spot_img
Home Blog Page 2273

ଜଳେଶ୍ବରରେ ମାତିଛନ୍ତି ନକଲି ସୁନା ବେପାରୀ

ବାଲେଶ୍ୱର : ଜଳେଶ୍ବରରେ ମାତିଛନ୍ତି ନକଲି ସୁନା ବେପାରୀ । ପିତ୍ତଳକୁ ସୁନା ଦେଖାଇ ଲଗାଉଛନ୍ତି କୋଟି କୋଟି ଟଙ୍କାର ଚୂନ । ଟାର୍ଗେଟରେ ବ୍ୟବସାୟୀ ଓ ପ୍ରତିଷ୍ଠିତ ଲୋକ । ଏଭଳି ୫ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ଜଳେଶ୍ବର ପୋଲିସ । ସେମାନଙ୍କ ନିକଟରୁ ଦୁଇ କେଜିର ନକଲି ସୁନା ଦୀପ, ୭୫ ହଜାର ଟଙ୍କା , ଡ୍ରିଲ ମେସିନ, ୪ଟି ମୋବାଇଲ, ୩ଟି ବାଇକ ଜବତ କରିଛି ପୋଲିସ୍ । ପଥରପୁରା ଅଞ୍ଚଳର ଫେରିବାଲା ଇକବାଲ ଖାଁ ନକଲି ସୁନା ବେପାରୀଙ୍କ ହାବୁଡରେ ପଡିଯାଇଥିଲେ । ଇକବାଲ ୩ ଲକ୍ଷ ଟଙ୍କା ଦେଇ ଠକଠୁ ସୁନା ଦୀପ ନେଇଥିଲେ ।

ଇକବାଲ ପରବର୍ତ୍ତୀ ସମୟରେ ଏହା ସୁନା ନୁହେଁ ପିତଳ ଜାଣିବା ପରେ ଗ୍ୟାଙ୍ଗକୁ ଧରିବା ପାଇଁ ଯୋଜନା କରିଥିଲେ । ଅନ୍ୟ ଜଣେ ବନ୍ଧୁଙ୍କ ସହାୟତା ନେଇ ଉକ୍ତ ଦୀପକୁ ୨୧ ଲକ୍ଷ ଟଙ୍କାରେ ନେବା ପାଇଁ ଡିଲ ହୋଇଥିଲା । ବେପାରୀମାନେ ରାଜଘାଟ ଅଞ୍ଚଳକୁ ଡାକି ଡିଲ୍ କରୁଥିବାବେଳେ ଚଢାଉ କରିଥିଲା ୧୫ ଜଣିଆ ପୋଲିସ ଟିମ୍ । ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଭୁବନେଶ୍ବରରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା

ଭୁବନେଶ୍ବର : ଭୁବନେଶ୍ବରରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା । ଆଜି ଅପରାହ୍ଣରେ ଓ-ହବରେ ଷ୍ଟାର୍ଟଅପ୍ ଓଡିଶା ପରିଦର୍ଶନ କରିଛନ୍ତି । ଏହି ଅବସରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଷ୍ଟାର୍ଟଅପ୍ ଓଡିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଯୋଗ ଦେଇଥିଲେ । ଷ୍ଟାର୍ଟଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଏକ ଉପସ୍ଥାପନାରେ ଷ୍ଟାର୍ଟଅପ୍ ଓଡିଶାକୁ ଜାତୀୟ ମଞ୍ଚରେ ସ୍ଥାନିତ କରିଥିବା ଉଲ୍ଲେଖନୀୟ ସଫଳତାକୁ ତାଙ୍କ ଆଗରେ ପ୍ରଦର୍ଶନ କରିଥିଲେ । ଏହି ଅବସରରେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା ବୃଦ୍ଧି ଉପରେ ଆଲୋକପାତ କରିଥିଲେ ଜମ୍ମୁ କାଶ୍ମୀର ରାଜ୍ୟପାଳ ।

ମନୋଜ ସିହ୍ନାଙ୍କ ଗସ୍ତ ଓଡିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ପ୍ରେରଣା ଯୋଗାଇବା ସହ ଉଭୟ ରାଜ୍ୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ ବାର୍ତ୍ତା ବହନ କରିବ ବୋଲି ଡ. ଓମକାର ରାୟ ସୂଚନା ଦେଇଛନ୍ତି ।

ପଞ୍ଚାୟତି ରାଜ ବିଭାଗ ଅଧୀନରେ ଚାକିରି କରାଇଦେବା ନାଁରେ ଠକେଇ

ସୁନ୍ଦରଗଡ଼ : ପଞ୍ଚାୟତି ରାଜ ବିଭାଗ ଅଧୀନରେ ବିଭିନ୍ନ ପଦବୀରେ ଚାକିରି ଦେବା ନାଁରେ ଠକେଇ ଘଟଣା ଚାରି ଆଡକୁ ଲମ୍ବିଛି । ପାଖାପାଖି ୧୨ ଶହ ଆଶାୟୀଙ୍କ ଠାରୁ ୧୫ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇର ମାଷ୍ଟର ମାଇଣ୍ଡଙ୍କ ମଧ୍ୟରୁ ଜଣେ ସୁନ୍ଦରଗଡ଼ ସହରର ବୋଲି ଜଣା ପଡ଼ିଛି । ସୁନ୍ଦରଗଡ଼ ଟାଉନ୍ ଥାନା ଲୁହୁରାଢ଼ିପା ଅଞ୍ଚଳର ଆରଜୁ ନାଏକ ପଶ୍ଚିମ ଓଡ଼ିଶା ଦାୟିତ୍ବରେ ରହି କୋଟି କୋଟି ଟଙ୍କା ଚୁନା ଲଗାଇଥିବା ଅଭିଯୋଗ ହୋଇଛି । ଆଜି ଠକେଇର ଶିକାର କିଛି ଆଶାୟୀ ଆରଜୁର ଘରକୁ ଆସି ତାଙ୍କ ଟଙ୍କା ଫେରାଇ ଦେବାକୁ ଦାବି କରିଥିଲେ । ଆରଜୁ ଫେରାର ରହିଥିବା ବେଳେ ଆଶାୟୀ ମାନେ ତା ବାପାଙ୍କୁ ଘେରିଥିଲେ । ପରେ ଟାଉନ ଥାନା ପୋଲିସ ଆସି ସେମାନଙ୍କୁ ବୁଝାସୁଝା କରିଥିଲା ।TCS bribe-for- job scam can lead to HR cleanup in major IT companies -  Business Manager

ସୁନ୍ଦରଗଡ଼ ଥାନାରେ କୌଣସି ଏତଲା ହୋଇନଥିବା ବେଳେ ଏ ନେଇ ଅନ୍ୟ ଆଶାୟୀ ମାନେ ଭୁବନେଶ୍ବର ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ଭୁବନେଶ୍ବର ଭରତପୁର ଥାନା ଘଟିକିଆ ଅଞ୍ଚଳରେ ଧର୍ମା NGO ନାଁରେ ଅଫିସ ଖୋଲି ପଞ୍ଚାୟତି ରାଜ ବିଭାଗ ଅଧୀନରେ ପଂଚାୟତ ମିତ୍ର, ବ୍ଲକ ସଂଯୋଜକ , ଏବଂ ଜିଲ୍ଲା ସଂଯୋଜକ ପଦବୀରେ ଚାକିରି ଦେବା ନାଁରେ ପଞ୍ଚାୟତ ମିତ୍ର ପାଇଁ ପ୍ରତି ଆଶାୟୀଙ୍କ ଠାରୁ ୧ ଲକ୍ଷ ୨୦ ହଜାର, ବ୍ଲକ ସଂଯୋଜକ ପଦବୀ ପାଇଁ ୧ ଲକ୍ଷ ୭୦ ହଜାର ଏବଂ ଜିଲ୍ଲା ସଂଯୋଜକ ପଦବୀ ପାଇଁ ୨ ଲକ୍ଷ ଟଙ୍କା ନେଇ ଫେରାର ମାରିଛି ସଂସ୍ଥା ।

 

ଶେଷ ହେଲା ପୁରୀ ଗଜପତି ମହାରାଜଙ୍କ ଅଧକ୍ଷତାରେ ବସିଥିବା ନୀତି ସବ କମିଟି ବୈଠକ

ପୁରୀ : ପୁରୀ ଗଜପତି ମହାରାଜଙ୍କ ଅଧକ୍ଷତାରେ ବସିଥିବା ନୀତି ସବ କମିଟି ବୈଠକ ଶେଷ  l ଜାନୁଆରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର‌ ହେବ ଉଦଘାଟନ । ଏହା ପୂର୍ବରୁ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା । ଏହି ସମୟରେ ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ ପଠନ କରାଯିବ । ଜାନୁଆରୀ ୧୨ ତାରିଖରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ । ୧୫ ତାରିଖରୁ ଶ୍ରୀମନ୍ଦିର ଐସାନ୍ୟ କୋଣରେ ସକାଳ ୭ଟା ୩୦ରୁ ଦୀପ ପ୍ରଜ୍ବଳନ କରାଯାଇ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ । ଏହି ଅବସରରେ ସମସ୍ତ ମଠର ମଠାଧୀଶ, ବରିଷ୍ଠ ବ୍ୟକ୍ତିବିଶେଷ, ସେବାୟତ, ଛତିଶା ନିଯୋଗ ମହାନାୟକ, ଶ୍ରୀମନ୍ଦିର ପୁରୋହିତ, ମୁକ୍ତିମଣ୍ଡପ ବ୍ରାହ୍ମଣ ଉପସ୍ଥିତ ରହିବେ । ନୃସିଂହ ମନ୍ତ୍ରରେ ସମସ୍ତ ପୂଜାବିଧି କରାଯିବ ।

ପୂର୍ଣ୍ଣାହୂତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ମୋହର ଲାଗିବ ।‌ ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶା ନିଯୋଗ ମହାନାୟକ, ଶ୍ରୋତ୍ରୀୟ ବ୍ରାହ୍ମଣ, ପରିଚାଳନା କମିଟି ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ । ଏସିଆନ ପାରା ଗେମ୍ସରେ ସଫଳତା ପାଇବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି  । ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଗୋଟିଏ ସ୍ବର୍ଣ୍ଣ ସହ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ଏଥିପାଇଁ ତାଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଚେସରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜେତା ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ଦେଢ କୋଟି ଟଙ୍କା ପୁରସ୍କାର ଦେଇଥିଲେ । ଏସିଆନ ପାରା ଗେମ୍ସରେ ସେମାନଙ୍କ ସଫଳତା ଓଡ଼ିଶା ପାଇଁ ଗର୍ବ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜାଣନ୍ତୁ କେମିତି କରିବେ ଆବେଦନ :  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ

ସେମାନଙ୍କର କଠିନ ପରିଶ୍ରମ ପାଇଁ ଆଜି ଏହି ଗୌରବ ମିଳିଛି  । ଆଗକୁ ଥିବା ପ୍ରତିଯୋଗିତାରେ ମଧ୍ୟ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି  । ଏହି ଅବସରରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ସହ ଆଗକୁ ଆହୁରି ସଫଳତା ହାସଲ କରିବାକୁ ପ୍ରୋତ୍ସାହିତ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏହି ପଦକ୍ଷେପ ମାଧ୍ୟମରେ ନୂତନ ଓଡ଼ିଶାର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ଶିକ୍ଷକ, ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ରଛାତ୍ରୀ ଏବଂ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗକୁ ଉତ୍ସାହିତ କରାଯିବ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଆବେଦନ ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପୁରସ୍କାର ପାଇଁ ସମ୍ପୃକ୍ତ ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍ www.msp.odisha.gov.in  ରେ ଆବେଦନ କରିପାରିବେ । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ମାଧ୍ୟମିକ ବିଦ୍ୟାଳୟ ଏବଂ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ ପୁରସ୍କାର, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର, ଗ୍ରାମପଞ୍ଚାୟତ ପୁରସ୍କାର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ (ସିଆର୍‌ସିସି) ପୁରସ୍କାର, ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପୁରସ୍କାର, ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ) ପୁରସ୍କାର, ଜିଲ୍ଲା ପୁରସ୍କାର, ବ୍ଲକ୍ ପୁରସ୍କାର, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ପୁରସ୍କାର ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇଛି । ମାଧ୍ୟମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରେ ବିଦ୍ୟାଳୟ ଓ ପ୍ରଧାନଶିକ୍ଷକ ପୁରସ୍କାର ପାଇଁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆବେଦନ କରିବେ । ସେହିପରି ଶିକ୍ଷକ ପୁରସ୍କାର ପାଇଁ ଶିକ୍ଷକମାନେ ଆବେଦନ କରିବେ । ଅନ୍ୟପକ୍ଷରେ ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ପ୍ରଧାନଶିକ୍ଷକ ଆବେଦନ କରିବେ । ଗ୍ରାମପଞ୍ଚାୟତ ପୁରସ୍କାର ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଆବେଦନ କରିପାରିବେ ।

ସେହପିରି ଡିଇଓ, ବିଇଓ, ସିଆର୍‌ସିସି ପୁରସ୍କାର ପାଇଁ ସମ୍ପୃକ୍ତ ଅଧିକାରୀ ଆବେଦନ କରିବେ । ଜିଲ୍ଲା ପୁରସ୍କାର ପାଇଁ ଜିଲ୍ଲାପାଳ ଓ ବ୍ଲକ୍ ପୁରସ୍କାର ପାଇଁ ବିଡିଓ ଆବେଦନ କରିିବେ । ଡିଆଇଇଟି ପୁରସ୍କାର ପାଇଁ ସମ୍ପୃକ୍ତ ଡିଆଇଇଟିର ଅଧ୍ୟକ୍ଷ ୱେବସାଇଟ୍‌ରେ ଆବେଦନ କରିବେ । ଅଧିକ ବିବରଣୀ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୱେବସାଇଟ୍‌ରେ ସମସ୍ତ ସୂଚନା ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମେଧାବୀ, ମେଧାବୃତ୍ତି ଓ ନେତୃତ୍ୱ ପୁରସ୍କାର ଦେବା ପାଇଁ ପ୍ରକ୍ରିୟା ଜାରି ରହିଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ମେଧାବୀ ଛାତ୍ରଛାତ୍ରୀ, ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷା ପ୍ରଶାସକ, ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ କରାଯିବ । ରାଜ୍ୟସ୍ତରରେ ୧୯, ୪୬୭ଟି ପୁରସ୍କାର ବାବଦରେ ୩୨, ୧୭, ୨୯, ୦୦୦ ଟଙ୍କା ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪, ୫୮, ୫୦, ୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ବ୍ଲକ୍‌ସ୍ତରରେ ୩୪, ୮୫୪ଟି ପୁରସ୍କାର ବାବଦକୁ ୫୯, ୯୭, ୪୦, ୦୦୦ ଟଙ୍କା ପ୍ରଦାନ କରାଯିବ । ମହାନଗରନିଗମସ୍ତରରେ ୫୦ଟି ଓ ସବ୍‌ଡିଭିଜିନାଲ୍‌ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧, ୬୦, ୦୦୦ ପୁରସ୍କାର ରାଶି ଦିଆଯିବ ।

ପୁଣି ଥରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ ଟଣାଓଟରା

ନନ୍ଦିଘୋଷ ବ୍ୟୁରୋ : ପୁଣି ଥରେ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ଚେୟାରଙ୍କୁ ନେଇ ଗୃହ ଯୁଦ୍ଧ ଅାରମ୍ଭ ହୋଇଛି । ସିଏମ୍ ପଦବୀକୁ ନେଇ ପୁଣିଥରେ କର୍ଣ୍ଣାଟକ କଂଗ୍ରେସରେ ବିବାଦ ଆରମ୍ଭ ହୋଇଛି। ସମସ୍ୟା ହେଉଛି କେବଳ ଡି.କେ ଶିବକୁମାର ନୁହଁନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କ ଖାର୍ଗେ ମୁଖ୍ୟମନ୍ତ୍ରୀ ଚେୟାର ଉପରେ ନଜର ପକାଇଛନ୍ତି । ସମସ୍ତ ନେତା ଏହି ନିଷ୍ପତ୍ତିକୁ ହାଇ କମାଣ୍ଡକୁ ଛାଡିବାକୁ କହୁଛନ୍ତି, କିନ୍ତୁ ସେମାନଙ୍କ କଥା ସେମାନଙ୍କ ସମର୍ଥକଙ୍କ ବିବୃତ୍ତିରେ ଏହା ଜଣାପଡୁଛି ଯେ ସମସ୍ତେ ଚେୟାର ଚେୟାରରେ ବସିବାକୁ ମନବଳାଇଛନ୍ତି । କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ସବୁ ଠିକ୍ ଚାଲିନାହିଁ। ଗୁରୁବାର ଦିନ ସିଏମ ସିଦ୍ଧରମୟା ଏହାକୁ ସାର୍ବଜନୀନ କରିଛନ୍ତି। ସେ ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ଅଢେଇ ବର୍ଷ ନୁହେଁ ବରଂ ପୂର୍ଣ୍ଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସିଏମ୍ ରହିବେ। ତାଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଅଢେଇ ବର୍ଷ ପରେ ଶାସକ କଂଗ୍ରେସର ଏକ ବିଭାଗ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି । ମଜାଦାର କଥା ହେଉଛି, ସିଏମ୍ ହେବା ଦୌଡ଼ରେ ଡି.କେ ଶିବକୁମାର କେବଳ ନୁହଁନ୍ତି । ଏଥିରେ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେ ଏବଂ ଜି ପରମେଶ୍ୱର ମଧ୍ୟ ସାମିଲ ହୋଇଛନ୍ତି । ପ୍ରିୟଙ୍କା ଖାର୍ଗ ସ୍ପଷ୍ଟ ଭାବେ କହିଛନ୍ତି ଯେ ଯଦି ହାଇ କମାଣ୍ଡ ତାଙ୍କୁ ଦାୟିତ୍ୱ ଦିଅନ୍ତି, ତେବେ ସେ ସିଏମ୍ ହେବାକୁ ପ୍ରସ୍ତୁତ ଅଛନ୍ତି।

ପଢନ୍ତୁ ଏହି ଖବର :  ଆରବିଆଇରେ ଡିପୋଜିଟ ହେଉଛି କାହାର ଟଙ୍କା ?

JDS MLC demands namaz room in Karnataka Assembly building - India Today

ସିଏମ୍ ପଦବୀକୁ ନେଇ କାହିଁକି ଯୁଦ୍ଧ ଚାଲିଛି ?

କର୍ଣ୍ଣାଟକ ନିର୍ବାଚନ ସମୟରେ କଂଗ୍ରେସ କାହାକୁ CM ମୁଖ୍ୟ ବୋଲି ଘୋଷଣା କରିନଥିଲା । ଏଭଳି ପରିସ୍ଥିତିରେ ଉଭୟ ସିଦ୍ଧରମୟା ଏବଂ ଡି.କେ ଶିବକୁମାର ନିର୍ବାଚନରେ ​​କଠିନ ପରିଶ୍ରମ କରିଥିଲେ ଏବଂ କଂଗ୍ରେସ ମଧ୍ୟ ରାଜ୍ୟରେ ସରକାର ଗଠନ କରିଥିଲା। ବିଜୟ ପରେ ମଧ୍ୟ ଉଭୟ ନେତା ନିଜକୁ ସିଏମ୍ ବୋଲି ଭାବୁଥିଲେ, କିନ୍ତୁ ନିଷ୍ପତ୍ତି କେବଳ ହାଇ କମାଣ୍ଡଙ୍କ ହାତରେ ଥିଲା । ଏମିତି ବି  ଲାଗୁଥିଲା ଯେ କର୍ଣ୍ଣାଟକ କଂଗ୍ରେସର ଏହି ଦୁଇ ବଡ ନେତାଙ୍କ ମଧ୍ୟରେ ମତଭେଦ ଦୂର କରିବା ପାଇଁ କଂଗ୍ରେସ ତୃତୀୟ ଚେହେରା ବାଛିପାରେ। ଜି ପରମେଶ୍ୱର ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ ମଧ୍ୟ ଆସିଥିଲା, କିନ୍ତୁ ମେ ୨୦ରେ ହଠାତ୍ ସିଦ୍ଧରମୟାଙ୍କ ନାଁ ଘୋଷଣା କରାଗଲା । ଏହା ପରେ ଶପଥ ଗ୍ରହଣ କରିଥିଲେ ଏବଂ ଡେପୁଟି ସିଏମ ପଦ ପାଇଁ ଡି.କେ ଶିବକୁମାର ନିଶ୍ଚିତ ହୋଇଥିଲେ। କିନ୍ତୁ ଏହି ଚୁକ୍ତି ହୋଇଥିଲା ଅଢେଇ ବର୍ଷ ପର୍ଯ୍ୟନ୍ତ ସିଦ୍ଧରମୟା ସିଏମ୍ ରହିବେ ଏବଂ ପରେ ଚେୟାରକୁ ଡି.କେ ଶିବକୁମାରଙ୍କୁ ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବର୍ତ୍ତମାନ ଏହି ଚୁକ୍ତି ସିଏମ୍ ପଦବୀ ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧ ପଛରେ ସବୁଠାରୁ ବଡ କାରଣ ବୋଲି କୁହାଯାଉଛି ।

ନଜର ପକାନ୍ତୁ ଏହି ଖବର :  ବିଷଧର ସାପ ଓ ବିଦେଶୀ ଝିଅଙ୍କ ସହ ପାର୍ଟି, ଗିରଫ ହୋଇପାରନ୍ତି ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାଦବ

ଡି.କେ ଶିଭ୍ କୁମାର , ପ୍ରିୟଙ୍କା ଖାର୍ଗେ ଏବଂ ଜି ପରମେଶ୍ୱର ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି :-

ମାଣ୍ଡିଆ ବିଧାୟକ ରବିକୁମାର ଗୌରଙ୍କ ଦାବି ପରେ କଂଗ୍ରେସରେ ସିଏମ୍ ପଦବୀକୁ ନେଇ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ଯେଉଁଥିରେ ସେ କହିଥିଲେ ଯେ ବର୍ତ୍ତମାନର ସରକାରର ଅଢେଇ ବର୍ଷ ପୂରଣ ହେବା ପରେ ଡେପୁଟି ସିଏମ୍ ଡି.କେ ଶିବକୁମାରଙ୍କୁ ରାଜ୍ୟର ସିଏମ୍ କରାଯିବ। ଏହି ବିବୃତ୍ତି ପରେ ହିଁ ରାଜ୍ୟ ରାଜନୀତିରେ ଭୁମିକମ୍ପ ଆସିଛି । ସର୍ବପ୍ରଥମେ ସିଦ୍ଧରମୟା ସିଏମ୍ ଭାବରେ ପାଞ୍ଚ ବର୍ଷ ପୂରଣ କରିବାକୁ ଦାବି କରିଥିଲେ, ସେତେବେଳେ ଗୃହମନ୍ତ୍ରୀ ପରମେଶ୍ୱର ତାଙ୍କ ଘରେ ଏକ ବୈଠକ ଡାକିଥିଲେ। ଏହା ବ୍ୟତୀତ ମନ୍ତ୍ରୀ ପ୍ରିୟଙ୍କା ଖାର୍ଗେଙ୍କ ସମେତ ଅନ୍ୟ ଦାବିଦାରମାନେ ମଧ୍ୟ ସକ୍ରିୟ ହୋଇଥିଲେ। ପ୍ରିୟଙ୍କା ଖାର୍ଗେ ସିଧାସଳଖ ସିଏମ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ଯଦି ହାଇ କମାଣ୍ଡ ତାଙ୍କୁ ଦାୟିତ୍ୱ ଦିଅନ୍ତି ତେବେ ସେ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି।

ଝାଡୁ ନା ବାସନ; ଧନତେରାସରେ ଘରକୁ କ’ଣ ଆଣିଲେ ଶୁଭ…

କାର୍ତ୍ତିକ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ଧନତେରାସ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ନଭେମ୍ବର ୧୦ ତାରିଖ ଦିନ ପାଳନ କରାଯିବ। ଏହି ଦିନ ଭଗବାନ ଧନନ୍ତ୍ୱରୀ ଓ ଭଗବାନ କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ବାସନ ଓ ନୂଆ ଜିନିଷ କିଣିବାର ଏକ ପ୍ରଥା ରହିଛି। ସୁନା, ରୂପା ଏବଂ ପିତ୍ତଳର ବାସନକୁସନ କିଣିବା ସହିତ ଏହିଦିନ ଝାଡୁ କିଣିବାର ମଧ୍ୟ ପରମ୍ପରା ରହିଛି।

କୁହାଯାଏ ଯେ, ଧନତେରାସ ଦିନ କିଣାଯାଇଥିବା ପ୍ରତ୍ୟେକଟି ଜିନିଷ ବର୍ଷ ତମାମ ଶୁଭ ଫଳ ଦେଇଥାଏ । ତେବେ ଜାଣନ୍ତୁ ସୁନା ଓ ରୁପା ବ୍ୟତୀତ ଏମିତି କେଉଁ ଜିନିଷ କିଣିଲେ ବର୍ଷ ତମାମ ଶୁଭ ଫଳ ମିଳିବ…

ଝାଡୁ: ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନେ କରାଯାଏ । ମାନ୍ୟତା ରହିଛି ଯେ, ଧନତେରାସ ଦିନ ଝାଡୁ କିଣିବା ଦ୍ୱାରା ଘରେ ମାଆ ଲକ୍ଷ୍ମୀଙ୍କ ଆବାହନ ହୋଇଥାଏ । ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଧନତେରାସ ଦିନ ନିଶ୍ଚୟ ଝାଡ଼ୁ କିଣନ୍ତୁ । ମାନ୍ୟତା ରହିଛି ଯେ ଝାଡୁ କିଣିବା ଦ୍ୱାରା ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇ ଘରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଝାଡୁକୁ ଘରର ସୁଖ ସମୃଦ୍ଧିର କାରକ ବୋଲି ମନେ କରାଯାଏ । ସେଥିପାଇଁ ଧନତେରାସ ଦିନ ଝାଡୁ କିଣଇବାକୁ ଶୁଭ ମନେ କରାଯାଏ ।

ବାସନ: ଧନତେରାସ ଦିନରେ ବାସନ କିଣିବାର ଏକ ପରମ୍ପରା ମଧ୍ୟ ଅଛି, କିନ୍ତୁ କେଉଁ ଧାତୁ ବାସନ କିଣାଯିବ ସେବାବଦରେ ଅଧିକାଂଶ ଲୋକ ଜାଣିନଥାନ୍ତି । ଯଦି ଆପଣଙ୍କର ସନ୍ଦେହ ଅଛି, ତେବେ ପିତ୍ତଳ ବାସନ କିଣନ୍ତୁ ଏବଂ ଏହାକୁ ଆପଣଙ୍କ ଘରର ପୂର୍ବ ଦିଗରେ ରଖନ୍ତୁ । ଧାନତେରାସରେ ମଧ୍ୟ ଅନେକ ସୁନା ଓ ରୂପା ଜିନିଷ କିଣାଯାଏ । ଯଦି ଆପଣ ମଧ୍ୟ ଏହି ପର୍ବରେ ସୁନା ଏବଂ ରୂପା ଜିନିଷ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏଥିରେ କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି: ଦୀପାବଳି ଦିନ ଲକ୍ଷ୍ମୀ-ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ଆପଣ ଯେକୌଣସି ଧାତୁରେ କିମ୍ବା ମାଟିରେ ତିଆରି ଲକ୍ଷ୍ମୀ-ଗଣେଶଙ୍କ ମୂର୍ତ୍ତି କିଣିପାରିବେ। ଯାହାକୁ ପରବର୍ତ୍ତୀ ସମୟରେ ଜଳରେ ପ୍ରବାହିତ କରିବାକୁ ପଡିଥାଏ।

ସୁନା-ରୂପା ମୁଦ୍ରା: ଧନତେରାସ ଦିନ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ଥିବା ସୁନା କିମ୍ବା ରୂପା ମୁଦ୍ରା କିଣନ୍ତୁ। ଏହି ଦିନ ମୁଦ୍ରାକୁ ପୂଜାରେ ମଧ୍ୟ ବ୍ୟବହାର କରିପାରିବେ। କାହାକୁ ଉପହାର ସ୍ୱରୂପ ରୂପା ମୁଦ୍ରା ମଧ୍ୟ ଦେଇପାରିବେ ।

ଭୁବନେଶ୍ୱରରେ ପହଞ୍ଚିଲେ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ଭୁବନେଶ୍ୱର : ଏସିଆନ ପାରା ଗେମରେ ତିନୋଟି ମେଡାଲ ଜିତିବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରମୋଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ସେ ଖେଳିଥିବା ତିନୋଟି ଇଭେଣ୍ଟ ଅତ୍ୟନ୍ତ ସଂଘର୍ଷପୁର୍ଣ ଥିବା ବେଳେ ସେ ତିନୋଟିରେ ମେଡାଲ ଜିତିବାକୁ ସକ୍ଷମ ହୋଇଛନ୍ତି । ଆଗକୁ ପ୍ୟାରିସ ପାରା ଅଲମ୍ପିକ ସହ ଅନ୍ୟାନ୍ୟ ପ୍ରତିଯୋଗିତା ରହିଛି ସେଥିରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି ।

ଏହି ସଫଳତା ପଛରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ରହିଛି । ଓଡ଼ିଶାରେ ଏବେ କ୍ରୀଡାବିତ୍ ଓ କ୍ରୀଡ଼ାକୁ ସରକାର ଗୁରୁତ୍ବ ଦେଉଛନ୍ତି । ଓଡ଼ିଶାରେ ହକି ବିଶ୍ଵ ଓ ଫିଫା ମହିଳା ଫୁଟବଲ୍ ବିଶ୍ଵକପ୍ ଅଣ୍ଡର ୧୭, ଏସିଆନ୍ ଆର୍ଥଲେଟିକ ଚମ୍ପିୟାନସିପ୍  କରି ଓଡ଼ିଶାକୁ କ୍ରୀଡାର ହବ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆର୍ଶୀବାଦ ନେବା ସହ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇବି ବୋଲି କହିଛନ୍ତି ପ୍ରମୋଦ ଭଗତ।

ପଢନ୍ତୁ : ରିଲିଜ ପୂର୍ବରୁ ଆସିଲା ’ଟାଇଗର-୩’ର ନୂଆ ପ୍ରୋମାେ, ଚର୍ଚ୍ଚାରେ କ୍ୟାଟ୍ରିନାଙ୍କ ଟାୱେଲ୍ ଫାଇଟ୍

 

ସାମ୍ନାକୁ ଆସିଲା ଗୀତିକାର ଦେବେଶ ପତିଙ୍କ ସୋସିଆଲ ମିଡିଆ ଚାଟ୍‌

ଭୁବନେଶ୍ୱର : ସାମ୍ନାକୁ ଆସିଲା ଗୀତିକାର ଦେବେଶ ପତିଙ୍କ ସୋସିଆଲ ମିଡିଆରେ ଚାଟ୍‌ ମେସେଜ । ବିଳମ୍ବିତ ରାତିରେ ଏକାଧିକ ଯୁବତୀଙ୍କୁ ପ୍ରେମ ନିବେଦନ କରୁଥିଲେ ଦେବେସ୍ । କାହାକୁ ବିଳମ୍ବିତ ରାତିରେ ଭିଡିଓ କଲ କରୁଥିଲେ ତ ଆଉ କାହାକୁ ମେସେଜ । ବାରମ୍ବାର ପ୍ରେମ ନିବେଦନ କରିଥିଲେ । ବାରମ୍ବାର କଥା ହେବାକୁ ବାଧ୍ୟ କରୁଥିଲେ । ହାଲୋ, ହାଏ କରି  ଫଶେଇବାକୁ ଚେଷ୍ଟା କରୁଥିଲେ । ଦେବେଶ ଗିରଫ ହେବା ପରେ ଏବେ ଅନେକ କଥା ସାମ୍ନାକୁ ଆସିଛି । ଲଭ ସେକ୍ସ ଧୋକା ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଠକି ଦେଇଥିଲେ ଓଡ଼ିଆ ସିଙ୍ଗର ଦେବେଶ । ଯୁବତୀ ଜଣଙ୍କ ଦେବେଶଙ୍କ ନାଁରେ  ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ।

ଅନ୍ୟପଟେ ନିଶା ଦେଇ ଗର୍ଭନଷ୍ଟ କରିବାର ଆସିଥିଲା ସାଙ୍ଘାତିକ ଅଭିଯୋଗ । ନୟାପଲି ଥାନା ପୋଲିସ କେଶ ନମ୍ବର 103/2023 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପାତ୍ରପଡାରୁ ଦେବେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।  ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ନେଇ ହୋଇଥିଲା ଅଭିଯୋଗ ।

ପଢନ୍ତୁ ଏହି ଖବର : ଜାନୁଆରୀ ୧୭ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା