spot_img
Home Blog Page 3212

୨୦୨୪ ନିର୍ବାଚନ ଲଢିବେନି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢିବେନି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଦେଶବ୍ୟାପୀ ପ୍ରିୟଙ୍କା ନିର୍ବାଚନ ପ୍ରଚାର କରିବେ। ସମ୍ଭବତଃ ୨୦୨୪ ନିର୍ବାଚନ ପୂର୍ବରୁ ସେ ରାଜ୍ୟସଭାକୁ ଯିବା ଚର୍ଚ୍ଚା ହେଉଛି।

ବର୍ତ୍ତମାନର ସୂଚନା ଆଧାରରେ ହିମାଚଳ ପ୍ରଦେଶରୁ ପ୍ରିୟଙ୍କାଙ୍କୁ ରାଜ୍ୟସଭାକୁ ପଠାଇବା ଲାଗି ଯୋଜନା ଚାଲିଛି। ଛତିଶଗଡରୁ ନିର୍ବାଚିତ ଜଣେ ରାଜ୍ୟସଭା ସାଂସଦ ସମେତ ୩ ଜଣ ରାଜ୍ୟସଭା ସାଂସଦ ପ୍ରିୟଙ୍କାଙ୍କ ଲାଗି ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ଜଣାପଡିଛି।

ସ୍ୱପ୍ନ ପୂରଣ କଲେ 5T ସଚିବ, ଏଣିକି ପାଠ ପଢିବେ କାମିନା

ଢେଙ୍କାନାଳ: ଛାତ୍ରୀଙ୍କ ମୁହଁରେ ହସ ଫୁଟାଇଛନ୍ତି ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ସବୁ ସମସ୍ୟା ଦୂର କରି ପାଠ ପଢିବାକୁ ଯୋଗାଇଛନ୍ତି ସହଯୋଗ  । ଢେ଼ଙ୍କାନାଳ କାମାକ୍ଷାନଗର ବ୍ଲକ୍ ଭଇରିପୁରର କାମିନା ନାଏକଙ୍କ ସ୍ବପ୍ନ ସାକାର ହୋଇଛି। ତାଙ୍କ ପାଠ ପଢାରେ ପାଚେରୀ ହୋଇ ଛିଡା ହୋଇଥିଲା ଆର୍ଥିକ ସମସ୍ୟା।

୨୦୧୮ରେ ଦଶମ ପାସ୍ କରିଥିଲେ କାମିନା । କିନ୍ତୁ ଅର୍ଥାଭାବରୁ ଆଉ ଆଗକୁ ପଢ଼ିପାରି ନଥିଲେ ।  ଏନେଇ ସାମାଜିକ କର୍ମୀ ସଂଜିତ ଦାସ୍ ଟୁଇଟ୍ କରି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଟୁଇଟ୍ ଦେଖିବା ପରେ ତୁରନ୍ତ ପଦକ୍ଷେପ ନେବାକୁ ଫାଇଭ-ଟି ସଚିବ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କାମାକ୍ଷାନଗର ଉପଜିଲ୍ଲାପାଳ କାମିନାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଛନ୍ତି।  ଛାତ୍ରୀଙ୍କ କଲେଜ୍ ଆଡମିସନ ଓ ପରବର୍ତ୍ତୀ ପାଠପଢ଼ା ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ। ଏହା ଶୁଣିବା ପରେ ଛାତ୍ରୀଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

ଏହା ସହିତ ପ୍ରଶାସନ ପକ୍ଷରୁ ତାଙ୍କ ପାଠପଢା ପାଇଁ ୧୫ହଜାର ଟଙ୍କା ଜିଲ୍ଲାପାଳ ସରୋଜ ସେଠୀ ପ୍ରଦାନ କରିଛନ୍ତି । ଏହି ସହାୟତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି କାମିନା ।

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫୁଟବଲ ଫାଇଟ୍। ଆରମ୍ଭ ହୋଇଛି ଇଣ୍ଟର-କଣ୍ଟିନେଟାଲ କପ ଟୁର୍ଣ୍ଣାମେଣ୍ଟ। ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତ ଓ ମଙ୍ଗୋଲିଆ ମଧ୍ୟରେ ଚାଲିଛି ଉଦଘାଟନୀ ମ୍ୟାଚ୍। ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି। ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି।

ହୋମ ଗ୍ରାଉଣ୍ଡ ଓ ହୋମ କ୍ରାଉଡ଼ଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ। ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ଲେବାନନ, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିଛନ୍ତି । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ରେ ଖେଳାଯାଇଥିବା ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

ମ୍ୟାଚ ଆରମ୍ଭରୁ ବାହାନଗା ରେଳ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ୧ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମ୍ୟାଚରେ ଭାନୁଆଟୁକୁ ୩-୧ ଗୋଲରେ ହରାଇଛି ଲେବାନନ।

ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି

ବଦଳିଲେ ୧୦ ଜିଲ୍ଲାର କଂଗ୍ରେସ ସଭାପତି। କୋରାପୁଟ ଜିଲ୍ଲା ସଭାପତି ପଦରୁ ହଟିଲେ ମୀନାକ୍ଷୀ ବାହିନୀପତି। କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ହେଲେ ଦୁର୍ଗାଶଙ୍କର ସାହୁ। ମୋହନ ପରିଡା କେନ୍ଦୁଝର, ଜୟରାମ ପଟ୍ଟନାୟକ ପୁରୀ, ଅଶୋକ ଦାସ ଭଦ୍ରକ, ସଂଗ୍ରାମ ମିଶ୍ର ଅନୁଗୁଳ, ସୁରେଶ ଆଜାଦ ନୂଆପଡା ଜିଲ୍ଲା ସଭାପତି ହୋଇଛନ୍ତି ।

ସେହିପରି ଆସିଫ ଅଲ୍ଲୀ ଖାନ ସମ୍ବଲପୁର, ଦନାର୍ଦ୍ଦନ ଦେହୁରୀ ସୁନ୍ଦରଗଡ, ବିଜୟ କୁମାର ଗମାଙ୍ଗ ରାୟଗଡା, ସେମ ହେମ୍ବ୍ରମ ଦେବଗଡ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । AICC ଯୋଜନା କାର୍ଯ୍ୟାନ୍ବୟନ କମିଟି ଅଧ୍ୟକ୍ଷ ହେଲେ ଯଜ୍ଞେଶ୍ବର ବାବୁ।

ତେବେ ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ହେଲେ ସଂଜୟ ତ୍ରିପାଠୀ। ଇସ୍ତାହାର କମିଟି ଅଧ୍ୟକ୍ଷ ହୋଇଛନ୍ତି ପଞ୍ଚାନନ କାନୁନଗୋ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ହୋଇଛନ୍ତି ସନ୍ତୋଷ ସିଂ ସାଲୁଜା।

ବାହାନଗା ଟ୍ରେନ୍ ଦୁର୍ଘଟଣା: SCBରେ ଚିକିତ୍ସିତ ହେଉଛନ୍ତି ୧୧୧ ଯାତ୍ରୀ

କଟକ:  ଏସସିବି ମେଡ଼ିକାଲରେ ଏବେ ୧୧୧ ଜଣ ଗୁରୁତର ଆହତ ଚିକିତ୍ସିତ ହେଉଛନ୍ତି । ୯୬ଜଣଙ୍କୁ ଡିସଚାର୍ଜ କରାଯାଇଛି। ଚିକିତ୍ସିତ ହେଉଥିବା ଆହତଙ୍କ ମଧ୍ୟରୁ ଓଡ଼ିଶାର ୨୩,ପଶ୍ଚିମବଙ୍ଗର ୪୫, ବିହାରର ୩୨, ଝାରଖଣ୍ଡର ୭ ଜଣ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ନେପାଳ ର ଜଣେ ଲେଖାଏଁ ଆହତ ଚିକିତ୍ସିତ ହେଉଛନ୍ତି।

ସେଥିମଧ୍ୟରୁ  ଆଇସିୟୁରେରେ ୨୦ଜଣ । ଟ୍ରମା ICU ରେ 8, ସେଣ୍ଟ୍ରାଲ ICU ରେ ୯, ନ୍ୟୁରୋ ୨,ପ୍ଲାଷ୍ଟିକ ସର୍ଜରୀରେ ଜଣେ ଭର୍ତ୍ତି ହୋଇଥିବା ବେଳେ ପରିଚୟ ମିଳିନଥିବା ଜଣେ ଗୁରୁତରଙ୍କ ପରିଚୟ ମିଳିଛି ବୋଲି କହିଛନ୍ତି ଏସସିବିର ପ୍ରଶାସନିକ ଅଧିକାରୀ ।

ଶହଶହ ଶବ ଭିତରେ ଥିଲା ମାମୁଁ ପୁଅର ଶବ, ହୃଦୟ ବିଦାରକ କାହାଣୀ କହିଲେ ପ୍ରଧାନ ଶିକ୍ଷୟିତ୍ରୀ

ବାହାନଗା: ରେଳ ଦୁର୍ଘଟଣାର ହୃଦୟ ବିଦାରକ କାହାଣୀ କହିଲେ ବାହାନଗା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପ୍ରମିଳା ସ୍ବାଇଁ।  ସେ ନିଜେ ଶହ ଶହ ଶବକୁ ସ୍କୁଲ ଘରେ ରଖିଥିଲେ। ହେଲେ ଜାଣିନଥିଲେ ସେଥିରେ ତାଙ୍କ ମାମୁଁ ପୁଅ ଭାଇ ରହିଛି ବୋଲି। ଏନେଇ ପରେ ଜାଣିବାକୁ ପାଇ ଶବ ପାଖକୁ ଯାଇଥିଲେ।

ମ୍ରିୟମାଣ ହୋଇ ଶବକୁ କୋଳାଇ ପକାଇଥିଲେ। ଭାଇଙ୍କ ମୃତ୍ୟୁ ନେଇ ସେ ବିଶ୍ବାସ କରିପାରିନଥିଲେ। ସେଦିନର ସେହି ଲୋମଟାଙ୍କୁରା କଥାକୁ ନନ୍ଦିଘୋଷ ଟିଭି କ୍ୟାମେରା ଆଗରେ ବଖାଣିଛନ୍ତି ପ୍ରମିଳା।

ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧକୁ ନେଇ ହଟିଲା ଦ୍ବନ୍ଦ୍ବ

ବାହାନଗା: ବାହାନଗାରେ ଟ୍ରେନ ବଗିରୁ ବାହାରୁଥିବା ଦୁର୍ଗନ୍ଧର ସାମ୍ନାକୁ ଆସିଲା ସତ । ଟ୍ରେନ ବଗିରେ ମୃତଦେହ ନୁହେଁ ବରଂ ଅଣ୍ଡା ପଚିଯାଇଥିବାରୁ ଦୁର୍ଗନ୍ଧ ବାହାରୁଥିଲା । ଟ୍ରେନ୍ ବଗିରୁ ପାଖାପାଖି ୩ ଟନ ପଚାସଢା ଅଣ୍ଡା ବାହାର କରାଯାଇଛି । କିଛ ଦିନ ହେଲା ବଗିରୁ ଦୁର୍ଗନ୍ଧ ବାହାରୁଥିବାରୁ ସେଥିରେ ଆହୁରି ଅଧିକ ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକେ ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ବଗି ଖୋଲାଯାଇଥିବା ବେଳେ ସେଥିରୁ ପଚା ଅଣ୍ଡା ବାହାରିଥିଲା । ଘଟଣାସ୍ଥଳରେ ପୋଲିସ, ତହସିଲଦାର ଓ ଏନଡିଆରଏଫ ଟିମ୍ ସହ କିଛି ସ୍ଥାନୀୟ ଲୋକଙ୍କ ସହଯୋଗରେ ବଗିରୁ ଅଣ୍ଡା କଢା଼ଯାଇଛି ।

ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍, ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇ

ବାହାନଗା: ବାଲେଶ୍ୱରର ବାହାନଗା ଷ୍ଟେସନରେ ରହିବନି ଟ୍ରେନ୍। କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା ପରେ ରିଲେ ରୁମକୁ ସିଲ୍ କରିଛି ସିବିଆଇ । ରିଲେ ରୁମ୍ ସିଲ୍‌ ହୋଇଥିବାରୁ ବାହାନଗା ଷ୍ଟେସନ୍‌ରେ ରହିବନି ଟ୍ରେନ୍‌ । ସିବିଆଇ ରିଲେ ରୁମ୍‌ ଖୋଲିଲେ ପୂର୍ବଭଳି ବାହାନଗା ଷ୍ଟେସନ୍‌ରେ ରହିବ ପାସେଞ୍ଜର ଟ୍ରେନ୍ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ।

ରିଲେ ରୁମ୍‌କୁ ସିଲ୍ ‌କରି ତଦନ୍ତ କରୁଛି ସିବିଆଇର ୧୦ ଜଣିଆ ଟିମ୍ । କିଭଳି ଓ କେଉଁ ପରିସ୍ଥିତିରେ ଘଟିଥିଲା ଏତେ ବଡ଼ ଦୁର୍ଘଟଣା, ସେନେଇ ତଦନ୍ତ ଜାରି ରଖିଛି ସିବିଆଇ । ଷ୍ଟେସନ ମାଷ୍ଟର, ଗାର୍ଡଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଗନାଲ ରୁମକୁ ଯାଇ ଯାଞ୍ଚ କରିଛି ସିବିଆଇ ଟିମ୍ । ଟ୍ରାକରୁ ଆରମ୍ଭ କରି ଷ୍ଟେସନ ଯାଏଁ ସବୁ କିଛି ଟିକିନିଖି ଅନୁଧ୍ୟାନ କରୁଛି ସିବିଆଇ ।

ବାହାଘର ଭୋଜିକୁ ଆସି ପିଲା ଚୋରି କରୁଥିବା ଅଭିଯୋଗ, ଜଣେ ଅଟକ

ସୋନପୁର: ପିଲା ଚୋରି ଅଭିଯୋଗରେ ଜଣେ ଅଟକ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିନାଜୁରୀ ପଞ୍ଚାୟତ ସାନ ନୂଆପାଲି ଗାଁରେ ଏପରି ଘଟଣା ଘଟିଛି । ସାନ ନୂଆପାଲି ଗାଁରେ ଏକ ବିବାହ ଉତ୍ସବରେ ଭରତ ଦଣ୍ଡସେନାଙ୍କ  ପରିବାର ସାମିଲ ହୋଇଥିଲେ । ଭରତ ଦଣ୍ଡସେନାଙ୍କ ସାତ ବର୍ଷର ଝିଅ ଭୋଜି ଖାଇବା ପରେ ତାକୁ ପାଣି ପାଉଚ୍‌ ବାଣ୍ଟୁଥିବା ନିକଟସ୍ଥ ସାଧପାଲି ଗାଁର ସାମନ୍ତ ମହାଲିଙ୍ଗ ତାକୁ ପାଖକୁ ଡାକିଥିଲା ।

ଭିଡ଼ର ସୁଯୋଗ ନେଇ ନାବାଳିକା ଝିଅକୁ ନେଇ ସାମନ୍ତ  ଫେରାର ହୋଇଯାଇଥିଲା। ପରିବାର ଲୋକ ଏବଂ ଗାଁ ଲୋକ ବହୁ ଖୋଜାଖୋଜି କରିବା ପରେ ଦୁଇ କିଲୋମିଟର ଦୂର ଏକ ନାଳ ପାଖରେ ଝିଅକୁ ସାମନ୍ତ ନେଇଯାଉଥିବା ଦେଖିବାକୁ ମିଳିଥିଲା। ଲୋକଙ୍କୁ ଦେଖି ଝିଅକୁ ଛାଡି ସାମନ୍ତ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଗାଁଲୋକେ ତାକୁ କାବୁ କରି ନିସ୍ତୁକ ମାଡ଼ ମାରିଛନ୍ତି ।

ପରେ ଗାଁର କ୍ଲବ ଘରେ ପିଲାଚୋର ସାମନ୍ତକୁ ତାଲା ପକାଇ ଡୁଙ୍ଗୁରିପାଲି ପୋଲିସକୁ ଖବର ଦିଆଯାଇଥିଲା । ସାମନ୍ତକୁ ପୋଲିସ ଥାନାକୁ ନେଇ ଅଟକ ରଖିଥିବା ନେଇ ସୂଚନା ।

୯ ବର୍ଷ ହେଲା ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଆସିଛି ବିଜେପି: ବିଜେଡି ମୁଖପାତ୍ର

ଭୁବନେଶ୍ୱର: ୫୫ ନମ୍ବର ଜାତୀୟ ରାଜପଥର ଦୂରବସ୍ଥା ନେଇ ବିଜେପିକୁ ଟାର୍ଗେଟ୍‌ କଲା ବିଜେଡି। କେନ୍ଦ୍ର ସରକାରଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ସବୁଠି ବିଜେପି ନେତା ନିଜ ପ୍ରଚାର କରୁଛନ୍ତି। କିନ୍ତୁ ଓଡ଼ିଶା ପାଇଁ କେନ୍ଦ୍ରର ବିଜେପି ସରକାର କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଓଡ଼ିଶାର ବିଜେପି ସାଂସଦମାନେ ମାଟିକୁ ଅବହେଳା କରୁଛନ୍ତି। ମାଟିକୁ ବଡ଼ ଭାବନ୍ତୁ, ପାର୍ଟିକୁ ନୁହେଁ ବୋଲି ବିଜେଡି ଆହ୍ୱାନ ଦେଇଛି । ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ରାଜ୍ୟ ବିଜେପି ସାଂସଦଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

ଓଡ଼ିଶା ପ୍ରତି ପ୍ରତାରଣା କରୁଛନ୍ତି କେନ୍ଦ୍ରର ବିଜେପି ସରକାର। ଏହାର ଏକ ବଡ଼ ଉଦାହରଣ ହେଉଛି ୫୫ ନମ୍ବର ଜାତୀୟ ରାଜପଥ। ଦେଶର ସବୁଠାରୁ ବଡ଼ ବିପଦସଙ୍କୁଳ ରାସ୍ତା ପାଲଟିଛି ଏହି ଜାତୀୟ ରାଜପଥ। ୩ ବର୍ଷ ମଧ୍ୟରେ ଏହି ରାସ୍ତା କାମ ସରିବା କଥା। ୬ବର୍ଷ ବିତି ଯାଇଥିଲେ ବି କାମ ସମ୍ପୂର୍ଣ୍ଣ ହୋଇନାହିଁ । ୫୫ ନମ୍ବର ଜାତୀୟ ରାଜପଥ କଟକ-ସମ୍ୱଲପୁରକୁ ସଂଯୋଗ କରୁଛି, ଯାହାର ମରାମତି ୨୦୧୭ରେ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା କାମ ସରିନାହିଁ ।

ଜଣେ ପରେ ଜଣେ ଠିକାଦାର କାମ ଛାଡୁଛନ୍ତି । ୬ ବର୍ଷ ଭିତରେ ୧୩ ଶହ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି । ୬ ଶହ ଲୋକଙ୍କ ଜୀବନ ଯାଇଛି। ଏହି ଜାତୀୟ ରାଜପଥ ବିଷୟରେ ବିଜେପିର କୌଣସି ନେତା ମୁହଁ ଖୋଲୁନାହାନ୍ତି। ପଶ୍ଚିମ ଓଡ଼ିଶାରୁ ୫ଜଣ ସାଂସଦ ହୋଇଥିଲେ ବି ଏହି ବିଷୟରେ ସମସ୍ତେ ଚୁପ। ବିଜେପି ନେତା ହେଉଛନ୍ତି ଓଡ଼ିଶା ବିରୋଧୀ, ସେମାନଙ୍କୁ ଓଡ଼ିଶାବାସୀ ଠିକ ଭାବେ ଚିହ୍ନି ସାରିଛନ୍ତି। ଓଡ଼ିଶା ଲୋକ ସେମାନଙ୍କୁ ଠିକ୍ ଜବାବ ଦେବେ।

ବିଜେପି ନେତାଙ୍କର ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି? ଓଡ଼ିଶାରେ ବିଜେପି କ’ଣ କରିଛି? ଯଦି କିଛି କରିଛି, ତାହା ଓଡିଶାବାସୀଙ୍କୁ କେବଳ ପ୍ରତାରଣା । ଓଡ଼ିଶାବାସୀଙ୍କୁ ଅବହେଳା କରିଛନ୍ତି । ବିଜେପି ସାଂସଦମାନେ ଓଡିଶାର ସ୍ବାର୍ଥ ବିରୋଧରେ କାମ କରୁଛନ୍ତି। ଏହି ପ୍ରସଙ୍ଗ କେବେବି ଓଡିଶାର ବିଜେପି ସାଂସଦ ପାର୍ଲାମେଣ୍ଟରରେ ଉଠାଇ ନାହାନ୍ତି। ସେହିପରି ଦେବଗଡ଼ରେ ବଡ଼ ଫୁଡ୍ ପ୍ରସେସିଂ କ୍ଳଷ୍ଟର  ହେବା କଥା।  ବିଜେପି ନେତାମାନେ ୨୦୧୯ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ରେଳ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ମଧ୍ୟ ଅହେତୁକ ବିଳମ୍ବ ଓ ଅବହେଳା କରାଯାଉଛି। ସେ ସବୁ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ବିଜେଡି।