spot_img
Home Blog Page 2091

୯୫ ବର୍ଷ ବୟସରେ ବିଶିଷ୍ଟ ସରହିତ୍ୟିକ ସାତକଡି ହୋତାଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ । ମୃତ୍ଯୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଭୁବନେଶ୍ବରରେ ଇହଲୀଳା ସମ୍ବରଣ କରିଛନ୍ତି ସାତକଡ଼ି । ସାହିତ୍ୟ, ସାମ୍ବାଦିକତା, ସମ୍ପାଦନାରେ ଖ୍ଯାତି ଅର୍ଜନ କରିଥିଲେ ସାତକଡ଼ି । ଓଡ଼ିଶା ସାହିତ୍ଯ ଏକାଡେମୀର ସେ ଥିଲେ ପୂର୍ବତନ ସଭାପତି । ଦୈନିକ ସମୟ ଖବରକାଗଜର ଥିଲେ ସମ୍ପାଦକ । ଅନେକ ଉପନ୍ଯାସ, ଗଳ୍ପର ସ୍ରଷ୍ଟା ସାତକଡ଼ି ହୋତା ।

୧୯୨୯ ମସିହାରେ ସାତକଡ଼ି ହୋତାଙ୍କ ହୋଇଥିଲା ଜନ୍ମ । ଅଶାନ୍ତ ଅରଣ୍ୟ ଲାଗି ୧୯୮୭ରେ ପାଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମି ଲାଗି ୨୦୦୪ରେ ପାଇଥିଲେ ଶାରଳା ପୁରସ୍କାର । ୨୦୦୦ରେ ପାଇଥିଲେ ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ । ବ୍ୟାକୁଳ ହୃଦୟ, ମୁହାଁମୁହିଁ, ସ୍ବପ୍ନ ଶିଉଳୀ, ଏତେ ସ୍ବପ୍ନ ଏତେ, ଆଲୋକ, ଅନେକ ଦିଗନ୍ତ, ଅଶାନ୍ତ ଅରଣ୍ୟ, ଅସମୟ ଆଦି ଅନେକ ଉପନ୍ୟାସ ରଚନା କରିଥିଲେ ସାତକଡ଼ି । ରିବୁରୁ କନ୍ୟା, ଫୁଲର ଗୋଟିଏ ସୁରଭି, ସାୟାହ୍ନର ଶୋଭା, ଅସତର୍କ ମୁହୂର୍ତ୍ତ, ଜଗନ୍ନାଥ ହସ, ଶୋଶିତର ସ୍ୱପ୍ନ ଆଦି ଅନେକ ଗଳ୍ପ ସଂକଳନ ରଚନା କରିଥିଲେ ସାତକଡ଼ି । ଦୀର୍ଘ ଦଶନ୍ଧି ଧରି ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରକାଶ ପାଇଆସୁଛି ମାସିକ ସାହିତ୍ୟ ପତ୍ରିକା ଅମୃତାୟନ । ତାଙ୍କ ବିୟୋଗରେ ଓଡିଶା ସାହିତ୍ୟ, ସାମ୍ବାଦିକତା, ଖବରକାଗଜ ଜଗତରେ ଶୋକର ଛାୟା ପ୍ରକାଶ ପାଇଛି । ସାତକଡ଼ି ହୋତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ ଏହି ଦୁଃସମୟରେ ପରିବାରକୁ ସମବେଦନା ଜଣାଇଛନ୍ତି ।

‘ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଡବଲ ବୋନସ’

ସମ୍ବଲପୁର: କେନ୍ଦୁପତ୍ର ତୋଳାଳିଙ୍କ ଲାଗି ସମ୍ବଲପୁର ଚାରମାଳରୁ ବଡ ଘୋଷଣା। ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଚାଳମାଳ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗେ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧା ନେଇ ଗୋଟି ଗୋଟି କରି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସରକାରଙ୍କ ଘୋଷଣାକୁ ଐତିହାସିକ କହିବା ସହ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରିକି ଦେଖାଇଛନ୍ତି ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ। ଏବେ କେନ୍ଦୁପତ୍ର ତୋଳାଳିଙ୍କୁ ମିଳିବ ଦୁଇ ଗୁଣା ବୋନସ। ପୂର୍ବରୁ ମିଳୁଥିବା ୨୫ ପ୍ରତିଶତ ବୋନସକୁ ୫୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର ୮ ଲକ୍ଷ ୫୦ ହଜାର କେନ୍ଦୁପତ୍ର ତୋଳାଳି ଉପକୃତ ହେବେ। ସରକାର ୯୮ କୋଟି ଖର୍ଚ୍ଚ କରିବେ।

ସେହିପରି ବନ୍ଧାଳି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ ଦୁଇଗୁଣା ବଢି ୫ରୁ ୧୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏଥିଲାଗି ସରକାର ୧୧ କୋଟି ଖର୍ଚ୍ଚ କରିବେ। ରାଜ୍ୟରେ ଥିବା ୪୦ ହଜାର ବନ୍ଧାଳି ଓ ସିଜନାଲ ଷ୍ଟାଫ ଏଥିରୁ ଉପକୃତ ହେବେ। ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ସେମାନଙ୍କର ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ହେଡ ଚେକରଙ୍କ ମାସିକ ଦରମା ୨୨ ହଜାର ୬୩୧ ରୁ ୨୪ ହଜାର ୪୨୦କୁ ବୃଦ୍ଧି ପାଇଛି। ମହଙ୍ଗା ଭତ୍ତା ୪ ଶହ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା ୧୭ ହଜାର ୭୪୦ରୁ ୨୧ ହଜାରରୁ ଅଧିକ ହୋଇଛି। ଡିଏ ୩୦୦ ରୁ ୪୫୦କୁ ବୃଦ୍ଧି ପାଇଛି। ସେହିପରି ବନ୍ଧାଳୀ ଚେକରଙ୍କ ଦରମା ୧୪ ହଜାର ୮୦୦ ଟଙ୍କାରୁ ୧୭ ହଜାର ୬୮୦କୁ ବୃଦ୍ଧି ପାଇଛି। ଡିଏ ୨ଶହରୁ ୩ଶହ ଟଙ୍କାକୁ ବୃଦ୍ଧି ପାଇଛି। ମୁନସିଙ୍କ ଦରମା ୧୨ ହଜାର ୪୨୦ରୁ ୧୫ ହଜାର ୨୧୫ ଟଙ୍କାକୁ ବୃଦ୍ଧି ପାଇଛି। ମୁନସି-୨ଙ୍କ ଦରମା ୯ ହଜାର ୮୫୦ରୁ ୧୨ ହଜାର ୩୮୫ ଟଙ୍କାକୁ ବୃଦ୍ଧି।

ସେହିପରି କେନ୍ଦୁପତ୍ର କେରି ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର। ପଦମପୁର ଉପନିର୍ବାଚନରେ ସରକାର କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତଶ୍ରୁତି ପୂରଣ କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଦୁଇ ଝିଅଙ୍କ ବିବାହ ଲାଗି ୨୫ ହଜାର ଲେଖାଏ ଅର୍ଥ ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ୨ଶହ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର।

ପିଲାଙ୍କ ଜନ୍ମ ତାରିଖ ଭାରତୀୟ ବ୍ୟକ୍ତିଙ୍କୁ କଲା କୋଟିପତି, ଲଟେରୀରେ ଜିତିଲେ ୩୩ କୋଟି

ବ୍ୟୁରୋ ରିପୋର୍ଟ: ଟିକେଟ ନମ୍ବର 037130 କରିଦେଲା କୋଟିପତି। କୋଟିଏ ନୁହେଁ କି ଦି କୋଟି ନୁହେଁ ଏକାଥରକେ ୩୩ କୋଟି। କଥାଟି ନିଶ୍ଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ମାତ୍ର ଏହା ସତ। ଦୁଇ ସନ୍ତାନଙ୍କ ଜନ୍ମ ଦିବସ ବାସ୍ତବରେ ବାପାଙ୍କୁ କରାଇଦେଲା କୋଟିପତି।

ଭାରତୀୟ ରାଜୀବ ଅରିକଟ୍ଟ ଜଣେ ବ୍ୟକ୍ତି ୟୁଏଇର ଅଲ୍ ଲାଇନରେ କାମ କରନ୍ତି । ଏକ ସ୍ଥାପତ୍ଯ ଫାର୍ମରେ କାମ କରନ୍ତି। ସେ ଦୀର୍ଘ ୩ ବର୍ଷ ଧରି ଲଟେରୀ ଟିକେଟ କିଣିଆସୁଥିଲେ। ସବୁଥର ସେ କିନ୍ତୁ ଟଙ୍କା ହରାଇଥାନ୍ତି। ତଥାପି ସେ ଏଥିରୁ ନିବୃତ୍ତ ହୋଇ ନଥିଲେ। ସେ କିଛିଦିନ ତଳେ 037130 ନମ୍ବର ଥିବା ଟିକେଟ କିଣିଥିଲେ। ତେବେ ଟିକେଟର ବିଶେଷତ୍ବ ଥିଲା ଏହା ଯେ ତାଙ୍କର ଦୁଇପୁଅଙ୍କ ଜନ୍ମ ତାରିଖ ୭ ଓ ୧୩କୁ ଆଧାର କରି ସେ ଟିକେଟ କ୍ରୟ କରିଥିଲେ। ଦୁଇ ସନ୍ତାନଙ୍କର ବୟସ ଥିଲା ୫ ଓ ୮ ବର୍ଷ। ଏହି ଟିକେଟର ବିଜେତା ହୋଇଥିବାରୁ ତାଙ୍କୁ ମିଳିଛି ୧୫ ନିୟୁତ ଦିରହାମ ଯାହାର ପରିମାଣ ଭାରତୀୟ ଟଙ୍କାରେ ପ୍ରାୟ ୩୩ କୋଟି ଟଙ୍କା। ପ୍ରାୟ ୨ ମାସ ତଳେ ସେ ଏହି ନମ୍ବରର ଥିବା ଟିକେଟ କିଣିଥିଲେ।

ହରିୟାଣରେ କୃଷକ ଆନ୍ଦୋଳନ; ଆସନ୍ତା ୧୩ରେ ଦିଲ୍ଲୀ ଚଲୋ ଡାକରାରେ ସାମିଲ ହେବେ ଚାଷୀ

ବ୍ୟୁରୋ ରିପୋର୍ଟ: ହରିୟାଣାରେ ଚାଷୀ ଆନ୍ଦୋଳନ। ଆସନ୍ତା ୧୩ ତାରିଖରେ ହରିୟାଣାର ଚାଷୀ ‘ଦିଲ୍ଲୀ ଚଲୋ’ ନାରା ଦେଇଛନ୍ତି। ଚାଷୀଙ୍କ ଅମଳ ଫସଲର ସର୍ବନିମ୍ନ ମୂଲ୍ୟ ପ୍ରଦାନ ନେଇ ନୀତି ପ୍ରଣୟନ ଦାବି କରି ଚାଷୀ ଏହି ଶୋଭାଯାତ୍ରା କରିବେ ହଜାର ହଜାର ସଂଖ୍ୟାରେ ଚାଷୀ। ଏହି ଆନ୍ଦୋଳନରେ ୨ ଶହରୁ ଅଧିକ କୃଷକ ସଂଗଠନର ସମର୍ଥନରେ ଦିଲ୍ଲୀ ଚଲୋ ଶୋଭାଯାତ୍ରା ଘୋଷଣା କରିଛନ୍ତି। ଏହାକୁ ନେଇ ହରିୟାଣାରେ ପୋଲିସର କଡ଼ା ପହରା। ୭ ଜିଲ୍ଲାରେ ମୋବାଇଲ ଫୋନ ସହ ଇଣ୍ଟରନେଟ ସେବା ବନ୍ଦ କରିଛି ପ୍ରଶାସନ।

ଆଜି ସକାଳ ୬ଟାରୁ ଆସନ୍ତା ୧୩ ତାରିଖ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଅମ୍ଵାଲା, କୁରୁକ୍ଷେତ୍ର, କୈଥଲ, ଜୀନ୍ଦ, ହିସାର, ଫତେହାବାଦ ଏବଂ ସିରସା ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ମୋବାଇଲରେ ଏକାଧିକ ଏସଏମଏସ ପଠାଇବା ଉପରେ ମଧ୍ୟ ରୋକ ଲାଗିଛି। ରାସ୍ତା ଉପରେ ସିମେଣ୍ଟ ବାରିକେଡ ସହ ଲୁହାକଣ୍ଟା ସବୁ ପୋତାଯାଇଛି। ବହୁତ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଚାଷୀଙ୍କ ଆନ୍ଦୋଳନ ରୋକିବାକୁ ହରିୟାଣା ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏଭଳି କଡ଼ା ନିଷ୍ପତ୍ତି ନିଆଯାଇଛି। ଚାଷୀ ଆନ୍ଦୋଳନ ରୋକିବାକୁ ପ୍ରଶାସନ ପକ୍ଷରୁ ରୁଟ୍ ପରିବର୍ତ୍ତନ ଏବଂ ସାତ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପଞ୍ଜାବ ଏବଂ ହରିୟାଣା ସୀମା ସଂଲଗ୍ନ ସମସ୍ତ ଅଂଚଳକୁ ସିମେଣ୍ଟ ବାରିକେଡ ସହ କଣ୍ଟାଯୁକ୍ତ ତାର ବିଛାଇ ସିଲ୍ କରିଦିଆଯାଇଛି। ହରିୟାଣାର ଅନେକ ଜିଲ୍ଲାରେ ଧାରା ୧୪୪ ଲଗାଯାଇଛି। ରାଜ୍ୟ ପୋଲିସ ସହ ସିଆରପିଏଫ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କୁ ମଧ୍ୟ ମୁତୟନ କରାଯାଇଛି।

ଅପରପଟେ ଆନ୍ଦୋଳନ ପୂର୍ବରୁ ଚାଷୀ ନେତା ସରବନ ସିଂ ପାନ୍ଧେରଙ୍କୁ ଆସନ୍ତା କାଲି ଆଲୋଚନା ନେଇ ୩ କେନ୍ଦ୍ରମନ୍ତ୍ରୀ ଡାକିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଜୁନ ମୁଣ୍ଡା ଏବଂ ନିତ୍ୟାନନ୍ଦ ରାୟ ଆସନ୍ତାକାଲି ଏହି ଆଲୋଚନା ପାଇଁ ଚଣ୍ଡୀଗଡ଼ରେ ପହଞ୍ଚିବେ। ୭ ଜିଲ୍ଲାରେ ମୋବାଇଲ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରିବାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଚାଷୀ ନେତା।

ମଦ ନିଶାରେ ୫ ମାସର ପୁଅକୁ କଚାଡ଼ି ମାରିଦେଲା ବାପା

ବରଗଡ଼: ବାପା ସାଜିଲା କଂସେଇ। ମଦ ନିଶାରେ ପାଞ୍ଚ ମାସର ପୁଅକୁ କଚାଡ଼ି ମାରିଲା ବାପା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମଦନିଶାରେ ନିଜ ପୁଅକୁ ବାପା ତଳେ କଚାଡ଼ି ମାରିଦେଇଛି ।

ସୂଚନା ଅନୁଯାୟୀ, ପାଇକମାଳ ଥାନା ଚେରେଙ୍ଗା ଝାଞ୍ଜ ଗାଁର ହେମନ୍ତ ଭୁଏ ଗତ ରାତିରେ ମଦ ନିଶାରେ ଘରକୁ ଯାଇ ପାଟିତୁଣ୍ଡ କରିଥିଲା। ମଦ ନିଶାରେ ନିଜ ପାଞ୍ଚ ମାସର ଶିଶୁପୁତ୍ରକୁ ତଳେ କଚାଡି ଦେଇଥିଲା ହେମନ୍ତ । ଘଟଣାସ୍ଥଳରେ ହିଁ ଶିଶୁପୁତ୍ରର ମୁତ୍ୟୁ ହୋଇଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ପ୍ରସଙ୍ଗ: ଇସ୍ତଫା ଦେଲେ ହଙ୍ଗେରୀ ରାଷ୍ଟ୍ରପତି

ବ୍ୟୁରୋ ରିପୋର୍ଟ: ଜଣେ ଶିଶୁ ଯୌନ ଉତ୍ପୀଡନକାରୀଙ୍କୁ ରାଜକ୍ଷମା ଦେଇ ହରଡଘଣାରେ ହଙ୍ଗେରୀ ରାଷ୍ଟ୍ରପତି। କେବଳ ଏତିକି ନୁହେଁ ସାରା ଦେଶରେ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ପରେ ଇସ୍ତଫା ଦେଇଛନ୍ତି କାଟାଲିନ ନୋଭାକ। ଏକ ଟେଲିଭିଜନ ବାର୍ତ୍ତାରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି। ଗତ ୨୦୨୨ରେ ସେ ଦେଶର ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିଲେ। ଏକ ସରକାରୀ ଶିଶୁଗୃହରେ ଜଣେ ବ୍ୟକ୍ତି ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ବି ଗତ ଏପ୍ରିଲ ୨୦୨୩ରେ ତାଙ୍କୁ ରାଜକ୍ଷମା ପ୍ରଦାନ କରିଥିଲେ ରାଷ୍ଟ୍ରପତି ନୋଭାକ।

ନିଜ ବିବୃତିରେ ନୋଭାକ କହିଛନ୍ତି- ସେ ଏକ ତ୍ରୁଟି କରିଦେଇଛନ୍ତି। ଅଭିଯୁକ୍ତଙ୍କୁ ରାଜକ୍ଷମା ପ୍ରଦାନ ପ୍ରସଙ୍ଗକୁ ନେଇ ଅନେକଙ୍କ ମନରେ ଆଘାତ ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ସେ ଇସ୍ତଫା ଦେଉଛନ୍ତି। କେବଳ ସେତିକି ନୁହେଁ, ଏହି ରାଜକ୍ଷମା ପ୍ରସଙ୍ଗରେ ସହାୟତା ପ୍ରଦାନ କରିଥିବା ପୂର୍ବତନ ନ୍ୟାୟ ମନ୍ତ୍ରୀ ଜୁଡିତ ଭର୍ଗା ବି ସାଧାରଣ ଜୀବନରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି।

ବିଗତ ୨୦୧୦ରୁ ହଙ୍ଗେରୀରେ ଶାସନ କରୁଛି ଫିଦେସ ପାର୍ଟି । ପ୍ରଧାନମନ୍ତ୍ରୀ ଭିକ୍ଟର ଅର୍ବାନଙ୍କ ନେତୃତ୍ବରେ ଦଳ ଦୀର୍ଘ ଦିନ ଧରି ଶାସନ କରୁଛି । ତେବେ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକୁ ସରକାର ନଷ୍ଟ କରୁଥିବା ସହ ଅନ୍ୟାନ୍ୟ ଅଭିଯୋଗ ଦଳ ନାମରେ ରହିଛି । ପାରମ୍ପରିକ ପରିବାରର ମୂଲ୍ୟବୋଧ ଓ ଶିଶୁ ସୁରକ୍ଷା ନେଇ ସର୍ବଦା ସ୍ବର ଉତ୍ତୋଳନ କରୁଥିବା ନୋଭାକଙ୍କ ରାଜକ୍ଷମା ପ୍ରସଙ୍ଗ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଥିଲା। ସେ ଥିଲେ ହଙ୍ଗେରୀର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ସେ ସର୍ବକନିଷ୍ଠ ରାଷ୍ଟ୍ରପତି। ୨୦୦୪ରୁ ୨୦୧୬ ମଧ୍ୟରେ ଏକ ପ୍ରତିଷ୍ଠାନରେ ପ୍ରାୟ ୧୦ ଜଣ ଶିଶୁଙ୍କୁ ଯୌନ ନିର୍ଯାତନା ଦେଇଆସୁଥିଲେ ପ୍ରତିଷ୍ଠାନର ନିର୍ଦ୍ଦେଶକ । ଏହି ମାମଲାରେ ତାଙ୍କୁ ୮ ବର୍ଷ ଜେଲଦଣ୍ଡ ମିଳିଥିଲା । ତେବେ ନିର୍ଦ୍ଦେଶକଙ୍କ ନାମରେ କରାଯାଇଥିବା ଅଭିଯୋଗକୁ ପ୍ରତ୍ୟାହାର କରିବା ଲାଗି ଅନ୍ୟ ଜଣେ ବ୍ୟକ୍ତି ପିଲାଙ୍କ ଉପରେ ଚାପ ପକାଉଥିଲେ। ଏହି ଅଭିଯୋଗ କ୍ରମେ ତାଙ୍କୁ ୩ ବର୍ଷ ସଜା ମିଳିଥିଲା। ସେହି ବ୍ୟକ୍ତିଙ୍କୁ ରାଜକ୍ଷମା ପ୍ରଦାନ କରି ବିବାଦୀୟ ହୋଇପଡିଥିଲେ ନୋଭାକ। ହଙ୍ଗେରୀର ପ୍ରଭାବଶାଳୀ ମହିଳା ଭାବେ ଫର୍ବସ ତାଲିକାରେ ୨୦୨୩ରେ ସ୍ଥାନ ପାଇଥିଲେ ନୋଭାକ।

 

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ, ୪ ମୃତ

ଝାରସୁଗୁଡ଼ା: ଯାତ୍ରୀବାହୀ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ। ଦୁର୍ଘଟଣାରେ ୪ ମୃତ, ୯ ଜଣ ଗୁରୁତର। ଝାରସୁଗୁଡ଼ା ଲଖନପୁର ଜୁନିଏନ ଗାଁ ନିକଟରେ ଦୁର୍ଘଟଣା। ଜାତୀୟ ରାଜପଥ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୧୦ ଟା ୩୦ ମିନିଟରେ ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକଅପ୍ ଭ୍ୟାନ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ଲଖନପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଟ୍ରକ ଡ୍ରାଇଭର ଫେରାର ଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ମୃତକଙ୍କ ମଧ୍ଯରେ ୨ ଜଣ ପୁୁରୁଷ ଏବଂ ୨ ଜଣ ମହିଳା ଅଛନ୍ତି।

ସମ୍ବଲପୁରରେ ବିକାଶର ସମୀକ୍ଷା କଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସମ୍ବଲପୁରରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ। ସମଲେଇ ପ୍ରକଳ୍ପ ବୁଲିବା ସହିତ କିଭଳି ସମଲେଇ ପ୍ରକଳ୍ପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିପାରିବ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି। ସମଲେଇ ପ୍ରକଳ୍ପ ବୁଲିବା ପରେ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିଥିଲେ ଫାଇଭ-ଟି ଅଧ୍ୟକ୍ଷ। ମନ୍ଦିର ପରିସରରେ ଟ୍ରଷ୍ଟବୋର୍ଡ ଓ ମନ୍ଦିର ପୂଜକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହାପରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ତାଙ୍କ ନିକଟରୁ ଦାବି ପତ୍ର ଗ୍ରହଣ କରିଥିଲେ କାର୍ତ୍ତିକ ପାଣ୍ଡିଆନ୍।

ଏହାପରେ ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ପହଞ୍ଚି ଆଥଲେଟିକ ଏସୋସିଏସନ କର୍ମକର୍ତ୍ତା ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ୱଲପୁର ଆଥଲେଟିକ ଆସୋସିଏସନ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ସ୍ବାଗତ କରାଯାଇଥିଲା। ଷ୍ଟାଡିୟମରେ କ୍ରିକେଟ ଖେଳାଳିଙ୍କ ସହ 5T ଅଧ୍ୟକ୍ଷ କ୍ରିକେଟ ଖେଳିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବା ସହ  ସମ୍ବଲପୁରରେ ବହୁତ ବଡ କ୍ରିକେଟ ଷ୍ଟାଡିୟମ ଓ ଫୁଟବଲ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆସୋସିଏସନ କର୍ମକର୍ତ୍ତା ଓ ଖେଳାଳି। ଫୁଟବଲ ଓ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ୩୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଷ୍ଟାଡିୟମ ନିର୍ମାଣ ପରେ କ୍ରୀଡ଼ାବିତଙ୍କୁ ଏହା ବଡ ବୁଷ୍ଟ ହେବ ବୋଲି କୁହାଯାଉଛି।

ଏହି ଅବସରରେ ଭୀମସାର ମେଡିକାଲ କଲେଜ ଯାଇ ସ୍ବାସ୍ଥ୍ୟସେବାର ସମୀକ୍ଷା କରିଥିଲେ 5T ଅଧ୍ୟକ୍ଷ। ହସ୍ପିଟାଲ ନିର୍ଦ୍ଦେଶକ ଓ ବରିଷ୍ଠ ଡାକ୍ତରଙ୍କ ସହ ସ୍ବାସ୍ଥ୍ୟସେବା ବାବଦରେ ଆଲୋଚନା କରିଥିଲେ। ଏଠାରେ ପ୍ରଥମ ପର୍ଯ୍ୟାୟରେ ୭୦୦ ବେଡ୍ ବିଶିଷ୍ଟ ମାତୃ ଓ ଶିଶୁ ଓ୍ବାର୍ଡର ସୁବିଧା ମିଳିବ। ମେଡିକାଲ ହଷ୍ଟେଲ କ୍ୟାମ୍ପସର ଉନ୍ନତିକରଣ ସହ ସ୍ପୋର୍ଟସ କକ୍ଲେକ୍ସ କରାଯିବ। ଏହାସହ କର୍ମଚାରୀଙ୍କ ପାଇଁ କ୍ବାର୍ଟର ସହ ଅନ୍ୟ ସୁବିଧା ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ହଜାରେ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଯୋଜନା ହୋଇଛି। ଏଥିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଏହାପରେ ସମ୍ୱଲପୁରରେ ମହାନଦୀ ହାଫ୍ ମାରାଥନ ଅନୁଷ୍ଠିତ ହୋଇଥିଲା। ସେଠାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପହଞ୍ଚି ପତାକା ଦେଖାଇ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଫାଇଭ-ଟି ଅଧ୍ୟକ୍ଷ କହିଛନ୍ତି, ବୁର୍ଲାରେ ମୁଖ୍ୟମନ୍ତ୍ରୀ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିଛନ୍ତି। ଷ୍ଟାଡିୟମରେ ଭଲ ସୁବିଧା ରହିଛି। ମଣ୍ଡଳିଆ ପଡ଼ିଆରେ ସମ୍ବଲପୁର ଫୁଟବଲ ଏକାଡେମୀ କରାଯାଉଛି। ସେହିପରି ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବହୁତ ବଡ କ୍ରୀଡା ଭିତ୍ତିଭୂମିର ବିକାଶ କରାଯାଉଛି। ସମ୍ବଲପୁରରେ ବଡ କ୍ରିକେଟ ଷ୍ଟାଡିୟମ କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି। ଏହାସହ ଭଲ ଫୁଟବଲ ଷ୍ଟାଡିୟମ ତିଆରି କରିବା ପାଇଁ ଜାଗା ଚିହ୍ନଟ କରାଯାଉଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ସାରା ଦେଶରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ

ବ୍ୟୁରୋ ରିପୋର୍ଟ: ପୁଣି ଥରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ସାରା ଦେଶରେ ଏକ୍ ନମ୍ବରରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ମୁଡ ଅଫ୍ ଦି ନେସନ ଓପିନିଅନ୍ ପୋଲ ସର୍ଭେରେ ନବୀନ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସବୁଠୁ ଆଗରେ ଅଛନ୍ତି ।

ସେହିପରି ନବୀନଙ୍କ ପଛକୁ ଅଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ସର୍ଭେ ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜ ରାଜ୍ୟରେ ୫୨.୭ ପ୍ରତିଶତ ଲୋକେ ପସନ୍ଦ କରୁଥିବା ବେଳେ, ଯୋଗୀ ଆଦିତ୍ୟ ନାଥଙ୍କୁ ଉତ୍ତର ପ୍ରଦେଶରେ ୫୧.୩ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ସେହିପରି ୩ ନମ୍ବରରେରେ ଆସାମ, ଚତୁର୍ଥରେ ଗୁଜରାଟ ଓ ପଞ୍ଚମରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ଅଛନ୍ତି।

ପାକିସ୍ତାନରେ ବଢ଼ିଲା ଅସ୍ଥିରତା, ସାରା ଦେଶରେ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ

ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ବଢ଼ିଲା ଅସ୍ଥିରତା । ସାରା ଦେଶରେ ପାକିସ୍ତାନ ତେହରିକ-ଇ-ଇନସାଫ କର୍ମୀଙ୍କ ବିକ୍ଷୋଭ। ସାଧାରଣ ନିର୍ବାଚନରେ ବ୍ୟାପକ ଭୋଟ ରିଗିଂ କରାଯାଇଥିବା ଅଭିଯୋଗ କ୍ରମେ ଏହି ବିକ୍ଷୋଭ ହୋଇଛି । ଏହା ସହ ଗଣତି ପ୍ରକ୍ରିୟା ବିଳମ୍ବ ହେବା ଏବଂ ସ୍ପଷ୍ଟ ଫଳାଫଳ ପ୍ରକାଶ କରିବାରେ ବିଫଳତାକୁ କେନ୍ଦ୍ର କରି ତାତିଛନ୍ତି ଇମ୍ରାନ ଖାଁଙ୍କ ସମର୍ଥକ ।

ଗତ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ସରିଥିଲେ ବି ବର୍ତ୍ତମାନ ସୁଦ୍ଧା ରାଜନୈତିକ ସ୍ଥିତି ସୁଧୁରିପାରିନାହିଁ । ଇମ୍ରାନଙ୍କ ସମର୍ଥକ ଦେଶର ବିଭିନ୍ନ ରିଟର୍ଣ୍ଣିଂ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ପିଟିଆଇ ୧୦୨ ଆସନ ହାସଲ କରିଥିବାବେଳେ ପିଏମଏଲ-ଏନ ୭୩ ଓ ପିପିପି ୫୪ ଆସନ ହାସଲ କରିଛି । ଅନ୍ୟାନ୍ୟ ଦଳ ୨୭ ଆସନରେ ବିଜୟୀ ହୋଇଛନ୍ତି।

ସେପଟେ ଭୋଟ ରିଗିଂ ଅଭିଯୋଗ ନେଇ ପିପିପି, ପିଟିଆଇ ଓ ପିଏମଏଲ-ଏନ ବିଭିନ୍ନ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେମାନଙ୍କ ମତରେ ପ୍ରଥମେ ବିଜୟୀ ଘୋଷଣା କରାଯାଇଥିବା ଅନେକ ପ୍ରାର୍ଥୀଙ୍କୁ ପରେ ପରାସ୍ତ ଘୋଷଣା କରାଯାଇଛି। ଭୋଟ ରିଗିଂ ଓ ଜାଲିଆତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା, ବ୍ରିଟେନ ଓ ୟୁରୋପୀୟ ୟୁନିଅନ ।