spot_img
Home Blog Page 2619

୧୪ ଟିକିଆ ହାତୀପଲରେ ଧସ୍ତାଧସ୍ତି, ଚାଲିଗଲା ଦନ୍ତାର ଜୀବନ

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁ । ଗୋଳାବନ୍ଧ ଫରେଷ୍ଟ ବିଟ୍‌ ସାଲେଇକେନା ପଞ୍ଚାୟତ ଭାଡ଼ିମରା ଗାଁ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଯାଞ୍ଚ କରିବା ବେଳେ ମୃତଦେହକୁ ଠାବ କରିଛି ବନ ବିଭାଗ ।

ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ତଦନ୍ତ କରୁଥିବା ବେଳେ ପରସ୍ପର ମଧ୍ୟରେ ଲଢ଼େଇରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତିନି ଦିନ ତଳେ ଦେବଗଡ଼ ବନଖଣ୍ଡ ପାଲଲହଡାପଟୁ ୧୪ ଟିକିଆ ହାତୀପଲ ଗୋଳାବନ୍ଧ ରିଜର୍ଭ ଫରେଷ୍ଟକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୫ଟି ଛୁଆ, ୬ଟି ମାଈ ଓ ୩ଟି ଦନ୍ତାହାତୀ ।

ଗତକାଲି ରାତିରେ ହାତୀପଲକୁ ବନ କର୍ମଚାରୀ ଓ ସ୍ଥାନୀୟ ଲୋକ ସାଲେଇକେନା ଆଡ଼କୁ ଘଉଡ଼ାଇ ଦେଇଥିଲେ । ଆଜି ସେହି ହାତୀପଲର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ଶରୀରରେ କ୍ଷତ ଚିହ୍ନ ରହିଛି । ଏଣୁ ଅନ୍ୟ ଦନ୍ତାହାତୀ ଆକ୍ରମଣରେ ଏହି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଲସ୍କର-ଏ-ତଏବାର ପୂର୍ବତନ କମାଣ୍ଡରକୁ ପାକିସ୍ତାନରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଭାରତ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଲକସର-ଏ-ତଏବାର ଜଣେ ପୂର୍ବତନ କମାଣ୍ଡରକୁ ପାକିସ୍ତାନରେ ଗୁଳିକରି ହତ୍ୟା । ପାକିସ୍ତାନର ବାଜାଉର ଜିଲ୍ଲାରେ ଆକ୍ରାମ ଖାନକୁ ଗୁଳି କରି ହତ୍ୟା କରିଛନ୍ତି କେତେକ ଅଜଣା ଦୁର୍ବୃତ୍ତ । ଖାଇବର ପାଖତୁନଖଓ୍ବାରେ ଥିବାବେଳେ ଆକ୍ରାମ ଖାନ ଓରଫ ଆକ୍ରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି ।

୨୦୧୮ରୁ ୨୦୨୦ରୁ ଯାଏଁ ଲସକର ସଂଗଠନର ରିକ୍ରୁଟମେଣ୍ଟ ସେଲରେ କାମ କରୁଥିଲା ଆକ୍ରାମ । ସେ ସର୍ବଦା ଭାରତ ବିରୋଧରେ ଭାଷଣ ଦେଇ ଚର୍ଚ୍ଚାରେ ଥିଲେ । ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ସହ ସେ ଥିଲା ଜଡିତ । ଗତ ଅକ୍ଟୋବରରେ ପଠାନକୋଟ ଆକ୍ରମଣ ମାମଲାରେ ସାମିଲ ଥିବା ସାହିଦ ଲତିଫକୁ ବି ଗୁଳି କରି ହତ୍ୟା କରାଯାଇଥିଲା । ସେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା । ଗତ ସେପ୍ଟେମ୍ବରରେ ବି ଲସକର ସଂଗଠନର କମାଣ୍ଡର ରିୟାଜ ଅହମ୍ମଦ ଓରଫ ଆବୁ କାସିମକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ।

‘ରାଜ୍ୟର ୭୦ ଲକ୍ଷ ମା’ଙ୍କୁ ମିଶନ ଶକ୍ତି ଦେଇଛି ସ୍ବତନ୍ତ୍ର ପରିଚୟ’

ଭୁବନେଶ୍ୱର : ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଆଗକୁ ବଢିବା ସହ ଉନ୍ନତି କରିଛନ୍ତି । ସେମାନେ SHGରୁ MSMEକୁ ଉନ୍ନୀତ ହୋଇପାରିଛନ୍ତି । କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମାଆ ମାନଙ୍କର ଏହି ପ୍ରଗତି ଦେଖି ମୁଁ ବହୁତ ଖୁସି । ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମାଆ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କ ପରିବାର । ମିଶନ ଶକ୍ତିର ଶକ୍ତି ସଂଖ୍ୟାରେ ନୁହେଁ, ମାଆଙ୍କ ଦୃଢ଼ ପରିଶ୍ରମ ଓ ସମର୍ପଣ ହିଁ ମିଶନ ଶକ୍ତିର ଶକ୍ତି । ମିଶନ ଶକ୍ତିର ଶକ୍ତି ହେଉଛନ୍ତି ଆମ ମାଆମାନେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏପରି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମାଣ୍ଡିଆର ପ୍ରଚାର ପ୍ରସାରରେ ଓଡ଼ିଶା ସୁନାମ ଆଣିଛି । ଯେଉଁଥିରେ ହକଦାର ସାଜିଛନ୍ତି ମିଶନ ଶକ୍ତି ମାଆ । କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ମାଆମାନେ ସଶକ୍ତ ହୋଇଛନ୍ତି ।

ପଞ୍ଚାୟତର ପୋଖରୀରେ ମାଆମାନେ ମାଛଚାଷ କରୁଛନ୍ତି, ବିଭିନ୍ନ ଫସଲ ଚାଷ କରୁଛନ୍ତି ମିଶନ ଶକ୍ତିମାଆ । ନୂଆପଡ଼ାରେ ଷ୍ଟ୍ରବେରୀ ଓ କୋରାପୁଟରେ କଫିଚାଷ ମିଶନ ଶକ୍ତି ମାଆମାନଙ୍କ ପାଇଁ ସମ୍ଭବ ହୋଇଛି । ଏସଏଚଜିରୁ ଏମଏସଏମଇର ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ସଫଳ ହୋଇଛି । ମହିଳାମାନେ ଉଦ୍ୟୋଗୀ ବନିଛନ୍ତି । ଯୁଗଯୁଗରୁ ମାଟି ସହିତ ମାଆମାନଙ୍କର ସମ୍ପର୍କ ରହିଛି । ସୃଷ୍ଟିର ଆରମ୍ଭରୁ ମାଆ ଓ ମାଟିର ସମ୍ପର୍କ ରହିଛି । ଘରେ ରୋଷେଇ କ’ଣ ହେବ ଓ ପରିବାର କେମିତି ଚଳିବ ତାହା ମଧ୍ୟ ମାଆଙ୍କ ହାତରେ ରହିଛି ।

ନୂତନ ଓଡ଼ିଶାରେ ମାଆର ସମ୍ପର୍କକୁ ବ୍ୟାପକ କରିଛି ମିଶନ ଶକ୍ତି । ମାଟି ଓ ହାଣ୍ଡିଶାଳରୁ ବାହାରି ମାଆମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସ୍ବର ଉତ୍ତୋଳନ କରି ଏସଏଚଜିରୁ ଏମଏସଏମଇ ପାଟଲିଛନ୍ତି ମାଆ । ମାଆମାନେ ମାଣ୍ଡିଆ ଚାଷ କରିବା ସହ ଏହାର ପ୍ରୋସେସିଂ ମଧ୍ୟ କରୁଛନ୍ତି । ଏହାକୁ ବଡ଼ବଡ଼ ଜାଗାରେ ପହଞ୍ଚାଇ ମାଣ୍ଡିଆ ମାଧ୍ୟମରେ ମାଆମାନେ ସ୍ବତନ୍ତ୍ର ପରିଚୟ ପାଇପାରିଛନ୍ତି । ଏକାଧିକ ମାଆଙ୍କ ଉଦାହରଣ ଦେଇ ମିଲେଟ କିପରି ମାଆଙ୍କୁ ସଶକ୍ତ କରିଛି ତାହାର ଉଦାହରଣ ଦେଇଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

 

ଶୀତ ଭିତରେ ଆସୁଛି ବର୍ଷା, ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଶୀତ ଭିତରେ ଆସୁଛି ବର୍ଷା । ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି । ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି ।

ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବାନେଇ ଆକଳନ କରାଯାଇଛି ।

ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ବୃଦ୍ଧି ପାଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି; ବିରାମ ପାଇଁ ଇସ୍ରାଏଲର ସହମତି

ନନ୍ଦିଘୋଷ ବ୍ୟୁରୋ : ଗାଜାରେ ଦୈନିକ ୪ ଘଣ୍ଟା ହେବ ଯୁଦ୍ଧ ବିରତି । ଯୁଦ୍ଧରେ ବିରାମ ପାଇଁ ସହମତି ପ୍ରକାଶ କରିଛି ଇସ୍ରାଏଲ । ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ସୁରକ୍ଷିତ ପଳାୟନ ପାଇଁ ୪ ଘଣ୍ଟା ଯୁଦ୍ଧରେ ବିରାମ ଲଗାଯିବ । ଏହି ସମୟରେ ଗାଜାରେ ମାନବୀୟ ସହାୟତାକୁ ତ୍ବରାନ୍ବିତ କରାଯିବ । ଏବେ ଗାଜାକୁ ଘେରାବନ୍ଦୀ କରି ଘମାଘୋଟ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ସେପଟେ ଲେବାନନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି । ହେଜବୋଲ୍ଲା ଆତଙ୍କବାଦୀ ଆଡ୍ଡା ଉପରେ ଇସ୍ରାଏଲ ହମଲା ଜାରି ରଖିଛି ।

ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ କରିଛି ଇସ୍ରାଏଲର ଫାଇଟର ଜେଟ୍ । ହମାସର ଅଧୀନରେ ଥିବା ଅଞ୍ଚଳ ଘେରାବନ୍ଦୀ । ଉତ୍ତରାଞ୍ଚାଳ ଗାଜାର ଏହି ଅଞ୍ଚଳକୁ କବଜା କରିଛି ଇସ୍ରାଏଲ । ସେପଟେ ଦକ୍ଷିଣ ୟୁନିସରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଜାରି ରହିଛି । କେବଳ ଗୋଟିଏ ଦିନରେ ଗାଜା ଛାଡିଛନ୍ତି ପ୍ରାୟ ୫୦ ହଜାର ଲୋକ । ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ଶିଶୁ ଅଛନ୍ତି ୪ ହଜାର ୩୦୦ । ସେପଟେ ଗାଜାର ହସ୍ପିଟାଲଗୁଡିକୁ ନିଜର ସୈନ୍ୟଙ୍କ ଲାଗି ହମାସ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଇସ୍ରାଏଲ ।

ଗାଁ ଲୋକଙ୍କୁ ବିକାଶର ଗ୍ୟାରେଣ୍ଟି, ଆଜି ଆଉ ତିନି ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

କୋରାପୁଟ : ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର ସହ ପ୍ରତି ପୂଜାସ୍ଥଳୀର ହେଉଛି ବିକାଶ । ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରୁଛି ଆମ ଓଡିଶା ନବୀନ ଓଡିଶା । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଗ୍ରାମାଭିମୂଖୀ ଯୋଜନାରେ ଆଜି ସାମିଲ ହେବ ଆଉ ତିନୋଟି ଜିଲ୍ଲା । କୋରାପୁଟ, ନୂଆପଡ଼ା ଓ ଯାଜପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନୋଟି ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୪୧ କୋଟି ଟଙ୍କା ଭେଟିଦେବେ ମୁଖ୍ୟମନ୍ତ୍ରୀ ।

କୋରାପୁଟରେ ୧୨୦କୋଟି ଟଙ୍କା ବ୍ୟୟରେ ୩ ହଜାର ୮୭ଟି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ନୂଆପଡ଼ାରେ ୬୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧ହଜାର ୭୬୫, ଯାଜପୁର ଜିଲ୍ଲାରେ ୧୫୫କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ ହଜାର ୧୦୯ଟି ପ୍ରକଳ୍ପ ନିର୍ମାଣ କରାଯିବ । ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା । ରାଜ୍ୟରେ ସବୁ ଗାଁର ବିକାଶ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଗାଁରେ ଲୋକଙ୍କୁ ମିଳୁଛି ବିକାଶର ଗ୍ୟାରେଣ୍ଟି ।

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରତି ପୂଜାସ୍ଥଳୀର ବିକାଶ କରାଯାଉଛି । ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍ ସଂଯୋଗ, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର , ବ୍ୟାଙ୍କିଙ୍ଗ ସୁବିଧା ଆଦି ଯୋଗାଇ ଦେଇ ସବୁ ବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି ।

ପାଗରେ ଆସିଲା ପରିବର୍ତ୍ତନ, ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ :  ବାୟୁ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି । ଦିଲ୍ଲୀର ପାଗରେ ଆସିଲା ପରିବର୍ତ୍ତନ । କିଛି ସ୍ଥାନରେ ହାଲୁକା ବର୍ଷା ପରେ ଦିଲ୍ଲୀବାସୀ ପ୍ରଦୂଷଣରୁ ଆଶ୍ବସ୍ତ । ଦିଲ୍ଲୀ ନୋଏଡ଼ାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଫଳରେ ରାଜଧାନୀବାସିନ୍ଦା ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି । ବର୍ଷା ପରେ AQI ୪ ଶହରୁ ହ୍ରାସ ପାଇ ୧୦୦ରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଗତ ୭ଦିନ ହେଲା ଧୂଆଁର ଚାଦର ଘେରି ରହିଥିଲା । ବାୟୁର ଗୁଣବତ୍ତା ମାନ ଅତି ଖରାପ ସ୍ଥିତିରେ ପହଞ୍ଚିଥିଲା । ଗତକାଲି ଏୟାର କ୍ବାଲିଟି ଇଣ୍ଡେକ୍ସ ହାରାହାରି ୩୯୮ ରେକର୍ଡ ହୋଇଥିଲା । ପ୍ରଦୂଷଣର ମୁକାବିଲା ଲାଗି କୃତ୍ରିମ ବର୍ଷା କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ସରକାର । ଆସନ୍ତା ୨୦ ଏବଂ ୨୧ ତାରିଖରେ କାନପୁର ଆଇଆଇଟି ସହାୟତାରେ କୃତ୍ରିମ ବର୍ଷା ଯୋଜନା ରହିଥିଲା । ତେବେ ଗତକାଲି ରାତିରେ ହାଲୁକା ବର୍ଷା ବର୍ଷା ଫଳରେ ପ୍ରଦୂଷଣ ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ।

ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ସହ ଆଜି ଟୁ ପ୍ଲସ ଟୁ ଆଲୋଚନା

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଅସ୍ଥିରତା ମଧ୍ୟରେ ଆମେରିକାର ଦୁଇ ହାଇପ୍ରୋଫାଇଲ ସଚିବଙ୍କ ଭାରତ ଗସ୍ତ । ପଞ୍ଚମ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ କଥାବାର୍ତ୍ତା ଲାଗି କ୍ଷେତ୍ର ପ୍ରସ୍ତୁତ । ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନଙ୍କ ସହ ଆଲୋଚନା କରିବେ ଭାରତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ. ଜୟଶଙ୍କର ।

ଚାରି ନେତାଙ୍କ ମଧ୍ୟରେ ସାମ୍ପ୍ରତିକ ଆଞ୍ଚଳିକ ସମସ୍ୟା, ବହୁମୁଖୀ ସମ୍ପର୍କ ଆଦି ପ୍ରସଙ୍ଗରେ ହେବ ଆଲୋଚନା । ଏହା ସହ ନିରାପତ୍ତା ପ୍ରସଙ୍ଗରେ ବି ପ୍ରସ୍ତୁତ ହେବ ବ୍ଲୁପ୍ରିଣ୍ଟ । ଏହି ମାସରେ ବ୍ଲିଙ୍କେନ ଇସ୍ରାଏଲ, ଜୋର୍ଡାନ, ଜାପାନ, ସାଉଥକୋରିଆ ଗସ୍ତ କରିବା ସହ ଭାରତ ଆସିବେ । ମଧ୍ୟପ୍ରାଚ୍ୟ ଗସ୍ତ କାଳରେ ବ୍ଲିଙ୍କେନ ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ବିଭିନ୍ନ ରାଷ୍ଟ୍ର ସହ ଆଲୋଚନା କରିଥିଲେ । ଜାପାନରେ ଅନୁଷ୍ଠିତ ଗ୍ରୁପ ୭ ସମ୍ମିଳନୀ ପରେ ଭାରତ ଆସିବେ ବ୍ଲିଙ୍କେନ । ଶେଷ ଥର ଲାଗି ୨୦୧୮ରେ ଭାରତ ଓ ଆମେରିକା ମଧ୍ୟରେ ହୋଇଥିଲା ୨+୨ ଆଲୋଚନା । ଏହି ସମ୍ମିଳନୀ ଲାଗି ୯ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ଅଷ୍ଟିନ ।

ଥରାଇଲାଣି ଶୀତ , ୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା

ଭୁବନେଶ୍ୱର : ୧୦ ଡିଗ୍ରୀ ତଳେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ଏହାର ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୬ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହିତ ହେଉଛି । ଏଥିପାଇଁ କିଛି ସ୍ଥାନରେ ତାପମାତ୍ରା ଖସିଛି । ଜି.ଉଦୟଗିରି, କୋରାପୁଟ, ସେମିଳିଗୁଡା, ଫୁଲବାଣୀ, ଦାରିଙ୍ଗବାଡି, କିରେଇ, କେନ୍ଦୁଝରରେ ଅଧିକ ଶୀତ ଅନୁଭୂତ ହେଉଛି । ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ ୨୦ ଡିଗ୍ରୀ ତଳେ ରହିଛି ତାପମାତ୍ରା । ୧୪ ତାରିଖ ପରେ ଶୀତ ଆହୁରି ବଢିପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । ଦୀପାବଳିରେ ପାଗ ଅନୁକୂଳ ରହିବ । ବର୍ଷା ହେବାର ଆଶଙ୍କା ନାହିଁ ।

ଆଜି ପବିତ୍ର ଧନତେରାସ : ଗହଣା ଦୋକାନରେ ସ୍ପେଶାଲ ଅଫର୍

ଆଜି ପବିତ୍ର ଧନତେରାସ । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ ।

ଆଜିର ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଆଙ୍କୁ ସ୍ବାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଧନତେରାସରେ ସୁନା କିଣିଲେ ଘରକୁ ଭାଗ୍ୟଦେବୀ ଆସନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।