spot_img
Home Blog Page 2027

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ସମସ୍ତ ଅଧିକାରୀଙ୍କୁ ସ୍ଵତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର : କମିଶନରେଟ ପୋଲିସ ଅଧୀନରେ ଥିବା ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା ନେଇ ପୋଲିସ ସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ କମିଶନର ଅବିନାଶ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ବିଏମସି କମିଶନର ରାଜେଶ ପାଟିଲ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଭୁବନେଶ୍ୱର ୟୁପିଡିର ସମସ୍ତ ଥାନା ଅଧିକାରୀ, ଜୋନ ଏସିପି ଏବଂ ତହସିଲଦାର, ବିଡ଼ିଓ, ଏବ ଅବକାରୀ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । କେଉଁଭଳି ଭାବେ ନିର୍ବାଚନ ପରିଚାଳନା ହେବ ସେନେଇ ହୋଇଛି ଆଲୋଚନା । ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ଗଠନ କରାଯିବ ସ୍ୱତନ୍ତ୍ର ଟିମ । ମଡେଲ କୋଡ ଅଫ କଣ୍ଡକ୍ଟ ଲାଗୁହେବା ପରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରାଇବା ପାଇଁ ଏହି ସ୍ୱତନ୍ତ୍ର ଟିମ କାମ କରିବ ।

ରାସ୍ତା ଘାଟରୁ ହଟିବ ରାଜନୈତିକ ଦଳ ମାନଙ୍କର ପ୍ରଚାର ପୋଷ୍ଟର । Bmc ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ପବ୍ଲିକ ପ୍ଲେସରୁ ସମସ୍ତ ବିଜ୍ଞାପନକୁ ହଟାଯିବା ସହ ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡ଼ ଲାଇନ କରାଯିବ ଓ bmc ପକ୍ଷରୁ ତାକୁ କାର୍ଯ୍ୟକାରୀ କରାଯିବ । ଶୋଭାଯାତ୍ରା, ସାଧାରଣ ସଭା, ପ୍ରଚାର ସମୟରେ ଗାଇଡଲାଇନକୁ କେମିତି ଅନୁସରଣ କରାଯିବ ସେନେଇ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଓ କଟକରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଫୋର୍ସ ଆସି ପହଁଚି ସାରିଛି । କମିଶନରେଟ ପୋଲିସ ମଧ୍ୟ ସ୍ଵତନ୍ତ୍ର ଟିମ ଗଠନ କରିସାରିଛି ।ନିର୍ବାଚନ ତଦାରଖ ପାଇଁ ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ ହୋଇଛି । ସ୍ୱଚ୍ଛ ଓ ଅବାଧ ନିର୍ବାଚନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଦିଆଯାଇଛି ସ୍ଵତନ୍ତ୍ର ଟ୍ରେନିଂ।

ଭାରତର ଉତ୍ତର ପୂର୍ବ ଲୋକଙ୍କ ସହ କାହିଁକି ସମ୍ପର୍କ ବାନ୍ଧିବାକୁ ଚାହୁଁଛନ୍ତି ତାଇୱାନର ଶ୍ରମମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ତାଇୱାନର ଶ୍ରମ ମନ୍ତ୍ରୀ ସୁ ମିଙ୍ଗ-ଚୁନ୍ ନିକଟରେ ଭାରତକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ଜାତିଭିତ୍ତିକ ମନ୍ତବ୍ୟ କୁହାଯାଉଛି । ଏଥିପାଇଁ ସେ କ୍ଷମା ମଧ୍ୟ ମାଗିଛନ୍ତି । ବାସ୍ତବରେ ସୁ ମିଙ୍ଗ-ଚୁନ୍ କହିଥଲେ ଯେ ତାଇୱାନ ଭାରତର ଉତ୍ତର ପୂର୍ବ ଲୋକଙ୍କୁ ନିଯୁକ୍ତି ଦେବ କାରଣ ସେମାନଙ୍କର ଚର୍ମ ରଙ୍ଗ ଏବଂ ଖାଇବା ଅଭ୍ୟାସ ତାଇୱାନର ଲୋକଙ୍କ ସହ ସମାନ। ତାଇୱାନର ବୈଦେଶିକ ମନ୍ତ୍ରଣାଳୟ ନିକଟରେ ପ୍ରକାଶିତ ବିବୃତ୍ତି ଅନୁଯାୟୀ, ଫେବୃଆରୀ ୧୬ରେ ତାଇୱାନ ଶିଳ୍ପରେ ଶ୍ରମିକଙ୍କୁ ନିଯୁକ୍ତି ଦେବା ପାଇଁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ପରେ ହିଁ ଭାରତୀୟ ଶ୍ରମିକ ନିଯୁକ୍ତି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ତାହେଲେ ଜାଣନ୍ତୁ ତାଇୱାନର ଲୋକମାନେ ଏବଂ ସେମାନଙ୍କର ଖାଦ୍ୟ, ପାନୀୟ ଭାରତର ଉତ୍ତର-ପୂର୍ବ ଅଞ୍ଚଳ ସହିତ କେତେ ସମାନ | ତାଇୱାନରେ କେଉଁ ଧର୍ମରେ ଅଧିକ ଲୋକ ଅଛନ୍ତି ? ତାଇୱାନର ଅସ୍ତିତ୍ୱ ପାଇଁ ସର୍ବଦା ବିପଦ ରହିଥାଏ | ଏହାର କାରଣ ହେଉଛି ଚୀନ୍ ସହିତ ପୁରୁଣା ବିବାଦ | 

ଚାଇନା ତାଇୱାନକୁ ଏକ ପ୍ରଦେଶ ଭାବରେ ଦେଖେ ଯାହା ଏଥିରୁ ଅଲଗା ହୁଏ ଏବଂ ତାଇୱାନକୁ ନିଜକୁ ଏକ ପୃଥକ ଦେଶ ଭାବରେ ଦେଖେ। ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ପାଇଁ ଏହା ହେଉଛି ଏକମାତ୍ର କାରଣ | କିନ୍ତୁ ଏସବୁ ସତ୍ତ୍ୱେ ତାଇୱାନର ନିଜସ୍ୱ ସଂସ୍କୃତି ଅଛି ଯାହାକୁ ସେ ଗ୍ରହଣ କରନ୍ତି | ତାଇୱାନର ରାଜଧାନୀ ହେଉଛି ତାଇପେଇ | ଜନସଂଖ୍ୟା ପ୍ରାୟ ୨ କୋଟି ୩୮ ଲକ୍ଷ ଲୋକ | ଗଣତାନ୍ତ୍ରିକ ସରକାର ଏଠାରେ କାର୍ଯ୍ୟ କରେ | ଏହାକୁ ତାଇୱାନର ସାଧାରଣ ଲୋକ ମନୋନୀତ କରନ୍ତି | ଏଠାରେ ସମୁଦାୟ ଜନସଂଖ୍ୟାର ପ୍ରାୟ ୮୦ପ୍ରତିଶତ ତାଇୱାନର ମୂଳ ବାସିନ୍ଦା | ୧୫ ପ୍ରତିଶତ ଲୋକ ଚାଇନାରୁ ଏଠାକୁ ଆସିଥିବାବେଳେ ଅବଶିଷ୍ଟ ୫ପ୍ରତିଶତ ଅନ୍ୟ ଦେଶର ଲୋକ ଅଟନ୍ତି। ତାଇୱାନର ପ୍ରାୟ ୯୩ପ୍ରତିଶତ ଲୋକ ନିଜକୁ ବୌଦ୍ଧ, ତାଓବାଦୀ ବୋଲି ଭାବନ୍ତି। ଖ୍ରୀଷ୍ଟିଆନଙ୍କ ସଂଖ୍ୟା ପ୍ରାୟ ୪.୫ ପ୍ରତିଶତ | ଚୀନ୍ ଗୃହଯୁଦ୍ଧ ସମୟରେ ପ୍ରାୟ ୨୦ହଜାର ମୁସଲମାନ ତାଇୱାନକୁ ପଳାଇଥିଲେ। ୧୯୮୦ଦଶକରୁ ମିଆଁମାର ଏବଂ ଥାଇଲ୍ୟାଣ୍ଡର ହଜାର ହଜାର ମୁସଲମାନ ଉନ୍ନତ ଜୀବନ ଖୋଜିବା ପାଇଁ ତାଇୱାନକୁ ଯାଇଥିଲେ।

ପ୍ରସିଦ୍ଧ ଶୈବ ପୀଠ କପିଳାସରେ ଜାଗର ପାଇଁ କେମିତି ରହିଛି ପ୍ରସ୍ତୁତି ?

ଢେଙ୍କାନାଳ : ରାତି ପାହିଲେ ଜାଗର ଯାତ୍ରା । ଢେଙ୍କାନାଳର ପ୍ରସିଦ୍ଧ ଶୈବ ପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁଙ୍କର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ସମସ୍ତ ବିଭାଗ ପକ୍ଷରୁ କାର୍ଯ୍ୟ ତ୍ୱରାନିତ ହୋଇଛି । ଜାଗର ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପବିତ୍ର ଜାଗର ଯାତ୍ରା ପାଇଁ ମନ୍ଦିର ପରିସ୍କାର ପରିଚ୍ଛନତା , ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯିବ । ଚଳିତ ବର୍ଷ ରାଜପୁରଧାଙ୍କ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନିତିକାନ୍ତି ପରେ ପ୍ରାପ୍ତ ୩ଘଣ୍ଟା ୫୫ ମି.ସମୟରେ ମନ୍ଦିର ଉପରକୁ ମହାଦିପ ଉଠିବାର ସମୟ ଧାର୍ଯ୍ୟ କରାଯାଇଛି ।

ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏଥିସହିତ ୫ ଜଣ ଡିଏସପି ,୧୩ଜଣ ଇନିସପେକ୍ଟର ,ଏସ୍ଆଇଙ୍କୁ ମିଶି ୮୧ ଜଣଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ଚଳିତ ବର୍ଷ ଶ୍ରଦ୍ଧାଳୁ ମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବେ ସେଥି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି  ।

ଆଜି ଘୋଷଣା ହୋଇପାରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ। ଆଜି ବସୁଛି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଆଜି ସନ୍ଧ୍ୟା ୬ଟାରେ ବସିବ ବୈଠକ। ଏହି ବୈଠକ ପରେ କଂଗ୍ରେସର ପ୍ରଥମ ପର୍ଯ୍ୟାୟ  ପ୍ରାର୍ଥୀ ତାଲିକା ଘୋଷଣା ହେବ । ଅଧିକାଂଶ  ରାଜ୍ୟ ନିଜ ନିଜର ସ୍କ୍ରିନିଂ କମିଟି ବୈଠକ ଶେଷ କରିଛନ୍ତି । ସେହି ରିପୋର୍ଟ ଆଧାରରେ ପ୍ରାର୍ଥୀ ଚୟନ ଲାଗି ନିର୍ବାଚନ କମିଟି ନିଷ୍ପତ୍ତି ନେବ । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା

ଏହି ବୈଠକରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ, ଅମ୍ବିକା ସୋନି, ଅଧୀର ହେବେ । ରାଜସ୍ଥାନର ୨୫ଟି ଆସନ ଲାଗି ରାଜ୍ୟ ସ୍କ୍ରିନିଂ କମିଟି ତାର ତାଲିକା ପଠାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜେପି ନିଜର ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

ଜାଗର ପାଇଁ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ନୀତିକାନ୍ତି ସମୟ ଜାଣନ୍ତୁ

ଭୁବନେଶ୍ୱର : ରାତି ପାହିଲେ ମହାଶିବରାତ୍ରି । ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର । ଜାଗର ପାଇଁ ସଜେଇ ହୋଇଛି ବାବା ଲିଙ୍ଗରାଜଙ୍କ ମନ୍ଦିର ।  ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦେଇଛି ମନ୍ଦିର ପ୍ରଶାସନ। କାଲି ଭୋର ୩ଟାରୁ ନୀତିକାନ୍ତି ଆରମ୍ଭ ହେବ । ରାତି ୧୦ରୁ ୧୧ଟା ଭିତରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଶ୍ରୀଲିଙ୍ଗରାଜ ଓ କପିଳେଶ୍ଵରଙ୍କ ଶୃଙ୍ଖଳିତ ଜାଗରଯାତ୍ରା ଲାଗି ବିଏମସି ମାର୍ଗଦର୍ଶିକା ଜାରିକରିଛି । ଅତିରିକ୍ତ କମିସନରଙ୍କୁ ପରିଚାଳନା ଦାୟିତ୍ବ ଦିଆଯାଇଛି । ସେହିପରି ବିଏମସି ସ୍ବାସ୍ଥ୍ୟ ଅଧିକାରୀଙ୍କୁ ୨ ମନ୍ଦିରର ନୋଡାଲ୍ ଅଫିସର ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି । ୩ଟି ସିଫ୍ଟରେ ପୂରା ଏକାମ୍ର କ୍ଷେତ୍ରରେ ସଫେଇ କରାଯିବ । ଏଥିଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଓ କପିଳେଶ୍ଵର ମନ୍ଦିର ଅଞ୍ଚଳରେ ଅତିରିକ୍ତ ସଫେଇକର୍ମୀ ନିୟୋଜିତ କରିବାକୁ ବିଏମ୍ସି ଘରୋଇ ସଫେଇ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି । ସେହିପରି ବିନ୍ଦୁସାଗର ଘାଟ ସଫା କରିବାକୁ ସଫେଇ ସଂସ୍ଥାକୁ କୁହାଯାଇଥିବାବେଳେ ଆଜି ସୁଦ୍ଧା ସଫେଇ ଶେଷ କରିବାକୁ କୁହାଯାଇଛି। ବିନ୍ଦୁସାଗରର ଆଲୋକୀକରଣ କରିବାକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ଦିର ଚାରିପଟେ ଲିଚୁ ମାଳ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଉଛି । Maha Shivratri: 'Mahadeepa' lifted atop Lingaraj Temple in Bhubaneswar – ThePrint – ANIFeed

ଏଥିଲାଗି ବିଏମସିର ଇଲେକ୍ଟ୍ରିକାଲ ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ମେୟରଙ୍କ ନିର୍ଦ୍ଦେଶ ମୁତାବକ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳାର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଖାଲି ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ନୁହେଁ ବରଂ ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପଚେରି, କେଦାରଗୌରୀ ମନ୍ଦିର ଓ ମୁକ୍ତେଶ୍ଵର ମନ୍ଦିର ସୌନ୍ଦର୍ଯ୍ୟକରଣ କରାଯିବ। ମେକାନିକାଲ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ୨ଟି ପାଣି ଟ୍ୟାଙ୍କର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଏକ ଭ୍ରାମ୍ୟମାଣ ଶୌଚାଳୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରାଯିବ, ଯେଉଁମାନେ କି ନିୟମିତ ଭ୍ରାମ୍ୟମାଣ ଶୌଚାଳୟକୁ ସଫା ରଖିବେ । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲକୁ ନିର୍ଦ୍ଦେଶ ମିଳିଛି । ଜୋନାଲ ଡେପୁଟି କମିସନର ନିୟମିତ କ୍ଷେତ୍ରସ୍ତରୀୟ ଯାଞ୍ଚ କରିବେ ।

କୁଆଡ଼େ ସ୍ଥାନାନ୍ତର ହେବ ଭୁବନେଶ୍ୱରର ଝାରପଡା ଜେଲ ଜାଣନ୍ତୁ ?

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଜାମୁଝରି ମୁକ୍ତାକାଶ ଜରାଶ୍ରମ ପରିସର ଓ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମୀ ଛତାବର ଠାରେ ରାଜ୍ୟର ଏକ ମଡେଲ ଜେଲ ନିର୍ମାଣ କରାଯିବ। ଭୁବନେଶ୍ୱରର ଝାରପଡା ଜେଲ ସ୍ଥାନାନ୍ତର କରାଯିବ। ଏହି ଉଦେଶ୍ୟରେ ଆସନ୍ତା ୧୨ ତାରିଖରେ ମଡେଲ ଜେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏନେଇ ଆଜି ଜେଲ ଡିଜିଏମ ଏମ. ପ୍ରସାଦ ସେହି ଅଞ୍ଚଳ ପରିଦର୍ଶନ କରିଥିଲେ। ମଡେଲ ଜେଲର ପରିସୀମା 35 ଦଶମିକ 2ଏକର ରହିଥିବାବେଳେ ୨ ହଜାର ୫୦୦ କଏଦୀ ରହିବା ଲାଗି ବ୍ୟବସ୍ଥା ହୋଇଛି। ଏହା ୬ ମହଲା ବିଶିଷ୍ଟ ହେବ ଏବଂ ୨ ବର୍ଷ ମଧ୍ଯରେ ଏହାର ନିର୍ମାଣ ସରିବ।

ଲାଞ୍ଚନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସରକାରୀ କର୍ମଚାରୀ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ I ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟଳୟର ବ୍ଲକ ରିସୋସ କୋଡ଼ିନେଟର-ବିଆରଏସଙ୍କୁ ଧରିଛି ଭିଜିଲାନ୍ସ ।  ୫ ହଜାର ଟଙ୍କା ଲାଞ୍ଚନେବା ବେଳେ ମଧୁସୂଦନ ପଟେଲଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ  I ପାଇଖାନା ନିର୍ମାଣ ବିଲ ପାଇଁ ମହମ୍ମଦ ଆଶିଷଙ୍କ ଠାରୁ ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି  ।

ବିଆରଏସ ମଧୁସୂଦନ ପଟେଲଙ୍କ ଘର ପୁଇନ୍ତଲା ବ୍ଲକ୍ କୁରୁଲ୍ ଗାଁରେ ବୋଲି ଭିଜିଲାନ୍ସ DSP ପୂଲସ୍ତି ଛତ୍ରୀୟା ସୂଚନା ଦେଇଛନ୍ତି I ମଧୁସୂଦନ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।

ଆଉଟସୋର୍ସିଂ କର୍ମଚାରୀଙ୍କ ଦରମା ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି। ସରକାରୀ କାର୍ଯ୍ୟାଳୟରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ ରହିଛି। ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ। ତଦ୍‌ନୁଯାୟୀ ରାଜ୍ୟ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଉଟସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି। ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ ଏହା ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉଟସୋର୍ସିଂ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟସୋର୍ସିଂ ଓମ୍ବୁସମ୍ଯାନ୍ ଗଠନ ହୋଇଛି।  ଅଭିଜ୍ଞତା ଥିବା କର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ୫ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ୧ ହଜାର ଟଙ୍କା ମିଳିବ।

ମହିଳା କର୍ମଚାରୀ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ। ଆଉଟସୋର୍ସିଂ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର ଏଜେନ୍ସିଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ  ନୋଡାଲ ଅଫିସର ରହିବେ। ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA ଏବଂ PG ଡିପାର୍ଟମେଣ୍ଟ CMGI ଜରିଆରେ ଏକ ସଫ୍ଟୱେଆର ଆପ୍ଲିକେସନ ବିକଶିତ କରାଯିବ। ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।. ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି। ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ।ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସି  ମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ।

ଚାଲି ଚାଲି ଭାରତ ଭ୍ରମଣ କରୁଛନ୍ତି ୨ ଯୁବକ

ଭୁବନେଶ୍ବର: କାନ୍ଧରେ ବ୍ୟାଗ ଓ ତ୍ରିରଙ୍ଗା ପତାକା। ୨ଯୁବକଙ୍କ ପାଦରେ ଚାଲି ଚାଲି ଭାରତ ଭ୍ରମଣ। ନିଶାଶକ୍ତ ଯୁବପୀଢ଼ିଙ୍କୁ ବାଟକୁ ଆଣିବା ଲକ୍ଷ୍ୟରେ  ଯୁବକଙ୍କ ଭାରତ ଭ୍ରମଣ। ଦେବଭୂମି ଉତ୍ତରାଖଣ୍ଡରୁ ଚାଲି ଚାଲି ଲିଙ୍ଗରାଜ ପହଞ୍ଚିଛନ୍ତି।  ଦେଶର ୧୨ ଜ୍ୟୋର୍ତିଲିଙ୍ଗ ସମେତ, ସମସ୍ତ ଶକ୍ତିପୀଠ ଓ ଚାରି ଧାମ ଯାତ୍ରା ରେ ବାହାରିଛନ୍ତି  ରଣବୀର। ବିଏ ପାସ। ନିଜ ଜିଲ୍ଲା ଉତ୍ତରାଖଣ୍ଡ ରୁ ଯାତ୍ରା ଆରମ୍ଭ କରି ସୋମନାଥ, ଉଜ୍ଜେନ୍, ରାମେଶ୍ଵରମ, ଭୀମାଶଙ୍କର ଙ୍କ ସମେତ ୯ ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିସାରିଛନ୍ତି। ପ୍ରାୟ ୯ ହାଜର କିଲୋମିଟର ଯାତ୍ରା କରି ଓଡ଼ିଶା ପହଂଚିଛନ୍ତି। ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ବୈଦ୍ୟନାଥ ଓ କେଦାରନାଥ ଦର୍ଶନ ପାଇଁ ବାହାରିବେ। ସେହିଭଳି ଏସ.କେ  ଘର ବିହାର।। ବି.କମ ପାଠ ପଢା ସରିବା ପରେ ଏମ.କମ ଜଏନ କରି ଏକ ସଂସ୍ଥାରେ ଆକାଉଣ୍ଟ ସେକ୍ସନ କାମ କରୁଥିଲେ। ଭାରତ ଭ୍ରମଣ ନିଶାରେ ବାହାରି ପ୍ରାୟ ୮ ହଜାର କିଲୋମିଟର ବୁଲିଲେଣି। ବାଟରେ ରଣବିରଙ୍କୁ ଦେଖା ହେବା ପରେ ଉଭୟ ପୁରା ଭାରତ ଭ୍ରମଣ କରିବା ସହିତ ମନ୍ଦିର ବୁଲି ଦର୍ଶନ କରିବେ।

ବନ୍ଦ କୋଠରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଲୋକନାଥପୁର ଶାସନ ଗାଁରେ ଚାଞ୍ଚଲ୍ଯ । ବନ୍ଦ କୋଠରୀରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର ,ହତ୍ଯା ସନ୍ଦେହ । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ । ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ମାନସିକ ଅନଗ୍ରସର ଭଉଣୀଙ୍କ ସହିତ ଶୋଇଥିବା ବେଳେ ଘଟିଛି ଅଘଟଣ । ଲକ୍ଷ୍ମୀପ୍ରିୟାଙ୍କ ବେକରେ କଟା ଦାଗ ରହିଛି । ତାଙ୍କୁ ହତ୍ୟା ପରେ କେହି ଦୁର୍ବୁତ୍ତ ଛାତ ଉପର କବାଟ ଖୋଲି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସମ୍ପର୍କୀୟ ଏବଂ ପଡୋଶୀ। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।