spot_img
Home Blog Page 2787

ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗ, ୨ଗିରଫ

ଭୁବନେଶ୍ବର : ଅସଲି ନାଁରେ ନକଲି ଜର୍ଦ୍ଦା ବିକ୍ରି । ଭୁବନେଶ୍ବରରେ ଗୋପାଳ ଜର୍ଦ୍ଦା କମ୍ପାନୀ ନାଁରେ ନକଲି ସାମଗ୍ରୀ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ  । ଗିରଫ ଅଭିଯୁକ୍ତ ହେଲେ କୃଷ୍ଣଚନ୍ଦ୍ର ରାଉଳ ଓ ବାସୁଦେବ ମଣ୍ଡଳ । ୟୁନିଟ ୧ ହାଟରେ ଚଢ଼ାଉ କରି ଗିରଫ ଉଭୟଙ୍କୁ ଗିରଫ କରିଛି ପୋଲିସ । ରେଡ ବେଳେ ବ୍ୟାପକ ପରିମାଣର ନକଲି ଜର୍ଦ୍ଦା ଜବତ କରାଯାଇଛି  ।  ୟୁନିଟ ୧ ହାଟର ୭ ଓ ୧୪ ନମ୍ବର ଦୋକାନକୁ ସିଜ କରିଛି ପୋଲିସ  ।

ଆଗାମୀ ଦିନରେ ନକଲି ସାମଗ୍ରୀ ବିକ୍ରିକୁ ରୋକିବା ପାଇଁ ଚଢ଼ାଉ ଜାରି ରହିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି  ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନାହିଁ । ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ବଡ଼ଦେଉଳରେ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ ଜେଟିପି  । ଜେଟିପି ମାନେ ଆଚରଣ, ଉଚ୍ଚାରଣ ଓ ବ୍ୟବହାର ଠିକ ରଖି ପର୍ଯ୍ୟଟକ ଓ ଭକ୍ତଙ୍କୁ ସଚେତନ କରିବେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି  । ସବୁ ସେବାୟତ ନିଯୋଗ ଓ ହୋଟେଲର ସହଯୋଗ ନିଆଯାଇଛି । ସମସ୍ତେ ସଚେତନ ହେଲେ ଏ ପ୍ରକ୍ରିୟା ସଫଳ ହେବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି  । ଭକ୍ତମାନେ ଶାଳୀନତାପୂର୍ବକ ପାରମ୍ପରିକ ପୋଷାକ ପରିଧାନ କରି ମନ୍ଦିର ଆସିବେ। ଏଥିପାଇଁ ପ୍ରଥମେ ଶ୍ରଦ୍ଧାଳୁଙ୍କୁ ସଚେତନ କରାଯାଉଛି  । Banakalagi Ritual Of Lord Jagannath Tomorrow - Pragativadi

ନୂଆବର୍ଷ ଅର୍ଥାତ୍ ଜାନୁଆରି ପହିଲାରୁ ଏହି ନିୟମ କଡ଼ାକଡ଼ି କରାଯିବ। ଯେଉଁମାନେ ଏହାକୁ ଅମାନ୍ୟ କରିବେ, ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଏଥିପାଇଁ ଜେଟିପିଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉନ୍ନୟନ ପ୍ରଶାସକ, ସୁରକ୍ଷା ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର ଓ ଜେଟିପି ପୋଲିସ ଉପସ୍ଥିତ ରହିଥିଲେ  ।

ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହେଉଥିବା ଯୁଦ୍ଧରେ, କାହା ସପକ୍ଷରେ କେଉଁ ରାଷ୍ଟ୍ର ରହିଛି ?

ନନ୍ଦିଘୋଷ ବ୍ୟୁରୋ : ବିଶ୍ୱରେ ଗୋଟିଏ ଯୁଦ୍ଧର ଅବସାନ ଘଟିନାହିଁ ଆଉ ଏକ ଯୁଦ୍ଧର ସୂତ୍ରପାତ ହୋଇଛି । ଏହା ବିଶ୍ୱ ସମୁଦାୟକୁ ବିପଦକୁ ଟାଣୁଛି । କାରଣ ବିଜୟ ପରାଜୟ ମଧ୍ୟରେ ନିରିହ ସାଧାରଣ କୀବନ ବାଜି ଲାଗିଥାଏ । ବାଜି କିଏ ହାରିବ କିଏ ଜିତିବ ପରର କଥା କିନ୍ତୁ ନିରିହ ଜୀବନ ଗୁଡ଼ିକ ଟଳିପଡ଼ିଯାଏ ଯୁଦ୍ଧର ବିଭିଷିକା ଭିତରେ । ହେଲେ ଏହି ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହେଉଥିବା ଯୁଦ୍ଧରେ ଆସନ୍ତୁ ନଜର ପକାଇବା ବର୍ତ୍ତମାନ ସ୍ଥିତିରେ କାହା ସପକ୍ଷରେ ଅଛି କେଉଁ ରାଷ୍ଟ୍ର । ୧୯୮୨ ଓ ୨୦୦୬ରେ ଲେବାନନ ସହ ୨ଟି ଯୁଦ୍ଧ କରିଛି ଇସ୍ରାଏଲ । ବର୍ତ୍ତମାନ ଇରାନ ସମର୍ଥିତ ହେଜବୁଲ୍ଲା ସଂଗଠନ ସହ ଇସ୍ରାଏଲର ଶତ୍ରୁତା ରହିଛି । ଇସ୍ରାଏଲ ଉପରେ ଆକ୍ରମଣ କରୁଛି ହେଜବୁଲ୍ଲା । ପାଲେଷ୍ଟିନୀୟ ସଂଗଠନଗୁଡିକୁ ଆଶ୍ରୟ ଦେଇଥାଏ ସିରିଆ । ସିରିଆ ଅଧୀନ ଗୋଲାନ ହାଇଟସକୁ ୧୯୬୭ରେ ଅକ୍ତିଆର କରିଥିଲା ଇସ୍ରାଏଲ । ଏହି କାରଣକୁ ନେଇ ଲେବାନନ ଓ ଇରାନ ସହ ସିରିଆର ମେଣ୍ଟ ହୋଇଥିଲା । ୧୯୪୮ରେ ୫ଟି ଆରବ ରାଷ୍ଟ୍ର ଇସ୍ରାଏଲ ଉପରେ କରିଥିଲେ ହମଲା । ଏବେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ଶତ୍ରୁତା । ପଶ୍ଚିମଏସିଆର ସବୁଠୁ ଧନୀ ଓ ସମ୍ଭ୍ରାନ୍ତ ରାଷ୍ଟ୍ର ସାଉଦିଆରବ ପ୍ରଥମେ ପାଲେଷ୍ଟାଇନ ସପକ୍ଷରେ ଥିଲା । ପରେ ଇସ୍ରାଏଲ ସମର୍ଥନରେ ରହିଛି ସାଉଦିଆରବ । ଇରାନ ବିରୋଧରେ ମେଣ୍ଟ ଲାଗି ଇସ୍ରାଏଲକୁ ସମର୍ଥନ କରିଛି । ଆମେରିକାର ମଧ୍ୟସ୍ଥତା ପରେ ଇସ୍ରାଏଲକୁ ବି ଦେଇଛି ରାଷ୍ଟ୍ର ମାନ୍ଯତା । ଇସ୍ରାଏଲ ସହ ଦୁଇଟି ଯୁଦ୍ଧ କରିସାରିଛି ଇଜିପ୍ଟ । ୧୯୭୯ କ୍ଯାମ୍ପ ଡେଭିଡ ସମ୍ମିଳନୀରେ ଇସ୍ରାଏଲକୁ ଦେଇଥିଲା ରାଷ୍ଟ୍ର ମାନ୍ଯତା । ରାଷ୍ଟ୍ର ମାନ୍ୟତା ଦେବାରେ ଇଜିପ୍ଟ ଥିଲା ପ୍ରଥମ ଆରବ ରାଷ୍ଟ୍ର । ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ଯରେ ମଧ୍ୟସ୍ଥତା ଭୂମିକା ନେଉଛି ଇଜିପ୍ଟ । ହମାସ କବଳିତ ଗାଜାରେ ମାନବିକ ସହାୟତା ଯୋଗାଉଛି ଓମାନ । ଇସ୍ରାଏଲ ସହ ସମ୍ପର୍କ ନ ରଖିବା ଲାଗି ୨୦୨୩ ଜାନୁଆରୀରେ ସଂସଦ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ବର୍ତ୍ତମାନ କରୁଛି ଉଦ୍ୟମ । ହମାସର ଅନେକ ନେତା କତାରର ଦୋହାରେ ବାସ କରୁଛନ୍ତି । ଇସ୍ରାଏଲ-ହମାସ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରୁଥିବାବେଳେ ନାରୀ ଓ ଶିଶୁଙ୍କ ସୁରକ୍ଷା ଲାଗି ଉଦ୍ୟମ କରୁଛି କତାର । ପାଲେଷ୍ଟାଇନକୁ ଆର୍ଥିକ ସହାୟତା ଦେଇଥାଏ କତାର । ଇସ୍ରାଏଲକୁ ୨୦୨୦ରେ ମାନ୍ୟତା ଦେଇଥିଲା ୟୁଏଇ । ଇସ୍ରାଏଲକୁ ବର୍ତ୍ତମାନ ସମର୍ଥନ କରୁଛି ୟୁଏଇ । ଶାହ ମହମ୍ମଦ ରେଜାଙ୍କ ସମୟରେ ଇସ୍ରାଏଲ ସହ ଇରାନର ଥିଲା ଭଲ ସମ୍ପର୍କ । ମାତ୍ର ୧୯୭୮-୭୯ ବିପ୍ଳବ ପରେ ଇସ୍ରାଏଲ ସହ ସମ୍ପର୍କ ଛିନ୍ନ କରିଥିଲା ଇରାନ ।Timeline: Israel-Hamas Fighting Has Taken A Dire Toll : NPR

୧୯୯୧ ଉପସାଗରୀୟ ଯୁଦ୍ଧ ପରଠାରୁ ଦୁଇ ରାଷ୍ଟ୍ର ମଧ୍ୟରେ ତୀବ୍ର ଶତ୍ରୁତା ରହିଛି । ବର୍ତ୍ତମାନ ହମାସ ଓ ହେଜବୁଲ୍ଲାକୁ ସମର୍ଥନ ଦେଇଆସୁଛି ଇରାନ । ଇସ୍ରାଏଲ ଗଠନକୁ ବିରୋଧ କରିଆସୁଛି ଇରାକ । ୧୯୪୮ରେ ଆରବ ରାଷ୍ଟ୍ର ସହ ମିଶି ଇସ୍ରାଏଲ ବିରୋଧରେ କରିଥିଲା ଯୁଦ୍ଧ । ଇରାନର ବହୁ ଆତଙ୍କୀ ସଂଗଠନ ସହ ଇରାକର ସମ୍ପର୍କ ଥିବାବେଳେ ଇସ୍ରାଏଲ ବ୍ୟାପାରରେ ହସ୍ତକ୍ଷେପ କଲେ ଆମେରିକାକୁ ବିରୋଧ କରିବାକୁ ଧମକ ଦିଆଯାଇଛି । ୧୯୯୪ ପରଠାରୁ ଇସ୍ରାଏଲ-ଜୋର୍ଡାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ମାତ୍ର ୧୯୪୮ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଜୋର୍ଡାନ । ଇଜିପ୍ଟ ପରେ ଇସ୍ରାଏଲକୁ ମାନ୍ୟତା ଦେବାରେ ଜୋର୍ଡାନ ଦ୍ବିତୀୟ ରାଷ୍ଟ୍ର । ଇସ୍ରାଏଲ-ପାଲେଷ୍ଟାଇନ ବ୍ୟାପାରରେ ବିଶେଷ ଭୂମିକା ନେଇନି ୟେମେନ । ନିଜ ଦେଶରେ ଥିବା ସମସ୍ୟା କାରଣରୁ ୟେମେନ ନିରପେକ୍ଷତା ଅବଲମ୍ବନ କରିଛି ।

ଇସ୍ରାଏଲ ସେନା ଆକ୍ରମଣରେ ୧୩ ପଣବନ୍ଦୀ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ୧୩ ପଣବନ୍ଦୀ ମୃତ। ମୃତକଙ୍କ ମଧ୍ୟରେ ଇସ୍ରାଏଲ ନାଗରିକଙ୍କ ସହ କିଛି ବିଦେଶୀ ନାଗରିକ ମଧ୍ୟ ଅଛନ୍ତି । ଏଭଳି ଦାବି କରିଛି ଆତଙ୍କବାଦୀ ସଂଗଠନ ହମାସ ।

ଇସ୍ରାଏଲ ନାଗରିକଙ୍କୁ ପଣବନ୍ଦୀ ଭାବେ ଗାଜାରେ ନେଇ ରଖିଥିବାବେଳେ ଏୟାର ଷ୍ଟ୍ରାଇକରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା କହିଛି ହମାସ। ମୃତ ୧୩ ଇସ୍ରାଏଲ ପଣବନ୍ଦୀଙ୍କ ସହ କିଛି ବିଦେଶୀ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଥିବା କହିଛି ହମାସ ।

ଇସ୍ରାଲର ୫ ସ୍ଥାନରେ ହୋଇଥଇବା ଏୟାର ଷ୍ଟ୍ରାଇକରେ ଏମାନଙ୍କର ମୃତ୍ୟୁ ଘଟିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ଆକ୍ରମଣରେ ଏହି ସମସ୍ତ ପଣବନ୍ଦୀଙ୍କ ମୃତ୍ୟୁ ଘଟିଛି । ସେପଟେ ଚୀନର ବେଜିଂରେ ଇସ୍ରାଏଲ କୂଟନୈତିକ ପ୍ରତିନିଧିଙ୍କୁ ଛୁରା ମାଡ଼ ହୋଇଥିବା ଜଣାପଡିଛି । ବେଜିଂରେ କିଛି ଦୁର୍ବତ୍ତ ତାଙ୍କୁ  ଆକ୍ରମଣ କରିଥିବା ଜଣାପଡିଛି ।

ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟ : ଯୁଦ୍ଧଭୂମିରୁ ଫେରିଲେ ୯ ଓଡ଼ିଆ

ଭୁବନେଶ୍ୱର : ଯୁଦ୍ଧଭୂମିରେ ଜୀବନ ବିଜୟ କଲେ ଓଡ଼ିଆ । ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଫେରିଲେ ୯ ଓଡ଼ିଆଙ୍କ ସମେତ ୨୧୨ ପ୍ରବାସୀ । ଦିଲ୍ଲୀରେ ବଖାଣିଛନ୍ତି ଲୋମଟାଙ୍କୁରା ଅନୁଭୂତି । ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ବାଜିଥିଲା ସାଇରନ । ସାଇରନ ଶୁଣିବା ପରେ ସେଲଟରରେ ରହିଥିଲେ ଭାରତୀୟ । ମାତ୍ର ଆଣ୍ଟି ମିସାଇଲ ସିଷ୍ଟମ ଯୋଗୁ ଜୀବନ ଥିଲା ନିରାପଦ । ସେମାନଙ୍କୁ ଇସ୍ରାଏଲରେ ସମସ୍ତ ସୁବିଧା ଦେଇ ରଖାଯାଇଥିଲା । ଇସ୍ରାଏଲ ସୀମାରେ ଖରାପ ସ୍ଥିତି ଥିଲା । ଆର୍ମି ଓ ସରକାରଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଭରସା ଥିଲା । ଆଣ୍ଟି ମିସାଇଲ ସିଷ୍ଟମ ଥିବାରୁ ଆମେ ସେଠାରେ ନିରାପଦରେ ଥିଲୁ । ସେଠାରେ ଗୋଟିଏ ଗୋଟିଏ ବିଲିଡିଂରେ ଗୋଟିଏ ସେଫ ହାଉସ ଥିଲା । ପ୍ରଥମ ଥର ଲାଗି ସାଇରନ ଶୁଣିବା ପରେ ଆତଙ୍କିତ ଥିଲୁ ବୋଲି କହିଛନ୍ତି ଇସ୍ରାଏଲ ଫେରନ୍ତା ।

ଗାଜାକୁ ଇସ୍ରାଏଲ ସେନାର କଡ଼ା ନିର୍ଦ୍ଦେଶ : ତୁରନ୍ତ ୨୪ ଘଣ୍ଟା ମଧ୍ୟରେ ଗାଜା ଛାଡ଼

ନୂଆଦିଲ୍ଲୀ :  ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ । ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜାତିସଂଘ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇସ୍ରାଏଲ ସୀମାନ୍ତ ଗାଜାର ଏହି ଅଂଚଳରୁ ଥିବା ଜାତିସଂଘ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଇସ୍ରାଏଲ ସେନାର ଏହି ନିର୍ଦ୍ଦେଶକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ । ବିନାଶକାରୀ ଏବଂ ଭୟାବହ ପରିଣାମ ବିନା ଏଭଳି ସ୍ଥାନାନ୍ତରଣ ଅସମ୍ଭବ ବୋଲି କହିଛନ୍ତି ଜାତିସଂଘ ମୁଖପାତ୍ର ଷ୍ଟିଫେନ୍ ଦୁଦାରିକ୍। ସେପଟେ ଇସ୍ରାଏଲ ପଡୋଶୀ ସିରିଆର ଦୁଇ ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି । ଦସ୍ମିକ ଏବଂ ଆଲେପ୍ପୋ ବିମାନବନ୍ଦରରେ ବୋମା ବର୍ଷଣ କରିଥିଲା ଇସ୍ରାଏଲ ସେନା । ଏହାପରେ ଏହି ଦୁଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ମଧ୍ୟ ଏହି ବିବାଦୀୟ ସ୍ଥାନକୁ ନେଇ ଦୁଇ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଝାରସୁଗୁଡ଼ାରୁ ଆଉ ୨ ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା : ଆକାଶ ପଥରେ ଆଉ ଦୁଇ ସହରକୁ ଯୋଡ଼ିହେବ ଝାରସୁଗୁଡ଼ା । ଖୁବଶୀଘ୍ର କୋଲକାତା ଓ ବେଙ୍ଗାଳୁରୁକୁ ଆରମ୍ଭ ହେବ ବିମାନ ସେବା । ନଭେମ୍ବର ୫ ତାରିଖରୁ କୋଲକାତା ଓ ଝାରସୁଗୁଡା ମଧ୍ୟରେ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ନଭେମ୍ବର ୧୫ ତାରିଖରୁ ଝାରସୁଗୁଡା ଓ ବେଙ୍ଗାଲୁରୁ ମଧ୍ୟରେ ଇଣ୍ଡିଗୋ ବମାନ ଚଳାଚଳ କରିବ । ଏନେଇ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି  ।

ସମ୍ବଲପୁର ବିଜେପି ସାଂସଦଙ୍କ ଗୁମର ଖୋଲିଲେ ଦେବଗଡ଼ ବିଜେପି ବିଧାୟକ

ଭୁବନେଶ୍ୱର :  ତେଜିଲା ବିଜେପି କନ୍ଦଳ, ବଢ଼ିଲା ବିଜେପି ସାଂସଦ- ବିଧାୟକ କଳି । ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ଗୁମର ଖୋଲିଲେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ବିରୋଧରେ ସାଂଘାତିକ ବୟାନ ରଖିଛନ୍ତି ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ। ସ୍ୱାମୀ -ସ୍ତ୍ରୀ କଳି ଯୋଗୁ ଲୋକପ୍ରିୟତା ହରାଇଛନ୍ତି ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ। ବିଧାୟକ କି ସାଂସଦ ହେବା ଯୋଗ୍ୟତା ତାଙ୍କର ନାହିଁ । ସ୍ତ୍ରୀଙ୍କ ଦ୍ୱାରା ଗୃହବନ୍ଦୀ ଅଛନ୍ତି ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେ । ସେ ସାଂସଦ କି ବିଧାୟକ ପଦ ପାଇଁ ଛିଡ଼ା ହେଲେ ହାରିବା ପକ୍କା। ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବ ଲୋକଙ୍କ ପାଖକୁ ଗଲେନାହିଁ କି ଲୋକଙ୍କ କୌଣସି କାମ କଲେ ନାହିଁ। ସେଥିପାଇଁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ସେ ଆଉ ସାଂସଦ କୁଆଡୁ ଛିଡ଼ା ହେବେ ବୋଲି ପ୍ରଶ୍ନ କରିଛନ୍ତି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।

ଇସ୍ରାଏଲ –ପାଲେଷ୍ଟାଇନ ଯୁଦ୍ଧରେ କାହାର ଭୂମିକା କ‘ଣ ?

ନୂଆଦିଲ୍ଲୀ :  ୧୯୮୨ ଓ ୨୦୦୬ରେ ଲେବାନନ ସହ ୨ଟି ଯୁଦ୍ଧ କରିଛି ଇସ୍ରାଏଲ । ବର୍ତ୍ତମାନ ଇରାନ ସମର୍ଥିତ ହେଜବୁଲ୍ଲା ସଂଗଠନ ସହ ଇସ୍ରାଏଲର ଶତ୍ରୁତା ରହିଛି । ଇସ୍ରାଏଲ ଉପରେ ଆକ୍ରମଣ କରୁଛି ହେଜବୁଲ୍ଲା । ପାଲେଷ୍ଟିନୀୟ ସଂଗଠନଗୁଡିକୁ ଆଶ୍ରୟ ଦେଇଥାଏ ସିରିଆ । ସିରିଆ ଅଧୀନ ଗୋଲାନ ହାଇଟସକୁ ୧୯୬୭ରେ ଅକ୍ତିଆର କରିଥିଲା ଇସ୍ରାଏଲ । ଏହି କାରଣକୁ ନେଇ ଲେବାନନ ଓ ଇରାନ ସହ ସିରିଆର ମେଣ୍ଟ ହୋଇଥିଲା । ୧୯୪୮ରେ ୫ଟି ଆରବ ରାଷ୍ଟ୍ର ଇସ୍ରାଏଲ ଉପରେ କରିଥିଲେ ହମଲା । ଏବେ ଦୁଇ ଦେଶ ମଧ୍ୟରେ ଜାରି ରହିଛି ଶତ୍ରୁତା ।

ପଶ୍ଚିମ ଏସିଆର ସବୁଠୁ ଧନୀ ଓ ସମ୍ଭ୍ରାନ୍ତ ରାଷ୍ଟ୍ର ସାଉଦିଆରବ ପ୍ରଥମେ ପାଲେଷ୍ଟାଇନ ସପକ୍ଷରେ ଥିଲା । ପରେ ଇସ୍ରାଏଲ ସମର୍ଥନରେ ରହିଛି ସାଉଦିଆରବ । ଇରାନ ବିରୋଧରେ ମେଣ୍ଟ ଲାଗି ଇସ୍ରାଏଲକୁ ସମର୍ଥନ କରିଛି । ଆମେରିକାର ମଧ୍ୟସ୍ଥତା ପରେ ଇସ୍ରାଏଲକୁ ବି ଦେଇଛି ରାଷ୍ଟ୍ର ମାନ୍ଯତା । ଇସ୍ରାଏଲ ସହ ଦୁଇଟି ଯୁଦ୍ଧ କରିସାରିଛି ଇଜିପ୍ଟ । ୧୯୭୯ କ୍ୟାମ୍ପ ଡେଭିଡ ସମ୍ମିଳନୀରେ ଇସ୍ରାଏଲକୁ ଦେଇଥିଲା ରାଷ୍ଟ୍ର ମାନ୍ୟତା । ରାଷ୍ଟ୍ର ମାନ୍ୟତା ଦେବାରେ ଇଜିପ୍ଟ ଥିଲା ପ୍ରଥମ ଆରବ ରାଷ୍ଟ୍ର । ବର୍ତ୍ତମାନ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ଯରେ ମଧ୍ୟସ୍ଥତା ଭୂମିକା ନେଉଛି ଇଜିପ୍ଟ । ହମାସ କବଳିତ ଗାଜାରେ ମାନବିକ ସହାୟତା ଯୋଗାଉଛି ଓମାନ ।

ଇସ୍ରାଏଲ ସହ ସମ୍ପର୍କ ନ ରଖିବା ଲାଗି ୨୦୨୩ ଜାନୁଆରୀରେ ସଂସଦ ପ୍ରସ୍ତାବ ଗୃହୀତ ହୋଇଥିବାବେଳେ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ବର୍ତ୍ତମାନ କରୁଛି ଉଦ୍ୟମ । ହମାସର ଅନେକ ନେତା କତାରର ଦୋହାରେ ବାସ କରୁଛନ୍ତି । ଇସ୍ରାଏଲ-ହମାସ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରୁଥିବାବେଳେ ନାରୀ ଓ ଶିଶୁଙ୍କ ସୁରକ୍ଷା ଲାଗି ଉଦ୍ୟମ କରୁଛି କତାର । ପାଲେଷ୍ଟାଇନକୁ ଆର୍ଥିକ ସହାୟତା ଦେଇଥାଏ କତାର । ଇସ୍ରାଏଲକୁ ୨୦୨୦ରେ ମାନ୍ୟତା ଦେଇଥିଲା ୟୁଏଇ ।

ଇସ୍ରାଏଲକୁ ବର୍ତ୍ତମାନ ସମର୍ଥନ କରୁଛି ୟୁଏଇ । ଶାହ ମହମ୍ମଦ ରେଜାଙ୍କ ସମୟରେ ଇସ୍ରାଏଲ ସହ ଇରାନର ଥିଲା ଭଲ ସମ୍ପର୍କ । ମାତ୍ର ୧୯୭୮-୭୯ ବିପ୍ଳବ ପରେ ଇସ୍ରାଏଲ ସହ ସମ୍ପର୍କ ଛିନ୍ନ କରିଥିଲା ଇରାନ । ୧୯୯୧ ଉପସାଗରୀୟ ଯୁଦ୍ଧ ପରଠାରୁ ଦୁଇ ରାଷ୍ଟ୍ର ମଧ୍ୟରେ ତୀବ୍ର ଶତ୍ରୁତା ରହିଛି । ବର୍ତ୍ତମାନ ହମାସ ଓ ହେଜବୁଲ୍ଲାକୁ ସମର୍ଥନ ଦେଇଆସୁଛି ଇରାନ । ଇସ୍ରାଏଲ ଗଠନକୁ ବିରୋଧ କରିଆସୁଛି ଇରାକ । ୧୯୪୮ରେ ଆରବ ରାଷ୍ଟ୍ର ସହ ମିଶି ଇସ୍ରାଏଲ ବିରୋଧରେ କରିଥିଲା ଯୁଦ୍ଧ ।

ଇରାନର ବହୁ ଆତଙ୍କୀ ସଂଗଠନ ସହ ଇରାକର ସମ୍ପର୍କ ଥିବାବେଳେ ଇସ୍ରାଏଲ ବ୍ୟାପାରରେ ହସ୍ତକ୍ଷେପ କଲେ ଆମେରିକାକୁ ବିରୋଧ କରିବାକୁ ଧମକ ଦିଆଯାଇଛି । ୧୯୯୪ ପରଠାରୁ ଇସ୍ରାଏଲ-ଜୋର୍ଡାନ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲା । ମାତ୍ର ୧୯୪୮ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଜୋର୍ଡାନ । ଇଜିପ୍ଟ ପରେ ଇସ୍ରାଏଲକୁ ମାନ୍ୟତା ଦେବାରେ ଜୋର୍ଡାନ ଦ୍ବିତୀୟ ରାଷ୍ଟ୍ର । ଇସ୍ରାଏଲ-ପାଲେଷ୍ଟାଇନ ବ୍ୟାପାରରେ ବିଶେଷ ଭୂମିକା ନେଇନି ୟେମେନ । ନିଜ ଦେଶରେ ଥିବା ସମସ୍ୟା କାରଣରୁ ୟେମେନ ନିରପେକ୍ଷତା ଅବଲମ୍ବନ କରିଛି ।

ମହିଳାଙ୍କ ଅନୁରୋଧ ଶୁଣି ଛାଡ଼ପତ୍ର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ‘ମୁଁ ବିବାହିତା । ଛାଡପତ୍ର ପାଇଥିବା ମହିଳା ଭାବେ ମରିପାରିବି ନାହିଁ । ଏହି ଇଚ୍ଛା ପୂରଣ ହେଉ ।’ ଛାଡ଼ପତ୍ର ପାଇବାକୁ ଯାଉଥିବା ଜଣେ ୮୨ ବର୍ଷୀୟ ମହିଳାଙ୍କ ଏହି ସ୍ପର୍ଶକାତର ଅନୁରୋଧକୁ ସହୃଦୟତାର ସହ ବିଚାର କରିଛନ୍ତି ସୁପ୍ରିମକୋର୍ଟ । ବୃଦ୍ଧାଙ୍କ ଅନୁରୋଧ ରକ୍ଷା କରି ତାଙ୍କର ୮୯ ବର୍ଷ ବୟସ୍କ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ରଦ୍ଦ କରିଛନ୍ତି ।

ବୈବାହିକ ବନ୍ଧନ ତୁଟାଇବା ଲାଗି ସ୍ବାମୀ କରିଥିବା ଆବେଦନ ବିରୋଧରେ ସୁପ୍ରିମକୋର୍ଟ ମହିଳାଙ୍କ ଅନୁରୋଧକୁ ସ୍ବୀକୃତି ଦେଇଛନ୍ତି ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ ବେଳା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ । ସମ୍ବିଧାନର ଧାରା ୧୪୨ ଅନୁସାରେ ସୁପ୍ରିମକୋର୍ଟ ସ୍ବାମୀଙ୍କୁ ଆବେଦନକୁ ରଦ୍ଦ କରିପାରିବେ ବୋଲି ଦର୍ଶାଇଛନ୍ତି ଖଣ୍ଡପୀଠ । ୨୪ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ କହିଛନ୍ତି- ଛାଡପତ୍ର ପ୍ରସଙ୍ଗରେ ଅନେକ ଆବେଦନ ହେଉଥିବା ସତ୍ତ୍ବେ ବିବାହ ପରି ଏକ ପ୍ରତିଷ୍ଠାନ ସର୍ବଦା ପବିତ୍ର, ଆଧ୍ୟାତ୍ମିକ ମୂଲ୍ୟବୋଧ ସମ୍ପନ୍ନ ଓ ଅମୂଲ୍ୟ । ଭାରତୀୟ ସମାଜରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ବିବାହ ଏକ ଭାବଗତ ବନ୍ଧନ ।

କୋର୍ଟ କହିଛନ୍ତି, ସ୍ବାମୀଙ୍କ ସେବା କରିବା ଲାଗି ସେ ସର୍ବଦା ପ୍ରସ୍ତୁତ ଏବଂ ତାଙ୍କୁ ସେ ଛାଡି ରହିପାରିବେ ନାହିଁ । ଜଣେ ଛାଡପତ୍ର ପାଇଥିବା ମହିଳାଙ୍କ ପରି ସେ ମରିପାରିବେ ନାହିଁ ବୋଲି ମହିଳା ଯେଉଁ ଆବେଦନ କରିଥିଲେ ତାହାକୁ କୋର୍ଟ ବିଚାର କରିଛନ୍ତି । ସାମ୍ପ୍ରତିକ ସମାଜରେ ଛାଡପତ୍ର ସମସ୍ୟା ଥିଲେ ବି ସ୍ତ୍ରୀଙ୍କ ବାବନାକୁ ଗୁରୁତ୍ବ ଦେବା ଆବଶ୍ୟକ।

୧୯୬୩ରେ ଏହି ଦମ୍ପତିଙ୍କ ବିବାହ ହୋଇଥିବାବେଳେ ସେମାନଙ୍କ ୩ଟି ସନ୍ତାନ ରହିଛନ୍ତି । ସ୍ବାମୀ ଭାରତୀୟ ସେନାର ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ତାଙ୍କ ପାଖରେ ନରହି ନିଜ ଶାଶୂ ଓ ଶଶୁରଙ୍କ ନିକଟରେ ରହିବା ଲାଗି ମହିଳା ଚାହିଁଥିବାରୁ ଏହାକୁ ନେଇ ଛାଡପତ୍ର ପ୍ରସଙ୍ଗ ଉଠିଥିଲା । ଛାଡପତ୍ର ଲାଗି ପ୍ରଥମେ ପଞ୍ଜାବର ଏକ ଜିଲ୍ଲାକୋର୍ଟ ସ୍ବାମୀଙ୍କୁ ଅନୁମତି ଦେଇଥିଲେ । ମାତ୍ର ଏହି ରାୟକୁ ଅଗ୍ରାହ୍ୟ କରିଥିଲେ ପଞ୍ଜାବ ଓ ହରିଣାଣା ହାଇକୋର୍ଟ । ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସ୍ବାମୀ ।