spot_img
Home Blog Page 1991

ପରାଜୟ ଭୟରେ ସରକାରୀ ଅଧକାରୀଙ୍କୁ ଧମକାଉଛି ବିଜେପି!

ଭୁବନେଶ୍ବର: ପରାଜୟ ଭୟରେ ଗୋଟାଏ ପରେ ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଛି ବିଜେପି । ଆଇନ ଉଲ୍ଲଂଘନ କରିବା ଯେପରି ବିଜେପିର ଅଭ୍ୟାସରେ ପରିଣତ ହେଲାଣି । ନିର୍ବାଚନ ନିୟମକୁ ନ ମାନି ପିଲାମାନଙ୍କୁ ବିଜେପି ରାଲିରେ ବ୍ୟବହାର କରୁଥିବାର ବିଭିନ୍ନ ନଜିର ରହିଛି । ଯାହାର ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିଛି ବିଜେଡି । ଏପରିକି କେନ୍ଦ୍ର ସରକାରଙ୍କ ଅଫିସକୁ ବି ରାଜନୈତିକ ପ୍ଲାଟଫର୍ମ ଭାବେ ବିଜେପି ବ୍ୟବହାର କରିବାକୁ ପଛାଇ ନାହିଁ । ଯାହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସିଇଓ ।

ଅନ୍ୟପଟେ ବାରମ୍ବାର ସରକାରୀ ଅଧିକାରୀଙ୍କୁ ବି ବିଜେପି ଧମକାଉଥିବା ଅଭିଯୋଗ ହେଉଛି । କେତେବେଳେ ଫୋନ ଯୋଗେ ବିଡିଓ, ତହସିଲଦାର ଓ ପୋଲିସକୁ ଧମକ ତ ପୁଣି କେଉଁଠି ଖୋଲା ମଞ୍ଚରେ ଦିଆଯାଉଛି ଧମକ । ତାହା ପୁଣି ଜାତୀୟ ନିର୍ବାଚନ କମିସନଙ୍କ ନାଁ ନେଇ ଧମକ ଦିଆଯାଉଛି । ନିର୍ବାଚନରେ ବିଜେପି ପାଇଁ କାମ କରିବାକୁ ଚାପ ପକାଯାଉଛି । ନ ହେଲେ ବଦଳିର ଭୟ ଦେଉଛି ବିଜେପି । ଯାହା ସରକାରୀ ଅଧିକାରୀଙ୍କ ମନୋବଳ ଭାଙ୍ଗି ଦେଉଛି । ଚାରି ମାସ ପରେ ନିର୍ବାଚନ ସରି ଯିବ । ହେଲେ ଏହା ପରେ କଣ ସରକାରୀ ଅଧିକାରୀଙ୍କ ମନୋବଳକୁ ଫେରାଇ ପାରିବ କି ବୋଲି ବିଜେପିକୁ ପ୍ରଶ୍ନ କରିଛି ବିଜେଡି । ବିଜେପିର ଏପରି ହୀନ ରାଜନୀତି ବିରୋଧରେ ଆଜି ପୁଣି ଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜୁ ଜନତା ଦଳ । ଏହା ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସିଇଓଙ୍କ ପାଖରେ ପ୍ରାର୍ଥନା କରିଛି ବିଜେଡି ।

ନିର୍ବାଚନ ସମୟରେ ସରକାରୀ ଅଧିକାରୀ ଖୁବ ବ୍ଯସ୍ତ ଥାନ୍ତି । ଆଦର୍ଶ ଆଚରଣ ବିଧିର ସୁରକ୍ଷା ସହ ରାଜ୍ୟର ପରିଚାଳନା ଓ ଆର୍ଥିକ ସ୍ଥିତି ଠିକ ରଖିବାର ଗୁରୁ ଦାୟିତ୍ବ ନିର୍ବାହ କରିଥାନ୍ତି ସରକାରୀ ଅଧିକାରୀ । ହେଲେ ବିଜେପି ସେମାନଙ୍କୁ ନିର୍ବାଚନୀ ଅସ୍ତ୍ର କରିବାର ଯେଉଁ ଷଡ଼ଯନ୍ତ୍ର ଚଳାଇଛି, ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ସାବାଡ଼ ହେବେ ଅଦୃଶ୍ଯ ଠକ । ସାଇବର କ୍ରାଇମ ରୋକିବାକୁ ନୂଆ ଯୋଜନା । NCRP ସହ ଯୋଡ଼ିହେବ ବ୍ୟାଙ୍କ ର APR ସିଷ୍ଟମ । ଟଙ୍କା ଠକିବାକୁ ଚେଷ୍ଟାକଲେ ବ୍ଯାଙ୍କକୁ ଆସିବା ସୂଚନା । ଅନଲାଇନ ବ୍ୟାଙ୍କ ଠକେଇ ରୋକିବାକୁ ପ୍ରସ୍ତୁତ ହେଉଛି ନୂଆ ଯୋଜନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ଥିବା NCRP ନ୍ଯାସନାଲ ସାଇବରକ୍ରାଇମ ରୋପୋର୍ଟିଂ ପୋର୍ଟାଲ ସହିତ ବ୍ୟାଙ୍କ ଗୁଡିକର APR ଆପ୍ଲିକେସନ ପ୍ରୋଗ୍ରାମିଂ ଇଣ୍ଟରଫେସକୁ ଯୋଡିବାକୁ ପ୍ରସ୍ତାବ । ଯୋଜନା କାଯ୍ୟକାରୀ ହେଲେ ବ୍ୟାଙ୍କ କର୍ମଚାରୀଙ୍କ ବିନା ହସ୍ତକ୍ଷେପରେ ଫ୍ରିଜ ହୋଇଯିବ ସାଇବର ଠକଙ୍କ ଆକାଉଣ୍ଟ । ଏକ ସଙ୍ଗେ ସବୁ ବ୍ୟାଙ୍କକୁ ଯିବ ଠକେଇର ସୂଚନା । ଠକେଇ ପାଇଁ ବ୍ୟାଙ୍କର ସାହାରା ନେଉଛନ୍ତି ଲୁଟେରା । ଠକେଇ ପରେ ସେମାନେ ମୂଳ ଆକାଉଣ୍ଟରୁ ସମସ୍ତ ଟଙ୍କା ଏକାଧିକ ଆକାଉଣ୍ଟକୁ ପଠାଇ ଦେଉଛନ୍ତି । ଏହି ବ୍ଯବସ୍ଥା ଲାଗୁ ହେଲେ ଏଥିରେ ଲାଗିବ ଲଗାମ ।

ଅଧିକାଂଶ ସାଇବର ଠକେଇ ଅନଲାଇନରେ ବ୍ୟାଙ୍କ ମାଧ୍ୟରେ ହେଉଛି । ଅପରାଧର ଶିକାର ହୋଇଥିବା ବ୍ୟକ୍ତିର ଲିଖିତ ଏତଲା ନେଇ ତଦନ୍ତ ଆରମ୍ଭ କରିବା ବେଳକୁ ଅପରାଧୀ ଠକେଇ ଟଙ୍କାକୁ ଭିନ୍ନ ଭିନ୍ନ କାଉଣ୍ଟକୁ ଟ୍ରାନ୍ସଫର କରି ନେଉଛନ୍ତି । ଫଳରେ ଅପରାଧୀକୁ ଧରିବା ସମ୍ଭବ ହୋଇପାରୁ ନାହିଁ । ଏହାଦ୍ବାର ତଦନ୍ତ ପକ୍ରିୟା ସହଜ ହେବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

’ପୁଷ୍ପା-୨’କୁ ନେଇ ଏମିତି କମେଣ୍ଟ କଲେ ୟୁଜର୍ସ, କହିଲେ ଫିଲ୍ମ ମେକର ଆମକୁ..

ନନ୍ଦିଘୋଷ ବ୍ୟରୋ: ବହୁ ଚର୍ଚ୍ଚିତ ସାଉଥ ଇଣ୍ଡିଆନ ଫିଲ୍ମ ’ପୁଷ୍ପା’କୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଏହି ଫିଲ୍ମ ଦେଶ ସହ ବିଦେଶରେ ମଧ୍ୟ ବେଶ ସଫଳତା ଅର୍ଜନ କରିଛି । ତେବେ ଏହାର ଦ୍ବିତୀୟ ଭାବ ଆସିବାକୁ ଥିବାବେଳେ ଅଗଷ୍ଟ ୧୫ରେ ଏହା ରିଲିଜ ହେବାକୁ ଯାଉଛି । ଯାହାକୁ ଦର୍ଶକେ ଚାହିଁ ରହିଛନ୍ତି । ନିକଟରେ ଫିଲ୍ମର ଏକ ଟିଜର ରିଲିଜ ହୋଇଥିଲା । ଯାହାକି ବେଶ ଭାଇରାଲ ହୋଇଥିଲା । ଦର୍ଶକେ ଏହାକୁ ପସନ୍ଦ କରିଥିବାବେଳେ ଫିଲ୍ମ ସୁପର ହିଟ୍ ହେବ ବୋଲି ଆଶା ରଖାଯାଇଛି । ତେବେ ୨୩ ଏପ୍ରିଲରେ ଆଲ୍ଲୁ ଅର୍ଜୁନ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ପୁଷ୍ପା ପୁଷ୍ପା ବୋଲି ଶବ୍ଦ ଶୁଭୁଥିବା ଏକ ଭିଡିଓ ପୋଷ୍ଟ ହୋଇଛି । ତେବେ ଏଥିରେ ଦର୍ଶା ଯାଇଛି କି, ମେ ୧ରେ ୧୧ଟାରେ ପୁଷ୍ପା-୨ରୁ ପ୍ରଥମ ଗୀତ ରିଲିଜ ହେବ । ତେବେ ଏହାକୁ ନେଇ ଦର୍ଶକେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ଗୀତ ପାଇଁ କଣ ଟିଜରରେ ଆସିବ ଜରୁରୀ ବୋଲି ମଧ୍ୟ କିଛି ଫ୍ୟାନ୍ସ ପ୍ରଶ୍ନ କରିଛନ୍ତି । ସେପଟେ ଟ୍ରିଜରରରେ କେବଳ ଆଲ୍ଲୁ ଅର୍ଜୁନଙ୍କୁ ଫୋକସ କରାଯାଇଛି । ଏଥିରେ ଅନ୍ୟ କଳାକାରଙ୍କୁ ଦର୍ଶା ଯାଇନଥିବାବେଳେ ଟ୍ରେଲରରେ ରଶ୍ମିକାଙ୍କ ସହ ବାକି କଳାକାଙ୍କ ଦର୍ଶାଯିବାକୁ ଫ୍ୟାନ୍ସମାନେ କମେଣ୍ଟରେ ଜଣାଇଛନ୍ତି ।

ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ରମାଦେବୀ ବିଶ୍ଵବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନେ ଭାଗ ନେଇ ନିରପେକ୍ଷ ଭାବେ ନିଜ ପସନ୍ଦର ନେତାଙ୍କୁ ଭୋଟ ଦେବା ପାଇଁ ଶପଥ ପାଠ କରିଥିଲେ। ସମସ୍ତ ଛାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଉତ୍ସାହିତ କରିଥିଲେ। ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ବି ବୁଝାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରଥମ ଥର ଯେଉଁମାନେ ଭୋଟ ଦେବେ ତାଙ୍କୁ ସମ୍ମାନିତ କରାଯାଇଥିଲା । ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

ଭୁବନେଶ୍ୱରର ସମସ୍ତ ବୁଥକୁ ସକ୍ଷୀ ବା ମହିଳା ବୁଥ କରାଯାଇଛି । ପୁଲିଂ ବୁଥରେ ସବୁ କର୍ମଚାରୀ ମହିଳା ରହି ବୁଥ ପରିଚାଳନା କରିବେ। ଏପରିକି ରାଜନୈତିକ ପାର୍ଟି ଗୁଡ଼ିକୁ ମହିଳା ଏଜେଣ୍ଟ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଭୁବନେଶ୍ୱର ରେ ୧୩ ଲକ୍ଷ ପାଖାପାଖି ଭୋଟର ଥିବାବେଳେ ଅତିବେଶୀରେ ୪ ଲକ୍ଷ ଭୋଟର ଭୋଟ ଦିଅନ୍ତି । ତେଣୁ ଚଳିତ ନିର୍ବାଚନ ରେ ସବୁ ଭୋଟର ଭୋଟ ଦେବାପାଇଁ ଆଗେଇ ଆସିବାକୁ କୁହାଯାଇଛି।

ବଦଳିଲା ପାଗ, ଗରମରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର: ବଦଳିଲା ପାଗର ମିଜାଜ । ଗରମରୁ ମିଳିଲା ଆଶ୍ବସ୍ତି । ଦିନ ସାରା ତାତି, ଅପରାହ୍ନରେ କାଳବୈଶାଖୀ । ଦିନ ସାଢେ ଦୁଇଟାରେ ଭୁବନେଶ୍ବରରେ ୪୩.୨ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଦିନ ୩ଟାରେ କାଳବୈଶାଖୀ ବର୍ଷା ହୋଇଛି । କଟକ-ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ତାତିରୁ ସାମାନ୍ଯ ଆଶ୍ବସ୍ତି ମିଳିଛି । କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ମଧ୍ଯ ହୋଇଛି । ଅନ୍ଯପଟେ ଆଜି ଦିନ 2ଟା 30 ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ 43.2 ଡିଗ୍ରୀ ତାତି ରେକର୍ଡ ହୋଇଛି । ଝାରସୁଗୁଡାରେ 42.9, ଚାନ୍ଦବାଲିରେ 42.2, ବାଲେଶ୍ୱରରେ 41.4, ରାଉରକେଲାରେ 40.8, ସମ୍ବଲପୁରରେ 40.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ସମ୍ପତ୍ତି ବଣ୍ଟନ ବୟାନ ବିବାଦରେ ସଫେଇ ଦେଲେ ସାମ୍ ପିତ୍ରୋଡା

ନନ୍ଦିଘୋଷ ବ୍ୟୁରୋ: ସମ୍ପତ୍ତି ବଣ୍ଟନ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗ। ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡାଙ୍କ ବିବୃତିକୁ ନେଇ ସୃଷ୍ଟି ହୋଇଛି ଝଡ଼। ବିରୋଧୀ ଦଳକୁ ବି ଆକ୍ଷେପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ସମ୍ପତ୍ତିକୁ ପୁନଃବଣ୍ଟନ କରିବା ଲାଗି କଂଗ୍ରେସ ଉଦ୍ଯମ କରୁଛି ବୋଲି ପ୍ରଧାନମନ୍ତ୍ରୀ କରିଥିବା ଅଭିଯୋଗ ପ୍ରସଙ୍ଗରେ କଂଗ୍ରେସର ଦରିଆପାରି ଶାଖା ଦାୟିତ୍ବରେ ଥିବା ପିଟ୍ରୋଡା କହିଛନ୍ତି- କଂଗ୍ରେସର ନିର୍ବାଚନ ଇସ୍ତାହାର ଭଲ ଭାବେ ପ୍ରସ୍ତୁତ କରାଯାଇଛି। କଂଗ୍ରେସ ସର୍ବଦା ପଛୁଆ ବର୍ଗ, ମୁସଲିମ, ଦଳିତ ଓ ଆଦିବାସୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଉଛି। କୋଟିପତିମାନଙ୍କୁ ସାହାଯ୍ୟ ଜରୁରୀ ନୁହେଁ। ଗରିବମାନେ ହିଁ ସହାୟତା ଚାହାଁନ୍ତି। କଂଗ୍ରେସର ନୂଆ ଯୋଜନା ଅନୁସାରେ ସମ୍ପତ୍ତିକୁ ଠୁଳ କରିବା ପ୍ରକ୍ରିୟା ବନ୍ଦ କରିବା ଲାଗି ଦଳ ଯୋଜନା କରୁଛି। ଆମେରିକାର ଉଦାହରଣ ଦେଇ ସେ କହିଛନ୍ତି- ସେହି ଦେଶରେ ଏକ ଉତ୍ତରାଧିକାରୀତ୍ବ କର ରହିଛି। ଯଦି ଜଣଙ୍କର ୧୦୦ ନିୟୁତ ଡଲାରର ସମ୍ପତ୍ତି ରହିଛି ଏବଂ ତାଙ୍କର ଦେହାନ୍ତ ହୋଇଯାଏ ତେବେ ତାଙ୍କର ସମ୍ପତ୍ତିର ୪୫ ପ୍ରତିଶତ ତାଙ୍କ ସନ୍ତାନଙ୍କ ନିକଟକୁ ଯାଇଥାଏ। ଅବଶିଷ୍ଟ ୫୫ ପ୍ରତିଶତ ସରକାର ନେଇଯାଇଥାନ୍ତି। ଏହା ଏକ ରୋଚକ ଆଇନ। ଶାମ ପିଟ୍ରୋଡାଙ୍କ କହିବା ମୁତାବକ ଦେଶର ଯେ କୌଣସି ବ୍ଯକ୍ତି ଜୀବନ କାଳରେ ଯେତିକି ରୋଜଗାର କରିଥିବେ ମୃତ୍ୟୁବେଳକୁ ତାହାର ଅଧା ସମ୍ପତ୍ତି ସମାଜ ଲାଗି ଛାଡିଦେବା ଉଚିତ। ଯାହାକୁ ସେ ଉଚିତ ମନେ କରିଛନ୍ତି। ଆମେରିକାର କେତେକ ପ୍ରଦେଶରେ ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତି ଉପରେ କର ଲାଗୁ କରାଯାଇଥାଏ। ଉତ୍ତରାଧିକାରୀତ୍ବ ସୂତ୍ରରେ ମିଳିଥିବା ସମ୍ପତ୍ତିର ପରିମାଣ ଓ ମୃତବ୍ଯକ୍ତିଙ୍କ ସହ ସମ୍ପର୍କର ଅନୁସାରେ କର ଲାଗୁ କରାଯାଇଥାଏ। ଏହି ପରିମାଣ ଅନେକ ସମୟରେ ୨୦ ପ୍ରତିଶତରେ ପହଞ୍ଚିଥାଏ। ସେପଟେ ପ୍ରଧାନମନ୍ତ୍ରୀ କହିଛନ୍ତି- ଉତ୍ତରାଧିକାକାରୀତ୍ବ କର ପିତାମାତାଙ୍କଠାରୁ ପିଲାମାନଙ୍କ ନିକଟକୁ ଯିବା ଲାଗି ବିରୋଧୀ ଦଳ ଯୋଜନା କରୁଛନ୍ତି। ମଧ୍ଯବିତ୍ତ ଶ୍ରେଣୀ ଉପରେ ଅଧିକ କର ଲାଗୁ କରିବା ଲାଗି ପୂର୍ବରୁ ପିଟ୍ରୋଡା କହୁଥିଲେ। ବର୍ତ୍ତମାନ କଂଗ୍ରେସ କହୁଛି- ଏକ ଉତ୍ତରାଧିକାରୀତ୍ବ ଟାକ୍ସ ସମ୍ପର୍କରେ। ତେବେ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ଦେଇଛି କଂଗ୍ରେସ।

ଶତକ ମାରି ଚେନ୍ନାଇକୁ ହରାଇବା ପରେ ଏମିତି କହିଲେ ଷ୍ଟୋଇନିସ୍

ନନ୍ଦିଘୋଷ ବ୍ୟୁରୋ: ମଙ୍ଗଳବାର ଅନୁଷ୍ଠିତ ଚଳିତ ଆଇପିଏଲର ୩୯ ନମ୍ବର ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ଏହି ମ୍ୟାଚରେ ମାର୍କସ ଷ୍ଟୋଇନିସଙ୍କ ଲଢ଼ୁଆ ଶତକ ଲକ୍ଷ୍ନୌକୁ ବିଜୟୀ କରିଛି । ସାଥୀ ଖେଳାଳିମାନେ ଆଉଟ ହୋଇଥିଲେ ସୁଦ୍ଧା ଶକ୍ତିଶାଳି ଚେନ୍ନାଇର ବୋଲରଙ୍କୁ ଏକାକି ଧୋଇଥିଲେ ଷ୍ଟୋଇନିସ୍ । ତେବେ ଷ୍ଟୋଇନିସଙ୍କୁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ କଣ୍ଟ୍ରାକ୍ଟ ମିଳିନାହିଁ । ଜୁନ ୩୦ରେ ତାଙ୍କର କଣ୍ଟ୍ରାକ୍ଟ ଶେଷ ହେଉଥିବାବେଳେ ନୂଆ କଣ୍ଟ୍ରାକ୍ଟରେ ତାଙ୍କୁ ସାମିଲ କରାଯାଇନାହିଁ ।

ଯଦିଓ ଦଳରେ ତାଙ୍କୁ କଣ୍ଟ୍ରାକ୍ଟ ମିଳିନାହିଁ ତଥାପି ତାଙ୍କ ପ୍ରଦର୍ଶନ ଦେଶ ଉପରେ ପ୍ରଭାବ ପକାଇବ । ଆଗକୁ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ତାଙ୍କୁ ଦଳରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଷ୍ଟୋଇନିସ କହିଛନ୍ତି କି ମୋର କଣ୍ଟ୍ରାକ୍ଟ କଟିଲେ କିଛି ଦୁଃଖ ନାହିଁ । ମୋ ସ୍ଥାନରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳୁ । ମାତ୍ର ମୁଁ ଟି-୨୦ ବିଶ୍ବକପରେ ଖେଳିବାକୁ ଚାହୁଁଛି । ଏହାସହ ସେ କହିଛନ୍ତି କି, ଆଇପିଏଲ ଆମ କ୍ୟାରିୟର ପାଇଁ ବହୁତ ସହାୟକ ହେଉଛି । ଦେଶ ପାଇଁ ଖେଳିବାର ସୁଯୋଗ ଦେଉଛି । ଆମ ପ୍ରଦର୍ଶନ ଆନ୍ତର୍ଜାତୀୟ ଟିମରେ ମଧ୍ୟ ସ୍ଥାନ ପକ୍କା କରୁଛି । କହି ରଖୁଛୁ କି, ୨୦୨୨ରେ ଲକ୍ଷ୍ନୌ ଷ୍ଟୋଇନିସଙ୍କୁ ଲକ୍ଷ୍ନୌ ୯.୨ କୋଟିରେ କିଣିଛି । ଏହାସହ ଦଳ ତାଙ୍କୁ ରିଟେନ କରିଥିବାବେଳେ ୩ଟି ସିଜିନରେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି ।

ଗୁହରିଆ ପଡ଼ିଲେ ପୂରଣ ହୁଏ ସମସ୍ତ ମାନସିକ

ନିମାପଡ଼ା : ଗୁହରିଆ ପଡ଼ିଲେ ପୂରଣ  ହୁଏ ମାନସିକ।କାହିଁ କେଉଁ କାଳରୁ ଏଭଳି ଏକ ପ୍ରଥା ଚାଲି ଆସୁଛି। ଯିଏ ବିଶ୍ଵାସରେ ଆସି ଏଠାରେ ଅଧିଆ ପଡନ୍ତି ତାଙ୍କର ପୂର୍ଣ୍ଣ ହୁଏ ସମସ୍ତ ମାନସିକ।ପୁରାଣ ବର୍ଣ୍ଣିତ ନୁହେଁ କିନ୍ତୁ ଇତିହାସକୁ ପ୍ରଜ୍ୟାଲୋଚନା କଲେ ଏଭଳି ଏକ ପ୍ରାଚୀନ ପରମ୍ପରା ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ ପ୍ରଚଳିତ ହେଇ ଆସୁଛି। ଯାହା ମାଇପି ମେଳା ନାମରେ ସମଗ୍ର ଅଞ୍ଚଳରେ ବେଶ ପରିଚିତ। ନିମାପଡ଼ା ବ୍ଲକ୍ ଅଧିନ କାନପୁର ଓ ନୀଳଗିରି ସାହିର ମଧ୍ୟବର୍ତ୍ତି ସ୍ଥଳରେ ଥିବା ଏକ ଗହିର ମଧ୍ୟରେ ଅନୁଷ୍ଠିତ ହୋଇଥାଏ ଶ୍ରୀ ବଟ ଗୋସାଇଁ ମାଇପୀ ମେଳା।ଚୈତ୍ର ମାସ ଶୁକ୍ଳପକ୍ଷ ଚତୃଦଶୀ ତିଥିରେ ଏହି ମେଳା ଆୟୋଜନ ହୋଇଥାଏ। ଗହୀର ମଧ୍ୟବର୍ତ୍ତି ସ୍ଥଳରେ ଥିବା ଏକ ବଟବୃକ୍ଷ ମୂଳରେ  କେତେକ ବୃକ୍ଷକୁ ଏଠାରେ ପୂଜା ଅର୍ଚ୍ଚନା କରାଯାଉଥିବାରୁ ଏହାକୁ ବଟ ଗୋସାଇଁ ମାଇପି ମେଳା କୁହାଯାଉଛି।ଏଠାରେ ମାନସିକ ରଖି ଗୁହାରିଆ ପଡ଼ିଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଅନେକ ବିଶ୍ୱାସ ରହିଛି।ସେଥିପାଇଁ ଚୈତ୍ର ମାସ ଶୁକ୍ଳପକ୍ଷ ଚତୃଦଶି ତିଥିରେ ସୂର୍ଯ୍ୟ ଦେବଙ୍କ ଉଦୟ ପୂର୍ବରୁ ମାନସିକ ଧାରି ମହିଳା ଓ ପୁରୁଷ ଶୁଦ୍ଧପୂତ ଭାବେ ନୂତନ ବସ୍ତ୍ର ପରିଧାନ କରି ନିର୍ଜଳ ଉପବାସରେ ମାନସିକ ରଖି ଗୁହାରିଆ ପଡିଥାନ୍ତି।ପୁରୁଷଙ୍କ ଅପେକ୍ଷା ମହିଳା ମାନସିକ ଧାରୀଙ୍କ  ସଂଖ୍ୟା ଏଠାରେ ଅଧିକ ଦେଖିବାକୁ ମିଳିଥାଏ। ମଧ୍ୟାହ୍ନରେ ବାଟ ଗୋସାଇଁଙ୍କ ପାଦୁକ ଓ ପଣା ବଣ୍ଟା ଯାଇ ମାନସିକ ଧାରୀଙ୍କ ବ୍ରତ ଭଙ୍ଗ କରାଯାଇଥାଏ।ପିଲାଙ୍କ ଉର୍ଜଳ ଭବିଷ୍ୟତ କାମନା କରି ଏଠାରେ ପିଲାମାନଙ୍କ ମୁଣ୍ଡନ ମଧ୍ୟ କରାଯାଇଥାଏ।

ଏହି ମେଳାରେ ପାଖାପାଖି ଅଞ୍ଚଳ ସହିତ ଅଞ୍ଚଳ ବାହାରୁ ଶହଶହ ସଂଖ୍ୟାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟି ଥାଏ।ଶ୍ରଦ୍ଧାଳୁଙ୍କ ଦାନ ଓ ଦକ୍ଷିଣାରେ ବର୍ଷ ବର୍ଷ ଧରି ଏହି ମେଳା ଅନୁଷ୍ଠିତ ହୋଇଆସୁଛି ବୋଲି ଶ୍ରୀ ବଟ ଗୋସାଇଁ ମାଇପି ମେଳା ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।ମାଇପି ମେଳାର ମାହାତ୍ମ୍ୟ ବହୁ ପ୍ରାଚୀନ।ଅନେକ ବର୍ଷ ପୂର୍ବରୁ ଏହି ସ୍ଥାନକୁ ରାସ୍ତାଘାଟର ସୁବିଧା ନଥିବାରୁ ଶ୍ରଦ୍ଧାଳୁ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା।ହେଲେ ସମୟ କ୍ରମେ ଏବେ ପରସ୍ଥିତିରେ ସୁଧାର ଆସିଛି।ମେଳା ସ୍ଥଳକୁ ରାସ୍ତାର ସଂଯୋଗୀକରଣ ଦ୍ୱାରା ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଛି।ମାନସିକ ପୂରଣ ହେଉଥିବାରୁ ଏଠାରେ ପ୍ରତେକ ବର୍ଷ ଅନେକ ସଂଖ୍ୟାର ଶ୍ରଦ୍ଧାଳୁ ଓ ମାନସିକ ଧାରୀଙ୍କ ଭିଡ ଦେଖିବାକୁ ମିଳିଛି।ଗୁହାରିଆ ପଡିବା ସହିତ ପୀଠରେ ବାନା ବାନ୍ଧିଲେ ଭୟାବହ ରୋଗରୁ ଆରୋଗ୍ୟତା ମିଳିଥାଏ ବୋଲି କୁହାଯାଏ। ଏତିହା ପୁରାତନ ଯୁଗରୁ ମାନବ ମାନେ ମୃତ୍ତି ପୂଜା ସହିତ ବୃକ୍ଷକୁ ମଧ୍ୟ ପୂଜା କରିଆସୁଛନ୍ତି।ଏହା ଦ୍ୱାରା ପରିବାରର ମଙ୍ଗଳ ହେବା ସହିତ ବହୁ ରିଷ୍ଟ ଖଣ୍ଡନ ହୁଏ ଵୋଲି ସେ ସମୟରୁ ବିଶ୍ୱାସ ରହିଆସିଛି।ଆଜିର ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ମଣିଷକୁ କେହି ପୁରାତନ ପରମ୍ପରା ଠାରୁ ଦୂରେଇ ପାରିନାହିଁ।ଆଜି ବି ସେଇ ମଣିଷ ସେହି ପରମ୍ପରାକୁ ଉର୍ଜିବିତ ରଖିବା ପାଇଁ ଚଳାଇଛି ଉଦ୍ୟମ।ସେଥିପାଇଁ ମୃତ୍ତି ପୂଜା ସହିତ ବୃକ୍ଷ ପୂଜାକୁ ଭକ୍ତିର ଏକ ବଡ ମାଧ୍ୟମ କରିଛି ଆଜିର ସମାଜ।

ବିଜେପିକୁ ପ୍ରଣବଙ୍କ ପ୍ରଶ୍ନ, ପଶ୍ଚିମଓଡ଼ିଶା ପାଇଁ କରିଛନ୍ତି କଣ ?

ଦେବଗଡ଼ : ଦେବଗଡ଼ ରିଆମାଳରେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନୀ ପ୍ରଚାର । ଦେବଗଡ଼ ରିଆମାଳବାସୀଙ୍କୁ ତଥା ଦେବଭୂମିକୁ ପ୍ରଣାମ କରିଥିଲେ । ଅଭିଭାଷଣ ଦେବା ଆରମ୍ଭରୁ ବିଜୁବାବୁଙ୍କ କଥା ମନେ ପକାଇଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ପିତା ବିଜୁବାବୁଙ୍କର ଦେବଗଡ଼ ଥିଲା ତାଙ୍କର ହୃଦୟର ସ୍ଥାନ । ଆଉ ଏହି ଦେବଗଡ଼କୁ ଗୋଟିଏ ଜିଲ୍ଲ କରିଥିଲେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟ କରିଥିଲେ । ଏବଂ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ ମୋତେ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଉଛି । ଏହା ମଧ୍ୟ କହିଥିଲେ କିଏ ଏଠିକାର କିଏ ସେଠିକାର ମୁ ସେଥିରେ ବିଶ୍ବାସ କରେ ନାହିଁ । ମୁଁ ଖାଲି ଏତିକି ଜାଣିଛି ଓଡ଼ିଶା ଏକ, ନବୀନ ବାବୁ ଏକ, ଶଙ୍ଖ ଚିହ୍ନ ଏକ, ବଜୁ ଜନତା ଦଳ ଏକ ଏବଂ ମୋ ପରିବାର ଏକ । ମୁଖ୍ୟମନ୍ତ୍ରୀ ବାରମ୍ବାର କହିଛନ୍ତି ମୋ ଓଡ଼ିଶା ପାଇଁ ମୋର ସବୁକିଛି । ଏଠି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇପାରିନାହାନ୍ତି ଆପଣମାନେ, ତଥାପି କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ମାଟିକୁ ଭଲପାଇବାରେ କମ କରିନାହାନ୍ତି । କିନ୍ତୁ ଏଥର ଦେବଗଡ଼ବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ଯୋଡାଶଙ୍ଖକୁ ଆଶୀର୍ବାଦ କରିବେ । ଏହାପରେ ବିରୋଧୀଙ୍କୁ ମଞ୍ଚରୁ ଥାଇ ଟାର୍ଗେଟ କଲେ ପ୍ରଣବ । କହିଲେ ୫ଜଣ ସାଂସଦଙ୍କୁ ପଠାଇଥିଲେ କଣ କରିଛନ୍ତି ପଶ୍ଚିମ ଓଡ଼ିଶା ପାଇଁ । ଚାଷୀଙ୍କ ପାଇଁ କେତେଥର ସ୍ବର ଉଠାଇଛନ୍ତି । ଶେଷରେ କହିଥିଲେ ଘଣ୍ଟା ଘଣ୍ଟା ଭାଷଣ ଦେବେ କାମ କଥା କହିଲେ କହିବେ ମୁଁ ଚିଠି ଲେଖିଛି, କହିଛି କାମ ହେଇଯିବ କିନ୍ତୁ ତାହା ହେବ ନାହିଁ ଆପଣ ଜାଣିଛନ୍ତି ଭଲଭାବେ । ବିରୋଧୀଙ୍କର କଥା ବେସି କାମ କମ୍ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର କଥା କମ କାମ ବେସି । ଏଥର ଜବାବ ଦେବେ ଦେବଗଡ଼ବାସୀ । ଦେବଗଡ଼ର ବିକାଶପାଇଁ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବେ ।

ଚୀନରେ ୧୦୦ବର୍ଷର ସବୁଠାରୁ ବଡ଼ ଭୟଙ୍କର ବନ୍ୟା

ନନ୍ଦିଘୋଷ ବ୍ୟୁରୋ : ଚାଇନାରେ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ବନ୍ୟା ପାଇଁ ଏକ ସତର୍କ ସୂଚନା ରହିଛି। ଚୀନ୍‌ର ଅନେକ ପ୍ରଦେଶ ବର୍ତ୍ତମାନ ବନ୍ୟାରେ ବୁଡ଼ି ରହିଛି। ଚୀନ୍‌ର ସମସ୍ତ ନଦୀରେ ଜଳସ୍ତର ୧୯ଫୁଟରେ ପହଞ୍ଚିବ ବୋଲି ଚେତାବନୀ ଦିଆଯାଇଛି। ଚାଇନାରେ ଏହି ବନ୍ୟାରେ ଲକ୍ଷ ଲକ୍ଷ ଘର ଜଳବନ୍ଦି । ଦକ୍ଷିଣ ଚୀନ୍‌ର ଅନେକ ସହର ଗତ ଏକ ସପ୍ତାହ ଧରି ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତି ଏପରି ଯେ ଦକ୍ଷିଣ ଚାଇନାର ୪୪ ରୁ ଅଧିକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଚୀନ୍‌ର ଅନେକ ଅଞ୍ଚଳରେ ବନ୍ୟା ଦେଖାଦେଇଛି। ଯେଉଁଥିପାଇଁ ଏକ ଲକ୍ଷ ଦଶ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି | କେବଳ ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ୧୨ କୋଟି ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ଉତ୍ତର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ହୋଇଥିବା ବନ୍ୟା ପୂର୍ବରୁ ହୋଇଥିବା ସମସ୍ତ ବନ୍ୟାର ରେକର୍ଡ ଭାଙ୍ଗିଛି। ଉତ୍ତର ଗୁଆଙ୍ଗଡୋଙ୍ଗର ନଦୀରେ ଜଳ ଶହେ ବର୍ଷ ମଧ୍ୟରେ ସବୁଠାରୁ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଚାଇନାରେ ଏହି ବିନାଶର କାରଣ ଏପ୍ରିଲରେ ସାଧାରଣ ବୃଷ୍ଟିପାତଠାରୁ ଅଧିକ ବୋଲି କୁହାଯାଉଛି। ଏପ୍ରିଲରେ କଳିଙ୍ଗୁଆନରେ ହାରାହାରି ବର୍ଷା ୪୪୪ ମିଲିମିଟର ହୋଇଛି, ଯାହା ଗତ ବର୍ଷର ଦୁଇଗୁଣ ଅଟେ | ବର୍ଷା ଯୋଗୁଁ ହୋଇଥିବା ଏହି ବିନାଶ ଏକ ଭୟଙ୍କର ରୂପ ନେଇପାରେ |

ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି ଯେ ଏପ୍ରିଲର ୨୨-୨୩ ଦିନ ଓ ରାତି ଦକ୍ଷିଣ ଚୀନ୍ ଉପରେ ଭାରୀ ପଡ଼ିପାରେ । ବର୍ତ୍ତମାନ ଦକ୍ଷିଣ ଚାଇନାରେ ଜରୁରୀକାଳୀନ ସେବା ସଜାଗ କରାଯାଇଛି । ଚୀନ୍‌ରୁ ଆସୁଥିବା ରିପୋର୍ଟ ପରିସ୍ଥିତି କେତେ ଭୟଙ୍କର ହେବ ତାହା ଦର୍ଶାଉଛି। ବର୍ତ୍ତମାନ ଦକ୍ଷିଣ ଚାଇନାର ୧୬ଲକ୍ଷ ଲୋକ ବିଦ୍ୟୁତ ବିନା ବଞ୍ଚିବାକୁ ବାଧ୍ୟ ହେଉଛନ୍ତି। ଏକ ହଜାରରୁ ଅଧିକ ବିଦ୍ୟାଳୟ ବନ୍ଦ ରହିଛି।