spot_img
Home Blog Page 1955

କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଚିରଞ୍ଜୀବ ବିଶ୍ୱାଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ନେତା ଦଳ ବଦଳ ପ୍ରକ୍ରିଠାରୁ ଆରମ୍ଭକରି ଦଳରୁ ଇସ୍ତଫା ପର୍ଯ୍ୟନ୍ତ । ଆଜି ଆଉ ଏକ ଘଟଣା ଦେଖିବାକୁ ମିଳିଛି । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ । ପିସିସି ସଭାପତି ଶରତପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିବା ସୂଚନା । ଚିରଞ୍ଜୀବ ବିଶ୍ୱାଳ ଜଗତସିଂହପୁରର କଂଗ୍ରେସର ଟାଣୁଆ ନେତା ଥିଲେ । ୨୦୦୪ ରୁ ୨୦୦୯ ତିର୍ତ୍ତୋଲର ବିଧାୟକ ଭାବେ ରହିଥିଲେ ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୪ ରୁ ୨୦୧୯ ଜଗତସିଂହପୁରର ବିଧାୟକ ହୋଇଥିଲେ । ବିଧାନସଭାରେ ବିରୋଧି ଦଳର ଉପନେତା ଥିଲେ ଚିରଞ୍ଜୀବ ।

ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ

ଭୁବନେଶ୍ୱର : ଆଦିମ କାଳରୁ ବିଶ୍ୱାସ କରିଆସୁଥିବା ଦେବୀଙ୍କ ଉପରେ ଭକ୍ତର ଅଗାଢ ବିଶ୍ୱାସକୁ ନେଇ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ବିଗୁଲ । ଏସ୍ ଡି ଫିଲ୍ମସ ବ୍ୟାନରରେ, ଅଜୟ ପାଢ଼ୀଙ୍କ କାହାଣୀ ଓ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ବିଗୁଲ ମୁକ୍ତିଲାଭ କରିଛି l ଭୁବନେଶ୍ୱର ମହାରାଜା ସିନେମା ହଲ୍ ରେ ପ୍ରିମିଅର ଶୋ ହୋଇଯାଇଛି l ଓଡ଼ିଆ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ନିର୍ଦ୍ଦିଷ୍ଟ ଗାଁ ର କାହାଣୀକୁ ନେଇ ଖୁବ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି ଅଜୟ ପାଢ଼ୀ ଓ ଟିମ୍ l ସିନେମାରେ ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, ବ୍ରଜ ସିଂ, ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରସନ୍ନଜିତ ମହାପାତ୍ର,ଦେବଙ୍କ ସହ ନାୟିକା ସୁପ୍ରିୟା ନାୟକ ଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି l

ଚିତ୍ରନାଟ୍ୟ ଓ ସଂଳାପ ଅମିତ କୁମାର ଦାଶ ଦେଇଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୂରଜ ପୁରୋହିତ l ଶେଷ ଦୃଶ୍ୟରେ ଓଲିଉଡ଼ ଷ୍ଟାର ଅନୁଭବ ମହାନ୍ତି କିଛି ସମୟ ପାଇଁ ନଜର ଆସି ଦର୍ଶକଙ୍କୁ ଚକିତ କରିଥିଲେ l ଏହାସହ ବିଗୁଲ ଦ୍ଵିତୀୟ ଭାଗ ଖୁବ ଶୀଘ୍ର ଆସିବ l ଯୋଉଥିରେ ଅନୁଭବ ମହାନ୍ତି ବଜାଇବେ ବିଗୁଲ l

୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୈାସେନା

ନନ୍ଦିଘୋଷ ବ୍ୟୁରୋ : ସମୁଦ୍ରରେ ପୁଣି ଭାରତୀୟ ନୈାସେନାର ଜଲଓ୍ବା। ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କଲା ଭାରତୀୟ ନୈାସେନା। ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ୨୩ ପାକିସ୍ତାନୀଙ୍କୁ ଉଦ୍ଧାର କରାଯାଇଛି। ଆରବସାଗରରେ ହାଇଜାକ କରାଯାଇଥିବା ଇରାନୀ ମାଛଧରା ଜାହାଜ ଅଲ-କମ୍ବର 786 ଏବଂ ୨୩ ପାକିସ୍ତାନୀ ଚାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୈାସେନା। ୧୨ ଘଣ୍ଟାରୁ ଅଧିକ ସମୟର ଲମ୍ବା ଅପରେସନ ପରେ ସମୁଦ୍ରି ଲୁଟେରା ଆତ୍ମସମର୍ପଣ କରିଥିଲେ। ମାର୍ଚ୍ଚ୨୮ ତାରିଖରେ ଆରବ ସାଗରରେ ଇରାନର ଫିସିଂ ଭେସଲରେ ୨୩ ପାକିସ୍ତାନୀ ନାଗରିକଙ୍କୁ ଅପହରଣ କରାଯାଇଥିଲା। ମାର୍ଚ୍ଚ ୨୯ ତାରିଖରେ ଭାରତୀୟ ନୌସେନା ନିକଟକୁ ଏନେଇ ଖବର ଆସିଥିଲା। ପରେ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା। ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି।

ରତ୍ନ ପଥର ଖୋଜାବା ବେଳେ ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ

ଅନୁଗୁଳ : ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବେଲାଦୁଲା ଗ୍ରାମର ସୁଶାନ୍ତ ଝାଙ୍କର ଅଳ୍ପକେ ବର୍ତିଲେ ୧୦ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତିଦିନ ପଥର ଖୋଜାଇ ଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକ ମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ନଆସୁବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି ।

ନିର୍ବାଚନ ପୂର୍ବରୁ ଆକ୍ସନ, ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ

ନୟାଗଡ଼ : ୨ଟି ଦେଶୀ ବନ୍ଧୁକ ସହ ୨ ଅଭିଯୁକ୍ତ ଗିରଫ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନମୁଡରେ ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ପୋଲିସ । ଅସାମାଜିକ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଚଢାଉ ଜାରି ରଖିଛି ପୋଲିସ।  ବିଶେଷ ସୂତ୍ରରୁ ଖବର ପାଇ ବାଣୀଗୋଛା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ  ନେଡିପଦର ଗାଁରେ ଚଢାଉ କରାଯାଇଥିଲା ।  ନେଡିପଦର ଗାଁର ବଶିଷ୍ଠ ବେହେରା ଓ ପ୍ରଦୀପ ବେହେରାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ।

ରାୟଗଡ଼ା ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ବାଇନିବସା ଗାଁର ୪ର୍ଥ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ୍ କରିଛି ମୁନିଗୁଡା ପୋଲିସ। ୨୪ ଦିନପରେ ଘଟଣା ଉପରୁ ପର୍ଦ୍ଦା ଉଠିଛି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ମେଗା ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ବିହାରି ଶ୍ରମିକଙ୍କୁ ଗିରଫ କରିଛି ମୁନିଗୁଡା ପୋଲିସ  l ୯ବର୍ଷର ନାବାଳିକା ନିଜଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ନାବାଳିକାକୁ ବାହାନା କରି ଜଙ୍ଗଲ କୁ ଡାକିନେଇଥିଲା। ସେଠାରେ ପ୍ରଥମେ ଦୁଷ୍କର୍ମ ଓ ପରେ ନାବାଳିକାକୁ ହତ୍ୟା କରିଥିଲା। ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ  ପ୍ରମାଣ ନଷ୍ଟ କରିବା ପାଇଁ ଏକ ଗାତରେ ପୋତିଦେଇଥିଲା। ଗତ ୧୭ ତାରିଖରେ ଜଙ୍ଗଲରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା। ତଦନ୍ତ ପରେ ବିହାରି ଶ୍ରମିକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ନିକଟରେ ଦୋଷ ସ୍ବୀକାର କରିଥିଲା। ଅଭିଯୁକ୍ତ ବିହାର ଅଞ୍ଚଳର ହରିସ ରାମ। ମୁନିଗୁଡା ପୋଲିସର ଏକ ଟିମ  ବିହାରରେ ପହଂଚି ଅଭିଯୁକ୍ତ ହରିସକୁ  ଗିରଫ କରି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଷମକଟକ ଏସ୍.ଡି.ପିଓ ସନ୍ତୋଷିନୀ ଓରାମ ।

ଅପରାଜିତାଙ୍କ ବିରୋଧରେ ଆହୁରି ତେଜିଲା ଅସନ୍ତୋଷ

ଭୁବନେଶ୍ୱର : ଅପରାଜିତାଙ୍କ ବିରୋଧରେ ଆହୁରି ତେଜିଲା ଅସନ୍ତୋଷ। ଭୁବନେଶ୍ବର ଓ ବେଗୁନିଆ ପରେ ଏବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଅପରାଜିତାଙ୍କୁ ପ୍ରତିବାଦ କରାଯାଇଛି। ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେପି ନେତୃତ୍ୱ ନେଇ ଗତ ବିଧାନସଭା ନିର୍ବାଚନରେ ୭୨ ହଜାରରୁ ଅଧିକ ଭୋଟ ପାଇଥିବା ନେତା କାଳୁ ଚରଣ ଖଣ୍ଡାୟତ ରାୟଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏକାଠି ହୋଇ ଅପରାଜିତାଙ୍କୁ ବିରୋଧ କରିଛନ୍ତି। ଖୋର୍ଦ୍ଧା ମ୍ୟୁନିସିପାଲଟି, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ପ୍ରାୟ ୩୦୦୦ରୁ ଅଧିକ କର୍ମୀ ବିଜେପି କାର୍ଯ୍ୟାଳୟକୁ ଆସି ପ୍ରତିବାଦ କରିବେ। ଅପରାଜିତାଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦଳ ଛାଡ଼ିବାକୁ ଧମକ ଦେଇଛନ୍ତି ହଜାର ହଜାର ସମର୍ଥକ। ଗତକାଲି ବିଜେପି କର୍ମୀ ମଳିପଡାରେ ଏକାଠି ହୋଇ ଅପରାଜିତାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି। ଆଜି ଖୋର୍ଦ୍ଧାରୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବର ଆସିବେ ଅସନ୍ତୁଷ୍ଟ ବିଜେପି କର୍ମୀ।

ବାବା ଆଖଣ୍ଡଳମଣିଙ୍କ ଦର୍ଶନ କଲେ ଧାମନଗର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ

ଧାମନଗର : ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେଡି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନେତାଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ନିଜ ଅଞ୍ଚଳର ଇଷ୍ଟ ଦେବଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଲୋକମାନଙ୍କୁ ଭେଟୁଛନ୍ତି। ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରୁ ଏଥର ଡାକ୍ତର ସଂଜୟ ଦାସଙ୍କୁ ଟିକେଟ୍ ଦେଇଛି ବିଜେଡି। ଦଳୀୟ ଟିକେଟ ମିଳିବା ପରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିରକୁ ଆସି ପୂଜାର୍ଚ୍ଚନା କରି ଶୁଭ ମନାସିଛନ୍ତି ସଞ୍ଜୟ ଦାସ। ପରେ ଭୋଟରଙ୍କୁ ଭେଟି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଡାକ୍ତର ସଂଜୟ ଦାସ ଦୀର୍ଘମାସ ହେବ ଡାକ୍ତର ସେବାରୁ ଅବ୍ଯାହତ ନେଇ ରାଜନୀତିରେ ପାଦ ଥାପିଥିଲେ ମଧ୍ଯ ସାଧାରଣ ଲୋକଙ୍କ ସେବା କରି ଚାଲିଥିଲେ। ଏପରିକି ଧାମନଗର ସହ ବିଭିନ୍ନ ସ୍ଥାନରେ ମେଗା ସ୍ବାସ୍ଥ୍ଯମେଳା କରି ଲୋକଙ୍କ ପାଖରେ ବେଶ ଆଦୃତ ହୋଇପାରିଛନ୍ତି। ବିଶେଷକରି ମହାମାରୀ କରୋନା ସମୟରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଉନ୍ନତ ସ୍ବାସ୍ଥ୍ଯସେବା ଯୋଗାଇଦେବା ପାଇଁ ମେଡିକାଲ ପର୍ଯ୍ୟନ୍ତ ଯାଇଥିଲେ।

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତ ଯାଜପୁର ପୋଲିସ

ଯାଜପୁର  : ଆଗାମୀ ନିର୍ବାଚନ ପାଇଁ ପୁରା ସଜାଗ ଯାଜପୁର ପୋଲିସ  । ସାଧାରଣ  ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପୋଲିସର ଫ୍ଲାଗମାର୍ଚ୍ଚ । ଛକ ଛକ ପଇଁତରା ମାରିବା ସହ ସମ୍ବେଦନଶୀଳ ପଞ୍ଚାୟତ ଏବଂ ପୌରାଞ୍ଚଳ ରେ ଫ୍ଲାଗମାର୍ଚ୍ଚ କରିଛି ଯାଜପୁର ପୋଲିସ । ଯାଜପୁର ଟାଉନ ଥାନା ପୋଲିସ ପକ୍ଷରୁ ଯାଜପୁର ନିର୍ବାଚନ ମଣ୍ଡଳୀ ର କେତେକ ପଞ୍ଚାୟତ ଏବଂ ଟାଉନ ପୌରାଞ୍ଚଳ ରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଯାଜପୁର ଜିଲ୍ଲାର ୭ ଟି  ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବାବେଳେ  ନିର୍ବାଚନ ସମୟରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି ରେ ବ୍ୟାଘାତ ନଘଟିବ ସେନେଇ ପୋଲିସର ପ୍ରସ୍ତୁତି। ଯାଜପୁର ନିର୍ବାଚନ ମଣ୍ଡଳୀର ବିଚିତ୍ରପୁର , ବିରଜାପୂର୍ , ହୀରାପୁର , ସିର୍ଧରପୂର୍ ସହ ଯାଜପୁର ଟାଉନ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି।

ଆଇସିଏଲ୍ ଫିନକର୍ପର ବ୍ରାଣ୍ଡ ଆମ୍ବାସାଡର ହେଲେ ମେଗାଷ୍ଟାର ତଥା ଅଭିନେତ୍ରୀ ସାମନ୍ଥା

ନୂଆଦିଲ୍ଲୀ : ଭାରତର ଅନ୍ୟତମ ଅଗ୍ରୀଣ ଅଣ-ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ କମ୍ପାନି ଆଇସିଏଲ୍ ଫିନକର୍ପର ବ୍ରାଣ୍ଡ ଆମ୍ବାସାଡର ହେଲେ ମେଗାଷ୍ଟାର ତଥା ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ମାମୁଥି। ଏହି ଐତିହାସିକ ନିଷ୍ଫତ୍ତି ଆଇସିଏଲ୍ ଫିନକର୍ପର ପରମ୍ପରା ଏବଂ ଉତ୍କର୍ଷତାର ପ୍ରମାଣ ଭାବେ ଉଭା ହୋଇଛି । ଏହାସହ ଇଣ୍ଡଷ୍ଟ୍ରିରେ ଏହାର ସ୍ଥିତିକୁ ସୁଦୃଢ କରିଥିବା କହିଛି କମ୍ପାନୀ । ଆଇସିଏଲ୍ ଫିନକର୍ପର ଚେହେରା ଭାବେ ଏହି ଜାତୀୟ ସ୍ତରରେ ସ୍ବିକୃତିପ୍ରାପ୍ତ ମେଧାବୀ ବ୍ୟକ୍ତିତ୍ବକୁ ନିଯୁକ୍ତି ଦେଇ କମ୍ପାନୀର ଅଭିବୃଦ୍ଧି ଏବଂ ସମୃଦ୍ଧିର ଏକ ନୂତନ ଯୁଗ ଆରମ୍ଭ କରାଯାଇଛି ।  ଆଇସିଏଲ୍ ଫିନକର୍ପ ସହ ଯୋଡି ହୋଇଥିବାରୁ ଦୁଇ ମେଗା ଷ୍ଟାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଇସିଏଲ୍ ଫିନକର୍ପ ଅଧ୍ୟକ ତଥା ପରିଚାଳନା ନିର୍ଦ୍ଦେଶକ ଆଡଭୋକେଟ୍. କେ.ଜି ଅନୀଲ କୁମାର । କେରଳ, ତାମିଲନାଡ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଭଳି ଅନେକରାଜ୍ୟରେ ଏହାର ଷ୍ଟୋର ରହିଛି ।