spot_img
Home Blog Page 2196

ବିଜେପି ବିଧାୟକଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସରପଞ୍ଚ ଓ ଜିଲ୍ଲାପରିଷଦ

ନୀଳଗିରି: ଆଦିବାସୀ ବ୍ଲକ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟର ସରପଞ୍ଚଙ୍କୁ ବିଜେପି ବିଧାୟକ ସୁକାନ୍ତ ନାୟକଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ। ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ୧୦ ଜଣ ସରପଞ୍ଚ ଓ ଜିଲ୍ଲାପରିଷଦ। ଆଗାମୀ ଦିନରେ ବିଜେପି ବିଧାୟକଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରାଯିବ। ରାଜ୍ୟ ସରକାରଙ୍କ ଯୋଜନାରେ ନିର୍ମିତ ପ୍ରକଳ୍ପକୁ ଦଳୀୟ ଢଙ୍ଗରେ ବିଜେପି ବିଧାୟକ ଏବଂ ସାଂସଦ ଉଦ୍ଘାଟନ କରି ଶ୍ରେୟ ନେବାକୁ ଉଦ୍ୟମ କଲେ ହଜାର ହଜାର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ।

ଗତକାଲି ନୀଳଗିରି ବ୍ଲକ କଳାକାଦ ଗାଁରେ ଏକ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିଲେ ବିଧାୟକ ସୁକାନ୍ତ ନାୟକ। ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବିଧାୟକ ସମ୍ପୂର୍ଣ୍ଣ ଦଳୀୟ ଢଙ୍ଗରେ କରିଥିଲେ। ଦଳୀୟ ପତାକା ବାନ୍ଧି ମାଇଲେଜ ନେବାକୁ ଉଦ୍ୟମ କରିଥିଲେ ବିଜେପି ବିଧାୟକ। ଯାହାକୁ ସ୍ଥାନୀୟ ସରପଞ୍ଚ ବିରୋଧ କରିଥିଲେ।

ଘଟଣାସ୍ଥଳରେ କିଛି ବିଜେପି କର୍ମୀ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରି ଠେଲାପେଲା କରିବା ସହିତ ସରପଞ୍ଚଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥଲେ। ଉଭୟ ପକ୍ଷରୁ ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି ରଖିଛି।

ଆଉ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ବଢିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଗତ ମାର୍ଚ୍ଚ ମାସ ୧ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ପ୍ରଦୀପ। ଚଳିତ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରୁଥିଲା। ତେବେ ଏହାପୂର୍ବରୁ ଆଉ ୬ ମାସ ଯାଏଁ ବଢାଯାଇଛି ତାଙ୍କ କାର୍ଯ୍ୟକାଳ।

୧୯୮୯ ବ୍ୟାଚ IAS ଅଫିସର ପ୍ରଦୀପ କୁମାର ଜେନା । ୧୯୯୧ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ସବ-କଲେକ୍ଟର ଭାବେ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଦୀପ । ପରେ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାପାଳ ମଧ୍ୟ ହୋଇଥିଲେ । ବିଭିନ୍ନ କ୍ଷେତ୍ରରେ ତାଙ୍କର ସଫଳତା ପାଇଁ ତୃଣମୂଳ ସ୍ତରରୁ ପ୍ରଶଂସା ପାଇଛନ୍ତି ପ୍ରଦୀପ। କଟକ ଜିଲ୍ଲାପାଳ ଥିବା ବେଳେ ୧୯୯୯ ମସିହାରେ ବାତ୍ୟା ପରିଚାଳନାରେ ଦକ୍ଷତା ପ୍ରତିପାଦନ କରିଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରୁ ପ୍ରଶଂସା ପାଇଥିଲେ । ଶକ୍ତି ବିଭାଗର ସଚିବ ଥିବା ବେଳେ ଫାଇଲିନ ବାତ୍ୟାରେ ଗଞ୍ଜାମରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଗିଡିଯାଇଥିଲା। ସେଠାରେ ତୁରନ୍ତ ପୂର୍ବସ୍ଥିତିକୁ ଫେରିବାରେ ପ୍ରଦୀପ ଜେନାଙ୍କ ମୁଖ୍ୟ ଭୂମିକା ଥିଲା। ଗୋଟିଏ ସମୟରେ ବାଣିଜ୍ୟ କମିଶନର ଓ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ବ ପରିବହନ କରିଥିଲେ।  ଓଡ଼ିଶା ଆର୍ଥିକ ଭାବେ ଦୁର୍ବଳ ଥିବା ସମୟରେ ଶ୍ରୀ ଜେନା ଉଲ୍ଲେଖନୀୟ କାମ କରିଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ବେଶ ପ୍ରଶଂସାଯୋଗ୍ୟ କାମ କରିଥିଲେ ପ୍ରଦୀପ ଜେନା । ସ୍ବତନ୍ତ୍ର ରିଲିଫ କମିଶନର ଭାବେ ମଧ୍ୟ ପ୍ରଦୀପ ଜେନା ଦକ୍ଷତା ପ୍ରଦର୍ଶିତ କରିଛନ୍ତି । ରାଜ୍ୟ ଉପରେ ବାତ୍ୟା ବିପତ୍ତି ଥିବା ବେଳେ ସେ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇଥିଲେ । କୋଭିଡ ଲକଡାଉନ ବେଳେ ଟିମ୍‌ ସ୍ପିରିଟରେ କାମ କରି ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାମ କରିଥିଲେ ପ୍ରଦୀପ ଜେନା । ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ବରେ ଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଜାତୀୟ ସ୍ତରରେ ରେକର୍ଡ କରିଥିଲେ। ୟୁଏନଡିପିର ସଦସ୍ୟ ଭାବେ ମଧ୍ୟ କାମ କରି ପ୍ରଶଂସା ମଧ୍ୟ ସାଉଁଟିଛନ୍ତି ପ୍ରଦୀପ। ଓଡ଼ିଶା ସରକାରଙ୍କର ପୁର୍ନବାସ ଓ ଥଇଥାନ ନୀତି ବିକାଶ କରିବାରେ ପ୍ରଦୀପ ଜେନାଙ୍କର ପ୍ରମୁଖ ଭୂମିକା ଥିଲା। କିଛି ଦିନ ପାଇଁ ପଞ୍ଚାୟତି ବିଭାଗର ସଚିବ ମଧ୍ୟ ଥିଲେ । ୨୦୨୦ ଡିସେମ୍ବରରେ ସେ ଉନ୍ନୟନ୍ନ କମିଶନର ଭାବେ ନିଯୁକ୍ତି ପାଇଥିଲେ।

କୋରାପୁଟ ଡଙ୍ଗାବୁଡି ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

କୋରାପୁଟ: କୋରାପୁଟ ଡଙ୍ଗା ବୁଡ଼ି ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିସହିତ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ଗତକାଲି କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ପାତାଳୀ ନଦୀରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୫ ଜଣ ବ୍ୟକ୍ତି ହୋଇଥିଲା । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଅନ୍ୟ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

ମାଳଦ୍ୱୀପରେ ମାଛ ସହ ସ୍କୁବା ଡାଇଭିଂ କଲେ ବାପା ଓ ଝିଅ, ଦେଖନ୍ତୁ…

ଭୁବନେଶ୍ୱର: ସ୍କୁବା ଡାଇଭିଂ କରି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି ଦୁବାଇର ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କ ୧୩ ବର୍ଷର ଝିଅ ତିଷ୍ୟା। ମାଳଦ୍ବୀପର ସନ୍ ସିୟାମ ଓଲହୁବେଲି ରେସର୍ଟର ରିଫରୁ ମାଣ୍ଟାରେ’ ମାଛ ସହ ଡାଇଭିଂ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ୨୦୨୦ରେ ମାତ୍ର ୧୦ ବର୍ଷ ବୟସରେ ସ୍କୁବା ଡାଇଭିଂ କରି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭରର ମାନ୍ୟତା ହାସଲ କରିଥିଲେ ତିଷ୍ୟା।

ସେହିପରି ୨୦୨୨ରେ ରାଜ୍ୟର ଆଡଭାନସଡ୍ ସର୍ବକନିଷ୍ଠ ସ୍କୁବା ଡାଇଭର ଭାବେ ଖ୍ୟାତି ଅର୍ଜ୍ଜନ କରିଛନ୍ତି। ତେବେ ବାପା-ଝିଅଙ୍କ ସ୍କୁବା ଡାଇଭିଂ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହି ଆସିଛି। ଗତ ଅଗଷ୍ଟ ୨୧ରେ ସ୍କୁବା ଡାଇଭିଂ ଜରିଆରେ ନୂଆଁଖାଇ ଶୁଭେଚ୍ଛା ଜଣାଇବା, ଗତବର୍ଷ ଡିସେମ୍ବରରେ ସାର୍କ ସହ ଡାଇଭିଂ କରିବାକୁ ନେଇ ସେ ଖବରର ଶିରୋନାମା ପାଲଟିଥିଲେ।

ଅପରପକ୍ଷେ ଚଳିତ ବର୍ଷ ଏପ୍ରିଲରେ ତିଷ୍ୟାଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବାପା ପ୍ରିୟଦର୍ଶୀ ମାଲେସିଆରେ ୧୦୦ ଫୁଟ୍ ଗଭୀରରେ ଡାଇଭିଂ କରିଥିଲେ। ଏହାସହ ବାପା-ଝିଅ ଆଡଭାନସଡ ସ୍କୁବା ଡାଇଭିଂ କ୍ଲବରେ ସାମିଲ ହୋଇପାରିଛନ୍ତି।

ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯାଉଥିଲେ ରୁହନ୍ତୁ ସାବଧାନ!

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ନୂଆବର୍ଷ । ଉତ୍ସବ ପାଳନ ପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିଛନ୍ତି। ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ପିଲାଠୁ ବୁଢା ସମସ୍ତେ ଚାହିଁ ରହିଛନ୍ତି । କିନ୍ତୁ, ନୂଆବର୍ଷ ପାଳନ ପୂର୍ବରୁ ବରିଷ୍ଠ ନାଗରିକ ଏବଂ ଏକାଧିକ ରୋଗରେ ପୀଡିତଙ୍କୁ ସତର୍କ କରାଇଛନ୍ତି ଡାକ୍ତର। ୨୦୨୪କୁ ସ୍ବାଗତ ଆଳରେ ନିଜ ଜୀବନକୁ ବିପଦ ମୁଁହକୁ ନଠେଲିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର।

କୋଭିଡର ନୂତନ ଭୁତାଣୁ JN.1ରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସଂକ୍ରମିତ ହୋଇଛନ୍ତି। ଓଡିଶାରେ ମଧ୍ୟ ରୋଗୀ ଚିହ୍ନଟ ହେଲେଣି। ତେଣୁ ବରିଷ୍ଠ ନାଗରିକମାନେ ଏହି ଉତ୍ସବକୁ କୋଭିଡ ନିୟମରେ ପାଳିବାର ଆବଶ୍ୟକତା ଦେଖା ଦେଇଥିବା ବିଶେଷଜ୍ଞ ମତ ଦେଇଛନ୍ତି । ନୂଆବର୍ଷ ପାଳନ ଉତ୍ସବରେ ବିରିଷ୍ଠ ନାଗରିକ ବିଶେଷ କରି ଆଜ୍ମା, ହୃଦରୋଗ, ପେଟ ଓ ମଧୁମେୟ ରୋଗରେ ପୀଡିତ ଥିବା ବ୍ୟକ୍ତି ଏହି ଉତ୍ସବଠାରୁ ଦୂରେଇ ରହିବାକୁ ବରିଷ୍ଠ ଚିକିତ୍ସକ ପରାମର୍ଶ ଦେଇଛନ୍ତି। ନଚେତ କ୍ଷଣକର ଆନନ୍ଦ ପରବର୍ତ୍ତୀ ଜୀବନ ପାଇଁ ପାଲଟିଯାଇପାରେ ବିପଦ।

ତେଣୁ ଘରେ ରହି ନିରାପଦରେ ପରିବାର ସହିତ ଏହି ଉତ୍ସବ ପାଳିବାକୁ ଡାକ୍ତର ଦେଇଛନ୍ତି ପରାମର୍ଶ । ବର୍ତ୍ତମାନ ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଥିବା ବେଳେ କ୍ରନିକ ରୋଗରେ ପୀଡିତ ଥିବା ଏକାଧିକ ବ୍ୟକ୍ତି କୋଭିଡରେ ପଡ଼ି ଜୀବନ ହାରୁଛନ୍ତି। ସେପଟେ ଜିରୋ ନାଇଟକୁ କଟକରେ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ କମିଶନରେଟ ପୋଲିସ ସହରର ବିଭିନ୍ନ ସ୍ଥାନରେ ନାକା ଲଗାଇବାକୁ ଯାଉଛି। ନିଶାସକ୍ତ ବ୍ୟକ୍ତିଙ୍କ ଉପରେ ରବିବାର ସନ୍ଧ୍ୟାରୁ କଡା ନଜର ରଖିବ ସହରର ପ୍ରତ୍ୟେକ ଅଞ୍ଚଳର ପୋଲିସ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ରୋମାଣ୍ଟିକ ଫଟୋ…

ବେଙ୍ଗାଲୁରୁ: ଶିକ୍ଷୟିତ୍ରୀଙ୍କ ସହ ଦଶମ ଶ୍ରେଣୀ ଛାତ୍ରଙ୍କ ରୋମାଣ୍ଟିକ ଫଟୋ ସୁଟ୍। ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ଫଟୋ ଗୁଡିକ । ଫଟୋରେ ଥିବା ଛାତ୍ର ଓ ଶିକ୍ଷୟିତ୍ରୀ ଦୁହେଁ ହେଉଛନ୍ତି କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ମୁରୁଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର।

ଏହି ଫଟୋଗୁଡ଼ିକୁ ଅମିତ ସିଂହ ରଜାୱତ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରିଛନ୍ତି । ଏହା ସହ କ୍ୟାପସନରେ ଲେଖିଛନ୍ତି, ଆମ ସମାଜ କେଉଁ ଆଡ଼କୁ ଯାଉଛି? ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ନେଇ ଉକ୍ତ ଛାତ୍ରଙ୍କ ବାପା ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଉକ୍ତ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ ସହ ଆଉ କେତେବେଳେ କିସ୍ କରୁଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଦୁହିଁଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଏହି ଫଟୋସୁଟ୍ ଷ୍ଟଡି ଟୁରରେ ଯାଇଥିବା ସମୟରେ ଉତ୍ତୋଳନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

ଅପରପକ୍ଷେ ଅଭିଯୋଗ ପାଇବା ପରେ ବିଇଓ ଭି. ଉମାଦେବୀ ସ୍କୁଲକୁ ଯିବା ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଫଟୋ ଭାଇରାଲ୍ ହେବାପରେ ୟୁଜର୍ସ ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

ବାହାର ରାଜ୍ୟରୁ ଆସୁଛନ୍ତି, ଭୁବନେଶ୍ୱରରେ କରୁଛନ୍ତି ଚୋରି, ଡକାୟତି

ଭୁବନେଶ୍ୱର: ବାହାର ରାଜ୍ୟରୁ ଆସୁଛନ୍ତି, ଭୁବନେଶ୍ବରରେ ଲୁଟପାଟ କରୁଛନ୍ତି। କବାଡ଼ିଆ ଦୋକାନୀ ଓ କମ୍ବଳ ବେପାରୀ ଭାବେ କାମ କରୁଛନ୍ତି। ଆଉ କେହିକେହି ବଞ୍ଜାରା ଭାବେ ବୁଲୁଥିବା ବେଳେ ସେମାନଙ୍କ ପାଖରେ କିନ୍ତୁ ରହିଛି ସାତିର୍ ଦିମାଗ। ସେମାନଙ୍କ ଲୁଟର ତରିକା ଦେଖି ପୋଲିସ ମଧ୍ୟ ତାଜୁବ। ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ହାତରେ ପଡିଛନ୍ତି ଏଭଳି ୫ ଜଣିଆ ବଞ୍ଜାରା ଲୁଟେରା ଗ୍ୟାଙ୍ଗ।

ଅଭିଯୁକ୍ତ ମାନେ ହେଲେ କିଶୋର ମହାନ୍ତି, ମୋମିମ ମଲ୍ଲିକ, ଏସ୍.କେ. ଔରଙ୍ଗଜେବ, ପ୍ରଭାତ ସାହୁ, ଇକଲାକୁଲ ରେହମାନ। ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକର ଘର ପଶ୍ଚିମବଙ୍ଗ ମେଦିନାପୁରରେ। ଅନ୍ୟ ଅଭିଯୁକ୍ତଙ୍କ ଘର ଜଗତସିଂହପୁର, ଡୁମୁଡୁମା, କେନ୍ଦ୍ରାପଡା, ବାଲିଅନ୍ତା ବୋଲି ଜଣାପଡିଛି। ଦିନରେ ଏହି ଅଭିଯୁକ୍ତ ମାନେ ଗଳିକନ୍ଦି ବୁଲି ବୁଲି ଜିନିଷ ବିକ୍ରି କରନ୍ତି ଏବଂ ରାତିରେ ଲୁଟପାଟ୍ କରନ୍ତି। ଅଭିଯୁକ୍ତଙ୍କଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ପାଞ୍ଚଟି ପାଣି ପମ୍ପ, ଆକ୍ବାଗାର୍ଡ, ପିତ୍ତଳ ବାସନ, ଆକ୍ଟିଭା ଗାଡି ଆଦି ଜବତ ହୋଇଛି।

ଭୁବନେଶ୍ବରର ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁ ରେ ଡକାୟତି ମାମଲା ରହିଛି । ଚନ୍ଦ୍ରଶେଖରପୁର, ଇନଫୋସିଟି ଅଞ୍ଚଳରୁ ଲୁଟ କରିବାରେ ବିଫଳ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି।

ପାତାଳି ନଦୀରେ ଡ଼ଙ୍ଗା ବୁଡି ଘଟଣା; ୪ ଜଣଙ୍କ ମୃତଦେହ ଉଦ୍ଧାର

ନନ୍ଦପୁର: କୋରାପୁଟର ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତ ତାନସିଂ ନଦୀ ଘାଟରେ ଡ଼ଙ୍ଗା ବୁଡି ୫ ମହିଳା ନିଖୋଜ ଘଟଣା। ଉଦ୍ଧାର ହେଲା ଅନ୍ୟ ୪ ଜଣଙ୍କ ମୃତଦେହ। ଗ୍ରାମବାସୀ, ଅଗ୍ନିଶମ ବାହିନୀ ଓ ଓଡ୍ରାଫର ମିଳିତ ଉଦ୍ୟମରେ ୪ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା।

ଅଧିକ ପଢନ୍ତୁ:- ପାତାଳି ନଦୀରେ ବୁଡିଲା ଡଙ୍ଗା, ୫ ନିଖୋଜ

ସୂଚନା ଅନୁଯାୟୀ, ଗତକାଲି ସମସ୍ତେ ଆନ୍ଧ୍ରର ବଡଲା ଗ୍ରାମକୁ  ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଘଟୁଆଳ ନଥିବା ଦେଖିବାକୁ ପାଇଥିଲେ। କିନ୍ତୁ ଏକ ଦେଶୀ ଡ଼ଙ୍ଗା ଘାଟରେ ଥିବା ଦେଖି ଦୁଇ ମହିଳାଙ୍କ ସହ ତିନି ନାବାଳିକା ଡ଼ଙ୍ଗା ନେଇ ପାତାଳି ନଦୀପାର ହେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମଝି ନଈରେ ଡ଼ଙ୍ଗା ଭାରସ୍ୟାମ ହରାଇ ବୁଡି ଯିବାରୁ ସମସ୍ତେ ନିଖୋଜ ହୋଇଯାଇଥିଲେ।

ବଲାଙ୍ଗୀରରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା, ଦୁଇ ଗିରଫ

ବଲାଙ୍ଗୀର: ବଲାଙ୍ଗୀରରେ ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ରୋଗୀ ସମ୍ପର୍କୀୟ ମାଡ ମାରିବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସହ ଦୁଇ ଜଣ ଗିରଫ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ମେଡିକାଲ କଲେଜରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଜିଲ୍ଲାପାଳ ଓ ଏସପି । ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଅଭିଯୁକ୍ତ ଗିରଫ ହେବା ସହ ସୁରକ୍ଷାର ପ୍ରତିଶ୍ରୁତି ମିଳିବା ପରେ ହାଉସ ସର୍ଜନ ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଛନ୍ତି। ଗତକାଲି ମହିଳା ରୋଗୀଙ୍କ ସ୍ବାମୀ ଓ କିଛି ଯୁବକ, ଡାକ୍ତରଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଡାକ୍ତର ବିଶ୍ବରଞ୍ଜନ ସ୍ବାଇଁ ମେଡିକାଲ କଲେଜ ହସ୍ପିଟାଲରୁ ଓପିଡି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଶାନ୍ତିପଡ଼ାରେ ତାଙ୍କୁ ଆକ୍ରମଣ ହୋଇଥିଲା । କାଚ ବୋତଲ ଓ ଲୁହା ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ମେଡିକାଲରେ ଅନ୍ୟ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

୨୦୨୩ରେ ଜାତୀୟ ରାଜନୀତିରେ ଏହି ୧୦ ଘଟଣା ଚର୍ଚ୍ଚାରେ ଥିଲା

ନନ୍ଦିଘୋଷ ବ୍ୟୁରୋ: ସରିସରି ଯାଉଛି ୨୦୨୩ । ନୂଆ ଆଶା , ଆକାଂକ୍ଷା ଏବଂ ସମ୍ଭାବନା ନେଇ ଆସିବ ନୂତନ ବର୍ଷ ।  ବିଦାୟ ବର୍ଷରେ ସରଗରମ ରହିଥିଲା ଅର୍ନ୍ତଜାତୀୟ , ଜାତୀୟ ଏବଂ ରାଜ୍ୟ ରାଜ୍ୟନୀତି ।  କେଉଁଠି ସରକାର ଭାଙ୍ଗିଥିଲା ତ କେଉଁଠି ଗଢିଉଠିଥିଲା ନୂଆ ସରକାର । ପୁଣି କେଉଁଠି ଦେଖିବାକୁ ମିଳିଥିଲା ନେତାଙ୍କ ଶକ୍ତି ପ୍ରଦର୍ଶନ । ଜାତୀୟ ରାଜନୀତିରେ ବି ଲାଗିଥିଲା ନିଆଁ । ଅନେକ ବିବାଦୀୟ ଓ ବିତର୍କିତ ପ୍ରସଙ୍ଗ କୁ ନେଇ ମୁହାଁମୁହିଁ ହୋଇଥିଲେ ବିରୋଧୀ ଏବଂ ଶାସକ  । ଦେଖିବାକୁ ମିଳିଥିଲା ସତ୍ତାର  ଖେଳ । କ୍ଷମତା ପାଇଁ ଚାଲିଥିଲା ଜୋରଦାର୍ ଲଢେଇ । ରାଜନୀତି ମଇଦାନରେ କିଏ ବାଜି ମାରିଥିଲା ତ କିଏ ମାତ୍ ଖାଇଥିଲା  । ରାଜ୍ୟ ରାଜନୀତି ବି ବେଶ୍ ସରଗରମ୍  ରହିଥିଲା । ୨୦୨୩ରେ ଲୋକେ ରାଜନୀତି ର ବହୁ ଗୁରୁତ୍ବପୂର୍ଣ୍ଣ ଘଟଣାର ସାକ୍ଷୀ ରହିଛନ୍ତି  । ଏହି ବର୍ଷ ଦେଶରେ ଯୋଡି ହେଲା ଏକ ନୂଆ ଅଧ୍ୟାୟ । ଦେଶର ସଂସଦ ତଥା ରାଜ୍ୟସଭା ଓ ଲୋକସଭାରେ ୩୩ ପ୍ରତିଶତ ମହିଳା ଅଂଶଗ୍ରହଣ କରିବେ ବୋଲି ଆଇନ୍ ପ୍ରସ୍ତୁତ ହୋଇଥିଲା । ଏହି ବର୍ଷ ବିରୋଧୀ ଦଳର ବରିଷ୍ଠ ନେତା ତଥା କଂଗ୍ରେସ୍ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀ ଲୋକସଭାର ସଦସ୍ୟ ହେବା ପାଇଁ ଅଯୋଗ୍ୟ ବୋଲି ଘୋଷଣା କରାଗଲା । କିନ୍ତୁ ପରେ ତାଙ୍କୁ ନିଜର ସାଂସଦ ପଦ ବଞ୍ଚେଇବା ପାଇଁ ସୁପ୍ରିମକୋର୍ଟ ଯିବାକୁ ପଡିଥିଲା । ରାଜନୀତି ଜଗତରେ ଏମିତି ଅନେକ ଘଟଣା ଲୋକଙ୍କ ନଜର ଆଢୁଆଳକୁ ଆସିଥିଲା । ଆସନ୍ତୁ ଜାଣିବା ଏହି ବର୍ଷର ୧୦ଟି ବଡ ରାଜନୈତିକ ଘଟଣାକ୍ରମ  ।

୧-କୁସ୍ତି ଯୋଦ୍ଧା ଆସୋସିଏସନ୍ ର ପୂର୍ବ ସଭାପତି ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ମାମାଲା ଉଠାଇଥିଲେ ଖେଳାଳି । ଗୋଟେ ପଟେ ଷ୍ଟାର ରେସଲର୍ ବଜରଙ୍ଗ୍ ପୁନିଆ, ସାକ୍ଷୀ ମଲ୍ଲିକ୍ , ବିନେଶ୍ ଫୋଗାଟ୍ ବ୍ରିଜ୍ ଭୂଷଣଙ୍କ ବିରୋଧରେ ଧାରଣା ଦେଇଥିଲେ । କିନ୍ତୁ ପରେ ଆସୋସିଏସନ୍ ର ସଭାପତି ଭାବେ ବ୍ରିଜ୍ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂହ ଙ୍କୁ ମନୋନୀତ କରାଯାଇଥିଲା  ।  ସଞ୍ଜୟ ସିଂହ ଙ୍କୁ ବିରୋଧ କରି ଷ୍ଟାର ରେସଲର୍ ମାନେ ନିଜର ସମ୍ମାନୀତ ପଦବୀ ଫେରାଇବା ସହ ଖେଳ ଛାଡିବା ଯାଏଁ ନିଷ୍ପତ୍ତି ନେଇଥିଲେ । ଖେଳାଳୀ ମାନଙ୍କ ଦୃଢ ବିବାଦ ପରେ  କୁସ୍ତି ଯୋଦ୍ଧା ଆସୋସିଏସନ୍ ହିଁ ଭାଙ୍ଗିଯାଇଥିଲା  ।

୨- ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୨୬ ଫେବୃଆରୀରେ ସିବିଆଇ ଗିରଫ କରିଥିଲା  । ସିସୋଦିଆଙ୍କର ଏହି ଗିରଫ ପଛରେ ମଦ ନୀତି ସହ ଜ଼ଡିତ ଏକ ମାମଲା ରହିଥିଲା  ।  ଏହି ମାମଲା ଫଳରେ ସିସୋଦିଆ ମାର୍ଚ୍ଚ ୧ ରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ  ।  କହି ରଖୁଛୁ ଯେ , ଆମ୍ ଆଦମୀ ପାର୍ଟିର ବହୁ ବରିଷ୍ଠ ନେତା ଅଲଗା ଅଲଗା ମାମଲାରେ ଗିରଫ ହୋଇଛନ୍ତି  ।

୩-  ୨ ମାର୍ଚ୍ଚ ରେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପୁଣି ୨ଟି ରାଜ୍ୟରେ  ବିଜେପି ନିଜର ଦବଦବା ଜାରି ରଖିଥିଲା  । ବିଜେପି ତ୍ରିପୁରା ଏବଂ ନାଗାଲାଣ୍ଡରେ ନିଜର ସରକାର ବନେଇରଖିଥିଲା ବେଳେ ମେଘାଳୟରେ ପିପୁଲସ୍ ପାର୍ଟିର ସରକାର ଗଠନ କରିଥିଲା  ।

୪- କଂଗ୍ରେସର ପୂର୍ବତନ ସଭାପତି ତଥା  ଓ୍ବାୟନାଡ୍ ଲୋକସଭା ଆସନରୁ ସାଂସଦ ରାହୁଲ୍ ଗାନ୍ଧୀଙ୍କ ସଦସ୍ୟତାକୁ  ଏକ ମାମଲାରେ ଅଦାଲତ ରଦ୍ଦ କରିଥିଲେ ।  ମୋଦୀଙ୍କ ନାଁ ବଦନାମ୍ କରିବା ମାମଲାରେ ରାହୁଲ୍ ଙ୍କୁ ୨ ବର୍ଷର ଜେଲ୍ ଦଣ୍ଡ ମିଳିଥିଲା  । କିନ୍ତୁ ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବା ପରେ ଯାଇ ରାହୁଲ୍ ପୁଣି ନିଜ ସଂସଦ ସଦସ୍ୟତା ଫେରିପାଇଥିଲେ  ।

୫- କର୍ଣାଟକ ରେ ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ଦମଦାର୍  ପ୍ରଦର୍ଶନ ବିଜେପିକୁ କ୍ଷମତାରୁ ହଟେଇଦେଇଥିଲା   । କଂଗ୍ରେସ୍ ବିଧାନସଭା ଆସନ ୨୨୪ରୁ ୧୩୫ରେ ଜିତିବା ପରେ ବହୁମତରେ ସରକାର ଗଢିଥିଲା  । କର୍ଣ୍ଣାଟକ ନିର୍ବାଚନରେ ପରାଜୟ ପରେ ଦକ୍ଷିଣ ଭାରତରେ ବିଜେପିର  ସବୁଠୁ ଶକ୍ତିଶାଳୀ ଦୁର୍ଗର ପତନ ହୋଇଥିଲା ।

୬- ୨୮ ମେ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ  ଦେଶର ନୂଆ ସଂସଦ ଭବନ ଉଦଘାଟନ କରିଥିଲେ  ।  ତେବେ ଭାରତ ଇତିହାସର ସବୁଠାରୁ ଗୌରବମୟ ଦିନରେ ବି ବାଦ ବିବାଦରେ ଫସି ରହିଯାଇଥିଲା  ।  ଏହି ସଂସଦ ଭବନ ଉଦଘାଟନ ଉତ୍ସବରେ ମୋଟ ୨୦ଟି ବିରୋଧୀ ଦଳ ଏହି ସମାରୋହକୁ ବହିଷ୍କାର କରିଥିଲେ  ।

୭- ୧୮ ଜୁଲାଇରେ ବିରୋଧୀ ଦଳ ଇଣ୍ଡିଆ ନାମରେ ଏକ ମେଣ୍ଟର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ କ୍ଷମତାରୁ ହଟେଇବା ଏହି ମିଳିତ ମେଣ୍ଟର ଉଦ୍ଦେଶ୍ୟ ଥିଲା ।

୮- ସଂସଦରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍ କୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମଞ୍ଜୁରୀ ଦେଇଥିଲେ । ଏହା ପରେ ଏହି ବିଲ୍ ଟି ଆଇନରେ ପରିଣତ ହୋଇଥିଲା ।  ଏହା ସହ ଲୋକସଭା ତଥା ରାଜ୍ୟର ସମସ୍ତ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯାଇଛି  । ଏହି ବିଲ୍ ରେ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ୨୧ରେ ରାଜ୍ୟସଭାରେ ଅନୁମୋଦନ କରାଯାଇଥିଲା  ।

୯-  ଡିସେମ୍ବର ୩ରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନା ନିର୍ବାଚନର ଫଳ ଘୋଷିତ ହୋଇଥିଲା  । ଏଥିରେ ୪ଟି ରାଜ୍ୟ ମଧ୍ୟରୁ ୩ଟି ରାଜ୍ୟରେ  ବିଜେପି ନିଜର ଦମଦାର ବିଜୟ ପ୍ରଦର୍ଶନ କରିଥିଲା  । ଯେଉଁଥିରେ କି ବିଜେପି  ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସକୁ କ୍ଷମତାରୁ ହଟେଇ ଦେଇଥିଲା  । ଏବଂ ମଧ୍ୟପ୍ରଦେଶରେ ନିଜର କ୍ଷମତା ବଜାୟ ରଖିଥିଲା  । ଅନ୍ୟପଟେ ତେଲଙ୍ଗାନାରେ ପ୍ରଥମ ଥର ପାଇଁ କଂଗ୍ରେସ ବିଜୟ ହାସଲ କରିଥିଲା ।

୧୦- ତୃଣମୂଳ କଂଗ୍ରେସର ନେତ୍ରୀ ମୋହୁଆ ମୋଇତ୍ରାଙ୍କୁ ଟଙ୍କା ବଦଳରେ  ପ୍ରଶ୍ନ ପଚାରିବା ମାମଲାରେ ଡିସେମ୍ବର ୮ରେ ଲୋକସଭା ଆଚାର ସମିତିର ରିପୋର୍ଟ ଆଧାରରେ ଅନୈତିକ ଆଚରଣ ପାଇଁ ସଂସଦରୁ ବହିଷ୍କୃତ କରାଯାଇଥିଲା  ।