spot_img
Home Blog Page 2769

ଚିନ୍ତା ବଢ଼ାଇଲା କୋଭିଡର ନୂଆ ଭାରିଆଣ୍ଟ BA.2.86

ନନ୍ଦିଘୋଷ ବ୍ୟୁରୋ: ତିନିଟି ଦେଶରେ ଚିନ୍ତା ସୃଷ୍ଟି କଲା କୋଭିଡର ନୂଆ ଭାରିଆଣ୍ଟ BA.2.86 । ଏହି ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ବୋଲି ସୂଚନା ମିଳିଛି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି ମହାମାରୀ କୋଭିଡ-୧୯ର କାରଣ ସାଜିଥିବା ଭାଇରସର ଏକ ନୂଆ ଅତ୍ୟଧିକ ମ୍ୟୁଟେଟେଡ ଲିନିଏଜ BA.2.86 ଏବେ ପ୍ରସାରିତ ହେଉଛି । ଆମେରିକା, ଇସ୍ରାଏଲ ଓ ଡେନମାର୍କରେ ଏହି ନୂଆ ଭାରିଆଣ୍ଟ ପ୍ରଭାବ ବିସ୍ତାର କରୁଛି । ଆମେରିକାର ସିଡିସି ପକ୍ଷରୁ କୁହାଯାଇଛି- ଏହି ମାରାତ୍ମକ ଭୂତାଣୁ ସମ୍ପର୍କରେ ଦୃଷ୍ଟି ରଖାଯାଇଛି ଏବଂ ସତର୍କତା ଜାରି କରାଯାଇଛି । ଏହି ଭାରିଆଣ୍ଟକୁ ମନିଟରିଂ କରାଯାଉଥିବା ନେଇ କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହି ଭୂତାଣୁ ଅନେକ ପ୍ରକାର ମ୍ୟୁଟେସନରୁ ସୃଷ୍ଟି ହୋଇଛି ବୋଲି ସଂଗଠନ କହିଛି । ୨୦୧୯ରେ କୋଭିଡର ମୁଖ୍ୟ କାରଣ ସାଜିଥିବା ସାର୍ସ କୋଭିଡ-୨ ସମେତ ସମସ୍ତ ଭାଇରସର ମ୍ୟୁଟେସନ ଘଟିବାରେ ଲାଗିଛି । ତେବେ ଅନେକ ଭାରିଆଣ୍ଟର ଖୁବ୍ କମ୍ ପ୍ରଭାବ ରହିବା ବେଳେ କେତେକ ଭାରିଆଣ୍ଟର ପ୍ରଭାବ ଆଦୌ ପଡୁନାହିଁ । ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୩ଟି ଭାରିଆଣ୍ଟକୁ ଟ୍ରାକିଂ କରୁଥିବାବେଳେ ୭ଟି ଭାରିଆଣ୍ଟକୁ ମନିଟରିଂ କରୁଥିବା ସୂଚନା ମିଳିଛି ।

ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ପୁନେ ଯାଉଥିବା ଭିସ୍ତାରା ବିମାନରେ ବୋମା ଥିବା ସୂଚନା ମିଳିବା ପରେ ଯାତ୍ରୀଙ୍କୁ ବାହାର କରାଯାଇ ବିମାନର ଯାଞ୍ଚ ଚାଲିଛି । ଆଇସୋଲେସନ ଓ୍ବେରେ ସୁରକ୍ଷାକର୍ମୀମାନେ ବିମାନର ଯାଞ୍ଚ କରୁଛନ୍ତି । ବିମାନରେ ବୋମା ଥିବା ନେଇ କଲ ସେଣ୍ଟରକୁ ଏକ ଫୋନ କଲ ଆସିବା ପରେ ସୁରକ୍ଷା ଏଜେନ୍ସି ଆଲର୍ଟ ରହିଛି ।

ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ, ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ

ପିପିଲି: ପିପିଲି ଚାନ୍ଦୁଆ ଶିଳ୍ପର ହେବ ବିକାଶ  । ଏଥିପାଇଁ ସପ୍ତାହେ ଭିତରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲାର ରୂପାନ୍ତରଣ ପାଇଁ ଗ୍ରାଉଣ୍ଡରେ ଅନୁଧ୍ଯାନ କରି ଏହି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ  । ଫାଇଭ-ଟି ସଚିବ କହିଛନ୍ତି, ପିପିଲି ଚାନ୍ଦୁଆ ଓଡ଼ିଶା କଳାର ପରିଚୟ  । ଏହାର ଉନ୍ନତିକରଣ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି  ।

ପିପିଲି ଇନ୍ଦିରା ଗାନ୍ଧୀ ପଡ଼ିଆରେ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଫାଇଭ-ଟି ସଚିବ । ପ୍ରତି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି । ଏହି ସମୟରେ ଫାଇଭ-ଟି ସଚିବଙ୍କୁ ରାକ୍ଷୀ ପିନ୍ଧାଇଦେଇଥିଲେ ମହିଳା । ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରି ଆସନ୍ତା ସାତ ଦିନ ଅର୍ଥାତ ୨୫ ତାରିଖ ଭିତରେ ଧର୍ମାନୁଷ୍ଠାନ ସମ୍ପର୍କିତ ଦାବି ପୂରଣ କରାଯାଇ ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି  ।

ମୁଖ୍ୟମନ୍ତ୍ରୀ ଦେଉଥିବା ଅନୁଦାନକୁ ସ୍ବଚ୍ଛତାର ସହିତ ବିନିଯୋଗ କଲେ ଆଗକୁ ଅଧିକ ଅର୍ଥ ପ୍ରଦାନ କରାଯିବ ବୋଲି ଫାଇଭ-ଟି ସଚିବ କହିଛନ୍ତି । ଦିନେ ଦୁଇଦିନ ମଧ୍ୟ ପିଇବା ପାଣି ସମ୍ପର୍କିତ ଯାହା ବି ସମସ୍ୟା ରହିଛି ତାହାର ସମାଧାନ କରାଯିବ  । ଏହି ଅବସରରେ ମିଶନ ଶକ୍ତି ମାଆଙ୍କୁ ପ୍ରଶଂସା କରିଥିଲେ ଭିକେ ପାଣ୍ଡିଆନ  ।

ମୁଖ୍ୟମନ୍ତ୍ରୀ ପ୍ରତି ସରକାରୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆମାନଙ୍କୁ ସାମିଲ କରୁଛନ୍ତି   । ଏହାଦ୍ବାରା ମାଆ ସ୍ବାବଲମ୍ବୀ ହୋଇ ଘର ଚଳାଉଛନ୍ତି । ସେହିପରି ବିଏସକେଓ୍ବାଇ ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି  ।  ଏହା ମାଧ୍ୟମରେ ଦେଶର ବଡ଼ ବଡ଼ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଉପଲବ୍ଧ ହେଉଛି  । ଚାଷୀମାନଙ୍କୁ ମଧ୍ୟ ରାଜ୍ୟ ସରକାର ଏକ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ପ୍ରଦାନ କରୁଛନ୍ତି  । ଫସଲ ବୀମା ପ୍ରିମିୟମ ଚାଷୀଙ୍କୁ ଦେବାକୁ ପଡ଼ୁନାହିଁ  । ସେହିପରି ଫାଇଭ-ଟି ସ୍କୁଲ ରୂପାନ୍ତରଣ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି ବୋଲି ଫାଇଭ-ଟି ସଚିବ କହିଛନ୍ତି  ।

ନକଲି ସାର୍ଟିଫିକେଟ୍ ମାମଲା, ବିଦା ହେଲେ ୪ ଶିକ୍ଷକ  

ବଲାଙ୍ଗୀର: ବଲାଙ୍ଗୀରରେ ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି ମାମଲା । ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା ଆକ୍ସନ । ୪ ନକଲି ଶିକ୍ଷକଙ୍କୁ ବିଦାକରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ସମସ୍ତଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ବହିଷ୍କୃତ ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ । ସମସ୍ତେ ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିଲେ । ଗତ ୧୦ତାରିଖରେ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ I ୨୦୧୩ ମସିହାରୁ ନକଲି ସାର୍ଟିଫିକେଟରେ ମୃଣ୍ମୟୀ ଚାକିରି କରିଥିବା ଅଭିଯୋଗ ହୋଇଛି  I ମୃଣ୍ମୟୀ ପ୍ରଦାନ କରିଥିବା ସାର୍ଟିଫିକେଟ ଅନୁସାରେ ଗୋଟିଏ ବର୍ଷରେ ସେ ଯୁକ୍ତ ଦୁଇ ଓ ହିନ୍ଦୀ ଟିଚର୍ସ ଟ୍ରେନିଂ ପାସ କରିଥିଲେ । ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଥିବାନେଇ ଜଣାପଡ଼ିଥିଲା । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ  । ଅନ୍ୟ ତିନି ନକଲି ଶିକ୍ଷକ ଏବେ ବି ଫେରାର ଥିବା ସୂଚନା ମିଳିଛି । ସେମାନଙ୍କ ନାଁରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି । ସମସ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ପାଇଁ ବ୍ୟାଙ୍କକୁ ଚିଠି ଲେଖିଥିଲା ବଲାଙ୍ଗୀର ପୋଲିସ  ।

ଶବ୍ଦ ପ୍ରଦୂଷଣ କରୁଥିବା ବୁଲେଟ ଜବତ

ବଲାଙ୍ଗୀର: ଜବତ ହେଲା ଶବ୍ଦ ପ୍ରଦୂଷଣ କରୁଥିବା  ବୁଲେଟ୍ । ବଲାଙ୍ଗୀର ପୋଲିସ ଶଦ୍ଦ ପ୍ରଦୂଷଣ କରୁଥିବା ବୁଲେଟ୍ ଚାଳକଙ୍କୁ ସାବାଡ କରିବା ପାଇଁ ଆରମ୍ଭ କରିଛି ସ୍ପେସିଆଲ ଡ୍ରାଇଭ I ସାଇଲେନସର ବଦଳାଇ ସହରରେ ଶଦ୍ଦ ପ୍ରଦୂଷଣ କରୁଥିବା ୬ଟି ବୁଲେଟକୁ ଜବତ କରିବା ସହ 31 ହଜାର ଟଙ୍କା ଜୋରିମାନା ଆଦାୟ କିଛି ଟାଉନ ଥାନା ପୋଲିସ। ଫାଇନ ଦେବା ପରେ ଜବତ ବୁଲେଟ୍ରୁ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନସର ଖୋଲିବା ପରେ ମାଲିକଙ୍କୁ ଦିଆଯିବI ଜବତ ବୁଲେଟର ମାଲିକ ମାନେ ଯଦି ପୁନଃବାର ଶବ୍ଦ ପ୍ରଦୂଷଣ କରନ୍ତି ତେବେ ସେମାନଙ୍କ ଗାଡି ଜବତ କରାଯିବା ସହ ଲାଇସେନ୍ସ ଜବତ କରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ବିଶ୍ୱଜିତ୍ ମନବୋଧ କହିଛନ୍ତି I

 

ମାମୁଁ ଘର ଗାଁରେ ଭାଣିଜୀର ଆତ୍ମହତ୍ୟା

କେନ୍ଦୁଝର: ମାମୁଁ ଘର ଗାଁରେ ଭାଣିଜିର ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଗିରିଗାଁରେ ଘଟିଛି ଅଭାବନୀୟ ଘତଣା । ମୃତକ ହେଲେ +୨ ଛାତ୍ରୀ ପାୟଲ ପ୍ରିୟଦର୍ଶନୀ । ପରିବାର ଲୋକଙ୍କ ସୂଚନା ଅନୁସାରେ, ଦୁଇଦିନ ତଳେ ପାୟଲଙ୍କ ପିଉସୀ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ପାୟଲ ଡାକ୍ତରଖାନାରେ ରହି ତାଙ୍କର ଦେଖାଶୁଣା କରୁଥିଲେ  । ବୁଧବାର ଡାକ୍ତରଖାନାରୁ ମାମୁଁଘରକୁ ଫେରିଥିବାବେଳେ ଗତକାଲି ରାତିରେ ଘରୁ କେଉଁଆଡ଼େ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ଆଜି ସକାଳୁ ଗାଁ  ନିକଟ ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି  ।  ଆତ୍ମହତ୍ୟାର କାରଣ ଜଣା ପଡ଼ିନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି  ।

ସୀମାରେ ଯବାନଙ୍କ ଜୀବନ୍ତ ଚିତ୍ର ଦେଖାଇବ ‘ରକ୍ଷକ’

ଭୁବନେଶ୍ବର : ସୀମାରେ ଯବାନଙ୍କ ଜୀବନ୍ତ ଚିତ୍ର ଦେଖାଇବ ‘ରକ୍ଷକ’ । ବିଏସଏଫର ପ୍ରଥମ ପତ୍ରିକା ‘ରକ୍ଷକ’ର ଲୋକାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବିଏସଏଫ ଆଇଜି ଡି.କେ  ଶର୍ମାଙ୍କ ଉପସ୍ଥିତିରେ ରାଜଭଭନରେ ରାଜ୍ୟପାଳ ଏହି ପତ୍ରିକା ଇନ୍ମୋଚନ କରିଛନ୍ତି । ପତ୍ରିକାରେ ବିଭିନ୍ନ ଲେଖା ସହ ବିଏସଏଫର ବିଭିନ୍ନ କାମର ଝଲକ୍ ପ୍ରକାଶ ପାଇଛି । ରାଜ୍ୟପାଳ ବିଏସଏଫର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପତ୍ରିକା ‘ରକ୍ଷକ’ ଦ୍ବାରା ବିଏସଏଫ ଯବାନମାନେ ନଜ ସାହିତ୍ୟକୃତି ପ୍ରକାଶ କରିବାର ସୁଯୋଗ ପାଇବେ ।

ପାକିସ୍ତାନର ନୂଆ କ୍ୟାବିନେଟ୍ ଗଠନ କଲେ କାମଚଳା ପ୍ରଧାନମନ୍ତ୍ରୀ

ଇସଲାମବାଦ: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନଓ୍ବର ଉଲ ହକ କାକ୍କର ଗଠନ କରିଛନ୍ତି ନୂଆ କ୍ୟାବିନେଟ । ବଡ଼କଥା ହେଉଛି କ୍ୟାବିନେଟରେ ବହୁଚର୍ଚ୍ଚିତ ଜାମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା ଜେକେଏଲଏଫ ନେତା ତଥା ଜେଲରେ ଥିବା ଆତଙ୍କବାଦୀ ୟାସିନ ମାଲିକଙ୍କ ପତ୍ନୀ ମୁସାଲ ହୁସେନ ମାଲିକଙ୍କୁ ସାମିଲ କରାଯାଇଛି । ନ୍ୟାସନାଲ ଇନଭେଷ୍ଟିଂ ଏଜେନସ୍ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଗତ ୨୦୨୨ ମେ ୨୫ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ୟାସିନ । ମିସାଲ ହୁସେନଙ୍କୁ ମିଳିଛି ମାନବାଧିକାର ବିଭାଗ ମନ୍ତ୍ରାଳୟ । ପୂର୍ବତନ ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସମସାଦ ଅଖତାରଙ୍କୁ ଅର୍ଥ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିବାବେଳେ ପୂର୍ବତନ ମନ୍ତ୍ରୀ ସରଫରାଜ ବୁଗତି ହୋଇଛନ୍ତି ଗୃହମନ୍ତ୍ରୀ । ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ପ୍ରଧାନମନ୍ତ୍ରୀ କାକ୍କରଙ୍କ କ୍ୟାବିନେଟର ଶପଥପାଠ କରାଇଥିଲେ । ଅନ୍ୟ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜାଲିଲ ଆବାସ ଜିଲାନି, ଲେଫ୍ଟନାଣ୍ଟ ଜେନେରାଲ ଅନଓ୍ବର ଅଲି ହାଇଦର, ନଦିମ ଜାନ, ଖଲିଲ ଜର୍ଜ ପ୍ରମୁଖ । ବାଲୁଚିସ୍ତାନ ଆଓ୍ବାମି ଲିଗର ସିନେଟର ଅନଓ୍ବର ଉଲ ହକ କାକ୍କର ଗତ ଅଗଷ୍ଟ ୧୪ରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ଗତ ୨୦୧୮ରେ କାକ୍କର ସିନେଟକୁ ନିର୍ବାଚିତ ହୋଇଥିବାବେଳେ ଜଣେ ଶକ୍ତିଶାଳୀ ନେତା ଭାବେ ବିବେଚିତ ହୋଇଆସୁଛନ୍ତି । କାକ୍କର ହେଉଛନ୍ତି ଦେଶର ଅଷ୍ଟମ କାମଚଳା ପ୍ରଧାନମନ୍ତ୍ରୀ ।

ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ, ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ମାରାଥନ ରେଡ୍

 

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁ-କାଶ୍ମୀରରେ NIAର ବଡ଼ ଆକ୍ସନ । ଟେରର ଫଣ୍ଡିଂ ଓ ଆତଙ୍କୀ ଲିଙ୍କ ସନ୍ଦେହରେ ଆଜି ସକାଳୁ ମାରାଥନ ରେଡ୍ । ସୋପିଆନ, କୁଲଗାମ ଓ କୁପଓ୍ବାଡା ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଏନଆଇଏ ଟିମ୍ । ପାକିସ୍ତାନୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଓ ଉପତ୍ୟକାରେ ଅଶାନ୍ତି ପାଇଁ ଷଡଯନ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ଚଢ଼ାଉ କରୁଛି । ତିନି ଜିଲ୍ଲାର ୮ଟି ସ୍ଥାନରେ ରେଡ୍ ଜାରି ରହିଛି । ଆତଙ୍କୀ କ୍ୟାଡର ଓ ଓଭରଗ୍ରାଉଣ୍ଡ ଓ୍ବର୍କର୍ସଙ୍କ ଘର ଅଫିସରେ ସର୍ଚ୍ଚ ଅପରେସନ ଜାରି ରହିଛି । ସୋପୋରେଠାରେ ସୁରକ୍ଷାକର୍ମୀମାନେ ଲସ୍କର-ଏ-ତୋଏବାର ଦୁଇଜଣ ଓଭରଗ୍ରାଉଣ୍ଡ ଓ୍ବାର୍କର୍ସଙ୍କୁ ଗିରଫ କରିବା ସହ ଗ୍ରେନେଡ, ୮ରାଉଣ୍ଡ ପିସ୍ତଲ ଜବତ କରିଛି ।

ମଇଁଷି ଗୁହାଳରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିପାଟଣା: ମଇଁଷି ଗୁହାଳରେ ପଡ଼ି ରହିଛି ଦୁଇ ଯୁବକଙ୍କ ମୃତଦେହ  । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା କାଜ ନିକଟରେ ଘଟିଛି ଅଭାବନୀୟ ଘଟଣା  । ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା । ଉଭୟ ମଇଁଷି ଫାର୍ମ କର୍ମଚାରୀ ବୋଲି ସୂଚନା ମିଳିଛି  । ତେବେ କେମିତି ଉଭୟଙ୍କର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି  । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଉଥିବା ସୂଚନା ମିଳିଛି  ।