spot_img
Home Blog Page 2519

ଓଡ଼ିଶା ମୁହାଁ ବଡ଼ବଡ଼ ଶିଳ୍ପଦ୍ୟୋଗୀ

ଭୁବନେଶ୍ୱର: ଶିଳ୍ପ ସମୃଦ୍ଧ ହେଉଛି ଓଡ଼ିଶା । ସାରା ବିଶ୍ବର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି ରାଜ୍ୟ । ଓଡ଼ିଶା ମୁହାଁ ବିଶ୍ବର ବଡ଼ବଡ଼ ଶିଳ୍ପଦ୍ୟୋଗୀ । ଶିଳ୍ପ ପ୍ରତିଷ୍ଠାନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର। ଦିନଥିଲା ଓଡିଶା ରାଉରକେଲାରେ ଏକ ମାତ୍ର ଷ୍ଟିଲପ୍ଲାଣ୍ଟ ଥିଲା । ଏବେ ୭ ଟି ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହୋଇ ପାରିଛି। ଓଡିଶାରେ ରହିଛି ଶିଳ୍ପ କ୍ଷେତ୍ରରେ ଅଦ୍ଭୁତପୂର୍ଣ୍ଣ ଭିତ୍ତିଭୂମି । ଏଥିପାଇଁ ସାରା ବିଶ୍ବରୁ ଶିଳ୍ପଦ୍ୟୋଗୀ ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଓଡିଶାର କଂସରିଗୁଡ଼ାରେ ଶହେ କୋଟି ଡଲାର ନିବେଶ କରି ନୂଆ ଆଲୁମିନା ରିଫାଇନରି କରୁଛି ହିଣ୍ଡାଲକୋ। ଏହାସହ ସମ୍ବଲପୁର ହୀରାକୁଦ ଲପଙ୍ଗାରେ ୩ ହଜାର ୮୦୦ କୋଟି ଟଙ୍କା ପୁଞ୍ଜନିବେଶରେ ଏକ ଆଲୁମିନିୟମ ରୋଲିଂ ମିଲ୍ ପ୍ରକଳ୍ପ ସ୍ଥାପନ କରିବ । ଏହାସହ ଇଲେକ୍ଟ୍ରିକ ବ୍ୟାଟେରୀ ପାଇଁ ଆଲୁମିନିୟମ ଫଏଲ୍ ତିଆରି ପାଇଁ ହିଣ୍ଡାଲକୋ ଲପଙ୍ଗାରେ ଏକ ପ୍ଲାଣ୍ଟ ବି ସ୍ଥାପନ କରିବ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମେଟାଲସର ୭୭ ତମ ବାର୍ଷିକ ବୈଷୟିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଆଇଏମ କନକ୍ଳେଭ ସଭାପତି ତଥା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ।

ଜଗତସିଂହପୁରରେ JSW ଷ୍ଟିଲର ପ୍ରସ୍ତାବିତ ମେଗା ଇସ୍ପାତ ପ୍ଲାଣ୍ଟ ସମ୍ପର୍କରେ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ପ୍ଲାଣ୍ଟରେ ଅନେକ କାମ ଜାରି ରହିଛି। ଆଗାମୀ କିଛି ମାସରେ ଏହାର ଅଗ୍ରଗତି ଦେଖିବାକୁ ମିଳିବ। ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ କମ୍ପାନୀମାନେ ଏଠାରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହ ଦେଖାଉଥିବା କହିଛନ୍ତି JSW ଅଧ୍ୟକ୍ଷ ।

ଶିଳ୍ପ କ୍ଷେତ୍ରରେରେ ଓଡିଶା ଏଵେ ଦେଶର ଡବଲ ଡିଜିଟ ଛୁଇଁଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ପାଇଁ ଏଵେ ଓଡିଶା ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ବିଶ୍ୱର ପ୍ରମୁଖ ଡେଷ୍ଟିନେସନ ପାଲଟିଛି ।

୪୬ ବର୍ଷର ଆଇନଗତ ଲଢେଇ ପରେ ମିଳିଲା ନ୍ୟାୟ

କଟକ : ହାଇକୋର୍ଟଙ୍କ ଐତିହାସିକ ରାୟ । ପରିଣତ ବୟସରେ ବୃଦ୍ଧାଙ୍କୁ ମିଳିବ ପେନସନ । ଛୟାଳିସି ବର୍ଷର ଆଇନଗତ ଲଢେଇ ପରେ ମିଳିଲା ନ୍ୟାୟ । ୯୧ ବର୍ଷିୟ ବୃଦ୍ଧା ପାଇବେ ମୃତ ସ୍ୱାମୀଙ୍କ ପେନସନ । ସ୍ୱlମୀଙ୍କ ମୃତ୍ୟୁ ପରେ ପେନସନ ପାଇବା ପାଇଁ ଚଳାଇଥିବା ସଂଘର୍ଷରେ ଲାଗିଛି ବିରାମ, ଆସନ୍ତା ଦୁଇ ମାସ ମଧ୍ୟରେ ବୃଦ୍ଧାଙ୍କୁ ସମସ୍ତ ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏପରି ଘଟଣା ଦେଖିବାକୁ ମିଳିଛି ପାଟଖୁରା ଡେରାବିଶ ବ୍ଲକ ପଲେଇ କନ୍ଦରପୁର ଗ୍ରାମରେ । ବୃଦ୍ଧାଙ୍କ ସ୍ୱାମୀ ବେଣୁଧର ସାହୁ ଦୁହୁରିଆ ରତ୍ନାକର ଏମି ସ୍କୁଲରେ ଚାକିରୀ କରିଥିଲେ । ଚାକିରୀ କାଳ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଥିଲା  ।

ପରେ ପତ୍ନୀ ହୀରା ସାହୁ ପରିବାର ପ୍ରତିପୋଷଣ ନିମନ୍ତେ ସ୍ୱାମୀଙ୍କ ପେନସନ ପାଇ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇନଥିଲେ । ଦିନ ପରେ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା କୋର୍ଟ ଓ ଶେଷରେ ହାଇକୋର୍ଟରେ କେଶ ଚାଲିଥିଲା  । ଆଜି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଐତିହାସିକ ରାୟ ଶୁଣାଇଛନ୍ତି  । ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି  ।

ଶୀତଦିନରେ ଗରମ ପାଣିରେ ଗାଧୋଇବା ଉଚିତ୍ କି ଥଣ୍ଡା ପାଣିରେ ?

ନନ୍ଦିଘୋଷ ବ୍ୟୁରୋ : ଶୀତଦିନରେ ଗରମ ପାଣିରେ ଗାଧୋଇବା ଉଚିତ୍ କି ଥଣ୍ଡା ପାଣିରେ। ଏଭଳି ପରିସ୍ଥିତିରେ ଆପଣ କେଉଁ ପାଣିରେ ଗାଧୋଇବେ, ଯାହା ଶରୀର ପାଇଁ ଲାଭଦାୟକ ହେବ। ଚାଲନ୍ତୁ ଜାଣିବା..

ଉତ୍ତର ଭାରତରେ ଶୀତଋତୁ ଆରମ୍ଭ ହୋଇସାରିଛି। ଏବଂ ତାପମାତ୍ରା କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଶୀତଦିନରେ ଅଧିକାଂଶ ଲୋକ ଗାଧୋଇବା ପାଇଁ ଗରମ ପାଣିର ବ୍ୟବହାର କରିଥାନ୍ତି। ଆଉ କିଛି ଲୋକ ଥଣ୍ଡା ପାଣିରେ ଗାଧୋଇବାକୁ ପସନ୍ଦ କରିଥାନ୍ତି। ତେବେ ପ୍ରଶ୍ନ ଉଠୁଛି କି, ଶୀତ ଦିନରେ କେଉଁ ପାଣିରେ ଗାଧୋଇଲେ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଏହା ଉପରେ ଆୟୁର୍ବେଦ ଡାକ୍ତାରଙ୍କ ମତ କ’ଣ ରହିଛି।

ଆୟୁର୍ବେଦ ଡାକ୍ତର ଅଭିନାଭ ରାଜ କହିଛନ୍ତି ଯେ, ଥଣ୍ଡା ପାଗରେ ଅଧିକ ଗରମ ପାଣିରେ ନଗାଧୋଇ କି ଉଷୁମ ପାଣିରେ ଗାଧୋଇବା ଉଚିତ୍। ଉଷୁମ ପାଣିରେ ଗାଧୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏବଂ ଆମ ଶରୀରର ରକ୍ତ ସଞ୍ଚାଳନରେ ଉନ୍ନତି ହୋଇଥାଏ। ଏହାସହ ଥଣ୍ଡା ଓ କାଶ ହେବାର ଆଶଙ୍କା ହ୍ରାସ ପାଇଥାଏ। ଉଷୁମ ପାଣି ଶରୀରକୁ ସଫା ରଖିବା ସହ ଚର୍ମ ସମସ୍ୟା ଦୂର କରିଥାଏ। ଏହାସହ ଲୋକମାନଙ୍କୁ ଶୀତରୁ ମୁକ୍ତି ଦେଇଥାଏ।

ଶୀତରେ ଥଣ୍ଡା ପାଣିରେ ଗୋଧେଇଲେ ଶରୀରର କୌଣସି କ୍ଷତି ହୋଇନଥାଏ। ଯଦି ଥଣ୍ଡା, ଜ୍ୱର, କାଶ ହେଉଛି ତେବେ ଥଣ୍ଡା ପାଣିରେ ନଗାଧୋଇ ଉଷୁମ ପାଣିରେ ଗାଧୋଇବା ଭଲ ବୋଲି ଡାକ୍ତର ଅଭିନାଭ କହିଛନ୍ତି।

 

ଆଦାନୀଙ୍କୁ ମମତାଙ୍କ ବଡ ଝଟକା, ଛଡ଼ାଇ ନେଲେ ୨୫ହଜାର କୋଟିର ପ୍ରକଳ୍ପ

ନନ୍ଦିଘୋଷ ବ୍ୟୁରୋ : ‘କେସ ଫର୍ କ୍ୱରି’ ମାମଲାରେ ଟିଏମସି ସାଂସଦ ମହୁଆ ମିତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ ମଧ୍ୟରେ ମମତା ବାନାର୍ଜୀ ଆଦାନୀ ଗ୍ରୁପ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ପ୍ରଶ୍ନ ହେଉଛି ଏମିତି କାହିଁକି କଲେ ମମତା ? ଟିଏମସି ସାଂସଦ ମହୁଆ ‘କେସ ଫର୍ କ୍ୱରି’ ମାମଲାରେ ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଛନ୍ତି । ଲୋକସଭା ନୈତିକ ପ୍ୟାନେଲ ତାଙ୍କୁ ବହିଷ୍କାର କରିବାକୁ ସୁପାରିଶ କରିଛି । ଟିଏମସି ସାଂସଦ ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ଚାଲିଥିବା ଏହି ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ମମତା ବାନାର୍ଜୀ ସରକାର ଆଦାନୀ ଗ୍ରୁପରୁ ୨୫ହଜାର କୋଟି ଟଙ୍କା ମୂଲ୍ୟର ଏକ ପ୍ରକଳ୍ପ ଛଡ଼ାଇ ନେଇଛନ୍ତି। ସୂଚନା ଅନୁଯାୟୀ, ତାଜପୁର ବନ୍ଦରର ବିକାଶ ପାଇଁ ଆଦାନୀ ଗ୍ରୁପକୁ ୨୫ ହଜାର କୋଟି ଟଙ୍କା ପ୍ରକଳ୍ପ ଦିଆଯାଇଥିଲା । ନଭେମ୍ବର ୨୦ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଖୁବ ଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରଦାନ କରାଯିବ। ରିପୋର୍ଟ ଅନୁଯାୟୀ, ପୂର୍ବରୁ ଏହି ପ୍ରକଳ୍ପ ଆଦାନୀ ଗ୍ରୁପକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ ଏଥିପାଇଁ ପୁଣି ତାଜା ଟେଣ୍ଡର କରାଯିବ। Mamata Banerjee-led govt cancels initial pact with Adani Ports for Tajpur  project - BusinessToday

ଏହାପୂର୍ବରୁ ଶିଳ୍ପପତି ଗୌତମ ଆଦାନୀ କୋଲକାତା ଗ୍ଲୋବାଲ ବ୍ୟବସାୟ ସମ୍ମିଳନୀ ୨୦୨୨ ରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ୧୦ ହଜାର କୋଟି ଟଙ୍କା ବିନିଯୋଗ ଘୋଷଣା କରିଥିଲେ। ଦୁଇମାସ ପରେ, ଗତ ବର୍ଷ ଅକ୍ଟୋବରରେ ମମତା ବାନାର୍ଜୀ ନିଜେ LOI (ଚିଠି ଅଫ୍ ଇଣ୍ଟେଣ୍ଟ) କୁ କୋଲକାତାର ଆଦାନୀ ବନ୍ଦରର ସିଇଓ କରଣ ଆଦାନୀଙ୍କୁ ଦେଇଥିଲେ।  ଯେତେବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପର ଦାୟିତ୍ୱ ଆଦାନୀ ଗ୍ରୁପକୁ ଦେଇଥିଲେ, ସେତେବେଳେ ଏହାକୁ ନେଇ ଅନେକ ଆଲୋଚନା ହୋଇଥିଲା। କୁହାଯାଇଥିଲା ଯେ ଗୋଟିଏ ପଟେ ବିରୋଧୀ ଆଦାନୀ ଗୋଷ୍ଠୀ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟ ପଟେ ମମତା ସରକାର ବଡ ପ୍ରକଳ୍ପର କାର୍ଯ୍ୟକୁ ସମାନ ଗୋଷ୍ଠୀକୁ ହସ୍ତାନ୍ତର କରୁଛନ୍ତି। ଅଭିଯୋଗ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବଦନାମ ତଥା ଲଜ୍ଜିତ କରିବା ପାଇଁ ଟିଏମସି ସାଂସଦ ମହୁଆ ମିତ୍ର ଗୌତମ ଆଦାନୀଙ୍କୁ ଟାର୍ଗଟ୍ କରୁଥିଲେ। ଏହାକୁ ନେଇ ଲୋକସଭା ନୈତିକ ପ୍ୟାନେଲ ଏହି ଘଟଣାର ଅନୁସନ୍ଧାନ କରିଛି। ନଭେମ୍ବର ୯ରେ ପ୍ୟାନେଲ୍ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା ​​| ସାଂସଦଙ୍କୁ ବହିଷ୍କାର କରିବାକୁ ପ୍ୟାନେଲ ସୁପାରିଶ କରିଛି । ୬ ସଦସ୍ୟ ଏହାର ସପକ୍ଷରେ ଭୋଟ୍ ଦେଇଥିବାବେଳେ ୪ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ।

 

ସ୍କୁଲ ପିଲା ପଢିବେ ରାମାୟଣ, ମହାଭାରତ !

ନୂଆଦିଲ୍ଲୀ : ସ୍କୁଲ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେବ ରାମାୟଣ ଏବଂ ମହାଭାରତ। ଏଥର ପିଲାମାନେ ପଢିବେ ରାମାୟଣ, ମହାଭାରତ। ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି।

ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ ବା (ଏନସିଆରଟି)ର ସିଲାବସରେ ରାମାୟଣ ଏବଂ ମହାଭାରତ ଭଳି ଉପନ୍ୟାସଗୁଡିକ ସାମିଲ ହୋଇପାରେ। NCERTର ୭ ଜଣିଆ ସଦସ୍ୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅର୍ନ୍ତଭୁକ୍ତ କରିବା ଲାଗି ସୁପାରିଶ କରିଛି। ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି। ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ସୁପାରିଶ କରାଯାଇଛି। ଏହାସହ ସ୍କୁଲ କାନ୍ଥରେ ଆଞ୍ଚଳିକା ଭାଷାରେ ସମ୍ବିଧାନର ମୁଖବନ୍ଧ ଲେଖାଯିବାକୁ ପରାମର୍ଶ ଦେଇଛନ୍ତି କମିଟିର ଅଧ୍ୟକ୍ଷ ସି.ଆଇ ଆଇଜାକ୍ ।

୭ଜଣିଆ କମିଟିର ସୁପାରିଶକୁ ଏବେ ଜାତୀୟ ସିଲାବସ ଏବଂ ଶିକ୍ଷାଦାନ, ଶିକ୍ଷା ସାମଗ୍ରୀର ବିକାଶ ପାଇଁ ଗଠିତ ୧୯ଜଣିଆ କମିଟି ନିକଟକୁ ପଠାଯିବ । କମିଟି ଦ୍ୱାରା ଏହାର ସମୀକ୍ଷା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ରାମାୟଣ ଓ ମହାଭାରତ ଗ୍ରନ୍ଥର ବିଷୟବସ୍ତୁକୁ ସାମାଜିକ ବିଜ୍ଞାନ ସିଲାବସରେ ସ୍ଥାନିତ କରାଗଲେ ଏହା ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି କମିଟି କହିଛି ।

ଏହାପୂର୍ବରୁ ଉକ୍ତ ପ୍ୟାନେଲ ପାଠ୍ୟପୁସ୍ତକରେ ଦେଶର ନାମ ‘ଇଣ୍ଡିଆ’ରୁ’ ଭାରତ ‘କୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଥିଲା। ପ୍ରାଚୀନ ଇତିହାସ ବଦଳରେ ପାଠ୍ୟକ୍ରମରେ, ‘ଶାସ୍ତ୍ରୀୟ ଇତିହାସ’ ଆରମ୍ଭ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଦେହରେ କିରୋସିନି ଢାଳି ଯୁବକ କଲେ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଆତ୍ମାହୁତି । ପାରିବାରିକ ବିବାଦ, ଜମି ବିକ୍ରି ଟଙ୍କା ଓ ନିଶା ପାଇଁ ଚରମ ନିଷ୍ପତ୍ତି । ବଡ଼ଗଡ଼ ଥାନା କେଶୁରା ଗାଁ ର ଲକ୍ଷ୍ମଣ ପ୍ରଧାନଙ୍କ ଏମ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତକାଲି ଅପରାହ୍ନରେ ନିଜେ ଲକ୍ଷ୍ମଣ ଘଟାଇଥିଲେ ନାରକୀୟ କାଣ୍ଡ । ନିଜ ଦେହରେ କିରାସିନି ଢାଳି ଯୁବକ ଜଣଙ୍କ ଦେହରେ ନିଆଁ ଲଗାଇଦେଇଥିଲେ । ସ୍ଥାନୀୟ ଲୋକଙ୍କ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି  ।  ସୁଧା ସେଠାରେ ତାଙ୍କର ମୃତ୍ୟୁ ହୋଉଥିବା ଜଣାପଡିଛି । ଲକ୍ଷ୍ମଣ କିଛି ଦିନ ତଳେ ନିଜ ଶ୍ବଶୁର ଘର ଜମି ବିକି ୩୨ ଲକ୍ଷ ଟଙ୍କା ଧାର ରେ ଆଣିଥିଲେ । ନିଜେ ଅଟୋ ଚଳାନ୍ତି, ହେଲେ ରାତି ହେଲେ ସାଙ୍ଗ ମାନଙ୍କ ପିଛାରେ ମଦ ନିଶାରେ ଲକ୍ଷ ଲକ୍ଷ ଟଙ୍କା ଉଡାନ୍ତି।

ଏପରିକି ବ୍ରାଉନସୁଗର ଭଳି ନିଶା ଖାଇ ଜମି ବିକା ଟଙ୍କା ଇଡ଼ାଇଦେଇଥିଲେ ଲକ୍ଷ୍ମଣ। ତେଣୁ ହାତଉଧାରୀ କରି ଋଣ ଭାରରେ ବୁଡିଯାଇଥିବା କହିଛନ୍ତି ଗାଁ ଲୋକେ । ସେପଟେ ପୋଲିସ ସିସିଟିଭିକୁ ଜବତ କରିଛି । କଲ ରେକର୍ଡ ଯାଞ୍ଚ କରୁଛି । ପରିବାର ଲୋକଙ୍କୁ ପଚରାଉଚରା କରୁଥିବାରୁ ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ରୋହିତଙ୍କୁ କ୍ୟାପେଟେନ ପଦରୁ ବିଦା କରିବ କି BCCI ?

ନୂଆଦିଲ୍ଲୀ : କ୍ରିକେଟ ବିଶ୍ୱକପ୍ ପରେ ଆକ୍ସନ ନେବ କି ବିସିସିଆଇ? ଅଧିନାୟକ ପଦରୁ ହଟିବେ କି ରୋହିତ? ଏବେ ରୋହିତଙ୍କ ଭବିଷ୍ୟତ କ’ଣ ହେବ ? BCCI ଡାକିଲା ବୈଠକ। ବୈଠକରେ ହୋଇପାରେ ବଡ ନିଷ୍ପତ୍ତି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା। ରୋହିତ ବାହିନୀ ବିଶ୍ୱକପରେ ଇତିହାସ ସୃଷ୍ଟି କରିବାରେ ବଞ୍ଚିତ ହୋଇଛନ୍ତି । ଅଷ୍ଟ୍ରେଲିଆ ସହ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପଛରେ ପକାଇ କଙ୍ଗାରୁ ଟିମ ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି। ଟିମ୍ ଇଣ୍ଡିଆ ଖେଳାଳିଙ୍କ ସମେତ କ୍ରିକେଟ୍ ପ୍ରଶଂସକମାନେ ଏହି ପରାଜୟର ଦୁଃଖରୁ ଧୀରେ ଧୀରେ ବାହାରକୁ ଆସିବାକୁ ଚେଷ୍ଟା କରୁଛନ୍ତି।

ତେବେ ଏହି ସବୁ ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କ୍ୟାପଟେନ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଏକ ବୈଠକ ଡକାଇଛନ୍ତି। ଏହି ବୈଠକରେ ଆସନ୍ତା ୪ ବର୍ଷ ପାଇଁ  ତିନୋଟି ଫର୍ମାଟ୍ ଉପରେ ଆଲୋଚନା କରିବାକୁ ବିସିସିଆଇ ଚାହୁଁଛି  ।

ଏହି ବୈଠକରେ କ’ଣ ନିଷ୍ପତ୍ତି ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ, କ୍ୟାପଟେନ ପଦରୁ ରୋହିତ ଶର୍ମା ହଟି ପାରନ୍ତି । ଯଦି ସେ ହଟିବେ ତାହାଲେ କିଏ କ୍ୟାପଟେନ ହେବ ସେ ନେଇ ବି ଚର୍ଚ୍ଚା ହେଉଛି । ଚଳିତ ବିଶ୍ବକପର ପ୍ରତେକ ମ୍ୟାଚକୁ ଦେଖିଲେ ରୋହିତ ବାହିନୀ ପ୍ରତି ଲୋକଙ୍କର ବହୁ ଆଶା ଥିଲା । ସବୁ ମ୍ୟାଚ୍ ଜିତି ଜିତି ଆସିଥିଲେ ବେଳେ ଶେଷକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ସୂଚନା ଅନୁସାରେ ଏହି ବୈଠକରେ ରୋହିତ ଶର୍ମା ଚୟନକର୍ତ୍ତାଙ୍କୁ କହିଥିଲେ ଯେ, ଯଦି T-20ରେ ତାଙ୍କ ନାଁ ପାଇଁ ବିଚାର କରାଯାଏ ନାହିଁ ତେବେ ତାଙ୍କର କୌଣସି ଆପତ୍ତି ନାହିଁ। ଭାରତୀୟ ଚୟନକର୍ତ୍ତାମାନେ ଯୁବକମାନଙ୍କୁ ଅଗ୍ରାଧିକାର ଦେବାକୁ ଚାହୁଁଛନ୍ତି । ତେଣୁ ମୋ ନାଁ ନ ରହିଲେ ବି କୌଣସି ଆପତ୍ତି ନାହିଁ । ଏମିତି ହେଲେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ । ଏଠାରେ ଆମେ କହି ରଖିବାକୁ ଚହୁଁଛୁ ଯେ, ପରବର୍ତ୍ତୀ ODI ବିଶ୍ୱକପ ୨୦୨୭ ମସିହାରେ ହେବ। ସେତେବେଳେ ରୋହିତଙ୍କ ବୟସ ପ୍ରାୟ ୪୦ ବର୍ଷ ହୋଇଥିବ।

ଖବର ଅନୁଯାୟୀ, ବୋର୍ଡ ଏବଂ ଚୟନକର୍ତ୍ତାମାନେ ଆଗାମୀ ଆଇପିଏଲ୍ ଏବଂ T-20 ବିଶ୍ୱକପ୍ ୨୦୨୪ ପରେ ୱାନ ଡେ’ ପାଇଁ ଯୋଜନା ପ୍ରସ୍ତୁତ କରିବେ। ସେମାନଙ୍କ ପାଇଁ ସବୁଠାରୁ ବଡ ଟାର୍ଗେଟ ହେଉଛି ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଣେ ଅଧିନାୟକ ପ୍ରସ୍ତୁତ କରିବା । ଭାରତୀୟ ଦଳ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ସେଠାରେ ୨ ଟି ଟେଷ୍ଟ ଏବଂ ୩ଟି ୱାନ ଡେ’ ସିରିଜ୍ ମ୍ୟାଚ ଖେଳିବ।

 

ଦୁଇଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁଇଦିନିଆ ମୁମ୍ବାଇ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟାରେ ଏସିଆନ ଓ୍ବାଇଲଡ଼ ଲାଇଫ ଟ୍ରଷ୍ଟର ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା ଡାକ୍ତର ରମାକାନ୍ତ ପଣ୍ଡାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଛି ଏସିଆନ ଓ୍ବାଇଲଡ଼ ଲାଇଫ ଟ୍ରଷ୍ଟ ।

ଆସନ୍ତାକାଲି ସନ୍ଧ୍ୟାରେ ଫେରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଯାଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ସନ୍ଧ୍ୟା ୭ ଟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ପରଦିନ ଅପରାହ୍ଣ ୪ ଟା ୪୫ରେ ମୁମ୍ବାଇ ଛାଡ଼ି ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ।

ଭୀଷଣ ବର୍ଷାରେ ବେହାଲ ତାମିଲନାଡୁ

ନନ୍ଦିଘୋଷ ବ୍ୟୁରୋ : ଭୀଷଣ ବର୍ଷାରେ ବେହାଲ ତାମିଲନାଡୁ। ଇରୋଡ ସହରରେ ପ୍ରବଳ ବର୍ଷାରୁ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବର୍ଷାକୁ ଦୃଷିରେ ରଖି  ପୁଡୁଚେରୀରେ ଆଜି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭାରତୀୟ ପାଣିପାଗ ବିଜ୍ଞାନ ପକ୍ଷରୁ କେରଳ, ତାମିଲନାଡୁ, ପୁଡୁଚେରୀକୁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ପୂର୍ବତଟ ମୌସୁମୀ ବାୟୁ ପ୍ରବାହରେ ଭୀଷଣ ବର୍ଷା ହୋଇଥିବାରୁ ଆଇଏମଡିଙ୍କ ପକ୍ଷରୁ କେରଳ ଓ ତାମିଲନାଡୁରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ଏହି ଖବର ପଢନ୍ତୁ : ଆସନ୍ତା କାଲି ସୂର୍ଯ୍ୟ କିରଣ ଦେଖିବେ ଟନେଲରେ ଫସିଥିବା ଶ୍ରମିକ !

କେରଳରେ ଆଜି ଏବଂ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚେନ୍ନାଇ ସ୍ଥିତି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ  ତାମିଲନାଡୁର ୧୦ରୁ ଅଧିକ ଜିଲ୍ଲାରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। କେରଳର ତିରୁୱନନ୍ତପୁରମରେ ୫ରୁ ୭ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି ।

ଆସନ୍ତା କାଲି ସୂର୍ଯ୍ୟ କିରଣ ଦେଖିବେ ଟନେଲରେ ଫସିଥିବା ଶ୍ରମିକ !

ଉତ୍ତରାଖଣ୍ଡ : ଉତ୍ତରକାଶୀ ଟନେଲରେ ଫସିଛନ୍ତି ୪୧ ଶ୍ରମିକ। ବିତିଗଲାଣି ୧୧ ଦିନ। ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍। ଏପର୍ଯ୍ୟନ୍ତ ଟନେଲର ୩୯ ମିଟର ପର୍ଯ୍ୟନ୍ତ ଖନନ କରାଯାଇଛି। ସମୁଦାୟ ୫୭ ରୁ ୬୦ ମିଟର ପର୍ଯ୍ୟନ୍ତ ଖନନ କରାଯିବ ବୋଲି ଉଦ୍ଧାରକାରୀ ଟିମର ସଦସ୍ୟ କହିଛନ୍ତି । ଆହୁରୀ ମଧ୍ୟ କହିଛନ୍ତି ଯେ,  ଯଦି ସବୁ କିଛି ଠିକ୍ ରୁହେ ତେବେ ଆଜି ରାତି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ଗତକାଲି ଶ୍ରମିକଙ୍କ ପ୍ରଥମ ଭିଡିଓ ସାମ୍ନାକୁ ଆସିଥିଲା । ଫସି ରହିଥିବା ଶ୍ରମିକଙ୍କୁ ଗତକାଲି ପ୍ରଥମ ଥର ରନ୍ଧା ଖାଦ୍ୟ ପାଇପ ସାହାର୍ଯ୍ୟରେ ପଠାଯାଇଥିଲା । ଶ୍ରମିକମାନେ ସୁରକ୍ଷିତ ଥିବା ଭିଡିଓରୁ ଜଣାପଡିଛି । ଖୁବଶୀଘ୍ର ଶ୍ରମିକମାନେ ଉଦ୍ଧାର ହେବେ ବୋଲି କୁହାଯାଉଛି ।


ଏହି ଉଦ୍ଧାର କାର୍ଯ୍ୟରେ ଭାରତୀୟ ସେନା, NDRF, SDRF, BRO, NHIDCL, ଉତ୍ତରାଖଣ୍ଡ ପୋଲିସ, SJVNL, RVNL, ଲାରସେନ୍ ଆଣ୍ଡ ଟୁବ୍ରୋ, THDC, ବିପର୍ଯ୍ୟୟ ପରିଚାଳନା ବିଭାଗ, ଜିଲ୍ଲା ପ୍ରଶାସନ, ONGC, ITBP, ରାଜ୍ୟ PWD, DRDO, ପରିବହନ ମନ୍ତ୍ରଣାଳୟ, ଗୃହ ସୁରକ୍ଷା କର୍ମୀମାନେ ଜଡିତ ଅଛନ୍ତି ।

ଏଥିପାଇଁ ବଡ଼ ବଡ଼ ମେସିନକୁ ନିୟୋଜିତ କରାଯାଇଛି। ଶ୍ରମିକଙ୍କ ଉଦ୍ଧାର ଲାଗି ୨୪ ଘଣ୍ଟିଆ ଚାଲିଛି ରେସକ୍ୟୁ ଅପରେସନ। ଫାଇଭ୍ ପଏଣ୍ଟ ପ୍ଲାନ୍ ଉପରେ ଚାଲିଛି କାମ। ଉପର, ଆଗ, ପଛ ସହ ଦୁଇ ପଟୁ ଚାଲିଛି ଡ୍ରିଲିଂ । ସମାନ୍ତରାଳ ଭାବେ ହରିଜଣ୍ଟାଲ ଡ୍ରିଲିଂ ମଧ୍ୟ ଚାଲିଛି । ବର୍ତ୍ତମାନ ଏହା ୩୯ ମିଟର ଖୋଳା ସରିଲାଣି। ମୋଟ ୬୦ ମିଟର ଥିବାରୁ ଆଉ ମାତ୍ର ୨୧ ମିଟର ରହିଛି । ଯେଉଁପଟେ ପ୍ରଥମେ ଶ୍ରମିକଙ୍କ ନିକଟରେ ପହଞ୍ଚିବେ ସେହିପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହେବ। ଟନେଲ ଧସିବା ସ୍ଥଳରେ ୪୦ଟି ଆମ୍ବୁଲାନ୍ସ ଆଣି ରଖାଯାଇଛି। ଶ୍ରମିକଙ୍କୁ ଉଦ୍ଧାର ପରେ ତୁରନ୍ତ ସେମାନଙ୍କୁ ନିକଟ ହସ୍ପିଟାଲକୁ ନିଆଯିବ। ଯଦି କିଛି ଅସୁବିଧା ହୁଏ ତେବେ ଉଦ୍ଧାରକାର୍ଯ୍ୟ ୨ରୁ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିପାରେ ବୋଲି କହିଛନ୍ତି ଉଦ୍ଧାରକାରୀ ଟିମର ସଦସ୍ୟ।