spot_img
Home Blog Page 2754

ପୋଲିସ୍ ହେପାଜତରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଇ ସାମ୍ବାଦିକାଙ୍କୁ ଜେଲ୍ ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ୨୦୨୨ରେ ପୋଲିସ୍ ହେପାଜତରେ ଜଣେ ଇରାନ ଛାତ୍ରଙ୍କ ମୃତ୍ୟୁ ଏବଂ ପରବର୍ତ୍ତୀ ସମୟରେ ଘଟଣାକୁ ଲୁଚାଇଥିବା ଦୁଇ ସାମ୍ବାଦିକଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛି ଇରାନ । ଉଭୟ ଇରାନର ସାମ୍ବାଦିକ 3୦ ବର୍ଷିୟ ନୀଲୋଫର ହମିଦି ଏବଂ ୩୬ ବର୍ଷିୟ ଏଲାହେ ମହମ୍ମଦ । ତେହେରାନ କୋର୍ଟ ଦ୍ୱାରା ସାତ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଆମେରିକା ସହ ସହଯୋଗ କରି କୋର୍ଟ ଏଲାହେ ମହମ୍ମଦଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ ସମାନ ଅପରାଧ ପାଇଁ ନିଲୁଫର ହମିଦିଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । କୋର୍ଟଙ୍କ କହିବାନୁସାରେ, ଦେଶ ବିରୋଧରେ ଷଡ଼ଯନ୍ତ୍ର ପାଇଁ ଉଭୟଙ୍କୁ ୬ ବର୍ଷ ଜେଲଦଣ୍ଡ ଏବଂ ଦେଶ ବିରୋଧରେ ପ୍ରଚାର ପ୍ରସାର ପାଇଁ ଉଭୟଙ୍କ ବିରୋଧରେ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନିଲୁଫର ହମିଦି ଏବଂ ଏଲାହୋହମ୍ମଦୀ ଏହି ଘଟଣାକୁ  ଲୁଚାଇଥିଲେ | ଏହା ପରେ ଉଭୟ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଥିଲା । ଯାହା ପରେ ଉଭୟଙ୍କ ବିରୋଧରେ ମାମଲା ଚାଲିଥିଲା।

କେଉଁ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ?

କୋର୍ଟର ଅନଲାଇନ୍ ୱେବସାଇଟ୍ ଅନୁଯାୟୀ, ଉଭୟ ସାମ୍ବାଦିକ ଇଲାହେ ମହମ୍ମଦ ଏବଂ ନିଲୋଫର ହାମିଦି ଆମେରିକା ସହ ସହଯୋଗ କରିବା, ରାଜ୍ୟ ସୁରକ୍ଷା ବିରୁଦ୍ଧରେ ଷଡଯନ୍ତ୍ର କରିବା ଏବଂ ଇସଲାମିକ୍ ରିପବ୍ଲିକ୍ ବିରୋଧରେ ପ୍ରଚାର କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।  Israel-Hamas updates: 45 killed in Israel strike on Gaza apartment block |  Israel-Palestine conflict News | Al Jazeera

ପୋଲିସ ହେପାଜତରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା

ଇରାନରେ ଡ୍ରେସ କୋଡ ଉଲ୍ଲଂଘନ କରିବା ପରେ ମହସା ଆମିନୀ ନାମକ ଜଣେ ଛାତ୍ରଙ୍କୁ ପୋଲିସ ଗିରଫ କରିଥିଲା। ଏହା ଗତ ବର୍ଷ ୨୦୨୨ରେ ହୋଇଥିଲା | ଏହା ପରେ, ସେପ୍ଟେମ୍ବର ୧୬ ରେ, ମହସା ଆମିନୀ ପୋଲିସ ହେପାଜତରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ସମଗ୍ର ଇରାନରେ ହିଜାବ ବିରୋଧରେ ବ୍ୟାପକ ପ୍ରଦର୍ଶନ କରାଯାଇଥିଲା । ନିଲୋଫର ହମିଦି ଏବଂ ଏଲାହେ ମହମ୍ମଦଙ୍କୁ ମହସା ଆମିନୀଙ୍କ ମୃତ୍ୟୁ ଏବଂ ପରବର୍ତ୍ତୀ ଉତ୍ତେଜନାକୁ ଲୁଚାଇଥିଲା | ଏହା ପରେ ଉଭୟ ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଥିଲା । ଏବଂ ଶେଷରେ ତେହେରାନର ଏକ କୋର୍ଟ ଉଭୟଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି।

୨୦୨୨ ରେ ଉଭୟଙ୍କୁ ଗିରଫ କରାଯାଇଥିଲା..

ଆମେ ଆପଣଙ୍କୁ କହିରଖୁଛୁ ଯେ ହାମ ମିହାନ ଖବରକାଗଜର ସାମ୍ବାଦିକ ମହମ୍ମଦ ଏବଂ ଶାର୍ଗ ଖବରକାଗଜର ଫଟୋଗ୍ରାଫର ହମିଦିଙ୍କୁ ସେପ୍ଟେମ୍ବର ୨୦୨୨ରୁ ତେହେରାନର ଇଭିନ ଜେଲରେ ରଖାଯାଇଛି । ତାଙ୍କ ବିରୋଧରେ ମେ ମାସରୁ ଏକ ମାମଲା ଆରମ୍ଭ ହୋଇଥିଲା। ସାମ୍ବାଦିକ ମହମ୍ମଦଙ୍କୁ ୨୯ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା। ସେହି ସମୟ ମଧ୍ୟରେ ସେ କୁର୍ଦ୍ଦିସ୍ତାନ ପ୍ରଦେଶର ଆମିନୀଙ୍କ ଜନ୍ମ ସହର ସାକେଜକୁ ଯାଇ ତାଙ୍କ ଅନ୍ତିମ ସଂସ୍କାର ରିପୋର୍ଟକୁ କଭର୍ କରିବାକୁ ଯାଇଥିଲେ, ଯାହା ପରେ ଏକ ପ୍ରତିବାଦରେ ପରିଣତ ହୋଇଥିଲା । ସୂଚନାଯୋଗ୍ୟ ଯେ ମହସା ଆମିନୀଙ୍କ ମୃତ୍ୟୁ ପରେ ଦେଶବ୍ୟାପୀ ଆନ୍ଦୋଳନରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା ଏବଂ ଦଶହଜାର ସୁରକ୍ଷା କର୍ମୀଙ୍କ ସମେତ ଶହ ଶହ ଲୋକଙ୍କୁ ହତ୍ୟା କରାଯାଇଥିଲା ।

 

 

 

ମୁମ୍ବାଇ କାନ୍ଦିବାଲି ବିଲ୍ଡିଂରେ ବଡ ଧରଣର ଅଗ୍ନିକାଣ୍ଡ, ଦୁଇ ମୃତ

ମୁମ୍ବାଇ: ମୁମ୍ବାଇ କାନ୍ଦିବାଲି ବିଲ୍ଡିଂରେ ବଡ ଧରଣର ଅଗ୍ନିକାଣ୍ଡ। ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ନେଇ ସୂଚନା। ଘଟଣାଟି ପୂର୍ବାହ୍ମ ୧୨.୩୦ମି.ରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ କାନ୍ଦିବାଲିର ମହାବୀର ନଗର ପବନ ଧାମ ବୀଣା ସନ୍ତୁର ବିଲ୍ଡିଂର ପ୍ରଥମ ଫ୍ଲୋରରେ ନିଆଁ ଲାଗିବା ହେତୁ ୫ ଜଣ ଲୋକ ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ଶତାବଦୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ପୂର୍ବତନ ଭାରତୀୟ ସ୍ପିନର ବିଶନ ସିଂହ ବେଦୀଙ୍କର ୭୭ ବର୍ଷ ବୟସରେ ପରଲୋକ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ । ୭୭ ବର୍ଷ ବୟସରେ ବିଶନ ସିଂହ ବେଦୀଙ୍କ ହୋଇଛି ଦେହାନ୍ତ । ଭାରତୀୟ କ୍ରିକେଟର ସେତିଲେ କିମ୍ବଦନ୍ତି ଖେଳାଳୀ । ନିଜର ସ୍ପିନ ବୋଲିଂରେ ବେହାଲ କରିଛନ୍ତି ପ୍ରତିପକ୍ଷକୁ । କେବଳ ଜଣେ ସ୍ପିନର ନୁହନ୍ତି । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଥିଲେ ବିଶନ ସିଂହ ବେଦୀ । ବାମହାତୀ ସ୍ପିନ୍ର ଚକମାରେ ପ୍ରିପକ୍ଷରଙ୍କ ବ୍ୟାଟରଙ୍କୁ ଧରାଶାୟି କରୁଥିଲେ । ସେ ୧୨ ବର୍ଷର ଆନ୍ତର୍ଜାତୀୟ କ୍ୟାରିଅରରେ ଭାରତ ପାଇଁ ୬୭ ଟି ଟେଷ୍ଟ ଏବଂ ୧୦ ଟି ODI ଖେଳିଛନ୍ତି । ସେ ଭାରତର ପ୍ରଥମ ODI ବିଜୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ତାଙ୍କର ଘାତକ ବୋଲିଂରେ ୧୯୭୫ ବିଶ୍ୱକପ୍ ରେ ପୂର୍ବ ଆଫ୍ରିକାକୁ ୧୨୦ରନରେ ସୀମିତ ରଖିଥିଲା ​​|

ଅମୃତସରରେ ଜନ୍ମିତ ବିଶନ ସିଂହ ସ୍ପିନର ପ୍ରଥମ ଶ୍ରେଣୀ କ୍ରିକେଟରେ ଭାରତୀୟଙ୍କ ମଧ୍ୟରେ ୩୭୦ ମ୍ୟାଚରେ ୧.୫୬୦ ୱିକେଟ୍ ନେଇ ଅଗ୍ରଣୀ ହୋଇଥିଲେ। ଅନ୍ୟପଟେ ଦିଲ୍ଲୀକୁ ମଧ୍ୟ ପ୍ରଥମ ଦୁଇଟି ରଣଜୀ ଟ୍ରଫି ଟାଇଟଲ୍ – ୧୯୭୮-୭୯ ଏବଂ ୧୯୭୯-୮୦ ରେ ଆଗେଇ ନେଇଥିଲେ | ତାଙ୍କ ଅଧୀନରେ ଦଳ ମଧ୍ୟ ଦୁଇଥର ରନର୍ ଅପ୍ ହୋଇଥିଲା ।

ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ

ଗାଜା: ଭୟଙ୍କର ହେଉଛି ଗାଜା ଉପରେ ଇସ୍ରାଏଲ ଆଟାକ। ଗତକାଲି ରାତିରେ ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏଯାଏଁ ୪ ହଜାର ୬ଶହରୁ ଅଧିକ ପାଲେଷ୍ଟାଇନ ନାଗିରକଙ୍କ ମୃତ୍ୟୁ ହେଲାଣି। ହମାସକୁ ସଂପୂର୍ଣ୍ଣ ନିପାତ କରିବା ପାଇଁ ଯୋଜନା କରୁଛି ଇସ୍ରାଏଲ। ସେଥିପାଇଁ ଗାଜା ସୀମାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଆଟାକ ପାଇଁ ପ୍ରସ୍ତୁତ ରହିଛନ୍ତି।

ସେପଟେ ଉତ୍ତରସୀମାରେ ଲେବାନନ ସହ ଗୁଳି ବିନିମୟ ହୋଇଛି। ଇରାନ ସମର୍ଥିତ ହିଜବୁଲ୍ଲାକୁ ଯୁଦ୍ଧରେ ଏଣ୍ଟ୍ରି ନକରିବା ପାଇଁ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ହିଜବୁଲ୍ଲା ଜାଣିଶୁଣି ସ୍ଥିତିକୁ ଅଧିକ ଗମ୍ଭୀର କରୁଛି । ସେଥିପାଇଁ ହିଜବୁଲ୍ଲାକୁ ଇସ୍ରାଏଲ ସେନା ଚେତାବନୀ ଦେଇଛି। କୌଣସି ମୂଲ୍ୟରେ ଗାଜାରେ ଯେପରି ମାନବିକ ସହାୟତା ନପହଞ୍ଚେ ସେଥିପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ନେତାନ୍ୟାହୁ।

ଅନ୍ୟପଟେ ଯଦି ଇସ୍ରାଏଲ ଓ ଆମେରିକା ଗଣହତ୍ୟା ବନ୍ଦ ନକରନ୍ତି ତେବେ ଗାଜାରେ ସ୍ଥିତି ନିୟନ୍ତ୍ରଣ ବାହାରେ ହୋଇଯିବ ବୋଲି ଇରାନ ଚେତାଇ ଦେଇଛି। ହମାସ ହାତରେ ବିପଜ୍ଜନକ ରାସାୟନିକ ଅସ୍ତ୍ର ଥିବା ନେଇ ଦାବି କରିଛି ଇସ୍ରାଏଲ। ଅକ୍ଟୋବର ୭ରେ ମ୍ୟୁଜିକ ଫେଷ୍ଟିଭାଲରେ ହୋଇଥିବା ହମାସ ଆକ୍ରମଣରେ ମୃତ ଆତଙ୍କବାଦୀଙ୍କ ନିକଟରୁ ରାସାୟନିକ ଅସ୍ତ୍ର ପ୍ରସ୍ତୁତକାରୀ ସାମଗ୍ରୀ ମିଳିଛି। ଖାଲି ଏତିକି ନୁହେଁ ଜବତ ସାମଗ୍ରୀର ଅଲକାଏଦା ସହ କନେକ୍ସନ ଥିବା କୁହାଯାଉଛି।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ବର: ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା । ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର ଅବପାତ । ଏହା ବର୍ତମାନ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଆସନ୍ତା ୨୫ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଏହା ଅତିକ୍ରମ କରିବ । ଉପକୂଳ ଅତିକ୍ରମ ସମୟରେ ଗଭୀର ଅବପାତର ରୂପ ନେବ ବାତ୍ୟା । ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପାରାଦୀପ ଓ କୁଜଙ୍ଗ ଅଞ୍ଜଳରେ ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

 

ଢ଼େଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଅଟକ

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଛକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୨ ଜଣ ଅଟକ, ଗାଡ଼ି ଜବତ । ଆଉ ୩ ଜଣଙ୍କ ପରିଚୟ ପାଇଛି ପୋଲିସ । ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି । ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ତାଙ୍କ ସ୍ବାମୀଙ୍କ ସହ ଘରକୁ ଯିବା ବେଳେ ଭୁବନ ବାରୁଆ ଛକରେ ୫ ଜଣଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଗତକାଲି ଅଭିଯୋଗ ହୋଇଥିଲା ।  ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି, ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିନାହିଁ । ତେବେ ଗଣଦୁଷ୍କର୍ମ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ଖୁବ୍ ଶୀଘ୍ର ଅନ୍ୟ ୩ଜଣଙ୍କୁ ଗିରଫ କରାଯିବ । ଛାତ୍ରୀ ଓ ଯୁବକ ରେଜିଷ୍ଟ୍ରି ବିବାହ କରିଛନ୍ତି । ବାହାଘର ବୈଦିକ ରୀତିନୀତିରେ ହୋଇ ନାହିଁ  । ଗଣଦୁଷ୍କର୍ମ ଅଭିଯୁକ୍ତ ଆଉ ତିନିଜଣଙ୍କୁ ଧରିବା ପାଇଁ ତନାଘନା ଜାରି ରହିଥିବା ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ।

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆ ଅଞ୍ଚଳରେ କଲେଜ ପଢୁଆ ବିବାହିତା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ଆଗରେ ୫ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କଲେଜ ଛୁଟି ପରେ ନିଜ ଘର କାଳିଆପାଣିକୁ ସ୍ବାମୀ ସହିତ ଯାଉଥିବା ବେଳେ କାଜୁ ଜଙ୍ଗଲରେ ୫ ଜଣ ବଳପୂର୍ବକ ଦୁଷ୍କର୍ମ କରିଥିବା ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଥିଲେ । ଭୁବନ ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଛାତ୍ରୀଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ସହିତ ଅଭିଯୁକ୍ତମାନେ ତାଙ୍କ ସ୍ଵାମୀଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଛଡ଼ାଇ ନେଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରାଯାଇଛି ।

 

ସିଆଚୀନରେ ସହିଦ ହେଲେ ଦେଶର ପ୍ରଥମ ଅଗ୍ନିବୀର, ଜାଣନ୍ତୁ ପରିବାରବର୍ଗଙ୍କୁ କେତେ ଆର୍ଥିକ ସହାୟତା ମିଳିବ…

ନୂଆଦିଲ୍ଲୀ: ସିଆଚିନରେ ନିୟୋଜିତ ଅଗ୍ନିବୀର ଯବାନ ଗାୱତ ଅକ୍ଷୟ ଲକ୍ଷ୍ମଣ ଲାଇନ୍ ଅଫ୍ ଡ୍ୟୁଟିରେ ନିୟୋଜିତ ଥିଲେ। ଏକ ଅପରେସନ୍ ସମୟରେ ପ୍ରାଣ ହରାଇଛନ୍ତି । ଲକ୍ଷ୍ମଣ ହେଉଛନ୍ତି ଦେଶର ପ୍ରଥମ ଅଗ୍ନିବୀର ଯିଏକି ଡ୍ୟୁଟିରେ ଥିବା ସମୟରେ ସହିଦ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଲକ୍ଷ୍ମଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏବଂ ଫୋର୍ସର ସମସ୍ତ ବଡ଼ ଅଫିସର ମହାରାଷ୍ଟ୍ରରେ ପହଞ୍ଚି ଅଗ୍ନିବୀର ଗାଭେଟ ଅକ୍ଷୟ ଲକ୍ଷ୍ମଣଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି।

ଗାୱତ କାରାକୋରମ୍ ରେଞ୍ଜର ପାଖାପାଖି ୨୦ ହଜାର ଫୁଟ୍ ଉଚ୍ଚରେ ସ୍ଥିତ ସିଆଚିନ ଗ୍ଲାସିୟର ଉପରେ ମୁତୟନ ଥିଲେ। ଦୁନିଆର ସବୁଠୁ ଉଚ୍ଚ ଯୁଦ୍ଧ ସ୍ଥଳ ଭାବେ ଏହି ଗ୍ଲାସିୟର ଜଣାଶୁଣା।  ଏଠାରେ ଅତ୍ୟଧିକ ବରଫପାତ ସହ ଝଡ଼ର ସାମ୍ନା କରିବାକୁ ପଡିଥାଏ ସେନାବାହିନୀଙ୍କୁ । ତେବେ ଏହା ଭାରତର ସବୁଠୁ ବଡ଼ ଓ ଦୁନିଆର ଦ୍ୱିତୀୟ ବଡ଼ ଗ୍ଲାସିୟର ଅଟେ।

ତେବେ ସେନାର ନିୟମ ଅନୁଯାୟୀ, ସହିଦ ଗାୱତଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। କ’ଣ ସାହାଯ୍ୟ ଦିଆଯିବ ଜାଣନ୍ତୁ–

ସହିଦ ଲକ୍ଷ୍ମଣଙ୍କ ପରିବାରବର୍ଗଙ୍କୁ ବୀମା ସ୍ୱରୂପ ୪୮ ଲକ୍ଷ ଟଙ୍କା ମିଳିବ । ଏହାବ୍ୟତୀତ ଅନୁକମ୍ପା ରାଶି ଭାବେ ୪୪ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେବା ନିଧି ଅନୁଯାୟୀ (୩୦%)ର ଯୋଗଦାନ ମିଳିବ, ଯେଉଁଥିରେ ସରକାରଙ୍କ ଦ୍ୱାରା ସମାନ ଯୋଗଦାନ ଓ ଏହା ଉପରେ ସୁଧ ହାର ଅନ୍ତର୍ଭୁକ୍ତ ମଧ୍ୟ ରହିବ। ମୃତ୍ୟୁର ତାରିଖରୁ ୪ ବର୍ଷ ଶେଷ ହେବା ପର୍ଯ୍ୟନ୍ତ ଦରମା ମିଳିବ। ଶେଷ କାର୍ଯ୍ୟକାଳ ବେଳକୁ ଏହି ରାଶି ୧୩ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ହେବ । ସଶସ୍ତ୍ର ବାହିନୀ ଯୁଦ୍ଧ କାଜୁଆଲିଟି ପାଣ୍ଠିରୁ ୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ଖାଲି ଏତିକି ନୁହେଁ ଆର୍ମି ୱାଇସ୍ ୱେଲଫେୟାର ଆସୋସିଏସନ୍ ତରଫରୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ । ତେବେ କହିବାକୁ ଗଲେ ଏହି ଧନରାଶି ସର୍ବମୋଟ୍ ୧ କୋଟି ୧୩ ଲକ୍ଷ ଟଙ୍କାରୁ ଅଧିକ ହେବ।

ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ, ଡ୍ରାଇଭର ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟଓଭର ବ୍ରିଜ ସହିତ ଧକ୍କା ହେଲା କ୍ରେନ। ମୁହାଁମୁହିଁ ହେବାରୁ ଖସିଲା ଫୁଟଓଭର ବ୍ରିଜ। ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ। ରବିବାର ରାତିରେ ଦିଲ୍ଲୀ ଓ ନୋଏଡା ଲିଙ୍କ ରୋଡରେ ଏକ ହାଇଡ୍ରା କ୍ରେନ ଫୁଟଓଭର ବ୍ରିଜରେ ଧକ୍କା ହେବା ଯୋଗୁଁ ବ୍ରିଜର ଏକ ବଡ ଭାଗ ଭାଙ୍ଗି ତଳେ ପଡିଯାଇଛି। କ୍ରେନଟି ଅକ୍ଷରଧାମରୁ ବୁରାଡି ଆଡକୁ ଯାଉଥିଲା।

ଅନ୍ଧାର ହେବା କାରଣରୁ ଘଟିଛି ଅଘଟଣ। ସୌଭାଗ୍ୟବଶତଃ ଘଟଣାରେ କେହି ଆହତ ହୋଇନାହାଁନ୍ତି। ଘଟଣାସ୍ଥଳରେ ପାଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଗାଡି ଚାଳକଙ୍କ ଉପରେ ମାମଲା ରୁଜୁ କରିଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବ୍ରିଜ ଉପର ଦେଇ ଲୋକଙ୍କ ଯାତାୟତକୁ ବନ୍ଦ କରିଦେଇଛି ପୋଲିସ।

ନବରାତ୍ରୀର ଶେଷ ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପାଖରେ ଏହି ଭୋଗ ଲଗାଇଲେ ପୂରଣ ହୁଏ ମନବାଞ୍ଛା

ଅଯୋଧ୍ୟା: ମହାମାୟାଙ୍କ ମହାନବମୀ । ଉତ୍ସବ ମୁଖର ଗାଁଠୁ ସହର । ଚାଲିଛି ଶାରଦୀୟ ଦୁର୍ଗାପୂଜା । ସୋମବାର ନବରାତ୍ରୀର ଶେଷ ଦିନ । ଧାର୍ମିକ ଶାସ୍ତ୍ର ଅନୁଯାୟୀ ଆଜି ମା’ ଦୁର୍ଗାଙ୍କ ସ୍ୱରୂପ ସିଦ୍ଧିଦାତ୍ରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । କୁହାଯାଏ ଯେ, ଏହି ଦିନ ସିଦ୍ଧିଦାତ୍ରୀଙ୍କୁ ପୂଜା କଲେ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ବିଶ୍ୱାସ କରାଯାଏ, ଆଜି ଦିନରେ ମା’ଙ୍କୁ ପୂଜା କରିବାର ଅର୍ଥ ହେଉଛି ସମସ୍ତ ଦେବୀଙ୍କୁ ପୂଜା କରିବା ସହ ସମାନ ।

ଅଯୋଧ୍ୟାର ଜ୍ୟୋତିଷ ପଣ୍ଡିତ କଳକି ରାମ କହିଛନ୍ତି ଯେ, ନବରାତ୍ରୀର ନବମ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ମା’ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବାର ବିଧି ରହିଛି । ଆଜି ମା’ ସିଂହବାହିନୀ ପଦ୍ମ ଉପରେ ବିରାଜମାନ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ ସିଦ୍ଧିଦାତ୍ରୀଙ୍କୁ ସରସ୍ୱତୀଙ୍କ ରୂପ ବୋଲି ବିବେଚନା କରାଯାଏ । ଯଦି ଆଜିର ଦିନରେ ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କୁ ପୂଜା କରନ୍ତି ତେବେ ମା’ ସିଦ୍ଧିଦାତ୍ରୀ ଖୁସି ହୋଇ ମନବାଞ୍ଛା ପୂରଣ କରିଥାନ୍ତି । ଏହାସହ ମାଆଙ୍କୁ ରାଶି ଲଡୁ ଭୋଗ ଲଗାନ୍ତୁ । ଯଦି ନବମୀ ତିଥି ଦିନ ଆପଣ ଏହା କରନ୍ତି ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବ । ଏହାସହ କିଛି ସମୟ ମା’ଙ୍କ ମନ୍ତ୍ର ଏବଂ ସ୍ତୁତି ଜପ କରନ୍ତୁ। ଦେଖିବେ ଆପଣଙ୍କ ମନବାଞ୍ଛିତ ଫଳ ପ୍ରାପ୍ତ ହେବ ।

କୁକୁର ଆକ୍ରମଣରେ ବାଘ-ବକରି ଚା’ କମ୍ପାନି ମାଲିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପରଲୋକରେ ବାଘ ବକରି ଚା’ କମ୍ପାନୀର ମାଲିକ ପରାଗ ଦେଶାଇ । ବ୍ରେନ୍ ହାମରେଜ୍ ହେବା କାରଣରୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଓ୍ବାଘ୍ ବକରୀ ଟି’ କମ୍ପାନୀର ସେ ଏବେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରହିଥିଲେ । ତାଙ୍କ ପରଲୋକ ଖବର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସେ ପଡ଼ି ଯାଇଥିଲେ । ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବାବେଳେ ସେ ମେଡିକାଲରେ ଚିକତ୍ସିତ ହେଉଥିଲେ । ରବିବାର ସଂନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗତ ସପ୍ତାହରେ ସେ ନିଜ ବାସ ଭବନରୁ ବାହାରକୁ ବାହାରୁଥିବାବେଳେ କୁକୁରମାନେ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲେ । ଏହି ସମୟରେ ସେ ତଳେ ପଡ଼ିଯିବା ସହ ଗଭୀର ଆଘାତ ପାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ବ୍ରେନ୍ ହାମରେଜ କାରଣରୁ ନିଧନ ଘଟିଥିବା ସୂଚନା ମିଳିଛି ।

ପରାଗ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି ଟି ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ରାସେଶ ଦେଶାଇଙ୍କ ପୁଅ। ୧୯୪୭ରେ ଜନ୍ମିତ ରାସେଶ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି’କୁ ଭାରତର ତୃତୀୟ ବୃହତ୍‌ ‘ପ୍ୟାକେଜଡ୍‌ ଟି ବ୍ରାଣ୍ଡ୍‌’ରେ ପରିଣତ କରିଥିବା ତୃତୀୟ ପିଢ଼ିର ଉଦ୍ୟୋଗୀ। କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଯୁକ୍ତରାଷ୍ଟ୍ର ଆମେରିକାର ‘ଲଙ୍ଗ୍‌ ଆଇଲାଣ୍ଡ୍‌ ୟୁନିଭର୍ସିଟି’ରୁ ପରାଗ ଦେଶାଇ ‘ଏମ୍‌ବିଏ’ କରିଥିଲେ। ସେ ତାଙ୍କ କମ୍ପାନିର ସେଲ୍‌ସ୍‌, ମାର୍କେଟିଙ୍ଗ୍‌ ଓ ଏକ୍ସପୋର୍ଟ ବିଭାଗର ମୁଖ୍ୟ ଥିଲେ।

ସୂଚନା ଥାଉକି, ୱାଘ ବକରି ଟି ଗ୍ରୃପର ମାଲିକ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ଦେହାନ୍ତ। ଅକ୍ଟୋବର ୧୫ରେ ପରାଗ ଦୁର୍ଘଟଣାର ଶିକାର ହୋଇଥିଲେ। ମର୍ଣ୍ଣିଂ ଓ୍ବାକ୍ ବେଳେ ବୁଲା କୁକୁରଙ୍କଠୁ ନିଜକୁ ରକ୍ଷା କରିବାକୁ ଯାଇ ସେ ଦୌଡୁଥିବା ବେଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ତାଙ୍କର ବ୍ରେନ ହାମରେଜ ହୋଇଯାଇଥିଲା। ତାଙ୍କୁ ଅହମ୍ମଦବାଦର ଏକ ପ୍ରାଇଭେଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଅସ୍ତ୍ରୋପଚାର ପାଇଁ ଜାଏଡୁସ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୭ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ଗତକାଲି ୪୯ ବର୍ଷ ବୟସରେ ପରାଗ ଦେଶାଇଙ୍କର ମୃତ୍ୟୁ ହୋଇଛି।