spot_img
Home Blog Page 2062

5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକାମ୍ର ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଏକାମ୍ର ପ୍ରକଳ୍ପ ଶେଷ କରିବାକୁ ଡେଡଲାଇନ। ଆଜି ସକାଳୁ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଏକାମ୍ର ପ୍ରକଳ୍ପ ବୁଲିବା ସହ ଟିକିନିଖି ସମୀକ୍ଷା କରିଛନ୍ତି। ସକାଳ ସାଢେ ୬ରୁ ସାଢେ ୭ ଘଣ୍ଟାଏ କାଳ ପ୍ରକଳ୍ପ ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାନିଟାରିୟମ ଛକ ନିକଟରେ ଉତ୍ତର ପଟରେ ବସ ପାର୍କିଂ, କାର ପାର୍କିଂ, ପର୍ଯ୍ଯଟନ ସୁବିଧା କେନ୍ଦ୍ର, ଭେଣ୍ଡିଂ ଜୋନ, ଲିଙ୍ଗରାଜ ପୋଲିସ ଷ୍ଟେସନ ଆଦି ସ୍ପଟ ବୁଲି ଦେଖିଥିଲେ। ସେଠାକାର ଦୋକାନୀ ଓ ଭେଣ୍ଡରଙ୍କ ପାଇଁ ମଧ୍ଯ ସୁବିଧା କରାଯିବ। ସେମାନଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ଯ ଦିଆଯିବ।

ଏହାପରେ 5T ଅଧ୍ଯକ୍ଷ କୋଟିତୀର୍ଥେଶ୍ବରରୁ ବିନ୍ଦୁସାଗର ଯାଏଁ ହେବାକୁ ଥିବା ବିକଳ୍ପ ରାସ୍ତାର ସମୀକ୍ଷା କରିବା ସହ ଜମି ଅଧିଗ୍ରହଣ ଏବଂ ଡ୍ରେନ ନିର୍ମାଣ ନେଇ ଆଲୋଚନା କରିଥିଲେ। ଡ୍ରେନ ନିର୍ମାଣ ପାଇଁ ଆବଶ୍ଯକ ଜମି ଯୋଗାଇ ଦେବାକୁ ସେ ବିଏମସିକୁ ନିର୍ଦ୍ଦେଶ ମଧ୍ଯ ଦେଇଛନ୍ତି। ଅନନ୍ତ ବାସୁଦେବ ମନ୍ଦିର ପଛପଟେ ଥିବା ଭଜନ ମଣ୍ଡପ ଓ ଲିଙ୍ଗରାଜ ପ୍ଲାଜା ଅଞ୍ଚଳ ମଧ୍ଯ ବୁଲି ଅନୁଧ୍ଯାନ କରିଥିଲେ। ଶିବରାତ୍ରୀବେଳେ ମୂଳଢାଞ୍ଚାରେ କୌଣସି ପରିବର୍ତ୍ତନ ନକରି ଧାଡ଼ି ପରିଚାଳନା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ଆଧୁନିକ ଉପାୟରେ ଟ୍ରାଫିକ ପରିଚାଳନାକୁ ମଧ୍ଯ ସେ ଫୋକସ କରିଛନ୍ତି। ସ୍ବଚ୍ଛ ପରିବେଶ ପାଇଁ ବ୍ଯାଟେରୀ ଚାଳିତ ଯାନ ବ୍ଯବହାର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ 5T ଅଧ୍ଯକ୍ଷ ଦକ୍ଷିଣ ପାର୍ଶ୍ବ ପରିକ୍ରମା ଓ ବଢେଇ ବାଙ୍କରେ ହେବାକୁ ଥିବା ବିକଳ୍ପ ବାଇପାସ ରାସ୍ତା କାମ ମଧ୍ଯ ଅନୁଧ୍ଯାନ କରିଥିଲେ  ଏସବୁ ସ୍ଥାନରେ ସୁରୁଖୁରୁରେ ଯାତାୟାତ ପାଇଁ ସେ ଗୁରୁତ୍ବ ଦେଇଛନ୍ତି। ସୁଆଧ୍ଯାତ୍ମିକ ଭାବନା ନେଇ ଯେପରି ଶ୍ରଦ୍ଧାଳୁ ଫେରିବେ ସେ ନେଇ ଧ୍ଯାନ ରଖିବାକୁ ଅଧିକାରୀଙ୍କୁ କହିଥିଲେ। ସେଥିପାଇଁ ପରିକ୍ରମା କରିଡରରେ ଉଦ୍ଯାନ ଓ ପଥର କାରୁକାର୍ଯ୍ଯ କରିବାକୁ କହିଥିଲେ। ପୂରା ଦମରେ କାମ କରି ୨୦୨୫ ସୁଦ୍ଧା ସାରିବାକୁ ସେ ଟାର୍ଗେଟ ଦେଇଛନ୍ତି। ଏକାମ୍ର ପ୍ରକଳ୍ପ ବିଶାଳ ହୋଇଥିଲେ ବି ଶୀଘ୍ର ଶେଷ ହୋଇଯିବ ବୋଲି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିଛନ୍ତି ।

 

 

ଆଇଆରସିଟିସି-ସ୍ୱିଗି ମଧ୍ୟରେ ଚୁକ୍ତି; ଏହି ୪ ଷ୍ଟେସନରେ ହେବ ଫୁଡ୍ ଡେଲିଭରି

0

ନୂଆଦିଲ୍ଲୀ: ଆଇଆରସିଟିସି ପକ୍ଷରୁ ସ୍ୱିଗି ସହ ବୁଝାମଣା ହୋଇଛି । ଯାହାଫଳରେ ଏଣିକି ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀଙ୍କ ଦ୍ୱାରା ବୁକ୍ ହେଉଥିବା ପ୍ରି-ଅର୍ଡର ଖାଦ୍ୟ ବିତରଣରେ ସ୍ୱିଗି ମଧ୍ୟ ସାମିଲ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସ୍ୱିଗି ୪ଟି ରେଳ ଷ୍ଟେସନରେ ଉପଲବ୍ଧ ହେବ । ଏହାମଧ୍ୟରେ ରହିଛି ବେଙ୍ଗାଲୁରୁ, ଭୁବନେଶ୍ୱର, ବିଜୟୱାଡା ଏବଂ ବିଶାଖାପାଟନମ୍ ।

ପ୍ରଥମ ପର୍ଯ୍ୟାୟରେ ଖାଦ୍ୟ ବିତରଣ ସଫଳ ହେବା ପରେ ସେବାଗୁଡିକ ଅନ୍ୟ ଷ୍ଟେସନରେ ମଧ୍ୟ ଉପଲବ୍ଧ କରାଯିବ। ‘ବୁଣ୍ଡଲ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍’ ମାଧ୍ୟମରେ ଇ-କ୍ୟାଟରିଂ ସେବା ଖୁବ୍ ଶୀଘ୍ର ଉପଲବ୍ଧ ହୋଇପାରେ ବୋଲି କମ୍ପାନୀ ଗୁରୁବାର ସୂଚନା ଦେଇଛି । ବର୍ତ୍ତମାନ ଯାତ୍ରୀମାନେ ସହଜରେ ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ସହଜରେ ସ୍ବିଗିରେ ଅର୍ଡର କରିପାରିବେ।

କିଛି ମାସ ପୂର୍ବରୁ IRCTC ବିଭିନ୍ନ ରେଳ ଷ୍ଟେସନରେ ପ୍ରି-ଅର୍ଡର ଖାଦ୍ୟ ଯୋଗାଣ ଏବଂ ବିତରଣ ପାଇଁ ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ସହିତ ସହଭାଗୀତା କରିଥିଲା । ଗୁରୁବାର ଦିନ BSE ରେ ଇକ୍ୱିଟି ସେୟାର ପ୍ରତି  IRCTC ର ସେୟାର ୧.୦୪% ବୃଦ୍ଧି ହୋଇଛି।

ପୁରୀରେ ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି

ପୁରୀ: ପୁରୀରେ ବାବା କପାଳମୋଚନ ମହାଦେବଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି ଅଭିଯୋଗ। ଶ୍ରୀମନ୍ଦିର ପଶ୍ଚିମଦ୍ବାର ଓ ଚଉରା ଛକ ନିକଟରେ ଥିବା ମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ବହୁ ପୁରାତନ ପଥର ନିର୍ମିତ ନୃସିଂହଙ୍କ ମୂର୍ତ୍ତି ନେଇଯାଇଥିବା ସ୍ଥାନୀୟ ସେବାୟତ ଅଭିଯୋଗ କରିଛନ୍ତି।

ବାବା କପାଳମୋଚନ ହେଉଛନ୍ତି ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଅନ୍ୟତମ। ଶ୍ରୀମନ୍ଦିରର ବିଭିନ୍ନ ନୀତି ସହ ବାବା କପାଳମୋଚନ ଜଡ଼ିତ। ପୂର୍ବରୁ ପୁରୀ ଆଶ୍ରମ ଛକ ନିକଟରେ ଥିବା ବାବା ମୁକ୍ତେଶ୍ଵରଙ୍କ ମନ୍ଦିରରୁ ମୂର୍ତ୍ତି ଓ ଅଳଙ୍କାର ଚୋରି ହୋଇଥିଲା। ପୋଲିସ ଚୋରି ମୂର୍ତ୍ତି ଓ ଅଳଙ୍କାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା l ଏବେ ବାବା କପାଳମୋଚନଙ୍କ ମନ୍ଦିରରୁ ନୃସିଂହଙ୍କ ମୂର୍ତ୍ତି ଚୋରି  ଘଟଣା, ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ସୃଷ୍ଟି କରିଛି। ବାବା କପାଳମୋଚନଙ୍କ ମନ୍ଦିର ପରିସରରୁ ମୂର୍ତ୍ତି ଚୋରି ଘଟଣାକୁ ନେଇ ମନ୍ଦିର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି  ।

କିନ୍ନରଙ୍କୁ ଧୋକା ଦେଲା ଡେଲିଭରୀ ବୟ

ଢେଙ୍କାନାଳ: କିନ୍ନରଙ୍କୁ ଧୋକା ଦେଲା ଡେଲିଭରୀ ବୟ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନାରେ କିନ୍ନର-ଡେଲିଭରୀ ବୟ ଲଭଷ୍ଟୋରୀ। ପ୍ରେମ ଜାଲରେ ଫସାଇ ପ୍ରାୟ ବର୍ଷେ କାଳ ଲିଭ୍ ଇନରେ ରହିଆସୁଥିଲେ। କୋର୍ଟ ମ୍ୟାରେଜ କରିବାକୁ କହିବାରୁ ଫେରାର୍ ଥିଲେ ଜୋମାଟୋର ଡେଲିଭରୀ ବୟ ଦିପ୍ତିମୟ ମହାରଣା। ଦିପ୍ତିମୟଙ୍କ ଘର କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗାଁରେ।

ସୂଚନା ଅନୁଯାୟୀ, ଦିପ୍ତିମୟ ଜୋମାଟୋରେ ଡେଲିଭରୀ ବୟ ଭାବେ କାର୍ଯ୍ୟ କରନ୍ତି। ବର୍ଷେ ତଳେ ଜିନିଷ ଡେଲିଭରୀ କରିବାକୁ ନେଇଥିବା ବେଳେ କିନ୍ନର ସଞ୍ଜନା ବେହେରାଙ୍କ ସହିତ ତାଙ୍କର ଦେଖା ଆଉ ପ୍ରେମ ହୋଇଥିଲା। ପରେ ଉଭୟେ ଭୁବନେଶ୍ୱରରେ ଲିଭ ଇନରେ ରହିଥିଲେ।

ସଞ୍ଜନାଙ୍କ ଅଭିଯୋଗ ଅନୁଯାୟୀ, ଦିପ୍ତିମୟ ବିଭିନ୍ନ ସମୟରେ ସଞ୍ଜନାଙ୍କ ଠାରୁ ଅର୍ଥ ଲୁଟ କରିବା ସହ ତାଙ୍କ ସୁନା ଅଳଙ୍କାର ଲୁଟିନେଇଛି। ଘରେ ରାଜି ନ ହେବାରୁ ସଞ୍ଜନାଙ୍କୁ କୋର୍ଟ ମ୍ୟାରେଜ କରିବାକୁ ପ୍ରତିଶ୍ରୁତି ଦେଇଥିଲା ଦିପ୍ତିମୟ। କୋର୍ଟ ମ୍ୟାରେଜ କରିବାକୁ କହିବାରୁ ଫେରାର୍ ଥିଲେ ଦିପ୍ତିମୟ।  ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କିନ୍ନର ସାମ୍ପ୍ରଦାୟର ସଭାନେତ୍ରୀ ମୀରା ପରିଡା। ସେ କହିଛନ୍ତି, ଅନେକ ଘଟଣା ଏବେ ଟ୍ରାନ୍ସ ଜେଣ୍ଡର ହେଉ ଅବା କିନ୍ନର, ସେମାନଙ୍କୁ ପ୍ରେମ ଜାଲରେ ଫସେଇ ଏବଂ ସ୍ୱାର୍ଥ ହାସଲ କରି ଛାଡି ଦେଉଛନ୍ତି। ଏପରିକି କିନ୍ନର ମାନଙ୍କୁ ସମାଜରେ ବାରମ୍ବାର ଧୋକା ଦିଆଯାଉଛି। ତେଣୁ ଏହି ଘଟଣାକୁ ଗୁରୁତରର ସହିତ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି। ସେପଟେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ଦେଇଛି ପୋଲିସ।

ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ

ବ୍ୟୁରୋ ରିପୋର୍ଟ: ଓଡ଼ିଶାରେ ପ୍ରସ୍ତୁତ ହେବ ପ୍ରତିରକ୍ଷା ଯନ୍ତ୍ରାଂଶ ଓ ବିମାନର ଯନ୍ତ୍ରାଂଶ। ଏଥିପାଇଁ ରାଜ୍ୟ ସରକାରଙ୍କ ସହ କଲ୍ୟାଣୀ ଷ୍ଟିଲ ସହ ଏମଓୟୁ ସ୍ବାକ୍ଷରିତ। ଲୋକସେବା ଭବନର କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହେଲା MOU ସ୍ବାକ୍ଷର। ଢେଙ୍କାନାଳ ଜିଲ୍ଲାର ଗଜମରାରେ ହେବ ପ୍ରକଳ୍ପ। ଏଥିପାଇଁ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।

ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ। ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବ ପୁଞ୍ଜିନିବେଶ। ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହାଦ୍ୱାରା ୧୦ ହଜାର କର୍ମ ନିଯୁକ୍ତି ସୃଷ୍ଟି ହେବ।

ଆଜି ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପର୍ଯ୍ୟାୟରେ ଯୋଡି ହେବ ଆଉ ଏକ ଫର୍ଦ୍ଦ।  ଆଜି ୬୬୦ କୋଟି ଟଙ୍କା ମୂଲ୍ୟର କ୍ରୀଡ଼ା ଭିତ୍ତିଭୂମିର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ୪୮ଟି ଇଣ୍ଡୋର ଷ୍ଟାଡିୟମ ଓ ୧୨ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇଣ୍ଡୋର ହଲର ଶୁଭ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ।

ସେହିପରି ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ, ଭଦ୍ରକରେ ଇଣ୍ଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ଟ୍ରକ ଧକ୍କାରେ ବାପା ଓ ପୁଅ ମୃତ, ଖବର ପାଇ ହୃଦଘାତରେ ଦାଦାଙ୍କ ମୃତ୍ୟୁ

କେନ୍ଦୁଝର : ଟ୍ରକ ଧକ୍କାରେ ବାପା ଓ ପୁଅ ମୃତ। ଖବର ପାଇ ହୃଦଘାତରେ ଦାଦାଙ୍କ ମୃତ୍ୟୁ ହୋଇଛି। ଏପରି ମର୍ମନ୍ତୁଦ ଘଟଣା ଘଟିଛି କେନ୍ଦୁଝର ଘଟଗାଁରେ। ଆଜି ସକାଳ ୯ଟାରେ ବାରିଗାଁରୁ ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷ୍ମଣ ମୁଣ୍ଡା ଏକ ସ୍କୁଟି ଯୋଗେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିବା ବେଳେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ଼ ବୋଝେଇ ଆଇଚର ଗାଡ଼ି ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପ ପୁଅ ଦୁଇ ଜଣଙ୍କ ମୃତ୍ଯୁ ଘଟିଥିଲା।

ଅପରପଟେ ଏହି ଖବର ଗାଁରେ ପହଞ୍ଚିବା ପରେ ପୁଅର ଦାଦା ସମରା ମୁଣ୍ଡାଙ୍କ ହୃଦଘାତରେ ମୃତ୍ଯୁ ଘଟିଥିଲା। ଦୁର୍ଘଟଣା ପରେ ଉତ୍ତ୍ଯକ୍ତ ଲୋକେ କ୍ଷତିପୂରଣ ଦାବିରେ NH-20କୁ ଅବରୋଧ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଏନସିପି ଶରଦ ପାୱାର ଦଳକୁ ମିଳିଲା ନୂଆ ସଙ୍କେତ ‘ତୂରୀ ବାଦକ’

ବ୍ୟୁରୋ ରିପୋର୍ଟ: ଏନସିପି ଶରଦ ପାଓ୍ବାରଙ୍କ ଦଳକୁ ମିଳିଛି ନୂଆ ନିର୍ବାଚନୀ ଚିହ୍ନ। ଶରଦ ପାଓ୍ବାରଙ୍କ ଦଳକୁ ନୂଆ ନିର୍ବାଚନୀ ସଙ୍କେତ ‘ତୂରୀ ବାଦକ’ ଚିହ୍ନ ମିଳିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଚିହ୍ନ ଜାରି କରାଯାଇଛି। ମହାରାଷ୍ଟ୍ରର ସମସ୍ତ ସଂସଦୀୟ କ୍ଷେତ୍ରରେ ଏହି ଚିହ୍ନ ବ୍ୟବହାର କରିପାରିବ ଦଳ।  ଅଜିତ ପାଓ୍ବାର ଘଡି ଚିହ୍ନ ଛଡ଼ାଇନେବା ପରେ ଶରଦ ପାଓ୍ବାରଙ୍କୁ ମିଳିଛି ‘ତୂରୀ ବାଦକ’ ଚିହ୍ନ।

ଗୁରୁବାର ରାତିରେ ଏହି ଚିହ୍ନ ଦିଆଯାଇଥିବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଶରଦ ପାଓ୍ବାରଙ୍କ ପୁତୁରା ଅଜିତ ପାଓ୍ବାରଙ୍କୁ ଏନସିପି ନାଁ ଓ ଘଣ୍ଟା ଚିହ୍ନ ଦିଆଯାଇଛି।

ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ ସେତୁ; ଉପକୃତ ହେବେ ୫ଟି ପଞ୍ଚାୟତ

ପୁରୀ: ଯାତାୟାତ ସୁବିଧା ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ବିଜୁ ସେତୁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ । ଉପକୃତ ହେବେ ୫ଟି ପଞ୍ଚାୟତର ଶତାଧିକ ଲୋକ। ପୁରୀ କାକଟପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଗମନାଗମନ ସହ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ପ୍ୟାକେଜ ଘୋଷଣା ହୋଇଛି।

କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପସ୍ଥିତରେ ଅସ୍ତରଙ୍ଗ ବ୍ଲକ ଭଉଁରୀଆ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୫କୋଟି ୪୪ଲକ୍ଷ ୭୬ହଜାର ଟଙ୍କା ବ୍ୟୟ ଅଟକଳରେ ୬୨ମିଟର ସେତୁ ନିର୍ମାଣ ପାଇଁ ଶୁଭଭିତ୍ତି ପ୍ରସ୍ତର ସ୍ଥାପନ। ପାଣିଛତ୍ରରୁ ମହାଦେବବସ୍ତ ପ୍ରାଚୀ ନଦୀଉପରେ ବିଜୁ ସେତୁ ପାଇଁ ୫କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଶିଳାନ୍ୟାସ କରାଯାଇଛି ।

ଆଜିଠୁ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା !

ଭୁବନେଶ୍ୱର: ଆଜିଠୁ ରାଜ୍ଯରେ କମିବ ତାପମାତ୍ରା। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିବ। ତେବେ ଆଜି କିଛି ସ୍ଥାନରେ ସ୍ଵାଭାବିକ ଠାରୁ ତାପମାତ୍ରା ଅଧିକ ରହିପାରେ। ମାତ୍ର ତାହା ପୂର୍ବାପେକ୍ଷା କମ ରହିବ।  କିନ୍ତୁ କାଲିଠାରୁ ତାପମାତ୍ରା ସ୍ଵାଭାବିକ ଓ ତାଠାରୁ କମ୍ ରହିବ। ୨୪ ଓ ୨୫ ତାରିଖରେ ସାରା ରାଜ୍ଯରେ ହାଲୁକାରୁ ମଧ୍ଯମଧରଣର ବର୍ଷା ହୋଇପାରେ।

ଗତକାଲି ୧୫ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା । ଏବେ ରାଜ୍ଯକୁ ସମୁଦ୍ର ମଧ୍ୟରୁ ବାୟୁ ଚଳାଚଳ ରହୁଛି। ଏହାର ପ୍ରଭାବରେ ଖରାର ପ୍ରକୋପ ହ୍ରାସ ପାଇବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନପାରେ। ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ଯୋଗୁ କିଛିଦିନ ହେଲା ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିଥିଲା ।