spot_img
Home Blog Page 2654

ପାରିବାରିକ କଳହରୁ ବୀଭତ୍ସ ହତ୍ୟା, ନାତିକୁ ବର୍ଚ୍ଛାରେ ଭୁସି ହତ୍ୟା କଲା ଅଜା

ନୂଆପଡା : ପାରିବାରିକ କଳହରୁ ବୀଭତ୍ସ ହତ୍ୟା । ନାତିକୁ ବର୍ଚ୍ଛାରେ ଭୁସି ହତ୍ୟା କଲା ଅଜା । ନୂଆପଡା ଜିଲ୍ଲା କୋମନା ଥାନା କ୍ରୀଷ୍ଣା ଗାଁରେ ଘଟିଛି ଅଭାବନୀୟ ଘଟଣା । ମୃତକ ୨୧ ବର୍ଷୀୟ ନାତି ଦୁଷ୍ମନ୍ତ ହଂସ । ଅଭିଯୋଗ ଅନୁସାରେ ଦୁଷ୍ମନ୍ତ ଓ ଅଭିଯୁକ୍ତ ଅଜା ଯଦୁମଣିଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା ।

ନିଶାସକ୍ତ ଅବସ୍ଥାରେ ଯଦୁମଣି ଦୁଷ୍ମନ୍ତଙ୍କୁ ବର୍ଚ୍ଛାରେ ଆକ୍ରମଣ କରିଥିଲା । ଦୁଷ୍ମନ୍ତଙ୍କୁ ଗୁରୁତର ଅବସ୍ଥାରେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଷ୍ମନ୍ତଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ଅଜାକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆଜି ଆଉ ୨ ଜିଲ୍ଲାରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା

ପୁରୀ : ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ଐତିହାସିକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ଭଦ୍ରକରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ଆଜି ଆଉ ଦୁଇ ଜିଲ୍ଲାର ଗାଁ ଗାଁରେ ବିକାଶର ନୂଆ ଅଧ୍ୟାୟ ଲେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପୁରୀ ଓ ନୟାଗଡ଼ରେ ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା । ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କାରେ ୪ ହଜାର ୧୩୦ଟି ପ୍ରକଳ୍ପ ଏବଂ ନୟାଗଡ଼ ଜିଲ୍ଲାରେ ୯୬ କୋଟି ଟଙ୍କାରେ ୨ହଜାର ୯୨୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ମାଧ୍ୟମରେ ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟରେ ୩ ହଜାର ୩୯୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତି ପଞ୍ଚାୟତର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଥିବାବେଳେ ୯୦ ହଜାର ୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

ଆମ ଓଡିଶା ନବୀନ ଓଡିଶା ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟସ୍ଥଳରୀ ସଂରକ୍ଷଣ କରିବ । ଡିଜିଟାଲ ଭିତ୍ତିଭୂମି, ବିଜ୍ଞାନକେନ୍ଦ୍ର, ଦକ୍ଷତା ବିକାଶ, ବ୍ୟାଙ୍କିଂ ଆଦି କ୍ଷେତ୍ରକୁ ବିକଶିତ କରି ସବୁ ବର୍ଗଙ୍କ ପାଇଁ ଅମାପ ସୁଯୋଗ ସୃଷ୍ଟି କରିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ଓ ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ବଳ କରିବ । ନବୀନ କହିଛନ୍ତି, ଆମ ଓଡ଼ିଶା ନବୀନ ଓଡ଼ିଶା ଦ୍ବାରା ଗାଁ ହେବ ସଶକ୍ତ ଓଡିଶାର ପ୍ରତିଛବି ।

କ୍ରିକେଟ ବିଶ୍ବକପ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ

ନୂଆଦିଲ୍ଲୀ :  କ୍ରିକେଟ ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଅପରାହ୍ଣ ୨ଟାରେ ବିଶ୍ବକପର ଏହି ୧୧ ତମ ମ୍ୟାଚରେ ପରସ୍ପରକୁ ଭେଟିବେ ଉଭୟ ଟିମ୍ । ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ପାଇସାରିଥିବାବେଳେ ବାଂଲାଦେଶ ଦୁଇଟି ମ୍ୟାଚରୁ ଗୋଟିଏରେ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ଉଦଘାଟନୀ ମ୍ୟାଚରେ ଇଂଲଣ୍ଡକୁ ୮୨ ରନରେ ହରାଇଥିବେଳେ ଷଷ୍ଠ ମ୍ୟାଚରେ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାସ୍ତ କରିଥିଲା ।

ସେହିପରି ତୃତୀୟ ମ୍ୟାଚରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ହରାଇଛି ବାଂଲାଦେଶ । ତେବେ ସପ୍ତମ ମ୍ୟାଚରେ ଇଂଲଣ୍ଡ ଠାରୁ ୧୩୭ ରନରେ ହାରିଥିଲା । ତେଣୁ ଆଜିର ମ୍ୟାଚ ଜିତିବାକୁ ଭରପୁର ଚେଷ୍ଟା କରିବ ବାଂଲାଦେଶ । ସେପଟେ ଗତକାଲି ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ । ଲକ୍ଷ୍ମୌରେ ଖେଳାଯାଇଥିବା ୧୦ ମ୍ୟାଚରେ କଙ୍ଗାରୁ ଦଳକୁ ୧୩୪ ରନରେ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା । ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ପାଇଁ ଅଡୁଆ ବଢିଛି ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟି କରି ଅଷ୍ଟ୍ରେଲିଆ ଆଗରେ ୩୧୨ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦଳ ପକ୍ଷରୁ କ୍ବଣ୍ଟନ ଡିକକ୍ ଶତକୀୟ ପାଳି ଖେଳିଥିଲେ । ତେବେ ଜବାବରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟଟର ସାମ୍ନା କରି ୪୦.୫ ଓଭରରେ ୧୭୭ ରନ କରିବାରେ ସକ୍ଷମ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବଡା ସର୍ବାଧିକ ୩ଟି ଓ୍ବିକେଟ ହାସଲ କରିଥିଲେ ।

ଖରା ଓ ଗୁଳଗୁଳିରେ ସିଝୁଛି ଓଡ଼ିଶା, ପ୍ରତିଦିନ ସ୍ବାଭବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରା

ଭୁବନେଶ୍ୱର : ଖରା ଓ ଗୁଳଗୁଳିରେ ସିଝୁଛି ଓଡ଼ିଶା । ପ୍ରତିଦିନ ବଢୁଛି ପାରା । ସ୍ବାଭବିକ ଠାରୁ ୩ରୁ ୪ ଡିଗ୍ରୀ ଉପରେ ପାରଦ ଥିବା ବେଳେ ଉପକୂଳରେ କଲବଲ କରୁଛି ତାତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ଦିନ ୧୧ ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା କହିଛି ପାଣିପାଗ ବିଭାଗ ।

ଏବେ ଭୁବନେଶ୍ବରରେ ୬୦ ପ୍ରତିଶତ ଆର୍ଦ୍ରତା ରହିଛି । ତାପମାତ୍ରା ଓ ଆର୍ଦ୍ରତା ମିଶି ୩୮ ଡିଗ୍ରୀ ପାଖାପାଖି ତାତି ଅନୁଭବ ହେଉଛି । ୨୧ ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ମେଘମୁକ୍ତ ଆକାଶ ଓ ଶୁଷ୍କ ବାୟୁ ପ୍ରବାହ ପାଇଁ ବଦଳିଛି ପାଗର ମିଜାଜ । ଅକ୍ଟୋବର ଶେଷ ମଧ୍ୟରେ ଓଡିଶାରେ ଶୀତ ପଡିବନି । ଆଜି ଓଡିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଛି ।

ଆଜି ବି ମନରୁ ଲିଭିନି ଫାଇଲିନର ଦୁଖଃଦ ଚିତ୍ର, ଭୟଙ୍କର ବାତ୍ୟାକୁ ପୁରିଲା ୧୦ ବର୍ଷ

ଭୁବନେଶ୍ୱର : ଆଜିବି ପାଇଲିନ୍ ବାତ୍ୟା ମନେ ପଡିଲେ ଭୟ ଓ ଆତଙ୍କରେ ଶିହରୀ ଉଠୁଛି ଶରିର । ମନରୁ ଲିଭୁନି ବାତ୍ୟା ଦୁଖଃଦ ଚିତ୍ର । ସେହି ଭୟଙ୍କର ବାତ୍ୟାକୁ ଆଜି ପୁରିଛି ୧୦ ବର୍ଷ । ୨୦୧୩ ମସିହା ଅକ୍ଟୋବର ୧୩ ତାରିଖ , ଆଜିର ଦିନ । ୧୯୯୯ ମହାବାତ୍ୟା ପରେ ସବୁଠାରୁ ବଡ଼ ବାତ୍ୟାର ସମ୍ମୁଖିନ ହୋଇଥିଲା ଓଡ଼ିଶା । ଅକ୍ଟୋବର ୧୨ ତାରିଖରେ ସ୍ଥଳଭାଗ ଛୁଇଁଥିଲା ଭୟଙ୍କର ବାତ୍ୟା ଫାଇଲିନ ।

ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ କରିଥିଲା ଲ୍ୟାଣ୍ଡଫଲ । ସ୍ଥଳଭାଗ ଛୁଇଁଲା ବେଳକୁ ଘଣ୍ଟାପ୍ରତି ପବନର ବେଗ ଥିଲା ପାଖାପାଖି ୨୨୦ କିଲୋମିଟର । ବାତ୍ୟାରେ ଅଧିକ କ୍ଷତି ସହିଥିଲା ଗଞ୍ଜମ ଜିଲ୍ଲା । ଜିଲ୍ଲାର ପ୍ରାୟ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସହ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାର ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସରକାରଙ୍କ ମିଶନ ଜିରୋ କାଜୁଆଲଟି ପାଇଁ ବଡ଼ ଅଘଟଣରୁ ବର୍ତ୍ତିଥିଲା ଓଡ଼ିଶା ।

ଓଡ଼ିଶା ଇତିହାସରେ ଫାଇଲିନ ବାତ୍ୟା, ରାଜ୍ୟର ବିପର୍ଯ୍ୟୟ ମୁକାବିଲା ପରିଚାଳନାରେ ଏକ ମାଇଲ ଖୁଣ୍ଟ ହୋଇ ରହିଛି । ରାଜ୍ୟ ସରକାର ଆଗୁଆ ସତର୍କ ରହିବା ଯୋଗୁଁ ହଜାର ହଜାର ଲୋକଙ୍କ ଜୀବନ ବଞ୍ଚିଯାଇପାରିଥିଲା । ଯେଉଁଥି ପାଇଁ ବିଶ୍ବରେ ପ୍ରଶଂସିତ ହୋଇଥିଲା ଓଡ଼ିଶା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲା ଜାତି ସଂଘ ।

ଆରମ୍ଭ ହେଲା ଅପରେସନ୍ ଅଜୟ, ସ୍ବଦେଶ ଫେରୁଛନ୍ତି ଇସ୍ରାଏଲରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ : ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ । ଅପରେସନ ଅଜୟରେ ୨୧୨ ଜଣ ଭାରତୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ ଭାରତୀୟଙ୍କୁ ନେଇ ବିମାନ ବାହାରିଥିଲା ।

ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି ।

ସେପଟେ ପରସ୍ପରର ବିଧ୍ବଂସୀ ମିସାଇଲ ମାଡ଼ରେ ଛାରଖାର ହେଉଛି ଇସ୍ରାଏଲ ଓ ଗାଜା । ରାସ୍ତାରେ ବୋହୁଛି ରକ୍ତର ନଦୀ । ମୃତ୍ୟୁ ମୁହଁରେ ଥିବା ମଣିଷର ଆର୍ତ୍ତ ଚିତ୍କାରରେ କମ୍ପି ଉଠୁଛି ପରିବେଶ । ଲହୁ ଲୁହ ପୋଛି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଉଭୟ ଦେଶବାସୀ । ଏଭଳି ଦୁଃଖଦ ସମୟରେ ଯୁଦ୍ଧଭୂଇଁରୁ ଆସୁଛି ବିଭୀଷିକାର ଭୟଙ୍କର ଚିତ୍ର । ଏବେ ଗାଜା ଷ୍ଟ୍ରିପରେ ଖାଲି ନାହିଁ ଶବ ସଂରକ୍ଷଣ ଗୃହର କୋଠରୀ । ଉଭୟ ଦେଶରେ ୪ ହଜାର ଟପି ସାରିଲାଣି ମୃତ୍ୟୁସଂଖ୍ୟା । ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଯୁଦ୍ଧକାଳୀନ ସ୍ଥିତିର ମୁକବିଲା ଲାଗି ନେତାନ୍ୟାହୁ ଗଠନ କରିଛନ୍ତି ଓ୍ବାର କ୍ୟାବିନେଟ ।

ଇସ୍ରାଏଲ ଓ ହମାସ୍ ଆକ୍ରମଣରେ ସରକାରଙ୍କ ଦ୍ୱାରା ପ୍ରକାଶିତ ହେଲା ନିଖୋଜ ବିଦେଶୀ ନାଗରିକଙ୍କ ତାଲିକା

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ ଦ୍ୱାରା ସାରା ବିଶ୍ୱରେ ନାଗରିକମାନେ ପ୍ରଭାବିତ ହୋଇଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ୪୪ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି, ୧୫୦ ରୁ ଅଧିକ ବିଦେଶୀ ନିଖୋଜ ଅଛନ୍ତି, ବିଶେଷ କଥା ହେଉଛି ଭାରତର ୩ଜଣ ନାଗରିକ ମଧ୍ୟ ନିଖୋଜ ଅଛନ୍ତି | ସମସ୍ତ ନିଖୋଜ ବିଦେଶୀ ନାଗରିକଙ୍କୁ ଖୋଜିବା ପାଇଁ ଇସ୍ରାଏଲ୍ ସରକାର ଉଦ୍ୟମ ଜାରି ରଖିଛନ୍ତି । ହମାସ୍ ଏବଂ ଏହାର ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି ଏବଂ ବିଦେଶୀ ନାଗରିକଙ୍କୁ ମଧ୍ୟ ଛାଡ଼ୁ ନାହାଁନ୍ତି । ଶନିବାର ଠାରୁ ଚାଲିଆସୁଥିବା ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ବିଶ୍ୱର ଅନେକ ନାଗରିକଙ୍କର ମୃତ୍ୟୁ ଘଟିଛି, ଅନୁସନ୍ଧାନ କରିବାକୁ ଚେଷ୍ଟା କରାଯାଉଥିବା ତିନି ଜଣ ଭାରତୀୟ ନାଗରିକଙ୍କ ସମେତ ପ୍ରାୟ ୧୫୦ ଜଣ ବିଦେଶୀ ନିଖୋଜ ଅଛନ୍ତି । ଶନିବାର ସକାଳେ ହାମାସ ଇସ୍ରାଏଲ ଉପରେ ଦ୍ରୁତ ଆକ୍ରମଣ କରିଥିଲା, ଘାଜାରୁ ଗୁଳି ଚଳାଇଥିବା ରକେଟ୍ ସଂଖ୍ୟା ଏତେ ଅଧିକ ଥିଲା ଯେ ଇସ୍ରାଏଲର ବାୟୁ ବିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା ମଧ୍ୟ ଏକ ପ୍ରମୁଖ ବିଫଳତା ବୋଲି ପ୍ରମାଣିତ ହୋଇଛି ।

ଏହା ବ୍ୟତୀତ ହାମାସର ହତ୍ୟାକାରୀମାନେ ବାଡ ଭାଙ୍ଗି ଇସ୍ରାଏଲରେ ପ୍ରବେଶ କରି ଏକ ବଡ଼ ଧରଣର ହତ୍ୟାକାଣ୍ଡ ଘଟାଇଥିଲେ ଯେଉଁଥିରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା, ଆହତଙ୍କ ସଂଖ୍ୟା ମଧ୍ୟ ହଜାରେ। ବିଶେଷ କଥା ହେଉଛି ହାମାସର ଏହି ଆକ୍ରମଣରେ ୪୪ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ମଧ୍ୟ ନିଶ୍ଚିତ ହୋଇଛି, ଏହା ବ୍ୟତୀତ ୧୫୦ ରୁ ଅଧିକ ନିଖୋଜ ଥିବା ଜଣାଯାଇଛି, ଇସ୍ରାଏଲ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଖୋଜ ବିଦେଶୀମାନଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଅଛନ୍ତି | ନାଗରିକମାନେ ମଧ୍ୟ ଅନ୍ତର୍ଭୁକ୍ତ |

ଫ୍ରାନ୍ସ, ଆମେରିକା, ଋଷ ଏବଂ ଚୀନ୍‌ର ଅନେକ ନାଗରିକଙ୍କର ମୃତ୍ୟୁ ଘଟିଛି

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇସ୍ରାଏଲ୍ ସରକାର ଦେଇଥିବା ସୂଚନା ଅନୁଯାୟୀ ସମାନ ସଂଖ୍ୟା ନିଖୋଜ ଥିବା ସୂଚନା ମିଳିଛି। ବିଶେଷ କଥା ହେଉଛି ଯେ ଇସ୍ରାଏଲ-ହାମାସ ଯୁଦ୍ଧରେ ନିରପେକ୍ଷ ମନେ ହେଉଥିବା ଋଷରେ ସର୍ବାଧିକ ୧୬ ଜଣ ନିଖୋଜ ନାଗରିକ ଅଛନ୍ତି, ଏଠାରେ ୨ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି, ଚୀନ୍‌ର ୨ ନାଗରିକ ନିହତ ହୋଇଛନ୍ତି ଏବଂ ୩ ଜଣ ନିଖୋଜ ଅଛନ୍ତି।

‘ମୋ ସ୍କୁଲ ଅଭିଯାନ’ରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ହୋଇଛନ୍ତି ସାମିଲ

ଭୁବନେଶ୍ୱର : ‘ମୋ ସ୍କୁଲ’ ଅଭିଯାନ ଅଧୀନରେ ବିଦ୍ୟାଳୟର ଉନ୍ନତି ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକର ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ସାମାଜିକ ସମୀକ୍ଷା ସଫଳତାର ସହ ଶେଷ ହୋଇଛି । ପ୍ରତି ବ୍ଲକ୍‌ରୁ ଗୋଟିଏ ଲେଖାଏଁ ବିଦ୍ୟାଳୟ ଏବଂ ୫ ଲକ୍ଷରୁ ଅଧିକ ଟଙ୍କାର ପ୍ରକଳ୍ପ କରାଯାଇଥିବା ୯୨୬ଟି ବିଦ୍ୟାଳୟରେ ଏହି ସମୀକ୍ଷା ସଫଳ ହୋଇଛି । ଏହାପରେ ପ୍ରତି ମାସରେ ମୋ ସ୍କୁଲ ପ୍ରକଳ୍ପ ଶେଷ ହେଇଥିବା ୧୦୦୦ଟି ଉଚ୍ଚ ବିଦ୍ୟାଳୟରେ ସାମାଜିକ ସମୀକ୍ଷା କରାଯିବ । ‘ମୋ ସ୍କୁଲ’ର ସାମାଜିକ ସମୀକ୍ଷକ ଭାବେ ପ୍ରକଳ୍ପର ଅଂଶୀଦାର, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଇଓ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ/ଏବିଇଓ/ସିଆର୍‌ସିସି ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟରେ କରାଯାଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ଙ୍କ ଅଧ୍ୟକ୍ଷତାରେ ଲୋକସେବା-ଭବନଠାରେ ‘ମୋ ସ୍କୁଲ ଅଭିଯାନ’ର ୪୩ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।Mo School

ଏହାସହ ବୈଠକରେ ଅନେକ କାର୍ଯ୍ୟକ୍ରମ ଓ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଉଚ୍ଚ ବିଦ୍ୟାଳୟର ଉତ୍ତମ ପରିଚାଳନା ସହ ଶୈକ୍ଷିକ ବିକାଶ ପାଇଁ ଚଳିତ ମାସରୁ ବ୍ଲକ୍‌ସ୍ତରୀୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ ଆରମ୍ଭ ହୋଇଛି । ପ୍ରଥମ ମାସରେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉକ୍ତ ବ୍ଲକ୍‌ର ସମସ୍ତ ପ୍ରଧାନଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ- ସ୍କୁଲ କ୍ଲବ୍‌, ହାଉସ୍ ସିଷ୍ଟମ୍‌ର ପରିଚାଳନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ସୁରକ୍ଷା ଓ ରକ୍ଷଣାବେକ୍ଷଣ  ସହ ବିଦ୍ୟାଳୟର ଶୈକ୍ଷିକ ବିକାଶ ଦିଗରେ ଆଲୋଚନା କରିଥିଲେ । ଏହି  ବୈଠକରେ ବିଭିନ୍ନ ବ୍ଲକରେ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପ୍ରଧାନଶିକ୍ଷକଙ୍କୁ ଶୈକ୍ଷିକ ବିକାଶ ଦିଗରେ ଦିଗଦର୍ଶନ ଦେଇଥିଲେ । ବୈଠକର ବିବରଣୀ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପ୍ରଦାନ କରାଯାଇଥିଲା । ବୈଠକରେ କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷା, ବିଭାଗୀୟ ସଚିବ ଶ୍ରୀମତୀ ଅଶ୍ୱଥୀ ଏସ୍ ଆଗାମୀ ଦିନରେ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।

ବର୍ତ୍ତମାନ ସୁଦ୍ଧା ‘ମୋ ସ୍କୁଲ ଅଭିଯାନ’ ଅଧୀନରେ ୮ ଲକ୍ଷ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ନିଜ ବିଦ୍ୟାଳୟ ବିଦ୍ୟାଳୟ ବିକାଶ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଗତ ଏକ ମାସରେ ୧୨ ହଜାରରୁ ଉର୍ଦ୍ଧ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ ସହ ସାମିଲ୍ ହୋଇ ବିଦ୍ୟାଳୟର ଉନ୍ନତି ପାଇଁ ୫କୋଟି ୪୮ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ସହ ‘ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଦୁଇଗୁଣା ସହାୟତା ରାଶିକୁ ମିଶାଇ ମୋଟ ୧୬କୋଟି ୪୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାରେ ୯୨୬ ଟି ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଜଗତସିଂହପୁର ଜିଲ୍ଲା ସର୍ବାଧିକ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛି । ସେହିପରି ବାଲେଶ୍ୱରରୁ ୬୬ଲକ୍ଷ, ବଲାଙ୍ଗୀରରୁ ୪୧ଲକ୍ଷ, ଭଦ୍ରକରୁ ୨୯ଲକ୍ଷ ଓ ଗଞ୍ଜାମରୁ ୬୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ଗ୍ରହଣ କରାଯାଇଛି । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଇଂରାଜୀ ଭାଷାର ଦକ୍ଷତା ବୃଦ୍ଧି କରିବାକୁ ‘ମୋ ସ୍କୁଲ’ ଅଭିଯାନ ଓ ଜଲ୍ଲି ଫ୍ୟୁଚର ଫାଉଣ୍ଡେସନର ସହଭାଗିତାକୁ ନେଇ ବୈଠକ ଅନୁମୋଦନ । ଏହି ସହଭାଗିତାରେ ଭୁବନେଶ୍ୱରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଇଂରାଜୀ ଭାଷାରେ ଦକ୍ଷତାକୁ ସୁଦୃଢ଼ କରିବାକୁ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି । ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆୟୋଜିତ ହେବ ଶିଶୁ ମହୋତ୍ସବ ‘ସୁରଭି’ ।

ଚଳିତ ବର୍ଷ ‘ମୋ ସ୍କୁଲ’ ପକ୍ଷରୁ ସୁରଭିରେ ‘ଆକାଂକ୍ଷୀ ପାଭିଲିୟନ୍‌’ କରାଯିବ । ଏନେଇ କାର୍ଯ୍ୟନିର୍ବାହୀ ପରିଷଦ ମଞ୍ଜୁରି ଦେଇଛନ୍ତି । ଏହି ପାଭିଲିୟନ୍‌ରେ ‘ଛାତ୍ରଛାତ୍ରୀ ବାଇସ୍କୋପ୍‌’ ନିର୍ମାଣ କରାଯିବ । ବାଇସ୍କୋପ୍‌ରେ ୪ଟି ଲେନ୍ସରେ ୪ଟି କ୍ଲବ୍ ‘କ୍ରୀଡ଼ାଙ୍ଗନ’, ‘ସାହିତ୍ୟ ସୃଜନୀ’, ‘ଜିଜ୍ଞାସା’ ଓ ‘କୌଶଳୀ’କୁ ପ୍ରଦର୍ଶିତ କରାଯିବ । ବିଦ୍ୟାଳୟରେ କିଭଳି ଛାତ୍ରଛାତ୍ରୀ ଏହି କ୍ଲବ୍ ମାଧ୍ୟମରେ ଆକାଂକ୍ଷୀ ପାଠ୍ୟକ୍ରମ ପଢ଼ିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ତାହାକୁ ଉପସ୍ଥାପିତ କରାଯିବ । ଏହି କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ପରିଷଦର ସଦସ୍ୟ ତଥା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ଦାସ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର, ସ୍ୱତନ୍ତ୍ର ସଚିବ ତଥା ବିତ୍ତ ଅଧିକାରୀ ଶ୍ରୀ ରତିକାନ୍ତ ମହାପାତ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ମହାପାତ୍ର, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗେବଷଣା ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି)ର ନିର୍ଦ୍ଦେଶକ ଶ୍ରୀ ମନୋଜ ପାଢ଼ୀ, ‘ମୋ ସ୍କୁଲ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମରଜିତ ଜେନା, ଓସେପାର ବିତ୍ତ ପରାମର୍ଶଦାତା ଶ୍ରୀମତୀ ସୁଦେଷ୍ଣା କର , ‘ମୋ ସ୍କୁଲ’ର ଭାରପ୍ରାପ୍ତ ଅଧିକାରୀ  ଡ. ମଣିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ମିଳିଲା ଅନୁଦାନ

ଝାରସୁଗୁଡ଼ା : କଥା ଦେଇ କଥା ରଖିଲେ 5ଟି ସଚିବ। ମନ୍ଦିର ଉନ୍ନତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିର ଦୁଇ ମାସ ନପୁରୁଣୁ ଜଙ୍ଗାଦେଓ ବଡ଼ଦେଓ ମନ୍ଦିର ଉନ୍ନତିକରଣ ପାଇଁ ଅନୁଦାନ ଆସିଛି ପ୍ରାୟ ଏକ କୋଟି ଟଙ୍କା। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣ୍ଡ ସମାଜ ବାସୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଝାରସୁଗୁଡା ଜିଲ୍ଲା ଗସ୍ତରେ ଗତ ଅଗଷ୍ଟ 20 ତାରିଖରେ ଆସିଥିଲେ 5ଟି ସଚିବ।  ଲଇକେରା ମୟରୁଡିମା ସ୍ଥିତ ଜଙ୍ଗାଦେଓ ବଡ଼ଦେଓ ମନ୍ଦିରକୁ ଯିବା ସହିତ ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଖୁବ ଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ମନ୍ଦିର ପାଇଁ ଭଲ ଖବର ଘୋଷଣା କରିବେ ବୋଲି ଜଣାଇଥିଲେ। ମନ୍ଦିରର ଉନ୍ନତିକରଣ ତଥା ପୁନରୁଦ୍ଧାର ପାଇଁ ୯୯ଲକ୍ଷ ୫୬ହଜାର ଟଙ୍କା ଅନୁଦାନ ପ୍ରଦାନକରିଛନ୍ତି l5T Secretary Visits Nayagarh, Reviews Ongoing Development Projects | Odisha

ଷଡବଂଶୀ ଗଣ୍ଡ ସମାଜ ପକ୍ଷରୁ ଆଜି ଝାରସୁଗୁଡାରେ ଅନୁଷ୍ଠିତ ହୋଇଥିବା ଏହି ଧନ୍ୟବାଦ ଜ୍ଞାପନ କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଏବଂ ଗଣ୍ଡ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l

ଓଡିଶା ଆର୍ଥ୍ରାଇଟିସ ଓ ରୁମାଟୋଲୋଜି ସେଣ୍ଟର” ପକ୍ଷରୁ ବିଶ୍ବ ଆଣ୍ଠୁ ଗଣ୍ଠିବାତ ଦିବସ ପାଳିତ

ନନ୍ଦିଘୋଷ ବ୍ୟୁରୋ : ଆଜି ହେଉଛି ବିଶ୍ବ ଆଣ୍ଠୁ ଗଣ୍ଠିବାତ ଦିବସ । ଓଡିଶା ଆର୍ଥ୍ରାଇଟିସ ଓ ରୁମାଟୋଲୋଜି ସେଣ୍ଟର” ଗଣ୍ଠିବାତ ଓ ରୁମାଟୋଲୋଜି ପକ୍ଷରୁ ଏହି ଦିବସ ପାଳନ ହୋଇଛି । ଏହି ରୋଗ ଛୋଟପିଲା ଠାରୁ ବୃଦ୍ଧାବସ୍ଥା ପଯ୍ୟନ୍ତ ଯେ କୌଣସି ବୟସରେ ଦେଖାଯାଇପାରେ । ଠିକ୍‌ ସମୟରେ ଚିକିତ୍ସା ନକଲେ ଅଧକ ଯନ୍ତ୍ରଣାଦାୟକ ହୋଇଥାଏ । ଏପରିକି ବିକଳାଙ୍ଗତା ବା ଅକର୍ମଣ୍ୟତା ସୃଷ୍ଟିକରେ । ଗଣ୍ଠିବାତ ରୋଗ ଓ ଏହାର ଚିକିତ୍ସା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ପାଇଁ ସମଗ୍ର ବିଶ୍ଵରେ ପ୍ରତ୍ୟେକ ବର୍ଷର ଅକ୍ଟୋବର ୧୨ ତାରିଖକୁ ବିଶ୍ଵ ଗଣ୍ଠି ବାତ ଦିବସ ଭାବରେ ପାଳନ କରାଯାଏ | ଆମ ରାଜ୍ୟରେ ଗଣ୍ଠିବାତ ରୋଗ ଚିକିତ୍ସା କ୍ଷେତ୍ଵରେ ସଚେତନତାର ଅଭାବ ହିଁ ମୁଖ୍ୟ କାରଣ । ଲୋକମାନଙ୍କ ମଧ୍ଯରେ ଉକ୍ତ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ “ ଏ ଓ୍ବାକ ଫୋର୍ ଆର୍ଥରାଇଟିସ୍’  ଏକ ସଚେତନତା ରାଲି   କରାଯାଇଛି ।

ରକ୍ତ ପରୀକ୍ଷା ଓ X-Ray କରାଇ କମ ସମୟରେ ଓ କମ ଖର୍ଚ୍ଚରେ ଦୁଃସାଧ୍ଯ ଗଣ୍ଠିବାତ ରୋଗର ଚିହ୍ନଟ ଓ ସଫଳ ଚିକିତ୍ସା ମଧ୍ଯ ଉପଲବ୍‌ଧ ହୋଇପାରୁଛି । ଗରିବ ରୋଗୀମାନଙ୍କୁ ସୁବିଧାରେ ଚିକିତ୍ସା ଯୋଗାଇଦେବା ପାଇଁ“ଓଡିଶା ଆର୍ଥରାଇଟିସ ଓ ରୁମାଟୋଲୋଜି ଫାଉଣ୍ଡେସନ୍‌ ଟ୍ରଷ୍ଟ”  ତରଫରୁ ପ୍ରତି ମାସର ପ୍ରଥମ “ଗୁରୁବାର” ଦିନ “ଏକ ଟଙ୍କା ଦେୟ- ଗଣ୍ଠି ବାତ ଚିକିତ୍ସା କରାଯାଉଛି ।