spot_img
Home Blog Page 3194

ଖରା ସହିତ ଆର୍ଦ୍ରତା କରୁଛି ହନ୍ତସନ୍ତ; ୧୯ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ୱେଭ ଆଲର୍ଟ

ଭୁବନେଶ୍ୱର : ଆଗାମୀ  ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତୀ ସମୟରେ କମିବ ତାତି   । ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବ । ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା ରହିଛି ।

ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର  ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ୯୨% ଆଦ୍ରତା  ରେକର୍ଡ ହୋଇଚି । ଆଜି ପାଇଁ ୧୫ଜିଲ୍ଲାକୁ ଅରେଞ୍ଜ, ୫ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର  ।  ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁରକୁ ସତର୍କତା ଜାରି ହୋଇଛି  । ସେହିପରି ବରଗଡ, ବଲାଙ୍ଗୀର, ସୋନପୁର, ନୂଆପଡା, କନ୍ଧମାଳ, କଟକ, ଖୋର୍ଦ୍ଧା, କଳାହାଣ୍ଡି, ଅନୁଗୁଳ, ଦେବଗଡ ଓ ବୌଦ୍ଧକୁ ମଧ୍ୟ ଆଲର୍ଟ କରାଯାଇଛି  । ଖରା ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର  ।

ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ, ଗାଁଠୁ ସହର ସବୁଠି ଚାଲିଛି ମଉଜ

ଭୁବନେଶ୍ୱର : ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ  । ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ  । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ  । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ   । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା  । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର  । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି ।  ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା  । ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡୁଛି ପିଠା ଅନ ହ୍ବିଲ୍ ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର ।  ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି । ତେବେ ଆଜି ଶେଷ ରଜ ଏବଂ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ଘଣାଲାଗି ନୀତି

ପୁରୀ :  ଆଜି ମହାପ୍ରଭୁଙ୍କ ଅନବସରର ତ୍ରୟୋଦଶୀ ତିଥି  । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଗତକାଲିଠାରୁ ସୁନା କୂଅରୁ ତିନି ଗରା ଜଳ ସୁଦ୍ଧସୁଆରଙ୍କ ଘରେ ବିଜେ ହେବା ପରେ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଅଛି ।

ଆଜି ଶ୍ରୀଜିଉଙ୍କୁ ଘଣା ଲାଗି ପରେ ସେହି ଖଳିକୁ ସୁଦ୍ଧ ସୁଆରଙ୍କ ଘରୁ ଘଣ୍ଟଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବାର ପରମ୍ପରା ରହିଅଛି  । ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡିବ  । ଏଥିସହ ସହ ଦଇତାପତିମାନେ ଶ୍ରୀଜିଉଙ୍କ ଶ୍ରୀପୟର ମୁଦା ନୀତି ସମ୍ପାଦନ କରିବେ  । ଆଜି ମଧ୍ୟ ଦତ୍ତମହାପାତ୍ରଙ୍କ ଘରୁ ଭୋଗମଣ୍ଡପ ନୀତି ପରେ ଖଡ଼ି ଆସି ଖଡି ଲାଗି ନୀତି ଅନୁଷ୍ଠିତ ହେବ। ଏହାପୂର୍ବରୁ ଶ୍ରୀଜିଉ ମାନଙ୍କୁ ଅତ୍ୟନ୍ତ ଗୁପ୍ତ ଭାବେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ ।

ପୂରଣ ହେବ ପକ୍କା ଘର ସ୍ବପ୍ନ , ଆଜିଠୁ ‘ମୋ ଘର’ ପାଇଁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର :  ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ। ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ରହିଛି ।

ଆବେଦନ କରିବା ସମୟରେ ଆବେଦନକାରୀଙ୍କ ନିଜ ନାମରେ ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ, ଯେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ  ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । ସବୁଠାରୁ ବଡ଼ କଥା ହେଉଛି ଆବାସ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ମାନଦଣ୍ଡ ଥିଲା, ମୋ ଘର ଯୋଜନାରେ ତାକୁ ବହୁତମାତ୍ରାରେ କୋହଳ କରାଯାଇଛି।

ମୋ ଘର ଯୋଜନାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ ହିତାଧିକାରୀ । ପ୍ରଥମ ବର୍ଷ ରିହାତି ଅବଧି ବାଦ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ। ବଡ଼ କଥା ହେଲା ୩୦ହଜାରୁ ୭୦ହଜାର ଟଙ୍କା ଯାଏ ସବସିଡି ପାଇପାରିବେ ହିତାଧିକାରୀ । ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଯୋଜନାରେ ଲାଭ ପାଇବେ।

ପୂର୍ବରୁ ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ସହାୟତା ପାଇଥିଲେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିଲେ। ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ମୋଟର ଚାଳିତ ଚାରି ଚକିଆ ଯାନ ନଥିଲେ। ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ କର୍ମଚାରୀ ବା ପେନସନଭୋଗୀ ହୋଇନଥିବେ। ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ ।

୨୦୨୪ ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକ ଦାୟିତ୍ବ ବାଣ୍ଟିଲା ବିଜେଡି

ଭୁବନେଶ୍ବର: ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ । ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା କ୍ଷେତ୍ର ପାଇଁ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି । ସେହିପରି ତେଲକୋଇ ବିଧାନସଭା କ୍ଷେତ୍ର ପାଇଁ ଅଶୋକ ବଳଙ୍କୁ ନିଯୁକ୍ତି । ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ଶ୍ରୀମୟୀ ମିଶ୍ରଙ୍କୁ ନିଯୁକ୍ତି ।

ଅନୁଗୁଳ ଜିଲ୍ଲା ପାଇଁ କୁନ ବିହାରୀ ଦାସଙ୍କୁ ଉପପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଥିବାବେଳେ  ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ର ପାଇଁ ଆଶିଷ ଚକ୍ରବର୍ତ୍ତିଙ୍କୁ
ନିଯୁକ୍ତି ଦେଲେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସୋନାଲି ଦେଖିବେ ନୂଆ ସକାଳ, ସହାୟତାର ହାତ ବଢାଇଲେ 5T ସଚିବ

ମାଲକାନଗିରି: ଦିବ୍ୟାଙ୍ଗ ଝିଅକୁ ମିଳିଲା ଦମ୍ଭ । 5T ସଚିବଙ୍କ ସହଯୋଗ ସାକାର କରିବ ସୋନାଲିଙ୍କର ସ୍ବପ୍ନ । ମାଲକାନଗିରି ଜିଲ୍ଲା କାଲିମେଳାର ସୋନାଲି ମାଡ଼କାମି ଦେଖିବେ ନୂଆ ସକାଳ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । କାଙ୍ଗୁରୁକୁଣ୍ଡା କେ.ଜି.ବି.ଭି ବିଦ୍ୟାଳୟରୁ ଚଳିତବର୍ଷ ଦଶମ ଶ୍ରେଣୀରେ ୨୭୬ ନମ୍ବର ରଖି ପାସ୍ କରିଛନ୍ତି ସୋନାଲି ।

ଆଗକୁ ପଢିବାକୁ ଚାହୁଁଥିବାବେଳେ ପରିବାରର ଆର୍ଥିକ ଅନଟନ ଆଗକୁ ଯିବାକୁ ବାଟ ଓଗାଳିଥିଲା । ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦ୍ବିତୀୟ ଥର ତାଙ୍କ ଗୋଡ଼ର ଅପରେସନ ମଧ୍ୟ ହୋଇପାରିନି । ଗୋଡ଼ର ଅପରେସନ ହୋଇଗଲେ ସହଜରେ ଚାଲିପାରନ୍ତେ ସୋନାଲି । ଏନେଇ 5T ସଚିବ ଜାଣିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହାର 10 ମିନିଟ ମଧ୍ୟରେ ଜିଲ୍ଲାପ୍ରଶାସନ ସୋନାଲିଙ୍କ ପାଖରେ ପହଞ୍ଚି ଆଲୋଚନା କରିଥିଲା । ଡାକ୍ତରଖାନାକୁ ଆଣି ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଆଗକୁ ଉନ୍ନତ ଚିକିତ୍ସା ସହିତ ମାଗଣାରେ ଉଚ୍ଚଶିକ୍ଷା ନିମନ୍ତେ ଭିନ୍ନକ୍ଷମ ବୃତ୍ତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି ପ୍ରଶାସନ ।

ବେଦୀ ଉପରେ ଯୌତୁକ ମାଗିଲା ବର, ବାନ୍ଧିଦେଲେ କନ୍ୟାପକ୍ଷ

ନନ୍ଦିଘୋଷ ବ୍ୟୁରୋ: ଯୌତୁକ ପ୍ରଥା ପାଇଁ ଯଦିଓ ଦେଶରେ ଆଇନ ବ୍ୟବସ୍ଥା ରହିଛି ତଥାପି ଥମୁନି ଏହି କୁପ୍ରଥା  । ବିବାହ ହେଉ କି ଭୋଜି ଏସବୁରେ ଆଧୁନିକ ଠାଣି ଦେଖିବାକୁ ମିଳିଲାଣି କିନ୍ତୁ ଯୌତୁକ କଥା ଆସିଲେ ସେହି ପୁରୁଣା ପ୍ରଥା ଦେଖିବାକୁ ମିଳୁଛି  । ଯୌତୁକ ଲୋଭୀଙ୍କ ଉଦ୍ଦିଷ୍ଟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ଟ୍ବିଟର ୟୁଜର ରାଜେଶ ସାହୁ ଏକ ଭିଡିଓ ସେୟାର କରିଛନ୍ତି  । ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ବିବାହରେ ଜୟମାଳା ପରେ ବରର ପରିବାର ଅଧିକ ଯୌତୁକ ଦାବି କରିଥିଲେ  । ବିବାଦ ପରେ ଶେରୱାନିରେ ବରକୁ ବାନ୍ଧି ଦେଲେ କନ୍ୟାପକ୍ଷ  । ଭିଡିଓ ପ୍ରତାପଗଡର  । ବରଯାତ୍ରୀ ଜୌନପୁରରୁ ଆସିଥିଲେ ’। କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଭିଡିଓକୁ ୫ ହଜାର ଲୋକେ ଦେଖି ସାରିଲେଣି  । ସେହିପରି ୨୦୦ରୁ ଅଧିକ ଏହାକୁ ଲାଇକ୍‌ କରିଛନ୍ତି  । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଶେରୱାନୀ ପିନ୍ଧିଥିବା ବରକୁ ଗଛରେ ବନ୍ଧା ଯାଇଛି  ।

ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶ ପ୍ରତାପଗଡର ଓ ବରଯାତ୍ରୀ ଯୌନପୁରରୁ ଆସିଥିବା ଜଣାପଡିଛି  । କିନ୍ତୁ ଭିଡିଓଟି ପ୍ରକୃତରେ କେଉଁଠି ଉତ୍ତୋଳନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ  । ଟ୍ବିଟରରେ ଭିଡିଓଟି ଭାଇରାଲ ପରେ ୟୁଜର୍ସ ମାନେ ନିଜ ପକ୍ଷ ରଖୁଛନ୍ତି  । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଶେରୱାନି ବି ଭଡାରେ ଆସିଲା ଭଳି ଜଣାପଡୁଛି  । ଆଉ ଜଣେ କମେଣ୍ଟରେ ଲେଖିଛନ୍ତି ଲୋଭୀକୁ ଉଚିତ ଦଣ୍ଡ ମିଳିଛି  ।

ସେହିପରି ଜଣେ ୟୁଜର ଲେଖିଛନ୍ତି ଜ୍ବାଇଁପୁଅର ଭଲ ଭାବେ ଅତିଥି ସତ୍କାର ହେବା ଦରକାର  । ଏହି ଭିଡିଓ ଦେଖିଲା ପରେ ଆପଣ କଣ କହିବେ ?

 

ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ, ମଧ୍ୟରାତ୍ରି ଯାଏଁ ଜଖାଉ ବନ୍ଦରରେ ରଚିବ ତାଣ୍ଡବ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟର ଲ୍ୟାଣ୍ଡଫଲ ଆରମ୍ଭ ହୋଇସାରିଲାଣି  । ବିପର୍ଯ୍ୟୟର ପ୍ରଭାବ ଏବେ ଗୁଜୁରାଟରେ ଦେଖିବାକୁ ମିଳିଲାଣି  । ଚାରିଆଡେ ଖାଲି କାଦୁଅର ଧ୍ବଂସାବଶେଷ ଦେଖିବାକୁ ମିଳୁଛି  । ପାକିସ୍ତାନ ସହ ଅନ୍ତରାଷ୍ଟ୍ରୀୟ ସୀମାର ୭୦ କିଲୋମିଟର ଦକ୍ଷିଣ ପୂର୍ବ ଗୁଜରାଟର ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା  ।

ସନ୍ଧ୍ୟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି  । ସଦ୍ୟତମ ଜାରି ହୋଇଥିବା ବୁଲେଟିନରେ ପାଣିପାଗ ବିଭାଗ କହିଛି ଯେ ୧୨୫ ରୁ ୧୩୫ କିମି ବେଗରେ ଆଗକୁ ବଢୁଥିବା ବାତ୍ୟା ୧୫୦ କିଲୋମିଟରରେ ପହଞ୍ଚିବାର କ୍ଷମତା ରଖୁଛି  । କିନ୍ତୁ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା କ୍ଷଣି ପବନର ବେଗ କମ ହୋଇ ୧୨୦ରୁ ୧୩୦ କିଲୋମିଟରରେ ପହଞ୍ଚିଛି  ।

ଲ୍ୟାଣ୍ଡଫଲ ପରେ ପବନର ବେଗ କିଛି ମାତ୍ରାରେ କମ ହେବାର ଆଶଙ୍କା କରାଯାଉଛି  । କାରଣ ବାତ୍ୟା ସ୍ଥଳଭାଗ ଛୁଇଁବା ମାତ୍ରେ ଶୀଘ୍ର ସମାପ୍ତ ହୋଇଯାଏ  । ଶୁକ୍ରବାର ସୁଦ୍ଧା ବାତ୍ୟା ଗୁଜୁରାଟ ଉପକୂଳ ଛାଡିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି  । କିନ୍ତୁ ଗୁଜରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ କ୍ଷତି ପହଞ୍ଚାଇବ ବିପର୍ଯ୍ୟୟ  । ଅଧିକାଂଶ ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇସାରିଲାଣି  ।

ଆଇଏମଡି ଚେତାବନୀ ଦେଇଛି ଯେ କିଛି ସ୍ଥାନରେ ସମୁଦ୍ର ଜୁଆର ୩ ରୁ ୬ ମିଟର ପର୍ଯ୍ୟନ୍ତ ଉଠିବାର ସମ୍ଭାବନା ରହିଛି  । ତଟବର୍ତ୍ତୀ ଅଞ୍ଚଳର ମାଟି ଧସିବା ସହ ପକା ଘର ନଷ୍ଟ ହେବାର ଆଶଙ୍କା ରହିଛି  । ସେହିପରି ବିଦ୍ୟୁତ ସେବା ଓ ମୋବାଇଲ ଟାୱାର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି  ।

ମହିମା ଗାଦିକୁ ଛୁଟିବେ ପର୍ଯ୍ୟଟକ, ସମୂର୍ଣ୍ଣ ରୂପାନ୍ତର ପାଇଁ ୧୧୨ କୋଟିର ପ୍ରସ୍ତାବ

ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପରେ ଆସିବ ପୁରା ପରିବର୍ତ୍ତନ। ଗତ ମେ 29 ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତ ମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ 15 ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଛନ୍ତି । ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି ।

ଏଥିରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନ ଧାରି ମହିମା ସମାଜ ପୀଠ ପୁନଃନିର୍ମାଣ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସହିତ ପୁରା ସ୍ଥାନର ଆଲୋକୀକରଣ କରାଯିବ। ଜଗନ୍ନାଥ ମନ୍ଦିର ଠାରୁ ସ୍କୁଲ ପଡିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯିବ।

ସୌନ୍ଦର୍ଯ୍ୟ କରଣ ପାଇଁ ପୂର୍ବ ପଟ ବଡ ପୋଖରୀର ପୁନରୁଦ୍ଧାର ସହିତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ଆଲୋକିକରଣ ସହିତ ପ୍ରମନେଡ ତିଆରି କରାଯିବ। ସାଧୁ ଓ ଭକ୍ତ ମାନଙ୍କ ପାଇଁ ୨୦୦ ଟଏଲେଟ ନିର୍ମାଣ କରାଯିବ।

ପୁରା ପ୍ରକଳ୍ପରେ ସାଧୁ ସନ୍ଥ, ଭକ୍ତ, ଓ ଅତିଥି ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବ। ସୌନ୍ଦର୍ଯ୍ୟକରଣ ସହିତ ଏହା ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ହେବା ପାଇଁ ସବୁ ପଦକ୍ଷେପ ନିଆଯିବ।

ଏଇଠି ଲ୍ୟାଣ୍ଡଫଲ୍‌ କରିବ ବିପର୍ଯ୍ୟୟ, ବାତ୍ୟାକୁ ନେଇ 10 ଅପଡେଟ୍ ଜାଣନ୍ତୁ

ଗାନ୍ଧୀନଗର: ଖବର ଲେଖାଯିବା ସୁଦ୍ଧା ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି  । ଏହା ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି  । ଆଇଏମଡି ଅନୁସାରେ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସନ୍ଧ୍ୟା ଜଖୋ ପୋର୍ଟ ନିକଟରେ ଆରମ୍ଭ ହୋଇଯିବ  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ  ।

ସୌରାଷ୍ଟ୍ର ଓ କଚ୍ଛର ତଟୀୟ ଅଞ୍ଚଳ ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବ  । ଏହି ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ରହିବ  । କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି  । ପଡୋଶୀ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ବାତ୍ୟାର ପ୍ରଭାବ ରହିବ  । ଦିଲ୍ଲୀ ଏନସିଆରରୁ ନେଇ ପଞ୍ଜାବ ହରିୟାଣା, କେରଳ ଓ ବିହାର ପର୍ଯ୍ୟନ୍ତ ବାତ୍ୟା ଯୋଗୁଁ ପାଗରେ ପରିବର୍ତ୍ତନ ହେବ  ।

ଏନଡିଆରଏଫ ଆଇଜିଙ୍କ ଅନୁସାରେ ବାତ୍ୟା ଯୋଗୁଁ ଦୁର୍ବଳ ବିଲ୍ଡିଂ, ଖୁଣ୍ଟ, ଗଛ ଆଦି ପ୍ରଭାବିତ ହେବ  । ଏୟାରଲିଫ୍ଟ କରିବା ପାଇଁ ୧୫ଟି ଟିମ ନିୟୋଜିତ କରିଛି NDRF  ।

ଭୟଙ୍କର ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପାକିସ୍ତାନରେ ବି ଦେଖିବାକୁ ମିଳିବ  । ସିନ୍ଧ ପ୍ରଦେଶର ସବୁଠାରୁ ଗରିବ ସହର କେଟି ବନ୍ଦରକୁ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି  ।  ସେହିପରି ଥଟ୍ଟା ଓ ସୁଜବଲରେ ଅଧିକାଂଶ ବସ୍ତିରୁ ସ୍ଥାନାନ୍ତରଣ କରାଯିବା ପରେ ଏବେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।