spot_img
Home Blog Page 2889

ସପ୍ତମ ଦିନରେ ଗଦର-୨ ପଛରେ ପଡ଼ିଲା ଯବାନ

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ । ପ୍ରଥମ ଦିନରେ ଅଧିକ ବ୍ୟବସାୟ କରି ରେକର୍ଡ କରିଛି । କିନ୍ତୁ ସପ୍ତମ ଦିନର ଆଦାୟ ଗଦର-୨ଠାରୁ ପଛରେ ରହିଛି । ସନ୍ନି ଦେଓଲଙ୍କ ଫିଲ୍ମ ସପ୍ତମ ଦିନରେ ୨୩.୮୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ଯବାନ ୨୧.୫୦ କୋଟି ଟଙ୍କା ସଂଗ୍ରହ କରିଛି ।

  • ‘ଯବାନ’ ପ୍ରଥମ ଦିନରେ ବକ୍ସ ଅଫିସରେ ୭୫ କୋଟି ଟଙ୍କା ସଂଗ୍ରହ କରିଥିଲା।ଏହା ସହିତ ଫିଲ୍ମ ହିନ୍ଦୀ ସିନେମାର ସର୍ବୋଚ୍ଚ ଓପନିଂ ଫିଲ୍ମ ପାଲଟିଛି |
  • ଦ୍ବିତୀୟ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ୨୩ କୋଟି ଟଙ୍କା ରୋଜଗାର କରିଥିଲା।
  • ରିଲିଜ୍ ହେବାର ତୃତୀୟ ଦିନରେ ‘ଯବାନ୍’ ୭୭.୮୩ କୋଟି ଟଙ୍କା ବ୍ୟବସାୟ କରିଥିଲା।
  • ଚତୁର୍ଥ ଦିନରେ ୮୦ କୋଟି ଟଙ୍କା ରୋଜଗାର କରି ‘ଯବାନ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା।ଗୋଟିଏ ଦିନରେ ଏତେ ରୋଜଗାର କରିଥିବା ‘ଯବାନ’ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେଲା |
  • ‘ଯବାନ’  ପଞ୍ଚମ ଦିନରେ ୯୨ କୋଟି ଏବଂ ଷଷ୍ଠ ଦିନରେ ୨୬ କୋଟି ଟଙ୍କା ସଂଗ୍ରହ କରିଛି।
  • ରିଲିଜ୍ ହେବାର ସପ୍ତମ ଦିନରେ ଯଦି ‘ଯବାନ୍’ ୨୧.୫୦ କୋଟି ଟଙ୍କା ରୋଜଗାର କରେ, ତେବେ ଫିଲ୍ମର ମୋଟ ସଂଗ୍ରହ ୩୬୬.୦୮ କୋଟି ହେବ।

 

କୋରାପୁଟ ରାୟଗଡା ରେଳପଥରେ ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ: ଜିଲ୍ଲାରେ ପ୍ରବଳ ବର୍ଷା । ବର୍ଷା ଯୋଗୁଁ ପାହାଡରୁ ମାଟି ଅତଡ଼ା ଓ ପଥର ଖସି ରେଳ ଚଳାଚଳ ବାଧାପ୍ରାପ୍ତ । ଟ୍ରେନ୍ ଲାଇନ ଉପରେ ପଥର ଉପରେ ପଡିବା ଯୋଗୁଁ କୋରାପୁଟ ରାୟଗଡା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି ।

ରାୟଗଡା ଜିଲ୍ଲା ରାଉଳି ଓ ଲିଲିଗୁମା ରେଳ ଷ୍ଟେସନ ମଧ୍ୟରେ ରେଳ ପଥ ଉପରେ ମାଟି ଅତଡ଼ା ଧସିଛି । ଏଥିସହ ରେଳ ଧାରଣାରେ ବର୍ଷା ପାଣି ପ୍ରବାହିତ ହେଉଛି । ବର୍ଷା ଅଧିକ ହେବା ପରେ ପାହାଡ଼ରୁ ବଡ ବଡ ପଥର ସହ ବର୍ଷା ପାଣି ଧାରଣାରେ ପ୍ରବାହିତ ହେଉଛି । ଏଥିପାଇଁ ବିଶାଖାପାଟଣା-କୋରାପୁଟ DMU ଓ କୋରାପୁଟ-ବିଶାଖାପାଟଣା DMU ବାତିଲ ହୋଇଛି ।

ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆାଦିଲ୍ଲୀ: ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା । ପୂର୍ବରୁ ବାଣ ଫୁଟାଇବାକୁ ନେଇ ପ୍ରତିବନ୍ଧକ ଲାଗିଥିବାବେଳେ ମନୋଜ ତିଓ୍ବାରୀ ଏହା ବିରୋଧରେ ଆବେଦନ କରିଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରମିକୋର୍ଟ । ବୁଧବାର ଦିନ କୋର୍ଟରେ ଶୁଣାଣି ବେଳେ ବିଚାରପତି ବାଣ ଉପରେ ଲାଗିଥିବା ପ୍ରତିବନ୍ଧକ ମାମଲାରେ ଦଖଲ ଦେବାକୁ ମନା କରିଦେଇଛନ୍ତି । ତେବେ ଏଥର କେବଳ ସବୁଜ ବାଣକୁ ଅନୁମତି ମିଳିଛି । ଦିଲ୍ଲୀରେ ଶୀତଦିନରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ତେବେ ବୁଧବାର ଏହି ମାମଲାର ଶୁଣାଣିବେଳେ କୋର୍ଟ କହିଛନ୍ତି କି, ଯଦି ବାଣ ଫୁଟାଇବାର ଅଛି ତାହେଲେ ଯେଉଁ ରାଜ୍ୟରେ ବାଣ ବ୍ୟାନ ହୋଇନାହିଁ ସେହି ରାଜ୍ୟକୁ ଯାଆନ୍ତୁ ।

ଗଞ୍ଜାମରେ ପୁଣି ଥରେ ମନମୋହନ ସାମଲଙ୍କୁ ବିରୋଧ, ବିଜେପିର ଦୁଇ ଗୋଷ୍ଠୀ ମୁହାଁମୁହିଁ

0

ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଥିବା ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣି ଥରେ ବିରୋଧ। ବିଜେପିର ଦୁଇ ଗୋଷ୍ଠୀ ପୁଣି ମୁହାଁମୁହିଁ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କାରଗିଲ ସହିଦ ଶ୍ରୀନିବାସଙ୍କ ଗ୍ରାମ ଜଗଦଳପୁର ଗ୍ରାମରେ।

ଗଞ୍ଜାମ ଜିଲ୍ଲା ସଭାପତିଙ୍କ ସମେତ ବହୁ ନେତା ବିଜେପିର ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ପଦଯାତ୍ରା ଆରମ୍ଭ କରୁଥିବା ସମୟରେ ବିଜେପିର ଆଉ ଏକ ଗୋଷ୍ଠୀ ବରିଷ୍ଠ ବିଜେପି ନେତା ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ବ ଆସି ବିରୋଧ କରିବା ସହ ଧସ୍ତା ଧସ୍ତି ହୋଇଥିଲେ। ଯାହାକି ବିଜେପିର ଏଭଳି ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡୁଛି। କିଛି ସମୟ ଧରି ଏଭଳି ଖଣ୍ଡ ଯୁଦ୍ଧ ଚାଲିଥିଲା।

ଶଙ୍ଖ ଭବନରେ କାମ୍ପୋ ସମ୍ପ୍ରଦାୟ, ମୁଖ୍ୟମନ୍ତ୍ରୀ 5T ସଚିବଙ୍କୁ ଦେଲେ ଧନ୍ୟବାଦ

0

ଭୁବନେଶ୍ବର: ଶଙ୍ଖ ଭବନରେ ଗଜପତି ଜିଲ୍ଲା କାମ୍ପୋ ସମ୍ପ୍ରଦାୟ ଅଧିବାସୀ । ସମସ୍ତଙ୍କୁ ଶଙ୍ଖ ଭବନକୁ ଆଣିଛନ୍ତି ତିରୁପତି ପାଣିଗ୍ରାହୀ । କିଛି ଦିନ ତଳେ 5T ସଚିବ ଭି କେ ପାଣ୍ଡିଆନ ଗଜପତି ଯାଇ କୃଷ୍ଣ ସାଗର, ରାମ ସାଗର ସମେତ ଛେଳିଗଡ଼ ପରି ଅନେକ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ଏହି ସବୁ ପ୍ରକଳ୍ପର ଉନ୍ନତି ପାଇଁ ଫାଇଭ-ଟି ସଚିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବା ପରେ ଅନୁଦାନ ମଧ୍ୟ ଦିଆଯାଇଛି ।

ଜଳସେଚନ ପାଇଁ ମିଳିଥିବା ଅନୁଦାନ ଦ୍ବାରା ଚାଷ ଉପରେ ନିର୍ଭର କରୁଥିବା କାମ୍ପୋ ସମ୍ପ୍ରଦାୟ ଲାଭବାନ ହେବେ। ଏଥି ସହ କାମ୍ପୋକୁ OBC ତାଲିକାରେ ସାମିଲ ପାଇଁ ବି ସୁପାରିସ ହୋଇଛି । ଏସବୁ ଯୋଜନା ଓ ଉଦ୍ୟମ ପାଇଁ କାମ୍ପୋ ସଂପ୍ରଦାୟ ଲୋକ ଶଙ୍ଖ ଭବନକୁ ଧନ୍ୟବାଦ ଜଣାଇବାକୁ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, 5T ସଚିବ, ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି ।

ଯଯାତି କେଶରୀଙ୍କ ନାଁରେ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ

ଯାଜପୁର: ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।ନିକଟରେ 5T ସଚିବଙ୍କ ଗସ୍ତ ସମୟରେ ଯାଜପୁରବାସୀ ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଥିଲେ।

ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି।  ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ସହ ଅଭିନବ ଯାଯନଗର ତଥା ଆଧୁନିକ ଯାଜପୁର ସେତେବେଳର ସୋମବଂଶର ରାଜଧାନୀ ଥିଲା  ।

ଆସନ୍ତାବର୍ଷ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି । ୪୬ ଏକର ଯାଗାର ମେଡିକାଲର କ୍ୟାମ୍ପସ ରହିଛି । ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଏଲଓପି ବା ଲେଟର ଅଫ ପରମିଶନ ପାଇଁ ଆବେଦନ କରିଛନ୍ତି । ଆସନ୍ତାଶିକ୍ଷା ବର୍ଷରୁ ୧୦୦ ଏମବିବିଏସ ସିଟ୍‌ରେ ନାମ ଲେଖା ହେବ । ଯାଜପୁରର ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୨ରେ ପହଞ୍ଚିବ ।

ପ୍ରତିବର୍ଷ ୧୬୫୦ ଡାକ୍ତର ବାହାରିବେ । ଅକ୍ଟୋବର ୧୫ ସୁଦ୍ଧା ଏକାଡେମିକ ବ୍ଲକର କାମ ଏବଂ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ମେଡିକାଲ କଲେଜର ନିର୍ମାମ କାମ ସାରିବାକୁ ଫାଇଭ ଟି ସଚିବ ନିର୍ଦ୍ଦେଶ ଦେଇଥିଲେ ।

ରାଜସ୍ଥାନ ବିଜେପିରେ ଅନ୍ତଃ କନ୍ଦଳ, ଦଳରୁ ନିଲମ୍ବିତ ହେଲେ କୈଳାଶ ମେଘଓ୍ବାଲ

ଜୟପୁର: ବଢ଼ିବାରେ ଲାଗିଛି ରାଜସ୍ଥାନ ବିଜେପିର ଅନ୍ତଃକନ୍ଦଳ । ବୁଧବାର ଦଳରୁ ନିଲମ୍ବିତ ହୋଇଛନ୍ତି ବରିଷ୍ଠ ନେତା କୈଳାଶ ମେଘଓ୍ବାଲ । କୈଳାଶ ମେଘୱାଲ କିଛିଦିନ ହେବ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ଶାଣିତ ଆକ୍ରମଣ କରୁଥିଲେ । ଏହାସହ ଏକ ମଞ୍ଚରେ ସେ ଅର୍ଜୁନ ରାମଙ୍କ ଉପରେ ଏକ ଗମ୍ଭୀର ଦୁର୍ନୀତିର ଅଭିଯୋଗ ଆଣିଥିଲେ । ଏହାସହ ମଙ୍ଗଳବାର ମଧ୍ୟ ସେ ଜୟପୁର ଠାରେ ଏକ ବୈଠକରେ ବିଜେପି ଭିତରେ ଥିବା କିଛି ଅନ୍ତଃକନ୍ଦଳକୁ ନେଇ ସମାଲୋଚନା କରିଥିଲେ । ଏନେଇ ଦଳ ତରଫରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ କୈଳାଶ ମେଘୱାଲଙ୍କୁ ଦଳରୁ ନିଲମ୍ବିତ କରିବା ସହ ତାଙ୍କ ପ୍ରାଥମିକ ସଦସ୍ୟ ପଦ ଛଡାଇ ନେଇଛି । କୈଳାଶ ମେଘୱାଲଙ୍କୁ ରାଜସ୍ଥାନର ବସୁନ୍ଧରା ରାଜେ ସିନ୍ଧିଆଙ୍କ କଟ୍ଟର ସମର୍ଥକ ବୋଲି କୁହାଯାଏ । ତେଣୁ କୈଳାଶ ବସୁନ୍ଧରାଙ୍କ ଇଶାରାରେ ବିଜେପି ଭିତରେ ଫାଟ ସୃଷ୍ଟି କରୁଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ନରସିଂହଙ୍କୁ ରଣେନ୍ଦ୍ରଙ୍କ କଟାକ୍ଷ, କହିଲେ ନିଜ ଦଳ କଥା ବୁଝନ୍ତୁ..

ଭୁବନେଶ୍ବର:  ନିଜ ଦଳ କଥା ବୁଝନ୍ତୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ବିଜେଡିର ଶୃଙ୍ଖଳା ପ୍ରସଙ୍ଗରେ ନରସିଂହ ମୁଣ୍ଡ ପୂରାଇବା ଦରକାର ନାହିଁ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ସର୍ବୋଚ୍ଚ ନେତା  । ନବୀନଙ୍କ ନିଷ୍ପତ୍ତି ଦଳର ସବୁ ନେତା ଓ କର୍ମୀଙ୍କ ପାଇଁ ଆଦେଶ । ସେଥିରେ କାହାରି କୌଣସି ଆପତ୍ତି ଅଭିଯୋଗ ନାହିଁ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ ଯୁକ୍ତିତର୍କ ହେବାର ଆବଶ୍ୟକତା ନାହିଁ  । ବିଜେଡି ଆଭ୍ୟନ୍ତରୀଣ କଥାରେ ନରସିଂହ ମିଶ୍ର ମୁଣ୍ଡ ନଖେଲାଇ ନିଜ ଦଳର ଶୃଙ୍ଖଳା କଥା ବୁଝନ୍ତୁ ବୋଲି ରଣେନ୍ଦ୍ର କହିଛନ୍ତି  ।

ଭାରତ ଆସୁଛି C295 ବିମାନ, ଶତ୍ରୁଙ୍କ ଛାତିରେ ପଶିଲାଣି ଛାନିଆଁ

ନନ୍ଦିଘୋଷ ବ୍ୟୁରୋ: ବଢ଼ିବ ଭାରତୀୟ ବାୟୂ ସେନାର ବଳ । ସେପ୍ଟମ୍ବର ୨୫ ତାରିଖରେ ଆସିବ C295 ବିମାନ । ଉତ୍ତରପ୍ରଦେଶର ହିନ୍ଦନ ଏୟାରବସରେ ଅବତରଣ କରିବ । ଗତବର୍ଷ ସେପ୍ଟେମ୍ବର ମାସରେ ଭାରତୀୟ ବାୟୂ ସେନାରୁ ପୁରୁଣା ଏବରୋ-୭୪୮ ବିମାନକୁ ବଦଳାଇ ୫୬-ସି- ୨୯୫ କିଣିବା ପାଇଁ ଏୟାରବେସ ଡିଫେନ୍ସ ଏବଂ ସ୍ପେସ ସହ ୨୧,୦୦୦ କୋଟି ଟଙ୍କାର ଚୁକ୍ତି କରିଛି ।

ଏହି ଚକ୍ତିନାମା ଅନୁଯାୟୀ, ଏୟାରବସ ୪ ବର୍ଷ ମଧ୍ୟରେ ସ୍ପେନରୁ ଭାରତକୁ ଫ୍ଲଏାଏ ଓ୍ବେ ପ୍ରଥମ ୧୬ ବିମାନ ବିତରଣ କରିବ । ଯଦି C295 ବିମାନ ସମ୍ପର୍କରେ କହିବା ତାହେଲେ ଏହା ୨୬୦ କିଲୋମିଟର ବେଗରେ ଗତି କରିବା ସହ ୯ ଟନ ପେଲୋଡ ଏବଂ ୭୧ ଜଣ ସୌନିକଙ୍କୁ ନେଇ ଯିବାର ସକ୍ଷମ ରହିଛି । ହେଲିକପ୍ଟର ଏୟାର ଟୁ ଏୟାର ରିଫିଲିଙ୍ଗ ସକ୍ଷମ ରହିଛି । ବାୟୂ ସେନାର ଆବଶ୍ୟକତା ଅନୁଯାୟୀ ସ୍ବଳ୍ପ ରନଓ୍ବେରେ ମଧ୍ୟ ଏହା ଅବତରଣ ଏବଂ ଉଡ଼ାଣ କରିବ ପାରିବ । ଏହି ବିମାନ ବାୟୂସେନାରେ ସାମିଲ ହେଲେ ଶକ୍ତି ବଢ଼ିବ ।

ତେବେ ଯଦି ଏହି ବିମାନର ଗତି ସମ୍ପର୍କରେ କହିବା ତାହେଲେ ଏହା ଘଣ୍ଟା ପ୍ରତି ୪୮୦ କିଲୋମିଟର ବେଗରେ ୧୧ ଘଣ୍ଟା ପ୍ରତି ନିରନ୍ତରରେ ଉଡ଼ିପାରେ । ବିମାନ ଉଡ଼ାଣ ପାଇଁ ୬୭୦ ମିଟର ରନଓ୍ବେ ଏବଂ ଅବତରଣ ପାଇଁ ମାତ୍ର ୩୨୦ ମିଟର ଆବଶ୍ୟକ ।

ମାୟାବିନୀ ମହିଳାଙ୍କ ବିରୋଧରେ ବଢ଼ୁଛି ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ଚିକିତ୍ସା ବାହାନାରେ ହନିଟ୍ରାପ ଘଟଣା । ମାୟାବିନୀ ମହିଳାଙ୍କ ବିରୋଧରେ ବଢୁଛି ଅଭିଯୋଗ । ତମାଣ୍ଡୋ ପୋଲିସକୁ ଫୋନ କରି କଲେ ଅଭିଯୋଗ । କେନ୍ଦୁଝର ଓ ବଲାଙ୍ଗୀର ଯୁବକ ଟ୍ରାପ ହୋଇଥିବା ନେଇ ଅଭିଯୋଗ ହୋଇଛି । କଳିଙ୍ଗ ବିହାରର ଜଣେ ବ୍ୟବସାୟୀ ମଧ୍ୟ ହାନିଟ୍ରାପର ଶିକାର ହୋଇଥିବା ଜଣାପଡିଛି । ଗତକାଲି ଲେଡି ଡନ ଇରାନୀ, ସ୍ବାମୀ ନିଶିକାନ୍ତ ଓ ଅନ୍ୟ ୨ ସହଯୋଗୀ ଗିରଫ ହୋଇଥିଲେ । ଦୁଷ୍କର୍ମ ଉଦ୍ୟମ ଭୟ ଦେଖାଇ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ । ଭୟରେ ୧୦ ଲକ୍ଷ ଦେବାକୁ ରାଜି ହୋଇଥିଲେ ଡାକ୍ତର ଜଣକ । ଡାକ୍ତର ଜଣଙ୍କ ୧ ଲକ୍ଷର ଅନଲାଇନ ପେମେଣ୍ଟ ଓ ୯ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ଏନେଇ ଡାକ୍ତର ଜଣଙ୍କ ଅଭିଯୋଗ କରିବା ପରେ ହାନିଟ୍ରାପ ଗୁମର ଖୋଲିବାରେ ଲାଗିଛି ।

ଲୁଟ ପାଇଁ  ନୂଆ ତରିକା ଆପଣାଉଥିଲେ ଯୁବ ଦମ୍ପତି । ଚିକିତ୍ସା କରିବାକୁ ଡାକି ଡାକ୍ତରଙ୍କୁ ବ୍ଲାକ ମେଲିଙ୍ଗ କରି ଡିମାଣ୍ଡ କରିଥିଲେ ୨୫ ଲକ୍ଷ ଟଙ୍କା  । ପ୍ରଥମେ  ଏକ ଲକ୍ଷ୍ୟ ଫୋନ ପେରେ ଓ ନଅ ଲକ୍ଷ ଟଙ୍କା ନଗଦ ଦାବି କରିଥିଲେ ଠକ  । ଭୁବନେଶ୍ବର ତମାଣ୍ଡୋ ପୋଲିସ ଘଟଣାର ତଦନ୍ତ କରି ଜଣେ ମହିଳା ସମେତ ୩ ଯୁବକଙ୍କୁ ଗିରଫ କରିଛି । ଗିରଫ ମହିଳା ଇରାନୀ ପାତ୍ର, ବାପି ପାତ୍ର, ଗିରିଜା ହରିଚନ୍ଦନ, ଗଣେଶ ପ୍ରଧାନ । ଲୁଟର ଶିକାର ହୋଇଥିବା ଡାକ୍ତର ଜଣକ ଚନ୍ଦ୍ରଶେଖରପୁର ଅଞ୍ଚଳର ବୋଲି ଜଣାପଡିଛି  । ଡାକ୍ତରଙ୍କ ଅଭିଯୋଗ ପରେ ତମାଣ୍ଡୋ ପୋଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।  ଗୋଟେ ମାରଶଣାସ୍ତ୍ର ସହ ନଗଦ ୩୦ହଜାର ଟଙ୍କା, ନଅ ଲକ୍ଷ ଟଙ୍କାର ଚେକ ଜବତ କରି ୯ଟି ସଙ୍ଗୀନ ଦଫା ଲଗାଇଛି  ।