spot_img
Home Blog Page 2570

ନାଫେଡ଼ ଦ୍ୱାରା ବିକ୍ରି ହେଉଥିବା ବୁଟ ଡାଲିର ଚୋରା ଚାଲାଣ

ଭୁବନେଶ୍ୱର : ଭୁବନେଶ୍ୱର କେନ୍ଦ୍ର ସରକାରଙ୍କ ପକ୍ଷରୁ ନେଫେଡ଼ ଦ୍ୱାରା ବିକ୍ରି ହେଉଥିବା ବୁଟ ଡାଲିକୁ ଲୋକଙ୍କୁ ବିକ୍ରି ନ କରି ଶୈଳେଶ୍ରୀ ବିହାର ରେ ଥିବା ଏକ ଗ୍ରୋସରି ଦୋକାନରେ ବିକ୍ରି କରିଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ବିକ୍ରି ପାଇଁ ଆସିଥିବା ଗାଡି ସହ ବୁଟ ଡାଲି ଓ ଗାଡ଼ି ଡ୍ରାଇଭରକୁ ଅଟକ ରଖିଥିଲେ । ଯାହାକୁ ଜନ ସାଧାରଣ ଙ୍କୁ ବିକ୍ରି କରିବା କଥା ତାକୁ ଦୋକାନ ରେ ବିକ୍ରି କରିଦେଉଥିଲେ ମାଫିଆ । ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ପହଞ୍ଚି ବୁଟ ଡାଲି ତାଙ୍କର ବୋଲି ଦାବି କରିଛନ୍ତି। କିନ୍ତୁ ବୁଟ ଡାଲିର ବିଲ୍, GST ବିଲ୍ ମଧ ଦେଖାଇ ପାରି ନାହାଁନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ବୁଟ ଡାଲିକୁ କିଏ କିପରି ବିକ୍ରି କରୁଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ? ଯଦି ଡାଲି ଗୁଡିକ କୌଣସି ବ୍ୟକ୍ତିଙ୍କର ତେବେ ତାହା ନାଫେଡ ଗାଡ଼ିରେ କିଭଳି ଚାଲାଣ ହେଉଥିଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି ?

ସେପଟେ କଳା ବଜାରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। କମ୍ ଦରରେ ନାଫେଡ ଡାଲି ବିକ୍ରି ଚୋରା ଚାଲାଣ କରି ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ।ଗାଡ଼ି ସହ ବୁଟ ଡାଲି ଓ ଡ୍ରାଇଭର କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ପୋଲିସ। ନାଫେଡ ଡାଲି ଗାଡ଼ିର ଡ଼୍ରାଇଭର ସନ୍ତୋଷଜନକ ଉତ୍ତର ଦେଇ ପାରି ନାଥିବାରୁ ସନ୍ଦେହ ବଢ଼ିଛି।

ପର ସ୍ତ୍ରୀକୁ ନିଜର କରିଥିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି। ତାଙ୍କ ବିରୋଧରେ ଏହି ମାମଲା ନଭେମ୍ବର ୨୫ ରେ ବୁଶ୍ରା ବିବିଙ୍କ ପୂର୍ବତନ ସ୍ୱାମୀ ଖାୱାର ଫରିଦ ମାନେକା ଦାଖଲ କରିଛନ୍ତି। ଫରିଦ ମାନେକା ଇମ୍ରାନ ଏବଂ ବୁଶ୍ରାଙ୍କୁ ଜାଲିଆତି କରି ବିବାହ କରିଥିବା ଅଭିଯୋଗ କରିଛନ୍ତି। ଯାହା ବିରୋଧରେ ସେ କୋର୍ଟଙ୍କ ନିକଟକୁ ଯାଇଛନ୍ତି। ଫରିଦ ମାନେକା ଇସଲାମାବାଦ ପୂର୍ବ ସିନିୟର ସିଭିଲ ଜଜ୍ କୁଦ୍ରତୁଲ୍ଲା କୋର୍ଟରେ ଧାରା ୩୪ , ୪୯୬ (ବୈଦ୍ଧ ବିବାହ ବିନା ଜାଲିଆତି) ଏବଂ ଧାରା ୪୯୬ ଅନୁଯାୟୀ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏଥି ସହିତ, ମାମଲାର ଶୁଣାଣି ସମୟରେ ମାନେକା କ୍ରାଇମବ୍ରାଞ୍ଚ ପ୍ରକ୍ରିୟାର ଧାରା ୨୦୦ ଅନୁଯାୟୀ ରେକର୍ଡ ମଧ୍ୟ କରିଛନ୍ତି ଯେଉଁଥିରେ ଇମ୍ରାନଙ୍କ କାରଣରୁ ତାଙ୍କ ବିବାହିତ ଜୀବନ ନଷ୍ଟ ହୋଇଯାଇଛି। ସେ ଇମ୍ରାନଙ୍କୁ ତାଙ୍କ ବୈବାହିକ ଜୀବନ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଫରିଦ ମାନେକାଙ୍କ ଅଭିଯୋଗ ଉପରେ କୋର୍ଟ ଏହି ମାମଲାରେ ତିନିଜଣ ସାକ୍ଷୀ, ଇସ୍ତିକାମ-ଇ-ପାକିସ୍ତାନ ପାର୍ଟିର ସଦସ୍ୟ ଆୱାନ ଚୌଧୁରୀ, ଇମ୍ରାନ ଏବଂ ବୁଶ୍ରାଙ୍କ ବିବାହ କରିଥିବା ମୁଫତି ମହମ୍ମଦ ସୟିଦ ଏବଂ ମନେକାଙ୍କ ଘର କର୍ମଚାରୀ ଲତିଫଙ୍କୁ ନୋଟିସ ଜାରି କରିଛନ୍ତି।  ନଭେମ୍ବର ୨୮ ରେ କୋର୍ଟ ଏହି ତିନିଜଣଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଭିଯୋଗରେ ଖୱାର ମାନେକା ଇମ୍ରାନ ଖାନ ଏବଂ ବୁଶ୍ରା ବିବିଙ୍କୁ ଡକାଇବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଏବଂ ଆଇନ ଅନୁଯାୟୀ ଉଭୟଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। Imran Khan accepts intense romance with 'soul mate' Bushra Bibi – The  Pakistan Dailyଆମେ ଆପଣଙ୍କୁ କହିରଖୁଛୁ ଯେ କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଫରିଦ ଖୱାର ମାନେକା ଇମ୍ରାନଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ତାଙ୍କ ବିବାହିତ ଜୀବନ ଭଲରେ ଚାଲିଛି, କିନ୍ତୁ ଇମ୍ରାନ ଖାନଙ୍କ ଯୋଗୁଁ ଏହା ନଷ୍ଟ ହୋଇଯାଇଛି। ସେ କହିଥିଲେ ଯେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ପ୍ରାୟତ ଆଧ୍ୟାତ୍ମିକ ଆରୋଗ୍ୟ ନାମରେ ତାଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କ ଅନୁପସ୍ଥିତିରେ ସେ ତାଙ୍କ ପତ୍ନୀ ବୁଶ୍ରାଙ୍କୁ ଘଣ୍ଟା ଘଣ୍ଟା ଧରି ଭେଟିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଇମ୍ରାନ ଏବଂ ବୁଶ୍ରା ରାତିରେ ଘଣ୍ଟା ଘଣ୍ଟା ଧରି ଫୋନରେ ଗୁପ୍ତ କଥା ହେଉଥିଲେ। ତେବେ ଇମ୍ରାନ ଖାନଙ୍କ ଦଳର ପାକିସ୍ତାନ ତେହେରିକ-ଇ-ଇନସାଫର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ମାନେକାଙ୍କ ଅଭିଯୋଗକୁ କଡ଼ା ସମାଲୋଚନା କରିଛନ୍ତି।

 

ଯୁବତୀଙ୍କୁ ହତ୍ୟା ପରେ ୩୧ ଖଣ୍ଡ କରି ପୋତିବା ଘଟଣା, ଦମ୍ପତି ଗିରଫ

ଉମରକୋଟ: ନବରଙ୍ଗପୁର ମୁରୁମଡିହି ଜଙ୍ଗଲରେ ଯୁବତୀଙ୍କୁ ହତ୍ୟା କରି ପୋତିବା ଘଟଣାରେ ତନାଘନା । ଘଟଣାରେ ପ୍ରେମିକ ଚନ୍ଦ୍ର ରାଉତ ଏବଂ ତାଙ୍କ ପତ୍ନୀକୁ ଗିରଫ କଲା ପୋଲିସ । ଯୁବତୀଙ୍କୁ ହତ୍ୟା ପରେ ମୃତଦେହକୁ ୩୧ ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲା ସୈତାନ ଚନ୍ଦ୍ର । ଘଟଣାରେ ରାଇଘର ପୋଲିସ ଓ ସାଇଣ୍ଟିଫିକ୍ ଟିମ ତଦନ୍ତ କରୁଛି । ଆଜି ଅଭିଯୁକ୍ତ ଦମ୍ପତିଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ଶବ ସତ୍କାରକୁ ନେଇ ମୁରୁମଡିହି ଗ୍ରାମରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଯୁବତୀଙ୍କ ପରିବାର ଶବକୁ ଅଭିଯୁକ୍ତ ପ୍ରେମିକର ଘର ସାମ୍ନାରେ ସତ୍କାର କରିବାକୁ ଜିଦ୍ ଧରି ବସିଥିଲେ । ପୋଲିସ ବୁଝାସୁଝା ପରେ ଶବକୁ ପ୍ରେମିକର ଘର ସାମ୍ନାରେ ସତ୍କାର ନକରି ଅନ୍ୟ ସ୍ଥାନରେ କରାଯାଇଥିଲା ।

ତେବେ ପ୍ରେମିକାକୁ ସ୍ତ୍ରୀ ସହ ମିଶି ଚନ୍ଦ୍ର କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଚଲାଇଛି । ଶୀଘ୍ର ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

ଦୁଇ ଦଶନ୍ଧିରେ ତିନି ଗୁଣ ବଢିଛି ଓଡ଼ିଶାର ଦୁଗ୍ଧ ଉତ୍ପାଦନ

ଭୁବନେଶ୍ବର: ଚଳିତ ବର୍ଷଠାରୁ ଓଡ଼ିଶାରେ ପାଳନ ହେଉଛି ଜାତୀୟ ଦୁଗ୍ଧ ଦିବସ । ଶ୍ୱେତ ବିପ୍ଳବର ଜନକ ଡକ୍ଟର ଭରଗିଜ କୁରିଏନଙ୍କ ଜନ୍ମଦିନକୁ ଜାତୀୟ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି । ଓଡ଼ିଶାରେ ଗତ ଦୁଇ ଦଶନ୍ଧିରେ ତିନି ଗୁଣ ବଢିଛି ଦୁଗ୍ଧ ଉତ୍ପାଦନ । ରାଜ୍ୟରେ ଦୈନିକ ୬୬ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ।

ଦୁଗ୍ଧ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସହାୟତା ରାଶି ୫୦ ଲକ୍ଷରୁ ଏକ କୋଟି ଟଙ୍କା କରାଯାଇଛି । କ୍ଷୁଦ୍ର ଡେୟାରି ୟୁନିଟକୁ ଗୋଟେ ମଇଁଷି ଓ ଡେୟାରି କରିବାକୁ ଦୁଇଟି ମଇଁଷି ପାଳନ ପାଇଁ ୧ଲକ୍ଷ ୧୮ ହଜାର ଟଙ୍କା ସବସିଡି ବ୍ୟବସ୍ଥା କରାଯାଉଛି । ସବୁ ବ୍ଲକରେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ୧୮୧ ନୂଆ ଆମ୍ବୁଲାନ୍ସ ବି ଯୋଗାଇ ଦେଇଛନ୍ତି । କୃମି ନାଶନ ପରି ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାଣୀଙ୍କ ପାଇଁ ୧୮୧ ଭ୍ରାମ୍ୟମାଣ ଗାଡ଼ି ଯୋଗାଇ ଦିଆଯାଇଛି । କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଜାରି ରହିଛି । ଏହାଦ୍ୱାରା ୯୦ ପ୍ରତିଶତରୁ ଅଧିକ ମାଈ ବାଛୁରୀ ଜନ୍ମ ହେଉଥିବାରୁ ଗୋପାଳକ ଲାଭବାନ ହେଉଛନ୍ତି । ଏଥିପାଇଁ ୭୫ ପ୍ରତିଶତ ରିହାତି ଯୋଗାଉଛନ୍ତି ରାଜ୍ୟ ସରକାର ।

ସେହିପରି ଖଣିଖାଦନ ଜିଲ୍ଲାରେ ଶତ ପ୍ରତିଶତ ରିହାତି ଦିଆଯାଉଛି । ଘାସ ଚାଷ ଓ ଟିକାକରଣ କାର୍ଯ୍ୟକ୍ରମ ବି ପ୍ରାଥମିକତା ଭିତ୍ତିରେ ଚାଲିଛି । ଚଳିତବର୍ଷ ୫୯ ପଞ୍ଜିକୃତ ଗୋଶାଳା ସହାୟତା ପାଇଛନ୍ତି । ୫୦ରୁ ୧୫୦ ଗାଈ ଗୋରୁଙ୍କ ପାଇଁ ନୂତନ ଗୋଶାଳା କଲେ ୨୦ରୁ ୫୨ଲକ୍ଷ ଟଙ୍କା ଯାଏଁ ସହାୟତା ଦିଆଯିବ । କଟକର ଅରିଲୋଠାରେ ୨୬୨ କୋଟି ବ୍ୟୟରେ ଏକ ଅଲଟ୍ରା ମଡର୍ଣ୍ଣ ଡେୟାରି ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । ଏହା ଦୈନିକ ୫ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ କରୁଛି । ଗୋପାଳକଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧକୁ ଓମଫେଡ୍ ଜରିଆରେ କ୍ରୟ କରି ଏଠାରେ ପ୍ରୋସେସିଂ କରାଯାଉଛି । ଓମଫେଡର ୩ ଶହରୁ ଅଧିକ ସମବାୟ ୟୁନିଟ ଜରିଆରେ ପାଖାପାଖି ୩ ଲକ୍ଷ ଚାଷୀ ଉପକୃତ ହେଉଛନ୍ତି । ବେସରକାରୀ ସଂସ୍ଥା ବି ଦୁଗ୍ଧ ଉତ୍ପାଦନ ପାଇଁ ଆଗେଇ ଆସିବା ଭଲ ଖବର ବୋଲି ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଜାତୀୟ ଦୁଗ୍ଧ ଦିବସ ଅବସରରେ ଲଞ୍ଚ ହୋଇଛି ଓମଫେଡ୍ ପ୍ଲସ ହୋମୋଜେନିସେଡ ଟୋଣ୍ଡ ମିଲ୍କ । ଏହା ପ୍ୟାକେଟକୁ ୭୦ ଟଙ୍କା ମୂଲ୍ୟରେ ବିକ୍ରି ହେବ । ଏହା ସିଧା ଫ୍ରିଜରରୁ ଆସିଥିବାରୁ ଘରେ ବିନା ଫ୍ରିଜରେ ମାସେ ପର୍ଯ୍ୟନ୍ତ ରହି ପାରିବ ।

ଇସ୍ରାଏଲ-ହମାସ ଯୁଦ୍ଧ: ୫୦ ଦିନର ବନ୍ଦୀ ଜୀବନ ପରେ ମୁକ୍ତିର ଆନନ୍ଦ

ନୂଆଦିଲ୍ଲୀ: ବନ୍ଦୀ ଜୀବନରୁ ମୁକ୍ତିର ଆନନ୍ଦ । ଦୀର୍ଘ ୫୦ ଦିନ ଧରି ବନ୍ଦୀ ଭାବେ ଜୀବନ କାଟିବା ପରେ ଖୋଲା ଆକାଶରେ ବିଚରଣ କରିଛନ୍ତି ଇସ୍ରାଏଲ ପଣବନ୍ଦୀ । ମୁକ୍ତ ହୋଇଥିବା ପଣବନ୍ଦୀ ସେମାନଙ୍କ ପରିବାର ଲୋକଙ୍କୁ ଯାଇ ଭେଟିଛନ୍ତି । ପୁଅ ବାପାକୁ ଭେଟି କୋଳେଇ ପକାଉଛି । ନିଜ ପରିବାର ଲୋକଙ୍କୁ ଭେଟିଛନ୍ତି ଅନେକ ପଣବନ୍ଦୀ । ନିଜ ପରିବାର ଲୋକଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁକ୍ତ ହୋଇଥିବା ଅନେକ ପଣବନ୍ଦୀ ।

ହମାସ-ଇସ୍ରାଏଲ ଯୁଦ୍ଧ ବିରାମର ଆଜି ତୃତୀୟ ଦିନ । ଆଜି ଛାଡିବାକୁ ଥିବା ପଣବନ୍ଦୀଙ୍କ ତାଲିକା ଇସ୍ରାଏଲକୁ ଦେଇଛି ହମାସ । ଗତକାଲି ଦ୍ବିତୀୟ ପର୍ଯ୍ୟାୟରେ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ମୁକ୍ତ ହୋଇଥିବା ପଣବନ୍ଦୀଙ୍କ ମଧ୍ୟରେ ଇସ୍ରାଏଲର ୧୩ ଏବଂ ଥାଇଲାଣ୍ଡର ୪ ପଣବନ୍ଦୀ ରହିଛନ୍ତି । ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ । ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି । ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି ।

ସେପଟେ ହମାସ ଦେଇଥିବା ତାଲିକାକୁ ଯାଞ୍ଚ କରୁଛି ଇସ୍ରାଏଲ । କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କବାଦୀ । ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ହମାସ ୫୦ ପଣବନ୍ଦୀଙ୍କୁ ଛାଡିବ । ପ୍ରତିବଦଳରେ ଇସ୍ରାଏଲ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡିବ । ୪ ଦିନ ପରେ ଆଗକୁ ମଧ୍ୟ ଯୁଦ୍ଧ ବିରତି ଜାରି ରଖିବାକୁ ଉଦ୍ୟମ କରୁଛି କତାର । ହମାସ ରଖିଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ କତାର ପ୍ରୟାସ ଜାରି ରଖିଛି । ଶରଣାର୍ଥୀ ମୁକ୍ତ ପାଇବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କତାରର ପ୍ରିନ୍ସ ଏମିର ଶେଖ ତମିମ ଏବଂ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନଙ୍କ ସହ କଥା ହୋଇଥିଲେ ।

ସେପଟେ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଇସ୍ରାଏଲକୁ ସୂଚନା ଦେଉଥିବା ଅଭିଯୋଗରେ ୨ ଇନଫର୍ମରଙ୍କୁ ହମାସ ହତ୍ୟା କରିଥିବା ଜଣାପଡିଛି । ତୁଲକରିମ ଶରଣାର୍ଥୀ ଶିବିରରେ ଏହି ଦୁଇ ଜଣଙ୍କୁ ପାଲେଷ୍ଟାଇନ ଆତଙ୍କବାଦୀ ହତ୍ୟା କରିଛନ୍ତି ।

ମୁଖ୍ୟ କୋଚ୍ ପଦରୁ ଯିବେ ରାହୁଲ ଦ୍ରାବିଡ଼, କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ ?

ମୁମ୍ବାଇ: ଦିନିକିଆ ବିଶ୍ବକପ୍ ଶେଷ ହେବା ସହ ଶେଷ ହୋଇଛି ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟ । ଏବେ ସମସ୍ତଙ୍କ ନଜର, ବିସିସିଆ ଦ୍ରାବିଡ଼ଙ୍କୁ କୋଚ ଭାବେ ଆଗକୁ ନେଉଛି ନା ତାଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟ କୋଚ୍ ପଦରେ ବସାଇବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦ୍ରାବିଡ଼, ମୁଖ୍ୟ କୋଚ୍ ପଦକୁ ବାଏ ବାଏ କରିପାରନ୍ତି । ଯଦି ଏମିତି ହୁଏ, ତେବେ କିଏ ହେବ ଭାରତୀୟ କ୍ରିକେଟ୍ ଟିମର ପରବର୍ତ୍ତୀ ମୁଖ୍ୟ କୋଚ୍ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସେପଟେ ବିସିସିଆଇ ୨୦୨୪ ଟି-୨୦ ବିଶ୍ବକପକୁ ନଜରରେ ରଖି ଏନସିଏ ଚିଫ୍ ଭିଭିଏସ ଲକ୍ଷ୍ମଣଙ୍କୁ ଏହି ଦାୟିତ୍ବ ଦେଇପାରନ୍ତି । ବିସିସିଆଇ ଅଧିକାରୀ ଓ ରାହୁଲ ଦ୍ରାବିଡ଼ଙ୍କ ମଧ୍ୟରେ ମୁଖ୍ୟ କୋଚକୁ ନେଇ ବିଚାର କରାଯାଇଛି । ସୂଚନାଯୋଗ୍ୟ, ଦ୍ରାବିଡ଼ ଯେବେ କୋଚିଂରୁ ବ୍ରେକ୍ ନେଉଥିଲେ, ଲକ୍ଷ୍ମଣଙ୍କୁ ତାଙ୍କ ଭୂମିକାରେ ଦେଖିବାକୁ ମିଳୁଥିଲା । ୪୯ ବର୍ଷିୟ ଲକ୍ଷ୍ମଣ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଦଳର ମୁଖ୍ୟ କୋଚ୍ ଅଛନ୍ତି ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ‘ରାହୁଲ ଓ ବିସିସିଆଇ ବର୍ତ୍ତମାନର ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଉଛୁ । ସମସ୍ତଙ୍କୁ ଲାଗୁଛି ଟି୨୦ ବିଶ୍ବକପକୁ ଆଉ ମାତ୍ର ୭ରୁ ୮ ମାସ ଥିବାରୁ ନୂଆ କୋଚ ଆସି ଟିମ ବନାଇବା ଓ ତାଙ୍କ ରଣନୀତି କାମରେ ଲଗାଇବାକୁ ସମୟ ଲାଗିବ । ଅନ୍ୟପକ୍ଷରେ ଦ୍ରାବିଡ଼ ବିଶ୍ବକପ ପର୍ଯ୍ୟନ୍ତ କୋଚ ରହିଲେ, ଏମିତି ସ୍ଥିତି ଉପୁଜିବନି ।’

ଏହି ଦୁଇ ବର୍ଷ ମୁଖ୍ୟ କୋଚ୍ ଭାବେ ଦ୍ରାବିଡ଼ ଯେଉଁ କାମ କରିଛନ୍ତି, ସେଥିରେ ବିସିସିଆଇ ସନ୍ତୁଷ୍ଟ ଅଛି । ଯଦିଓ ଭାରତ ଏହାରି ଭିତରେ କୌଣସି ଆଇସିସି ଟ୍ରଫି ଜିତିନାହିଁ, ତେବେ ଭାରତ ଭଲ ପ୍ରଦର୍ଶନ କରି ଆସିଛି । କ୍ରିକେଟର ତିନୋଟି ଫର୍ମାଟ୍ ଟେଷ୍ଟ, ଦିନିକିଆ ଓ ଟି୨୦ରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି ।

ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି୨୦: ପୁଣି ରନ୍ ବର୍ଷା କରିବେ ଭାରତୀୟ ବ୍ୟାଟ୍ସମ୍ୟାନ୍ !

ଥିରୁଅନନ୍ତପୁରମ୍: ଭାରତ ଓ ଆଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ଆଜି ଦ୍ବିତୀୟ ମ୍ୟାଚ୍ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚରେ ଦୁଇ ଓ୍ବେକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୧-୦ରେ ସିରିଜ ଆଗୁଆ ରହିଛି । ଏହି ମ୍ୟାଚ ଜିତି ୨-୦ରେ ସିରିଜ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ସନ୍ଧ୍ୟା ୭ଟାରେ ଥିରୁଅନନ୍ତପୁରମ୍ ଗ୍ରୀନଫିଲ୍ଡ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ କରିବେ ରନ୍ ବର୍ଷା !

ପ୍ରଥମ ମ୍ୟାଚରେ ରନ୍ ବର୍ଷା ହୋଇଥିଲା । ଖାସ କରି ଭାରତୀୟ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର, ଇଶାନ କିସାନ, ରିଙ୍କୁ ସିଂ ଏବଂ ୟଶସ୍ବୀ ଜାୟସଓ୍ବାଲ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଆଜିର ମ୍ୟାଚରେ ବି ଏହି ଚାରି ଖେଳାଳିଙ୍କ ଭଲ ପ୍ରଦର୍ଶନ ଚାହିଁବ ଦଳ । ପ୍ରଥମ ମ୍ୟାଚରେ ରନ ଆଉଟ ହୋଇଥିବା ଋତୁରାଜ ଗାୟକଓ୍ବାଡ ଏବଂ ତିଲକ ବର୍ମା ଭଲ ଖେଳିବାକୁ ଚେଷ୍ଟା କରିବେ । ଆଜିର ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ ବୋଲି ଅନୁମାନ କରାଯାଉଛି ।

ଓ୍ବାସିଂଟନ ସୁନ୍ଦରଙ୍କୁ ମିଳିବ କି ସୁଯୋଗ ?

ରବି ବିଷ୍ଣୋଇ ଏବଂ ଅକ୍ଷର ପଟେଲ ପ୍ରଥମ ମ୍ୟାଚରେ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଏମିତି ସ୍ଥିତିରେ ଭାରତ ସ୍ପିନ ବୋଲିଂ ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦରଙ୍କୁ ପ୍ଲେଇଂ-୧୧ରେ ସ୍ଥାନ ଦେଇପାରେ । ଏହାସହ ଭାରତ ପାଖରେ ଆଓ୍ବେଶ ଖାନ, ଜିତେଶ ଶର୍ମା ଏବଂ ଶିବମ୍ ଦୁବେ ବି ବିକଳ୍ପ ଅଛନ୍ତି । ହେଲେ ଗୋଟିଏ ମ୍ୟାଚ ପରେ ପ୍ଲେଇଂ-୧୧ରେ ଅଦଳବଦଳ କରିବା ଠିକ ହେବନି ।

ଦୁର୍ଘଟଣାଗସ୍ତ ଗାଡ଼ିରୁ ଆହତଙ୍କୁ ବାହାର କରି ଜୀବନ ବଞ୍ଚାଇଲେ ସାମି

ନେନିତାଲ: କ୍ରିକେଟ ଫିଲ୍ଡରେ ପ୍ରତିପକ୍ଷ ଟିମ ପାଇଁ କାଳ ମହମ୍ମଦ ସାମିଙ୍କ ମହାନତା । ଦୁର୍ଘଟଣାଗସ୍ତ ଗାଡ଼ିରୁ ଉଦ୍ଧାର କରି ବଞ୍ଚାଇଲେ ଜଣଙ୍କ ଜୀବନ । ଏହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, କାହାର ଜୀବନ ବଞ୍ଚାଇ ବହୁତ ଖୁସି ଲାଗୁଛି ।

ଆଗକୁ ସେ ଲେଖିଛନ୍ତି, ସେ ବହୁତ ଭାଗ୍ୟବାନ, ଭଗବାନ ତାଙ୍କୁ ଦ୍ବିତୀୟ ଜୀବନ ଦେଇଛନ୍ତି । ତାଙ୍କ କାର, ମୋ ଗାଡ଼ି ଆଗରେ ନେନିତାଳ ପାଖ ପାହାଡ଼ି ରାସ୍ତାରେ ତଳକୁ ଖସି ପଡ଼ିଲା । ଆମେ ତାଙ୍କୁ ସୁରକ୍ଷିତ ବାହାରକୁ ଆଣିଥିଲୁ ।

ଆହତଙ୍କ ହାତରେ ପଟ୍ଟି ବାନ୍ଧିଲେ

ଡିଭିଓରେ ଦେଖିବାକୁ ମିଳୁଛି, ସାମି ଆହତ ବ୍ୟକ୍ତିଙ୍କ ହାତରେ ପଟ୍ଟି ବାନ୍ଧୁଛନ୍ତି । ସାମି ଧଳା ଡ୍ରେସ ସହ ଲାଲ ରଙ୍ଗର ଏକ ଟୋପି ପିନ୍ଧିଛନ୍ତି । ସେଠାରେ ବହୁତ ଲୋକ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । କାରଟି ଏକ ଗଛରେ ପିଟି ହୋଇଛି ।

ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ପାଖରୁ ପରାସ୍ତ ହୋଇଥିଲା । ହେଲେ ବିଶ୍ବକପରେ ସାମିଙ୍କ ଦବଦବା ଦେଖିବାକୁ ମିଳିଥିଲା । ପ୍ରଥମ ୪ଟି ମ୍ୟାଚ୍ ଖେଳି ନଥିଲେ ବି ସାମି ବିଶ୍ବକପରେ ସର୍ବାଧିକ ଓ୍ବେକେଟ ହାସଲ କରିଥିଲେ । ତାଙ୍କ ଅଗ୍ନିବର୍ଷା ବୋଲିଂ ପ୍ରତିପକ୍ଷ ଦଳଙ୍କୁ ଧରାଶାୟୀ କରିଦେଇଥିଲା ।

୧୦ ଆତଙ୍କବାଦୀ, ୬୦ ଘଣ୍ଟାର ଆତଙ୍କ: ଆଖିବୁଜା ଗୁଳିମାଡ଼, ୨୬/୧୧ରେ ଯେବେ ଦୋହଲି ଯାଇଥିଲା ମାୟାନଗରୀ ମୁମ୍ବାଇ

ମୁମ୍ବାଇ: ୨୦୦୮ ନଭେମ୍ବର ୨୬ । ଭାରତ ଇତିହାସର ଏମିତି ଏକ ତାରିଖ । ନା ଭୁଲି ହେବ, ନା ଭୁଲିବାକୁ ଚାହିଁବେ କୌଣସି ଭାରତୀୟ । ନଭେମ୍ବର ୨୬ ଆସିଲେ ପୁଣି ତାଜା ହୋଇଯାଏ, ପାକିସ୍ତାନୀ ଆତଙ୍କବାଦୀ କେମିତି ଭାରତୀୟଙ୍କ ରକ୍ତରେ ଖେଳିଥିଲେ ମୃତ୍ୟୁର ଖେଳ । ୧୫ ବର୍ଷ ପୂର୍ବେ ଆଜିର ଦିନରେ ଭାରତ ଦେଖିଥିଲା ଆତଙ୍କବାଦୀଙ୍କ କ୍ରୁରତା ।

ସମୁଦ୍ର ପଥରେ ପଶିଥିଲେ ନର ରାକ୍ଷସ

ପାକିସ୍ତାନରେ ପ୍ରଶିକ୍ଷଣ ନେଇ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଲଶ୍କର-ଏ-ତୋଏବାର ୧୦ ଆତଙ୍କବାଦୀ ଏକ ଡଙ୍ଗାରେ ସମୁଦ୍ର ରାସ୍ତାରେ ମୁମ୍ବାଇରେ କରିଥିଲେ ପ୍ରବେଶ । ଆଉ ଏକାଧିକ ସ୍ଥାନରେ ଆତଙ୍କ ମଚାଇବା ସହ ରକ୍ତର ହୋଲି ଖେଳିଥିଲେ । ଏମାନଙ୍କ ଟାର୍ଗେଟରେ ଥିଲା ଜନଗହଳି ପୂର୍ଣ୍ଣ ସ୍ଥାନ ଓ ପ୍ରତିଷ୍ଠାତ ବିଲ୍ଡିଂ । ସେମାନଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣରେ ସେମାନଙ୍କୁ ନିପତ କରିବାକୁ ଭାରତୀୟ ସେନାକୁ ଲାଗିଥିଲା ୪ ଦିନ ।

୨୬/୧୧ ରାତିରେ ମୁମ୍ବାଇରେ ହୋଇଥିଲା କ’ଣ ?

ଏହି ଆକ୍ରମଣରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ୨୦୦୮ ନଭେମ୍ବର ୨୬ ରାତି ସବୁଦିନ ପରି ମୁମ୍ବାଇ ଥିଲା ସାମାନ୍ୟ । ହଠାତ ପୂରା ସହରରେ ଧାଁଦୌଡ଼ ଓ ଭୟର ବାତାବରଣ ଖେଳିଗଲା । ଆରମ୍ଭରୁ କେହି ଜାଣି ପାରିନଥିଲେ ମୁମ୍ବାଇରେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ରାତି ୧୦ଟାରେ ଖବର ଆସିଲା ବୋରିବନ୍ଦରରେ ଏକ ଟ୍ୟାକ୍ସିରେ ବିସ୍ଫୋରଣ ଘଟି ଡ୍ରାଇଭର ଓ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଏହାର ୨୦ ମିନିଟ ପରେ ଭିଲେ ପାରଲେ ଅଞ୍ଚଳରେ ଆଉ ଏକ ଟ୍ୟାକ୍ସିକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବାର ଖବର ଆସିଥିଲା । ଯେଉଁଥିରେ ଡ୍ରାଇଭର ଓ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଇ ଆକ୍ରମଣରେ ପ୍ରାୟ ୧୫ ଜଣ ଆହତ ହୋଇଥିଲେ । ପରେ ମୁମ୍ବାଇର ଏକାଧିକ ସ୍ଥାନରେ ଗୁଳିମାଡ଼ର ଖବର ଆସିଥିଲା । ଏହାପରେ ଯାଇ ମୁମ୍ବାଇ ପୋଲିସ ଓ ଇଣ୍ଟେଲିଜେନ୍ସ ଜାଣିବାକୁ ପାଇଥିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ।

ଆତଙ୍କବାଦୀମାନେ ମୁମ୍ବାଇର ଦୁଇ ପଞ୍ଚ ତାରକା ହୋଟେଲ ଓବରଏ ଟ୍ରାଇଡେଣ୍ଟ, ତାଜ୍ ପ୍ୟାଲେସ୍ ଆଣ୍ଡ ଟାଓ୍ବର, ଛତ୍ରପତି ଶିବାଜୀ ଟର୍ମିନସ୍, ଲିଓପାର୍ଡ କାଫେ, କାମା ହସ୍ପିଟାଲ, ନରିମାନ ହାଉସ୍, ମେଟ୍ରୋ ସିନେମା, ଟାଇମ୍ସ ଅଫ ଇଣ୍ଡିଆ ବିଲ୍ଡିଂର ପଛ ଲେନ୍ ଓ ସେଣ୍ଟ ଜାଭିୟର କଲେଜରେ ହୋଇଥିଲା ଆକ୍ରମଣ ।

ତାଜ ଓ ଓବରଏରେ ପଶିଲେ ଆତଙ୍କବାଦୀ

ଆତଙ୍କବାଦୀ ହୋଟେଲରେ ପଶିବା ବେଳକୁ ତାଜରେ ୪୫୦ ଓ ଓବରଏରେ ୩୮୦ ଲୋକ ଥିଲେ । ତାଜ ହୋଟେଲର ଗମ୍ବୁଜରୁ ବାହାରୁଥିବା ଧୁଆଁ ଆତଙ୍କବାଦୀ ଆକ୍ରମଣର ଏକ ସିମ୍ବଲ ବନିଗଲା । ଲିଓପାର୍ଡ କାଫେରେ ଆତଙ୍କବାଦୀ ଅନ୍ଧାଧୁନ ଗୁଳି ଚଲାଇଥିଲେ । ଯେଉଁଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା । ୧୮୮୭ରେ ପ୍ରତିଷ୍ଠିତ ଏହି କାଫେର ଅଧିକାଂଶ ଅତିଥି ବିଦେଶୀ ହୋଇଥାନ୍ତି । ସିଏସଏମଟି ଷ୍ଟେସନ ଗୁଳି ମାଡ଼ରେ ଅଜମଲ ଆମିର କସାବ ଓ ଇସ୍ମାଇଲ ଖାନ୍ ସମ୍ପୃକ୍ତ ଥିଲେ ଓ ଏମାନେ ୫୮ ଜଣଙ୍କୁ ହତ୍ୟା କରିଥିଲେ ।

ଏହା ଭିତରେ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଖବର ସାରା ଦେଶ ଜାଣି ସାରିଥିଲା । ପୋଲିସ ଓ ଇଣ୍ଟେଲିଜେନ୍ସ ସେମାନଙ୍କ କାମ ଆରମ୍ଭ କରି ଦେଇଥିଲେ । ଏହାରି ଭିତରେ ୪ ଜଣ ଆତଙ୍କବାଦୀ ଏକ ପୋଲିସ ଭ୍ୟାନରେ କାମା ହସ୍ପିଟାଲରେ ପଶି ଯାଇଥିଲେ । ହସ୍ପିଟାଲ ବାହାରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ମୁମ୍ବାଇ ଏଟିଏସ ଚିଫ ହେମନ୍ତ କରକରେ, ମୁମ୍ବାଇ ପୋଲିସର ଅଶୋକ କାମଟେ ଏବଂ ବିଜୟ ସାଲସକର ସହିଦ ହୋଇଥିଲେ । ଏହି ରାତିରେ ଏକ ସ୍କୋଡ଼ା କାରରେ ଖସି ପଳାଉଥିବା ବେଳେ ସବ ଇନ୍ସପେକ୍ଟର ତୁକାରାମ ଓମ୍ବେଲ କସବକୁ ଜୀବନ୍ତ ଧରିଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀକୁ ମାରି ଦିଆଯାଇଥିଲା । ହେଲେ ଧଡ଼ପକଡ଼ ବେଳେ କସବ ଗୁଳିରେ ତୁକାରାମଙ୍କ ମୃତ୍ୟୁ ଘଟିଥିଲା ।

୪ ଦିନର ଅପରେସନ୍

ସବୁଠାରୁ ଅଧିକ ଜଟିଳ ଥିଲା ତାଜ ଓ ଓବରଏରେ ଆତଙ୍କବାଦୀ ବନ୍ଧକ କରି ରଖିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା । ଏଥିପାଇଁ ଏନଏସଜି କମାଣ୍ଡୋମାନେ ମୋର୍ଚ୍ଚା ସମ୍ଭାଳି ଥିଲେ । ଓବରଏରେ ଏନଏସଜି ଦୁଇ ଆତଙ୍କବାଦୀଙ୍କୁ ମାରି ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଉଦ୍ଧାର କରି ନେଇଥିଲେ । ହେଲେ ତାଜରେ ଅପରେସନ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା । ତାଜରେ ୪ ଜଣ ଆତଙ୍କବାଦୀ ଥିଲେ ଓ ଏମାନେ ୩୧ ଲୋକଙ୍କୁ ଗୁଳି ମାରି ସାରିଥିଲେ । ହୋଟେଲର ଏକ ସ୍ଥାନରେ ବହୁ ଅତିଥିଙ୍କୁ ବନ୍ଧକ କରି ରଖିଥିଲେ । ଏହି ଅପରେସନରେ ମେଜର ସନ୍ଦୀପ ଉନ୍ନକ୍ରିଷ୍ଣନ୍ ସହିଦ ହୋଇଥିଲେ । ୨୯ ନଭେମ୍ବର ସକାଳ ସୁଦ୍ଧା ଏନଏସଜି ସମସ୍ତ ୪ ଆତଙ୍କବାଦୀଙ୍କୁ ମାରିବାକୁ ସକ୍ଷମ ହୋଇଥିଲେ ।

ଏବେ ବି ବଞ୍ଚିଛନ୍ତି ମାଷ୍ଟର ମାଇଣ୍ଡ

ଏହି ଆକ୍ରମଣରେ ସମସ୍ତ ୯ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ କସବକୁ ଜୀବନ୍ତ ଧରାଯାଇଥିଲା । ଏହାପରେ କସବ ବିରୋଧରେ ମାମଲା ଚାଲିଲା ଓ କୋର୍ଟ ତାକୁ ଫସି ଦଣ୍ଡାଦେଶ ଶୁଣାଇଲେ । ୨୦୧୨ ନଭାମ୍ବର ୨୧ ତାରିଖରେ ପୁଣେର ୟେରଓ୍ବାଡା ଜେଲରେ ସକାଳ ସାଢ଼େ ୭ଟାରେ କସବକୁ ଫାସି ଦିଆଯାଇଥିଲା । ହେଲେ ଏହି ଆକ୍ରମଣରେ କେବଳ ଏହି ୧୦ ଆତଙ୍କବାଦୀ ସମ୍ପୃକ୍ତ ନଥିଲେ । ଏମାନଙ୍କ ରିଙ୍ଗ ମାଷ୍ଟର ପାକିସ୍ତାନରେ ବସିଥିଲେ । ହାଫିଜ ସଇଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା । ଜେବୁଦ୍ଧିନ ଅନସାରୀ ଓରଫ ଅବୁ ଜୁନ୍ଦାଲ ପାକିସ୍ତାନରେ ବସି ମୁମ୍ବାଇ ଆସିଥିବା ୧୦ ଆତଙ୍କବାଦୀଙ୍କୁ କମାଣ୍ଡ ଦେଉଥିଲା । ତହବ୍ବୁର ରାଣା ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଥିଲା । ଏମାନେ ଏବେ ବି ଜୀବିତ ଅଛନ୍ତି । ରାଣା ଏବେ ଆମେରିକା ଜେଳରେ ବନ୍ଦ ଥିବା ବେଳେ ଭାରତକୁ ହସ୍ତାନ୍ତର କରାଯିବାକୁ ପ୍ରକ୍ରିୟା ଚାଲିଛି ।

ବାବା ଧବଳେଶ୍ବରଙ୍କୁ ଲାଗି ହେଲା ଗଜ ଭୋଗ

ଆଠଗଡ଼: ବାବା ଧବଳେଶ୍ବରଙ୍କ ପୀଠରେ ଚାଲିଛି ପଞ୍ଚୁକ ବ୍ରତ । ବାବାଙ୍କ ପାଖରେ ଲାଗି ହୋଇଛି ପ୍ରସିଦ୍ଧ ଗଜ ଭୋଗ । ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ୧୦୮ ସୁବାସିତ ଜଳ ଆଣି ସ୍ନାନ କରାଯାଇ ଖେଚୁଡି ଭୋଗ ଓ ଘର୍ଷଣ ପରେ ମହାସ୍ନାନ କରାଯାଇ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ଗଜଭୋଗ ଲାଗି କରା ଯାଇଥିଲା। ପୂଜକଙ୍କ ପରିବାର ପକ୍ଷରୁ ଚାଉଳ, ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣର ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ଏହି ଗଜ ଭୋଗକୁ ପାଇବା ପାଇଁ ଭକ୍ତ ବର୍ଷ ତମାମ ଅପେକ୍ଷା କରି ରହିଥାଏ ।