spot_img
Home Blog Page 2040

ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ହଟ୍ ଓ୍ବେଦର କଣ୍ଡିସନ୍ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଆହୁରି ତାତି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ହେବ ତାତି । ଆଜି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଆଦି ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ମେଘମୁକ୍ତ ଆକାଶ ପାଇଁ ତାପମାତ୍ରା ବୃଦ୍ଧି ପାଇଛି ।  ସେପଟେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପଶ୍ଚିମା ଝଡର ସକ୍ରିୟତା ପାଇଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । କାଲି ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ଏବଂ କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।

୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ । ତେବେ ଦ୍ବିତୀୟ ସପ୍ତାହ ଶେଷ ବେଳକୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆକଳନ କରାଯାଇଛି । ଆଇଏମ୍ଡିର ସିଜିନାଲ ଫୋରକାଷ୍ଟ ଅନୁସାରେ ଚଳିତବର୍ଷ ମାର୍ଚ୍ଚ ମାସରୁ ଆରମ୍ଭ କରି ମେ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଅନୁଭୁତ ହେବ । ଏଲନିନୋ ପ୍ରଭାବ ଅଧିକ ରହୁଥିବାରୁ ଅଧିକ ତାତି ଅନୁଭୁତ ହେବ । ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାର୍ଚ୍ଚ ମାସରେ ପଶ୍ଚିମା ଝଡର ଅଧିକ ପ୍ରଭାବ ରହିଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତକାଲି ରାଜ୍ୟରେ ଅଧିକାଂଶ ସ୍ଥାନରେ ୩୫ ଡିଗ୍ରୀରୁ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଆଜି ମଧ୍ୟ ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବ ବୋଲି ଆକଳନ କରାଯାଇଛି ।

 

ବେକରେ ରଶି ଲଗାଇ ଝୁଲିପଡ଼ିଲେ ଭାଇ ଭଉଣୀ

ଭଦ୍ରକ: ଜମିଜମା ବିବାଦରୁ କରୁଣ ପରିଣତି। ଗୋଟିଏ ପରିବାରର ୨ ଜଣଙ୍କ ଆତ୍ମହତ୍ୟା। ପ୍ରଥମେ ଭାଇ ଓ ପରେ ଭଉଣୀ ଆତ୍ମହତ୍ୟା କରିଛନ୍ତି । ଶୁକ୍ରବାର ଦିନ ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମର ସନାତନ ବେହେରା ବେକରେ ରଶି ଲଗାଇ ଆତ୍ମହତ୍ଯା କରିଥିଲେ । ସନାତନ ଅନ୍ଯ ରାଜ୍ଯରେ ରହି କାମ କରୁଥିଲେ । କିଛି ଦିନ ତଳେ ଘରକୁ ଆସିଥିଲେ। ତାଙ୍କ ଘରେ ଛପର ଚାଲିଥିବା ବେଳେ ବଡ଼ ବାପାଙ୍କ ଘର ସହିତ  ଜମିଜମା ଭାଗବଣ୍ଟାକୁ ନେଇ ଝଗଡା ହୋଇଥିଲା । ଏହାକୁ ନେଇ ସନାତନ ଘର ଭିତରେ ବେକରେ ରଶି ଲଗାଇ ଝୁଲିପଡିଥିଲେ । ତାହାର କିଛି ଘଣ୍ଟା ପରେ ବଡ ବାପା କାଳନ୍ଦୀ ବେହେରାଙ୍କ ଝିଅ ନିରୁପମା ବେହେରା ବି ରଶି ଲଗାଇ  ଆତ୍ମହତ୍ୟା କରିଥିଲେ । ଭାଇର ମୃତ୍ୟକୁ ସହିନପାରି ଭଉଣୀ ଆତ୍ମହତ୍ୟା କରିଥିବା କୁହାଯାଉଛି। ଉଭୟ ମୃତଦେହକୁ ଧୁଷୁରୀ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଛି।

 

ଭାରତୀୟ ସେୟାର ବଜାରରେ ରେକର୍ଡ ଅଭିବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେୟାର ବଜାରରେ ରେକର୍ଡ ଅଭିବୃଦ୍ଧି । ଲଗାତର ଭାବେ ବଢୁଛି ଷ୍ଟକ୍ ବଜାର । ଶନିବାରରେ ଥିଲା ୨ଟି ସ୍ପେସାଲ୍ ସେସନ୍ । ସକାଳ ୯ଟା ୧୫ରୁ ୧୦ଟା ଥିଲା ପ୍ରଥମ ସେସନ୍ ।  ଦିନ ୧୧ଟା ୩୦ରୁ ୧୨.୩୦ ରହିଥିଲା ଦ୍ବିତୀୟ ସେସନ୍ । ନିଫଟି ୨୨ ହଜାର ୩୭୮ ପଏଣ୍ଟରେ ଅଲ୍ ଟାଇମ୍ ହାଇରେ କ୍ଲୋଜ୍ । ସେନସେକ୍ସ ୭୩,୮୦୬ ପଏଣ୍ଟ ଉପରେ ରେକର୍ଡ ହାଇ ସହିତ କ୍ଲୋଜ୍ ହୋଇଛି ।  ଟାଟା ଷ୍ଟିଲ୍, ଆଇଇଏକ୍ସ ଏବଂ ମେଟାଲ୍ ସେକ୍ଟରରେ ବଡ଼ ବୃଦ୍ଧି । ବ୍ୟାଙ୍କିଂ, ଆଇଟି ଏବଂ ଫାଇନାନସିଆଲ୍ ସେକ୍ଟରରେ ଭଲ ବୃଦ୍ଧି । ବିଦେଶୀ ନିବେଶକଙ୍କ ସହ ଘରୋଇ ନିବେଶକଙ୍କ ବଢୁଛି ଯୋଗଦାନ ।

ଭାରତୀୟ କମ୍ପାନୀଙ୍କ ବିରୋଧରେ ଗୁଗୁଲର ଆକ୍ସନ୍

ନନ୍ଦିଘୋଷ ବ୍ୟୁରୋ: ଗୁଗୁଲର ବଡ଼ ଆକ୍ସନ । ଭାରତୀୟ କମ୍ପାନୀଙ୍କ ବିରୋଧରେ ଗୁଗୁଲର ଆକ୍ସନ୍ । ଦେଶର ୧୦ ଲୋକପ୍ରିୟ କଂପାନୀଙ୍କ ଆପ୍ ହଟାଇଲା ଗୁଗୁଲ୍  । ସାଦି ଡଟ୍ କମ୍ ଓ ଭାରତ ମ୍ୟାଟ୍ରିମୋନିର ଆପ୍ ହଟାଇଲା । ଏହାସହ  ୯୯ ଏକର୍ସ, କୁକୁ ଏଫଏମ୍, ଅଲଟ୍ ବାଲାଜିର ଆପ୍ ହଟିଛି  । ସେପଟେ ଅନେକ ପ୍ରତିଷ୍ଠିତ କଂପାନୀଙ୍କ ଆପ୍ ହଟାଇବାକୁ ନେଇ ବିବାଦ ଆରମ୍ଭ ହୋଇଛି । ସେବା ଦେୟକୁ ନେଇ ବିବାଦ ଉପୁଜିବା ପରେ ଗୁଗୁଲର ନିଷ୍ପତ୍ତି । କିଛି ଷ୍ଟାର୍ଟ ଅପ୍ ବିଲ୍ ପେମେଣ୍ଟର ହାଇ ଚାର୍ଜକୁ ବିରୋଧ କରିଥିଲେ । ପୂର୍ବ ନୀତିରେ ପରିବର୍ତ୍ତନ ହେବା ପରେ ଗୁଗୁଲ୍ ଅଧିକ ଚାର୍ଜ କରିଥିଲା  । ଏହାକୁ ବିରୋଧ କରିଛନ୍ତି ପ୍ରତିଷ୍ଠିତ କଂପାନୀର ପରିଚାଳନା କର୍ତ୍ତୃପକ୍ଷ । ସରକାର ଗୁଗୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।

ଚଳିତ ସିଜିନରେ ଆଇପିଏଲ ଖେଳିବେ ତ ପନ୍ଥ? ଜାଣନ୍ତୁ କଣ କହିଲେ ସୌରଭ ଗାଙ୍ଗୁଲି

ନନ୍ଦିଘୋଷ ବ୍ୟୁରୋ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲ । ଦୀର୍ଘ ବର୍ଷେରୁ ଅଧିକ ସମୟରେ କ୍ରିକେଟର କୌଣସି ଫର୍ମାଟ ଖେଳି ନାହାନ୍ତି । ଆହତ କାରଣୁ ଦଳରୁ ବାହାରେ ଥିବା ପନ୍ଥ ଚଳିତ ଆଇପିଏଲରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି । ସେ କହିଛନ୍ତି କି, ଆସନ୍ତା ୫ ତାରିଖରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଖେଳାଳିଙ୍କ ଫିଟନେସ ପରୀକ୍ଷା ହେବ । ଯେଉଁଥିରେ ସେ ଫିଟ୍ ଥିବା ଘୋଷଣା କରାଯିବ । ଏନସିଏ ଫିଟନେଟ କ୍ଲିୟର କରିସାରିଛି । ତେବେ ପନ୍ଥଙ୍କ ଲମ୍ବା କ୍ୟାରିୟର ରହିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ନିଷ୍ପତ୍ତି ନିଆଯିବ । କେବଳ ବ୍ୟାଟିଂ କରିପାରନ୍ତି ମାତ୍ର ଓ୍ବିକେଟ କିପିଂ ବିକଳ୍ପ ରଖାଯିବ ବୋଲି କହିଛନ୍ତି ଗାଙ୍ଗୁଲି । ଚଳିତ ସିଜିନରେ ସେ ପୁଣିଥରେ ବଡ଼ ବଡ଼ ସଟ ମାରିବେ ବୋଲି ଦର୍ଶକମାନେ ମଧ୍ୟ ଆଶା ରଖିଛନ୍ତି ।

ତେବେ କହି ରଖୁଛୁ କି,  ଡିସେମ୍ବର ୩୦ ତାରିଖ ୨୦୨୨ ମସିହାରେ ପନ୍ଥଙ୍କ କାର ଦୁର୍ଘଟଣା ଘଟିଥିଲା । ବଡ଼ ଦୁର୍ଘଟଣା ଶିକାର ହୋଇଥିଲେ । ଯେଉଁ କାରଣରୁ ଦୀର୍ଘଦିନ ହେବ କ୍ରିକେଟ ମଇଦାନରୁ ବାହାରେ ରହିଛନ୍ତି ପନ୍ଥ । ତାଙ୍କର ଅସ୍ତ୍ରୋପଚାର ହୋଇଥିବାବେଳେ ସେ ପୁଣିଥରେ ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ଆଇପିଏଲ ଖେଳୁଥିବାବେଳେ ଚଳିତ ସିଜିନରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତାକୁ ସମସ୍ତଙ୍କ ଅପେକ୍ଷା ।

 

ପୁଅର ପ୍ରି-ଓ୍ବେଡିଂରେ ରାଜ କପୁରଙ୍କ ଗୀତରେ ନାଚିଲେ ମୁକେଶ ଅମ୍ବାନୀ

ନନ୍ଦିଘୋଷ ବ୍ୟୁରୋ: ପୁଅର ବିବାହକୁ ନେଇ ବେଶ ଖୁସି ଅଛନ୍ତି ମୁକେଶ ଅମ୍ବାନୀ । ପୁଅର ପ୍ରି- ଓ୍ବେଡିଂରେ ନାଚିଲେ ମୁକେଶ ଅମ୍ବାନୀ । ରୋମାଣ୍ଟିକ ଗୀତରେ ପତ୍ନୀ ନିତାଙ୍କ ସହ ରାଜ କପୁରଙ୍କ ଗୀତରେ ନାଚିଲେ । ତେବେ ହିଟ୍ ଗୀତ ପ୍ୟାର ହୁଆ ଇକରାର ହୁଆ ଗୀତରେ ନାଚିଛନ୍ତି ଅମ୍ବାନୀ ଦମ୍ପତ୍ତି । ଏହି ଦମ୍ପତ୍ତିଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ସେୟାର କରୁଥିବାବେଳେ ବିଭିନ୍ନ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ୟୁଜର୍ସମାନେ ବିଭିନ୍ନ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳୁଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ବଲିଉଡର ବଡ଼ ବଡ଼ କଳାକାରମାନେ ଯୋଗ ଦେଇଛନ୍ତି । ସଲମାନ,ଶାହାରୁଖ,ଅମୀର,ସାରା ଅଲ୍ଲୀ ଖାନଙ୍କ ଭଳି କଳାକାରମାନେ ଯୋଗ ଦେଇଛନ୍ତି । ଗୁଜୁରାଟରେ ପ୍ରି-ଓ୍ବେଡିଂ ଚାଲିଥିବାବେଳେ କ୍ରିକେଟଷ୍ଟାର ଏବଂ ବିଦେଶରୁ ମଧ୍ୟ ବହୁ ବିଶିଷ୍ଟ ଅତିଥୀମାନେ ଯୋଗ ଦେଇଛନ୍ତି ।

https://twitter.com/Crown_Kapoor/status/1763499562235564133?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1763499562235564133%7Ctwgr%5E9ba098804aa219bc20ae5c7bb30bf9e627ae39db%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Fentertainment%2Fbollywood-news%2Fanant-ambani-pre-wedding-mukesh-ambani-dance-with-wife-nita-ambani-raj-kapoor-song-video-viral-2463767.html

ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା: ସସ୍ମିତ ପାତ୍ର

ଭୁବନେଶ୍ବର: ରାଜ୍ଯରେ ବିଜେପି କରୁଛି ମେଣ୍ଟ ଗୁଜବ । ସୋସିଆଲ ମିଡିଆରେ ମେଣ୍ଟ ନେଇ ପ୍ରଚାର କରୁଛନ୍ତି କିଛି ବିଜେପି ନେତା । ଏନେଇ ପ୍ରେସମିଟରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି କାହିଁକି ଓ କେଉଁ ଉଦ୍ଦେଶ୍ଯରେ ଏପରି ଗୁଜବ କରୁଛି ତାହା ଜଣାନାହିଁ । ଅନ୍ଯପଟେ ରାଜ୍ଯର ସବୁ ଆସନରେ ଟିକେଟ ଦେବାକୁ ପ୍ରାର୍ଥୀ ପାଉନି ବିଜେପି । ସେଥିପାଇଁ ବିଜେଡିରୁ ବିଦା ହୋଇଥିବା ଜନବିରୋଧୀ ଓ ଦଳ ଯାହାକୁ ଟିକେଟ ଦେବନି ସେମାନଙ୍କୁ ପାଛୋଟିନେଉଛି । ଯେଉଁମାନଙ୍କୁ ବିଜେଡି ଜନବିରୋଧୀ କାର୍ଯ୍ୟପାଇଁ ବିଦା କରିଛି, ଯେଉଁ ନେତାଙ୍କୁ ଆଉ ଟିକେଟ ଦେବନି ଓ ଯାହାର ଦଳରେ ଆଉ ଭବିଷ୍ଯତ ନାହିଁ ସେମାନଙ୍କୁ ଦଳକୁ ନେଉଛି ବିଜେପି ।

କାରଣ ରାଜ୍ଯର ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନମଣ୍ଡଳୀରେ ଟିକେଟ ଦେବାକୁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ଏଣୁ ସେମାନଙ୍କୁ ଓଡ଼ିଶା ବିଜେପି ନେଇ ଟିକେଟ ଦେବାକୁ ମନସ୍ଥ କରିଛି । ଆଜି ବିଜେପି ଯାଉଥିବା ନେତାମାନଙ୍କ ଯଦି ବିଜେଡି ଟିକେଟ ଦେବାକୁ କହିବ ତେବେ ସେମାନେ ପୁଣି କାଲି ଦଳ ବଦଳାଇଦେବେ । ବିଜେଡି ସବୁବେଳେ ଓଡ଼ିଶାବାସୀଙ୍କ ସେବାରେ ଓ ବିକାଶରେ ନିୟୋଜିତ ହୋଇଛି । ମୁଖ୍ଯମନ୍ତ୍ରୀଙ୍କ ନେତୃତ୍ବରେ ଫାଇଭ-ଟି ଉପକ୍ରମରେ ରାଜ୍ଯର ରୂପାନ୍ତରଣ ଚାଲିଛି । ବିକାଶ ଦେଖି ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣିଥରେ ଷଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ଯମନ୍ତ୍ରୀ କରିବାକୁ ମନସ୍ଥ କରିଛନ୍ତି । ଏହାଛଡ଼ା ଏଥର ରେକର୍ଡ ସିଟରେ ବିଜେଡି ବିଜୟ ଲାଭ କରିବ ।

 

ମଞ୍ଚରେ ନୀତିଶ କହିଲେ ଆଉ ଏପଟ ସେପଟେ ହେବାର ନାହିଁ, କଥା ଶୁଣି ହସିଲେ ମୋଦୀ

ନନ୍ଦିଘୋଷ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀଙ୍କ କଥା ଶୁଣି ହସିଲେ ପ୍ରଧାନମନ୍ତ୍ରୀ । ଏକ ସାଧାରଣ ସଭାରେ ନୀତିଶ କୁମାର ଭାଷଣ ଦେଉଥିବାବେଳେ ନରେନ୍ଦ୍ର ମୋଦୀ କଥା ଶୁଣି ଠୋ ଠୋ ହୋଇ ହସିଥିଲେ । କେବଳ ପ୍ରଧନାମନ୍ତ୍ରୀ ନୁହଁନ୍ତି ଅନ୍ୟମାନେ ମଧ୍ୟ ହସିଥିଲେ । ନୀତିଶ କୁମାର ମଞ୍ଚ ଉପରେ କହିଥିଲେ କି, ଆଉ ଏଥର ଏପଟ ସେପଟ ହେବାର ନାହିଁ । ଏଥର କେବଳ ଗୋଟିଏ ଦଳ ସହ ମେଣ୍ଟରେ ସରକାର ଗଢ଼ାହେବ । ବିହାରର ବିକାଶ ପାଇଁ କାମ କରାଯିବ । ତେବେ ନୀତିଶଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ହସିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ନୀତିଶ କହିବା ଆରମ୍ଭ କରିଥିଲେ ଆଉ କହିଥିଲେ କି, ଏବେ ବହୁତ କାମ ଚାଲିଛି । ତାହା ଆଗକୁ ଶୀଘ୍ର କରାଯିବ । ଯାହାକୁ ଶୁଣିବା ପରେ ହସିବା ଆରମ୍ଭ କରିଥିଲେ ମୋଦୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି ।

୫ଟି ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ୱାସ୍ଥ୍ୟ ଶିକ୍ଷା ଓ ସେବା କ୍ଷେତ୍ରରେ ଯୋଡି ହେଲା ଆଉ ଏକ ଉଜ୍ଜ୍ୱଳ ଫର୍ଦ୍ଦ । ୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ବି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିର ଭୋଇ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ସୁନ୍ଦରଗଡ ସରକାରୀ ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ଉଦଘାଟନ କରିଛନ୍ତି ନବୀନ । ସେହିଭଳି କେନ୍ଦୁଝର ଧରଣୀ ଧର ମେଡିକାଲ୍‌ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ, ବାଲେଶ୍ୱର ଫକୀର ମୋହନ ମେଡିକାଲ୍‌ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ମଧ୍ୟ ଉଦଘାଟିତ ହୋଇଛି । ୨ ହଜାର କୋଟିରୁ ଅଧିକ ଟଙ୍କାରେ ଏହି ମେଡିକାଲ ଗୁଡିକ ନିର୍ମାଣ କରାଯାଇଛି ।

ସେହିଭଳି କଟକ ଏ.ଏଚ୍‌.ପି.ଜି.ଆର.ସିର ସମ୍ପ୍ରସାରଣ, ବ୍ରହ୍ମପୁରର ଏମ୍‌.କେ.ସି.ଜି., ଏମ୍‌.ସି.ଏଚ୍‌ର ସମ୍ପ୍ରସାରଣ, ରାଉରକେଲା ଆର୍‌.ଜି.ଏଚ୍‌ ର ସମ୍ପ୍ରସାରଣ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନର ସମ୍ପ୍ରସାରଣ ପାଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି,ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତାବ ଓ ଅଭିଯୋଗ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି। ଖୁବ୍‌ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାତ୍ତିକ ପାଣ୍ଡିଆନ ।

ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କହିଲେ ଆପ୍ ନେତା

ନନ୍ଦିଘୋଷ ବ୍ୟୁରୋ: ରାଜନୀତିରୁ ସନ୍ୟାସ ନେବା ପରେ ଗୌତମ ଗମ୍ଭୀରଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିରୋଧୀମାନେ ବିଜେପି ସାଂସଦଙ୍କୁ ସମାଲେଚନା କରୁଥିବା ଦେଖିବାକୁ ମିଳୁଛି । କୁହାଯାଉଛି କି, ଗମ୍ଭୀରଙ୍କ ଲୋକସଭା ଟିକେଟ କଟାଯିବାକୁ ଯାଉଛି । ଯେଉଁ କାରଣରୁ ସେ ରାଜନୀତିରୁ ସନ୍ୟାସୗ ନେବେ ବୋଲି କୁହିଛନ୍ତି । ସେପଟେ ଗମ୍ଭୀର ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଗମ୍ଭୀରଙ୍କୁ ନେଇ ଆପ ନେତାମାନେ ସମାଲୋଚନା କରୁଛନ୍ତି । କୁଲଦୀପ କୁମାର କହିଛନ୍ତି କି, ଗମ୍ଭୀର କେବଳ କଥା କୁହନ୍ତି । ସେ ଲୋକଙ୍କ ପାଖକୁ ପହଞ୍ଚି ନାହିଁ କିମ୍ବା କୌଣସି ସୁଖ ଦୁଃଖ ବୁଝନ୍ତି ନାହିଁ । ଏପିକରି ସେ ଆଜି ପର୍ଯ୍ୟନ୍ତ କୌଣସି ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି ।

ସୂଚନା ଥାଉକି, ଆଇପିଏଲ୍ ପୂର୍ବରୁ ଗମ୍ଭୀରଙ୍କୁ ରାଜନୀତିରୁ ମୁକ୍ତ କରିବାକୁ ବିଜେପି ଅଧ୍ୟକ୍ଷ ଜେପି ନାଡାଙ୍କୁ ସେ ନିବେଦନ କରିଛନ୍ତି।  ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ପରାମର୍ଶଦାତା ଭାବେ ଦାୟିତ୍ବ ତୁଲାଉଛନ୍ତି  । ସେ ଟୁଇଟ୍ କରି କହିଛନ୍ତି, ‘ମୁଁ ମୋର ରାଜନୈତିକ ଦାୟିତ୍ବରୁ ମୁକ୍ତି ପାଇବାକୁ ଅଧ୍ୟକ୍ଷ ଜେପି ନାଡା ଜୀଙ୍କୁ ଅନୁରୋଧ କରିଛି । ଫଳରେ ମୁଁ ମୋର ଆଗାମୀ କ୍ରିକେଟ୍ ପ୍ରତିଶ୍ରୁତି ଉପରେ ଧ୍ୟାନ ଦେଇ ପାରିବି। ମୋତେ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ତଥା ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।