାଳୟ ମତଦାନ କେନ୍ଦ୍ରଠାରୁ ୨୦୦ ମିଟର ଦୂରରେ ରହିବା ହିଁ ଉଚିତ୍ ନୁହେଁ।

ପଞ୍ଚମରେ : ତଳ ମହଲାରେ ମତଦାନ କରାଯାଏ, କାରଣ ବୃଦ୍ଧ ଓ ଭିନ୍ନକ୍ଷମ ଭୋଟରମାନେ ମତଦାନ କେନ୍ଦ୍ରରେ ସହଜରେ ଭୋଟ୍ ଦେଇପାରିବେ କି ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଥାଏ । ଭୋଟ୍ ପାଇଁ ତଳ ମହଲା ଚୟନ କରାଯାଇଛି | ଏହା ସହିତ ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥାଏ ।

ମତଦାନ କେନ୍ଦ୍ରର କିଏ ନିଷ୍ପତ୍ତି ନିଏ?

ଏକ ବିଲଡିଂ, ସ୍କୁଲ କିମ୍ବା କାର୍ଯ୍ୟାଳୟ ଏକ ମତଦାନ କେନ୍ଦ୍ର ହେବ କି ନାହିଁ ତାହା ସମଗ୍ର ନିର୍ବାଚନ ପ୍ରକ୍ରିୟା ସମୟରେ ଜିଲ୍ଲା ନିର୍ବାଚନ ଅଧିକାରୀ କୁହାଯାଉଥିବା ଜିଲ୍ଲା ମାଜିଷ୍ଟ୍ରେଟ୍ ନିଷ୍ପତ୍ତି ନେଇଥାନ୍ତି। ତେବେ ଜିଲ୍ଲା ନିର୍ବାଚନ ଅଧିକାରୀ ଏଥିପାଇଁ ନିର୍ବାଚନ ଆୟୋଗଙ୍କ ଅନୁମୋଦନ ମଧ୍ୟ ନେଇଥାନ୍ତି । ଯାହାଫଳରେ ଦେଶର ପ୍ରତ୍ୟେକ ଭୋଟର ତାଙ୍କ ଫ୍ରାଞ୍ଚାଇଜ୍ ବ୍ୟବହାର କରିପାରିବେ, ଜଙ୍ଗଲ ଏବଂ ପାହାଡ଼ିଆ ଅଞ୍ଚଳରେ ରେ ମଧ୍ୟ ଅନେକ ଥର ମତଦାନ କେନ୍ଦ୍ର କରାଯାଇଛି |

ମାଛ କିଲୋ ୬ ହଜାର ୪ଶହ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ମାଛ କିଲୋ ୬ ହଜାର ୪ଶହ ଟଙ୍କା । ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ। ଏହି ମାଛ କିଲୋ ପାରାଦ୍ଵୀପରେ ୬ ହଜାର ୪ଶହ ଟଙ୍କାରେ ନିଲାମ ହୋଇଥିଲା । ଏହି ୧୭ଟି ତେଲିଆ ବୋରେହି ମାଛ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି।। ନିଲାମ ପରେ ଦିଘା ଗଲା ଏହି ମାଛ। ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ବିଦେଶରେ ଏହି ମାଛ  ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି। ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି।

ବିଜେପିର ‘ଫୁସକି’ ଯାଇଥିବା ସ୍ଲୋଗାନର ଇତିହାସ,ଯେତେବେଳେ ଭୋଟର ହଜମ କରି ପାରିନଥିଲେ ବିଜେପିର ବଡ଼ବଡ଼ ସ୍ଲୋଗାନ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲର ଖରାଠରୁ ରାଜନୀତିର ତାତି ଅଧିକା । କାରଣ ଇଏ ହେଉଛି ନିର୍ବାଚନୀ ଋତୁ । ଦଳ ବଳ ଧରି ମୈଦାନରେ ନେତା କଶୁଛନ୍ତି ବଳ । ସ୍ଲୋଗାନବାଜୀ ଆରମ୍ଭ ହୋଇ ଚରମରେ ପହଂଚିଲାଣି । ବିଜେପିର ମହତ୍ୱାକାଂକ୍ଷା ତାକୁ ଦେଇଛି ବିରାଟ ଟାର୍ଗେଟ୍ । ଅବ୍ କି ବାର ୪ ଶୋ’ ପାର.. କିନ୍ତୁ ୪ଶହ ପାର କରିବା କ’ଣ ଏତେ ସହଜ ? ବିଜେପିର ଏହି ସ୍ଲୋଗାନକୁ ନେଇ ତାକୁ ଟାର୍ଗେଟ୍ କରିଛି କଂଗ୍ରେସ । ଇତିହାସର ପୃଷ୍ଠା ଓଲଟାଇ ବିଜେପିକୁ ସତର ଆଇନା ଦେଖାଇଛି କଂଗ୍ରେସ । ଦେଇଛି ସେହି ହିସାବର ଲେଖାଯୋଖା,ଯେତେବେଳେ ଗେରୁଆ ଦଳର ସ୍ଲୋଗାନର ହାୱା ବାହାର କରି ଦେଇଛନ୍ତି ଭୋଟର । କେବେ ଓଡିଶାରେ ଏଥ ୧୨୦ ପାର ସ୍ଲୋଗାନ ଦେଇ କଷ୍ଟେମଷ୍ଟେ ଦୁଇ ଅଙ୍କ ଛୁଇଁଥିବା ବିଜେପିକୁ କଂଗ୍ରେସ ଦେଇଛି ଅତୀତର ଫ୍ଲପ୍ ସୋ’ ହିସାବ ।

ମିଶନ ୪୦୦ ପାରକୁ ଭୟର ଆକ୍ଷା ଦେଇଛି କଂଗ୍ରେସ । ବିଜେପି ପରାଜୟକୁ ଲୁଚାଇବା ପାଇଁ ଏଭଳି ନାରା ଦେଉଛି ବୋଲି କହିଛି କଂଗ୍ରେସ ।  ଯେବେ ବି ବିଜେପି ଏଭଳି ନାରା ଦେଇଛି ସେବେ ଫେଲ ମାରିଛି । ସେ ବିଧାନସଭା ହେଉ ବା ଲୋକସଭା । ପ୍ରଧାନମନ୍ତ୍ରୀଙ୍କ ନେତୃତକବରେ ବିଜେପି ଯେଉଁ ରାଜ୍ୟରେ ଏଭଳି ସିଟକୁ ନେଇ ସ୍ଲୋଗାନ ଦେଇଛି କେଉଁଠି ମଧ୍ୟ ସଫଳ ହୋଇନାହିଁ । ବିଜେପିର ସ୍ଲୋଗାନ ବୋମା ଆଗରୁ ବହୁତ ଥର  ଫୁସକି ଯାଇଛି  । ନିଜ ପରାଜୟର ଭୟ ଏବଂ ଅଧିକ ଆତ୍ମବିଶ୍ବାସ ପାଇଁ ଏଭଳି ବିଜେପି କହୁଛି ବିଜେପି । କଂଗ୍ରେସ କହିଛି ବିଜେପିର ଏଭଳି ଆତ୍ମବିଶ୍ବାସ ପାଇଁ ଏଥରକ ନିଶ୍ଚିତ ହାରିବ । ଯେବେ ବି ଏଭଳି ସ୍ଲୋଗାନ ଦେଇଛି ବିଜେପି ସେବେ ଫେଲ୍ ମାରିଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାରେ ମଧ୍ୟ ୧୨୦ ପାରର ନାରା ଦେଇଥିବା ବିଜେପି ମାତ୍ର ୨୩ ଆସନ ପାଇବାରେ ସକ୍ଷମ ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା କିଛି ରାଜ୍ୟର ନିର୍ବାଚନରେ ବିଜେପି କେତେ ଆସନର ସ୍ଲୋଗାନ ଦେଇ ହାତେଇଥିଲା କେତେ ଆସନ ।

୨୦୧୭ ଗୁଜୁରାଟ ନିର୍ବାଚନରେ ୧୫୦ ପାରର ନାରା ଦେଇଥିଲା ବିଜେପି ମାତ୍ର ୯୯ ଆସନ ପାଇଥିଲା

୨୦୧୮ ଛତିଶଗଡ଼ ନିର୍ବାଚନରେ ୫୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୧୫ ଆସନ

୨୦୧୮ ମିଜୋରାମ ନିର୍ବାଚନରେ ୨୧ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ଗୋଟିଏ ଆସନ

୨୦୧୯ ହରିୟାଣା ନିର୍ବାଚନରେ ୭୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪୦ ଆସନ

୨୦୧୯ ଝାଡ଼ଖଣ୍ଡ ନିର୍ବାଚନରେ ୬୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

୨୦୧୯ ଓଡ଼ିଶାରେ ୧୨୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ମାତ୍ର ୨୩ ଆସନ

୨୦୨୦ ଦିଲ୍ଲୀ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୮ ଆସନ

୨୦୨୧ ତାମିଲନାଡ଼ୁ ନିର୍ବାଚନରେ ୧୧୮ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୪ ଆସନ

୨୦୨୧ରେ ପଶ୍ଚିମବଙ୍ଗ ନିର୍ବାଚନରେ ୨୦୦ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୭୭ ଆସନ

୨୦୨୨ ହିମାଚଳ ନିର୍ବାଚନରେ ୪୫ ପାରର ନାରା ଦେଇଥିବା ବିଜେପିକୁ ମିଳିଥିଲା ୨୫ ଆସନ

ଏଥରକ ବିଜେପି,ଏଥର ବାଜପେୟୀ,ଏମିତି ଅନେକ ସ୍ଲୋଗାନ ଅତୀତର ବିଜେପି ଦେଇଛି । କିନ୍ତୁ ସେତେବେଳେ ଏଥରକ,ଆରଥରକୁ ଘୁଂଚି ଯାଇଛି । ବିଜେପିର ହିଟ୍ ନାରା ଦେଇଛି ଫ୍ଲପ୍ ସୋ’ । ବୁଥରେ ଭୋଟର ବିଜେପିକୁ ଆଙ୍ଗୁଠି ଦେଖାଇ ଅନ୍ୟଦଳର ଚିହ୍ନ ଉପରେ ବଟନ ଦାବିଛନ୍ତି । ଏସବୁର ସବୁଠାରୁ ବଡ଼ ଉଦାହରଣ ହେଉଛି ୨୦୦୪ରେ ବିଜେପିର ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନ । ସାଇନିଂ ଇଣ୍ଡିଆର ସ୍ଲୋଗାନ ବି ବାଜପାଇଙ୍କୁ କ୍ଷମତାକୁ ଫେରାଇ ଆଣି ପାରିନଥିଲା । ଏଣୁ ଅବକି ବାର ୪ଶୋ ପାରର ଭାଗ୍ୟ କ’ଣ ତାହା ଗଣତି ଦିନ ଜଣା ପଡ଼ିବ । କିନ୍ତୁ ବିରୋଧୀ ଏହାକୁ ବିଜେପିର ଭୟକୁ ଲୁଚାଇବା ଓ ହାୱା ବନାଇବାର ରଣନୀତି ବୋଲି ଦେଖୁଛନ୍ତି ।

 

ବିଜେପି ଛାଡ଼ିଲେ ପିପିଲିର ଯୁବନେତା ରାଧାମୋହନ

ପିପିଲି: ପିପିଲି ରାଜନୀତିରେ ସକ୍ରିୟ ଥିବା ଯୁବନେତା ରାଧାମୋହନ ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟତା ପଦରୁ ଦେଇଛନ୍ତି ଇସ୍ତଫା। ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ରାଧାମୋହନ। ଏହାସହ ରାଧାମୋହନ ପିପିଲି ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ଭାବେ ଲଢ଼ିବେ ବୋଲି ଜଣାପଡିଛି। ବିଜେପିରୁ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିଲେ ରାଧାମୋହନ କିନ୍ତୁ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ଉପରେ ଦଳ ପୁଣି ଥରେ ଭରସା କରିବା ପରେ ରାଧାମୋହନ ବିଜେପିଠୁ ଦୂରେଇଛନ୍ତି। ପିପିଲି – ଡେଲାଙ୍ଗରେ ଦୀର୍ଘ ଦିନ ଧରି ନିଜର ସଙ୍ଗଠନ ଚଳାଇଛନ୍ତି ରାଧା ମୋହନ।