ବୌଦ୍ଧ : ପୁଣି ମାଓବାଦୀ ସକ୍ରିୟ । ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଫୁଟିଲା ଲ୍ୟାଣ୍ଡମାଇନ । ୩ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଉଦ୍ଧାର ପାଇଁ ପଠାଯାଇଛି ୨ ଟିମ । ବାତେପଙ୍ଗା ଜଙ୍ଗଲରେ ବିସ୍ଫୋରଣ ହୋଇଥିବା ସୂଚନା ।
ପଶ୍ଚିମବଙ୍ଗରେ ହଙ୍ଗାମା, ଇଡି ଟିମ୍ ଉପରେ ଆକ୍ରମଣ
କୋଲକାତା : ପଶ୍ଚିମବଙ୍ଗରେ ପୁଣି ହଙ୍ଗାମା । ରେଡ୍ ବେଳେ ଇଡି ଗାଡିକୁ ଆକ୍ରମଣ । ପରିବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଏକ ଟିମ୍ ରାଶନ ଘୋଟାଲା ମାମଲାରେ ଟିଏମସି ନେତା ଶାହଜାହାନ ଶେଖଙ୍କ ଘରେ ରେଡ୍ ପହଞ୍ଚିଥିଲେ ହେଲେ ରାସ୍ତାରେ ତାଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା ଶହଜାହାନଙ୍କ ଶତାଧିକ ସମର୍ଥକ ।
ସୂଚନା ଅନୁଯାୟୀ, ଟିଏମସି ନେତା ଶହଜାହାନ ଶେଖଙ୍କ ଶତାଧିକ ସମର୍ଥକ ଇଡି ଓ ପାରମିଲିଟାରୀ ଫୋର୍ସ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନେକ ଗଣମାଧ୍ୟମ ଗାଡ଼ିକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଇଡିଙ୍କ ଗାଡିକୁ ଭଙ୍ଗା ରୁଜା କରାଯିବା ଯୋଗୁଁ ଏହି ଚଢାଉ କରାଯାଇପାରିଲା ନାହିଁ ।
ସୋମାଲିଆରେ ଜାହାଜ ହାଇଜ୍ୟାକ୍ ; ଭାରତୀୟଙ୍କୁ ରେସ୍କ୍ୟୁ ପାଇଁ ବାହରିଲା INS ଚେନ୍ନାଇ
ନୂଆଦିଲ୍ଲୀ: ସୋମାଲିଆ ଉପକୂଳରୁ ‘ଏମଭି ଲିଲା ନରଫୋକ’ ନାମକ ଜାହାଜ ଅପହରଣ କରାଯାଇଛି । ଗତକାଲି ଜାହଜକୁ ଅପହରଣ କରାଯାଇଥିଲା । ଅପହରଣ ହୋଇଥିବା ଜାହାଜର କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ୧୫ ଜଣ ଭାରତୀୟ ନାଗରିକ ଅଛନ୍ତି ବୋଲି ଜଣା ପଡିଛି । ଏବେ ଭାରତୀୟ ନୌସେନା ସ୍ଥିତି ଉପରେ ନଜର ରଖିଛି । ଅନ୍ୟ ପଟେ ଜାହଜକୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତୀୟ ନୌସେନାର ଅପରେସନ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ, ଅପହରଣ କରାଯାଇଥିବା ଜାହାଜ ଏମଭି ଲୀଲା ନରଫୋକରେ ଲାଇବେରିଆ ପତାକା ଲାଗିଛି। ଅପହୃତ ଜାହାଜ ଉପରେ ନଜର ରଖିବା ପାଇଁ ନୌସେନା ତା’ର ବିମାନ ନିୟୋଜିତ କରିଛି। ଜାହାଜର କର୍ମଚାରୀମାନଙ୍କ ସହିତ ଯୋଗାଯୋଗ ମଧ୍ୟ ସ୍ଥାପିତ ହୋଇଛି। ଏଥିସହ ନୌସେନା ନିଜ ଯୁଦ୍ଧ ଜାହାଜ ଆଇଏନଏସ ଚେନ୍ନାଇକୁ ଅପହରଣ ହୋଇଥିବା ଜାହାଜ ଆଡ଼କୁ ପଠାଇଛି। ତେବେ ଏହି ଜାହାଜକୁ ଜଳଦସ୍ୟୁ ନା ଅନ୍ୟ କେଉଁ ସଂଗଠନ ଅପହରଣ କରିଛି ବର୍ତ୍ତମାନସୁଦ୍ଧା ତାହା ସ୍ପଷ୍ଟ ହୋଇନାହିଁ।
ହରିୟାଣା INLD ନେତାଙ୍କ ଘରେ ଇଡି ରେଡ୍ ; ୫ କୋଟି କ୍ୟାସ୍ ସହ ୫ କେଜି ସୁନା ଜବତ
ନନ୍ଦିଘୋଷ ବ୍ୟୁରୋ : ହରିୟାଣା INLD ନେତାଙ୍କ ଘରେ ଇଡି ରେଡ୍ । ଗୁରୁବାର ସକାଳେ ବେଆଇନ୍ ଖଣି ଖନନ ମାମଲାରେ ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାର, ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଦିଲବାଗ୍ ସିଂହଙ୍କ ଘରେ ଇଡିର ରେଡ୍ । ତାଙ୍କ ବାସଭବନ ସହ ୨୦ରୁ ଅଧିକ ସ୍ଥାନରେ ରେଡ୍ କରିଥିଲା ଇଡି । ଦିଲବାଗଙ୍କ ଘରୁ ପାଖାପାଖି ୫ କୋଟି ନଗଦ ଟଙ୍କା ସହ ବିଦେଶୀ ମାରଣାସ୍ତ୍ର ଓ ଗୁଳି ଜବତ ହୋଇଛି । ଏହା ସହ ତାଙ୍କ ଘରୁ ସୁନା ବିସ୍କୁଟ ମଧ୍ୟ ଜବତ କରିଛି ଇଡି। ବିଦେଶରେ ଥିବା ତାଙ୍କର ଏକାଧିକ ସମ୍ପତ୍ତିର ଦସ୍ତାବିଜ୍ ମଧ୍ୟ ଜବତ କରାଯାଇଛି ।

ସୁରେନ୍ଦ୍ର ପୱାର ସୋନିପଥ୍ ବିଧାନସଭା ସଦସ୍ୟ ଥିବାବେଳେ ଦିଲବାଗ୍ ସିଂହ ଯମୁନାନଗର ଆସନରୁ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳର ପୂର୍ବ ବିଧାୟକ ଥିଲେ । ସୋନିପଥରୁ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପୱାରଙ୍କ ଘରେ ଗତ ୨୪ ଘଣ୍ଟା ଧରି ଚଢଉ ଜାରି ରହିଥିବା ଜଣା ପଡିଛି ।
ବାଲେଶ୍ବରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ୍
ବାଲେଶ୍ୱର : ଆଜି ବାଲେଶ୍ବରରୁ ବାହାରିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ୍। ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେଉଁଝର ଜିଲ୍ଲାରୁ ମୋଟ ୯୭୦ଜଣ ତୀର୍ଥଯାତ୍ରୀଙ୍କ ସହିତ ୩୦ ଜଣ ଏସକର୍ଟକୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ ବାହାରିଛି । ଆଜି ଠାରୁ ଟ୍ରେନ ବାହାରି ଓଁକାରେଶ୍ଵର ମନ୍ଦିର, ଓଜ୍ଜୟିନି ସହିତ ବିଭିନ୍ନ ତୀର୍ଥସ୍ଥଳୀ ପରିଦର୍ଶନ କରିବେ। ରାଜ୍ୟ ସରକାରଙ୍କ ତରଫରୁ ଏହି ଯୋଜନାରେ ମାଗଣା ଖାଇବା, ରହିବା, ଔଷଧ ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଏହି ସ୍ବତନ୍ତ୍ର ତୀର୍ଥ ଟ୍ରେନ୍ ଆସନ୍ତା ୧୦ ତାରିଖରେ ଫେରିବ ।

