spot_img
Home Blog Page 2009

‘ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତ୍ତି ସନ୍ତାନଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତୀ ସନ୍ତାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଏପ୍ରିଲ ୨୦୨୪ରୁ ପ୍ରଦାନ କରାଯିବ ଏହି ସମ୍ମାନ ରାଶି। ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ।

ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ବାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।


                

CAA ବିରୋଧରେ ସାଉଥର ଦୁଇ ବଡ ସୁପରଷ୍ଟାର

ନୂଆଦିଲ୍ଲୀ: ଦେଶରେ ସିଏଏ ଲାଗୁ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ବିରୋଧୀ ଦଳ ବିରୋଧ କରୁଛନ୍ତି। ଏବେ ଏହି ତାଲିକାରେ ସାଉଥର ଦୁଇ ବଡ ବଡ ସୁପରଷ୍ଟାର ମଧ୍ୟ ସାମିଲ ହୋଇଛନ୍ତି। ସୁପରଷ୍ଟାର ଥଲପତି ବିଜୟ ଏବଂ ତାମିଲ ସୁପରଷ୍ଟାର କମଲ ହାସନ ଏହାକୁ ବିରୋଧ କରିବା ସହ କଡା ସମାଲୋଚନା କରିଛନ୍ତି ।

CAA  ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କମଲ ହାସନ ଏବଂ ଥଲପତି ବିଜୟ । କମଲ ହାସନ କହିଛନ୍ତି ଯେ,  ମୁଁ ଏହି ବିଲ୍ ବିପକ୍ଷରେ ରହିଛି। ଏହା ଭାରତ ପାଇଁ ଅନ୍ଧାକାରର ଦିନ କହି କଡା ସମାଲୋଚନା କରିଛନ୍ତି ।

ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ ଗଠନ ହେଲା ଆଉ ୨୨ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ହୋଇଛି। ଏହାସହ ଗଞ୍ଜାମର ଭଞ୍ଜନଗର ଏନଏସିରୁ ମ୍ୟୁନିସିପାଲିଟିକୁ ଉନ୍ନୀତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ, ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା  ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ  ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଜନସାଧାରଣଙ୍କ ଦାବି, କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି, ଏହି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଅଞ୍ଚଳର ସାମଗ୍ରିକ ବିକାଶ କ୍ଷେତ୍ରରେ ନବଗଠିତ ପରିଷଦ ଗୁଡିକ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଗତ ମାସରେ ମୁଖ୍ୟମନ୍ତ୍ରୀ ୩୫ଟି ନୂଆ NAC ଓ ୫ଟି ନୂଆ ମ୍ୟୁନିସିପାଲିଟି ଗଠନ ନେଇ ଘୋଷଣା କରିଥିଲେ।

ଭୁବନେଶ୍ବରରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ। ଭୁବନେଶ୍ବର ମେୟରଙ୍କ ସରକାରୀ ବାସଭବନରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ସଫେଇ କର୍ମଚାରୀ। ୨ ଦିନ ଭିତରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ସଂଘ। ଅଳିଆ ପୃଥକି କରଣ ନକରିବା ଏବଂ ସଫେଇ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସଫେଇ କର୍ମଚାରୀ।

ଗତକାଲି ଅଳିଆ ପୃଥକି କରଣ କରିବାକୁ ୧୫ ଦିନ ଏବଂ ଦରମା ବୃଦ୍ଧି କରିବାକୁ ୩ ଦିନ ସମୟ ନେଇଥିଲା ବିଏମସି। ଲିଖିତ ପ୍ରତିଶ୍ରୁତି ଦାବି କରି ଆନ୍ଦୋଳନରେ ବସିଥିଲେ ସଫେଇ କର୍ମଚାରୀ। ଆଜି ମେୟରଙ୍କ ବାସଭବନରେ ଆଲୋଚନା ପରେ ଆନ୍ଦୋଳନରୁ ଓହରିଛନ୍ତି ସଫେଇ କର୍ମଚାରୀ। ଆଜିଠୁ ସଫେଇ କରିବେ କର୍ମଚାରୀ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି, ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ:  ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି। ୩ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସନ୍ଧ୍ୟା ୬ଟା ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଆଜି ଫାଲଗୁନ ଶୁକ୍ଳ ଚତୁର୍ଥୀ ତିଥି ଅବସରରେ ଶ୍ରୀ ବିଗ୍ରହଙ୍କର ବନକ ଲାଗି ନୀତି କରାଯିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ନୀତିକାନ୍ତି। ଧାର୍ଯ୍ୟ ସମୟ ଅନୁସାରେ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହି ସମୟରେ ପାର୍ଶ୍ବ ଦେବାଦେବୀଙ୍କ ପୂଜା କରିପାରିବେ ଶ୍ରଦ୍ଧାଳୁ।ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଯେତିକି ସମୟ ଏହି ନୀତି ଚାଲେ ସେହି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରୁହେ।

କାଲିଠୁ ରାଜ୍ୟରେ ବଦଳିବ ପାଗ, ହାଲୁକାରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର: ଆଜି ବି ସିଝିବ ଓଡ଼ିଶା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ଉପରମୁହାଁ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ରାଜ୍ୟରେ ତାତି ବୃଦ୍ଧି ପାଇଛି । କାଲିଠୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି। ୧୬ ତାରିଖ ବେଳକୁ ବର୍ଷାର ବିସ୍ତୃତି ବଢିବ। ଉପକୂଳ ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି । ୧୮ ଏବଂ ୧୯ ତାରିଖରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ବର୍ତ୍ତମାନ ରାଜ୍ୟରେ ବାୟୁ ଚଳାଚଳରେ ଅସଙ୍ଗତି ଦେଖାଦେଉଛି। ସେହିଭଳି ଉତ୍ତର ଓଡ଼ିଶାକୁ ଉତ୍ତର-ପଶ୍ଚିମ ଭାରତରୁ ଥଣ୍ଡା ପବନ ଆସୁଛି । ସେଥିପାଇଁ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢିବ ନାହିଁ ବୋଲି କୁହାଯାଇଛି ।

କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ

ହାଇଦ୍ରାବାଦ: କାର୍ଯ୍ୟରତ ଆଇପିଏସ୍‌ ଅଧିକାରୀଙ୍କୁ ଧକ୍କା ଦେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ। ଏପରି ଏକ ଅଘଟଣ ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲ୍ଲାରେ ଘଟିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡିଙ୍କ ସହର ଗସ୍ତ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏମସ୍‌ ଅଧିକାରୀଙ୍କର ସର୍ଜରୀ ହୋଇଥିବା ଜଣାପଡିଛି।

ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଆଇପିଏସ୍‌ ଅଧିକାରୀ ଜଣକ ହେଲେ ପରିତୋଷ ପଙ୍କଜ। ସେ ଭଦ୍ରାଞ୍ଚଳମର ଏଏସ୍‌ପି ଭାବେ କାର୍ଯରତ ଅଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାରକେଡ ସହର ମଧ୍ୟ ଦେଇ ଯାଉଥିବା ବେଳେ ପରିତୋଷ ପଙ୍କଜ ଡ୍ୟୁଟିରେ ମୁତୟନ ଥିଲେ। ସେହି ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀଙ୍କ କାରକେଡର ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। କାର୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ ଆଇପିଏସ୍‌ ଅଧିକାରୀ ପଙ୍କଜ ତଳେ ପଡ଼ି ଯାଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପଙ୍କଜଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦକୁ ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ଭାରସାମ୍ୟ ହରାଇ କେନାଲ ଭିତରେ ଖସି ପଡିଲା ଟ୍ରକ, ଡ୍ରାଇଭର ଏବଂ ହେଲ୍ପର ମୃତ

ବ୍ୟୁରୋ ରିପୋର୍ଟ:  ଭାରସାମ୍ୟ ହରାଇ କେନାଲ ଭିତରେ ଖସି ପଡିଲା ଟ୍ରକ। ଘଟଣାସ୍ଥଳରେ ଡ୍ରାଇଭର ଏବଂ ହେଲ୍ପର ମୃତ। ବାଙ୍ଗିରିପୋଷି ଥାନା ଜଗନ୍ନାଥ ଖୁଣ୍ଟା ସୁବର୍ଣ୍ଣରେଖା କେନାଲ ଭିତରେ ଖସି ପଡିଲା ଟ୍ରକ।। ବାରିପଦା ପଟୁ ଝାରପୋଖରୀଆ ଅଭିମୁଖେ ଯାଉଥିବା ଟ୍ରକ । ୩୦ ଫୁଟ ତଳ କେନାଲ ଭିତରକୁ ଖସି ପଡିଥିଲା। ଖବର ପାଇ ବାଙ୍ଗିରିପୋଷି ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅନ୍ୟପଟେ ବାଲେଶ୍ବର ରୂପସା ଥାନା ହଳଦିପଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନକୁ ପଛପଟୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ଜଣେ ମୃତ ଦୁଇ ଜଣ ଗୁରୁତର। ସୋରରୁ ବସ୍ତା ଅଭିମୁଖେ ଯାଉଥିଲା ପିକଅପ୍ ଭ୍ୟାନ। ଗରୁତରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ମୃତକ ଜଣକ ହେଲେ ସୋରର ସରଜୁ ସାହା।

ଧାର୍ମିକ ଶୋଭାଯାତ୍ରାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୭ ଅଭିଯୁକ୍ତ ଗିରଫ

ତାମିଲନାଡୁ: ତାମିଲନାଡୁରେ ନାବାଳିକାଙ୍କୁ ଅତ୍ୟାଚାର ଘଟଣା ସାମ୍ନାକୁ ଆସିଛି। ଏକ ଧାର୍ମିକ ଶୋଭାଯାତ୍ରାରେ ଯୋଗ ଦେବାକୁ ଯାଇଥିବା ନାବାଳିକା ଅତ୍ୟାଚାରର ଶିକାର ହୋଇଛନ୍ତି। ଶୋଭାଯାତ୍ରାରେ ୭ ଜଣ ଯୁବକ ଗହଳି ମଧ୍ୟରୁ ନାବାଳିକାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଅମାନୁଷିକ ଘଟଣା ତାମିଲନାଡୁର ବୈଲ୍ଲାକୋବିଲରେ ଘଟିଛି। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାନୁସାରେ, ତାମିଲନାଡୁର ବୀରା କୁମାରସ୍ୱାମୀ ମନ୍ଦିରରେ ଆୟୋଜିତ ରଥ ଉତ୍ସବ ଦେଖିବାକୁ ଗତ ୯ ତାରିଖରେ ୧୭ ବର୍ଷୀୟା ପୀଡ଼ିତାଜଣକ ଯାଇଥିଲେ । ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଟାର୍ଗେଟ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ।

ଝିଅକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ତରଫରୁ ତତ୍ପରତା ପ୍ରକାଶ ପାଇ ଘଟଣାର ତଦନ୍ତ କରିବାକୁ ଦୁଇଟି ସ୍ପେଶାଲ ଟିମ୍‌ ଗଠିତ ହୋଇଥିଲା। ଏହାପରେ ପୋଲିସ କାମାରାଜାପୁରକମରୁ ଜଣେ ୩୨ ବର୍ଷୀୟ ଅଭିଯୁକ୍ତ ଏବଂ ଅନ୍ୟଜଣେ ୨୯ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଟ୍ରେଲ ଆଧାରରେ ପୋଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ଏନେଇ ପୋଲିସ ଅଭିଯୁକ୍ତଙ୍କୁ ଅଧିକତ ପଚରାଉଚରା କରିବା ସହ କଡାକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ, କଟକ ଏସସିବି ମେଡିକାଲରେ ଭର୍ତ୍ତି

କଟକ: ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଅସୁସ୍ଥ । ତାଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏସସିବି ନ୍ୟୁ ମେଡିସିନ ବିଭାଗ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି। ତିନି ଜଣିଆ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି। ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଅଧିକ ଚିକିତ୍ସା ନେଇ ଡାକ୍ତରୀ ଟିମ ପରାମର୍ଶ ଦେବେ।

ଅନ୍ଯ ପକ୍ଷରେ କମଳା ପୂଜାରୀଙ୍କ ଭେଟି ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି କଟକ ମେୟର ସୁବାସ ସିଂ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କର ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ମେୟର ସୂଚନା ଦେଇଛନ୍ତି ।