spot_img
Home Blog Page 3071

ଗିରଫ ହେଲେ କୁବେର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ

ଭୁବନେଶ୍ୱର: ଗିରଫ ହେଲେ କୁବେର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର । କୁବେର କୋଟିପତି ଅଫିସରଙ୍କ ଘରେ, ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ, ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ ୫ କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ ଘର ଓ ଫାର୍ମ ହାଉସ ରହିଛି । ତେବେ ଆୟ ଅନୁଯାୟୀ ବ୍ୟୟ ଅଧିକ ଥିବାରୁ ବାନ୍ଧିଲା ଭିଜିଲାନ୍ସ । ପୂର୍ବତନ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଦୁର୍ନୀତି ସାମ୍ରାଜ୍ୟର ଖୋଳତାଡ଼ ବେଳେ,କୋଟି କୋଟି ଟଙ୍କାର ଘର ଓ ରୂପା ହାତୀକୁ ନେଇ ଚର୍ଚ୍ଚାରେ ଥିଲେ ।

 

୭ ଦିନ ମଧ୍ୟରେ କସମ୍ ପାଇଁ ହେବ ରିଭଲଭିଂ ଫଣ୍ଡ: 5T ସଚିବ

କନ୍ଧମାଳ: କନ୍ଧମାଳ ଫିରିଙ୍ଗିଆରେ ଥିବା ରାଜ୍ୟର ସର୍ବବୃହତ ହଳଦୀ ଚାଷୀ ମହାସଂଘ କସମ୍ ପରିଦର୍ଶନ କରିଛନ୍ତି 5T ସଚିବ। ୧୨୦୦୦ ହଳଦୀ ଚାଷୀଙ୍କୁ ନେଇ ଏହି ୟୁନିଟ ୧୯୯୨ରେ ପ୍ରତିଷ୍ଠା ହୋଇଥିଲା । ସଂପୂର୍ଣ୍ଣ ଜୈବିକ ପ୍ରଣାଳୀରେ ଏହି ଚାଷ ହେବା ପରେ ଏହାକୁ ପ୍ରକ୍ରିୟାକରଣ କରାଯାଉଛି । ବିଦେଶକୁ ମଧ୍ୟ ଯାଉଛି କନ୍ଧମାଳ କସମର ହଳଦୀ । କସମ୍ ପାଇଁ ଏକ ରିଭଲଭିଂ ଫଣ୍ଡ ଗଠନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ୭ ଦିନରେ ଗଠନ ହେବ ଏହି ଫଣ୍ଡ । ଏହି ଫଣ୍ଡ ଗଡନ ହେଲେ କସମରେ ଅର୍ଥ ସମସ୍ୟା ରହିବନି ।

ମିଶନ ଶକ୍ତି କାଫେରେ ଖାଇଲେ, ସଚିବଙ୍କ ସହ ଭିଡିଓ କଲରେ କଥା କରାଇଲେ 5T ସଚିବ

କନ୍ଧମାଳ: 5T ସଚିବଙ୍କ କନ୍ଧମାଳ ଗସ୍ତର ଦ୍ବିତୀୟ ଦିନ । ଫିରିଙ୍ଗିଆରେ ଥିବା ମିଶନଶକ୍ତି କାଫେରେ ସକାଳ ଭୋଜନ କଲେ ଭିକେ ପାଣ୍ଡିଆନ । ଏହି ସମୟରେ ମିଶନଶକ୍ତି ମହିଳାଙ୍କ ହାତ ତିଆରି ଖାଦ୍ୟର ପ୍ରଶଂସା କରିବା ସହ ପତ୍ନୀ ତଥା ମିଶନ ଶକ୍ତି କମିଶନର କମ୍ ସଚିବ ସୁଜାତା ଆର କାର୍ତ୍ତିକେୟନଙ୍କ ସହ ଭିଡ଼ିଓ କଲରେ କଥା କରାଇଥିଲେ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସାଧୁବାଦ ଦେଇଥିଲେ । ଖୁବଶୀଘ୍ର ସେ କନ୍ଧମାଳ ଯାଇ ସେମାନଙ୍କୁ ଭେଟିବେ ବୋଲି କହିଛନ୍ତି । କ୍ୟାଫେର ଉନ୍ନତି ପାଇଁ ଆଉ ଯାହା ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସୁଜାତା କାର୍ତ୍ତିକେୟନ ।

5T ସଚିବଙ୍କୁ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ମିଶନ ଶକ୍ତି ମହିଳା । ଶେଷରେ ମିଶନଶକ୍ତି ମହିଳାଙ୍କ ସହ ଫଟୋ ଉଠାଇଲେ 5T ସଚିବ । ସରକାରୀ ଯୋଜନା ପାଇଁ ଆଜି ସେମାନେ ସ୍ବାବଲମ୍ବୀ । ଘର କୋଣରେ ନବସି ରୋଜଗାରର ମାଧ୍ୟମ ସାଜିଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅଜନ୍ତା ସର୍କସ

ଭୁବନେଶ୍ୱର: ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୮ ବର୍ଷ ପରେ ରାଜଧାନୀକୁ ଫେରିଛି ସର୍କସ । ଆଜିଠୁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବ ଅଜନ୍ତା ସର୍କସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଉଦଘାଟନୀ ଦିବସରେ ଅପରାହ୍ନ ୪ଟା ଓ ରାତି ୭ଟାରେ ଦୁଇଟି ଶୋ’ ହେବ । ରବିବାରଠାରୁ ପ୍ରତିଦିନ ଦିନ ଗୋଟାଏ ସମେତ ମୋଟ ୩ଟି ଶୋ ହେବ । ଗତ ୮ ତାରିଖଠାରୁ ସର୍କସ ଆରମ୍ଭ ହେବାକୁ ଥିବାବେଳେ କାଳବୈଶାଖୀ ଯୋଗୁଁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ପୁଣି ମରାମତି ପରେ ଆଜିଠୁ ସର୍କସ ଆରମ୍ଭ ହେବାକୁ ଯାଉଛି ।

ସର୍କସରେ ଦୋଳି ଖେଳ ସହିତ ଜୋକର, ଗ୍ଲୋବ ମଧ୍ୟରେ ଦୁଃସାହସିକ ମୋଟର ସାଇକେଲ ଚାଳନା, ଇଥିଓପିଆ, ଆଫ୍ରିକା ଓ ରଷିଆ ଆଦି ଦେଶର ବିଦେଶୀଙ୍କ ଦ୍ବାରା କଷ୍ଟସାଧ୍ୟ ଜିମ୍ନାଷ୍ଟିକ ଖେଳ ଆଦି ଦର୍ଶକଙ୍କ ମନମୋହିବ । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଫ୍ୟାନର ବ୍ୟବସ୍ଥା କରାଯାଇଛି । ସର୍କସ ୩୫ ଦିନ ଧରି ଚାଲିବ ବୋଲି ବୋଲି କହିଛନ୍ତି ସର୍କସର ପରିଚାଳକ ।

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ବାରିପଦା: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । କୁଳିଆନା ପଢ଼ିଆରିପୁରରେ ଥିବା ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଛି । ଏଠାରେ ଏକ ଫିଜିଓଥେରାପି କ୍ଲିନିକ ମଧ୍ୟ ରହିଛି । ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରିପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରାମଚନ୍ଦ୍ର ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।

ଦର୍ପଦଳନ ରଥ ଅଖରେ ଫାଟ, ରଥର ସାନଉଛୁଳା ଅଖରେ ଫାଟ

ପୁରୀ: ଦର୍ପଦଳନ ରଥ ଅଖରେ ଫାଟ । ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଫାଟ ଅଧିକ ଦିଶୁଛି । ତେଣୁ ଏହାକୁ ବଦଳାଯିବା ଦରକାର ବୋଲି କହିଛନ୍ତି ଦଇତାପତି ସେବାୟତ ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ।

ପୁଣି ଶିମିଳିପାଳରେ ଫୁଟିଲା ଗୁଳି, ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ

ମୟୂରଭଞ୍ଜ: ପୁଣି ମୟୂରଭଞ୍ଜ ଶିମିଳିପାଳରେ ଫୁଟିଲା ଗୁଳି, ଜଣେ ବନ କର୍ମଚାରୀଙ୍କ ମୃତ । ଶିକାରୀ ଗୁଳିରେ ବନ କର୍ମଚାରୀ ମାଥି ହାଁସଦାଙ୍କ ମୃତ୍ୟୁ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆରସିସିଏଫ୍ । ଗତକାଲି ବିଳମ୍ବିତ ରାତି ୨.୩୦ରେ ବାରାକାମୁଡା ରେଞ୍ଜ ଅଞ୍ଚଳରେ ଡ୍ୟୁଟି କରୁଥିଲେ ମାଥି । ହଠାତ୍ ଶିକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ବନ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପାଖାପାଖି ୬ ଜଣ ଶିକାରୀ ଥିଲେ, ହାତରେ ଗେମିଂ ବନ୍ଧୁକ ଧରିଥିଲେ । ଗୁଳି ଚଳାଇ ଶିକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗୋଟିଏ ବନ୍ଧୁକ ଜବତ ହୋଇଛି । ଏହାପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଜଣେ ଫରେଷ୍ଟ ଗାର୍ଡଙ୍କର ମୃତ୍ୟୁ ହୋଇଥିଲା ।

ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ

ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ । ମୃତକଙ୍କ ପିଠିରେ ରହିଛି ଗଭୀର କ୍ଷତ ଚିହ୍ନ । ବ୍ୟକ୍ତି ଜଣଙ୍କୁ କେହି ଧାରୁଆ ଅସ୍ତ୍ରରେ ମାରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହକୁ ନିଆଯାଇଛି ।

ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ, ସକାଳ ୫.୩୦ ସୁଦ୍ଧା ରାଜଧାନୀରେ ୨୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତାତି । ସକାଳ ହେଉ ହେଉ ତତଲା ତାଓ୍ବାରେ ସିଝୁଛି ଓଡ଼ିଶା । ଅଧା ଓଡ଼ିଶାକୁ ଅଣାୟତ୍ତ କରୁଛି ସିଭିୟର ହିଟ୍ଓ୍ବେଭ । ଆଜି ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୨୯.୮ ଡ଼ିଗ୍ରୀ ତାପମାତ୍ରା ଏବଂ ୭୨% ଆଦ୍ରତା ରେକର୍ଡ ହୋଇଛି । ଉଚ୍ଚ ତାପମାତ୍ରା ସାଙ୍ଗକୁ ଝାଞ୍ଜି ପବନରେ ଆକ୍ତାମାକ୍ତା ଜନଜୀବନ । ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ବଢ଼ାଉଛି ଗୁଳୁଗୁଳି । ଆଗାମୀ ୪ ଦିନ ଯାଏ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ସ୍ୱାଭାବିକଠାରୁ ୭ରୁ ୮ ଡିଗ୍ରୀ ଯାଏଁ ଅଧିକ ରହିବ ତାପମାତ୍ରା । ଜୁନ୍ ୨୦ ଯାଏଁ ଖରା, ଗରମ ଓ ଉଚ୍ଚ ତାପମାତ୍ରା ଲାଗି ରହିବ ।

ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ସିଭିୟର ହିଟୱେଭ୍ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ଦେଓଗଡ଼, ଅନୁଗୁଳ, ଢେ଼ଙ୍କାନାଳ, କେନ୍ଦୁଝର, ମୟୁରଭଂଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଓଡ଼ିଶାକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଏବଂ ଶୁଷ୍କ ପବନ ପ୍ରବାହିତ ହେବା ସହ କାଳବୈଶାଖୀର ପ୍ରଭାବ କମିଛି । ଫଳରେ ସାରା ରାଜ୍ୟରେ ଅସ୍ବାଭାବିକ ପାଗ ଦେଖାଦେଇଛି । ୧୮ ତାରିଖ ପରେ ପୂର୍ବ ଭାରତକୁ ଆସିବ ମୌସୁମୀ । ୨୧ ବେଳକୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ଅନୁକୂଳ ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର କହିଛି ।