spot_img
Home Blog Page 2148

ଆଜି ଚାଷୀ କରିବେ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ

ନୂଆଦିଲ୍ଲୀ: ନ୍ଯାଯ୍ୟ ଦାବିରେ ଆଜି ଚାଷୀ କରିବେ ଦେଶବ୍ଯାପୀ ରେଳରୋକ ଆନ୍ଦୋଳନ । ଦେଶର ବିଭିନ୍ନ ଭାଗରେ ଶତାଧିକ କୃଷକ ସଂଗଠନ କରିବେ ପ୍ରତିବାଦ । ଦିନ ୧୨ଟାରୁ ଅପରାହ୍ଣ ୪ଟା ଯାଏଁ ରେଳରୋକ କରାଯିବ । ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ବିଦ୍ୟୁତ ଦେୟ ନ ବଢାଇବା, ୬୦ ବର୍ଷରୁ ଅଧିକ ଚାଷୀ ଓ କୃଷି ଶ୍ରମିକଙ୍କୁ ମାସିକ ୧୦ ହଜାର ଟଙ୍କାର ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ୨୦୨୦-୨୧ରେ ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବି ନେଇ ଚାଲିଛି ଆନ୍ଦୋଳନ ।

ଆସନ୍ତା ୧୪ ତାରିଖରେ ମହାପଞ୍ଚାୟତ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ଗତ ଫେବୃଆରୀ ୧୩ ତାରିଖରୁ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ବାନରେ ଚାଷୀ ଆନ୍ଦୋଳନ କରୁଛନ୍ତି । ବିବାଦର ସମାଧାନ ନେଇ କେନ୍ଦ୍ର ସରକାର ବାରମ୍ବାର ଆଲୋଚନା ପରେ ମଧ୍ଯ ସମାଧାନର ବାଟ ବାହାରି ପାରିନାହିଁ ।

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ନୟାପଲ୍ଲୀ ଗାଁରେ ହତ୍ୟାକାଣ୍ଡ । ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଜଣଙ୍କ ହେଲେ ଶିବ ନାୟକ । ସେ ଜଣେ କବାଡିଆ ବେପାରୀ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖିଛି ।

ଘଟଣା ସ୍ଥଳରେ ବୋଲଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରାଯାଇଛି । ଖୋର୍ଦ୍ଧା ଏସପି ଓ ଏସଡିପିଓ ଘଟଣା ସ୍ଥଳକୁ ଯାଉଛନ୍ତି । ପରିବାର ଲୋକେ ଏପର୍ଯ୍ୟନ୍ତ ଘଟଣାକୁ ନେଇ ଏତଲା ଦେଇନାହାନ୍ତି ।

୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ପୁଣି ବୋରଓ୍ବେଲ ଟ୍ରାଜେଡି । ଦିଲ୍ଲୀରେ ଏକ ବୋରଓ୍ବେଲରେ ଫସିଛି ଜଣେ ଶିଶୁ । ୪୦ ଫୁଟ ଭିତରେ ଚାଲିଛି ଜୀବନ ମରଣର ସଂଗ୍ରାମ । କେଶୋପୁର ମଣ୍ଡି ନିକଟ ଜଳବୋର୍ଡ ପ୍ଲାଣ୍ଟ ନିକଟରେ ଘଟିଛି ଅଘଟଣ । ପୀଡ଼ିତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ରେସକ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ପୋଲିସ । ବୋରଓ୍ବେଲରେ ପଡ଼ିଥିବା ପୀଡ଼ିତ ଶିଶୁ ବୋଲି କୁହା ଯାଉଥିବା ବେଳେ କିଛି ଲୋକ ଜଣେ ବ୍ୟକ୍ତି ବୋଲି କହୁଛନ୍ତି । ତେବେ ବୋରଓ୍ବେଲରେ ଶିଶୁ ନା ବଡ଼ ଲୋକ ପଡ଼ିଛନ୍ତି ତାହା ବର୍ତ୍ତମାନ ସୁଦ୍ଧ ସ୍ପଷ୍ଟ ହୋଇପାରିନି ।

ଦିଲ୍ଲୀ ପୋଲିସ ଅନୁସାରେ ରବିବାର ରାତି ପ୍ରାୟ ଗୋଟାଏ ୧୫ରେ ପିସିଆର କଲ୍ ଆସିଥିଲା । ଜଳବୋର୍ଡ କର୍ମଚାରୀ କହିଥିଲେ, କେହି ଜଣେ ଚୋରି କରିବାକୁ ଆସି ବୋରଓ୍ବେଲରେ ପଡି ଯାଇଛନ୍ତି । ବୋରଓ୍ବେଲରେ ପଡିଥିବା ବ୍ୟକ୍ତି କିଏ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରାଯାଉଥିବା ପୋଲିସ କହିଛି ।

ଘଟଣାରେ ଜଳବୋର୍ଡର ଅବହେଳା ସାମ୍ନାକୁ ଆସିଛି । ପ୍ରଥମେ ପାଇପ୍ ଦ୍ବାରା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ସଫଳ ହୋଇ ନଥିଲା । ଏବେ ବୋରଓ୍ବେଲ ପାଖରେ ଆଉ ଏକ ଗାତ ଖୋଳାଯାଉଛି । ଯେଉଁଥିରେ ପଡ଼ିଥିବା ଲୋକକୁ ଉଦ୍ଧାର କରାଯାଇପାରିବ ।

ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା, କଂଗ୍ରେସ ପଚାରିଲା ନିର୍ବାଚନ ଲଢ଼ିବ କି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ୪୫ ମାସ ପୂର୍ବରୁ ଗୋଏଲ ଇସ୍ତଫା ଦେଇଛନ୍ତି ଗୋଏଲ । ୨୦୨୭ ଡିସେମ୍ବର ୫ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା । ଆସନ୍ତା ବର୍ଷ ସେ ମୁଖ୍ୟ ନିର୍ବାଚନ କମିାନର ହୋଇଥାନ୍ତେ । ଗତ ଫେବୃଆରୀରେ ଅନୁପ ଚନ୍ଦ୍ର ପାଣ୍ଡେ ଅବସର ନେଇଥିବା ବେଳେ ଏବେ ଅରୁଣ ଇସ୍ତଫା ଦେଇଛନ୍ତି । ତିନି ଜଣିଆ ନିର୍ବାଚନ ଆୟୋଗରେ ଏବେ ମାତ୍ର ଜଣେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି ।

ତେବେ ଗୋଏଲଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।  ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ନିର୍ବାଚନ କମିଶନର ପଦରୁ ଅରୁଣ ଗୋଏଲଙ୍କ ଇସ୍ତଫା ୩ଟି ପ୍ରଶ୍ନ ଛିଡ଼ା କରୁଛି ।

ଜୟରାମ ପଚାରିଛନ୍ତି, କ’ଣ ମୁଖ୍ୟ ନିର୍ବାଚନ କମିଶନର ନା ମୋଦି ସରକାର ସହ ମତଭେଦ କାରଣରୁ ଇସ୍ତଫା ଦେଇଛନ୍ତି ? କ’ଣ ସେ ନିଜସ୍ବ କାମ ପାଇଁ ଇସ୍ତଫା ଦେଇଛନ୍ତି ? କ’ଣ ସେ କୋଲକାତା ହାଇକୋର୍ଟ ବିଚାରପତିଙ୍କ ପରି ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଇଛନ୍ତି ?

ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନିର୍ବାଚନ ଆୟୋଗ ନା ନିର୍ବାଚନ ଭୁଲ ? କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ଏବେ ଭାରତରେ ଜଣେ ନିର୍ବାଚନ କମିଶନର ଅଛନ୍ତି । ଯଦି ସ୍ବତନ୍ତ୍ର ସଂସ୍ଥାରେ ବ୍ୟବସ୍ଥିତ ବିନାଶ ବନ୍ଦ କରାନଯାଏ ତେବେ ଏକଛତ୍ରବାଦ ଲୋକତନ୍ତ୍ରକୁ ନିଜ ଅକ୍ତିଆରକୁ ନେଇଯିବ ।

ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର, ମେଡିକାଲରେ ଭର୍ତ୍ତି

ଦାରିଙ୍ଗବାଡି: ବାରହା ଆକ୍ରମଣରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସରୁଲାଇ ଗାଁର ଜଣେ ବୃଦ୍ଧ ଗୁରୁତର । ଆହତ ବ୍ୟକ୍ତି ହେଲେ ଗାଟିସା ପ୍ରଧାନ ।ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖରା ଦିନିଆ ଧାନ ଚାଷ ପାଇଁ ପ୍ରତିଦିନ ଭଳି ଗତକାଲି ବିଲକୁ କାମ କରିବାକୁ ଯାଇଥିଲେ ଗାଟିସା । ହେଲେ ସେଠାରେ ଏକ  ବାରହା ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା । ଗାଟିସା ଚିତ୍କାର କରିବାରୁ ଆଖପାଖରେ ଥିବା ଲୋକେ ଧାଇଁ ଆସିବାରୁ ବାରହାଟି ପଳାଇଥିଲା । ଗାଟିସାଙ୍କ ଦୁଇ ଗୋଡ଼, ଜଙ୍ଘ ଓ ବାମ ହାତରେ କ୍ଷତ ହୋଇଥିବା ଜଣାପଡ଼ିଛି ।

ଇବ ନଦୀରୁ ମିଳିଲା ଦୁଇ ମୃତଦେହ, ଏବେ ବି ଜଣେ ନିଖୋଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ଇବ ନଦୀରେ ବୁଡ଼ି ନିଖୋଜ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆଉ ଜଣେ ନିଖୋଜ ଅଛନ୍ତି । ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଗତକାଲି ଗାଧୋଇବାକୁ ଯାଇ ୩ ଜଣ ବୁଡ଼ି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର ପାଇଁ ପହଞ୍ଚି ଥିଲେ । ବହୁ ଖୋଜାଖୋଜି ପରେ ଦୁଇ ଜଣଙ୍କ ମୃତଦେହ ମିଳିଥିଲା । ମୃତକମାନେ ହେଲେ ମହମ୍ମଦ ରିଜୱାନ ଏବଂ ମହମ୍ମଦ ଫାରହାନ ।

ଉଦଘାଟିତ ହେଲା କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ

ଭୁବନେଶ୍ବର: କ୍ରୀଡା ଭିତ୍ତିଭୂମି ବିକାଶର ନୂଆ ଅଧ୍ୟାୟ । ଉଦଘାଟିତ ହେଲା କଳିଙ୍ଗ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ । ଇଣ୍ଡୋର ଆଥଲେଟିକ୍ ଷ୍ଟାଡିୟମ ସହ ଇଣ୍ଡୋର ଡାଇଭିଂ ସେଣ୍ଟରର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ନବୀନ ।

ବିଶ୍ବ କ୍ରୀଡ଼ାର ସବୁଠାରୁ ବଡ଼ ଇଭେଣ୍ଟ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା । ୨୦୩୬ ଅଲିମ୍ପିକ୍ସ ପାଇଁ ଭାରତ ଦାବିଦାର ଥିବା ବେଳେ ଓଡ଼ିଶା ହେବ ବଡ଼ ଭାଗୀଦାର । ଏଥିପାଇଁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ଦକ୍ଷିଣ ଏସିଆର ପ୍ରଥମ ଇଣ୍ଡାର ଆଥଲେଟିକ ଷ୍ଟାଡିୟମ । ଆଜି ଏହାକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଠି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହେବ ଟୁର୍ଣ୍ଣାମେଣ୍ଟ । ଆଥଲେଟିକର ବିକାଶ ଆହୁରି ତ୍ବରାନ୍ବିତ ହେବା ସହ ଖେଳାଳିମାନେ ବର୍ଷ ତମାମ ଅଭ୍ୟାସ କରିବାର ସୁଯୋଗ ପାଇବେ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଅତ୍ୟାଧୁନିକ ଜିମ୍ନାଷ୍ଟିକ ହଲ୍, ହାଇ ପରଫରମାନ୍ସ ସେଣ୍ଟର, ସ୍ପୋର୍ଟ୍ସ କ୍ଲାଇମିଂ ଓ୍ବାଲ୍, ବ୍ୟାଡମିଣ୍ଟନ ଓ ହକି ଉତ୍କର୍ଷ କେନ୍ଦ୍ର, ଫିପା ମାନର ଫୁଟବଲ ଷ୍ଟାଡିୟମ, ସିନ୍ଥେଟିକ ଟ୍ରାକ୍, ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ର ଓ ସନ୍ତରଣାଗାର ଆଦି କ୍ରୀଡ଼ାକ୍ଷେତ୍ରକୁ ସମୃଦ୍ଧ କରିବା ସହ ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ବିଭିନ୍ନ ଅନ୍ତର୍ଜାତୀୟ ଓ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରି ଦକ୍ଷତା ପ୍ରତିପାଦନ କରିଛି ଓଡ଼ିଶା । ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ୧୨୦ କୋଟି ଟଙ୍କାରେ ନିର୍ମିତ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ । ଖେଳାଳିଙ୍କ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ଆଥଲେଟିକ୍ ଇଭେଣ୍ଟ ବିନା ବାଧାରେ ଆୟୋଜନ ହୋଇପାରିବ ବୋଲି ଅଲିମ୍ପିଆନ ଓ କ୍ରୀଡ଼ା ସମୀକ୍ଷକ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବାକୁ ନବୀନ ନିବାସ ଭିଡ଼

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ୧୭ଟି ସଂଗଠନର କର୍ମକର୍ତ୍ତା । ନିର୍ମାଣ ଶ୍ରମିକ, ଆଶା କର୍ମୀ, ଠିକା କର୍ମଚାରୀ, ଆଦିବାସୀ ଛାତ୍ର ହଷ୍ଟେଲ ପରିଚାଳିକା ସଂଘ, ଓଡ଼ିଶା ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ଓ ଏନଏନସି ଘୋଷଣା ହୋଇଥିବା  ବିଭିନ୍ନ ଅଂଚଳର ଲୋକ ପ୍ରତିନିଧି ଓ ସମର୍ଥକମାନେ ନବୀନ ନିବାସ ଆସି ଜଣାଇଛନ୍ତି ଧନ୍ଯବାଦ ।

ନବୀନ ନିବାସରେ ଖୁସିର ଲହର । ବ୍ୟାନର ପ୍ରଦର୍ଶନ ସହ ଓ ସୋସ୍ଲାନ ଦେଇ ଖୁସିବ୍ଯକ୍ତ କରିଛନ୍ତି ବିଭିନ୍ନ ସଂଗଠନର କର୍ମକର୍ତ୍ତା । କର୍ମଚାରୀଙ୍କ ଦୁଃଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ନିର୍ମାଣ ଶ୍ରମିକଙ୍କ ମାସିକ ପେନସନ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ୮୦ ବର୍ଷରୁ ଅଧିକ ଶ୍ରମିକଙ୍କ ମାସିକ ପେନସନ ୭୦୦ ଟଙ୍କାରୁ ୧୨ ଶହ ଟଙ୍କା ବୃଦ୍ଧି ହୋଇଛି । ଆଶା କର୍ମୀଙ୍କ ମାସିକ ପାରିଶ୍ରମିକ ୪ ହଜାର ୫୦୦ରୁ ୭୦୦୦ ଓ ଅବସରକାଳୀନ ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ସମସ୍ତଙ୍କ ମୁହଁରେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କ ପ୍ରଶଂସା । ମାଆ ଓ ଶିଶୁଙ୍କ ଯତ୍ନ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଶାକର୍ମୀଙ୍କୁ ଉଚିତ ପ୍ରାପ୍ୟ ମିଳିଥିବାରୁ ସଂଘ ପକ୍ଷରୁ 5T ଅଧ୍ୟକ୍ଷଙ୍କୁ ଦିଆଯାଇଛି ଧନ୍ଯବାଦ ।

ସେପଟେ ଆଉଟ ସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢ଼ିଥିବାରୁ ସେମାନେ ବି ଜଣାଇଛନ୍ତି କୃତଜ୍ଞତା । ତେଣେ ପରଜଙ୍ଗ ଏନଏସି ଗଠନ ହେବା ପରେ ବିଜେଡ଼ି ବିଧାୟକ ନୃସିଂହ ସାହୁଙ୍କ ନେତୃତ୍ବରେ ଶତାଧିକ ପରଜଙ୍ଗବାସୀ ଛୁଟି ଆସିଛନ୍ତି ନବୀନ ନିବାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି ଜଣାଇଛନ୍ତି କୃତଜ୍ଞତା ।

ମୁଖ୍ୟମନ୍ତ୍ରୀଙ୍କ ଭିଜନ-୨୦୩୬ର ସାରଥି ହେବେ ମହିଳା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ-୨୦୩୬ର ପ୍ରମୁଖ ସାରଥି ସାଜିବେ ମହିଳା । ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ନବୀନଙ୍କ ମନ୍ତ୍ର ସଫଳ ହେଉଛି । ସାମାଜିକ, ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନାର ହେଉଛି ସଫଳ ରୂପାୟନ। ଏହି ପ୍ରକ୍ରିୟାରେ ପୁଣି ଥରେ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ଘୋଷଣା କରିବା ପରେ ମହିଳାଙ୍କ ଭିତରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି ।

ମାଆଙ୍କୁ ସମ୍ମାନ, ମାଆଙ୍କ ସଶକ୍ତିକରଣ । ଏ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମହତ ଚିନ୍ତାଧାରା । ବିଜୁ ପଟ୍ଟନାୟକଙ୍କ ପରି ମହିଳାଙ୍କୁ ନବୀନ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି । ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ଉଦ୍ଯମ କରି ଆସୁଛନ୍ତି ନବୀନ । ୨୦୧୯ ଲୋକସଭା ନିର୍ବାଚନରେ ନବୀନ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେଡି ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ଦେବ। ଏହି ନିଷ୍ପତ୍ତି ମହିଳାଙ୍କ ଭିତରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ମହିଳା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବାକୁ ଯାଉଛନ୍ତି । ମାଆଙ୍କ ରାଜନୈତିକ ପ୍ରତିନିଧିତ୍ବ ବଢ଼ିଲେ, ସଶକ୍ତ ଓଡ଼ିଶା ଗଠନ ହୋଇପାରିବ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ୨୦୩୬ ସୁଦ୍ଧା ଓଡ଼ିଶାକୁ ବିକଶିତ ରାଜ୍ୟ କରିବାରେ ମହିଳାମାନେ ପ୍ରମୁଖ ଭାଗିଦାର ହେବେ ।

ନୂତନ ଓଡ଼ିଶା ଗଠନର ମହାମନ୍ତ୍ର ହେଉଛି ମହିଳାଙ୍କୁ ନିଷ୍ପତ୍ତି ନେବାରେ କ୍ଷମତା ପ୍ରଦାନ । ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ନିଷ୍ପତ୍ତି ନେବାର କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହିଳା ସଶକ୍ତିକରଣର ପୁରୋଧା ସାଜିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ତା’କୁ ଆହୁରି ଆଗକୁ ନେଇ ଚାଲିଛନ୍ତି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ମିଶନ ଶକ୍ତି ଓ ମମତା ପରି ଯୋଜନା ମହିଳାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହୋଇଛି ।

ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ବ ଓ ଦିଗଦର୍ଶନରେ ମାତୃ କଲ୍ୟାଣ, ମମତା, ଜାଗୃତି, ମହିଳା ହେଲପ୍ ଲାଇନ୍, ବିଜୁ କନ୍ୟାରତ୍ନ ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଆଦି ଯୋଜନା କାର୍ଯ୍ୟକାରୀ ହେଉଛି । ମିଶନ ଶକ୍ତି ୭୦ ଲକ୍ଷ ମହିଳାଙ୍କ ଜୀବନରେ ଆଣିଛି ପରିବର୍ତ୍ତନ ।

ଗୁଜବ ଓ ମିଛ କଥା ରାଜନୀତିରେ ସବୁଠୁ ଖରାପ ଜିନିଷ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନଙ୍କ ପଟ୍ଟନାୟକଙ୍କ ମତରେ ରାଜନୀତିରେ ସବୁଠାରୁ ଖରାପ ଜିନିଷ ହେଲା ଗୁଜବ ଓ ମିଥ କଥା । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଏକ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ମୁଖ୍ଯମନ୍ତ୍ରୀଙ୍କ ଏଭଳି ବାର୍ତ୍ତା ବେଶ୍ ଗୁରୁତ୍ବ ବହନ କରୁଛି । ବିଜେବି-ବିଜେଡି ମେଣ୍ଟକୁ ନେଇ ଗୁଜବ ସୃଷ୍ଟି କରୁଥିବା ନେତାଙ୍କୁ ଏହା ନବୀନଙ୍କ କଡା ଜବାବ ବୋଲି ଆଲୋଚନା ହେଉଛି ।

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ଷ୍ଟାଟସ୍ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଏଥିରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ବେଳେ ପଚାରିଛନ୍ତି, ରାଜନୀତିରେ ସବୁଠାରୁ ଖରାପ ଜିନିଷ କ’ଣ ? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୁଜବ ଏବଂ ମିଛ କଥା ହେଉଛି ରାଜନୀତିରେ ସବୁଠାରୁ ଖରାପ ଜିନିଷ ।