spot_img
Home Blog Page 2357

ନନ୍ଦନକାନନରେ ପ୍ରବଳ ଭିଡ଼

ଭୁବନେଶ୍ବର: ବର୍ଷର ଶେଷ ଦିନରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଛୁଟି ଥିବାରୁ ଓ ନୂଆବର୍ଷ ପାଇଂ ରାଜ୍ୟ ତଥା ରାଜ୍ୟ ବାହାରୁ ଛୁଟୁଛି ଲୋକଙ୍କ ସୂଅ । ରବିବାର ୫୦ ହଜାର ପର୍ଯ୍ୟଟକ ନନ୍ଦନକାନ ବୁଲି ଜନ୍ତୁଙ୍କୁ ଦେଖିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ଯଥେଷ୍ଟ ସୁରକ୍ଷା କର୍ମୀଙ୍କ ସହିତ ନନ୍ଦନକାନନ ଥାନା ପୋଲିସକୁ ମଧ୍ୟ ନିୟୋଜିତ କରାଯାଇଛି ।

ନୂଆବର୍ଷରେ ବୁଲିବାର ମଜା । ବାଘ, ଭାଲୁ, ସିଂହ ସହ ଅନ୍ୟ ଜନ୍ତୁ ଓ ପକ୍ଷୀଙ୍କୁ ଦେଖିବାକୁ ଭିଡ଼ । ରୋପଓ୍ବେ, ଟୟଟ୍ରେନ୍, ବୋଟିଂ କରି ଛୁଟିକୁ କରୁଛନ୍ତି ଉପଭୋଗ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜମିଛି ପର୍ଯ୍ୟଟକଙ୍କ ଭିଡ଼ । ସୁବିଧାକୁ ଦୃଷ୍ଟିରେ ରଖି  ଅଫ ଲାଇନରେ ୧୬ଟି ଟିକେଟ କାଉଣ୍ଟର ଖୋଲାଯାଇଛି । ହ୍ବାଟ୍ସଆପ, ଅନଲାଇନ ମାଧ୍ୟମରେ ମଧ୍ୟ ଟିକେଟ କାଟିବାର ସୁବିଧା ଯୋଗାଇ ଦିଆଯାଇଛି । ପର୍ଯ୍ୟକଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିବାବେଳେ ସୁରକ୍ଷା ପାଇଁ ସାଧା ପୋଷାକଧାରୀ ପୋଲିସ୍, ବୋଟିଙ୍ଗ ସ୍ଥଳରେ ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି । ପ୍ରାଣୀ ଉଦ୍ୟାନର ବଭିନ୍ନ ଜନଗହଳି ଛକରେ ଚୋରୀ ଓ ଛିନତାଇ ଉପରେ ରହିଛି ନଜର । ଏଣ୍ଟ୍ରି ଗେଟ ଠାରୁ ସିସି କ୍ୟାମେରାରେ ନିରୀକ୍ଷଣ କରାଯାଉଛି ।

ପର୍ଯ୍ୟଟକଙ୍କ ପାଇଁ ବାଘ, ଭାଲୁ, ସିଂହ, ତୃଣଭୋଜି ସଫାରି ବୁଲିବା ପାଇଁ ୮ଟି ସଫାରୀ ବସର ସୁବିଧା ରହିଛି । ବ୍ୟାଟେରୀ ଚାଳିତ ଗାଡିର ସୁବିଧା ସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ହ୍ବିଲ ଚେୟାରର ସୁବିଧା ରହିଛି । ସ୍ବତନ୍ତ୍ର ମେଡିକାଲ ଟିମ ନିୟୋଜିତ କରାଯାଇଛି ।

ସରୁଛି ୨୦୨୩, ନୂଆବର୍ଷକୁ ସ୍ବାଗତ ପାଇଁ ସବୁଠି ଚାଲିଛି ସେଲିବ୍ରେସନ୍

ବାଲେଶ୍ବର: ଆସିଛି ନୂଆବର୍ଷ  । ସବୁ ପର୍ଯ୍ୟଟନ ସ୍ଥଳୀରେ ଭିଡ଼ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ବାଗତ ପାଇଁ ସୁବଠି ସେଲିବ୍ରସନ । କୋଣାର୍କ  ସୂର୍ଯ୍ୟ ମନ୍ଦିର, ମା ରାମଚଣ୍ଡୀ ପୀଠ, ଚନ୍ଦ୍ରଭାଗରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ଏହାସହ ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ସେହିଭଳି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରରେ ବି ଖଚାଖଚ ଭିଡ଼ ଦେଖବାକୁ ମିଳିଛି ।

ଆସିଛ ପର୍ଯ୍ୟଟନ ଋତୁ । ସବୁଠି ନବବର୍ଷର ଉତ୍ସାହ ଉଦ୍ଦୀପନା । ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ମାହୋଲ । ବ୍ୟସ୍ତମୟ ଜୀବନରୁ ଫୁରସତ ନେଇ ସମସ୍ତେ ବାହାରି ପଡିଛନ୍ତି ଟୁରିଷ୍ଟ ପ୍ଲେସ । ପ୍ରାକୃତିକ ପରିବେଶ ସହ ବିଭିନ୍ନ ଦେବାଳୟରେ ଜମିଛି ଭିଡ଼ । ବଣ ଭୋଜି ସାଙ୍ଗକୁ ବୁଲାବୁଲିର ମଜା ଉଠାଉଛନ୍ତି ପର୍ଯ୍ୟଟକ । କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ କାହିଁ କେତେ ଦୂରରୁ ଆସିଛନ୍ତି ଲୋକ । ତା ସହ ଚନ୍ଦ୍ରଭାଗା ସମୂଦ୍ର ରେ ଗାଧେଇବାର ମଜାନେବା ସହ ରାମଚଣ୍ଡୀ ନଦୀରେ ବୋଟିଙ୍ଗ କରି ମାଆ ରାମଚଣ୍ଡୀଙ୍କ ଦଶନ କରୁଛନ୍ତି ପର୍ଯ୍ୟଟକ । ଏହା ସହ ଘଞ୍ଚ ଝାଉଁ ଅରଣ୍ୟ ମଧ୍ୟରେ ବଣ ଭୋଜିର ମଜା ନିଆରା ।

ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ରାଜ୍ୟ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ଆସି ଉଦୟପୁର ବେଳାଭୂମିର ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି । ସେହିଭଳି ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ଵରରେ ବି ଖଚାଖଚ ଭିଡ଼ ଦେଖବାକୁ ମିଳିଛି । ଭକ୍ତ ମାନେ ବାବାଙ୍କୁ ଦର୍ଶନ କରିବା ସହ ପାହାଡ଼ ନିକଟରେ ବଣ ଭୋଜି କରି ମଜା ନେଉଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ଟ୍ରଷ୍ଟବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଗାଁକୁ ନାହିଁ ଭଲ ରାସ୍ତା

ତୁରେକେଲା: ସରକାର ଗ୍ରାମଂଚଳର ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । ଗାଁ ମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ତିଆରି କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରିଙ୍କ ଅବହେଳା ଯୋଗୁ ସରକାରଙ୍କ ଯୋଜନା ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହୋଇଛି । ତୁରେକେଲା ବ୍ଲକ କୁଇବାହାଲ ପଂଚାୟତ ଲାମିଠୁଟା ଗାଁରେ ରହିଛି ଅନେକ ସମସ୍ୟା । ହେଲେ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଏହାର ସମଧାନ ହୋଇପାରୁନାହିଁ ।

ଗାଁ କୁ ନାହିଁ ଭଲ ରାସ୍ତା । ଘଞ୍ଚ ଅରଣ୍ୟ ମଧ୍ୟରେ ପାଦଚଲା ବାଟ ଦେଇ ଯାତାୟତ କରୁଛନ୍ତି ଲୋକ । ପାଦେ ପାଦେକେ ବିପଦ । ରାସ୍ତା ସମସ୍ୟାରେ ଜୁଝି ହେଉଛନ୍ତି ଗ୍ରାମବାସୀ । ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁ ରାଜ୍ୟସରକାରଙ୍କ ଜନହିତକାରୀ ଯୋଜନା ଫଳପ୍ରଦ ହେଉନଥିବା ଅଭିଯୋଗ ହୋଇଛି । କେବଳ ଏହି ଗୋଟିଏ ନୁହଁ ଅନେକ ସମସ୍ୟା ଭିତରେ ନିଜ ଜୀବନ କାଳାତିପାତ କରୁଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଲାମିଠୁଟା ଗ୍ରାମବାସୀ । ଗାଁରେ ପ୍ରାୟ ୨୫ ଘର ଆଦିବାସୀ ଓ ବିଭିନ୍ନ  ସମ୍ପ୍ରଦାୟ ଲୋକ ବସବାସ କରନ୍ତି । ଗାଁରେ ସ୍କୁଲ କି ପାଣି ପାଇଁ ସୁବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବାରୁ ଅନେକ ସମୟରେ ଗର୍ଭବତୀ ମହିଳା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନୌସେନା ଲଗାଇବ ବିଧ୍ବସଂକ ମିସାଇଲ୍

ନନ୍ଦିଘୋଷ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ ସିପିଙ୍ଗ୍ ଲେନ୍ ରେ ଯାଉଥିବା ଜାହାଜ ଉପରେ ହେଉଛି ହମଲା  । ବାଣିଜ୍ୟିକ ଜାହାଜ ଉପରେ ଲଗାତର ଆକ୍ରମଣ ପରେ ଭାରତୀୟ ନୌସେନା ଉତ୍ତର ଏବଂ ମଧ୍ୟ ଆରବ ସାଗର ରେ ନଜର ରଖିଛନ୍ତି  । ଭାରତୀୟ ନୈାସେନା କହିଛି ଯେ ସେ ନୂତନ ସୁରକ୍ଷା ର ଯାଞ୍ଚ ପାଇଁ କୋଷ୍ଟଗାର୍ଡ ସହ ମିଶି କରି କାମ କରୁଛି  ।

କେବଳ ଏତିକି ନୁହେଁ ବିନାଶକାରୀ ଏବଂ ଫ୍ରିଗେଟ୍ ବ୍ୟତୀତ ନୈାସେନା ମାନବ ବିହୀନ ବିମାନ ଏବଂ ସାମୁଦ୍ରିକ ବିମାନ ଯାନ ଏବଂ ସାମୁଦ୍ରିକ ପାଟ୍ରୋଲିଂ ବିମାନ ମଧ୍ୟ ନିୟୋଜିତ କରିଛି  । ଭାରତୀୟ ଉପକୂଳ ଠାରୁ  ୪୦୦ କିଲୋମିଟର ଦୂରରେ ଥିବା ଏକ ବାଣିଜ୍ୟିକ ଜାହାଜ ଏମବି କେମ୍ ପ୍ଲୁଟୋ ଉପରେ ଡ୍ରୋନ୍ ଆକ୍ରମଣ କରିବା ପରେ ଏଭଳି ପଦକ୍ଷେପ ନେଇଛି ଭାରତୀୟ ନୌସେନା । ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ନୈାସେନା ନିଜର ପ୍ରତିରୋଧକ ଉପସ୍ଥିତି ବଜାୟ ରଖିବା ପାଇଁ ଯୁଦ୍ଧ ଜାହାଜ ଆଇଏନସ୍ ମୋର୍ମୁଗାଓ , ଆଇଏନସ୍ କୋଚି ଏବଂ ଆଇଏନସ୍ କୋଲକାତାକୁ ନିୟୋଜିତ କରିଛି  ।  ନୌସେନା ଅଧିକାରୀ କହିଛନ୍ତି ଯେ, ଦୂରଗାମୀ ସାମୁଦ୍ରିକ ଅନୁସନ୍ଧାନ ବିମାନ P8 ଆଇ ମଧ୍ୟ ନିୟୋଜିତ କରିଛନ୍ତି  । ବାଣିଜ୍ୟିକ ଜାହାଜ ଉପରେ ବଢୁଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ତିନୋଟି ବିଧ୍ବସଂକ ମିସାଇଲ୍ ନିୟୋଜିତ କରିଛନ୍ତି  ।

୨୦ ପରିବାରର ଭରଷା ଗୋଟିଏ ନଳକୂପ

ଭୁବନ: ପାନୀୟ ଜଳ ପାଇଁ ହିନସ୍ତା । ଗୋଟିଏ ନଳକୂଅ ଉପରେ ଭରଷା କରନ୍ତି କୋଡିଏରୁ ଅଧିକ ପରିବାର । ବାଧ୍ୟ ହୋଇ ନଳକୂଅରୁ ବାହାରୁଥିବା ହଳଦିଆ ଗୁଣ୍ଡ ମିଶ୍ରିତ ପାଣିକୁ ବ୍ୟବହାର କରୁଛନ୍ତି । ଯାହା ଫଳରେକି ଆଜକୁ ୫ ବର୍ଷରେ କିଡିନୀ ରୋଗରେ ୪୦ରୁ ଉର୍ଦ୍ଧ୍ବ ଲୋକେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି ।  ଯେତେ ଗୁହାରି କଲେ ବି ପ୍ରଶସନ ଶୁଣୁ ନଥିବା ଅଭିଯୋଗ ହୋଇଛି ।

ଗୋଟିଏ ନଳକୂଅ । ନିର୍ଭର କରୁଛନ୍ତି ଦୁଇ ଶହରୁ ଅଧିକ ଲୋକ । ପାଣି ପାଇଁ   ସମସ୍ତେ ଡହଳ ବିକଳ । ମାଠିଆଏ ଜଳ ପାଇଁ ଜିବାକୁ ପଡୁଛି ଦୂର ବାଟ  । ହେଲେ ପ୍ରଶାସନ ଗୁହାରି ଶୁଣୁନଥିବା ଅଭିଯୋଗ  । ଢେଙ୍କନାଳ ଜିଲ୍ଲା ଭୁବନ ବ୍ଲକ ପଳାଶପିଠିଆ ଗାଁର ଚମ୍ପାନାଳିଆ ସାହିର । ମାତ୍ର ଗୋଟିଏ ନଳକୂଅ ଉପରେ ସମସ୍ତେ ନିର୍ଭର କରନ୍ତି । ହେଲେ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି ଏହି ନଳ କୂଅରୁ  । ବାଧ୍ୟ ହୋଇ ଏହି ପାଣିକୁ ପାନୀୟ ଜଳ ରୂପରେ ବ୍ୟବହାର କରିବାକୁ ପଡୁଛି । ଯାହା ଫଳରେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଗାଁର ୪୦ରୁ ଅଧିକ ଲୋକେ କିଡିନୀ ରୋଗରେ ପଡିଥିବା ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ  ଅବଗତ ଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି ।  ଆଜକୁ ୬ ମାସ ହେଲା ପ୍ରଶାସନ ତରଫରୁ ନଳକୂଅରୁ ସାମ୍ପୁଲ ନିଆଯାଇଛି । କିନ୍ତୁ ଅଦ୍ୟାବଧି କୌଣସି ରିପୋର୍ଟ ଆସିନାହିଁ । ସେପଟେ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଭୁବନ ବିଡିଓ କଲ୍ୟାଣ ସୌରଭ ଦାଶ ।

 

ଭାରସାମ୍ୟ ହରାଇ ଓଲଟିଲା ପର୍ଯ୍ୟଟକ ବସ, ଏକାଧିକ ଆହାତ

ଗଞ୍ଜାମ : ଗଞ୍ଜାମ-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଲିଆ ଛକ ନିକଟରେ ପର୍ଯ୍ୟଟକ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହାତ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତାରାତାରିଣୀ ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ଭଦ୍ରକ ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ସୁଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ବାଲିଆ ଛକରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୩ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ଏକାଧିକ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍‌ ଭଦ୍ରକରୁ ତାରାତାରିଣୀ ଆସିଥିଲେ । ରବିବାର ସେଠାରୁ ଫେରିବା ବେଳେ ବସ୍‌ଟି ପୁରୁଷୋତ୍ତମପୁର ନିକଟ ବାଲିଆ ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା ।  ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇ ସ୍ଥାନୀୟ ଲୋକେ, ପୋଲିସ, ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅନୁମତି ନାହିଁ ତଥାପି ଚାଲିଛି ଜିରୋ ନାଇଟ୍ ପ୍ରସ୍ତୁତି

ପୁରୀ : ଅନୁମତି ବାତିଲ୍ ପରେ ବି ଜିରୋ ନାଇଟ୍ ସେଲିବ୍ରେସନ୍ ପ୍ରସ୍ତୁତି। ପୁରୀ ଲାଇଟ ହାଉସ ନିକଟ ବେଳାଭୂମିରେ ଜିରୋ ନାଇଟ ଆସର ପାଇଁ ଏକ ନିର୍ଦ୍ଦିଷ୍ଟ ଇଭେଣ୍ଟ କମ୍ପାନୀକୁ ଦିଆଯାଇଥିବା ଅନୁମତି ବାତିଲ କରିଥିବା ସତ୍ତ୍ୱେ ସେଲିବ୍ରେସନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏକ ନିର୍ଦ୍ଦିଷ୍ଟ ଇଭେଣ୍ଟ କମ୍ପାନୀ ପୁରୀ ପୌରସଂସ୍ଥାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ମାଗିଥିଲା। ଅନୁମତି ପାଇବା ପରେ ପର୍ଯ୍ୟଟକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିଥିଲା ଇଭେଣ୍ଟ କମ୍ପାନୀ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ ଜିରୋ ନାଇଟରେ ଡିଜେ ଓ ସଂଗୀତ ପରିବେଷଣ ପାଇଁ ଆୟୋଜନ କରିଥିଲା ।

ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବି ହୋଇଥିଲା। ପରେ ପୌରସଂସ୍ଥା ପକ୍ଷରୁ ଇଭେଣ୍ଟ କମ୍ପାନୀକୁ ଦିଆଯାଇଥିବା ଅନୁମତି ବାତିଲ କରାଯାଇଥିଲା। ଏହାସତ୍ତ୍ୱେ ସେଠାରେ କାର୍ଯ୍ୟକ୍ରମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି। ଏପରିକି ଟିକେଟ ବିକ୍ରି ଏବେବି ଚାଲିଥିବା ବେଳେ ବେଳାଭୂମିରେ କାହିଁକି ଏପରି କାର୍ଯ୍ୟକ୍ରମ କରାଯାଉଛି ସେନେଇ ପ୍ରଶ୍ନ ଉଠିଛି ।

ଦାୟିତ୍ୱ ନେଲେ ନୂଆ ଡିଜିପି ଅରୁଣ ଷଡ଼ଙ୍ଗୀ

କଟକ : ଅରୁଣ ଷଡ଼ଙ୍ଗୀ ଅନ୍ତରୀଣ DGP । ଦାୟିତ୍ବ ନେଲେ ନୂଆ ଡିଜିପି ଅରୁଣ ଷଡ଼ଙ୍ଗୀ । ଅବସର ନେଲେ ଡିଜିପି ସୁନୀଲ ବଂଶଲ । 1990 ବ୍ୟାଚ ଆଇପିଏସ ଅଫିସର ଅରୁଣ ଷଡ଼ଙ୍ଗୀ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମିର ସେ ନିର୍ଦ୍ଦେଶକ ଅଛନ୍ତି । ନିୟମିତ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ ଷଡ଼ଙ୍ଗୀ । ତାଳଚେର SDPO ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ରାୟଗଡା, ବ୍ରହ୍ମପୁର, ଜଗତସିଂହପୁରରେ SP ଥିଲେ ଅରୁଣ ଷଡ଼ଙ୍ଗୀ   । ଭୁବନେଶ୍ବର ଓ ରାଉରେଲାରେ ମଧ୍ୟ SP ଥିଲେ । ଆଇଜି ଆଇନଶୃଙ୍ଖଳା ଭାବେ କାର୍ଯ୍ୟ କରିଥିଲେ  ।

ଡିଆଇଜି କ୍ରାଇମ୍‌ବ୍ରାଞ୍ଚ, ଉତ୍ତରାଞ୍ଚଳ କେନ୍ଦ୍ରୀୟ ରେଞ୍ଜ ଡିଆଜି, ଆଇଜି ଆଇନଶୃଙ୍ଖଳା ଥିବା ସମୟରେ ତାଙ୍କର କାର୍ଯ୍ୟ ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିଲା। ଉତ୍ସର୍ଗୀକୃତ ସେବା ପାଇଁ ଶ୍ରୀ ଷଡ଼ଙ୍ଗୀ ଅନେକ ସଫଳତା ହାସଲ କରିଛନ୍ତି।

୩ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବ ଉତ୍ତର କୋରିଆ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ନୂଆ ବର୍ଷରେ ଆହୁରି ୩ଟି ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛି। ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ତାଙ୍କ ଦେଶ ଆଉ ଟି ସାମରିକ ଅନୁସନ୍ଧାନ ଉପଗ୍ରହ ଉତକ୍ଷେପଣ କରିବାକୁ ଯାଉଛି। ଗତ ମାସରେ ଦେଶର ପ୍ରଥମ ସାମରିକ ଅନୁସନ୍ଧାନ ଉପଗ୍ରହର ସଫଳ ଉତକ୍ଷେପଣ ପରେ ଏହି ଘୋଷଣା କରାଯାଇଛି। ଶାସକ ୱାର୍କର୍ସ ପାର୍ଟିର ଏକ ପ୍ରମୁଖ ବୈଠକରେ କିମ୍ ଏହା କହିଛନ୍ତି। ଆସନ୍ତା ବର୍ଷ ପାଇଁ ଦେଶର ଲକ୍ଷ୍ୟ ସ୍ଥିର କରିବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କିମଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ଯେ ସେ ଦେଶରେ ଅସ୍ତ୍ରଶସ୍ତ୍ର ଭଣ୍ଡାର ବୃଦ୍ଧି ପାଇଁ ପରୀକ୍ଷା ଜାରି ରଖିବେ | ଉତ୍ତର କୋରିଆ ସରକାରୀ ନ୍ୟୁଜ୍ ଏଜେନ୍ସି ସୂଚନା ଅନୁଯାୟୀ କିମ ପାଞ୍ଚ ଦିନିଆ ବୈଠକରେ କହିଛନ୍ତି ଯେ ଉତ୍ତର କୋରିଆ ବିରୋଧରେ ଆମେରିକା ଏବଂ ଏହାର ସହଯୋଗୀଙ୍କ କାର୍ଯ୍ୟକଳାପ ପୂର୍ବରୁ କୋରିଆ ଏକ ଉପଦ୍ୱୀପକୁ ଆଣବିକ ଯୁଦ୍ଧର ସୀମାକୁ ଆଣିଥିଲା। North Korea's Kim convenes key party meeting ahead of new year -KCNA |  Reuters

ଆହୁରି ମଧ୍ୟ କିମ କହିଛନ୍ତି ଯେଗୁରୁତର ଅବସ୍ଥାରେ ଯୁଦ୍ଧ ପ୍ରକ୍ରିୟାର କ୍ଷମତା ବଢାଇବା ପାଇଁ ଆମକୁ ଶୀଘ୍ର କାର୍ଯ୍ୟ କରିବାକୁ ପଡିବ।” କିମ କହିଛନ୍ତି ଯେ ଯଦି ଆମ ସହ ଆମେରିକା ଏବଂ ଦକ୍ଷିଣର ସାମରିକ ରାଷ୍ଟ୍ର ମୁହାଁମୁହିଁ ହୁଏ, ତେବେ ଆମେ ଆମର ଆଣବିକ ନିରାକରଣ ସହ ସେମାନଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିଧା କରିବୁ ନାହିଁ। ଏହି ବୈଠକ ଶନିବାର ପର୍ଯ୍ୟନ୍ତ ଚାଲିଥିଲା। ନିକଟରେ, ମେ ଏବଂ ଅଗଷ୍ଟରେ ଦୁଇଟି ବିଫଳ ପ୍ରୟାସ ପରେ ନଭେମ୍ବର ୨୧ ରେ ଉତ୍ତର କୋରିଆ ସଫଳତାର ସହ ଏକ ସାମରିକ ଗୁପ୍ତଚର ଉପଗ୍ରହ ମଲ୍ଲିକୋଙ୍ଗ କୁ କକ୍ଷପଥରେ ସ୍ଥାନିତ କରିଥିଲା ​​| ତାଙ୍କର ପ୍ରମୁଖ ପ୍ରତିରକ୍ଷା ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବାକୁ ଶକ୍ତିଶାଳୀ ମାନବ ବିହୀନ ସଶସ୍ତ୍ର ବିମାନ ଯାନ ଏବଂ ବୈଦ୍ୟୁତିକ ଯୁଦ୍ଧର ବିକାଶ ପାଇଁ କିମ୍ ଆହ୍ୱାନ କରିଥିଲେ। 

ନକଲି ପୋଲିସକୁ ଧରିଲା ଅସଲି ପୋଲିସ

ପାଟକୁରା: ନକଲି ପୋଲିସକୁ ଧରିଲା ଅସଲି ପୋଲିସ । ଯାତ୍ରା ହିରୋଙ୍କ 420 କାରସାଦି । ଅଭିନୟ କରିବାକୁ ଆସି ନିଜ ସାଙ୍ଗ ମାନଙ୍କ ସହ ମିଶି ପୋଲିସ ସ୍ପେଶାଲ ସ୍କ୍ବାଡର ପରିଚୟ ଦେଇ ଚାନ୍ଦା ଆଦାୟ କରୁଥିବା ବେଳେ ମାଡ଼ିବସିଲେ ଅସଲି ପୋଲିସ । କୁଦାନଗରୀ ଥାନା ଅନ୍ତର୍ଗତ କଳାବୁଦା ବାରେଣୀ ରେ ସ୍ଵର୍ଣ ମନ୍ଦିର ପାର୍ଟି ଯାତ୍ରା କରୁଥିବା ବେଳେ  ଯାତ୍ରା ପାର୍ଟି ହିରୋ ନୀଲ କୁମାର ଓ ତାର ଜଣେ ମହିଳା ବନ୍ଧୁ ଆଦର୍ଶିନୀ ସେନାପତି ଓ ଆଉ ଜଣେ ବ୍ୟକ୍ତି ମିଶି ଯାତ୍ରା ହେଉଥିବା ଅଞ୍ଚଳ ରେ ଚାନ୍ଦା  ଆଦାୟ କରୁଥିଲେ ।

ଉକ୍ତ ନକଲି ପୋଲିସ ଟିମ ଏକ ବେଆଇନ ଜୁଆ ଆଡା ଉପରେ ମଧ୍ୟ ଚଢ଼ାଉ କରି ଲକ୍ଷାଧିକ ଟଙ୍କା ନେଇ ଫେରାର ହେଉଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଅସଲି ପୋଲିସ ପହଂଚି ନକଲି ପୋଲିସକୁ ଗିରଫ କରିଛି । ଦୁଇଟି କାର ସମେତ ଦୁଇ ନକଲି ପୋଲିସକୁ ଅଟକ ରଖିଛି କୁଦାନଗରୀ ଥାନା ପୋଲିସ । ସ୍ଥାନୀୟ ପାଖଡ଼ ଗ୍ରାମର ଛତିଶଗଡ଼ ରେ ଚାକିରି କରିଥିବା ଜଣେ ମହିଳା ଆଦର୍ଶିନୀ ସେନାପତି, ଅଭିନେତା ନୀଲ କୁମାରଙ୍କୁ କୁଦାନଗରୀ ଥାନା ରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଆଦର୍ଶିନୀ ସେନାପତି ଛତିଶିଗଡ଼ ରେ ଏକ ପ୍ରାଇଭେଟ ସେକ୍ଟର ରେ ଚାକିରୀ କରୁଥିଲେ ବି ଘରକୁ ବୁଲିବାକୁ ଆସି ତାଙ୍କର ଅଭିନେତା ବନ୍ଧୁ ନୀଲ ଓ ଆଉ ଜଣେ ଆଜ୍ଞାତ ବ୍ୟକ୍ତିଙ୍କ ସହ ମିଶି ନକଲି ପୋଲିସ ସାଜି ଆତଙ୍କ ଖେଳାଉଥିବା ଜଣା ପଡିଛି ।