spot_img
Home Blog Page 2919

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି, ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ ଲଘୁଚାପ ଏବେ ଉତ୍ତର-ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ପ୍ରଭାବରେ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ ଲଘୁଚାପ ଅଧିକ ଘନୀଭୂତ ହୋଇପାରୁନାହିଁ। ତେଣୁ ଏହା ଅବପାତରେ ପରିଣତ ନହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ତେବେ ଆସନ୍ତା ୨୯ ତାରିଖରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରାଯାଇଛି। ଉପକୂଳ ଓଡ଼ିଶାରେ ମୌସୁମୀ ନିମ୍ନ ଚାପରେଖା ସକ୍ରିୟ ଥିବାରୁ ତୁହାକୁ ତୁହା ବର୍ଷା ଲାଗି ରହିବ। ବର୍ଷା ସମୟରେ ଘଣ୍ଟାପ୍ରତି ୪୫ରୁ ୫୫କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଆଜି ସମୁଦ୍ର ଯିବାକୁ ବାରଣ କରାଯାଇଛି ।

 

ଯୁବଶକ୍ତି ପାଇଁ ନୂଆ ସୁଯୋଗ, ୩୨୫ଜଣ ସ୍ନାତକତ୍ତୋର ଶିକ୍ଷକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଯୁବଶକ୍ତି ପାଇଁ ନୂଆ ସୁଯୋଗ । ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ୨୧ଟି ବିଷୟରେ ୩୨୫ ଜଣ ସ୍ନାତ୍ତୋକତର ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି । ସେମାନେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୋଗ ଦେବେ । ଏଥିସହ ମେଧା ସମ୍ବର୍ଧନା ସମାରୋହ ଆୟୋଜିତ ହୋଇଛି । ୨୦୨୩ରେ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମେଧା ସମ୍ମାନ ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଥିଲେ । ପ୍ରଥମ ବ୍ୟାଚ୍ ଭାବେ ସ୍ନାତ୍ତୋକତର ଶିକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ନିଯୁକ୍ତି ମିଳିଛି । ସେମାନେ ଶୈକ୍ଷିକ ବାତାବରଣ ସହ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ପାଠ ପଢାଇବେ । ପିଲାଙ୍କ ବିକଶିତ ଭବିଷ୍ୟତ ପାଇଁ ପ୍ରୋତ୍ସାହନ କରିବାକୁ ନବ ନିଯୁକ୍ତ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କେବଳ ଅଭିଭାବକ ନୁହେଁ, ଛାତ୍ରଛାତ୍ରୀ ନିଜ ସ୍ବପ୍ନ ପୂରଣ ପାଇଁ ଅନବରତ ପ୍ରୟାସ କଲେ ସଫଳତା ପାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଶିକ୍ଷା ହିଁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଥମିକତା ରହିଆସିଛି । 5T ଅଧିନରେ ୬ ହଜାର ୮୦୦ରୁ ଅଧିକ ସ୍କୁଲର ରୂପାନ୍ତରଣ ହୋଇସାରିଲାଣି । ଯାହା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଏକ ନୂଆ ମନୋଭାବ ସୃଷ୍ଟି କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ଆହୁରି ଗତିଶିଳ କରିବା ପାଇଁ ପୂର୍ବରୁ ୧୧୦ଟି ସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲ ଭାବେ ଉନ୍ନିତ କରାଯାଇଛି । ଏଥିସହ ୯୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକଙ୍କ ନିଯୁକ୍ତିକୁ ଅନୁମୋଦନ କରାଯାଇଛି ।

ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ

ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବୋର୍ଡ ଗଠନ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ ଗଠନ କରିଛନ୍ତି ରାଜ୍ୟ ସରକାର । ବୋର୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ ଓ ଦୀପାଳି ଦାସ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ବୋର୍ଡରେ ପରିବହନ ବିଭାଗର ଅଧିକାରୀ, ଗାଡି ମାଲିକ ସଂଘର ପ୍ରତିନିଧି, ଚାଳକ ସଂଘର ପ୍ରତିନିଧି, କର୍ମଚାରୀ ସଂଘର ପ୍ରତିନିଧି ତଥା ସାମାଜିକ କର୍ମୀ ମଧ୍ୟ ସଦସ୍ୟଭାବେ ରହିବେ । ଗତ ଜୁନ ୧୨ତାରିଖରେ ଏହି ବୋର୍ଡ ଗଠନ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।  ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବ ବୋର୍ଡ । ଏହା ମାଧ୍ୟମରେ ଡ୍ରାଇଭର ତଥା କର୍ମଚାରୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ । କଲ୍ୟାଣ ବୋର୍ଡ ଦ୍ବାରା ରାଜ୍ୟର ପାଞ୍ଚ ଲକ୍ଷରୁ ଅଧିକ ଡ୍ରାଇଭର ଓ କର୍ମଚାରୀ ଉପକୃତ ହେବେ ।

୩ ଜଣ ଅବକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ

ଭୁବନେଶ୍ୱର: ୩ ଜଣ ଅବକାରୀ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ । ବହିଷ୍କାର କଲେ ଅବକାରୀ କମିଶନର ନରସିଂହ ଭୋଳ । କନଷ୍ଟେବଳ ଆର.ଭେଙ୍କଟେସ କୁମାର, ASI ଅରୋପାଳକ ଦାସ ଓ କନଷ୍ଟେବଳ ତ୍ରିଲୋଚନ ରାଇଛେତିଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ବେଆଇନ ଭାବେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଛାଡିବା ଅଭିଯୋଗରେ ବହିଷ୍କୃତ ହୋଇଛନ୍ତି ଏହି ୩ ଅବକାରୀ କର୍ମଚାରୀ । ୩ କର୍ମଚାରୀଙ୍କ ବିରୋଧରେ ପଟ୍ଟାଙ୍ଗୀ ଥାନାରେ ମାମଲା ରୁଜୁ ହୋଇଥିଲା । ୩ ଜଣ ଗିରଫ ହୋଇ ୧୦ମାସ ଧରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ଓଡ଼ିଶାକୁ ଆସୁଛି ବଡ଼ ପୁଂଜିନିବେଶ, ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କଲେ ଆମେରିକା ଗସ୍ତରେ ଥିବା ପ୍ରତିନିଧି ଦଳ

ଭୁବନେଶ୍ୱର: ବିଦେଶରୁ ଓଡିଶାକୁ ଆସୁଛି ବଡ଼ ପୁଂଜି ନିବେଶ । ସାଇବର ସୁରକ୍ଷା ଓ ପ୍ରିଣ୍ଟେଡ ସର୍କିଟ ବୋର୍ଡ କ୍ଷେତ୍ରରେ ଦୁଇ ବୃହତ କମ୍ପାନୀ ଓଡିଶାରେ ପୁଂଜି ନିବେଶ କରିବେ । USA ଗସ୍ତରେ ଥିବା ଆଇଟି ମନ୍ତ୍ରୀ, 5T ସଚିବ, ଉନ୍ନୟନ କମିଶନର, ଆଇଟି ସଚିବ ଓ ବରିଷ୍ଠ ଅଧିକାରୀମାନେ ଇଲୋକ୍ଟ୍ରୋନିକ୍ସ ଶିଳ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେରିକା ଯାଇଥିବା ଏହି ଟିମ ସାନମିନା କର୍ପୋରେସନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଶିଳ୍ପ ପାଇଁ ଥିବା ଅନୁକୂଳ ବାତାବରଣ, ବଳିଷ୍ଠ ଶିଳ୍ପ ନୀତି ଓ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନକୁ ଯୋଗାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ସାନମିନା କର୍ପୋରେସନର ଅଧିକାରୀଙ୍କୁ ଅବଗତ କରିଥିଲେ । କମ୍ପାନୀ ପକ୍ଷରୁ ମଧ୍ୟ ରାଜ୍ୟ ସରକାରଙ୍କ ଟିମକୁ ସେମାନଙ୍କ ପ୍ରଡକ୍ଟ ସମ୍ପର୍କରେ ଅବଗତ କରିବା ସହ କମ୍ପାନୀ ବୁଲାଇ ଦେଖାଇଥିଲେ । ସାନମିନା ଭାରତରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଆଗ୍ରହୀ ଥିବା ମଧ୍ୟ କମ୍ପାନୀ ପକ୍ଷରୁ କହୁଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପାନୁଷ୍ଠାନକୁ ଦିଆଯାଉଥିବା ପ୍ରୋତ୍ସାହନରେ ଉତ୍ସାହିତ ହୋଇ ସାନମିନା କର୍ପୋରେସନ ରାଜ୍ୟରେ ସାଇବର ସୁରକ୍ଷାରେ ପୁଂଜିନିବେଶ କରିବା ପାଇଁ ଏକ ପ୍ରସ୍ତାବ ଖୁବଶୀଘ୍ର ଓଡିଶା ସରକାରଙ୍କୁ ଦେବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ଏଦିଗରେ ସବୁ ପ୍ରକାର ପ୍ରୋତ୍ସାହନ ଦେବେ ବୋଲି ଆଶ୍ବାସନା ଦିଆଯାଇଛି ।

ପରେ ଏହି ପ୍ରତିନିଧି ଦଳ ପାଲୋ ଅଲ୍ଟୋ ନେଟୱାର୍କ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ । ଓଡିଶାରେ ସାଇବର ସିକ୍ୟୁରିଟିର ସେଣ୍ଟର ଅଫ ଏକ୍ସିଲେନ୍ସ ପ୍ରତିଷ୍ଠା ଦିଗରେ କମ୍ପାନୀ ସହ ଆଲୋଚନା ହୋଇଥିଲା । ରାଜ୍ୟର ସାଇବର ସିକ୍ୟୁରିଟି ନୀତି ପ୍ରସ୍ତୁତିରେ ମଧ୍ୟ ପାଲୋ ଅଲ୍ଟୋ ସହଯୋଗ କରିବ । ସେହିଭଳି ରାଜ୍ୟରେ ଏକ ଜୀବନ୍ତ ଓସେନରିୟମ ଓ ମ୍ୟୁଜିଏମ ପ୍ରତିଷ୍ଠା ନେଇ ବେ-ଇକୋଟାରିୟମର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ଏହି ପ୍ରତିନିଧି ଦଳ । ବେ-ଇକୋଟାରିୟମ ମଧ୍ୟରେ ଓଡିଶାର ପୁଂଜିନିବେଶ ପାଇଁ ସହମତି ପ୍ରକାଶ କରିଛି । ସେହିଭଳି ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ରାମମ୍ବସ ଟେକ୍ନୋଲୋଜିର ପ୍ରତିଷ୍ଠାତାଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ୟୁଏସଏରେ ରାଜ୍ୟର ଏହି ପ୍ରତିନିଧି ଦଳର ଗସ୍ତ ଓ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ସହ ଆଲୋଚନା ଆଗାମୀ ଦିନରେ ଓଡିଶାକୁ ସେମିକଣ୍ଡକ୍ଟର ହବ୍ ଭାବେ ଗଢି ତୋଳିବ ।

ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ, ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା

ଭୁବନେଶ୍ୱର: ଟେକ୍ନୋଲୋଜି କ୍ଷେତ୍ରରେ ଏବେ ଓଡ଼ିଶାର ସମୟ । ଅନ୍ୟ ବଡ଼ ବଡ଼ ସହର ଭଳି ଆଇଟି କ୍ଷେତ୍ରରେ ବିଶ୍ବରେ ଚମକୁଛି ଓଡ଼ିଶା । ଭବିଷ୍ୟତର ଟେକ୍ନୋଲୋଜି ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ଜାତୀୟ ସ୍ତରରେ ଟେକ୍ନୋଲୋଜି ଆଡଭାଇଜରୀ ଗ୍ରୁପର ବୈଠକ ବସି ଆଗାମୀ ଯୋଜନା ବାବଦରେ ଆଲୋଚନା କରୁଥିବା ବେଳେ ଓଡ଼ିଶା ସରକାର ବିଶ୍ବର ବଡ଼ ବଡ଼ ସଂସ୍ଥା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ଚୁକ୍ତି କଲେଣି । ସ୍ବଚ୍ଛ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ଟିମ୍ ଓଡ଼ିଶା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ ଲର୍ଣ୍ଣିଂର ସହାୟତା ନେବାରେ ଓଡ଼ିଶା ସରକାର ଦେଶରେ ପ୍ରଥମ । ଭୁବନେଶ୍ବରରେ ଡେଲଏଟ, କେପଜେମିନି ଭଳି ଗ୍ଲୋବାଲ ଏମଏନସି ସେମାନଙ୍କ କାର୍ଯ୍ୟାଳୟ ଖୋଲିଥିବା ବେଳେ ଇନଫୋସିସ୍, ଓ୍ବିପ୍ରୋ ଭଳି କମ୍ପାନୀ କଳେବର ବଢାଉଛନ୍ତି । ତା’ ସାଙ୍ଗକୁ ସିଏସଏମ୍, ତତ୍ତ୍ବ ଟେକ୍ନୋଲୋଜି ଭଳି ଓଡ଼ିଶାର କମ୍ପାନୀ ଏବେ ରାଜ୍ୟ ତଥା ଦେଶ ବାହାରେ କମାଲ କରୁଛନ୍ତି ।

ପ୍ରାକୃତିକ ବିପର୍ଯ୍ୟୟ, ପରିବର୍ତ୍ତିତ ପାଣିପାଗ ନିୟନ୍ତ୍ରଣ, କୃଷି, ସ୍ବାସ୍ଥ୍ୟ କ୍ଷେତ୍ରରେ ଭବିଷ୍ୟତ ଟେକ୍ନୋଲୋଜି ବ୍ୟବହାର ପାଇଁ ଓଡ଼ିଶା ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ହଜାରେରୁ ଅଧିକ ଓଡ଼ିଆଙ୍କୁ ଆମେରିକାରେ ପ୍ରଶିକ୍ଷଣ ଦିଆଯିବ । ଓଡ଼ିଶାରେ ଦକ୍ଷ ମାନବସମ୍ବଳ ସାଙ୍ଗକୁ ବ୍ୟାପକ ଭିତ୍ତିଭୂମି ଓ ସରକାରଙ୍କ ପ୍ରୋତ୍ସାହନ ଯୋଗୁଁ ବିଦେଶୀ କମ୍ପାନୀମାନେ ଏବେ ରାଜ୍ୟ ମୁହାଁ ହୋଇଛନ୍ତି । ରାଜ୍ୟର 5T ନୀତିରେ ଟେକ୍ନୋଲୋଜି ଜରିଆରେ ଟ୍ରାନ୍ସପରେନ୍ସି ଆଣିବାକୁ ଭରପୂର ଉଦ୍ୟମ ମଧ୍ୟ ହେଉଛି । ଏବେ ବେଙ୍ଗାଲୁରୁ, ହାଇଦ୍ରାବାଦ, ନୋଏଡ଼ା ନୁହେଁ ଟେକ୍ନେଲୋଜି କ୍ଷେତ୍ରର ଗ୍ଲୋବାଲ କମ୍ପାନୀଗୁଡ଼ିକ ଏବେ ଓଡ଼ିଶାକୁ ସବୁଠୁ ପ୍ରିୟ ଡେଷ୍ଟିନେସନ ଭାବେ ବାଛିଲେଣି । ଭବିଷ୍ୟତ ଟେକ୍ନୋଲୋଜିକୁ ଆପଣାଇବାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ ବୋଲି ଆଇଟି ଏକ୍ସପର୍ଟ ମତ ରଖିଛନ୍ତି ।

ସାରା ଦେଶର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟର ବଜେଟ ୧୬ହଜାର ୫ଶହ କୋଟି ଥିବା ବେଳେ ଓଡ଼ିଶାରେ ଏହି ବିଭାଗର ବଜେଟ ୩ହଜାର କୋଟି ଟଙ୍କା, ଯାହା ଜାତୀୟ ସ୍ତର ବଜେଟର ୧୫ଭାଗ । ଏଥିରୁ ଆଇଟି ଓ ଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତା ଦର୍ଶାଉଛି ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଟୋନି ବ୍ଲେୟାର, 5T ବ୍ୟବସ୍ଥାକୁ ପ୍ରଶଂସା କଲେ ଟୋନି ବ୍ଲେୟାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟୋନି ବ୍ଲେୟାର । ଏହି ଅବସରରେ ରାଜ୍ୟର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ସହ ପୂର୍ବରୁ MoU ସ୍ୱାକ୍ଷର କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି ପାଇଁ ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷର ହୋଇଛି । ଏହାଦ୍ବାରା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ । ଓଡ଼ିଶା ସରକାରଙ୍କ ସହିତ ଟି.ବି.ଆଇର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକ୍ଷମ ହେବ ।

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟାଳୟ ଲଣ୍ଡନରେ ଅବସ୍ଥିତ । UKର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ବାରା ସ୍ଥାପିତ ଏହି ଅନୁଷ୍ଠାନ ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି । ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ଯ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି । ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ । ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥାକୁ ଟୋନି ବ୍ଲେୟାର ପ୍ରଶଂସା କରିଛନ୍ତି ।

ନିମାପଡ଼ା ବିଜେପିକୁ ଝଟକା, ଶଙ୍ଖ ଫୁଙ୍କିଲେ କେରୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପୂର୍ବତନ ନାଏବ ସରପଞ୍ଚ

ଭୁବନେଶ୍ୱର: ନିମାପଡ଼ା ବିଜେପିକୁ ଝଟକା । ପଦାରେ ପଡ଼ିଲା ନିମାପଡ଼ା ବିଜେପିର ଦୁର୍ବଳ ନେତୃତ୍ୱ । ଯେଉଁଥିପାଇଁ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଲେ ନିମାପଡ଼ା ନିର୍ବାଚନମଣ୍ଡଳୀ କେରୁଣ୍ଡିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ମହାରଣା । ସେମାନଙ୍କ ନେତୃତ୍ବରେ ଶତାଧିକ କର୍ମୀ ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି । କେରୁଣ୍ଡିଆ ହେଉଛି ବିଜେପି ସାଧାରଣ ସମ୍ପାଦକ ପ୍ରଭାତୀ ପରିଡ଼ାଙ୍କ ପଞ୍ଚାୟତ । ଉଭୟ ରାମଚନ୍ଦ୍ର ଓ ନୃସିଂହ ତାଙ୍କ ସଂପର୍କୀୟ । ଆଜି ନିଜ ସଂପର୍କୀୟ ପ୍ରଭାତୀଙ୍କ ହାତ ଛାଡ଼ି ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ସମସ୍ତଙ୍କୁ ଦଳକୁ ସ୍ବାଗତ ଜଣାଇଛନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଜେନା । ସେମାନଙ୍କ ବିଜେଡିରେ ଯୋଗଦାନ ଦ୍ବାରା ନିମାପଡାରେ ସଂଗଠନ ମଜବୁତ ହେବା ସହ ବିକାଶଧାରା ଆହୁରି ତ୍ବରାନ୍ବିତ ହେବ । ବିଜେପିରେ ନେତୃତ୍ୱକୁ ଦାୟୀ କରି ସେମାନେ ଦଳ ଛାଡ଼ିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ।

ଆବାସ ଯୋଜନାକୁ ନେଇ ଷଡ଼ଯନ୍ତ୍ର କରୁଛନ୍ତି ବିଜେପି ସାଂସଦ, ଡାହା ମିଛ ଯୋଗୁ ଓଡ଼ିଶାବାସୀ ବିଜେପିକୁ ତଡ଼ିଦେବେ

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରିଥିଲା ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଆବାସ ଯୋଜନା ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି । ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗକୁ ଆସି ଡାହା ମିଛ କହୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଛନ୍ତି । ଓଡ଼ିଶାବାସୀ ତାଙ୍କୁ ଜୋକର ବୋଲି ଭାବୁଛନ୍ତି । ରାଜ୍ୟ ବିଜେପିର ସାଂସଦମାନେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମଏଓ୍ବାଇରେ ଘର ନଦେବାକୁ ଚାପ ପକାଇଥିଲେ । ବିଜେପି ସାଂସଦଙ୍କ ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାକୁ ଘର ବନ୍ଦ ରଖିଥିଲେ । ବହୁ ଆନ୍ଦୋଳନ ଓ ଚାପ ପକାଇବା ପରେ ୧୫ ଲକ୍ଷ ଘର ଜାଗାରେ ମାତ୍ର ୮ ଲକ୍ଷ ଘର ମିଳିଛି ବୋଲି ବିଜେଡି ଅଭିଯୋଗ କରିଛି ।

ହତ୍ୟା ଧମକ ଅଭିଯୋଗରେ ବିଜେପି ନେତାଙ୍କ ନାଁରେ ମାମଲା ରୁଜୁ

ରାଉରକେଲା: ହତ୍ୟା ଧମକ ଅଭିଯୋଗରେ ବିଜେପି ନେତା ସଞ୍ଜୀବ ପ୍ରତାପ ସିଂହଦେଓଙ୍କ ନାଁରେ ମାମଲା ରୁଜୁ । ରାଉରକେଲା ଉଦିତନଗର ଥାନାରେ ଆଇପିସିର ଦଫା ୨୯୪ ଓ ୫୦୬ରେ ମାମଲା ରୁଜୁ ହୋଇଛି । ସ୍ୱସ୍ତିକ ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀଙ୍କୁ ଜୀବନରୁ ମାରିଦେବା ପାଇଁ ସଞ୍ଜୀବ ଧମକ ଦେଇଥିବା ଅଭିଯୋଗ ହୋଇଛି । କାରଖାନା କର୍ମଚାରୀଙ୍କ ଦୁଇଟି ବାଇକୁ ମଧ୍ୟ ଜାଳି ଦେଇଥିବା କୁଆଁରମୁଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି । ସ୍ୱସ୍ତିକ ଇସ୍ପାତ କାରଖାନାରେ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ୮ ଜଣ ଠିକା ଶ୍ରମିକଙ୍କ ଅନ୍ୟ ସ୍ଥାନକୁ ବଦଳିକୁ ପ୍ରତିବାଦ କରି କାରଖାନା ସମ୍ମୁଖରେ ଆନ୍ଦୋଳନ କରିବା ସହିତ ସହ ଗତ ୧୪ ତାରିଖଠାରୁ କାରଖାନାକୁ ବନ୍ଦ କରିଥିଲେ । ଗତ ୨୦ ତାରିଖ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ସବ୍ କଲେକ୍ଟର, କୁଆଁରମୁଣ୍ଡା ତହସିଲଦାରଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ହତ୍ୟା ଧମକ ଦେଇଥିଲେ ସଞ୍ଜୀବ । ବିଜେପି ନେତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଦାବି କରିଛନ୍ତି ।