spot_img
Home Blog Page 2156

ପୁଣି ଇତିହାସ ରଚିଲା ଇସ୍ରୋ; ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।

ଇସ୍ରୋ କହିଛି, ଆରଏଲଭି LEX-02 ଅବତରଣ ପରୀକ୍ଷଣ ମାଧ୍ୟମରେ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ (ଆରଏଲଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ଟେଷ୍ଟ କର୍ନାଟକର ଚିତ୍ରଦୁର୍ଗସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ସକାଳ ୭.୧୦ରେ କରାଯାଇଥିଲା। ୱିଙ୍ଗେଡ ପୁଷ୍ପକ (ଆରଏଲଭି-ଟିଡି) ଲଞ୍ଚ ହେବା ପରେ ସଠିକତା ସହିତ ରନୱେରେ ସଫଳତାର ସହ ଅବତରଣ କଲା।

ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ମାମଲା: ୨ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଭୁବନେଶ୍ୱର ଝାରପଡା ଜେଲରେ ଗୋଷ୍ଠୀ ସଙ୍ଘର୍ଷ ଓ ନିଶା ଦ୍ରବ୍ୟ ଚାଲାଣ ଘଟଣା । ୨ ଜେଲ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଜଣେ ୱାର୍ଡରକୁ ନିଲମ୍ବିତ କରାଯାଇଥିବା ବେଳେ ଜଣଙ୍କୁ ବଦଳି କରାଯାଇଛି । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ସସପେଣ୍ଡ ହୋଇଛନ୍ତି  । ହାଇସିକ୍ୟୁରିଟି ସେଲ ଦାୟିତ୍ୱରେ ଥିବା ସତ୍ୱେ ପ୍ରଭାତ ଚକରା ବାରିକକୁ ଅନୁକମ୍ପା ଦେଖାଇ ଥିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି  । ଚକରା ଉପରେ ନଜର ନରଖି ତାକୁ ଖୋଲା ଛାଡିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି  ।

ଗତ ୧୭ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ  । ସେହିପରି ନାଇଟ ଡ୍ୟୁଟିରେ ଥିବା ମଙ୍ଗୁଳି ସେଠୀ, ଚିପ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ନିଶାଦ୍ରବ୍ୟ କାରବାର ଏବଂ ନାଇଟ ଡ୍ୟୁଟିରେ ଥିଲା ବେଳେ,ନିଶାଦ୍ରବ୍ୟ କେମିତି ଜେଲ ଭିତରକୁ ଆସିଲା, ଆଉ ବାରମ୍ବାର ଜେଲ ସର୍ଚ୍ଚ ପରେ ବି ପୁଲିସ କେମିତି ନିଶାଦ୍ରବ୍ୟ ଜବତ କଲା ସେନେଇ ହୋଇଛି କାର୍ଯ୍ୟାନୁଷ୍ଠାନ  ।

ଆଡମିନିଷ୍ଟ୍ରେଟିଭ ଗ୍ରାଉଣ୍ଡ ଏବଂ ଡ୍ୟୁଟିରେ ଅବହେଳା ପାଇଁ କାର୍ଯ୍ୟନୁଷ୍ଠାନ ହୋଇଛି  । ସିସିଟିଭି ଫୁଟେଜରୁ ଦୋଷ ତ୍ରୁଟି ସ୍ପଷ୍ଟ ହୋଇଛି  । ଗତ ୧୭ ତାରିଖରେ ଚକରା ଓ ତାର ୩ ସହଯୋଗୀ ମିଶି ଜେଲ ଭିତରେ ଶମ୍ଭୁନାଥକୁ ମାଡ଼ ମାରିଥିଲେ । ପରେ ପୋଲିସ ଚଢ଼ାଉ କରି ନିଶାଦ୍ରବ୍ୟ ପାଇଥିଲା । ଜେଲ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡ଼ିଆଇଜି ଓ ଅନ୍ୟ ଜଣେ ସିନିୟର ଜେଲ ସୁପରିଟେଣ୍ଡେଣ୍ଟ ଘଟଣାର ତଦନ୍ତ କରୁଥିଲେ ।

ବହୁଚର୍ଚ୍ଚିତ ଦିଲ୍ଲୀ ମଦନୀତି ମାମଲା : ସୁପ୍ରିମକୋର୍ଟରେ ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ଘଟଣା। ତୁରନ୍ତ ଶୁଣାଣି ଲାଗି ସୁପ୍ରିମକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କଲେ କେଜ୍ରିୱାଲ।ମାମଲାରେ ତଳ କୋର୍ଟରେ ଆବେଦନ କରିବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଗତକାଲି ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଗିରଫ ପରେ ଏ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ।ମାମଲାରେ ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି ଲାଗି ଆବେଦନ କରିଥିଲେ। ତେବେ ପୁଣିଥରେ ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରି ତଳ କୋର୍ଟକୁ ଯିବେ ବୋଲି ଜଣାପଡିଛି।

ଗତକାଲି କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ସୁରକ୍ଷା ଦେବାକୁ ଅସ୍ଵୀକାର କରିବା ପରେ ଇଡି ଗତକାଲି ଅପରାହ୍ନ ୭ଟାରେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଞ୍ଚ ସହ ୨ ଘଣ୍ଟା ଧରି କେଜ୍ରିୱାଲଙ୍କ ପଚରାଉଚରା କରିଥିଲା। ଏହାପରେ ରାତି ୯ଟାରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ ପରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ହେଡକ୍ଵାର୍ଟର ନିଆଯାଇଛି। ମେଡିକାଲ ଟେଷ୍ଟ ପରେ କେଜରିୱାଲଙ୍କୁ ଇଡି ହାଜତରେ ରଖାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରିବ ଇଡି। ଏଥିଲାଗି ଇଡି ଅଫିସ ପରିସରରେ ସୁରକ୍ଷା ବ୍ଯବସ୍ଥା କଡାକଡି କରାଯାଇଛି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି। ଗିରଫଦାରୀକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି ଆପ ନେତା ଓ କର୍ମୀ। ଗିରଫ ପ୍ରତିବାଦରେ ଆନ୍ଦୋଳନ କରୁଥିବା କିଛି ଆପ୍ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଛି। ଆଜି ବିଜେପି ମୁଖ୍ୟାଳୟ ଘେରାଉ କରିବାକୁ ଘୋଷଣା କରିଛି ଆମ ଆଦମୀ ପାର୍ଟି। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୧୩ ମାସ ଧରି ଗିରଫ ହୋଇ ଜେଲରେ ଅଛନ୍ତି। ସେହିପରି ଆପ ନେତା ସଂଜୟ ସିଂହ ଗତ ୬ ମାସ ଧରି ତିହାର ଜେଲରେ ଅଛନ୍ତି। ସ୍ବାଧୀନ ଭାରତରେ ପ୍ରଥମ ଥର ଲାଗି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହେବାରେ ଏହି ଘଟଣା ହେଉଛି ପ୍ରଥମ। ଇଡିରେ ହାଜର ହେବା ଲାଗି ୯ଟି ସମନକୁ ପ୍ରତ୍ୟାଖ୍ଯାନ କରିବା ପରେ କେଜ୍ରିୱାଲଙ୍କୁ ଗିରଫ କରିଛି ଇଡି।

ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟାକାଣ୍ଡ ଘଟଣା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ବହୁଚର୍ଚ୍ଚିତ ଚମ୍ପାପୋଖରୀ ଅଞ୍ଜନ ବେହେରା ହତ୍ୟା ଘଟଣା । ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ଲଷ୍ମୀସାଗର ପୋଲିସ । କଟକର ଏକ ଲଜରେ ଲୁଚିଥିବା ବେଳେ ଗିରଫ କରିଛି ପୋଲିସ। ପୂର୍ବରୁ ଏହି ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକାକୁ ଗିରଫ କରିଥିଲା ପୋଲିସ । ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଅଞ୍ଜନକୁ ହତ୍ୟା କରାଯାଇଥିଲା। ଏକ ଖଣ୍ଡାରେ ଅଞ୍ଜନ ବେହେରାଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ ଅଭିଯୁକ୍ତ। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଗୌତମ ନାମକ ଅନ୍ୟ ଜଣେ ଯୁବକ । ହତ୍ୟାକାଣ୍ଡରେ ଯୁବତୀ ଜଣଙ୍କ ସାଜିଥିଲେ ରିଙ୍ଗ ମାଷ୍ଟର। ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ପାରାଦୀପ-ଏରସମା ଅଭିମୁଖେ ଦାମ ରାଉତଙ୍କ ପାର୍ଥିବ ଶରୀର, ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ

ଭୁବନେଶ୍ୱର : ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର।

ପୂର୍ବରୁ ବିଧାନସଭାରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର। ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ଶେଷ ଦର୍ଶନ କରି ଜଣାଇଥିଲେ ଶ୍ରଦ୍ଧାଞ୍ଜଳି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଦାମ ରାଉତଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ୮୨ ବର୍ଷ ବୟସରେ ଡାକ୍ତର ଦାମୋଦର ରାଉତଙ୍କ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ଘଟିଛି। ଓଡ଼ିଶା ରାଜନୀତିର ପିତାମହ ଭୀଷ୍ମ ଭାବେ ପରିଚିତ ଥିଲେ ଡାକ୍ତର ଦାମୋଦର ରାଉତ । ସେ ୭ ଥରର ବିଧାୟକ ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୭୭ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସେ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଆଜିଠୁ ଆରମ୍ଭ ଆଇପିଏଲ୍ ମହାସମର ; ସିଏସକେ ଓ ଆରସିବି ହେବେ ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣ। ଚେନ୍ନାଇ ସ୍ଥିତ ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଉଦ୍ଘାଟନୀ ମୁକାବିଲାରେ ମୁହଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ । ଧୋନିଙ୍କ ବଦଳରେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ ଚେନ୍ନାଇ ଓ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁପ୍ଲେସିସ୍ ବେଙ୍ଗାଲୁରୁ ଦଳରେ ନେତୃତ୍ୱ ନେବେ। ବିଶ୍ୱର ଶ୍ରେଷ୍ଠ ତଥା ତାରକା କ୍ରିକେଟରଙ୍କୁ ନେଇ ଦୁଇ ଦଳ ଗଠିତ ହୋଇଛି।

ଗତ ସଂସ୍କରଣରରେ ଚେନ୍ନାଇ ଟାଇଟଲ ଜିତିଥିଲା। ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଟାଇଟଲ ହାସଲ କରିପାରିନାହିଁ। ତେଣୁ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ଘରୋଇ ମାଟିରେ ଚେନ୍ନାଇ ରେକର୍ଡ ଜବରଦସ୍ତ ରହିଛି। ତେଣୁ ବେଙ୍ଗାଲୁରୁକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଏଠାରେ ଚେନ୍ନାଇ ୬୪ଟି ମ୍ୟାଚ୍ ଖେଳି ୪୫ଟିରେ ବିଜୟୀ ହୋଇଥିବା ବେଳେ ୧୯ଟିରେ ପରାସ୍ତ ହୋଇଛି। ଘରୋଇ ମାଟିରେ ଚେନ୍ନାଇର ବିଜୟ ପ୍ରତିଶତ ୭୦ରୁ ଅଧିକ ରହିଛି। ଡେଥ୍ ଓଭରରେ ଆରସିବିର ସମସ୍ୟା ରହିଛି। ସ୍ପିନରଙ୍କ ବିପକ୍ଷରେ ଚେନ୍ନାଇ ବେଶ୍ ଭଲ ଖେଳିଥାଏ। ଅନ୍ୟପଟେ ବେଙ୍ଗାଲୁରୁ ସ୍ପିନ ବିଭାଗରେ ଦୁର୍ବଳ ରହିଛି। ମଥିଶ ପଥିରାନା ନ ଥିବାରୁ ଚେନ୍ନାଇ ପାଇଁ ସାମାନ୍ୟ ସମସ୍ୟା ରହିଛି।

ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି ; ନବୀନ ନିବାସରେ ସଂସଦୀୟ କ୍ଷେତ୍ରର ସମୀକ୍ଷା

ଭୁବନେଶ୍ୱର : ନିର୍ବାଚନ ପାଇଁ ଫୁଲ୍ ଜୋସରେ ବିଜେଡି । ନବୀନ ନିବାସରେ ଚାଲିଛି ସଂସଦୀୟ କ୍ଷେତ୍ରର ସମୀକ୍ଷା । ଆଜି ୩ଟି ଲୋକସଭା କ୍ଷେତ୍ରର ସମୀକ୍ଷା କରୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସକାଳ ୧୦ଟାରୁ ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି। ଏହି ବୈଠକରେ ତିନି ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ସାମିଲ ହୋଇଛନ୍ତି।

ବରଗଡ ପର୍ଯ୍ୟବେକ୍ଷକ ସୁଧିର ସାମଲ ଓ କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ବୈଠକରେ ଉପସ୍ଥିତ ରହିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ବସିଛି ବୈଠକ। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ ସହ ଲୋକଙ୍କର ଅଧିକ ନିକଟର ହୋଇ ଘରେ ଘରେ ବିକାଶର ବାର୍ତ୍ତା ପହଞ୍ଚାଇବାକୁ ପରାମର୍ଶ ଦେଉଛନ୍ତି ନବୀନ । ସବୁ ଆସନରେ ୨୦୨୪ ନିର୍ବାଚନ ଜିତିବା ପାଇଁ ମିଳିମିଶି କାମ କରିବାକୁ ପରାମର୍ଶ ଦିଆଯାଉଛି ।

ରାଜ୍ୟର ବିକାଶ ଲାଗି ଦାମୋଦରଙ୍କ ଅବଦାନ ସର୍ବଦା ସ୍ମରଣୀୟ : ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟର ବିକାଶ ଲାଗି ଦାମୋଦର ରାଉତଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ଏକାଧିକ ଥର ସେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଭିନ୍ନ ବିଭାଗର ମନ୍ତ୍ରୀ ପଦରେ ରହି ସେବା କରି ଆସିଛନ୍ତି। ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ବିହାରରେ ପୁଣି ଖସିଲା ନିର୍ମାଣଧୀନ ବ୍ରିଜ୍ , ଜଣେ ଶ୍ରମିକ ମୃତ

ନନ୍ଦିଘୋଷ ବ୍ୟୁରୋ : ବିହାର ସୁପୋଲରେ ବଡ଼ ଦୁର୍ଘଟଣା  । ଖସିପଡିଲା କୋସୀ ନଦୀ ଉପରର ନିର୍ମାଣଧୀନ ବ୍ରିଜ୍ । ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଜିଲ୍ଲା ଅଧିକାରୀଙ୍କ ସୂଚନା ମୁତାବକ,ଭେଜା-ବକୌର ମଝିରେ ମରିଚା ନିକଟରେ ନିର୍ମାଣଧୀନ ଏକ ବ୍ରିଜ୍ର ଏକ ଅଂଶ ଖସିଯିବାରୁ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିହାରରେ ନିର୍ମାଣ ଅଧାରୁ ବ୍ରିଜ୍ ଭାଙ୍ଗିବା ଘଟଣା କୌଣସି ନୂଆ କଥା ନୁହେଁ ବରଂ ଏହା ପୂର୍ବରୁ ଏପରି ଅନେକ ଘଟଣା ଘଟିଛି । ୨୦୨୩ ଜୁନରେ ଭାଗଲପୁରଠାରେ ନିର୍ମାଣଧୀନ ଏକ ବ୍ରିଜ୍ ଖଣ୍ଡ ବିଖଣ୍ଡିତ ହୋଇ ଖସିପଡିଥିଲା  । ଖଗଡିଆ, ଅଗୁବାନୀ ଏବଂ ସୁଲତାନଗଞ୍ଜ ପର୍ଯ୍ୟନ୍ତ ତିଆରି ଚାଲିଥିବା ବ୍ରିଜ୍ ଖସିବା ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।  ଯେଉଁଥିରେ ଦେଖୁ ଦେଖୁ ବ୍ରିଜଟି ଖସି ଗଙ୍ଗାନଦୀରେ ମିଶିଯାଉଥିବା ଦେଖିବାକୁ ମିଳିଥିଲା  ।  ସେହିପରି  ଡିସେମ୍ୱର ୨୦୨୨ରେ ବିଜୁସରାୟର ଗଣ୍ଡକ ନଦୀରେ ନିର୍ମିତ ବ୍ରିଜ୍ ଉଦଘାଟନ ପୂର୍ବରୁ ହିଁ ଖସି ପଡିଥିଲା । ଯାହାକୁ ନିର୍ମାଣ ପାଇଁ ୧୪ କୋଟି ଟଙ୍କା ଲାଗିଥିଲା  ।

ଦାମୋଦରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଜ୍ୟପାଳ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକରେ ରାଜ୍ୟପାଳ ରଘୁବର ଦାସ ଶୋକ ପ୍ରକାଶ କରିଛନ୍ତି। ଦାମ ରାଉତଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଶୋକସନ୍ତପ୍ତ ପରିବାର ଏବଂ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି। ଦକ୍ଷ ବିଧାୟକ, କ୍ରିୟାଶୀଳ ମନ୍ତ୍ରୀ ଓ ଲୋକପ୍ରିୟ ରାଜନେତା ଭାବେ ତାଙ୍କର ପ୍ରତିଷ୍ଠା ରହିଛି ବୋଲି କହିଛନ୍ତି ରାଜ୍ୟପାଳ।