spot_img
Home Blog Page 31

ପାକିସ୍ତାନରେ ବ୍ୟାପକ ହିଂସାକାଣ୍ଡ ଓ ଗଣଅସନ୍ତୋଷ ; ୧୧ ଜଣଙ୍କର ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ଅଧିକୃତ କାଶ୍ମୀର, POKରେ ସରକାରଙ୍କ ଏକ ବଡ଼ ନିଷ୍ପତ୍ତିକୁ ନେଇ ପୁଣି ଥରେ ବ୍ୟାପକ ହିଂସାକାଣ୍ଡ ଓ ଗଣଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ଆର୍ଥିକ ତଥା ରାଜନୈତିକ ସମସ୍ୟାକୁ ନେଇ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଥିବା ନାଗରିକ ସଂଗଠନ ଜଏଣ୍ଟ ଆୱାମୀ ଆକ୍ସନ କମିଟି, JAAC ଉପରେ ସରକାର ସନ୍ତ୍ରାସବାଦ ବିରୋଧୀ ଆଇନ ବଳରେ ପ୍ରତିବନ୍ଧକ ଲଗାଇବା ପରେ ଏହି ଉତ୍ତେଜନା ପ୍ରକାଶ ପାଇଛି ।

ଆଜି ସମଗ୍ର ଅଞ୍ଚଳରେ ଏକ ବଡ଼ ଧରଣର ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ପୂର୍ବରୁ ହିଁ ରାୱାଲାକୋଟଠାରେ ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଭୟାବହ ସଂଘର୍ଷ ଘଟି ଅତିକମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୭୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ।

କୂଅସଫା କରୁଥିବା ବେଳେ ଅଘଟଣ ; ଶ୍ୱାସରୁଦ୍ଧ ହୋଇ ଜଣେ ମୃତ

କେନ୍ଦ୍ରାପଡ଼ା : କୂଅସଫା କରୁଥିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଜଣେ ମୃତ । ଦୁଇ ଜଣେ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଅଘଟଣ। ଗାଁର ସୁକାନ୍ତ ପରିଡ଼ାଙ୍କର କୂଅ ସଫାକରିବା କରିବା ପାଇଁ ୩ଜଣ ଶ୍ରମିକ ଆସିଥିଲେ । ପ୍ରଥମେ ଜଣେ ଶ୍ରମିକ କୂଅ ସଫା କରିବା ପାଇଁ ଭିତରକୁ ପ୍ରବେଶ କରିଥିଲେ । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯାଇ ୩ ଜଣ ଶ୍ରମିକ ଅଚେତ ହୋଇପଡ଼ିଥିଲେ ।

ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ୩ ଜଣଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇଜଣେ ଗୁରୁତର କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ଦେମାଳ ଗାଁର ପରୀକ୍ଷିତ ସିଂ ।

ରାଜଧାନୀରେ ଚାଞ୍ଚଲ୍ୟ; ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ନାବାଳିକା ସମେତ ୪ ଯୁବତୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ନାବାଳିକା ସମେତ ୪ ଯୁବତୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି । ଗତକାଲି ରାତିରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଜଣେ ନାବାଳିକାଙ୍କ ସମେତ ୩ ଜଣ ଯୁବତୀଙ୍କୁ ଅପହରଣ କରିବା ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ଏକ ଆଶ୍ରମ ସହ ଜଡିତ କିଛି ଏନଜିଓ କର୍ମଚାରୀ ଏହି ଯୁବତୀମାନଙ୍କୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା କଥା ମଧ୍ୟ ଚର୍ଚ୍ଚାକୁ ଆସିଛି । ଖବର ମୁତାବକ ଗତକାଲି ରାତିରେ ଜଣେ ନାବାଳିକା ସହ ୩ ଯୁବତୀ ଭୟଭୀତ ଅବସ୍ଥାରେ ଦୌଡ଼ି ଦୌଡ଼ି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ । ନିଜକୁ ବଞ୍ଚାଇବା ପାଇଁ ସେମାନେ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ । ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।

ଘଟଣାକୁ ଦେଖି ବସ୍‌ଷ୍ଟାଣ୍ଡର ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଯୁବତୀ ଓ ନାବଳିକା ତାଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିଆଯାଉଥିବା କଥା କହିଥିବା ଜଣାପଡ଼ିଛି । ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଥିଲେ । ପୋଲିସ ଯୁବତୀମାନଙ୍କୁ ପଚରାଉଚରା କରିବା ପରେ ସର୍ଟ ଷ୍ଟେ ହୋମରେ ରଖିଥିବା ବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଛି । ସେମାନଙ୍କ ଉଦ୍ଦେଶ୍ୟ ପ୍ରକୃତରେ କଣ’ ଥିଲା ? କଣ’ ପାଇଁ ସେମାନେ ଅପହରଣ ଉଦ୍ୟମ କରିଥିଲେ ? ସେ ସବୁକୁ ନେଇ ଛାନଭିନ ଚଳାଇଛି ପୋଲିସ ।

ଦୀର୍ଘ ୪୦ ବର୍ଷର ସମ୍ପର୍କ; ହେଲେ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଦେଲେନି କାନ୍ଧ

ଜଗତସିଂହପୁର : ଦୀର୍ଘ ୪୦ ବର୍ଷର ସମ୍ପର୍କ । ହେଲେ ମୃତ୍ୟୁ ପରେ ଶବ ସତ୍କାର ପାଇଁ ଦେଲେନି କାନ୍ଧ । ଏକ ପରିତ୍ୟକ୍ତ ଘରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ପରେ ଘନେଇଛି ରହସ୍ୟ । ଏରସମା ବ୍ଲକ ଶଙ୍ଖା ଗାଁର ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତକ ହେଲେ ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ଶଙ୍ଖା ଗ୍ରାମର ମେନକା ମଣ୍ଡଳ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମେନକା ଦୀର୍ଘ ୪୦ ବର୍ଷ ଧରି ନୃସିଂହ ମଙ୍ଗଳଙ୍କ ସହ ରହୁଥିଲେ । ତେବେ ଗତ କିଛିବର୍ଷ ହେବ ତାଙ୍କୁ ଏକ ପରିତ୍ୟକ୍ତ ଓ ଭଙ୍ଗା ଘରେ ରଖାଯାଉଥିଲା । କୌଣସି କାରଣରୁ ମେନକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଶବ ସତ୍କାର କରିବାକୁ ନୃସିଂହ ରାଜି ହୋଇନଥିଲେ ।

ଦୀର୍ଘ ସମୟ ଧରି ମୃତଦେହ ପଡ଼ି ରହିବା ପରେ ଗ୍ରାମବାସୀ ଏରସମା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧା କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି । ମେନକାଙ୍କ ମୃତ୍ୟୁ ପଛରେ ନୃସିଂହଙ୍କ ହାତ ଥାଇପାରେ ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।

ଆସନ୍ତା ଜୁନ୍ ୨୧ ତାରିଖରେ ହେବ NEET-UG ପୁନଃପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ଜୁନ୍ ୨୧ ତାରିଖରେ ହେବ NEET-UG ପୁନଃପରୀକ୍ଷା । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ଓ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ଏଥର ଭାରତୀୟ ବାୟୁସେନାର ସହାୟତା ନିଆଯାଇଛି । ଭାରତୀୟ ବାୟୁସେନାର ଏମ୍ଆଇ-୧୭ ହେଲିକପ୍ଟର ଜରିଆରେ ଦେଶର ୧୮ଟି ପ୍ରମୁଖ ସ୍ଥାନକୁ ପ୍ରଶ୍ନପତ୍ର ଏୟାରଲିଫ୍ଟ କରାଯିବ । ପ୍ରଶ୍ନପତ୍ର ପ୍ରଘଟ ହେବା କାରଣରୁ ପୂର୍ବ ପରୀକ୍ଷା ବାତିଲ ହୋଇଥିବାରୁ, କୌଣସି ପ୍ରକାରର ତ୍ରୁଟି ବା ଜାଲିଆତିକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ସିଲ୍ ହୋଇଥିବା ଏହି ପ୍ରଶ୍ନପତ୍ରଗୁଡ଼ିକ ପ୍ରଥମେ ୧୮ଟି ସ୍ଥାନରେ ପହଞ୍ଚିବା ପରେ ସେଠାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।

ଅନ୍ୟପଟେ ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ବିଶେଷଜ୍ଞ ମାନଙ୍କ ପାଇଁ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି । ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ୍ ଜୁନ୍ ୨୧ ତାରିଖ ଯାଏଁ ସେମାନଙ୍କୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ରେ ରଖାଯାଇଛି । ଏହି ସମୟ ମଧ୍ୟରେ ସେମାନେ ମୋବାଇଲ୍ ଫୋନ୍, ଲାପଟପ୍, ସ୍ମାର୍ଟୱାଚ୍ କିମ୍ବା ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ । ଏପରିକି ସେମାନଙ୍କୁ ବାହାରକୁ ଯିବା ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ଦେଶର ଶିକ୍ଷା ଇତିହାସରେ କୌଣସି ପରୀକ୍ଷା ପାଇଁ ପ୍ରଥମ ଥର ପାଇଁ ଏଭଳି ସ୍ତରର ସୁରକ୍ଷା ଓ ସତର୍କତା ଅବଲମ୍ବନ କରାଯାଇଥିବା ଦେଖିବାକୁ ମିଳିଛି । ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସରକାର ଏବଂ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ।

ଡୋନାଲ୍ଡ ଟ୍ରମ୍ପଙ୍କୁ ଅଦାଲତୀ ଝଟକା ; H-1B ଭିସା ଉପରେ ନୂଆ ଫି ନିଷ୍ପତ୍ତିକୁ ରଦ୍ଦ କଲେ ୟୁଏସ କୋର୍ଟ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଦାଲତୀ ଝଟକା । H-1B ଭିସା ଉପରେ ଏକଲକ୍ଷ ଡଲାର ଫିସ ନିଷ୍ପତ୍ତିକୁ ରଦ୍ଦ କଲେ ୟୁଏସ କୋର୍ଟ । ନୂଆ H-1B ଭିସା ଉପରେ ଲଗାଇଥିବା ଏକଲକ୍ଷ ଡଲାର ଶୁଳ୍କକୁ ଅବୈଧ ଘୋଷଣା କରିବା ସହ ଏହାକୁ ରଦ୍ଦ କରିଛନ୍ତି କୋର୍ଟ । ସେପଟେମ୍ଵର ୧୯ରେ ଟ୍ରମ୍ପ H-1B ଭିସା ପାଇଁ ୧ ଲକ୍ଷ ଡଲାର୍ ଫି ଲାଗୁ କରିଥିଲେ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୯୦ ଲକ୍ଷ ଟଙ୍କା । ଭାରତୀୟ ଛାତ୍ର ଓ ଆଇଟି ପ୍ରଫେସ୍ନାଲମାନେ ଏହା ଦ୍ଵାରା ହଇରାଣରେ ପଡ଼ିଥିଲେ । କିନ୍ତୁ ଏବେ ଏହାକୁ ଅବୈଧ ଘୋଷଣ କରିବା ସହ ରଦ୍ଦ କରିଥିବାରୁ ଆଶ୍ବସ୍ତି ମିଳିଛି ।

ପୂର୍ବରୁ H-1B ଭିସା ନିୟମରେ ଆଶ୍ଵସ୍ତି ମିଳିଥିଲା। ଯେଉଁମାନଙ୍କର ବର୍ତ୍ତମାନ ଏହି ଭିସା ଅଛି, ସେମାନଙ୍କୁ ନୂଆ ଫି ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରିଥିଲେ ଟ୍ରମ୍ପ। ଏହା ସହିତ ଆମେରିକାରେ ଥିବା ଯେଉଁ ବିଦେଶୀ ଛାତ୍ରମାନଙ୍କୁ H-1B ଭିସା ସ୍ପୋନସର କରାଯାଇଛି, ସେମାନଙ୍କୁ ମଧ୍ୟ ନୂଆ ଫି ଦେବାକୁ ପଡ଼ିବ ନାହିଁ। F-1 ଭିସା ଆମେରିକାରେ ପଢୁଥିବା ବିଦେଶୀ ଛାତ୍ରଙ୍କୁ ପ୍ରଦାନ କରାଯାଇଥାଏ। L-1 ଭିସା ହେଉଛି ଚାକିରିଆମାନଙ୍କୁ ମଲଟିନ୍ୟାସନାଲ କମ୍ପାନୀମାନେ ପ୍ରଦାନ କରୁଥିବା ଭିସା, ଯେଉଁମାନଙ୍କୁ ଆମେରିକାକୁ ବଦଳି କରାଯାଇପାରିବ।

ପଥର ଗଦାରୁ ନାଗ ସହ ଅଣ୍ଡା ଉଦ୍ଧାର ; ୧୬ ଟି ଅଫୁଟା ଅଣ୍ଡା ଉଦ୍ଧାର

ପୁରୀ : ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଅର୍ଜୁନସିଂହପୁର ଗାଁର ନରହରି ବିଶ୍ୱାଳଙ୍କ ବାଡ଼ିରେ ଦୀର୍ଘ ୧୦ ବର୍ଷ ଧରି ଗଦା ହୋଇ ରହିଥିବା ପଥରକୁ ଘର କାମ ପାଇଁ କାଢ଼ୁଥିବା ବେଳେ ହଠାତ୍ ଏକ ନାଗ ସାପ ନଜରକୁ ଆସିଥିଲା । ଶ୍ରମିକଙ୍କ ଉପସ୍ଥିତି ଦେଖି ସାପଟି ପଥର ଗଦା ଭିତରେ ଲୁଚି ଯାଇଥିଲା । ପରେ ପଥର ହଟାଇବା ସମୟରେ ମିଳିଥିଲା ଅନେକ ସାପ ଅଣ୍ଡା । ନାଗ ସାପ ଅଣ୍ଡା ଦେଇଥିବା ସନ୍ଦେହରେ ଶ୍ରମିକମାନେ କାମ ବନ୍ଦ କରି ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ସାପ ଉଦ୍ଧାରକାରୀ ସୁଶାନ୍ତ ସାପଟିକୁ ଉଦ୍ଧାର କରିବା ସହ ଅଣ୍ଡାଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ସାପଟିକୁ ଗାଁଠାରୁ ଦୂରରେ ଥିବା ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଗତକାଲି ସେହି ସ୍ଥାନରୁ ୧୬ ଟି ଅଫୁଟା ଅଣ୍ଡା ଉଦ୍ଧାର କରି ନିଆଯାଇ ଥିବା ବେଳେ କୃତ୍ରିମ ଉପାୟରେ ଅଣ୍ଡା ଫୁଟିବା ପାଇଁ ବ୍ୟବସ୍ଥା କରାଯାଇଛି ଓ ନାଗ ସାପକୁ ଗ୍ରାମ ଦୂରରେ ଛାଡ଼ି ଦିଆଯାଇଛି। ଗତ ବର୍ଷ ମଧ୍ୟ ସମାନ ସ୍ଥାନରେ ସାପ ଅଣ୍ଡା ଦେଇ ୧୪ ଟି ଛୁଆ ଫୁଟିଥିବା ପାଖରେ ଥିବା ପୁରୁଣା ଖୋଳପାରୁ ଜଣା ପଡ଼ିଛି । ଉକ୍ତ ସ୍ଥାନ ଟିକୁ ନାଗ ତାର ସୁରକ୍ଷିତ ସ୍ଥାନ ଭାବେ ବାଛିଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରା କହିଛନ୍ତି । ଅନ୍ୟପଟେ ଏହି ସମୟ ରେ ସାପ ଅଣ୍ଡା ଫୁଟିବା ସମୟ ହୋଇ ଥିବାରୁ ନିଜ ବାଡି ବଗିଚାକୁ ସଫା ରଖିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ନେକ ହେଲ୍ପଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।

ଚନ୍ଦ୍ରିକା ହେମ୍ବ୍ରମଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସ୍ପେନ୍ସ ; ଡାଏରୀ ଖୋଲିବ ମୃତ୍ୟୁର ରହସ୍ୟ

ବାଲେଶ୍ବର : ମୃତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଲାପଟପ ଓ ଡାଏରୀ ବଢ଼ାଉଛି ସସ୍ପେନ୍ସ । ଦିନ ଯେତେ ଗଡୁଛି ସସ୍ପେନ୍ସ ସେତେ ବଢୁଛି । ଚନ୍ଦ୍ରିକା ଡାଏରୀ ଲେଖୁଥିବା ତାଙ୍କ ମାମୁ ଝିଅ ରଶ୍ମିତା କହିଥିବା ବେଳେ ପୋଲିସ ଗୋଟିଏ ଡାଏରୀ ପାଇଛି, ଯେଉଁଥିରେ DIE DIE DIE ଲେଖାଯାଇଛି ବୋଲି ପୋଲିସ କହିଛି । ହେଲେ ଏ ଡାଏରୀ ସେ ଡାଏରୀ ନୁହେଁ ବୋଲି କହିଛନ୍ତି ରଶ୍ମିତା । ଘଟଣା ଦିନ ଚନ୍ଦ୍ରିକାଙ୍କ ବ୍ୟାଗରୁ ମିଳିଥିବା ପକେଟ ଡାଏରୀରେ ହିଁ ଲେଖା ହୋଇଥିଲା DIE DIE DIE । କେବଳ ତାହା ନୁହେଁ ସେହି ଡାଏରୀରେ ଏକ ତାରିଖ, ସାଇରୀ ଏବଂ ଚନ୍ଦ୍ରିକାଙ୍କ ଡାକ ନାମ ନୁପୁର ଲେଖାଯାଇଥିଲା । ଯାହାକି ଘଟଣା ଦିନ ବ୍ୟାଗ ଜବତ ପରେ ପୋଲିସ ତାହା ସମ୍ପର୍କୀୟଙ୍କୁ ଦେଖାଇଥିଲା ଏବଂ ରଶ୍ମିତା ମଧ୍ୟ ତାହା ଦେଖିଥିଲେ ବୋଲି କହିଛନ୍ତି ।

ହେଲେ ନିଜ ଜୀବନ କାହାଣୀ ଲେଖୁଥିବା ଚନ୍ଦ୍ରିକାଙ୍କ ସେ ବଡ଼ ଡାଏରୀ ଏବେ ସୁଦ୍ଧା ମିଳିନାହିଁ । ତାହା ମିଳିଲେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ରଶ୍ମିତା । କେବଳ ସେତିକି ନୁହେଁ ଚନ୍ଦ୍ରିକାଙ୍କ ଲାପଟପ, ଟାବଲେଟ ଏବଂ ଆଇପ୍ୟାଡ ପୁରୁଷ ବନ୍ଧୁ ଭୀମସେନଙ୍କ ପାଖରେ ରହିଥିବା ବେଳେ ସେହି ଲାପଟପ ଭିତରେ ଉଭୟଙ୍କ ଅନେକ ଫଟୋ, ଭିଡିଓ ଏବଂ ପ୍ରେମ କାହାଣୀର ତଥ୍ୟ ରହିଛି । ଯାହା ଏବେ ସୁଦ୍ଧା ସାମ୍ନାକୁ ଆସି ନାହିଁ । ତେଣୁ ଲାପଟପକୁ ଖୋଜି ବାହାର କରିଲେ ଅନେକ ଗୁମର ଖୋଲିବ ବୋଲି କହିଛନ୍ତି ରଶ୍ମିତା ।

ବଲାଙ୍ଗୀର ଗାନ୍ଧୀନଗରପଡା ଠାରେ ମର୍ମନ୍ତୁଦ ଦୁର୍ଘଟଣା ; ମାଆ ଝିଅଙ୍କୁ ଚାପିଦେଲା ଟ୍ରକ

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀନଗରପଡା ଠାରେ ମର୍ମନ୍ତୁଦ ଦୁର୍ଘଟଣା ମାଆ ଝିଅଙ୍କୁ ଚାପିଦେଲା ଟ୍ରକ । ମାଆଙ୍କୁ ସ୍କୁଟିରେ ନେଇ ହସ୍ପିଟାଲ ଛାଡିବାକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ମୃତକ ହେଲେ ତାଳପାଲିପଡାର ସୁନିତା ନାଗ ଓ ଶ୍ରୁତି ନାଗ । ସୁନିତା ନାଗ ଏକ ଘରୋଇ ହସ୍ପିଟାଲରେ କର୍ମଚାରୀ ଥିଲେ । ମାଆଙ୍କୁ ହସ୍ପିଟାଲ ଛାଡି ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଘଟାଇ ଟ୍ରକ୍ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା ।

ଘଟଣାସ୍ଥଳରେ ଟାଉନ୍ ଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ମୃତଦେହ ଜବତ କରିଛନ୍ତି। ଦୀର୍ଘ ବର୍ଷ ଧରି ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସହର ମଧ୍ୟ ଦେଇ ଭାରି ଯାନବାହାନ ଚଳାଚଳ କରୁଛି । ଯାହା ଫଳରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବାରେ ଲାଗିଛି । ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାରେ ଅନେକ ଜୀବନ ଅକାଳରେ ଚାଲିଯାଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଦିନରେ ତାତୁଛି, ଅପରାହ୍ନରେ ଭିଜୁଛି ଓଡ଼ିଶା ; କାଳବୈଶାଖୀ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ନନ୍ଦିଘୋଷ ବ୍ୟୁରୋ : ଦିନରେ ତତାଉଛି । ଅପରାହ୍ନରେ ଭିଜାଉଛି ପାଣିପାଗ । ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । ଭୁବନେଶ୍ବରର ଓ କଟକରେ ତାଣ୍ଡବ ରହିଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବା ବେଳେ ହୋର୍ଡିଂ ଗୁଡିକ ଭାଙ୍ଗିଯାଇଛି । ବର୍ଷା ବେଳେ ରାସ୍ତାଘାଟ ଦେଖାଯାଇ ନଥିଲା । ଆସନ୍ତା ୧୨ ତାରିଖ ଯାଏ ଦିନରେ ଗରମ ଓ ଅପରାହ୍ନରେ କାଳବୈଶାଖୀ ନେଇ ୱାର୍ଣ୍ଣିଂ ଜାରି ହୋଇଛି ।

ଦିନ ତାପମାତ୍ରା ରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ପାଣି ପାଗ ବିଭାଗ ଆକଳନ କରିଛି l ସେପଟେ କାଳବୈଶାଖୀ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମସ୍ତ ଜିଲ୍ଲାରେ ବର୍ଷା ଘଡଘଡି ବିଜୁଳି ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।