spot_img
Home Blog Page 2620

ଆଜି ମାଣ୍ଡିଆ ଦିବସ ପାଳୁଛି ଓଡ଼ିଶା , ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି । ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ । ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା ।

ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ଅନ୍ତର୍ଜାତୀୟ ସମ୍ମିଳନୀର ଆଜି ଦ୍ବିତୀୟ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ଏସଏଚଜି ଏସଏମଇରେ ରୂପାନ୍ତରିତ ହେବାରେ କିଭଳି ମାଣ୍ଡିଆ ଉପଯୋଗୀ ହୋଇଛି ସେନେଇ ଆଲୋଚନା କରାଯିବ । ରାଉଣ୍ଡଟେବୁଲ ବୈଠକରେ ମାଣ୍ଡିଆକୁ ବିଶ୍ବରେ ପହଞ୍ଚାଇବାକୁ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରାଯିବ । ସେହିପରି ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ପରିଶେଷରେ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି ।

ରାଜ୍ୟବାସୀଙ୍କୁ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ପାରମ୍ପରିକ ଖାଦ୍ୟ ଭାବେ ମାଣ୍ଡିଆର ଅନେକ ମହତ୍ବ ରହିଛି। ଏଥିରେ ଥିବା ପୁଷ୍ଟିତତ୍ତ୍ଵର ତୁଳନା ନାହିଁ। ଦୈନନ୍ଦିନର ଖାଦ୍ୟରେ ଏହାର ବ୍ୟବହାର, ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ବେଶ ହିତକର। ଏଦିଗରେ ସଚେତନ ହୋଇ ଖାଦ୍ଯ ଶୃଙ୍ଖଳାରେ ମାଣ୍ଡିଆର ବହୁଳ ବ୍ୟବହାର ନେଇ ‘ମାଣ୍ଡିଆ ଦିବସ’ରେ ଶପଥ ନେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ସେହିପରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ମାଣ୍ଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଣବ କହିଛନ୍ତି, ଖାଇଲେ ମାଣ୍ଡିଆ, ରହିବା ବଢିଆ। କ୍ଷେତରୁ ଆମ ଖାଦ୍ୟଥାଳିରେ ମିଲେଟସକୁ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ମାଣ୍ଡିଆ ଦିବସରେ ଶପଥ ନେବାକୁ ସେ ଆହ୍ବାନ ଦେଇଛନ୍ତି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ମାଣ୍ଡିଆଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟକୁ ନିତିଦିନିଆ ଖାଦ୍ୟରେ ସ୍ଥାନ ଦେବା ଏବଂ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟ ଚାଷକୁ ପ୍ରୋତ୍ସାହନ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ସମସ୍ତେ ମିଳିତ ହୋଇ ସଂକଳ୍ପ ନେଇ ଖାଦ୍ୟରେ ପୁଷ୍ଟିକର ଓ ଜଳବାୟୁ ଉପଯୋଗୀ ମିଲେଟକୁ ସାମିଲ କରି ଏକ ସୁସ୍ଥ ସମାଜ ସହ ଚାଷୀଙ୍କ କଲ୍ୟାଣ ଓ ଚିରସ୍ଥାୟୀ ପୃଥିବୀ ଗଠନ ଦିଗରେ ଆଗକୁ ବଢ଼ିବା ବୋଲି ରଣେନ୍ଦ୍ର କହିଛନ୍ତି ।

ଆସନ୍ତା ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ବାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏନେଇ ରାଷ୍ଟ୍ରପତିଙ୍କ ଭବନ ତରଫରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଆସନ୍ତା ୨୭ ତାରିଖ ସକାଳ ୧୦ଟାରୁ ଏହି ଉତ୍ସବରେ ଯୋଗଦେବେ । ଓଡ଼ିଆ ଜାତିର ଅନନ୍ୟ ପରମ୍ପରା, ସାଧବ ପୁଅଙ୍କର ବୀରତ୍ୱର ଗାଥା ବହନ କରୁଥିବା ଏହି ବୋଇତ ବନ୍ଦାଣ ଉତ୍ସବ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ପାଳନ କରନ୍ତି।

ଜାଣନ୍ତୁ ଡିଜିଟାଲରେ ସୁନା କିଣିଲେ କ’ଣ ପାଇବେ ଫାଇଦା?

ଭୁବନେଶ୍ବର: ବର୍ତ୍ତମାନ ଲୋକମାନେ ସୁନା କିଣିବା ପାଇଁ ଡିଜିଟାଲ୍ ପଦ୍ଧତି ଗ୍ରହଣ କରୁଛନ୍ତି । ଡିଜିଟାଲ ସୁନାର ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆପଣଙ୍କ ମୋବାଇଲରୁ ଡିଜିଟାଲ ସୁନା ମଧ୍ୟ କ୍ରୟ କରାଯାଇପାରିବ । ଡିଜିଟାଲ୍ ସୁନା କିଣିବାକୁ ହେଲେ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ ଏବଂ ଘରେ ବସି ଡିଜିଟାଲ୍ ସୁନା କିଣାଯାଇପାରିବ । ଡିଜିଟାଲ୍ ସୁନା କିଣିବାର ଅନେକ ଲାଭ ରହିଛି, ଏଥିରେ ଲୋକମାନଙ୍କୁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟର ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । ଯଦି ଆପଣ ଏହି ଧନ୍ତେରସକୁ ଡିଜିଟାଲ୍ ସୁନା କିଣିବାକୁ ଚାହାଁନ୍ତି, ତେବେ ଆପଣ ଏହାର ଲାଭ ମଧ୍ୟ ଜାଣିବା ଉଚିତ୍ ।

ଡିଜିଟାଲ୍ ସୁନା କିଣିବାର ଲାଭ:

– ଏହାକୁ ସହଜରେ କିଣାଯାଇପାରିବ। ଆପଣ ଏହାକୁ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ କିଣି ପାରିବେ ।

-ଡିଜିଟାଲ୍ ସୁନା କିଣିବାକୁ ହେଲେ ଡିଜିଟାଲ୍ ସୁନା ବିକ୍ରୟ କରୁଥିବା ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଯେପରିକି ପେଟିଏମ୍, ଫୋନ୍ ପେ ଇତ୍ୟାଦି ଡିଜିଟାଲ ସୁନା ବିକ୍ରି କରନ୍ତି ।

-ଆପଣ ୧ ଟଙ୍କାରେ ମଧ୍ୟ ଡିଜିଟାଲ୍ ସୁନା କିଣି ପାରିବେ । ଡିଜିଟାଲ୍ ସୁନା କିଣିବାର କୌଣସି ସୀମା ନାହିଁ, ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ କିଣିପାରିବେ ।

-ଡିଜିଟାଲ ସୁନା କିଣିଲେ ଏହାକୁ ରଖିବା ପାଇଁ କିଛି ଅସୁବିଧା ହୋଇନଥାଏ କାରଣ ଡିଜିଟାଲ ସୁନା ବିକ୍ରି କରୁଥିବା କମ୍ପାନୀ ନିଜେ ଏହି ସୁନାକୁ ଷ୍ଟୋର କରି ରଖିଥାଏ ।

-ଡିଜିଟାଲ୍ ସୁନା ଶୁଦ୍ଧ ହୋଇଥାଏ । ଏଭଳି ପରିସ୍ଥିତିରେ ଏହା ନକଲି ହେବାର କୌଣସି ଚାନ୍ସ ନାହିଁ ।

-ଆପଣ ଯେତେବେଳେ ଚାହିଁବେ ଡିଜିଟାଲ୍ ସୁନା ବିକ୍ରି କରିପାରିବେ ।

ପାକିସ୍ଥାନର ଘନିଷ୍ଠମିତ୍ର ଆଫଗାନିସ୍ଥାନ କେମିତି ପାଲଟିଗଲା ପରମଶତ୍ରୁ ?

ନୂଆଦିଲ୍ଲୀ: ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ପଡୋଶୀ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ  ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି ।

୧୫  ଅଗଷ୍ଟ ୨୦୨୧: ଯେଉଁ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କଲା ।  ସେହି ସମୟରେ ତାଲିବାନର କାବୁଲ କବଜାକୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପ୍ରଥମେ ସ୍ୱାଗତ କରିଥିଲା । ତତ୍କାଳୀନ ଇମ୍ରାନ ସରକାର ତାଲିବାନ ସୈନ୍ୟମାନଙ୍କୁ ପାକିସ୍ତାନର ବନ୍ଧୁ ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସେହି ପାକିସ୍ତାନ ନିଜର ସେହି ବନ୍ଧୁକୁ ପରମ ଶତ୍ରୁ ବୋଲି କହିବାକୁ ପଛାଉନି। ୧୫  ଅଗଷ୍ଟ ୨୦୨୧ ଯେଉଁ ଦିନ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କଲା । ସେହି ସମୟରେ ତାଲିବାନର କାବୁଲ କବଜାକୁ ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପ୍ରଥମେ ସ୍ୱାଗତ କରିଥିଲା । ତତ୍କାଳୀନ ଇମ୍ରାନ ସରକାର ତାଲିବାନ ସୈନ୍ୟମାନଙ୍କୁ ପାକିସ୍ତାନର ବନ୍ଧୁ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ସେହି ପାକିସ୍ତାନ ନିଜର ସେହି ବନ୍ଧୁକୁ ପରମ ଶତ୍ରୁ ବୋଲି କହିବାକୁ ପଛାଉନି ।

ପାକିସ୍ତାନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣରେ ୬୦%ଏବଂ ଆତ୍ମଘାତୀ ବିସ୍ଫୋରଣରେ ୫୦୦% ବୃଦ୍ଧି ଘଟିଛି । କେବଳ ଏତିକି ନୁହେଁ, ଆତଙ୍କବାଦ ପାଇଁ ନିଜର ଭୂମି ବ୍ୟବହାର ବନ୍ଦ କରିବାରେ କାବୁଲଙ୍କ ବିଫଳତାକୁ ନେଇ କାକର ଦୁଃଖ ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କାକର  ଏହା ମଧ୍ୟ ଦାବି କରିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ ଆଫଗାନିସ୍ତାନ ଛାଡିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଅସ୍ତ୍ର ବର୍ତ୍ତମାନ  ବ୍ୟବହାର କରୁଛନ୍ତି।

ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର କହିଛନ୍ତି ଯେ ଅଗଷ୍ଟ ୨୦୨୧ ରେ ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ଗଠନ ପରେ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମର ସମ୍ପୂର୍ଣ୍ଣ ଆଶା ଥିଲା  । କିନ୍ତୁ ଫଳ ଆଶାନୁରୂପ ନହେଇ ବିପରୀତ ହେଲା । ପାକିସ୍ତାନ ବିରୋଧୀ ସଂଗଠନ ବିଶେଷ କରି ତେହେରିକ-ଇ-ତାଲିବାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାକର କହିଛନ୍ତି ।

ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ବାଙ୍ଗାଲୋର: ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୫ ଓ୍ବିକେଟରେ ହରାଇଲା ନ୍ୟୁଜିଲାଣ୍ଡ । ଗୁରୁବାର ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଆଜି ବେଙ୍ଗାଳୁରୁରେ ଖେଳାଯାଇଥିବା ଏହିହ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୧୭୧ ରନ କରିଥିଲା ଶ୍ରୀଲଙ୍କା। କୁଶଲ ପରେରା ଦଳ ପାଇଁ ସର୍ବାଧିକ ୫୧ରନ କରିଥିବାବେଲେ ମହେଶ ତୀକ୍ଷଣା ଦ୍ବିତୀୟ ସର୍ବାଧିକ ୩୯ ରନ କରିଥିଲେ । କିୱି ବୋଲର ଟ୍ରେଣ୍ଟ ବୋଲ୍ଟ  ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଲକି ଫର୍ଗୁସନ, ମିଚେଲ ସେଣ୍ଟନର, ରଚିନ ରବୀନ୍ଦ୍ର ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।

ଟିମ ସାଉଦିଙ୍କୁ ଗୋଟିଏ ୱିକେଟ ମିଳିଥିଲା । ୧୭୨ ରନର ବିଜୟ ଲକ୍ଷ୍ୟ ନେଇ ନ୍ୟୁଜିଲାଣ୍ଡ ଖେଳିବା ସହ ୨୩.୨ ଓଭରରେ ୫ ଓ୍ବିକେଟ ହରାଇ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ କନଓ୍ବେ ୪୫, ରବୀନ୍ଦ୍ର ୪୨ ଓ ମିଚେଲ ୪୩ ରନ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମେଥ୍ୟୁସ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ଟେଣ୍ଟ ବୋଲ୍ଟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଏହି ବିଜୟ ଫଳରେ ଦଳର ସେମିଫାଇନଲ ଆଶା ଏକପ୍ରକାର ଉଜ୍ଜ୍ବଳ ହୋଇଛି । ଆସନ୍ତାକାଲି ଦୁଇଟି ମ୍ୟାଚ ଥିବବେଳେ ପୁନେରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତା । ସେହିପରି ଇଡେନ ଗାର୍ଡେନରେ ହେବ ଅଷ୍ଟ୍ରେଲିଆ ବାଂଲାଦେଶ ମଧ୍ୟରେ ଟକ୍କର ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପାଇଁ ଏମଓୟୁ, ଖୋଲିବ ୯ଟି ନୂଆ ତାଲିମ ପାଠ୍ୟକ୍ରମ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟର ଯୁବକ ଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ କ୍ୟାମ୍ପସର ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଗୁରୁବାର ଦିନ ଭୁବନେଶ୍ୱରଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ। ଏଥିରେ ରହିଛି ହସ୍ପିଟାଲିଟି – ଫୁଡ୍ ଆଣ୍ଡ ବେଭେରେଜ୍ ଅପରେସନସ୍, ହସ୍ପିଟାଲିଟି – ହୋଟେଲ ଅପରେସନସ୍, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ଆଦି ବିଷୟ।

ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଆଇଟିଇଇଏସ୍ ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଲାଗି ରାଜ୍ୟ ସରକାର ଏମଓୟୁ କରିଛନ୍ତି।

‘‘ମହାରାଷ୍ଟ୍ର ପରେ ଓଡ଼ିଶା ଆଜି ଶିଳ୍ପ ବିକାଶ କ୍ଷେତ୍ରରେ ଭାରତର ଦ୍ୱିତୀୟ ରାଜ୍ୟ ଭାବେ ପରିଚିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ତଥା ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ଛଡ଼ା ଓଡ଼ିଶାର ତାଲିମପ୍ରାପ୍ତ ଓ ଦକ୍ଷ ମାନବ ସମ୍ବଳ ଏହି ସଫଳତା ପଛର ଅନ୍ୟତମ କାରଣ। ‘ସ୍କିଲ୍ଡ ଇନ ଓଡ଼ିଶା’ ଆଜି ସାରା ଦେଶରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛି। ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ତାଲିମ ଦେଇ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଏହା ହୋଇଛି ଏକ ନୂଆ ବାଟ’’, କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ।

ଏହି ଅବସରରେ ଆଇଟିଇ ଏଜୁକେସନ ସର୍ଭିସେସର ସିଇଓ ଏବଂ ଅନ୍ୟ ସଦସ୍ୟମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ। ଛାତ୍ରଛାତ୍ରୀମାନଙ୍କ ତାଲିମ ଓ ଦକ୍ଷତା ବିକାଶରେ ଏହା କିପରି ବିଶେଷ ସହାୟକ ହେଉଛି ସେ ବିଷୟରେ ସେମାନେ ପ୍ରଶିକ୍ଷକମାନଙ୍କଠାରୁ ପଚାରି ବୁଝିଥିଲେ।

ଏମଓୟୁ ସ୍ୱାକ୍ଷର ବେଳେ ସୂଚନା ଓ ଲୋକସମ୍ପର୍କ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥୀ ଏସ୍, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଅତ୍ୟାଧୁନିକ ତଥା ଶିଳ୍ପ ଉପଯୋଗୀ ପାଠ୍ୟକ୍ରମ, ବିଶ୍ୱସ୍ତରୀୟ ଲାବୋରେଟୋରି, ୮୦ ପ୍ରତିଶତ ପ୍ରାକ୍ଟିକାଲ ତାଲିମ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜୀବନ କୌଶଳ ତାଲିମ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରମୁଖ ଆକର୍ଷଣ। ତେଣୁ ଏହାର ଦ୍ୱିତୀୟ କ୍ୟାମ୍ପସ ଏବେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ସମସାମୟିକ ଏବଂ ପ୍ରତିଯୋଗିତାମୂଳକ କରିବାରେ ଆଉ ଏକ ପାହାଚ ହେବ।

ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର। ‘ଫିନିସିଙ୍ଗ୍ ସ୍କୁଲ’ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି। ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି।

ହୃଦଘାତରେ ପ୍ରାଣ ହରାଇଲେ ଜଣାଶୁଣା ଅଭିନେତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ ଫିଲ୍ମଜଗତରୁ ଆସିଲା ଦୁଃଖ ଖବର । ଲଗାତର ଭାବେ ୪ଥର ହୃଦଘାତ ପରେ ପ୍ରାଣ ହରାଇଛନ୍ତି ବ୍ରାଜିଲର ଜଣାଶୁଣା ମଡେଲ ଓ ଅଭିନେତ୍ରୀ ଲୁଆନା ଆଣ୍ଡ୍ରାଡ୍ । ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୨୯ବର୍ଷ ବୟସ ହୋଇଥିଲା  ।ରିପୋର୍ଟ ମୁତାବକ ଅଭିନେତ୍ରୀ ଜଣଙ୍କ ଲୁଇମ ମେଡିକାଲରେ ବ୍ୟୁଇଟି ଲେପୋସେକସନ ସର୍ଜରୀ କରାଉଥିଲେ । ସର୍ଜରୀ ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଅପରେସନ ବନ୍ଦ କରିଦିଆଯାଇଥିଲା । ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଦୁର୍ଭାଗ୍ୟବଶତଃ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନହୋଇ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ବିହାର ବିଧାନସଭାରେ ଆଗତ ହେଲା ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍

ପାଟନା: ବିହାର ବିଧାନସଭାରେ ଆଗତ ହୋଇଛି ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ । ଏହି ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ୍ ମୁତାବକ ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ୨ ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ। ମୋଟ ୬୫ ପ୍ରତିଶତ ସଂରକ୍ଷଣ ରହିବ । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।

ମୋଟାମୋଟି ଭାବେ, ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସଂରକ୍ଷଣର ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ। ବିହାର ବିଧାନସଭାରେ ଜାତି ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ କ୍ୟାବିନେଟ ରାଜ୍ୟରେ ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ ଏବଂ ଆର୍ଥିକ ରୂପେ ଦୁର୍ବଳ ବିଭାଗ ପାଇଁ ସଂରକ୍ଷଣକୁ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା। ବିହାର ବିଧାନସଭାର ବର୍ତ୍ତମାନର ଅଧିବେଶନରେ ଏହା ଉପରେ ଏକ ବିଲ୍ ଅଣାଯିବ । ବିରୋଧୀ ଦଳ ବିଜେପି ମଧ୍ୟ ଏହି ବିଲ୍କୁ ସମର୍ଥନ ଜଣାଇଛି । ବର୍ତ୍ତମାନ ଏହି ବିଲ୍ ବିଧାନ ପରିଷଦରେ ରଖାଯିବ । ଏହା ପାସ୍ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନ ମଧ୍ୟରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ନଭେମ୍ବର ମାସରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୁଏ । କିନ୍ତୁ ଏଥର ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାରୁ ଶୀତ ଅଧିବେଶନ ଡିସେମ୍ବର ମାସରୁ ଆରମ୍ଭ ହେଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଉଥିବା ବେଳେ ତା’ପର ଦିନଠାରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ । ନୂଆ ସଂସଦ ଭବନରେ ବସିବ ଏହି ଅଧିବେଶନ । ଗତ ସେପ୍ଟେମ୍ବର ମାସରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ବସିଥିଲା।

ଭାରତୀୟ ଅର୍ଥନୀତି ଶକ୍ତିଶାଳୀ, ୬.୭ ପ୍ରତିଶତ ଅଭିବୃଦ୍ଧି ହାର ଅକ୍ଷୁର୍ଣ୍ଣ ରହିବ : ମୁଡି

ଦିଲ୍ଲୀ : ଗ୍ଲୋବାଲ ରେଟିଂ ଏଜେନ୍ସି (ମୁଡି ଇନଭେଷ୍ଟର୍ସ ସର୍ଭିସ) ୨୦୨୩ ବର୍ଷ ପାଇଁ ଭାରତର ଆର୍ଥିକ ଅଭିବୃଦ୍ଧି ହାର ଆକଳନକୁ ୬.୭ ପ୍ରତିଶତରେ ବଜାୟ ରଖିଛି । ମୁଡିଙ୍କ ବିଶ୍ୱାସ ଯେ ଦେଶରେ ପ୍ରବଳ ଘରୋଇ ଚାହିଦା ହେତୁ ନିକଟ ଭବିଷ୍ୟତରେ ଅଭିବୃଦ୍ଧିର ଗତି ଜାରି ରହିବ । ଜୁଲାଇ ତ୍ରୟମାସରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା । ମାର୍ଚ୍ଚ ମାସରେ ଏହା ୬.୧ ପ୍ରତିଶତ ଥିଲା | ମୁଡି କହିଛନ୍ତି ଯେ ଆମେ ଆଶା କରୁଛୁ ୨୦୨୩ରେ ଭାରତର ପ୍ରକୃତ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ପ୍ରାୟ ୬.୭ ପ୍ରତିଶତ, ୨୦୨୪ରେ ୬.୧ ପ୍ରତିଶତ ଏବଂ ୨୦୨୫ରେ ୬.୩ ପ୍ରତିଶତ ବୃଦ୍ଧି ପାଇବ। ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଅର୍ଥନୈତିକ ପୃଷ୍ଠଭୂମି ଯୋଗୁଁ ରପ୍ତାନି ଦୁର୍ବଳ ହୋଇପାରେ | ମୁଡି ଏହାର ‘ଗ୍ଲୋବାଲ୍ ମାକ୍ରୋକ୍ନୋମିକ୍ ଆଉଟଲୁକ୍ -୨୦୨୪-୨୫’ରେ କହିଛି ଯେ ଘରୋଇ ଚାହିଦା ସ୍ଥିର ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ଆଗକୁ ବଢାଉଛି । ଘରୋଇ ବ୍ୟବହାର, ଦ୍ରୁତ ପୁଞ୍ଜି ବ୍ୟୟ ଏବଂ ଦ୍ରୁତ ସେବା କ୍ଷେତ୍ରରେ କାର୍ଯ୍ୟକଳାପ ଯୋଗୁଁ ଦେଶର ଆର୍ଥିକ ଅଭିବୃଦ୍ଧି ଦୃଢ ହୋଇଛି । ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ, ମୁଡି ଏହାର ରିପୋର୍ଟରେ କହିଛନ୍ତି ଯେ ଏହା ଶକ୍ତିଶାଳୀ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ସଂଗ୍ରହ, ଯାନ ବିକ୍ରୟ ବୃଦ୍ଧି, ଗ୍ରାହକଙ୍କ ଆତ୍ମବିଶ୍ୱାସ ଏବଂ ଦୁଇ ଅଙ୍କ ବିଶିଷ୍ଟ ଋଣ ଅଭିବୃଦ୍ଧିରେ ପ୍ରତିଫଳିତ ହୋଇଛି । ବର୍ତ୍ତମାନର ପାର୍ବଣ ଋତୁରେ ଉପଭୋକ୍ତା ଚାହିଦା ଯୁଗ୍ମ ରହିବ | India's GDP soars to $3.75 trn in 2023: Finance minister

ତଥାପି, ଗ୍ରାମାଞ୍ଚଳର ଚାହିଦା, ଯାହା ପୁନରୁଦ୍ଧାରର ପ୍ରାରମ୍ଭିକ ଲକ୍ଷଣ ଦେଖାଉଛି, ଅଣମୌସୁମି ହେତୁ ଚିନ୍ତାର ବିଷୟ ପାଲଟିଛି | ଏହା ଫସଲ ଉତ୍ପାଦନ ଏବଂ କୃଷି ଆୟ ହ୍ରାସ କରିପାରେ | ମୁଡି କହିଛନ୍ତି ଯେ ଅଗଷ୍ଟରେ ୪.୮ ପ୍ରତିଶତରୁ ମୂଳ ମୁଦ୍ରାସ୍ଫୀତି ୪.୫% କୁ ହ୍ରାସ ପାଇଛି, କିନ୍ତୁ ଅଣମୌସୁମି ପାଗ ଏବଂ ଭୌଗଳିକ ଅନିଶ୍ଚିତତା ମଧ୍ୟରେ ଖାଦ୍ୟ ଏବଂ ଶକ୍ତି ମୂଲ୍ୟରେ ସମ୍ଭାବ୍ୟ ବୃଦ୍ଧି ଗ୍ରାହକ ମୂଲ୍ୟ ସୂଚକାଙ୍କରେ ବୃଦ୍ଧି ଘଟାଇପାରେ। ରିଜର୍ଭ ବ୍ୟାଙ୍କ ବିପଦକୁ ନେଇ ଏକ ସତର୍କତା ଅବଲମ୍ବନ କରିବ। ଏପ୍ରିଲ୍-ଜୁନ୍ ତ୍ରୟମାସରେ ମାସରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା । ପ୍ରଥମ ତ୍ରୟମାସ ପାଇଁ ରିଜର୍ଭ ବ୍ୟାଙ୍କର ୮ ପ୍ରତିଶତ ଅଭିବୃଦ୍ଧି ହାରର ଆକଳନଠାରୁ ଏହି ସଂଖ୍ୟା କମ୍ ଥିଲା, କିନ୍ତୁ ସମସ୍ତ ପ୍ରମୁଖ ଅର୍ଥନୀତି ତୁଳନାରେ ଏହା ସର୍ବାଧିକ ଥିଲା । ଏହାପୂର୍ବରୁ, ମାର୍ଚ୍ଚ ୨୦୨୨ ତ୍ରୟମାସରେ ଭାରତୀୟ ଅର୍ଥନୀତି ୬.୧ ପ୍ରତିଶତ ଅଭିବୃଦ୍ଧି ପଞ୍ଜିକୃତ କରିଥିଲା । ରିଜର୍ଭ ବ୍ୟାଙ୍କ ଆକଳନ କରିଛି ଯେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଗତି ବର୍ଷର ଶେଷ ତ୍ରୟମାସିକରେ ଅର୍ଥାତ ଅକ୍ଟୋବରରୁ ଡିସେମ୍ବର 2୨୦୨୩ ମଧ୍ୟରେ ୬ ପ୍ରତିଶତ ହୋଇପାରେ।