spot_img
Home Blog Page 1950

ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା: ବିଜେଡି ମୁଖପାତ୍ର ଇପସିତା ସାହୁ

ଭୁବନେଶ୍ୱର: ବିଜେପିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ୫ଟି ପ୍ରଶ୍ନ ପଚାରିଲା ବିଜେଡି । ଅପରାଜିତାଙ୍କ ୫ ବର୍ଷର ବିଫଳତାକୁ ବି ବିଜେଡିକ ସାମ୍ନାକୁ ଆଣିଛି । ବିଜେଡି ମୁଖପାତ୍ର ଇପସିତା ସାହୁ କହିଛନ୍ତି, ବିଜେପିର ନାରା ହେଉଛି ନା କାମ କରିବ ନା କରିବାକୁ ଦେବ । ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ଅପରାଜିତା।

ବିଗତ ୫ବର୍ଷରେ ୫ଟି ବି ପ୍ରତିଶୃତି ପୂରା କରିନାହାନ୍ତି। ଇସ୍କନ ପାଣି ସମସ୍ଯାର ସମାଧାନ ହୋଇନଥିବାବେଳେ କ୍ଯାପିଟାଲ ରିଂ ରୋଡ୍, ହଂସପାଳ ଫ୍ଲାଏଓଭର ହୋଇପାରିଲାନି । ଜଗନ୍ନାଥ ସଡ଼କ କାମ ବି ହେଲାନି। ଭୁବେନେଶ୍ୱରରେ ବିଶ୍ୱସ୍ତରୀୟ ରେଲୱେ ଷ୍ଟେସନର ଅବସ୍ଥା କଣ ତାହା ସମସ୍ତେ ଜାଣିଛନ୍ତି ବୋଲି ଇପସିତା କହିଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ବିକାଶ କାମକୁ ଅଟକାଇବାକୁ ଅପରାଜିତା ଷଡଯନ୍ତ୍ର କରୁଥିବା ଇପସିତା କହିଛନ୍ତି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ, ମେଟ୍ରୋ ପ୍ରକଳ୍ପ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଦିଲ୍ଲୀରେ ଷଡଯନ୍ତ୍ର କରିବାରେ ମୁଖ୍ୟ ଭୂମିକା ନେଇଥିଲେ ଅପରାଜିତା । ଡବଲ ଇଞ୍ଜିନ ସରକାର ପ୍ରସଙ୍ଗରେ ସମାଲୋଚନା କରି ଇପସିତା କହିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ କାହିଁକି ଦାଦନ ଶ୍ରମିକ ଅଧିକ। ଭୁବେନେଶ୍ୱରବାସୀ ଅପରାଜିତା ଷଡ଼ଙ୍ଗୀଙ୍କ ବିଫଳତାର କଳା ଚିଠା ଧରି ବସିଛନ୍ତି। ବିକାଶକୁ କାହିଁକି ବିରୋଧ କରୁଛ ବୋଲି ଲୋକ ପ୍ରଶ୍ନ କରୁଛନ୍ତି । ତାଙ୍କୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ଇପସିତା କହିଛନ୍ତି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଥିବା ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗର ତୃତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧୀନରେ ଥିବା ‘ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା’ ଏବଂ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ’ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ୨୦୨୩-୨୪ ଛାତ୍ରଛାତ୍ରୀଙ୍କୁ ମଙ୍ଗଳବାର ଦିନ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ସମାବର୍ତ୍ତନ ଉତ୍ସବରେ ପ୍ରତ୍ୟେକ ବିଭାଗରୁ ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ୍ ପଦକ ପ୍ରଦାନ କରାଯାଇଛି।

“ବ୍ୟୁଟି ୱେଲନେସ୍ ଆଣ୍ଡ ସ୍ପା ବିଭାଗର ଛାତ୍ରୀ ଅଞ୍ଜୁମ ଆର୍ ପରୱିନ ସ୍ୱର୍ଣ୍ଣ ପାଇଥିବା ବେଳେ ସୁସ୍ମିତା ନାଥ ରୌପ୍ୟ ଏବଂ ଏସ୍ ଗୌତମୀ ରାଓଙ୍କୁ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି। ସେହିପରି “ହେୟାର ଫ୍ୟାସନ ଆଣ୍ଡ ଡିଜାଇନ ବିଭାଗର ଅମ୍ରିତା ବିଶ୍ୱାଳଙ୍କୁ ସ୍ୱର୍ଣ୍ଣ, ସି ଏଚ୍ କୀର୍ତ୍ତାନିଆଙ୍କୁ ରୌପ୍ୟ ଏବଂ ବନଜ୍ୟୋତ୍ସ୍ନା ଆଇଚଙ୍କୁ ବ୍ରୋଞ୍ଜ ପଦକ ଦିଆଯାଇଛି। ସେହିପରି ଡମ୍ବରୁଧର ବାରିକଙ୍କୁ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗରେ ବେଷ୍ଟ ଟ୍ରେନି ଭାବେ ସମ୍ମାନିତ କରାଯାଇଛି। ପଦକ ବିଜେତା ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସମାବର୍ତ୍ତନ ଉତ୍ସବରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ଟି ଥମ୍ବିରାଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ଅଫ୍ ସର୍ଭିସେସ୍‌ର ନିର୍ଦ୍ଦେଶକ ଲିମ୍ ଲାଇ ସୁନ୍‌, ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ପିଚାଇନ୍ ଆନ୍ଥୋନିସାମି ପ୍ରମୁଖ ଯୋଗ ଦେଇଥିଲେ।

୩୦ରୁ ଅଧିକ କ୍ରୁ ମେମ୍ବରଙ୍କୁ ବାହାର କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରାୟ ୩୦୦ କର୍ମଚାରୀ ଅସୁସ୍ଥତା ଦର୍ଶାଇ ଛୁଟି ନେବା ଏବଂ ଫୋନ୍ ସ୍ୱିଚ୍ ଅଫ୍ କରିବା ଘଟଣାର ଦିନକ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଅତି କମରେ ୩୦ କ୍ୟାବିନ କ୍ରୁଙ୍କୁ ବହିଷ୍କୃତ କରିଛି । ଏଥିସହିତ ତୁରନ୍ତ କାର୍ଯ୍ୟରେ ଯୋଗଦେବା ପାଇଁ ମଧ୍ୟ କର୍ମଚାରୀମାନଙ୍କୁ ଏକ ଅଲ୍ଟିମାଟମ୍ ଦିଆଯାଇଥିବା ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଟାଟା ଗ୍ରୁପ୍‌ର ମାଲିକାନାରେ ଥିବା ଏୟାର ଇଣ୍ଡିଆର ଏକ ସହାୟକ କମ୍ପାନୀ ପକ୍ଷରୁ ଆଜି ମୋଟ୍ ୮୫  ବିମାନକୁ ବାତିଲ କରିଦିଆଯାଇଛି। କର୍ମଚାରୀ ସଂଘ, ଶ୍ରମ କମିଶନର ଏବଂ ମ୍ୟାନେଜମେଣ୍ଟ ମଧ୍ୟରେ ବୈଠକ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ସୂତ୍ରରୁ ପ୍ରକାଶ।

ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ ବହୁ ଉଡାଣ ବାତିଲ ମଧ୍ୟ ହୋଇଛି । ଯାହା ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରସ୍ତ କରାଯିବା ନେଇ କମ୍ପାନୀ ସୁତ୍ରରୁ ପ୍ରକାଶ।

 

 

ସାନଖେମୁଣ୍ଡି ବିଜେଡି ବିଧାୟିକା ପ୍ରାର୍ଥିନୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀଙ୍କ ପାଇଁ ପ୍ରଚାର କଲେ ମାଆ ଏବଂ ଭଉଣୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ l ଯେଉଁ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ହୋଇଛନ୍ତି ଧରାକୋଟ ଗଡ଼ର ରାଜା ସାହିବା ତଥା ଧରାକୋଟ ବ୍ଲକ ଅଧ୍ୟକ୍ଷ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ। ଗୀତାଞ୍ଜଳିଙ୍କ ପାଇଁ ପ୍ରଚାର କରୁଛନ୍ତି ନିଜ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବି ଏବଂ ସାଥିରେ ଅଛନ୍ତି ସାନ ଭଉଣୀ  ଶାନ୍ତିପ୍ରିୟା ଗୀତାଞ୍ଜଳି l ଲୋକଙ୍କ ପାଖକୁ ଯାଇ ଯୋଡି ଶଙ୍ଖରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକର ପଞ୍ଚାୟତକୁ ପଞ୍ଚାୟତ ବୁଲି ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି ।

ଆଜି ସଂଧ୍ୟାରେ ବିଜେଡି ଘୋଷଣା କରିବ ନିର୍ବାଚନୀ ଇସ୍ତାହାର

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର। ଆଜି ସଂଧ୍ୟାରେ ବିଜେଡି ଘୋଷଣା କରିବ ନିର୍ବାଚନ ମାନିଫେଷ୍ଟୋ। ବିଜେଡିର ମାନିଫେଷ୍ଟୋ ଘୋଷଣା ନେଇ କହିବା ଅବସରରେ ବିରୋଧୀଙ୍କ ମାନିଫେଷ୍ଟାକୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ବିରୋଧୀ ବିଜେପି ମାନିଫେଷ୍ଟୋ ଆଣିଥିଲା। ୨ କୋଟି ରୋଜଗାର ଦେବୁ ବୋଲି କହିଥିଲେ । ଦରଦାମ କମାଇବାକୁ କହିଥିଲେ । ହେଲେ ଓଡ଼ିଶାରେ ନିର୍ବାଚନରେ ୨୦ରୁ କମ ସିଟ୍ ପାଇଲେ। ୨୦୧୯ରେ ମାନିଫେଷ୍ଟୋ ଆଣିଥିଲେ ବିରୋଧୀ। ଅପପ୍ରଚାର କଲେ, ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶୃତି ଦେଲେ। ବିରୋଧୀ ମାନିଫେଷ୍ଟୋରେ ଯାହା କୁହନ୍ତି, କିଛି କରନ୍ତିନି। ବିଜେପି ୨୪ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତି। ୨୪ ବର୍ଷ ହେଲାଣି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି। ଭୟଭୀତ ଅଛନ୍ତି ବିରୋଧୀ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ୧୦ରୁ କମ ସିଟ୍ ପାଇବେ। ସେଥିଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁନାହାନ୍ତି। ଏଥର ବିଜେପି ଦଳର ନେତା ମିଛ ମାନିଫେଷ୍ଟୋ ପ୍ରସ୍ତୁତି କରିଛନ୍ତି। ପୁଣି ମିଛ କହିଛନ୍ତି।  ହେଲେ ମୁଖ୍ୟମନ୍ତ୍ରୀ ନବୀନ କଥା କମ କାମ ବେଶି କରନ୍ତି। ମାନିଫେଷ୍ଟୋରେ ଯାହା ବି କହନ୍ତି, ତାଠାରୁ ଅଧିକ କରନ୍ତି। ସେଥିଲାଗି ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଓଡ଼଼ିଶାବାସୀ ବାରମ୍ବାର ଜିତାଉଛନ୍ତି। ଏଥର ମଧ୍ୟ ସାରା ଓଡ଼ିଶାର ଲୋକେ ମାନିଫେଷ୍ଟୋକୁ ନେଇ ଖୁସି ହେବେ। ବିଜେଡି ମାନିଫେଷ୍ଟୋରେ ଯାହା ବି ହେବ ସାରା ଓଡ଼ିଶାବାସୀ ଖୁସି ହେବେ। ଓଡ଼ିଶାକୁ ଆଗେଇ ନେବା ଓଡ଼ିଶାକୁ ସଶକ୍ତ କରିବା ରାଜ୍ୟବାସୀଙ୍କ ଉଜ୍ଜଳ ଭବିଷ୍ୟତ ହେବ ମାନିଫେଷ୍ଟୋ କଲେଜର ପିଲାଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ। ମାମାନଙ୍କ ସହ ଛାତ୍ର ଓ ମଧ୍ୟମ ଶ୍ରେଣୀର ଲୋକେ ସମସ୍ତେ ଖୁସି ହେବେ। ମୁଖ୍ୟମନ୍ତ୍ରୀ ଯାହା ବି ଘୋଷଣା କରିବେ ଘରେ ଘରେ ପହଞ୍ଚାଇବେ ବୋଲି ଜନତାଙ୍କୁ ଆହ୍ଵାନ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବେ ବୋଲି ଉପସ୍ଥିତ ଜନତାଙ୍କୁ ଅପିଲ କରିଛନ୍ତି ।

ନାମାଙ୍କନ ଭରିଲେ କୋରାଇର ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର: ଯାଜପୁର ଜିଲ୍ଲାର ସମ୍ମାନଜନକ ଆସନ କୋରାଇ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ  ସଂଧ୍ୟାରାଣୀ ଦାସ ନାମାଙ୍କନ ଭରିଛନ୍ତି । ପାଣିକୋଇଲି ତାରିଣୀ ମନ୍ଦିରରେ ପୁଜାର୍ଚ୍ଚନା ପରେ ଶହ ଶହ ସମର୍ଥକଙ୍କ ସହ ଯାଜପୁରରେ ପହଂଚିଥିଲେ। ଯାଜପୁର ଉପଜିଲ୍ଲାପାଳଙ୍କ ପାଖରେ ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି। କୋରାଇ ଆସନରୁ ରାଜ୍ୟର ସ୍ୱାଭିମାନି ପୁରୁଖା ନେତା ସ୍ବର୍ଗତ ଅଶୋକ ଦାସ ଲଗାତାର ପ୍ରତିନିଧିତ୍ଵ କରୁଥିଲେ। ଅଶୋକ ଦାସଙ୍କ ଗଡ଼ ବୋଲି କୁହାଯାଉଥିବା କୋରାଇରୁ ଏବେ ତାଙ୍କ ଧର୍ମପତ୍ନୀ ପ୍ରାର୍ଥୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି। କୋରାଇ ଆସନରେ ଦୁଇ ବିଜେପି ଆଶାୟୀ ପ୍ରାର୍ଥୀ ଏବଂ ଅନ୍ୟ ଦଳ ଓ ସଂଘଠନ ରୁ ଶହ ଶହ ବିଜେଡିର ସାମିଲ ହେବା ପରେ ଦଳର ଶକ୍ତି ବୃଦ୍ଧି ପାଇଛି। ନାମାଙ୍କନ ପୂର୍ବରୁ କୋରାଇ ର ଧନେଶ୍ୱର ଠାରେ ସମସ୍ତଙ୍କୁ ନେଇ ଏକ ବିଶାଳ ସମାବେଶରେ ଯୋଗ ଦେଇଥିଲେ ସଂଧ୍ୟାରାଣୀ। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ମାଆ ହୋଇଥିବାରୁ ଏଠାରେ କର୍ମୀଙ୍କ ମଧ୍ୟରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଛି।

ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନ, ଯୋଗଦେଲେ ହଜାର ହଜାର ଜନତା

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ଗୁରୁବାର ପ୍ରଥମେ କନିଷି ଏବଂ ପରେ ଆସ୍କାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦବୋଧନ । ଆପଣ ମୋତେ କୁହନ୍ତୁ ବିଏସକେୱାଇ ଯୋଜନା ଭଲ କି ନାହିଁ ? ମିଶନ ଶକ୍ତି .. ଭଲ କି ? ଲକ୍ଷ୍ମୀ ବସ ..ଭଲ କି ? ସ୍କଲାରସିପ୍ ଭଲ କି ?. କାଳିଆ ଯୋଜନା … ଭଲ କି ? ମଧୁବାବୁ ପେନସନ୍ ଯୋଜନା ଭଲ କି ? ପୁରୀ କାମ ଭଲ କି ?… ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି ? ଜନତା ଏକ ସ୍ବରରେ ହଁ ମାରିଛନ୍ତି । ସେପଟେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ଦଳର ନେତା ମିଛ କହୁଛନ୍ତି । ବିରୋଧୀ ଦଳର ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆପଣ ମାନେ ଶଂଖରେ ଭୋଟ୍ ଦିଅନ୍ତୁ । ଏମପି ଓ ଏମଏଲ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପରେ କାର୍ତ୍ତିକ ପାଣ୍ଡିଆନ ନିଜର ଉଦବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଏଇ ମାଟିରୁ ଜଣେ ମହାନ ଜନନାୟକଙ୍କ ଜନ୍ମ ହୋଇଛି । ଏହି ମହାନ ଜନନାୟକ କିଏ ? ଯେଉଁ ଯାତ୍ରା ଆସ୍କାରୁ ଆରମ୍ଭ ହୋଇଥିଲା ତାହା ବିକାଶର ଯାତ୍ରାରେ ପରିଣତ ହୋଇଛନ୍ତି । ମଂଚରେ ଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ମହିଳା ଅଛନ୍ତି । ଏମପି ପ୍ରାର୍ଥୀ ମଧ୍ୟ ମହିଳା । ଆମେ ମହିଳାଙ୍କୁ ଆଗକୁ ନେବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ କହିଥିଲେ ମୁଁ ମହିଳାଙ୍କୁ  ଆଗକୁ ଆଣିବି ।ଆପଣ ଦେଖିଥିବେ କଂଗ୍ରେସ କିଛି ଦିନ ତଳେ ମେନିଫେଷ୍ଟୋ ଜାରି କରିଥିଲା । ତାଙ୍କ ନିଜ ଦଳ ଲୋକ ମଧ୍ୟ ତାକୁ ବିଶ୍ୱାସ କରୁନାହାନ୍ତି । ବିଜେପି ମଧ୍ୟ ମେନିଫେଷ୍ଟୋ ମଧ୍ୟ ଜାରି କରିଛି । ୨୦୧୪ରେ ବିଜେପି ତା’  ମେନିଫେଷ୍ଟୋର ବହୁତ କିଛି ପ୍ରତିଶ୍ରୁତି ଦେଇଥିଲା. କିଛି ପୁରଣ କଲା କି ? ୨୦୧୯ରେ ମଧ୍ୟ ବିଜେପି ଗୋଟିଏ ମେନିଫେଷ୍ଟୋ ଜାରି କରିଥିଲା । ସେତେବେଳେ ମଧ୍ୟ ବହୁତ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ କିଛି ପୁରଣ ହେଲା କି ? ଆଜି ଆମ ମୁଖ୍ୟମନ୍ତ୍ରୀ ବିଜେଡିର ମେନିଫେଷ୍ଟୋ ଜାରି କରିବେ । ଆଜି ସଂଧ୍ୟାବେଳେ ମେନିଫେଷ୍ଟୋ ଜାରି କରିବେ,ଯାହା ବିଶେଷକରି ଛାତ୍ରାମାନଙ୍କ ପାଇଁ ଖୁସୀର ଖବର ହେବ ।

ଚାଷୀ,ଛାତ୍ର ଓ ମଧ୍ୟବିତ୍ତ ପରିବାର ମଧ୍ୟ ଏହି ମେନିଫେଷ୍ଟୋକୁ ନେଇ ଖୁସି ହେବେ । ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ଘରେ ଘରେ ପହଂଚାଇବା । ବିଜେପି ବାଲାଙ୍କ ଅପପ୍ରଚାରକୁ ରୋକିବା । ଓ଼ଡିଶାର ଭାଇଭଉଣୀଙ୍କ ମୁହଁରେ ହସ ଫୁଟାଇବା ।

ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା, ବୃଦ୍ଧି ପାଉଛି ମୁସଲମାନଙ୍କ ସଂଖ୍ୟା

ନନ୍ଦିଘୋଷ ବ୍ୟୁରୋ: ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର । ତେବେ ଏକ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତରେ ହ୍ରାସ ପାଉଛି ହିନ୍ଦୁଙ୍କ ସଂଖ୍ୟା । ହିନ୍ଦୁଙ୍କ ସଂଖ୍ୟା ୭.୮୨ ପ୍ରତିଶତ ହ୍ରାସ ପାଇଛି । ତେବେ ମୁସଲମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେବଳ ଭାରତ ନୁହେଁ ନେପାଳ ଏବଂ ମିଆଁମାରରେ ମଧ୍ୟ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି । ସେପଟେ ପାକିସ୍ତାନ ଏବଂ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବାଲାଂଦେଶରେ ୧୮ ପ୍ରତିଶତ ଏବଂ ପାକିସ୍ତାନରେ ୧୦ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଅଧ୍ୟୟନରୁ ଜଣାପଡ଼ିଛି କି, ଏହି ଅଧ୍ୟୟନ ୧୯୫୦ରୁ ୨୦୧୫ ପର୍ଯ୍ୟନ୍ତ ରହିଛି । ଭାରତରେ ସଂଖ୍ୟାଲଘୁ ମୁସଲମାନ, ଖ୍ରୀଷ୍ଟିଆନ , ଏବଂ ଶିଖଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମୁସଲମାନଙ୍କ ସଂଖ୍ୟା ୪୩.୧୫ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୫.୩୮ ପ୍ରତିଶତ ଏବଂ ଶିଖଙ୍କ ସଂଖ୍ୟା ୬. ୫୮ ପ୍ରତିଶତ ବୃଦ୍ଧି ହୋଇଛି ।

ତେବେ ଏହି ଅଧ୍ୟୟନ ଅନୁଯାୟୀ, ୧୯୫୦ ମସିହାରେ ଭାରତରେ ୮୪.୬୮ ପ୍ରତିଶତ ହିନ୍ଦୁ ରହିଥିଲେ । ମାତ୍ର ୨୦୧୫ ମସିହାରେ ୭୮.୦୬ ପ୍ରତିଶତକୁ ହ୍ରାସ ପାଇଛି । ୧୯୭୧ ମସିହାରେ ବାଲାଂଦେଶରେ ମୁସଲମାନଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧି ପାଇଛି ।

 

କନିଷିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର, ବିରୋଧୀଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ

ନନ୍ଦିଘୋଷ ବ୍ୟୁରୋ: ବିରୋଧୀଙ୍କୁ ପୁଣି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ। ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁନି ବୋଲି ସାଧାରଣ ଜନତାଙ୍କୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କନିଷି ସାଧାରଣ ସଭାରେ ଯୋଗ ଦେଇ ବିଜେଡିର ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ସରକାର କରଥିବା ଯୋଜନା ଗୁଡିକ କେମିତି ବୋଲି ଜନତାଙ୍କୁ ପଚାରିଥିଲେ ବିଜେଡି ସୁପ୍ରିମୋ ନବୀନ। ସରକାରଙ୍କ BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା ଭଲ କରି ବୋଲି ପଚାରିଥିଲେ। ଏହାସହ ଲକ୍ଷ୍ମୀ ବସ, ଫାଇଭ ଟି ସ୍କୁଲ, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଓ ମଧୁବାବୁ ପେନସନ, ଚାଉଳ କାର୍ଡ ଓ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଭଲ ହୋଇଛି କି ବୋଲି ପଚାରିଥିଲେ। ଆପଣମାନେ ଏତେ ଖରାରେ ବହୁ ଦୂରରେ ଆସଛନ୍ତି କହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଆପଣମାନେ ଶଙ୍ଖ ଚିହ୍ନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ଵାନ କରିଥିଲେ ମୁଖ୍ୟମନ୍ତ୍ରୀ। ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ..ମୁଖ୍ୟମନ୍ତ୍ରୀଙ୍କ ପରେ ଜନତାଙ୍କୁ ସମ୍ବୋଧିତ କରିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିରୋଧୀ ପ୍ରାର୍ଥୀଙ୍କୁ ଟାର୍ଗେଟ କରି କହିଥଲେ ଚୋର ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାନି। ବିଜୁ ଜନତା ଦଳର ଭଲ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା। ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ଆହୁରି ବଡ଼ ବଡ଼ ଦୁଇଟି କାର୍ଯ୍ୟକ୍ରମ ହୋଇଥିଲା। ଏ କାର୍ଯ୍ୟକ୍ରମ ଓ ସେହି କାର୍ଯ୍ୟକ୍ରମ ଭିତରେ ବହୁତ ଫରକ। ଆପଣଙ୍କ ଜୋସ ଓ ସମାଗମ ଭଲପାଇବା ଓ ସ୍ନେହ ବାର୍ତ୍ତା ଦେଉଛି । ଆସନ୍ତା ୧୩ରେ ହେବାକୁ ଥିବା ନିର୍ବାଚନରେ ବିଜେଡିକୁ ଅଜସ୍ର ସଫଳତା ମିଳୁଛି। ଶତ ପ୍ରତିଶତ ସମର୍ଥନ କରି ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ। ଚୋରମାନେ କିଏ କିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ମୁହଁତୋଡ ଜବାବ ଦେବାର ଅଛି। ଆପଣଙ୍କ ଆୱାଜ ସାରା ଓଡ଼ିଶାରେ ପହଞ୍ଚାଇବାର ଅଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।….

ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ଝିଅଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ: କାରରୁ ମିଳିଲା ମୃତଦେହ । ଗୋଟିଏ ପରିବାରର ବାପା, ମା’ ଏବଂ ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବାଣିପାହାଡ଼ ଅଞ୍ଚଳରୁ ଆସିଛି ଏଭଳି ଖବର । ବାଣିପାହାଡ଼ ପଡିଆରେ ଏକ କାରରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି । ବୁଧବାର ସନ୍ଧ୍ୟାରେ ନିଖୋଜ ମାମଲା ଦାୟର କରିଥିଲେ ମୃତକ ସୁରଜଙ୍କ ପରିବାର ଲୋକେ।  ସୁରଜ ତାଙ୍କ ସ୍ତ୍ରୀ ଖୁସବୁ ଏବଂ ଝିଅ ଅର୍ପିତା ନିଖୋଜ ଥିବା ଓରିଏଣ୍ଟ ଥାନାରେ ମାମଲା ଦେଇଥିଲେ ମୃତ ସୁରଜଙ୍କ ପରିବାର। ରାତିରେ ଗୋଟିଏ କାରରେ ସୁରଜ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କ ମୃତଦେହ ଠାବ କରିଥିଲା ପୋଲିସ। ଖୁସବୁ ରାୟ ଏବଂ ଝିଅ ଅର୍ପିତାଙ୍କ ଆଖିରେ କପଡ଼ା ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସେମାନଙ୍କ ମୁଣ୍ଡରେ ଗୁଳି ବାଜିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଗୁରୁବାର ସକାଳୁ ଏସପିଙ୍କ ନେତୃତ୍ବରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।