spot_img
Home Blog Page 28

ଏମ୍‌ବିବିଏସ୍ ପରୀକ୍ଷା: ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ସୁଯୋଗ

ନନ୍ଦିଘୋଷ ବ୍ୟୁରୋ : ଏମ୍‌ବିବିଏସ୍ ପରୀକ୍ଷା ପାଇଁ ଅତିରିକ୍ତ ସୁବିଧା। ୨୦୧୯-୨୦ ଓ ୨୦୨୦–୨୧ ଶିକ୍ଷାବର୍ଷର ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ। କୋଭିଡ୍ ସମୟରେ ଅସୁବିଧା ବା ଅସୁସ୍ଥତା ପାଇଁ ଯେଉଁ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି, ସେମାନଙ୍କ ପାଇଁ ପ୍ରଥମ ପ୍ରଫେସନନାଲ୍ ଏମ୍ବିବିଏସ୍ ପରୀକ୍ଷା ପାସ୍‌ କରିବା ଲାଗି ଗୋଟିଏ ଅତିରିକ୍ତ ସୁବିଧା ମିଳିବ। ଏନେଇ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଅସ୍ଥାୟୀ କୋହଳ ବ୍ୟବସ୍ଥା ଆଣିଛନ୍ତି। ଏଥିଲାଗି ଏନ୍‌ଏମ୍‌ସିର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କିଛି ସର୍ଭରଖିଛି।

ଛାତ୍ରଛାତ୍ରୀଙ୍କୁ ପ୍ରଥମ ପ୍ରଫେସନନାଲ୍ ଏମ୍‌ବିବିଏସ୍ ପରୀକ୍ଷା ପାସ୍ କରିବା ପାଇଁ ନିର୍ଦ୍ଧାରିତ ୪ଟି ସୁଯୋଗ ବ୍ୟତୀତ ଗୋଟିଏ ଅତିରିକ୍ତ ସୁଯୋଗ ବା ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ପ୍ରଥମ ପ୍ରଫେସନନାଲ୍ ଏମ୍‌ବିବିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବା ପାଇଁ ଛାତ୍ରଛତ୍ରୀ ନିର୍ଦ୍ଧାରିତ ଚାରି ବର୍ଷ ଅବଧୂ ଅତିକ୍ରମ କରିସାରିଥିଲେ ସୁଦ୍ଧା ଏହି ଅତିରିକ୍ତ ସୁଯୋଗ ଉପଲବ୍ଧ ହେବ। ସେଥିରେ ଛାତ୍ର ବା ଛାତ୍ରୀଙ୍କ ନାମଲେଖା ବୈଧ ରହିଥିବା ଆବଶ୍ୟକ। ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ୍ ଇଣ୍ଟର୍ଣ୍ଣସିପ୍‌ର ପ୍ରଯୁଜ୍ୟ ଅବଧି ସହିତ ଏର୍‌ବିଦିଏସ୍ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିବାର ମୋଟ ଅବଧୂ ନାମଲେଖା ତାରିଖରୁ ଦଶ ବର୍ଷରୁ ଅଧ‌ିକ ହେବ ନାହିଁ ବୋଲି ଏନ୍‌ଏମ୍‌ସି କହିଛି। ସର୍ବମୋଟ ୫ଟି ସୁଯୋଗ ପାଇଁ ଅନୁମତି ଦିଆଯିବ। ୨୦୧୯-୨୦ ଓ ୨୦୨୦-୨୧ ଶିକ୍ଷାବର୍ଷ ଏମ୍‌ବିବିଏସ୍ ଛାତ୍ର ଛାତ୍ରୀଙ୍କ ପାଇଁ ସୁଯୋଗ। କୋଭିଡ, ଅସୁସ୍ଥତା ପାଇଁ ପରୀକ୍ଷା ଦେଇପାରିନଥିଲେ।

ମାକ୍ରନଙ୍କ ଉପରେ ଟ୍ରମ୍ପଙ୍କ ଟାର୍ଗେଟ୍, ଫ୍ରାନ୍ସରେ ହଙ୍ଗାମା

ନନ୍ଦିଘୋଷ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ଉପରେ ରୋଷ ଝାଡ଼ିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ପ୍ରବାସୀ ନୀତିରେ ତ୍ରୁଟି ଯୋଗୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଟ୍ରମ୍ପ। ଖୁବ୍ ଶୀଘ୍ର ପ୍ୟାରିସ ଏକ ମୁସଲିମ ସିଟିରେ ପରିଣତ ହେବାକୁ ଯାଉଛି। ପ୍ୟାରିସକୁ ପ୍ରବାସୀଙ୍କୁ ଆଗମନ ଯୋଗୁ ଏହି ସମସ୍ୟା ଉପୁଜିଛି ବୋଲି କହିଛନ୍ତି ଟ୍ରମ୍ପ। କେବଳ ପ୍ୟାରିସ ନୁହେଁ ସାରା ଫ୍ରାନ୍ସକୁ ପ୍ରବାସୀଙ୍କ ବିପୁଳ ଆଗମନ ହେତୁ ଦେଶରେ ସଙ୍କଟ ଦେଖାଦେବ ବୋଲି ବର୍ଷକ ତଳେ ମାକ୍ରନଙ୍କୁ ସତର୍କ କରାଇଥିଲେ ଟ୍ରମ୍ପ। ବର୍ତ୍ତମାନ ସମସ୍ୟା ତୀବ୍ର ହୋଇଛି ବୋଲି ସେ କହିଛନ୍ତି। ମାକ୍ରନ ମୋର ବନ୍ଧୁ। ପ୍ରବାସୀଙ୍କୁ ଆସିବାକୁ ଅନୁମତି ନଦେବାକୁ ତାଙ୍କୁ ପରାମର୍ଶ ଦେଇଥିଲି। ମାତ୍ର ତାହା ପାଳନ ନ କରିବାରୁ ବର୍ତ୍ତମାନ ଏହି ସମସ୍ୟା ଉପୁଜୁଛି ବୋଲି କହିଛନ୍ତି ଟ୍ରମ୍ପ। ବ୍ୟାପକ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀ ସେବାସ୍ତିଆନ ଲେକୋର୍ନୁଙ୍କ ସରକାର ଉପରେ ପ୍ରବଳ ଚାପ ପଜୁଛି।

ଦେଶରେ ପ୍ରାୟ ୩ ହଜାର ଦୋକାନକୁ ପୋଡିଦିଆଯାଇଛି କିମ୍ବା ସେଥିରୁ ଲୁଟ୍ ହୋଇଥିବା ସୂଚନା ମିଳିଛି। ସରକାର ପ୍ୟାରିସ୍‌ ସମେତ ଉତ୍ତର ଫ୍ରାନ୍ସର ଅନ୍ୟ ୪ଟି ସହରରେ ଆଂଶିକ କର୍ଫ୍ୟୁ ଲାଗୁ କରିଛନ୍ତି। ଗତ ଶନିବାର ରବିବାର ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା। ଉତ୍ୟକ୍ତ ଲୋକେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା କରିଥିଲେ। ପୋଲିସ ନିୟନ୍ତ୍ରଣରେ ପରିସ୍ଥିତି ନ ଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।ମହଙ୍ଗା ମାଡ଼, ବେକାରୀ ଆଦି ସମସ୍ୟାକୁ ନେଇ ସେଠାରେ ତୀବ୍ର ଆନ୍ଦୋଳନ ହୋଇଛି। ଶନିବାର ଫ୍ରାନ୍ସର ବିଭିନ୍ନ ସ୍ଥାନରେ ପ୍ରାୟ ୫ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ। ଉଚ୍ଚ ବିଦ୍ୟାଳୟରେ ଉନ୍ନତ ସୁବିଧା ଦାବି କରି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ପ୍ରତିବାଦ ଚାରି ସପ୍ତାହ ଧରି ଚାଲିବା ପରେ ବ୍ୟାପକ ରୂପ ନେଇଥିଲା। ୨୫୦୦ରୁ ଅଧିକ ଲୋକଙ୍କୁ ପୋଲିସ ଗିରଫ କରିଛି। ମୁତୟନ ହୋଇଛନ୍ତି ୬୦ ହଜାରରୁ ଅଧିକ ସୁରକ୍ଷାକର୍ମୀ।

ଦନ୍ତା ଆକ୍ରମଣରେ ଯୁବକ ମୃତ! ଚମ୍ପୁଆରେ ହାତୀ ଆତଙ୍କ

ଚମ୍ପୁଆ: ଦନ୍ତା ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଚମ୍ପୁଆ ବନାଞ୍ଚଳ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ଗୁମୁରା ବିଟ୍ ଅଞ୍ଚଳରେ ଦନ୍ତା ଆତଙ୍କ। ମୃତକ ହେଲେ ଧୋବାକୋଚଡ଼ା ଗାଁର ନାରାୟଣ ନାଏକ। ରାତି ପ୍ରାୟ ୮ ଟାରେ ନାରାୟଣ ଘରକୁ ଫେରୁଥିବା ସମୟରେ ଦନ୍ତାଟି ତାଙ୍କୁ ଆକ୍ରମଣ କରିଥିଲା। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ତାଙ୍କୁ ଚମ୍ପୁଆ ମେଡିକାଲକୁ ନେଇଥିଲେ, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ବର୍ତ୍ତମାନ ଦଣ୍ଡାହୁଡ଼ି ଓ ଆଖପାଖ ଅଞ୍ଚଳରେ ୬ ଟିକିଆ ହାତୀପଲ ଘୂରି ବୁଲୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀପଲଙ୍କୁ ତୁରନ୍ତ ଘଉଡ଼ାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।।

କଟକରେ ମହାଦେବଙ୍କ ଦିବ୍ୟ ଦର୍ଶନ, ମନ ମୋହୁଛି ପଶୁପତିନାଥଙ୍କ ରୂପ

ନନ୍ଦିଘୋଷ ବ୍ୟୁରୋ :  ପୂଜା ମଣ୍ଡପରେ ନେପାଳର ପ୍ରସିଦ୍ଧ ପଶୁପତିନାଥ ଶିବ । କଟକର ଦୁର୍ଗାପୂଜାରେ ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକତାର ଅନନ୍ୟ ସମନ୍ୱୟ । ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ସହ ହର-ପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ଭକ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି କଟକ ନୟାସଡ଼କସ୍ଥିତ ମାରୱାଡ଼ି ସମାଜର ପୂଜା ମଣ୍ଡପ । ଏଠାରେ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା ପାଉଛନ୍ତି ନେପାଳର ପ୍ରସିଦ୍ଧ ପଶୁପତିନାଥ ମହାଦେବଙ୍କ ରୂପ । ନେପାଳର କାଠମାଣ୍ଡୁରେ ଅବସ୍ଥିତ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ଭଗବାନ ଶିବଙ୍କ ଏକ ମହାନ ତୀର୍ଥକ୍ଷେତ୍ର ଭାବେ ପରିଚିତ । ଏହି ପବିତ୍ର ଶୈବ ପରମ୍ପରାର ଆଧ୍ୟାତ୍ମିକ ଭାବନାକୁ ନେଇ କଟକର ଏହି ପୂଜା ମଣ୍ଡପରେ ମହାଦେବଙ୍କ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ବର୍ଷ ଧରି ଏଠାରେ ହର-ପାର୍ବତୀଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଇଆସୁଛନ୍ତି ।

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା, ୨୫ରେ ଆସିବ ବଡ଼ ଅପଡେଟ୍!

ନନ୍ଦିଘୋଷ ବ୍ୟୁରୋ :  ଅକ୍ଟୋବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ପରବର୍ତ୍ତୀ ତୀବ୍ରତା ଏବଂ ଗତିପଥ ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ୨୫ ବେଳକୁ ବାତ୍ୟା ସ୍ଥିତି ଉପରେ ସ୍ପଷ୍ଟ ଚିତ୍ର ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୨ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବାର ସମ୍ଭାବନା ରହିଛି । ବାତ୍ୟା ପାଇଁ ସମୁଦ୍ର ଭିତରେ ପାଗ ଅନୁକୂଳ ରହିଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନାହିଁ । ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଡ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ଚଳିତ ମାସ ୨୭ ରୁ ୨୯ ତାରିଖ ଭିତରେ ଲଘୁଚାପଟି ଗଭୀର ଅବପାତରେ ପରିଣତ ହେବ । ଯାହା ପରବର୍ତ୍ତି ଅବସ୍ଥାରେ ବାତ୍ୟାର ରୂପ ନେଇପାରେ । ତେବେ ବାତ୍ୟା ହେଲେ ଏହାର ଗତିପଥ କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ହୁଥି ଧମକରେ ଥରହର ସାଉଦି ଆରବ, ୨୦୨୭କୁ ଘୁଞ୍ଚିଲା ବଡ଼ ସମ୍ମିଳନୀ

ନନ୍ଦିଘୋଷ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ହୁଥି ଭୟରେ ଥରହର ସାଉଦିଆରବ। ଦେଶରେ ବଡ଼ ଧରଣର ହମଲା କରିବାକୁ ହୁଥିର ଧମକ ପରେ ସାଉଦିଆରବରେ ହେବାକୁ ଥିବା ଭବିଷ୍ୟତ ନିବେଶ ପଦକ୍ଷେପ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି। ୟେମେନର ଇରାନ-ସହଯୋଗୀ ହୁଥି ବିଦ୍ରୋହୀମାନେ ସାରା ଦେଶରେ ତୈଳ ସୁବିଧା, ବିମାନବନ୍ଦର ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ନୂତନ ଆକ୍ରମଣ ଧମକ ଦେବା ପରେ, ସାଉଦି ଆରବ ଏହାର ପ୍ରମୁଖ ଭବିଷ୍ୟତ ନିବେଶ ପଦକ୍ଷେପ ସମ୍ମିଳନୀକୁ ୨୦୨୭ ଯାଏ ସ୍ଥଗିତ ରଖିଛି। ୟେମେନର ଇରାନ-ସହଯୋଗୀ ହୁଥି ବିଦ୍ରୋହୀମାନେ ସାରା ଦେଶରେ ତୈଳ ସୁବିଧା, ବିମାନବନ୍ଦର ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ନୂତନ ଆକ୍ରମଣ ଦାବି କରିବା ପରେ, ସାଉଦି ଆରବ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଚଳିତ ମାସରେ ଆରାମକୋର ମୁଖ୍ୟାଳୟ ଏବଂ ରିୟାଦର ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା ହୁଥି। ଏଥିରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦ରୁ ଅଧିକ ଲୋକ ହୋଇଥିଲେ ଆହତ।

ମୁମ୍ବାଇରେ ଭାରତ-ଆମେରିକା ବୈଠକ, ଜୟଶଙ୍କର-ରୁବିଓ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ମୁମ୍ଵାଇରେ ଆମେରିକା ଓ ଭାରତ ମଧ୍ୟରେ ଏକ ବଡ଼ ବୈଠକ ହେବ। ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ। ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଏସ୍ ଜୟଶଙ୍କର ଓ ମାର୍କୋ ରୁବିଓଙ୍କ ମଧ୍ୟରେ ହେବ ଆଲୋଚନା। ତା ପୂର୍ବରୁ ମାର୍କୋ ରୁବିଓ କହିଛନ୍ତି, ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ଖୁବ ନିକଟତର। ରୁଷିଆର ତେଲ ଉପରେ କଟକଣା, ବିଶ୍ୱକୁ ଶକ୍ତି ଯୋଗାଣ, ତେଲ ଦାମ୍ ଓ ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ଆମେରିକା ବିଚାରକୁ ନେଉଥିବା ସେ କହିଛନ୍ତି। ରୁଷିଆର ତେଲ ଉପରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ଆମେରିକା। ଏହାକୁ ନେଇ ମାର୍କୋ କହିଛନ୍ତି, ବିଶ୍ୱସ୍ତରରେ ଶକ୍ତି ଯୋଗାଣ ଓ ଦାମ ବୃଦ୍ଧି ଉପରେ ଏହାର ପ୍ରଭାବକୁ ଦେଖିବାକୁ ପଡୁଛି। ରୁବିଓଙ୍କ ଅନୁଯାୟୀ, ଜାତୀୟ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ଆମେରିକା ବିଭିନ୍ନ ଦିଗକୁ ବିଚାର କରିଥାଏ। କେତେକ ଦେଶ ପାଇଁ ବିକଳ୍ପ ଉତ୍ସରୁ ଶକ୍ତି ହାସଲ କରିବା କଷ୍ଟକର ହୋଇଥିବାରୁ ଭୌଗୋଳିକ ପରିସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଏହି ପରିସ୍ଥିତିରେ ବିଦେଶ ନୀତିରେ ଏକ ବାହାନା ଭାବେ ନୁହେଁ, ବରଂ ଅନ୍ୟାନ୍ୟ ଦିଗ ସହ ସନ୍ତୁଳନ ରଖି ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ସହ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ମଧ୍ୟ ଏହି ବ୍ୟାପକ ବିଚାର ସହ ଯୋଡ଼ିଛନ୍ତି ରୁବିଓ।

ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଜାରି ରହିଛି। କିଛି ଦିନ ତଳେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ବର୍ତ୍ତମାନ ଏହାର ଆଇନଗତ ଦସ୍ତାବିଜ ପ୍ରସ୍ତୁତି ଚାଲିଛି। ଗତ ଫେବୃଆରୀରେ ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ପାଇଁ ପ୍ରାରମ୍ଭିକ ଘୋଷଣା କରିଥିଲେ। କିନ୍ତୁ ଦୀର୍ଘ ଆଲୋଚନା ଯୋଗୁଁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ। ବାଣିଜ୍ୟ ଚୁକ୍ତିକୁ ଛାଡ଼ି ଜୟଶଙ୍କର ଓ ରୁବିଓଙ୍କ ମଧ୍ଯରେ ଶକ୍ତି, ବାଣିଜ୍ୟ ଓ ପ୍ରତିରକ୍ଷା ଉପରେ ଆଲୋଚନା ବି ହେବ। ଉଭୟ ଦେଶ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢ଼ାଇବା ସହ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରୁଛନ୍ତି ।

ଦରଦାମ ନିଆଁରେ ଜଳୁଛି ବିଦେଶ

ଭୁବନେଶ୍ବର: ଦରଦାମ ନିଆଁରେ ଜଳୁଛି ବିଦେଶ । ଓଡିଶାକୁ ବି ବ୍ୟାପିଲାଣି ନିଆଁ । ବଜାର ନିୟନ୍ତ୍ରଣରେ ସରକାର ବିଫଳ । ବ୍ୟବସାୟୀ ସଂଘର ଯୁକ୍ତି-ଆଗକୁ ସ୍ଥିତି ଭୟାନକ ।…ଏବେ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ଆକାଶ ଛୁଆଁ । ଚାଉଳ, ଡାଲି, ତେଲ, ଚିନି ଠାରୁ ଆରମ୍ଭ କରି ପନିପରିବା ଯାଏଁ ଦର ହୁହୁ ହୋଇ ବଢିଚାଲିଛି । ଦରଦାମ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଫ୍ରାନ୍ସ, ନେପାଳ ପରି ସ୍ଥିତି ସୃଷ୍ଟି ହୋଇପାରେ । ଅନେକ ଦେଶରେ ଦରଦାମ ନିଆଁ ବ୍ୟାପୁଥିବାରୁ ବେଳ ଥାଉ ଥାଉ ରାଜ୍ୟ ସରକାର ସାବଧାନ ହେବା ଆବଶ୍ୟକ ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଚେତାଇ ଦେଇଛନ୍ତି । ଦେଶରେ ଦରଦାମ ବୃଦ୍ଧି ପାଇଁ ଓଡିଶା ସର୍ବାଧିକ ଭାବେ ପ୍ରଭାବିତ ଥିବାରୁ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।  ସରକାର କାହିଁକି ଦରଦାମକୁ ନିୟନ୍ତ୍ରଣକୁ ଆଣୁନାହାନ୍ତି ବୋଲି ବିଜେଡି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଦରଦାମ ବୃଦ୍ଧି ପାଇଁ ଏଫଡିଆଇ ଓ ପୁଞ୍ଜିପତିଙ୍କୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ । ଏଫଡିଆଇ ପ୍ରତ୍ୟାହାର ହେଲେ ଦରଦାମ ଧୀରେ ଧୀରେ  ନିୟନ୍ତ୍ରଣକୁ ଆସିବ ବୋଲି ସଂଘ ଯୁକ୍ତି ବାଢିଛି । ଓଡ଼ିଶାରେ ଦରଦାମ ଅହେତୁକ ବୃଦ୍ଧି ହେବା, ହୋଲସେଲ ଓ ବଜାର ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏପରି ଦର ବୃଦ୍ଧି ହୋଇ ଚାଲିଛି ବୋଲି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି । ହୋଲସେଲରେ ଚିନି ଦର କେଜି ପ୍ରତି ୫୪ ଟଙ୍କା ଥିବା ବେଳେ ବଜାରେ ଏହା ୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ତେଲ, ଡାଲିରେ ମଧ୍ୟ ହୋଲସେଲ ଠାରୁ ବହୁ ଅଧିକ ଦରରେ ବଜାରରେ ବିକ୍ରି କରାଯାଉଛି ବୋଲି ସଂଘ କହିଛି । ରାଜ୍ୟ ସରକାର ଯଦି ବଜାରକୁ ନିୟନ୍ତ୍ରଣ ନକରିନ୍ତି ତେବେ ଦର ଆହୁରି  ବୃଦ୍ଧି ପାଇବ ବୋଲି ସଂଘ କହିଛି ।

ଦରଦାମ ଓ ବେକାରୀ ସମସ୍ୟାକୁ ନେଇ ବିଶ୍ବ ଜଳୁଥିବା ବେଳେ ଓଡିଶାରେ ଏହାକୁ ନେଇ ଭାଳେଣି ପଡିଲାଣି । ସରକାର ଯଦି ଦରଦାମକୁ ନିୟନ୍ତ୍ରଣ ନକରନ୍ତି ତେବେ ଆଗାମୀ ପରିସ୍ଥିତ ଭୟାନକ ହେବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ଓ ବିରୋଧୀ ।

 

 

ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା

ଭୁବନେଶ୍ବର : ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ମିଛ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ। ପଞ୍ଜିକୃତ ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ଅନୈତିକ ପ୍ରଚାର ଲାଗି ଟଣା ହେଲା ଲକ୍ଷ୍ମଣରେଖା । ରୋଗୀଙ୍କ ସମ୍ମାନ, ଗୋପନୀୟତାକୁ ଗୁରୁତ୍ବ ଦେଇ ନ୍ୟାସନାଲ ଡେଣ୍ଟାଲ କମିଶନ-ଏନ୍ଡିସି ଏକ ଆଡଭାଇଜରୀ ଜାରି କରିଛି । ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କଲାଭଳି ଭିଡିଓ ବା ଫଟୋ ଜାରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଆବଶ୍ୟ ହେଲେ ପଞ୍ଜୀକରଣ ବି ବାତିଲ ହେବ । ଦାନ୍ତ ଡାକ୍ତରମାନେ ବିଭିନ୍ନ ସମୟରେ ଚିକିତ୍ସା ନେଇ ମିଛ ବିଜ୍ଞାପନ ଦେଉଥିବା ଅଭିଯୋଗ ହେଉଛି । ନିଜର ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି । ହେଲେ କୌଣସି ବି ଡାକ୍ତର ବି ଅନୈତିକ ଭିଡିଓ କି ଫଟୋ ଛାଡ଼ନ୍ତି ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ସ୍ପଷ୍ଟ କରିଛି । କାଁ ଭାଁ ଡାକ୍ତରଙ୍କ ପାଇଁ ସମସ୍ତ ଦାନ୍ତ ଡାକ୍ତରଙ୍କୁ ଦାୟୀ କରିବା ଠିକ ନୁହେଁ ।

ଡାକ୍ତର, ଓକିଲ ଓ ଇନଫ୍ଲୁଏନସରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ନୀତି ନିର୍ଦ୍ଧାରଣର ଆବଶ୍ୟକତାକୁ ଅନୁଭବ କରିଛନ୍ତି ସାଇବର ବିଶେଷଜ୍ଞ । ମୁଖ କର୍କଟ ରୋଗୀଙ୍କ ଚିକିତ୍ସା ପୂର୍ବ ଓ ପର ଭିଡିଓକୁ ଦାନ୍ତ ଡାକ୍ତର ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହା ଦ୍ବାରା ସେମାନେ ନିଜ ବେପାର ବୃଦ୍ଧି କରିବା ସହ ସମୟ ସମୟରେ ସୋସିଆଲ ମିଡିଆରୁ ରୋଜଗାର ବି କରନ୍ତି । ହେଲେ ଅର୍ଥ ଉପାର୍ଜନ ହେଉ ହେଉ ସଂପୃକ୍ତ ରୋଗୀଙ୍କ ସମ୍ମାନ ହାନୀ ବି ହୋଇଥାଏ । ବିଭିନ୍ନ ସମୟରେ କାଇରୋପ୍ରାକ୍ଟରମାନେ ହାଡ଼ ଚିକିତ୍ସାର ଭିଡିଓ ସେୟାର କରନ୍ତି । ଯେଉଁଥିରେ ଅଧିକ ଭିଡିଓ ମହିଳା ରୋଗୀଙ୍କୁ ନେଇ ହୋଇଥାଏ । ଯାହାକୁ ବିଭିନ୍ନ ମହଲରେ ଆପତ୍ତିଜନକର ଆଖ୍ୟା ଦିଆଯାଇଛି ।

ଏଣିକି ପ୍ରଯୁଜ୍ୟ ବୈଧାନିକ ପ୍ରାବଧାନ ଓ ସଂଶୋଧିତ ଡେଣ୍ଡିଷ୍ଟ କୋଡ୍ ଅଫ୍ ଏଥିକ୍ସ ରେଗୁଲେସନ୍ସ ୨୦୧୪ ଅନୁସାରେ ସମସ୍ତ ପଞ୍ଜିକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ଆକର୍ଷିତ କରିବା, ଗୋପନୀୟତା, ପ୍ରଚାର ସମ୍ବନ୍ଧୀୟ ବ୍ୟବସାୟିକ ନୈତିକତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ରୋଗୀଙ୍କ ସମ୍ମାନ, ଗୋପନୀୟତା ଓ ପେଶାର ଗରିମା ବଜାୟ ରଖିବାକୁ ଏନ୍ଡିସି ପରାମର୍ଶ ଦେଇଛି ।..

ଚାଲିଛି ମାଆ ବିମଳାଙ୍କ ଷୋଡ଼ଶ ଉପଚାର ପୂଜା

ପୁରୀ: ଚାଲିଛି ମାଆ ବିମଳାଙ୍କ ଷୋଡ଼ଶ ଉପଚାର ପୂଜା । ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିସର । ବିମଳାଙ୍କ ସମେତ ବିଭିନ୍ନ ଗୋଷାଣୀଙ୍କ ପୀଠରେ ପାଳନ ହେଉଛି ମହାନବମୀ । ସ୍ଵତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ନିଶାର୍ଦ୍ଧରେ ମହାପୂଜା ବସିବା ସହ ଚଣ୍ଡୀପାଠ, ତ୍ରିକାଳ ପୂଜା ସହ ଚାଲିଛି ଅନେକ ଗୁପ୍ତନୀତି । ଦୁର୍ଗା ମାଧବ ଉପାସନାର ଏହି କ୍ଷେତ୍ରରେ ଗୋଷାଣୀ ରୂପେ ପୂଜା ପାଆନ୍ତି ମାଆ ଦୁର୍ଗା । ଜହ୍ନି ଖାଇ, ବାରବାଟୀ, ଶୂନ୍ୟଗୋଶାଣୀ, ବେଲବାଇ, ଗେଲବାଇ, ଭୋଗଯାଗା, ଶଙ୍ଖେଶ୍ବରୀ, ମା ବାସେଳୀ, ଦକ୍ଷିଣକାଳୀ, ବାଟ ମଙ୍ଗଳା, ଶ୍ୟାମାକାଳୀ, ଚକ୍ରକୋଟ, କାକୁଡିଖାଇ, ଝଡ଼େଶ୍ୱରୀ, ବିଶେଶ୍ୱରୀ, ରାମଚଣ୍ଡୀ, ମଶାଣିଚଣ୍ଡୀ, ଆଲାମଚଣ୍ଡୀ ଆଦି ଗୋଷାଣୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା ।…

ଅନ୍ୟପଟେ ବିଭିନ୍ନ ମଣ୍ଡପରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା । ସନ୍ଧ୍ୟାରେ ସନ୍ଧିପୂଜା ସହ ନିଶାର୍ଦ୍ଧରେ କରାଯିବ ଅନେକ ପୂଜା । ସହରର ବିଭିନ୍ନ ଗୋଶାଣୀ ଓ ପୀଠ ମାନଙ୍କରେ ଦେବୀଙ୍କୁ ପାରମ୍ପରିକ ଭାବେ ପୂଜା କରାଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । …

ଶ୍ରୀକ୍ଷେତ୍ରର ନିଆରା ଗୋଶାଣୀ ପୂଜାରେ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା ମେଢ ଭରା ମାଆଙ୍କ ବେଶ ଦେଖିବାକୁ ଭିଡ଼ ଜମୁଛି ।