spot_img
Home Blog Page 2746

କଟକ ସହରରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ

କଟକ : କଟକ ସହରରେ ଧୁମଧାମରେ ପାଳନ ହେଲା ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ। ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକ ସହରରେ ବିଭିନ୍ନ ସାହି ମସଜିଦ କମିଟି ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା। କଟକ ସହର ଓ ଉପକଣ୍ଠ ଅଞ୍ଚଳର ପାଖାପାଖି ୫୫ ରୁ ୬୦ ଟି ସାହି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସମସ୍ତେ ନିଜ ନିଜ ସାହି ପରିକ୍ରମା କରିବା ପରେ ମାତମଠ ଛକ ଠାରେ ଏକାଠି ହୋଇଥିଲେ। ସେଠୁ ସମସ୍ତେ ଏକା ସହିତ ବାହାରି ବକ୍ସି ବଜାର, ସୂତାହାଟ ଦେଇ ପ୍ରଫେଟ ମହମ୍ମଦଙ୍କ ଥିବା ପାଦଚିହ୍ନ କଦମ ଏ ରସୁଲରେ ପହଞ୍ଚିଥିଲେ। ସେଠି ସାମୁହିକ ପ୍ରାର୍ଥନା କରାଯାଇଥିଲା। ସମସ୍ତେ ଏହି ଶୋଭାଯାତ୍ରାରେ ହାତରେ ଇସଲାମ ଧର୍ମର ପତାକା ଓ ତ୍ରିରଙ୍ଗା ଧରି ସାମିଲ ହୋଇଥିଲେ। ଏହା ସହ ଏଥିରେ ମସଜିଦ, ମକ୍କା ମଦିନାର ପ୍ରଜ୍ଞାପନ ମେଢ଼ ମଧ୍ୟ ସାମିଲ ହୋଇଥିଲା।Cuttack, the city of brotherhood, decks up for Eid celebration (Watch Video)

ଚଳିତ ବର୍ଷ ସୂତାହାଟ ମହଲ୍ଲା କମିଟି ପକ୍ଷରୁ ତ୍ରିରଙ୍ଗା ଥିମରେ ଶୋଭାଯାତ୍ରା ବାହାରିଥିଲା। ଏହା ସହ ସୂତାହାଟ ପକ୍ଷରୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଭାଇଚାରାର ସହରରେ ସମସ୍ତେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶାନ୍ତି, ପ୍ରେମ ଓ ସ୍ନେହର ବାର୍ତ୍ତା ଦେଇଥିଲେ। ସମସ୍ତେ ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣେଇଥିଲେ। ତେବେ ମହମ୍ମଦଙ୍କ ଜୟନ୍ତୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବେଶ ଆଡ଼ମ୍ବରର ସହ କଟକ ରେ ପାଳନ କରାଯାଇଛି ।  ହଜାର ହଜାର ମୁସଲମାନ ଭାଇ ଏହି ବଡ଼ ପର୍ବ ରେ ସାମିଲ ହୋଇଛନ୍ତି ।

ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: କଟକ ଯୋବ୍ରା ଆନିକଟରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ମହିଳା । ଅଗ୍ନିଶମ ବିଭାଗ ସହକାରୀ ଫାୟାର ଅଫିସର ସଂଜୀବ ବେହେରାଙ୍କ ନେତୃତ୍ୱରେ ମହିଳାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ଏସସିବି ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳା ଜଣକ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ମୁନ୍, ସନ୍ ପରେ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବ ଇସ୍ରୋ

ନୂଆଦିଲ୍ଲୀ: ମୁନ, ସନ ପରେ ଏବେ ଭେନସ ମିଶନ ।  ଶୁକ୍ର ଗ୍ରହକୁ ଅଭିଯାନ ଆରମ୍ଭ କରିବ ଇସ୍ରୋ । ପ୍ରଥମେ ଚନ୍ଦ୍ର ମିଶନ ଓ ପରେ ସୂର୍ଯ୍ୟ ମିଶନ ଏବେ ଶୁକ୍ର ଅଭିଯାନ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚଳାଇଛି ଇସ୍ରୋ । ସୌର ଜଗତର ସବୁଠାରୁ ଉଜ୍ଜ୍ବଳତମ ଗ୍ରହକୁ ସ୍ପେସ କ୍ରାଫ୍ଟ ପଠାଯିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟା ଏସ. ସୋମନାଥ ।

ଶୁକ୍ରକୁ ପଠାଯିବାକୁ ଥିବା ପେଲୋଡ ଗୁଡିକୁ ଇତି ମଧ୍ୟରେ ତିଆରି କରାଯାଇସାରିଛି । ଶୁକ୍ରର ଜଳବାୟୁ ଓ ତାହାର ପୃଷ୍ଠଦେଶ ସମ୍ପର୍କରେ ଗବେଷଣା ଇସ୍ରୋର ପ୍ରାଥମିକ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ଏହି ଅଭିଯାନକୁ ଶୁକ୍ରଯାନ କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣାଯାଇଛି- ଶୁକ୍ରଗ୍ରହର ପୃଷ୍ଠ ଦେଶ ଅତ୍ୟନ୍ତ ବହଳା ଏବଂ ଏସିଡରେ ପରିପୂର୍ଣ୍ଣ ।

ଶୁକ୍ରଗ୍ରହର ଜଳବାୟୁ ଜନିତ ଚାପ ପୃଥିବୀ ତୁଳନାରେ ଶହେ ଗୁଣ ଅଧିକ । ତେଣୁ ଶୁକ୍ର ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ । ସୋମନାଥ କହିଛନ୍ତି- ବର୍ତ୍ତମାନ ସୁଦ୍ଧା ଜଣାନାହିଁ ଶୁକ୍ରର ପୃଷ୍ଠଦେଶ କଠିନ ନା ନରମ । ଶୁକ୍ର ସମ୍ପର୍କରେ ତଥ୍ୟ ମିଳିଲେ ପୃଥିବୀର ଭବିଷ୍ୟତ ସମ୍ପର୍କରେ ବି ତଥ୍ୟ ମିଳିପାରିବ । ସେ ଆହୁରି କହିଛନ୍ତି ଆଉ ୧୦ ହଜାର ବର୍ଷ ପରେ ପୃଥିବୀର ବୈଶିଷ୍ଟ୍ୟରେ ପରିବର୍ତ୍ତନ ବି ଘଟିବା ସମ୍ଭାବନା ରହିଛି । ଅନେକ ବର୍ଷ ପୂର୍ବରୁ ବି ପୃଥିବୀ ବସବାସ ଯୋଗ୍ୟ ନଥିଲା । ଆସନ୍ତା ୨୦୩୦ ବେଳକୁ ନାସା ଓ ୟୁରୋପୀୟ ସ୍ପେସ ଏଜେନ୍ସି ଶୁକ୍ର ଅଭିଯାନ କରିବାକୁ ଯୋଜନା ରଖିଥିବାବେଳେ ସେମାନଙ୍କ ପରେ ଭାରତ ବି ଏହି ମିଶନରେ ସାମିଲ ହେବ । ପୂର୍ବରୁ ଭାରତ ୨୦୧୩ରେ ମଙ୍ଗଳ ମିଶନରେ ସଫଳ ହୋଇଥିଲା ଏବଂ ମଙ୍ଗଳ ଗ୍ରହର ଅନେକ ତଥ୍ୟ ଇସ୍ରୋ ପାଇବାକୁ ସକ୍ଷମ ହୋଇଥିଲା ।

ସକାଳେ ଚା’ ପିଇବା ବେଳେ ଯିଏ ଯାହା କହିଲେ ତାକୁ ଶୁଣି ବିରୋଧୀ ଗୃହରେ କହୁଛନ୍ତି: ଅରୁଣ ସାହୁ

ଭୁବନେଶ୍ବର: ବିରୋଧୀଙ୍କୁ ବିଧାୟକ ଅରୁଣ ସାହୁଙ୍କ କଡା ଜବାବ । ବିରୋଧୀଙ୍କର ମାନସିକ ସ୍ଥିତି ଠିକ୍ ନାହିଁ l ଦୁଇ ବରିଷ୍ଠ ନେତାଙ୍କ ଜ୍ଞାନ ଗ୍ରହଣ କରିବାର ସକ୍ଷମ ନାହିଁ l ଖବରର ଶିରୋନାମାରେ ରହିବାକୁ ସବୁବେଳେ ଅପଚେଷ୍ଟା ଓ ଅପାଳାପ କରୁଛନ୍ତି l ସେମାନଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ସେମାନେ ଯାହା କରିନଥିଲେ, 5T ସଚିବ ତାହା କରିଛନ୍ତି l

ଏଥିପାଇଁ ତର୍କ ଲାଗି ଆହ୍ୱାନ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ l ସକାଳେ  ଚା’ ପିଇବା ବେଳେ ଯିଏ ଯାହା କହିଲେ ତାହାକୁ ଶୁଣି ବିରୋଧୀ ଗୃହରେ କହୁଛନ୍ତି l ସବୁ ଅଫିସର ଜିଲ୍ଲା ଗସ୍ତ କରିଛନ୍ତି l ରାଜ୍ୟର ବିକାଶ ପାଇଁ  ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ସବୁ ଅଧିକାରୀ ଜିଲ୍ଲା ଗସ୍ତରେ ଯାଉଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ।

ପଦାରେ ପଡ଼ିଲା ପଞ୍ଜାବ ପୋଲିସର କଳା କାରନାମା, ଅଭିଯୁକ୍ତଙ୍କ ସହ ଆଇନଜୀବୀଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ କରୁଥିଲେ ବାଧ୍ୟ

ଚଣ୍ଡିଗଡ଼: ପଦାକୁ ଆସିଲା ଖାକିର ବୀଭତ୍ସ କାରନାମା । ପଞ୍ଜାବ ପୋଲିସର ଥାର୍ଡ ଡିଗ୍ରୀକୁ ନେଇ ଏବେ ଚର୍ଚ୍ଚା । ଖୋଦ ହାଜତ ଭିତରେ ଜଣେ ଅଭିଯୁକ୍ତଙ୍କ ସହ ଗିରଫ ଆଇନଜୀବୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଲାଗି ବାଧ୍ୟ କରିବା ଘଟଣାକୁ ନେଇ ଆଲୋଡନ । ପଞ୍ଜାବ ମୁକ୍ତାସର ଜିଲ୍ଲାରେ ଘଟିଥିବା ଏହି ଘଟଣାରେ ଗିରଫ ହୋଇଛନ୍ତି ଜଣେ ଏସପି ଓ ଦୁଇ ଜଣ ପୋଲିସ ।

ଏହି ଘଟଣାର ତଦନ୍ତ ଲାଗି ଲୁଧିଆନା ପୋଲିସ କମିଶନର ମନଦୀପ ସିଂ ସିଦ୍ଧୁଙ୍କ ନେତୃତ୍ବରେ ଗଠିତ ହୋଇଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ । ଏହି ଏସଆଇଟିକୁ ଅନୁଧ୍ୟାନ କରିବେ ଗୁଇନ୍ଦା ବିଭାଗ ଅତିରିକ୍ତ ମହାନିର୍ଦ୍ଦେଶକ ଯଶକରନ ସିଂ । ହାଜତ ନିର୍ଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବାର୍ ଆସୋସିଏସନ ଭେଟିବା ପରେ ଏହି କମିଟି ଗଠିତ ହୋଇଛି । ଗତ ସୋମବାର ଜଣେ ସହ ଅଭିଯୁକ୍ତଙ୍କ ସହ ଯୌନକ୍ରିୟା ଲାଗି ହାଜତ ଭିତରେ ଜଣେ ଆଇନଜୀବୀଙ୍କୁ ବାଧ୍ୟ କରାଯାଇଥିଲା । ଯୌନକ୍ରିୟା ଲାଗି ନିର୍ଦ୍ଦେଶ ଦେଇଥିଲେ ଜଣେ ଏସପି ରାଙ୍କର ଅଫିସରଙ୍କ ସମେତ ୬ ଜଣ ପୋଲିସ ।

ଏହି ଅଭିଯୋଗ ପରେ ମୁକ୍ତସାର ଏସପି ରମଣଦୀପ ସିଂ ଭୁଲ୍ଲାର, ଇନସ୍ପେକ୍ଟର ରମନ କୁମାର କାମ୍ବୋଜ, କନଷ୍ଟେବଳ ହରବଂଶ ସିଂ, ଭୂପିନ୍ଦର ସିଂ, ଗୁରୁପ୍ରୀତ ସିଂ ଓ ଦାରା ସିଂଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାମଲା ଅନୁସାରେ ଏସପି ଭୁଲ୍ଲାର, ଇନ୍ସପେକ୍ଟର ରମଣ ଓ କନଷ୍ଟେବଳ ହରବଂଶଙ୍କୁ ଗିରଫ କରାଯାଇଛି । ହାଜତ ନିର୍ଯାତନା ଘଟଣା ପରେ ବାର୍ ଆସୋସିଏସନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଏକ ପୋଲିସ ଟିମକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କ ୟୁନିଫର୍ମ ଚିରିଦେଇଥିଲେ ବୋଲି ଅପରାଧ ତଦନ୍ତ ସଂସ୍ଥାର ଅଧିକାରୀ ରମଣ କୁମାର ଖମ୍ବୋଜ ଅଭିଯୋଗ କରିବା ପରେ ଗତ ସେପ୍ଟେମ୍ବର ୧୪ରେ ଅଭିଯୁକ୍ତ ଓକିଲ ଓ ଜଣେ ସହକର୍ମୀଙ୍କୁ ପୋଲିସ ଗିରଫ କରିଥିଲା ।

ହାଜତ ନିର୍ଯାତନା ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଗତ ସେପ୍ଟେମ୍ବର ୨୨ରେ ନିର୍ଦ୍ଦେଶ ଦେଇଥିଲେ ମୁକ୍ତସାର ସିଜେଏମ ।

ମାନସିକ ଚାପ ଯୋଗୁ ବ୍ୟାଙ୍କ ନ ଯାଇ ବିଶାଖାପାଟଣା ପଳେଇଥିଲେ ବ୍ୟାଙ୍କ ମ୍ୟାନେଜର

ବଡ଼ମ୍ବା: ବଡ଼ମ୍ବା ବ୍ୟାଙ୍କ ମ୍ୟାନେଜର ତପନ ସାହୁ ନିଖୋଜ ଘଟଣା । ମାନସିକ ଚାପ ଯୋଗୁଁ ବ୍ୟାଙ୍କ ଯିବା ବାଟରୁ ବିଶାଖାପାଟଣା ଚାଲିଯାଇଥିଲେ ତପନ ସାହୁ । ସେଠାରେ ସେ ଗୋଟେ ଦିନ ରହିବା ପରେ ଫେରିଥିଲେ ତପନ  ।

ଗତକାଲି କଟକ ଗ୍ରାମାଞ୍ଚଳ ଏସପିଙ୍କ ନିର୍ଦ୍ଦେଶରେ ଟିମ ଗଠନ ହୋଇ ତଦନ୍ତ କରିବା ସହିତ ଠାବ କରିଥିଲେ । ତପନଙ୍କୁ ଠାବ କରିଥିଲା ଗୋଳନ୍ଥରା ପୋଲିସ । ଗୋଳନ୍ଥରା ପୋଲିସ ତପନ ନେଇ ବୈଦେଶ୍ୱର ଥାନା ପୋଲିସକୁ ହସ୍ତାନ୍ତର କରିଥିବା ବେଳେ ମାନସିକ ଚାପରେ କଣ ପାଇଁ ଥିଲେ ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ବିଶିଷ୍ଟ କୃଷିବିଜ୍ଞାନୀ ଏମ.ଏସ. ସ୍ବାମୀନାଥନଙ୍କ ପରଲୋକ

ନୂଆଦିଲ୍ଲୀ: ଆଉନାହାନ୍ତି ସବୁଜ ବିପ୍ଲବର ଜନକ ଏମଏସ ସ୍ବାମୀନାଥନ । ୯୮ ବର୍ଷ ବୟସରେ ସ୍ବାମୀନାଥନଙ୍କ ହୋଇଛି ପରଲୋକ । ଜଣେ ଅନ୍ତର୍ଜାତୀୟ ସ୍ତରର କୃଷିଅର୍ଥନୀତିଜ୍ଞ, କୃଷି ବିଜ୍ଞାନୀ ଓ ପ୍ଲାଣ୍ଟ ଜେନେଟିସିଷ୍ଟ ଭାବେ ଖ୍ୟାତି ଅର୍ଜନ କରିଥିଲେ ସ୍ବାମୀନାଥନ । ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ସେ ପ୍ରତିଷ୍ଠାତା ଥିଲେ । ଟାଇମ ମାଗାଜିନରେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରଭାବଶାଳୀ ଏସୀୟଙ୍କ ତାଲିକାରେ ତାଙ୍କ ନାମ ସ୍ଥାନୀତ ହୋଇଥିଲା । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ପକ୍ଷରୁ ତାଙ୍କୁ ଇକୋନୋମିକ ଇକୋଲୋଜିର ଜନକ ଭାବେ ଉପସ୍ଥାପିତ କରାଯାଇଥିଲା ।

ସ୍ବାମୀନାଥନ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ମହାନିର୍ଦ୍ଦେଶକ, ଭାରତ ସରକାରଙ୍କ କୃଷି ଗବେଷଣା ଓ ଶିକ୍ଷା ବିଭାଗ ସଚିବ, କୃଷି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ, ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଓଡିଶାର ଜୟପୁରଠାରେ ଏମଏସ ସ୍ବାମୀନାଥନ ଗବେଷଣା କେନ୍ଦ୍ରର ଏକ ଶାଖା ଖୋଲିଥିଲେ ସ୍ବାମୀନାଥନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣାଗାର ଲାଗି ଜମି ଯୋଗାଇଥିଲେ ।

ପାଣି ପିଇବାକୁ ଆସି ନଦୀ ମଝିରେ ଫସିଲେ ହାତୀପଲ

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । କଣ୍ଟାମାଳ ରେଞ୍ଜ ଅଧିନସ୍ଥ ସ୍ଥାନୀୟ ସୁନାଦେଇ ଜଙ୍ଗଲରୁ ୧୨ ଟିକିଆ ହାତୀପଲ ତେଲ ନଦୀକୁ ପାଣି ପିଇବାକୁ ଆସିଥିଲେ । ସକାଳ ହୋଇଯିବାରୁ ଗୋଟିଏ ପଟେ ଲୋକଙ୍କ ଭିଡ଼ ଓ ଅନ୍ୟପଟେ ତେଲନଦୀର ସ୍ରୋତ ଯୋଗୁଁ କୁଆଡେ ଯାଇପାରିନାହାନ୍ତି ହାତୀ ପଲ । ହାତୀପଲ ଏବେ ତେଲନଦୀ ମଝିରେ ରହି ଯାଇଛନ୍ତି । କଣ୍ଟାମାଲ ବନ ବିଭାଗ ଟିମ ପହଞ୍ଚି ହାତୀ ଘଉଡେଇବା ପାଇଁ ଚେଷ୍ଟା ଜାରି ରଖିଛି ।

କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ: କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: କ୍ରୀଡାର ବିକାଶ ପାଇଁ ସାରା ବିଶ୍ୱରେ ଓଡ଼ିଶା ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି । ସରକାରୀ ଦଳ ସହ ବିରୋଧୀ ବି କ୍ରୀଡାର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ଆଜି ଗୃହରେ ପ୍ରଶ୍ନକାଳରେ ଗତ କିଛି ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ହୋଇଥିବା କ୍ରୀଡାର ସର୍ବାଙ୍ଗୀନ ଉନ୍ନତିର ତାଲିକା ପ୍ରଦାନ କରିଥିଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ହକିରୁ ଫୁଟବଲ, ମଲଟି ପରପୋଜ ଷ୍ଟାଡିୟମରୁ ଇଣ୍ଡୋର ହଲ ଯାଏ ଖେଳିବାର ସୁଯୋଗ ଦିଆଯାଇଛି । ଖୁବଶୀଘ୍ର ଏହି ବିକାଶରେ ଆହୁରି କ୍ରିୟାଶୀଳ ହେବାକୁ ଯାଉଛି କଟକର ବାରବାଟୀ ଷ୍ଟାଡିୟମ । ଏଣିକି କ୍ରୀଡାର ବିକାଶ ପାଇଁ ଆର୍ଥିକ ପ୍ରତିବନ୍ଧକ ନାହିଁ । ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ଅର୍ଥ ଖର୍ଚ୍ଚ କରୁଛନ୍ତି । ଦରକାର ହେଲେ, DMFରୁ ଖର୍ଚ୍ଚ କରାଯାଉଛି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ କ୍ରୀଡା ବିକାଶର ଜ୍ୱଳନ୍ତ ଉଦାହରଣ ପାଲଟିଛି ।

କଳିଙ୍ଗ ଷ୍ଟାଡିୟମର ମଡେଲ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡା ମନ୍ତ୍ରୀ ଓ କ୍ରୀଡା ସଚିବଙ୍କୁ ଗୃହରେ ଧନ୍ୟବାଦ ଜଣାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ହକିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭୁତପୁର୍ବ ପଦକ୍ଷେପ ନେଇଛନ୍ତି । ୨୦୧୮ ଓ ୨୦୨୩ରେ ବିଶ୍ୱ କପ ହକି ଆୟୋଜନ କରି ଗୌରବ ଅର୍ଜନ କରିଛି ଓଡ଼ିଶା । ଏ ଯାଏ ରାଜ୍ୟରେ ୩୫ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ୧୭ ଆଷ୍ଟ୍ରୋ ଟର୍ଫ ନିର୍ମାଣ ହୋଇଛି । ଯାଜପୁରରେ ବି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯାଇଛି । ଆଗାମୀ ଦିନରେ ଯେଉଁ ସ୍ଥାନର ଖେଳାଳୀ ଦେଶ ପାଇଁ ଗୌରବ ଆଣିବେ, ସେଠାରେ ଆଷ୍ଟ୍ରୋ ଟର୍ଫ ନିର୍ମାଣ ପାଇଁ ପ୍ରସ୍ତାବ ଅଛି ।

ରାଜ୍ୟରେ କମିଛି ଦାରିଦ୍ର୍ୟ ହାର, ୫ ବର୍ଷ ମଧ୍ୟରେ ୨୯.୩୫ ପ୍ରତିଶତରୁ ୧୫.୬୭କୁ ହ୍ରାସ

ଭୁବନେଶ୍ବର: ରାଜ୍ୟରେ କମିଛି ଦାରିଦ୍ର୍ୟ ହାର । ନୀତି ଆୟୋଗଙ୍କ ଦ୍ବାରା ଜୁଲାଇ -୨୦୨୩ରେ ପ୍ରକାଶିତ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ, ୨୦୧୫-୧୬ରୁ ୨୦୧୯-୨୦ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ବହୁମୁଖୀ ଦାରିଦ୍ର୍ୟ ୨୯.୩୫ ପ୍ରତିଶତରୁ ୧୫.୬୮ ପ୍ରତିଶତକୁ ହ୍ରାସ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଉକ୍ତ ପାଞ୍ଚ ବର୍ଷରେ ଜାତୀୟ ସ୍ତରରେ ବହୁମୁଖୀ ଦାରିଦ୍ର୍ୟ ହାର  ୨୪. ୮୫ ପ୍ରତିଶତରୁ ୧୪. ୯୬ ପ୍ରତିଶତକୁ ହ୍ରାସ ପାଇଛି । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପାଞ୍ଚଟି ରାଜ୍ୟରେ ବହୁମୁଖୀ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇଛି । ଏଥିରୁ ଓଡ଼ିଶା ଅନ୍ୟତମ । ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । FRBM Act ଓ Rule ଅନୁଯାୟୀ ବାର୍ଷିକ ବଜେଟ, ୨୦୨୩ – ୨୪ ସହ ଉପସ୍ଥାପିତ ବିବରଣୀରେ ୨୦୨୨- ୨୩ ଆର୍ଥିକବର୍ଷ ପାଇଁ ଅଗ୍ରୀମ ଆକଳନ ଅନୁସାରେ ଚଳିତ ଆର୍ଥିକବର୍ଷରେ ରାଜ୍ୟର ପ୍ରକୃତ ଅଭିବୃଦ୍ଧି ହାର ୮ ପ୍ରତିଶତ ହେବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ପୂର୍ବ ବର୍ଷର ପ୍ରକୃତ ଅଭିବୃଦ୍ଧିଠାରୁ ଶୂନ ଦଶମିକ ୨ ଅଧିକ ।