spot_img
Home Blog Page 2932

ସୂର୍ଯ୍ୟଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୂର୍ବତନ  ବାଚସ୍ପତି ତଥା ବର୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ  ପ୍ରଶାସକ ଓ ସଂଗଠକ  ଭାବରେ  ବର୍ଣ୍ଣନା  କରିଛନ୍ତି  । ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି  ଭାବରେ  ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳ, ମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜୁ ଜନତା ଦଳର  ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ  ମୁଖ୍ୟମନ୍ତ୍ରୀ  ଗଭୀର ସମବେଦନା   ଜଣାଇଛନ୍ତି।

୨୬୬ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ ୨୦୨୩ । ପାକିସ୍ତାନ ବିପକ୍ଷରେ ୨୬୬ ରନରେ ଅଲଆଉଟ୍ ହେଲା ଟିମ ଇଣ୍ଡିଆ । ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା ଭାରତ । ଇଶାନ କିଷାନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଡ଼ି ଏକ ବଡ଼ ସ୍କୋର କରବାରେ ସକ୍ଷମ ହୋଇଛି । କେବଳ ଏହି ଦୁଇ ଖେଳାଳି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଇଶାନ ୮୨ ରନ କରିଥିବାବେଳେ ହାର୍ଦ୍ଦିକ ୮୭ ରନ କରିଛନ୍ତି । ବୁମରା ତୃତୀୟ ସର୍ବାଧିକ ସ୍କୋରଭାବେ ୧୬ ରନ କରିପାରିଛନ୍ତି । ଦଳର ବାକି କୌଣସି ଖେଳାଳି ବଡ଼ ସ୍କୋର କରିବାରେ ସକ୍ଷମ ହୋଇନାହାନ୍ତି ।

ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଗଞ୍ଜାମ : ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ । ସନ୍ଧ୍ୟା ୭ଟା ୩୧ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଗଞ୍ଜାମ ଦିଗପହଣ୍ଡିର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ ତୁଲାଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବିଭାଗରେ ମନ୍ତ୍ରୀଭାବେ କାର୍ଯ୍ୟ ମଧ୍ୟ କରିଛନ୍ତି ସୂର୍ଯ୍ୟ ପାତ୍ର । ୧୯୭୭ରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଜଣେ ସଫଳ ରାଜନେତା ଭାବେ ଓଡ଼ିଶା ରଜନୀତିରେ ଛାପ ଛାଡ଼ିଛନ୍ତି । ବ୍ରହ୍ମପୁର ମୁନିସିପାଲିଟିର କାଉନସିଲ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ସୂର୍ଯ୍ୟ ପାତ୍ର ଥରେ ବାଚସ୍ପତି ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୧୯୦ ରୁ ୨୦୦୦ ଜନତା ଦଳ ଟିକେଟରୁ ନିର୍ବାଚନ ଲଢିଥିଲେ ସେତବେଳେ ଗଜପତି କିଲ୍ଲା ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦ରେ ବିଧାୟକ ହେବାପରେ ବିଜୁ ପଟ୍ଟନାୟକ ସରକାରରେ ଜଙ୍ଗଲ, ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରାୟ ୬ମାସ ପାଇଁ କାର୍ଯ୍ୟ କରିଥିଲେ । NandighoshaTV on X: "#LPGSubsidy Withdrawal: #Odisha Food Supplies Minister Surya Narayan Patra says, Centre cheated poor people https://t.co/0nlvoSCypO" / X

୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ଶକ୍ତି, ବିଜ୍ଞାନ ଓ କାରିଗରି କୌଶଳ, ପରିବେଶ, ପର୍ଯ୍ୟଟନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଂସ୍କୃତି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଆଦି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । କେବଳ ବିଧାୟକ କିମ୍ବା ମନ୍ତ୍ରୀରେ ସିମିତ ନଥିଲେ୨୦୧୯ରେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ନେଇଥିଲେ ଏବଂ  ଇ-ବିଧାନସଭା ଉପରେ ଗୁରୁତ୍ୱ ଦେଇଥିଲେ । ୨୦୨୨ ଜୁନ୍ ମାସରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ସେବେଠୁ ତାଙ୍କୁ ସକ୍ରିୟ ରାଜନୀତିରେ ଦେଖିବାକୁ ମିଳୁନଥିଲା । ୧୯୪୮ ମସିହା ଡିସେମ୍ବର ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ସୂର୍ଯ୍ୟ ନାରାୟଣ ପାତ୍ର। ସେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୧୯ ଫେବୃୟାରୀ ମାସରେ ପଞ୍ଜାବର ଦେଶଭଗତ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଉପାଧି ହାସଲ କରିଥିଲେ । ଦେହାନ୍ତ ପରେ ସ୍ୱର୍ଗତ ପାତ୍ରଙ୍କର ଶେଷ ଦର୍ଶନ ପାଇଁ ହସ୍ପିଟାଲ ପରିସରରେ ପ୍ରିୟ ପରିଜନଙ୍କର ଭିଡ଼ ଦେଖିବାକୁ ମିଳିଛି ।

୫୦ ଲକ୍ଷର ପୁରସ୍କାର ରାଶି ସହ ଜାଭଲିନ ହିରୋ କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଆଥଲେଟିକ ଚମ୍ପିୟାନସିପରେ ଓଡ଼ିଶା ପାଇଁ ଗୌରବ ଆଣିଥିବା କିଶୋର ଜେନାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଥଲେଟଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଥଲେଟ କିଶୋର ଜେନାଙ୍କୁ ତାଙ୍କ ସଫଳତା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି ।

ବିଶ୍ୱ ଆଥଲେଟିକ ଚମ୍ପିୟାନସିପର ଜାଭଲିନ ଗେମରେ ପ୍ରଥମ ଓଡ଼ିଆ ଭାବେ କିଶୋର ଫାଇନାଲ ଖେଳିବା ଏବଂ ଶ୍ରେଷ୍ଠ ୫ମ ସ୍ଥାନରେ ରହିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜାରି ରହିଛି । ଏହାରି ଭିତରେ ଆଜି ଓଡ଼ିଶା କ୍ରୀଡା ବିଭାଗ ଦ୍ବାରା କଳିଙ୍ଗ ଷ୍ଟାଡିଅମ ପରିସରରେ କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କିଶୋର ଜେନା ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲରେ ରହି କ୍ରୀଡ଼ା ଜୀବନ ଆରମ୍ଭ କରିଥିଲେ । ଯେଉଁଠି ସେ ରହି ପ୍ରଶିକ୍ଷଣ ନେଉଥିଲେ । ଆଜି ସେହି ସ୍ପୋର୍ଟ୍ସ ହଷ୍ଟେଲର ଶହ ଶହ ଆଥଲେଟଙ୍କ ଗହଣରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ରୀଡା ମନ୍ତ୍ରୀ, କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି କିଶୋର ଜେନାଙ୍କ ସଫଳତା ପାଇଁ ଶୁଭେଚ୍ଛା ଦେବା ସହ ଆଗାମୀ ଇଭେଣ୍ଟରେ ରାଜ୍ୟ ତଥା ଦେଶ ପାଇଁ ମେଡାଲ ଆଣନ୍ତୁ ବୋଲି ଶୁଭକାମନା ଜଣାଇଥିଲେ ।

ବାହାନଗା ଟ୍ରେନ ଟ୍ରାଜେଡି; ଗିରଫ ୩ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଗିରଫ ୩ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ । ଏହି ତିନି ଜଣଙ୍କ ଉପରେ ଦାୟିତ୍ୱହୀନତା ଏବଂ ପ୍ରମାଣ ନଷ୍ଟ ନେଇ ଆରୋପ ରହିଛି । ଏମାନଙ୍କୁ ଜୁଲାଇ ମାସରେ ଗିରଫ କରାଯାଇଥିଲା । ଆଇପିସିର ଦଫା ୩୦୪(୨), ୩୪ରେ ଚାର୍ଜସିଟ୍ । ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଚାର୍ଜସିଟ୍ । ସିଗନାଲ ଇନଚାର୍ଜ ଅରୁଣ କୁମାର ମହାନ୍ତଙ୍କ, ସୋରୋ ଏସଏସଇ(ସିଗନାଲ) ମହମ୍ମଦ ଅମୀର ଖାନ ଏବଂ ଟେକ୍ନିସିଆନ ପପ୍ପୁ କୁମାରଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ । ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗା ଷ୍ଟେସନ ପାଖରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଜଙ୍ଗଲରେ ଜମୁଛି ଜୁଆର ଆସର, ଉଡୁଛି ଲକ୍ଷ ଲକ୍ଷ ଟଙ୍କା

ରାଉରକେଲା: ଜଙ୍ଗଲରେ ଜମୁଛି ଜୁଆର ଆସର । ଉଡୁଛି ଲକ୍ଷ ଲକ୍ଷ ଟଙ୍କା । କିଏ ଜିତୁଛି ତ କିଏ ହରାଉଛି ସର୍ବସ୍ୱ । ଜୁଆ ପାଇଁ ବଢୁଛି ଅପରାଧୀକ କାର୍ଯ୍ୟ । ଚଢାଉ କରି ୮ ଜୁଆଡ଼ିଙ୍କୁ ଗିରଫ ପରେ ଖୋଲୁଛି ଗୁମର । ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ପଛପଟ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ଚଢ଼ାଉ । ୮ ଜଣ ଜୁଆଡିଙ୍କୁ ଗିରଫ କଲା ପୋଲିସ । ଗିରଫ ଜୁଆଡିଙ୍କ ନିକଟରୁ ଜୁଆରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ନଗଦ ୬୬ ହଜାର ଟଙ୍କା, ୮ ଟି ବାଇକ ଓ ୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ଏହି ଜୁଆ କାରବାର କିଏ କରୁଥିଲେ ଓ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।

ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହେଉଛି । କେଉଁଠି କୁକୁଡା ଲଢେଇ ଜରିଆରେ ଜୁଆ କାରବାର ହେଉଥିବା ବେଳେ ଆଉ କେଉଁଠି ତାସ ଓ ଘୁଡୁଘୁଡିପଟିରେ ଚାଲିଛି ଜୁଆ ଚାଲୁଥିବା ଅଭିଯୋଗ ଆସୁଛି । ଜୁନ ୧୫ ତାରିଖ ରାଜଗାଙ୍ଗପୁର ଥାନା ପୋଲିସ ଡୁଡକାବାହାଲ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ୫୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ୪ ଚକିଆ ଗାଡି, ୫୫ଟି ବାଇକ ଓ ୩୩ ହଜାର ଟଙ୍କା ଜବତ କରିଥିଲା ପୋଲିସ୍ ।

ଚାଇନାରେ ସାଇକ୍ଲୋନ ‘ସାଓଲା’ର ତାଣ୍ଡବ, ୯ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ : ସାଇକ୍ଲୋନ ସାଓଲା ଚାଇନାରେ ତାଣ୍ଡବ ରଚିଛି ।  ଦକ୍ଷିଣ ଗୁଆଙ୍ଗଡୋଙ୍ଗ୍ ପ୍ରଦେଶରେ ଘୁର୍ଣ୍ଣିବଳୟ ହେବା ଫଳରେ ଭୟଙ୍କର ପବନ  ସବୁକିଛି ଛାରଖାର କରିଛି । ଏହାର ଆଖପାଖ ହଂକଂ, ଶେନଜେନ୍ ଏବଂ ମାକାଉରେ ଏହାର ପ୍ରଭାବ ପଡିଛି | ୯ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛ । ବିଦ୍ୟୁତ୍ ଓ ଜଳ ସମସ୍ୟା ଉପୁଜିଛି । ହଂକଂ ଏବଂ ଅନ୍ୟାନ୍ୟ ପ୍ରଦେଶରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା, ସ୍କୁଲ ବନ୍ଦ ହୋଇଯାଇଥିଲା ଏବଂ ବ୍ୟବସାୟ ଏକ ପ୍ରକାର ଠପ ହୋଇଯାଇଥିଲା । ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିଲା | ଗୁଆଙ୍ଗଡୋଙ୍ଗ ଏବଂ ଫୁଜିଆନ୍ ପ୍ରଦେଶରେ ସର୍ବାଧିକ କ୍ଷତି ଘଟିଛି। ଲ୍ୟାଣ୍ଡଫଲ ପର୍ବରୁ ସାଇକ୍ଲୋନ୍ ଦୁର୍ବଳ ହୋଇଯାଇଥିଲା। ଚାଇନାରେ ଅବତରଣ ପୂର୍ବରୁ ହଂକଂରେ ସାଇକ୍ଲୋନ ଗତି ଅତ୍ୟଧିକ ଥିଲା । ସହରର ପାଣିପାଗ ବିଭାଗ କହିଛି ଯେ ସହରର ଅନେକ ଅଞ୍ଚଳ ପାଣିରେ ବୁଡି ରହିଛି ।

ଚାଇନାର ଗୁଆଙ୍ଗଡୋଙ୍ଗ, ଶେନଜେନ୍, ମାକାଉ ଏବଂ ଏହାର ଆଖପାଖ ପ୍ରଦେଶରେ ଅନେକ ଘର ନଷ୍ଟ ହୋଇଯାଇଛି । ଦ୍ରୁତ ଗତିରେ ମାଡ଼ିଅାସିଥିବା ଫଳରେ ଶହ ଶହ ଗଛ ଉପୁଡ଼ି ଯାଇଥିଲା । ହଂକଂର କାଉସୱେ ବାଇ ଜିଲ୍ଲାରେ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ଜୁଆ ଖେଳ ହବ ମାକାଉରେ ଶୁକ୍ରବାର ରାତିରେ ବନ୍ଦ ହେବା ପରେ ଶନିବାର ସକାଳ ୮ ଟାରୁ କାଜିନୋ ଖୋଲିବାକୁ ଅନୁମତି ଦିଆଯାଇଛି ବୋଲି ସ୍ଥାନୀୟ ପ୍ରଶାସନ କହିଛନ୍ତି। ଚୀନ୍ ଅଧିକାରୀ କହିଛନ୍ତି ଯେ ଗୁଆଙ୍ଗଡୋଙ୍ଗର ଜୁହୁ ସହରରେ ସାଓଲା ଘଣ୍ଟା ପ୍ରତି ୧୬୦ କିଲୋମିଟର ବେଗରେ ପବନ ବହିଥିଲା ​​ଏବଂ ଏଠାରେ ଅନେକ ଅଞ୍ଚଳରେ ଭୂସ୍ଖଳନ ଘଟିଥିବାର ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୁଆଙ୍ଗଡୋଙ୍ଗର ଶେନଜେନ୍ ସହରରେ ଏକ ଗଛ ଖସି ପଡ଼ି ତାଙ୍କ ଗାଡିକୁ ଧକ୍କା ଦେବା ପରେ ଜଣଙ୍କର ମୃତ୍ୟୁ ଘଟିଛି। ଚୀନ୍ ରେଳବାଇ କହିଛି ଯେ ଗୁଆଙ୍ଗଡୋଙ୍ଗରେ ରେଳ ଚଳାଚଳ ସ୍ଥାନୀୟ ସମୟ ସକାଳ ୮:30 ରୁ ଧୀରେ ଧୀରେ ପୁନଃ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ବାତ୍ୟା ଆଶଙ୍କା ଥିବାରୁ ଏଠାରେ ରେଳ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ଶେନଜେନର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସାଇକ୍ଲୋନ ସାଓଲା ଫଳରେ ଏଠାରେ ରେଡ୍ ଆଲର୍ଟ ଜାରି କରାଯାଇଥିଲା। ବର୍ତ୍ତମାନ ଏହାକୁ ହଳଦିଆ ଆଲର୍ଟରେ ପରିଣତ କରାଯାଇଛି | ବର୍ଷା ଏବଂ ଭୟ ଆଶଙ୍କା ପ୍ରାୟ ହଟିଛି ତଥାପି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ତାଇୱାନ ବିପଦରେ,ଏଠାରେ କିଛି ବିମାନ ବାତିଲ କରିବାକୁ ପଡ଼ିଛି | ଆସନ୍ତା ସପ୍ତାହରେ ଏଠାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏଠାରେ ଲୋକଙ୍କୁ ସମୁଦ୍ର ଉପକୂଳ ଏବଂ ପାର୍ବତ୍ୟ ଅଞ୍ଚଳଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି।

ସଙ୍କଟମୋଚକ ସାଜିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ଟିମ୍, ପ୍ରାକୃତିକ ବିପର୍ଯ୍ୟୟ ବେଳେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର: ସଙ୍କଟମୋଚକ ଓଡ୍ରାଫ ଓ ଅଗ୍ନିଶମ ଟିମ୍ । ପ୍ରତି ପରିସ୍ଥିତିରେ ସହାୟତା ପାଇଁ ତୟାର । ବନ୍ୟା ହେଉ କି ବାତ୍ୟା, ଜୀବନ ରକ୍ଷା ପାଇଁ ଜୀବନକୁ ଲଗାନ୍ତି ବାଜି । ବାହାର ରାଜ୍ୟରେ ମଧ୍ୟ ଜୀବନ ବଞ୍ଚାଇ ସୃଷ୍ଟି କରିଛନ୍ତି ଉଦାହରଣ । ଏଥିପାଇଁ ସେମାନଙ୍କୁ ଦିଆଯାଏ ମିଳିତ ଫିଲ୍ଡ ଟ୍ରେନିଂ ଓ ଏକ୍ସରସାଇଜ । ବିଶେଷକରି ରାଜ୍ୟରେ ବନ୍ୟା ସମୟରେ କିଭଳି ରେସକ୍ୟୁ ଅପରେସନ କରାଯିବ, ପ୍ରଖର ସ୍ରୋତରେ କିପରି ବୋଟ୍ ଚଳାଯିବ, ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ସହ ରିଲିଫ ସାମଗ୍ରୀ କିଭଳି ଯୋଗାଇ ଦିଆଯିବ ସେଥିପାଇଁ ଭିନ୍ନ ଭିନ୍ନ କୌଶଳର ପ୍ରଶିକ୍ଷଣ ନେଉଛନ୍ତି ୪୦ ଜଣ ଯବାନ । କଟକର ନରାଜ ଓ ଧବଳେଶ୍ବର ଗଡ଼ାରେ ଆୟୋଜିତ ଟ୍ରେନିଂ ସେସନରେ ରବର ବୋଟ, OBM, ଡେଭିଡ ସିଷ୍ଟମ ଓ RDS ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସହ ରାଜ୍ୟର ୨୦ଟି ଓଡ୍ରାଫ ୟୁନିଟରୁ ୨୫ ଜଣ ଓ ଭିନ୍ନ ଭିନ୍ନ ଫାୟାର ଷ୍ଟେସନର ୧୫ ଜଣ ଯବାନ ସାମିଲ ହୋଇଛନ୍ତି ଏହି ସ୍ୱତନ୍ତ୍ର ରେସକ୍ୟୁ ଅପରେସନ ଟ୍ରେନିଂରେ ।

ରାଜ୍ୟକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି । ରାଜ୍ୟ ସରକାରଙ୍କ ଜିରୋ କାଜୁଆଲଟିକୁ ସାକାର କରିଛନ୍ତି ଏହି ଉଦ୍ଧାରକାରୀ ଦଳ । ଖାସ କରି ବନ୍ୟା ସମୟରେ ଏମାନଙ୍କ ସାମ୍ନାରେ ଥାଏ ଅନେକ ଚାଲେଞ୍ଜ । ସେଥିପାଇଁ କେବଳ ଦିନ ନୁହଁ ବରଂ ରାତିର ଅନ୍ଧକାର ଭିତରେ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି କିଭଳି ଉଦ୍ଧାର କାର୍ଯ୍ୟ କରାଯାଇ ପାରିବ ସେନେଇ ବି ରାତିରେ ସେମାନଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । GPS କୋଡ଼ିଂ ସାହାଯ୍ୟରେ ପାଣି ଭିତରେ କିଭଳି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପହଞ୍ଚି ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେଥିପାଇଁ ୧୫ ଦିନ ଧରି ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ଆଗକୁ ତାଲିମ କାର୍ଯ୍ୟକ୍ରମରେ ଅଧିକ ଯବାନ ସାମିଲ ହେବା ନେଇ ଯୋଜନା ରହିଛି ।

ଚନ୍ଦ୍ରରେ ଶାନ୍ତିରେ ଶୋଇବେ ବିକ୍ରମ ଏବଂ ପ୍ରଜ୍ଞାନ, ଶେଷ ପର୍ଯ୍ୟାୟ କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଚନ୍ଦ୍ରର ଅନୁସନ୍ଧାନରେ ଭାରତର ଚନ୍ଦ୍ରଯାନ-୩ ମିଶନ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି । ଏହି ଉପଲବ୍ଧି ସେବେ ଆସିଛି ଯେବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି କରୁଛି । ଅର୍ଥାତ ଚନ୍ଦ୍ରରେ ଥିବା ଚନ୍ଦ୍ରଯାନ-୩ ମିଶନର ଉଭୟ ଅଂଶ ଶାନ୍ତିରେ ଶୋଇବାକୁ ପ୍ରସ୍ତୁତ ଅଛନ୍ତି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଭାରତର ପ୍ରଥମ ସୂର୍ଯ୍ୟ ମିଶନର ସଫଳ ଲଞ୍ଚ ପରେ ଏହାର ଘୋଷଣା କରିଛନ୍ତି ।

ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଶନିବାର କହଛନ୍ତି ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରଯାନ-୩ର ରୋଭର ଏବଂ ଲ୍ୟାଣ୍ଡର ସଠିକ ଭାବେ କାମ କରୁଛି ଏବଂ ଯେହେତୁ ଚନ୍ଦ୍ରରେ ଏବେ ରାତି ହୋଇଯିବ ଏଥିପାଇଁ ଏହାକୁ ନିଷ୍କ୍ରିୟ କରାଯିବ । ସୋମନାଥ କହିଛନ୍ତି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏବେ ବି କାମ କରୁଛନ୍ତି । ସେ କହିଛନ୍ତି ଯେ, ଭଲ ଖବର ଏହା ଯେ ଲ୍ୟାଣ୍ଡରରୁ ରୋଭର ଅତିକମରେ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି ଏବଂ ଆମେ ଆସନ୍ତା ଗୋଟିଏ କିମ୍ବା ଦୁଇଦିନରେ ଉଭୟଙ୍କୁ ନିଷ୍କ୍ରିୟ କରିବାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛୁ, କାରଣ ସେଠାରେ ରାତି ହେବାକୁ ଯାଉଛି ।

୧୪ ଜୁଲାଇ ୨୦୨୩ରେ ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଲଞ୍ଚ କରାଯାଇଥିବା ଚନ୍ଦ୍ରଯାନ-୩ ଭାରତକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିବାରେ ଚତୁର୍ଥ ଦେଶ ଏବଂ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ପାଖରେ ଏପରି କରିବରେ ପ୍ରଥମ ଦେଶ ବନାଇଥିଲା । ମିଶନର ପ୍ରାଥମିକ ଉଦ୍ଦେଶ୍ୟ ପାଣିର ଅନ୍ନେଶ୍ୱଣ କରିବା ଏବଂ ଚନ୍ଦ୍ର ପୃଷ୍ଠର ବିଶେଷତ୍ୱକୁ ଅଧ୍ୟୟନ କରିବା ଥିଲା । ଏହା ପୂର୍ବରୁ ଇସ୍ରୋ କହିଥିଲା ଯେ ଚନ୍ଦ୍ରଯାନ-୩ ମିଶନର ରୋଭର ପ୍ରଜ୍ଞାନରେ ଲାଗିଥିବା ଅନ୍ୟ ଏକ ଉପକରଣ ମଧ୍ୟ ଭିନ୍ନ ଏକ ଜ୍ଞାନକୌଶଳର ଉପଯୋଗ କରି ଚନ୍ଦ୍ରରେ ସଲଫରର ଉପସ୍ଥିତି ନେଇ ଅନୁସନ୍ଧାନ କରିଥିଲା । ଏଥିିସହିତ ଅନ୍ୟ କିଛି ଏଲିମେଣ୍ଟ ଥିବା ନେଇ ମଧ୍ୟ ଲ୍ୟାଣ୍ଡର ସନ୍ଧାନ ପାଇଥିଲା ।

ଖୋଲିଲା NRI କୋଟାରେ ଆଡମିଶନ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଅପରେସନ NRI ଆଡମିଶନ ସ୍କାମ୍ । ପଇସା ବାଲା ପିଲାଙ୍କୁ ଆଡମିଶନ ଅଫର । ନାମୀଦାମୀ ଶିକ୍ଷାନୁ୍ଷ୍ଠାନରେ ଏଣ୍ଟ୍ରିର ସୁଯୋଗ । ଆଶାୟୀଙ୍କୁ ମ୍ୟାନେଜମେଣ୍ଟ ଓ ଏନଆରଆଇ କୋଟାର ଥୋପ । ରାଜଧାନୀରେ ଠକ ଖୋଲିଥିଲେ ସଂସ୍ଥା । ଅଭିନନ୍ଦନ ବାରିକ ଓ ରାଜେଶ୍ ରୋସନ ସାହୁ । ଜଣେ ଡିପ୍ଲୋମା ଓ ଅନ୍ୟ ଜଣେ ବି-ଟେକ୍ ପାସ ଆଉଟ୍ । ଦୁଇ ଜଣ ଭୁବନେଶ୍ବର ନୟାପଲ୍ଲୀରେ ୮ ବର୍ଷ ହେଲା ଖୋଲିଥିଲେ ଡିଏଫ ଆକାଡେମୀ । ଏମବିବିଏସ, ବି-ଟେକ, ଫାର୍ମା, ଏମବିଏ, ନର୍ସି, ଲ’ ଆଡମିଶନ ପାଇଁ ପ୍ରମୁଖ ବିଶ୍ବବିଦ୍ୟାଳୟରେ ସିଟ୍ କରାଇଦେବାକୁ ଦେଉଥିଲେ ଅଫର । ଏଥିପାଇଁ ନେଉଥିଲା ମୋଟା ଅଙ୍କର ଟଙ୍କା । ଝାରୁସୁଗୁଡାର ଜଣଙ୍କୁ ଠାରୁ ଦାମୀ ବିଶ୍ବବିଦ୍ୟଳୟରେ ମେଡିକାଲ ସିଟ୍ ପାଇଁ ଆଡମିଶନ କରାଇ ଦେବାକୁ କହି ନେଇଥିଲେ ୩ ଲକ୍ଷ ଟଙ୍କା । ମ୍ୟାନେଜମେଣ୍ଟ କୋଟାରେ ଆଡମିଶନ ପରେ ଜାତୀୟ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଟଙ୍କା ଫେରିଥାଏ । ହେଲେ ଅଭିଯୋଗକାରୀକୁ ଟଙ୍କା ନ ମିଳବା ପରେ ଥାନାରେ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ରାକେଟର ଖୋଲିଛି ଗୁମର ।

ଏନଆରଆଇ କୋଟା କ’ଣ ? କେମିତି ଠକ କରୁଥିଲେ ଠକେଇ ? ବିଦେଶରେ ରହୁଥିବା ଲୋକମାନଙ୍କ ଆଡମିଶନ ପାଇଁ ଅନେକ ଶିକ୍ଷାନୁଷ୍ଠାନରେ ଏନଆରଆଇ କୋଟା ରହିଥାଏ । ସେହି ସବୁ କୋଟା ସିଟକୁ ଆଶାୟୀକୁ ସୁବିଧାରେ କରାଇ ଦେବାକୁ କହି ମୋଟା ଅଙ୍କରେ ଟଙ୍କା ନେଉଥିଲେ । ଏନଆରଆଇ ସହିତ ପରିଚିତ ନଥାଇ ବି ଜାଲ କାଗଜପତ୍ର କରି ଆଡମିଶନ କରାଉଥିବା ପୋଲିସ ସନ୍ଦେହ କରିଛି । ତଦନ୍ତ ବେଳେ ଦୁଇ ଜଣ ଠକଙ୍କ ନାମରେ ଏବେଶୁ୍ଦ୍ଧା ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିବା ପୋଲିସ ସୂଚନା ପାଇଛି । ଦୁଇ ଜଣଙ୍କ ରାକେଟରେ ଏକାଧିକ ଲୋକ କାମ କରୁଥିବା ଜଣାପଡିଛି । ଏପରିକି ପ୍ରତି ଜିଲ୍ଲାରେ ଏହି ଗ୍ୟାଙ୍ଗ ଏଜେଣ୍ଟ ରଖିଥିବା ପୋଲିସ ଜାଣିବାକୁ ପାଇଛି । ଦୁଇ ଜଣଙ୍କ ଠାରୁ ୨ଟି ଦାମୀ କାର, ୨ଟି ଲ୍ୟାପଟପ୍, ୩ ଟି ଟଙ୍କା ଗଣା ମେସିନ, ୪ ଲକ୍ଷ ୫୦ ହଜାର ଟଙ୍କା, ବ୍ରୋଚର, ହ୍ବାଟସଅପ ଚାର୍ଟ ଓ ମୋବାଇଲ ଜବତ ହୋଇଛି । ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଆଡମିଶନ ନାଁରେ ଚାଲିଥିବା ସ୍କାମ ସିଣ୍ଡିକେଟ ଗୁମର ଖୋଲିବା ପାଇଁ ରିମାଣ୍ଡରେ ଆଣିବ ପୋଲିସ ।