spot_img
Home Blog Page 2496

ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ

0

ହାଇଦ୍ରାବାଦ: ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ । ସକାଳ ୮ଟାରେ ହେବ ଏହାର ପ୍ରଥମ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ୯ ମିନିଟ ପର୍ଯ୍ୟନ୍ତ ଚାଲିବ । ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନୟାନ ମିଶନର ଟେଷ୍ଟ କରିବାକୁ ଯାଉଛି ।

ଏହି ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ । ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ । ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣାଯିବ । ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ । ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ କୃ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରେ ବାହନଠାରୁ ଅଲଗା ହୋଇଯିବ ।

ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଧରାବତରଣ କରିବେ ମାଆ ଦୁର୍ଗା, ମହାସ୍ନାନ ପରେ ଚକ୍ଷୁଦାନ କରାଯିବ

ଭୁବନେଶ୍ବର: ଚଳଚଞ୍ଚଳ ହେଲାଣି ମଣ୍ଡପ । ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ ।

ପରେ ନୀତିକାନ୍ତି ଅନୁଯାୟୀ କରାଯିବ ସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବ ।

ଦଶହରାରେ ବଦଳିବ ପାଗ, ବର୍ଷା ସହ ୬୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ବର: ଘନୀଭୁତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୩ରେ ନେବ ଅବପାତର ରୂପ । ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଣୁ ଆଜିଠୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସିଷ୍ଟମ ଉପରେ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ୨୩ ତାରିଖ ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅବପାତଟି କେନ୍ଦ୍ରୀୟ ବଙ୍ଗୋପସାଗରରୁ ରିକର୍ଭ କରି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ତାହା ହୁଏ ୨୪ ତାରିଖରେ କଟକ ଏବଂ ଭୁବନେଶ୍ବର ସାଙ୍ଗକୁ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ୨୫ରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଲଘୁଚାପ ଏବେ ଓଡ଼ିଶା ଠାରୁ ପାଖାପାଖି ଏକ ହଜାର କିଲୋମିଟର ଦୂରରେ ଥିବାରୁ ଓଡ଼ିଶାରେ ପାଗ ଶୁଖିଲା ରହିଛି ।

ଲେବାନନ ସୀମାରୁ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ

ତେଲ ଅଭିଭ: ଲେବାନନର ଉତ୍ତର ସୀମାରେ ଥିବା କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା । ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି ।

ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି । ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି । ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

ଲେବାନନ ସେନାର ସୂଚନା ଅନୁଯାୟୀ, କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି । ଗାଜା ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ୫ ହଜାରରୁ ଅଧିକ ଶିବିରକୁ ଟାର୍ଗେଟ କରିଛି ଇସ୍ରାଏଲି ସେନା ।

ଗୁରବାର ଗାଜାରେ ଶହେରୁ ଅଧିକ ସ୍ଥାନରେ ହୋଇଛି ହମଲା। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଇନାଲ ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଆରମ୍ଭ ହୋଇଯିବ ଗ୍ରାଉଣ୍ଡ ଅପରେସନ । ଗାଜାରୁ ଆତଙ୍କବାଦର ମୂଳପୋଛ ନେଇ ବ୍ରିଟେନ ଓ ଆମେରିକାର ସମର୍ଥନ ପରେ ଇସ୍ରାଏଲର ମନୋବଳ ଆହୁରି ଦୃଢ ହୋଇଛି। ଇସ୍ରାଏଲ ଆକ୍ରମଣରେ ଏବେଯାଏ ୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି, ୧୨ ହଜାରରୁ ଅଧିକ ଆହତ ହୋଇଛନ୍ତି ।

ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ; ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଲା

ବେଙ୍ଗାଲୁରୁ: ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ। ନିଜର ଚତୁର୍ଥ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଛି ପାକିସ୍ତାନ। ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬୨ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୧୬୩ ଓ ମିଚେଲ ମାର୍ସ ୧୨୧ ରନର ଇନିଂସ ଖେଳିଥିଲେ ।

ଉଭୟ ଓପନର ରେକର୍ଡ ୨୫୯ ରନ କରିଥିଲେ । ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ। ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ୩୬୮ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ। ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ଓ୍ବାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ପାକିସ୍ତାନକୁ ମାତ ଦେବାପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ୪ର୍ଥରେ ଥିବା ପାକିସ୍ତାନ ୫ମ ସ୍ଥାନକୁ ଖସିଛି। ପୂର୍ବଭଳି ଟପରେ ନ୍ୟୁଜିଲ୍ୟାଣ୍ଡ ରହିଥିବାବେଳେ ଦ୍ବିତୀୟରେ ଭାରତ ଓ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି ।

ଗଜପତିର ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗଜପତି: ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ। ଟ୍ରାପ କ୍ୟାମେରାରେ ମିଳିଛି ବାଘର ଉପସ୍ଥିତି ସୂଚନା। ଗତ ୧୮ ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦୃଶ୍ୟ ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଆଖପାଖ ଅଞ୍ଚଳରେ ୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା। ଆଜି ଗୋଟିଏ କ୍ୟାମେରାରେ ବାଘର ଉପସ୍ଥିତି ରେକର୍ଡ ହୋଇଛି। ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି।

ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ।

ଶନିବାର ହେବ ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ

ନୂଆଦିଲ୍ଲୀ: ଶନିବାର ଦିନ ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ। ସକାଳ ୮ରେ ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ କରାଯିବ। ଏହି ପରୀକ୍ଷଣଟି ୯ମିନିଟ ପର୍ଯ୍ୟନ୍ତ ଚାଲିବ। ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ପକ୍ଷରୁ ଗଗନାୟନ ମିଶନର ଟେଷ୍ଟ କରିବାକୁ ଯାଉଛି।

ଏହି ମିଶନରେ ୩ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ। ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ। ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣାଯିବ। ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ। ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ କୃ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରୁ ବାହନ ଠାରୁ ଅଲଗା ହୋଇଯିବ।

ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି।

ପୂଜା ଛୁଟି ହେଲା ଶେଷ ଛୁଟି, ରେଳ ଦୁର୍ଘଟଣାରେ ଦମ୍ପତି ମୃତ

ଯାଜପୁର: ପୂଜା ଛୁଟି ହେଲା ଜୀବନର ଶେଷ ଛୁଟି। ଘରକୁ ଆସିବାବେଳେ ରେଳ ଦୁର୍ଘଟଣାରେ ଦମ୍ପତି ମୃତ। ଯାଜପୁର ବୈତରଣୀ ରୋଡ୍ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ସ୍ଥାନୀୟ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା ଓ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ସିହ୍ନା।

ଉଭୟ ବାରିପଦାରେ ରହୁଥିବାବେଳେ ପୂଜା ଛୁଟି ପାଇଁ ନିଜ ଗାଁକୁ ପେରୁଥିଲେ। ଟ୍ରେନରେ ଆସି ବୈତରଣୀ ଷ୍ଟେସନରେ ଓହ୍ଲାଇଥିଲେ। ପରେ ରେଳ ଧାରଣା ପାର ହୋଇ ଯାଉଥିବା ବେଳେ ଏକ୍ସପ୍ରେସ ଟ୍ରେନ ଉଭୟଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ରେଳବାଇ ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ, ଆଜିଠୁ ଚାଲିବ ବସ୍

ଭୁବନେଶ୍ୱର: ସାରା ରାଜ୍ୟରେ ହଟିଲା ଧର୍ମଘଟ, ଗଡ଼ିଲା ବସ୍ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ବସ ଧର୍ମଘଟକୁ ଆସନ୍ତା ୩୧ ତାରିଖ ଯାଏଁ ସ୍ଥଗିତ ରଖିଛି ଘରୋଇ ବସ ମାଲିକ ସଂଘ । ଏନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଫଳରେ ରାତିରୁ ହିଁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି।

ପାର୍ବଣରେ ବସ ଧର୍ମଘଟ ଯୋଗୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଏଥିପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି ବସ ମାଲିକ ସଂଘ। ଆସନ୍ତା ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ବସ ମାଲିକ ସଂଘର ଉଚ୍ଚସ୍ତରୀୟ ବୈଠକ ବସିବ। ସେଥିରେ ସଂଘର ଦାବି ନେଇ ବିସ୍ତୃତ ଆଲୋଚନା ହେବ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।

ପାର୍ବଣରେ ବସ ଧର୍ମଘଟ ଯୋଗୁ ହଜାର ହଜାର ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାତ୍ରା କରିନପାରି ଅନେକ ଅସୁବିଧା ଭୋଗିଥିଲେ। ବସ ଧର୍ମଘଟ ପ୍ରତ୍ୟାହାର ହେବାପରେ ସମସ୍ତେ ଆଶ୍ବସ୍ତ ହୋଇଛନ୍ତି। ବିନା ବାଧାରେ ସାରା ରାଜ୍ୟ ଏବଂ ରାଜ୍ୟ ବାହାରକୁ ବସ ଚଳାଚଳ କରୁଛି।

 

ତୁଟିଲା ୧୦ ବର୍ଷର ସମ୍ପର୍କ, ପାର୍ଟନରଙ୍କ ଠୁ ଅଲଗା ହେଲେ ଇଟାଲି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଏତେଦିନ ପରେ ତାଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ବର୍ଷର ସମ୍ପର୍କ ତାଙ୍କର ଭାଙ୍ଗି ଯାଇଛି । ସେ ସୋସିଆଲ୍ ମିଡିଆରେ ନିଜ ଜୀବନସାଥୀ ଠାରୁ ଦୂରେଇ ଯାଇଥିବା ନେଇ ପ୍ରକାଶ କରିଛନ୍ତି। ମେଲୋନି ବିବାହ କରିନଥିଲେ ହେଁ ୧୦ ବର୍ଷର ସମ୍ପର୍କ ମଧ୍ୟରେ ତାଙ୍କର ଏକ କନ୍ୟା ସନ୍ତାନ ରହିଛି।

Italian PM Giorgia Meloni Announces Separation From Partner Over Sexist  Remarks On TV

ଟିଭି ସାମ୍ବାଦିକ ଆଣ୍ଡ୍ରେଆ ଜିଆମବ୍ରୁନୋ ସର୍ବସମ୍ମୁଖରେ ମହିଳାଙ୍କୁ ନେଇ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଏହାପୂର୍ବରୁ ଅଗଷ୍ଟ ମାସରେ ସେ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ତେବେ ନିଜ ଫେସବୁକରେ ମେଲୋନି ଲେଖିଛନ୍ତି, “୧୦ ବର୍ଷ ହେଲା ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ସହ ମୋର ଥିବା ସବୁ ସମ୍ପର୍କରେ ଏହି ଠାରେ ଶେଷ ହୋଇଛି।

ନିଜ ପୋଷ୍ଟରେ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା ମୁହୂର୍ତ୍ତକୁ ମୁଁ ସମ୍ଭାଳି ରଖିବି। ଆମ ବନ୍ଧୁତାକୁ ମୁଁ ଅକ୍ଷୁଣ୍ଣ ରଖିବି। ଯେକୗେଣସି ପରିସ୍ଥିତିରେ ମଧ୍ୟ ମୁଁ ମୋ ୭ ବର୍ଷୀୟ ଝିଅର ରକ୍ଷା କରିବି । ଯିଏ ଉଭୟ ମା’ ଓ ବାପାଙ୍କୁ ଖୁବ୍ ଭଲ ପାଏ । ମୁଁ ଏହା ବିଷୟରେ ଆଉ କିଛି କହିବାକୁ ଚାହୁଁନି’।